Unknown

 

 

 

 

 

 

 

 

 

 

ସର୍ବପଲ୍ଲୀ ରାଧାକୃଷ୍ଣନ୍‌

ସତ୍ୟର ସନ୍ଧାନ

ଅନୁବାଦିକା : ଶାନ୍ତିଲତା ତ୍ରିପାଠୀ

 

‘‘GIRIJA”

30, EDWARD ELLIOT ROAD,

MYLAPORE, MADRAS-4

June 13, 1968

 

Dear Mrs. Shantilata Tripathi

I wish you success in your endeavours.

 

Yours Sincerely.

(S. Radhakrishnan)

 

ଅନୁବାଦକୀୟ ଭୂମିକା

 

ଭାରତର ପୂର୍ବତନ ରାଷ୍ଟ୍ରପତି ଓ ପ୍ରସିଦ୍ଧ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ‘Recovery of Faith’ର ଏହି ପୁସ୍ତକଟି ଓଡ଼ିଆ ଅନୁବାଦ । ଓଡ଼ିଆ ପାଠକ ଓ ପାଠିକାଙ୍କ ନିକଟରେ ଏହା ପ୍ରଥମ ଅବଦାନ ।

 

ଆଧୁନିକ ଯୁଗରେ ମନୁଷ୍ୟ ଯେଉଁ ସଂକଟର ସମ୍ମୁଖୀନ ସେଥିରୁ ନିଜକୁ ମୁକ୍ତ କରିବାର ଉପାୟ ଖୋଜି ପାଉନାହିଁ । ଏହାର ଯୁକ୍ତିଯୁକ୍ତ ଚମତ୍କାର ବିଚାର ଏହି ପୁସ୍ତକରେ ଆଲୋଚନା କରାଯାଇଅଛି । ଏହା କେବଳ ଦାର୍ଶନିକମାନଙ୍କ ନିମିତ୍ତ ତଥ୍ୟ ସମ୍ବଳିତ ନୁହେଁ, ପ୍ରତ୍ୟେକ ସାଧାରଣ ପାଠକ ଏହାର ଉପାଦେୟତା ପୂର୍ଣ୍ଣରୂପେ ଉପଲବ୍‍ଧି କରି ପାରିବେ ।

 

ଜଡ଼ବାଦର ଧରାବନ୍ଧା ନିୟମରେ ଆମର ଜୀବନ ବାନ୍ଧି ହୋଇଯାଇଛି । ଶରୀରର ଦୃଷ୍ଟି ଓ ମନର ତୁଷ୍ଟି ନିମିତ୍ତ ଅର୍ଥ ଓ କାମର ମୋହରେ ଆମେ ନିଜକୁ ହରାଇ ବସିଛୁ । ଆତ୍ମାର ତୁଷ୍ଟି ବା ଆଧ୍ୟାତ୍ମିକ ଚେତନାର ବିକାଶ ଦିଗରେ ପ୍ରତ୍ୟେକ ବ୍ୟକ୍ତି ପରାଙ୍‌ମୁଖ । ଏ ସଂକଟମୟ ପରିସ୍ଥିତିରେ ଭୟ, ଅସ୍ଥିରତା ଓ ବିଶୃଙ୍ଖଳତାରେ ମନୁଷ୍ୟର ମନ ଆଲୋଡ଼ିତ । ଆଧ୍ୟାତ୍ମିକ ଚେତନାର ଓ ଧର୍ମବିଶ୍ଵାସର ଅଭାବରୁ ଅଶାନ୍ତି ଓ ବିପଦକୁ ସେ ବରଣ କରିଅଣୁଛି । ଯାନ୍ତ୍ରିକ ସଭ୍ୟତା ଏଦିଗରେ ସାହାଯ୍ୟ କରିବା ଅସମ୍ଭବ । ମନୁଷ୍ୟ ନିଜର ଆମୋଦପାଇଁ ଯେତେ ଜଡ଼ବସ୍ତୁ ଉପରେ ନିର୍ଭର କରୁଛି, ସେତିକି ସେ ନିଜଠାରୁ ଦୁରେଇ ଯାଉଛି; କିନ୍ତୁ ଜଟିଳତାମଧ୍ୟରୁ ମୁକ୍ତି ପାଇବାକୁ ହେଲେ ଏକମାତ୍ର ଧର୍ମବିଶ୍ଵାସ ହିଁ ତାହାକୁ ସାହାଯ୍ୟ କରିପାରିବ । ମନୁଷ୍ୟ ଧର୍ମର ଅର୍ଥକୁ ବୁଝିବାକୁ ପ୍ରସ୍ତୁତ ନ ହେଲେ ମଧ୍ୟ ଧର୍ମ ବ୍ୟତୀତ ଅନ୍ୟ କେହି ତାହାର ମନର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବେ ନାହିଁ ।

 

ଆଧ୍ୟାତ୍ମିକ ଜୀବନ ସାମାଜିକ ଜୀବନଠାରୁ ପୃଥକ୍ ନୁହେଁ । ଧର୍ମ ଓ ସାମାଜିକ ଜୀବନ ମଧ୍ୟରେ କୌଣସି ପ୍ରଭେଦର ରେଖା ଟଣାଯାଇ ନ ପାରେ । ଧର୍ମ ମନୁଷ୍ୟ-ଜୀବନକୁ ସମାଜସହିତ ଦୃଢ଼ ବନ୍ଧନରେ ବାନ୍ଧି ରଖେ । ଏହାର ସହାୟତାରେ ମନୁଷ୍ୟର ମାନବିକତା ଓ ସମାଜର ଶାନ୍ତି-ଶୃଙ୍ଖଳା ସ୍ଥିତି ଓ ଲାଭ କରେ । ମନୁଷ୍ୟର ଦୁଃଖରେ ଧର୍ମବିଶ୍ଵାସ ହିଁ ସାନ୍ତ୍ୱନା ଦିଏ, ଘୃଣା ଦ୍ୱେଷ ପରିତ୍ୟାଗପୂର୍ବକ ବିଶ୍ଵପ୍ରେମରେ ଉଦ୍‌ବୁଦ୍ଧ କରାଏ । ଏହା ସାହାଯ୍ୟରେ ଏକବିଶ୍ୱ-ପରିବାର ସମ୍ଭବ, ଯେଉଁଠାରେ ଚିରଶାନ୍ତି, ଚିର ଅମୃତତ୍ୱ ବିରାଜମାନ ।

 

ଯେଉଁ ଧର୍ମ ଚତୁର୍ଦ୍ଦିଗ ବିସ୍ତାର ଲାଭ କରିଛି ଓ ଯାହାର ପ୍ରଚାରିତ ଆଦର୍ଶ ଓ ସିଦ୍ଧାନ୍ତକୁ କାର୍ଯ୍ୟରେ ପରିଣତ କରି ହୁଏ, ସେହି ଧର୍ମ ହିଁ ଅମୂଲ୍ୟ । ଏହାଦ୍ୱାରା ବ୍ୟକ୍ତି, ସମାଜ ଓ ବିଶ୍ଵର କଲ୍ୟାଣ ସୁନିଶ୍ଚିତ । ନୈତିକତାର ଚରମ ବିଶ୍ୱାସରେ ମାନବର ବିକାଶ ହିଁ ସମ୍ଭବ; କିନ୍ତୁ କେତେକ ସ୍ଵାର୍ଥାନ୍ୱେଷୀ ତଥାକଥିତ ଧାର୍ମିକ ବ୍ୟକ୍ତିମାନଙ୍କର ଅସାଧୁତା, ଅସହିଷ୍ଣୁତା ଓ ଧର୍ମାନ୍ଧତାଦ୍ୱାରା ଧର୍ମକୁ ଦୂଷିତ କରିଦିଆଯାଉଛି । ତେଣୁ ଧର୍ମରେ ଅବିଶ୍ଵାସ ସ୍ଥାନ ପାଉଛି । ରାଜନୈତିକ କ୍ଷେତ୍ରରେ ଅନ୍ୟାୟ ଓ ଶାସକମାନଙ୍କର ସ୍ଵାର୍ଥ ପୃଷ୍ଠପୋଷକ ହୋଇଅଛି ।

 

ଈଶ୍ଵର-ବିଶ୍ଵାସ, ସତ୍ୟ ଓ ନ୍ୟାୟ ରାଷ୍ଟ୍ରର ମୂଳଭିତ୍ତି ହେବା ଆବଶ୍ୟକ । ଯେପର୍ଯ୍ୟନ୍ତ ମାନବିକତାର ବିକାଶ ଓ ସାମାଜିକ ଦାୟିତ୍ୱ ତୁଲାଇବାରେ ଧର୍ମ ଭାଗ ନ ନେଇଛି, ସେ ଧର୍ମ ଧର୍ମପଦବାଚ୍ୟ ନୁହେଁ । ପୃଥିବୀରେ ଯେତେ ଧର୍ମ ଗଢ଼ି ଉଠିଛି, ସେମାନଙ୍କର ବିଶ୍ଵାସରେ ବହୁ ପାର୍ଥକ୍ୟ ଥିଲେ ମଧ୍ୟ ଆଧ୍ୟାତ୍ମିକ କ୍ଷେତ୍ରରେ ଚିନ୍ତାଧାରା ଓ ଚେଷ୍ଟାରେ ସମତା ରହିଛି । ପ୍ରତ୍ୟେକର ତତ୍ତ୍ୱ ଏକ ବିଶ୍ଵଧର୍ମ ଉପରେ ପ୍ରତିଷ୍ଠିତ ।

 

ଧର୍ମ ତ୍ୟାଗ କଲେ ମନୁଷ୍ୟ ନିଜର ସମ୍ମାନ ଓ ବ୍ୟକ୍ତିତ୍ଵ ହରାଇ ବସିବ । ଧର୍ମବିଶ୍ଵାସଦ୍ୱାରା ମନୁଷ୍ୟ ଉଚ୍ଚ ପ୍ରବୃତ୍ତିପ୍ରତି ଆକୃଷ୍ଟ ହୁଏ । ମନୁଷ୍ୟ ଯେତିକି ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହୁଏ, ତାହାର ଜୀବନର ପୂର୍ଣ୍ଣତା ସେତିକି ଲାଭ ହୋଇପାରେ । ତେଣୁ କୁସଂସ୍କାରଦ୍ୱାରା କ୍ଷତିଗ୍ରସ୍ତ ହୋଇ ନିଜକୁ ଧ୍ୱଂସାଭିମୁଖୀ ନ କରି ବର୍ତ୍ତମାନ ଯୁଗର ଅବ୍ୟବସ୍ଥାରୁ ରକ୍ଷାପାଇବା ନିମିତ୍ତ ଧର୍ମବିଶ୍ଵାସର ଆଶ୍ରୟ ନେବା ପ୍ରୟୋଜନ । ଏହା ମନୁଷ୍ୟକୁ ପ୍ରକୃତ ଆଲୋକର ପଥ ଦର୍ଶାଇ ତାହାର ସ୍ଵାଧୀନ ଚିନ୍ତାଧାରାକୁ ସମ୍ମାନିତ ଓ ଆତ୍ମାକୁ ମୁକ୍ତ କରିପାରିବ ।

 

ଈଶ୍ଵରୋପଲବ୍‌ଧିଦ୍ୱାରା ମନୁଷ୍ୟର ମାନବିକତାର ବିକାଶ ଓ ମୁକ୍ତି; ମୋକ୍ଷ ବା ନିତ୍ୟଜୀବନ ପ୍ରାପ୍ତି ହୁଏ । ଜଡ଼ପ୍ରକୃତିରେ ସୀମାବଦ୍ଧ ମନ ଏଠାରେ ଅସୀମତା ଲାଭ କରେ; ଅବିଦ୍ୟାନ୍ଧକାରରୁ ମୁକ୍ତ ହୋଇ ବିଦ୍ୟାର ଆଲୋକରେ ପ୍ରକାଶିତ ହୁଏ । ପୁତପବିତ୍ର ହୋଇ ଐଶ୍ୱରିକ ଆନନ୍ଦରେ ଆଧ୍ୟତ୍ମିକ ସ୍ଵାଧୀନତା ଲାଭ କରି ଚିର ଅମର ରହିପାରେ । ସ୍ତୁତି, ପ୍ରାର୍ଥନା, ଉପାସନା ଓ ଯୋଗାଭ୍ୟାସଦ୍ୱାରା ମନୁଷ୍ୟ ଐଶ୍ୱରିକ ଗୁଣର ଅଧିକାରୀ ହୁଏ ଓ ବିଶ୍ୱର କଲ୍ୟାଣ ସାଧନ କରେ ।

 

ବସ୍ତୁବାଦୀ ଦୁନିଆରେ ମନୁଷ୍ୟର ଜୀବନ ଗତାନୁଗତିକ ହୋଇପଡ଼ିଛି । ଆମ୍ଭେମାନେ ଜନ୍ମଲାଭ କରୁଛୁ, ଉପାର୍ଜନ କରୁଛୁ, ସନ୍ତାନୋତ୍ପତ୍ତି କରି ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରୁଛୁ; କିନ୍ତୁ ଏ ଜୀବନକୁ ମହତ୍ କରିବାକୁ ହେଲେ ନିତ୍ୟ ବା ସତ୍ ପ୍ରତି ଲକ୍ଷ୍ୟ ରଖି ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ପଡ଼ିବ । ଅହଂଭାବ, ସ୍ଵାର୍ଥଚିନ୍ତାରେ ମନୁଷ୍ୟ ଆଜି ବିବ୍ରତ । ତ୍ୟାଗର ପରାକାଷ୍ଠା ରହିବ ବା କିପରି ? ତେଣୁ ମନୁଷ୍ୟ ମନର ଆବିଳତା ଓ ପାପ ଦୂର କରି ସତ୍‌ ପ୍ରକୃତିର ଅଧିକାରୀ ହେବାକୁ ହେଲେ ଆଧ୍ୟାତ୍ମିକ ମାର୍ଗରେ ଜୀବନ ଯାପନ କରିବା ବାଞ୍ଛନୀୟ । ଆଧ୍ୟାତ୍ମିକ ସ୍ଵାଧୀନତା ଲାଭ କରିଥିବା ବ୍ୟକ୍ତି ନିଜକୁ କର୍ମକ୍ଷେତ୍ରରୁ ବଞ୍ଚିତ କରେ ନାହିଁ । ତ୍ୟାଗମୟ, ପୂତ ପବିତ୍ର ଜୀବନରେ ସେ ବିଶ୍ୱର କଲ୍ୟାଣ ସାଧନ କରେ ଓ ଏକବିଶ୍ୱପରିବାର ଗଠନ କରିବାରେ ସହାୟକ ହୁଏ । ଏ ବିଶ୍ୱପରିବାରର ଅଧିବାସୀ ପ୍ରେମର ପ୍ରକାଶରେ ଉଦ୍‌ବୁଦ୍ଧ । ଭ୍ରାତୃଭାବର ଅଖଣ୍ଡ ସୂତ୍ରରେ ପ୍ରତ୍ୟେକଙ୍କ ଜୀବନ ଏକତ୍ର ସମାବିଷ୍ଟ । ଏଠାରେ ସ୍ୱାର୍ଥାଗ୍ନିର ଲେଲିହମାନ ଶିଖା ପ୍ରଜ୍ୱଳିତ ହୁଏ ନାହିଁ କିମ୍ୱା ଯୁଦ୍ଧର ବିଭୀଷିକା ନୃତ୍ୟ କରେ ନାହିଁ । ଏହା ପ୍ରତ୍ୟେକ ମାନବ-ଜୀବନର ଶ୍ରେଷ୍ଠତମ କର୍ମସାଧନର କ୍ଷେତ୍ର, ପ୍ରେମ ଓ ଚିରଶାନ୍ତିର ପବିତ୍ରସ୍ଥଳୀ । ଏହି ପଥରେ ପ୍ରତ୍ୟେକ ମନୁଷ୍ୟ ପଥିକ ହେଉ ଓ ତାହାର ଜୀବନର ଚରମ ବିକାଶ ଏହିଠାରେ ହିଁ ଲାଭ ହେଉ ।

 

ଆଧୁନିକ ସମସ୍ୟାର ନିରାକରଣ ନିମିତ୍ତ ମନୁଷ୍ୟ ନିକଟରେ ବିଶ୍ଵାସର ପୁନଃପ୍ରାପ୍ତି ଆବଶ୍ୟକ । ସଦ୍ ମିଥ୍ୟାକୁ ପରିତ୍ୟାଗ କରି ‘ସତ୍ୟର ସନ୍ଧାନ’ରେ ସେ ବ୍ରତୀହେଉ । ଏହା ତାହକୁ ଅମୃତର ପଥ ଦର୍ଶାଇ ପାରିବ ଏବଂ ଭୟ ଓ ବିପଦରୁ ଉଦ୍ଧାର କରିପାରିବ । ଏହି ମୌଳିକ ବିଚାରରେ ସମ୍ବଳିତ ଡକ୍ଟର ରଧାକୃଷ୍ଣନ୍‍ଙ୍କର “Recovery of Faith" ପୁସ୍ତକଟି ସମୟୋପଯୋଗୀ ହୋଇଥିବାରୁ ଓଡ଼ିଆ ପାଠକମାନଙ୍କୁ ଯଥେଷ୍ଟ ଉପାଦାନ ଯୋଗାଇ ପାରିବ ଭାବି ଏହାର ଅନୁବାଦ କରିବାକୁ ସଂକଳ୍ପ କଲି । କ୍ଳିଷ୍ଟ ଇଂରାଜୀ ଶବ୍ଦମାନଙ୍କର ଶାବ୍ଦିକ ଓ ଆର୍ଥିକ ଅନୁବାଦ କରିବାରେ ଯଥାସାଧ୍ୟ ଚେଷ୍ଟା ଅବଲମ୍ବନ କରାଯାଇଅଛି । ତ୍ରୁଟି ରହିଥିଲେ କ୍ଷମଣୀୟ ବୋଲି ଆଶା କରେ ।

 

କୁଆଁରମୁଣ୍ଡା

ଶାନ୍ତିଲତା ତ୍ରିପାଠୀ

ସୁନ୍ଦରଗଡ଼

 

ତା ୧୧ - ୯ - ୧୯୬୯

 

Image

 

 

 

 

 

 

 

 

 

ସାହିତ୍ୟ ଏକାଡେମୀ, ଓଡ଼ିଶାର ପୃଷ୍ଠପୋଷକତାରେ ଏହି ପୁସ୍ତକଟି ପ୍ରକାଶିତ ହୋଇଥିବାରୁ ମୁଁ ଚିର କୃତଜ୍ଞ ।

 

ଶାନ୍ତିଲତା ତ୍ରିପାଠୀ

Image

 

ସୂଚୀପତ୍ର

 

୧.

ମୁଖବନ୍ଧ

୨.

ବିଶ୍ୱାସ କରିବାରେ ଅସୁବିଧା

୩.

ବିଶ୍ୱାସର ପୟୋଜନ

୪.

ସତ୍ୟର ଅନ୍ୱେଷଣ

୫.

ଆଧ୍ୟାତ୍ମିକ ଜୀବନ ଓ ଧର୍ମବିଶ୍ୱାସ

୬.

ସତ୍ୟ ଏବଂ ଏହାର ପ୍ରତୀକ

୭.

ଇଶ୍ୱରାନୁଭୂତି

୮.

ଆନ୍ତଃଧାର୍ମିକ ବନ୍ଧୁତ୍ୱ

୯.

ଉପସଂହାର

Image

 

Unknown

ମୁଖବନ୍ଧ

ଏକ

 

ପୃଥିବୀର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଜୀବନଧାରାକୁ ଆମେ ବାରମ୍ବାର ସଜାଡ଼ିବାରେ ବ୍ୟସ୍ତ; କିନ୍ତୁ ଆଧ୍ୟାତ୍ମିକ ଭାବର ନବ ଜାଗରଣ ଓ ବିଶ୍ଵାସର ପୁନଃ ପ୍ରାପ୍ତି ଏହାଠାରୁ ଅଧିକ ଗଭୀର ଏବଂ ପୃଥିବୀପାଇଁ ଅତ୍ୟନ୍ତ ପ୍ରୟୋଜନ । ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଏଥିରେ ଏକମତ । ସଭ୍ୟତାର ବିଲୋପରେ ମନୁଷ୍ୟ ନିରାଶ ହୋଇପଡ଼େ । ସେହି ସମୟରେ ତାହାର ଆତ୍ମାନୁଭୂତି ପ୍ରକାଶ ପାଏ ଏବଂ ସେ ଠିକ୍ ବୁଝିପାରେ ଯେ, ପ୍ରଚଳିତ ଅବସ୍ଥା ତାର ଯଥେଷ୍ଟ ସହାୟକ ନୁହେଁ । ଏହାର ମୂଳଭିତ୍ତି ନିମିତ୍ତ ପୁନର୍ବାର ଚିନ୍ତା କରିବାକୁ ହେବ । ମନୁଷ୍ୟର ଦାୟିତ୍ଵହୀନକାର୍ଯ୍ୟ ଏବଂ ବିଜ୍ଞାନର ନୂତନ ପରିକଳ୍ପନା ପୃଥିବୀକୁ ଧ୍ଵଂସାଭିମୁଖୀ କରିଛି । ଆମ୍ଭମାନଙ୍କୁ ମନେରଖିବାକୁ ହେବ ଯେ, ପାପର ମୂଲ୍ୟ ହେଉଛି ମୃତ୍ୟୁ ।

 

ଆମ୍ଭମାନଙ୍କର ଜୀବଦ୍ଦଶାରେ ଇତିହାସ ଯେ ତାହାର ଶେଷ ନିଷ୍ପତ୍ତି କରିବ ଏବଂ ମନୁଷ୍ୟର ବିଚାର ଯେ କେବଳ ଯୁଗ ଯୁଗ ଧରି ଭବିଷ୍ୟତର ଗତିପଥ ସୁଦୃଢ଼ କରିବ ଏଥିରେ କିଛି ନୂତନତ୍ଵ ନାହିଁ । ପ୍ରତ୍ୟେକ ଯୁଗରେ ଠିକ୍ ହେଉ ବା ଭୁଲ ହେଉ ଏହିପରି ବିଶ୍ଵାସ ଗଢ଼ି ଉଠିଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଦାବି କରାଯାଇଥାଏ ଯେ, ନିଜ ବିଶ୍ଵାସର ଚିନ୍ତାଧାର ହିଁ କେବଳ ନ୍ୟୟସଙ୍ଗତ । ରୋମ ସହରର ପତନ ହେଲା ବେଳେ ଅଗଷ୍ଟାଇନ୍‌ କହିଥିଲେ ଯେ ସାରା ପୃଥିବୀ ସତେ ଯେପରି ରୋମର ପତନ ସହିତ ଆର୍ତ୍ତନାଦ କରୁଛି । ସାଧୁ ଜିରୋମ୍ ତାଙ୍କର ବେଥେଲ୍‍ହମ ସ୍ଥିତ ଆଶ୍ରମରୁ ଲେଖିଥିଲେ ଯେ ରୋମର ପତନ ସହିତ ମନୁଷ୍ୟ ଜାତିର ମଧ୍ୟ ପତନ ହୋଇଛି । ସମସ୍ତ ରୋମ୍ ସହରର ଧ୍ଵଂସ ସହିତ ସାରା ପୃଥିବୀ ଯେପରି କାରାରୁଦ୍ଧ ହୋଇପଡ଼ିଛି । ପ୍ରାୟ ହଜାରବର୍ଷ ତଳେ ପିଲୋପୋନେସିୟାନ୍ ଯୁଦ୍ଧରେ (୪୩୧ ଠାରୁ ୪୦୪ ଖ୍ରୀ.ପୂ.) ଏଥେନୀୟ ସାମ୍ରାଜ୍ୟର ପତନ ହୋଇଥିଲା । ଏହି ପତନର ଅତି ଦୁଃଖପୂର୍ଣ ବିବରଣୀ ଥୁସିଡ଼ାଇଜିସ୍ ବର୍ଣ୍ଣନା କରିଛନ୍ତି । ଇଜିପ୍‌ଟର ଗୋଟିଏ ପୁରାତନ ରଚନାରୁ (ପ୍ରାୟ ଚାରି ହଜାର ବର୍ଷ ତଳର କଥା) ନିମ୍ନଲିଖିତ ବିଷୟଟି ଉଦ୍ଧୃତ କରାଯାଇଛି :–

 

“ଦେଶର ଚାରିଆଡ଼େ ଚୋରୀ, ଡକାୟତ ଏକ ସାଧାରଣ ବ୍ୟବସାୟ ହୋଇପଡ଼ିଛି । ଚାଷବାସ ପ୍ରାୟ ସମସ୍ତେ ଛାଡ଼ି ଦେଲେଣି । ଅପରିଷ୍କାର ଅପରିଚ୍ଛନ୍ନ ବିଷୟରେ କେହି ଚିନ୍ତା ମଧ୍ୟ କରୁନାହାନ୍ତି । ସମଗ୍ର ଦେଶ ସତେ ଯେପରି କୁମ୍ଭାରର ମାଟିଚକ ପରି ଘୂରି ବୁଲିବାରେ ଲାଗିଛି । ଛୋଟ ବଡ଼ ସମସ୍ତେ ନିଜର ଜୀବନକୁ ନିନ୍ଦା କରୁଛନ୍ତି । ବ୍ୟଭିଚାର ସୀମା ଟପି ଗଲାଣି । ମନୁଷ୍ୟ ଏତେ ଦରିଦ୍ର ହୋଇପଡ଼ିଛି ଯେ ଘୁଷୁରି କୁକୁର ମୁହଁରୁ ଖାଦ୍ୟ ଛଡ଼ାଇ ନେଉଛି । କାର୍ଯ୍ୟାଳୟମାନଙ୍କରେ ସୁପରିଚାଳନା ନାହିଁ ବା କାଗଜପତ୍ରର ହିସାବ ନାହିଁ । କେତେକ ମୂର୍ଖ ରାଜତ୍ଵ ଭାର ଗ୍ରହଣ କରିଛନ୍ତି । କର୍ମଚାରୀମାନେ କାର୍ଯ୍ୟରୁ ତଡ଼ା ଖାଉଛନ୍ତି । ସାଧାରଣ ମନୁଷ୍ୟ ନେତାବିହୀନ ହୋଇ ଉଦ୍ଦେଶ୍ୟହୀନ ଭାବରେ ଘୂରି ବୁଲୁଛି । କଳାକାରର ଆଉ ସେ ସ୍ପୃହା ନାହିଁ । ମୁଷ୍ଟିମେୟ କେତେଜଣ ବହୁ ହତ୍ୟାରେ ଲିପ୍ତ ରହିଛନ୍ତି । କାଲି ଯେ ଦରିଦ୍ର ଆଜି ସେ କୁବେର । ଏହି କୁବେରର ଖୁସାମଦରେ ସମସ୍ତେ ବ୍ୟସ୍ତ ଇତ୍ୟାଦି.... ।’’ (୧)

 

୧. Man in the Modern Age by Karl Jaspers (1951), P.2.4

 

ଦୁଇ ହଜାର କିମ୍ବା ଚାରି ହଜାର ବର୍ଷ ତଳେ ମନୁଷ୍ୟ ଯାହା ଚିନ୍ତା କରୁଥିଲା ଆଜି ମଧ୍ୟ ଠିକ୍ ତାହାହିଁ ଭାବୁଛି ଯେ ବୋଧହୁଏ ତାହାରି ସମୟରେ ପୃଥିବୀ ଅନ୍ତିମ ଅବସ୍ଥାରେ ପହଞ୍ଚିବ; କିନ୍ତୁ କେତେକ ଜାଗାରେ ସଭ୍ୟତାର ଧ୍ଵଂସ ହୋଇଯାଇଥିବା ସ୍ଥଳେ ଆଉ କେତେକ ସ୍ଥାନରେ ତାହାର ବିକାଶ ମଧ୍ୟ ହୋଇଛି । ଏହି ଅତୀତ ଅଭିଜ୍ଞତାରୁ ମନୁଷ୍ୟ ତାହାର ଭବିଷ୍ୟତ ଜୀବନ ଗଢ଼େ । ଇଜିପଟ ଗ୍ରୀସ୍ ଓ ରୋମ ଆଦି ସଭ୍ୟତା ସମଗ୍ର ମାନବ ଜାତ ବା ପୃଥିବୀ ମଧ୍ୟରେ ବିସ୍ତାର ଲାଭ କରି ନ ଥିଲା; କିନ୍ତୁ ଆଧୁନିକ ସଭ୍ୟତାର ପ୍ରଭାବ ସମଗ୍ର ପୃଥିବୀରେ ବ୍ୟାପି ଯାଇଛି । ବାହ୍ୟ ଆକ୍ରମଣଦ୍ଵାରା ପୁରାତନ ସଭ୍ୟତାଗୁଡ଼ିକର ପତନ ହୋଇଥିଲା; କିନ୍ତୁ ଆଧୁନିକ ସଭ୍ୟତାରେ ଭୟ ସତତଃ ଅନ୍ତର୍ନିହିତ । ପୃଥିବୀରେ ବର୍ତ୍ତମାନ ଯେଉଁ ବିରାଟ ପରିବର୍ତ୍ତନ ଦେଖାଦେଇଛି ଅତୀତର ପରିବର୍ତ୍ତନ ସହିତ ତାହାର ତୁଳନା ଅସମ୍ଭବ । ଆଧୁନିକ ଜଗତରେ ଅସମ୍ଭବ ବୋଲି କୌଣସି କଥା ନାହିଁ । ଏହାର ପରିସ୍ଥିତି ବିପଦସଂକୁଳ ହେଲେ ମଧ୍ୟ ଅନେକ ସମୟରେ ଏହା ଅପରିମିତ ଭାବେ ପୁରସ୍କୃତ ହୁଏ । ମାନବ ଜାତି ନିଜକୁ ଧ୍ଵଂସ କରି ଏ ପରିସ୍ଥିତିର ସମାପ୍ତି ଘଟାଇପାରେ କିମ୍ବା ନିଜ ଚେଷ୍ଟାଦ୍ଵାରା ଆଧ୍ୟାତ୍ମିକ ଭାବର ଚେତନା ଉଦ୍ରେକ କରି ନୂତନ ଜୀବନର ଅଧିକାରୀ ହୋଇ ଏ ପୃଥିବୀକୁ ତାହାର ପ୍ରକୃତ ବାସୋପଯୋଗୀ କରିପାରେ । ମନୁଷ୍ୟର ଚିନ୍ତା ଆଜି ଏକ ଅଜ୍ଞାତ ଶକ୍ତିର ଭୟ ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରଭାବ ମଧ୍ୟରେ ଆନ୍ଦୋଳିତ ।

 

ଅସ୍ତ୍ରଶସ୍ତ୍ର ସଜ୍ଜିତ ଆଧୁନିକ ପୃଥିବୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅତି କ୍ଷୀଣ । ଉଭୟେ ଉଭୟଙ୍କ ପ୍ରତି ଆକ୍ଷେପ କରନ୍ତି । ଆମ୍ଭମାନଙ୍କର ଚିନ୍ତା ଓ ଆବେଗ ଏହି ଦୁଇଭାଗ ବିଶିଷ୍ଟ ପୃଥିବୀ ନେଇ ବ୍ୟସ୍ତ । ଭବିଷ୍ୟତ ପାଇଁ ଆମେ ସଦା ଚିନ୍ତିତ । ଆମେ ଯେତେ ଶକ୍ତିଶାଳୀ ବା ବିଭବଶାଳୀ ହେଲେ ମଧ୍ୟ ଶାନ୍ତି ଓ ନିରାପଦରେ ବାସ କରିବା ଅସମ୍ଭବ ହୋଇ ପଡ଼ିଛି । ଆମର ଶିକ୍ଷା ଓ ବୁଦ୍ଧି ଯଥେଷ୍ଟ ଅଗ୍ରଗତି କରିଛି ସତ, କିନ୍ତୁ ପ୍ରଜ୍ଞା ଓ ନୈତିକତା ବହୁ ପଛରେ ପଡ଼ି ଯାଇଛି । ଏହି ନୈତିକତାର ଅଭାବଯୋଗୁଁ ବିବାଦ ଲାଗି ରହିଛି ଏବଂ ସମଗ୍ର ପୃଥିବୀରେ ଏକତାର ଅଭାବ ଦେଖାଦେଇଛି । ଧର୍ମବିଶ୍ଵାସ ଓ ଶୃଙ୍ଖଳାର ଅଭାବରୁ ବିପଦ ଘନେଇ ଆସେ । ସମାଜର ଦୁର୍ବଳତାର ସୁଯୋଗ ନେଇ ପୃଥିବୀରେ ବହୁ ବଡ଼ ବ୍ୟକ୍ତି ଅନେକ ସ୍ଥାନରେ ନିଜକୁ ନେତାରୂପେ ସଜାଇ ନିଜ ମୁର୍ଖତାକୁ ଜ୍ଞାନ ବୋଲି ଘୋଷଣା କରନ୍ତି । ଏକା ସାଥିରେ ବିହନ ଏବଂ ବାଳୁଙ୍ଗା ବୁଣା ଚାଲିଛି ।

 

ସୃଷ୍ଟିର ଆରମ୍ଭରୁ ପୃଥିବୀରେ ମନୁଷ୍ୟ ଅତି ବିପଦପୂର୍ଣ୍ଣ ଘଟଣା ଏବଂ ଆସନ୍ନ ସର୍ବନାଶର ସମ୍ମୁଖୀନ ହୋଇଆସିଛି । ତାହାର ବଂଶଧର ଆଜିପର୍ଯ୍ୟନ୍ତ ଯୁଦ୍ଧର ବିଭୀଷିକା ମଧ୍ୟ ଦେଇ ଗତି କରି ଆସୁଛି । ପୃଥିବୀର ଅନ୍ତିମ ଅବସ୍ଥା କ’ଣ ଏହିପରି ବିପଦପୂର୍ଣ୍ଣ ହୋଇ ରହିଥିବ ? ୧ ଏହାକୁ ଯଦି ପ୍ରକୃତିର ନିୟମ ବା ବିଧାତାର ଆଦେଶ ବୋଲି ବିଶ୍ଵାସ କରାଯାଏ ତାହାହେଲେ ମନୁଷ୍ୟ-ପ୍ରକୃତିକୁ ଅସ୍ଵୀକାର କରିବାକୁ ହେବ । ଏ. ଏନ୍. ହ୍ଵାଇଟ୍‍ହେଡ଼ଙ୍କ ମତରେ ଯଦି ଜୀବମଧ୍ୟରେ ବିଶ୍ଵର କାର୍ଯ୍ୟାବଳୀକୁ ପ୍ରତିରୋଧ କରିବାର ଶକ୍ତି ଅଛି, ତେବେ ମାନବଜାତି ମଧ୍ୟରେ ଏହା ଅଧିକ ପରିଲକ୍ଷିତ ହେବାର କଥା । ମନୁଷ୍ୟ କଦାପି ଭାଗ୍ୟର ଦୟା ଉପରେ ନିର୍ଭର କରେ ନାହିଁ । ତାହାର ପୁରାତନ ଇତିହାସକୁ ସେ ଚେଷ୍ଟା କଲେ ବଦଳାଇ ପାରିବ । ଇତିହାସ ଅପରିହାର୍ଯ୍ୟ ନୁହେଁ । ନିରାଶ ଏବଂ ସମ୍ବଳହୀନ ହୋଇ ନିଜକୁ ଅଗାଧ ସାଗରରେ ଭସାଇଦେବା ଅପେକ୍ଷା ଏହାର ସ୍ରୋତକୁ ଅତିକ୍ରମ କରିବା ସାହସିକତାର କାର୍ଯ୍ୟ । ଚେଷ୍ଟାଦ୍ଵାରା ଏହି ସ୍ରୋତର ଗତିକୁ ମଧ୍ୟ ବଦଳାଇ ଦିଆଯାଇପାରେ ।

 

୧ । J. F. C. Fuller ଲେଖିଛନ୍ତି, ‘‘ମାନବଇତିହାସରେ ଏପରି କୌଣସି ସମୟ ନାହିଁ ଯେତେବେଳେ ଯୁଦ୍ଧ ହୋଇନାହିଁ । ଜୁଆରି ଓ ଭଟ୍ଟାପରି ଯୁଦ୍ଧ ଲାଗି ରହିଛି ।” The Decisive Battles of The Western World (1954) Vol I, P. Xi

 

ଇତିହାସର ଏକ ଭ୍ରାନ୍ତ ଧାରଣ ମନୁଷ୍ୟମନକୁ ସଦା କଳୁଷିତ କରେ । ଏହି ଧାରଣା ଈଶ୍ଵର ନିର୍ଦ୍ଧାରିତ ହେଉ ବା ଅଗ୍ରଗତିର ଅନିବାର୍ଯ୍ୟ ନିୟମ ହେଉ କିମ୍ବା ଶ୍ରେଣୀହୀନ ସମାଜର ଯୁକ୍ତିପୂର୍ଣ୍ଣ ତଥ୍ୟ ହେଉ ବା ଭାଗ୍ୟ ହେଉ ସେଥିରେ କିଛି ପ୍ରଭେଦ ନାହିଁ । ଯାହା ଦୂଷିତ କରେ ସେ ସବୁବେଳେ ଦୂଷିତ କରିବ । କାଲ୍‌ଭିନ୍‍ଙ୍କ ମତରେ ଈଶ୍ଵରଙ୍କ ଇଚ୍ଛା ବି ସତ୍ୟ ଅଟେ । ଏହା ଅବୋଧ୍ୟ ଏବଂ ଏହା ନିକଟରେ ପହଞ୍ଚିବା ଅସମ୍ଭବ । (୧) ଇଶ୍ଵର ସବୁ କିଛି, ମନୁଷ୍ୟ କିଛି ନୁହେଁ । ତାଙ୍କର ଇଚ୍ଛା ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ । ଯଦି ମନୁଷ୍ୟର ଧ୍ଵଂସ ଅନିବାର୍ଯ୍ୟ ତେବେ ଏହା ମଧ୍ୟ ଈଶ୍ଵରଙ୍କ ଇଚ୍ଛା । ସମସ୍ତ ମାରାତ୍ମକ ଧର୍ମବିଶ୍ଵାସୀମାନଙ୍କପରି ଏହି କାଲ୍‍ଭିନ୍‍ବାଦୀମାନେ କହନ୍ତି ସେ ଆତ୍ମାକୁ ନିଜର କର୍ମଫଳ ଭୋଗ କରିବାକୁ ପଡ଼େ । କ୍ୟାଣ୍ଟ୍‌ଙ୍କ ମତରେ ଈଶ୍ଵରଙ୍କ ଇଚ୍ଛା ପରିପୂର୍ଣ୍ଣ ହେବାପାଇଁ ମନୁଷ୍ୟ ଧୀରେ ଧୀରେ ନୀତିବାଦୀ ହୋଇଯାଏ । ଏହା ହିଁ ଇତିହାସ । ହେଗେଲ୍‍ଙ୍କ ମତରେ ଈଶ୍ଵରଙ୍କୁ ଉନ୍ନୁକ୍ତ କରିବା, ହିଁ ଇତିହାସ । ମନୁଷ୍ୟ ଯେ ଏକତା ନିକଟକୁ ଅଗ୍ରସର ହୁଏ, ଏହା ତକେଭିଲେଙ୍କ ମତରେ ଈଶ୍ଵରଙ୍କ ଇଚ୍ଛାର ଚିହ୍ନସ୍ୱରୂପ । “ଏହା ସାର୍ବଜନୀନ, ସ୍ଥାୟୀ ଏବଂ ମନୁଷ୍ୟର ହସ୍ତକ୍ଷେପର ବାହାରେ ।” (୨) ବୈଜ୍ଞାନିକ ନିୟମଦ୍ଵାରା ପ୍ରତିଷ୍ଠିତ ନ ହୋଇପାରିଲେ ମଧ୍ୟ ଜୀବଜଗତର ସମବିକାଶ ଏବଂ ବିଜ୍ଞାନର ସଫଳତାରୁ ସ୍ୱ-ପ୍ରଗତି ବିଶ୍ଵାସଯୋଗ୍ୟ ଅଟେ । ସ୍ପେନ୍‌ସର୍‌ଙ୍କ ମତରେ ପୃଥିବୀରେ ପ୍ରତ୍ୟେକ ବସ୍ତୁ ସହିତ ମାନବ ଜାତି ମଧ୍ୟ ଆପେ ଆପେ ବିକାଶ ଲାଭ କରେ । ମାର୍କସବାଦୀଙ୍କ ମତରେ “ଯେତେବେଳେ ପ୍ରକୃତ ସ୍ଵାଧୀନ ସାମ୍ରାଜ୍ୟ ମନୁଷ୍ୟର ପ୍ରୟୋଜନରୁ ଗଢ଼ି ଉଠିବ ସେତେବେଳେ ଭବିଷ୍ୟତ୍ ସାମ୍ୟବାଦୀ ସମାଜ ପୂର୍ଣ୍ଣଭାବରେ ବିକାଶ ଲାଭ କରିବ । (୩) ଯଦିଓ ମାର୍କସ ଐତହାସିକ ଅଗ୍ରଗତି ଉପରେ ଜୋର ଦିଅନ୍ତି, ତଥାପି ବ୍ୟକ୍ତିଗତ ପ୍ରଚେଷ୍ଟାକୁ ସେ ଆଗେଇ ଦେଇ ନାହାନ୍ତି । ସାମ୍ୟବାଦୀମାନେ ବିଶ୍ଵାସ କରନ୍ତି ଯେ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ଇତିହାସ ସହଯୋଗ କରେ । ନିତ୍‍ସେଙ୍କର ଦୃଢ଼ ବିଶ୍ଵାସ ଯେ ୟୁରୋପୀୟ ସଂସ୍କୃତି ସହିତ ଚିରାଚରିତ ନୈତିକ ମୂଲ୍ୟବୋଧର ଅଧଃପତନ ହେବାକୁ ଆରମ୍ଭ କଲାଣି ଏବଂ ତାହା ସହିତ ଆମର ଗତି ମଧ୍ୟ ଲକ୍ଷ୍ୟହୀନ ହୋଇପଡ଼ିଛି । ସ୍ପେଙ୍ଗଲର୍‌ଙ୍କ ମଧ୍ୟରେ ବର୍ତ୍ତମାନ ଇତିହାସର ଆଧ୍ୟାତ୍ମିକ ଚିନ୍ତାଧାରାର ମୂଲ୍ୟ ଅର୍ଥହୀନ ହୋଇପଡ଼ିଛି-। ଆମେ ସ୍ଵାଧୀନତାର ଶତ୍ରୁମାନଙ୍କ ସହିତ ଯୋଗଦାନ କରିବାକୁ ଆଉ କୁଣ୍ଠାବୋଧ କରୁ ନାହୁଁ । ଆମ୍ଭମାନଙ୍କର ମନ କୌଣସି ବିଷୟ ହଠାତ୍‍ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ପ୍ରତ୍ୟେକ କଥା ଦୋଷାବହ ବୋଲି ଆମେ ମନେକରୁ ଏବଂ ଆମର ଚେଷ୍ଟା ଯେ କେବେହେଲେ ଆମକୁ ମନ୍ଦକାର୍ଯ୍ୟରୁ ନିବୃତ୍ତ କରିବ ନାହିଁ ଏହା ସ୍ଵତଃସିଦ୍ଧ ହୋଇପଡ଼ିଲାଣି ।

 

୧ । କାଲ୍ ଭିନ୍ ଲେଖିଛନ୍ତି- ‘ପ୍ରତ୍ୟେକ କାର୍ଯ୍ୟ ଈଶ୍ଵର ପରିଚାଳିତ । ତାଙ୍କ ପାଇଁ ଅତୀତ ବା ଭବିଷ୍ୟତ ନାହିଁ । ସବୁ ବର୍ତ୍ତମାନ । ଏହା ସମଗ୍ର ବିଶ୍ଵ ଏବଂ ଜୀବପାଇଁ ପ୍ରଯୁଜ୍ୟ ।

 

୨ । Preface to part I, Democracy in America, Trans. by Henry Reeve (1835).

 

୩ । Moris Ginsberg, The Idea of Progress (1953),P.13.

 

ଯେଉଁମାନେ ମନୁଷ୍ୟକୁ ବନ୍ଧନହୀନ ବୋଲି ମନେକରନ୍ତି ନାହିଁ ମନୁଷ୍ୟର ସ୍ଵାଧୀନତା ବିଷୟରେ ସେମାନଙ୍କର ଜ୍ଞାନ ନ ଥାଏ । ସେମାନଙ୍କର ଦୃଷ୍ଟି ମାନବସମାଜ ପ୍ରତି ଗଭୀର ଓ ମର୍ଯ୍ୟାଦାପୂର୍ଣ୍ଣ ନୁହେଁ । ମନୁଷ୍ୟ ଯେ ନିଜର ପ୍ରୟୋଜନନିମିତ୍ତ କଠିନ ପରିଶ୍ରମ କରେ ତାହା ସେମାନଙ୍କ ଧାରଣାର ବାହାରେ । ବନ୍ଧନହୀନ ମୁକ୍ତ ଆତ୍ମାର ଅବିଶ୍ଵାସରେ ମନୁଷ୍ୟସମାଜ ନଷ୍ଟ ଭ୍ରଷ୍ଟ ହୋଇଯାଏ । ସ୍ଵାଧୀନତା ହିଁ ମନୁଷ୍ୟକୁ ବନ୍ଧନରୁ ଉନ୍ମୁକ୍ତ କରିପାରେ ଏବଂ ତଦ୍ଵାରା ମଧ୍ୟ ତାହାର ପଶୁପ୍ରବୃତ୍ତି ଦୂର କରି ନିଜକୁ ଉଦାର କରେ । ସେ ଜଡ଼ ବିଜ୍ଞାନ ବି ମନୋବିଜ୍ଞାନର ବିଷୟବସ୍ତୁ ନୁହେଁ । ଯଦି ତାହାର ଚିନ୍ତା ଅନ୍ତର୍ମୂଖୀ ନ ହୋଇ ବହୁର୍ମୂଖି ହୋଇଯାଏ, ତେବେ ସେ ନିଜ କର୍ମର ବା ପ୍ରୟୋଜନର ଦାସ ହୋଇଯିବ । ନିଜକୁ ଏହି ବହୁମୂର୍ଖୀ ଭାବରୁ ରକ୍ଷା କରିବାପାଇଁ ମନୁଷ୍ୟର ସମସ୍ତ ଶକ୍ତି ରହିଛି । ସେ ନିଜକୁ ଏହାଦ୍ଵାରା ବନ୍ଧନମୁକ୍ତ କରିବାର ଚେଷ୍ଟା । ମାନବଜାତିର ଇତିହାସ କେବଳ ମନୁଷ୍ୟକୁ ବନ୍ଧନମୁକ୍ତ କରିବାର ଚେଷ୍ଟା । ବୁଦ୍ଧ, ସକ୍ରେଟୀସ୍, ଜରଥୁଷ୍ଟ୍ର ଏବଂ ଖ୍ରୀଷ୍ଟ ମନୁଷ୍ୟ ଅନ୍ତରରେ ଐଶ୍ୱରିକ ଚେତନା ପ୍ରକାଶ କରି ତାହାକୁ ବନ୍ଧନରୁ ମୁକ୍ତ କରି ପାରିଅଛନ୍ତି ।

 

ମନୁଷ୍ୟର ଅତୀତ ବାଧାବିଘ୍ନରେ ପରିପୂର୍ଣ୍ଣ ଥିଲା । ଗୋଟିଏ ଦିଗରେ ଅଗ୍ରସର ହେଲାବେଳେ ଅନ୍ୟ ଦିଗରେ ସେ ପଛଘୁଞ୍ଚା ଦେଉଥିଲା । ବୈଷୟିକ ପଦାର୍ଥର ପ୍ରସାରଦିଗରେ ମନ ବଳାଇ ଆଧୁନିକ ମାନବ ନିଜ ଅନ୍ତରର ସମ୍ପର୍କକୁ କ୍ଷୀଣ କରି ଦେଇଛି । ଇତିହାସର ପ୍ରଗତିପାଇଁ କୌଣସି ଏକ ଧରାବନ୍ଧା ନିୟମ ନାହିଁ । ମନୁଷ୍ୟର କାର୍ଯ୍ୟ ମାନବଜାତିକୁ ଆଗେଇ ନିଏ । ତାହାର ଭବିଷ୍ୟତ୍ ନିଜର ଚିନ୍ତା ଉପରେ ନିର୍ଭର କରେ । ଏହି ପରିସ୍ଥିତିକୁ ହେବାକୁ ଚେଷ୍ଟା କରିବା ହିଁ ମନୁଷ୍ୟର ଅଗ୍ରଗତିର ପ୍ରଥମ ଚିହ୍ନ ଏବଂ ଏହାକୁ ବୁଝିବାର ଅର୍ଥ ଏହାର ପରିବର୍ତ୍ତନ କରିବା । ଏଥିପାଇଁ ଆମର ପଦକ୍ଷେପର ଗତି ଇଚ୍ଛାନୁଯାୟୀ ଆୟତ୍ତ କରାଯାଇପାରେ । ମନୁଷ୍ୟର ଜୀବନ ଏତେ ଅନିଶ୍ଚିତତାରେ ପରିପୂର୍ଣ୍ଣ ଯେ ଏହାର ଭବିଷ୍ୟତ ନିର୍ଣ୍ଣୟ କରିବା ଅତି କଠିନ ।

 

ପରବର୍ତ୍ତନ କରିବା ମନୁଷ୍ୟର ପ୍ରକୃତି ଏବଂ ଜୀବନର ଏକ ନିୟମ ସ୍ଵରୂପ । ପ୍ରତ୍ୟେକ ପରିବର୍ତ୍ତନ ସହିତ ସେ ନିଜକୁ ଖାପ୍ ଖୁଆଇବାକୁ ଚେଷ୍ଟା କରେ । ଯେତେବେଳେ ସେ ପାଣି ନିକଟରେ ବାସ କରେ ମାଛଧରା ତାହାର ବ୍ୟବସାୟ ହୋଇପଡ଼େ କିମ୍ବା ଯେତେବେଳେ ସେ ଗ୍ରୀଷ୍ମ ମଣ୍ଡଳରେ ବାସକରେ ଫଳ ଗୋଟାଇବା ତାହାର ଜୀବିକା ହୋଇପଡ଼େ । ଯଦି ମନୁଷ୍ୟକୁ ବଞ୍ଚି ରହିବାକୁ ହୁଏ ତେବେ ପ୍ରକୃତି ସହିତ ତାହାର ସମ୍ପର୍କ ଗଭୀର ହେବା ପ୍ରୟୋଜନ । ପ୍ରତ୍ୟେକ ଧର୍ମ ମାନବଜାତିର ଏକତାକୁ ପ୍ରଥମ କର୍ତ୍ତବ୍ୟ ବୋଲି ଦାବୀ କରେ; କିନ୍ତୁ ଏହା କେବଳ ଭୌଗୋଳିକ ଏବଂ ପ୍ରାକୃତିକ ପରିସ୍ଥିତିରେ ପରିଲକ୍ଷିତ ହୁଏ । ମନ ଓ ହୃଦୟ ଆଜି ପର୍ଯ୍ୟନ୍ତ ଏହି ଏକତାକୁ ଗ୍ରହଣ କରିପାରି ନାହିଁ । ଜାତି ଜାତି ମଧ୍ୟରେ ପ୍ରଭେଦ, ଦେଶ ମହାଦେଶ ନେଇ ବିବାଦ ଏବଂ ଧର୍ମମାନଙ୍କ ମଧ୍ୟରେ କଳହ ପ୍ରଭୃତି ଦ୍ଵନ୍ଦାତ୍ମକ ପ୍ରବୃତ୍ତିଗୁଡ଼ିକୁ ଏକତ୍ରିତ କରି ଏକ ମହାନ୍ ଏକତା ସୃଷ୍ଟି କରିବାକୁ ହେବ । ଏଥିପାଇଁ ସାହସ ଏବଂ ଦୃଷ୍ଟିର ପରିସର ବଢ଼ାଇବାକୁ ହେବ ।

 

ମନୁଷ୍ୟ ଆଶାକରେ ସେ ଦିନେ ସେ ନୈତିକତାର ଚରମସୀମାରେ ପଦାର୍ପଣ କରିବ ଏବଂ ଅପରକୁ ବିଶ୍ଵାସକରି ଶାନ୍ତିରେ ଜୀବନ ଯାପନ କରିବ । ଏହି ଆଶା ହିଁ ତାକୁ ବଞ୍ଚାଇ ରଖେ ଏବଂ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ । ବ୍ୟକ୍ତି, ସମାଜ ଓ ଦେଶ ମଧ୍ୟରେ ତାର ପ୍ରତିବନ୍ଧକ ରହିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ସେ ସୁ-ସମ୍ପର୍କ ରହିଛି ଏଥିରେ ସନ୍ଦେହ ନାହିଁ । ମାନବର ଏହା ପରମ ସୌଭାଗ୍ୟ ଯେ ସେ ନିଜକୁ ମନୁଷ୍ୟରୂପେ ଗଢ଼ି ତୋଳେ, ଆଧ୍ୟାତ୍ମିକ ଚେତନାରେ ନିଜକୁ ପରିପୁଷ୍ଟ କରେ ଏବଂ ବୁଝିବାର ଶକ୍ତିକୁ ବଢ଼ାଏ । ଚାରିଆଡ଼େ ବିଶୃଙ୍ଖଳା ଓ ଗଣ୍ଡଗୋଳ ପୂରି ରହିଥିଲେ ମଧ୍ୟ ଆଜି ପ୍ରତ୍ୟେକ ମନୁଷ୍ୟ ତାହାର ହୃଦୟରେ ଏହି ବିଶ୍ଵାସ ଏବଂ ଆଶାର ସ୍ପନ୍ଦନ ଅନୁଭବ କରେ ।

 

ବିଭିନ୍ନ ଧର୍ମର ମହାମାନବମାନେ ନିଜର ପରାମ୍ପରାଗତ ସମାଜର ନିର୍ଦ୍ଦିଷ୍ଟ ମତଠାରୁ ନିଜକୁ ଅଲଗା ରଖି ସେମାନଙ୍କ ଉପଦେଶ ମାଧ୍ୟମରେ ସମାଜରେ ନୂତନତ୍ଵ ଏବଂ ପରିବର୍ତ୍ତନ ଆଣନ୍ତି । ଉପନିଷଦର ଋଷି, ଗୌତମ ବୁଦ୍ଧ, ଜରଥୁଷ୍ଟ୍ର, ସକ୍ରେଟୀସ୍, ଯୀଶୁ, ମହମ୍ମଦ, ନାନକ ଏବଂ କବୀର ପ୍ରଭୃତି ମହାମାନବମାନେ ପରମ୍ପରା ଗତ ଦୃଷ୍ଟିକୋଣରୁ ନିଜକୁ ପୃଥକ୍ କରି ଦେଇଛନ୍ତି । ଉପନିଷଦର ଋଷି ଏବଂ ବୁଦ୍ଧ ଯେପରି ଧର୍ମର ଆଡ଼ମ୍ବରକୁ ନିନ୍ଦା କରିଛନ୍ତି ଏବଂ ଯୀଶୁ ଯେପରି ଇହୁଦୀ ପଣ୍ଡିତମାନଙ୍କର ରକ୍ଷଣଶୀଳତାକୁ ଘୃଣା କରିଛନ୍ତି, ସେହିପରି ଆମ୍ଭମାନଙ୍କୁ ମଧ୍ୟ ଧର୍ମର ସହନଶୀଳତାକୁ ମନୁଷ୍ୟର ଦୁର୍ବଳତା ଓ ସମୟର ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରୁ ରକ୍ଷା କରିବାକୁ ପଡ଼ିବ । ପ୍ରତ୍ୟେକ ଧର୍ମ ଯୁଗର ପ୍ରୟୋଜନ ଏବଂ ସମୟାନୁଯାୟୀ ନିଜକୁ ଗଢ଼ି ତୋଳବାରେ ଚେଷ୍ଟା କରେ ଏବଂ ଯେଉଁ ଧର୍ମ ଏହିପରି ଶକ୍ତିକୁ ହରାଇ ବସିଛି ତାକୁ ପରିତ୍ୟାଗ କରିବା ହିଁ ଆବଶ୍ୟକ । ମହାକବି କାଳିଦାସଙ୍କର ‘ମାଳବିକାଗ୍ନିମିତ୍ର’ରେ ବର୍ଣ୍ଣିତ ଅଛି ଯେ କେବଳ ପୁରାତନ ହେବା ହେତୁ ବସ୍ତୁ ସୁନ୍ଦର ହୁଏ ନାହିଁ ବା କୌଣସି ସାହିତ୍ୟ କେବଳ ନୂତନ ହେବା ହେତୁ ନିନ୍ଦନୀୟ ହୁଏ ନାହିଁ । ପ୍ରତ୍ୟେକ ବସ୍ତୁକୁ ଗ୍ରହଣ କରିବା ପୂର୍ବରୁ ପରୀକ୍ଷା କରିବା ବିଧେୟ । କେବଳ ମୂର୍ଖ ହିଁ ଅନ୍ୟର ବିଶ୍ୱାସରେ ନିଜକୁ ହରାଇ ବସେ ।

 

“ପୁରାଣମିତ୍ୟେବ ନ ସାଧୁ ସର୍ବଂ

ନ ଚାପି କାବ୍ୟଂ ନବମିତ୍ୟବଦ୍ୟମ୍

ସନ୍ତଃ ପରୀକ୍ଷ୍ୟାନ୍ୟତରଦ୍ ଭଜନ୍ତେ

ମୂଢ଼ଃ ପରପ୍ରତ୍ୟୟ ନେୟବୁଦ୍ଧିଃ ।।

 

–ମାଳକାଗ୍ନି ମିତ୍ର

 

ଇତିହାସର ଗତି ଅବିରାମ । ଏହି ଚିରାଚରିତ ଗତି ମନୁଷ୍ୟ ତିଆରି ଯନ୍ତ୍ରର ଉଦ୍ଭାବନ ନୁହେଁ । ଏହା ପରିବର୍ତ୍ତନଶୀଳ ସୃଷ୍ଟି ମାତ୍ର । ଧର୍ମର ପ୍ରକୃତ ସତ୍ୟକୁ ଚିରଦିନପାଇଁ ରକ୍ଷା କରିବାକୁ ହେଲେ ଏହାର ପୁରାତନ ସତ୍ୟାସତ୍ୟ ଓ ଚିନ୍ତାଧାରାର ବିଷୟବସ୍ତୁକୁ ସମୟୋପଯୋଗୀ କାର୍ଯ୍ୟରେ ନିୟୋଜିତ କରିବା ଆମର କର୍ତ୍ତବ୍ୟ । ଆମ୍ଭମାନଙ୍କର ଲକ୍ଷ୍ୟ ଏକ । ପ୍ରତ୍ୟେକ ଧର୍ମାବଲମ୍ବୀ ନିଜର ବିଶ୍ଵାସରେ ଉଚ୍ଚ-ନୀଚ ଭେଦଭାବ ପରିତ୍ୟାଗ କରି ଏହିଲକ୍ଷ୍ୟ ପ୍ରତି ଅଗ୍ରସର ହେବା ଉଚିତ । ସମୟର ପରିବର୍ତ୍ତନରେ ସବୁକିଛି ବଦଳିଯାଏ ଏବଂ ଏହି ପରିବର୍ତ୍ତନଶୀଳ ଜଗତରେ ଆମର ଆତ୍ମା ଯେ ଆମ୍ଭମାନଙ୍କୁ ସତ୍‌ପଥରେ ଆଗେଇ ନେବ ଏଥିରେ ସନ୍ଦେହ ନାହିଁ ।

 

ବିଶ୍ଵାସ କରିବାର ଅର୍ଥ ହେଉଛି ଏହାକୁ ବ୍ୟବହାର ବା କାର୍ଯ୍ୟରେ ପରିଣତ କରିବା । ଆମେ ଯଦି ପୃଥିବୀ ଓ ମାନବକୁ ବିଶ୍ଵାସ କରୁ ତେବେ ଆମର ସଂସାର ଆନନ୍ଦରେ ପୂରି ଉଠିବ । ଯଦି ପଶୁ ପରି ଆଚରଣ କରୁ ତେବେ ଆମର ସଂସାର ଏକ ଜଙ୍ଗଲରେ ପରିଣତ ହୋଇଯିବ । ବିଶ୍ଵରେ ଶାନ୍ତି ଏବଂ ବୁଝାମଣାର ଜ୍ଞାନପ୍ରତିଷ୍ଠାପାଇଁ ଆମ୍ଭମାନଙ୍କୁ ବିଶ୍ଵର ଆଧ୍ୟାତ୍ମିକ ମୂଲ୍ୟବୋଧରେ ବିଶ୍ଵାସ କରିବାକୁ ପଡ଼ିବ । ଆମ୍ଭେମାନେ ଆଜି ଏହି ମୌଳିକ ବିଷୟବସ୍ତୁର ଚିନ୍ତାରେ ଅତ୍ୟନ୍ତ ବ୍ୟସ୍ତ ଏବଂ ପ୍ରକୃତ ଜ୍ଞାନର ଆହରଣ ନିମିତ୍ତ ସଦା ଆଗ୍ରହୀ ।

 

ଗେଟେ କହିଛନ୍ତି, ‘‘ପୃଥିବୀରେ ଏବଂ ମନୁଷ୍ୟ ଇତିହାସରେ ପ୍ରକୃତ ସତ୍ୟ ହେଉଛି ବିଶ୍ଵାସ ଏବଂ ଅବିଶ୍ଵାସ ମଧ୍ୟରେ ଦ୍ଵନ୍ଦ । ପ୍ରତ୍ୟେକ ଯୁଗରେ ନିଜର ସମୟୋପଯୋଗୀ ବିଶ୍ଵାସରେ ଅଗ୍ରଣୀ ହୋଇ ମନୁଷ୍ୟ ଶାନ୍ତିରେ ବସବାସ କରିଛି ଏବଂ ତାହାର ବଂଶଧର ମଧ୍ୟ ଉପକୃତ ହୋଇଅଛି । ଯଦି କୌଣସି ସମୟରେ ଅବିଶ୍ଵାସର ମିଥ୍ୟା ଆଡ଼ମ୍ବରପୂର୍ଣ୍ଣ, ଶାସନ ହୋଇଥାଏ ତେବେ ତାହା ନିଶ୍ଚିତଭାବେ ମନୁଷ୍ୟର ଭାବୀ ବଂଶଧରମାନଙ୍କଦ୍ଵାରା ଘୃଣିତ ହେବ । କାରଣ କେହି ନିଜର ଜୀବନକୁ ମିଥ୍ୟା ଆଡ଼ମ୍ବରପୂର୍ଣ୍ଣ ବିଶ୍ୱାସରେ ଭସାଇ ଦେବାକୁ ଚାହିଁବ ନାହିଁ । (୧) ମନୁଷ୍ୟ ଏବଂ ତାହାର ସମାଜ ବିଶ୍ଵାସରେ ହିଁ ଜୀବନ ଯାପନ କରନ୍ତି । ଅବିଶ୍ଵାସରେ ଭୟଙ୍କର ମୃତ୍ୟୁ ହୁଏ । ଆମର ସମାଜକୁ ବଞ୍ଚାଇବାକୁ ହେଲେ ବିଶ୍ଵାସର ପୁନଃପ୍ରାପ୍ତି ପ୍ରୟୋଜନ । ଆଜିର ମାନବସମାଜ ବିଭିନ୍ନ ବିଭାଗରେ ବିଭକ୍ତ ହୋଇ ପଡ଼ିଛି । ତାହାର ପ୍ରେରଣାର ଉତ୍ସ ଅତି ଦୁର୍ବଳ ଏବଂ ବିବାଦପୂର୍ଣ୍ଣ । ଆଶା ଓ ନୈରାଶ୍ୟ ମଧ୍ୟରେ ସେ ସର୍ବଦା ଆନ୍ଦୋଳିତ । ଏହି ରୋଗାକ୍ରାନ୍ତ ସମାଜ ତଥାପି ବଞ୍ଚି ରହିଛି । ସେ ଏତେ ଦୁର୍ବଳ ହୋଇ ପଡ଼ିନାହିଁ ଯେ ତାକୁ ବଞ୍ଚାଇବା ଅସମ୍ଭବ ହୋଇ ପଡ଼ିବ । ତାହାର ଏହି ଦୁର୍ବଳ ପରିସ୍ଥିତିରେ ନିରାଶ ହେବା ଆମ୍ଭମାନଙ୍କ ମୂର୍ଖତାର ପରିଚୟ ହେବ । ବିଶ୍ଵାସର ସହାୟତା ହିଁ ମନ ଓ ଆତ୍ମାର ଶକ୍ତିକୁ ପରିବର୍ଦ୍ଧିତ କରିବାକୁ ପଡ଼ିବ

 

୧ । Erich Heller ଙ୍କ The Disinherited Mind (1952), P.77 ପୁସ୍ତକରୁ ଉଦ୍ଧୃତ ।

Image

 

ବିଶ୍ଵାସ କରିବାରେ ଅସୁବିଧା

 

ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଆଧୁନିକ ସାମାଜିକ ଚିନ୍ତାଧାରା ଏବଂ ବିଶ୍ଵର ଐକ୍ୟସାଧନ ନିମିତ୍ତ ଆଗ୍ରହ ଅବିଶ୍ଵାସର ଢେଉ ଖେଳାଇ ଦେଇଛି । କୌଣସି ଧର୍ମ ଯଦି ଆଜିର ବିଜ୍ଞାନ ସହିତ ନିଜକୁ ଖାପ୍ ଖୁଆଇ ନ ପାରେ କିମ୍ବା ସମାଜର ଇଚ୍ଛା ଓ ଆକାଙ୍‍କ୍ଷା ସହିତ ସମବେଦନା ପ୍ରକାଶ କରି ନ ପାରେ ଏବଂ ବିଶ୍ଵର ଐକ୍ୟସାଧନରେ ସହାୟକ ନ ହୁଏ ତେବେ ସେହିପର ଧର୍ମ ତିଷ୍ଠି ରହିବାର ଆଶା ବୃଥା ।

 

ଧର୍ମ ଓ ବିଜ୍ଞାନ

 

ବିଜ୍ଞାନ ଯେକୌଣସି ବିଷୟବସ୍ତୁକୁ ହଠାତ୍ ଗ୍ରହଣ କରିବାରେ ଦ୍ଵିଧା ପ୍ରକାଶ କରେ । ଏହାର ଆବେଗମୟ ପ୍ରଶ୍ନ ଏବଂ ସନ୍ଦେହର ବିସ୍ତୃତ ପରିସର ମନୁଷ୍ୟକୁ ସାହସ ହେବାରେ ପ୍ରେରଣା ଦିଏ ଏବଂ ପରୀକ୍ଷାଗାରରେ ଗବେଷଣାର ରୂପ ଗ୍ରହଣ କରେ । ପ୍ରତ୍ୟେକ ବିଷୟକୁ ସୂକ୍ଷ୍ମ ଭାବରେ ପର୍ଯ୍ୟାଲୋଚନା କରିବାର ଶକ୍ତି ତାହାର ଅଛି । ସେ ପ୍ରଶ୍ନ କରିପାରେ ଏବଂ ତାହାର ସନ୍ଦେହକୁ ପ୍ରତିଷ୍ଠିତ କରିପାରେ । ଏହି ବିଜ୍ଞାନର ସହାୟତାରେ ଏବଂ ଏହାର ବିଚାରରେ ଆମେ ଏ ଜଡ଼ ଜଗତ୍ ଉପରେ ଆଧିପତ୍ୟ ବିସ୍ତାର କରିଛୁ ।

 

ସାଧାରଣ ଭାବରେ ଯାହା ଗ୍ରହଣ କରାଯାଏ ସେଥିରୁ ସ୍ପଷ୍ଟ ଅନୁମେୟ ଯେ ଧର୍ମ ବୈଜ୍ଞାନିକ ଚିନ୍ତାଧାରର ବିରୋଧି ଅଟେ । ବିଜ୍ଞାନର ମତ ଗବେଷଣାଦ୍ଵାରା ପ୍ରତିଷ୍ଠିତ; କିନ୍ତୁ ଧର୍ମର ମତ ନିର୍ଦ୍ଦିଷ୍ଟ । ବିଜ୍ଞାନ ପ୍ରଭୁତ୍ଵର ଦାସ ନୁହେଁ । ସେ ପ୍ରମାଣଦ୍ଵାରା ତାହାର ମତାମତକୁ ଗ୍ରହଣ ଉପଯୋଗୀ କରେ । ତାହାର କାର୍ଯ୍ୟ ଏବଂ ଚିନ୍ତାଧାରା ବନ୍ଧନମୁକ୍ତ । ସେ ନୂତନ ଜ୍ଞାନକୁ ଉଦାର ଭାବରେ ଗ୍ରହଣ କରେ ଏବଂ ନିଜେ ନମ୍ର ହୋଇଯାଏ । ପ୍ରତ୍ୟେକ ବିଜ୍ଞାନୀ ଯେ କୌଣସି ନିର୍ଦ୍ଦିଷ୍ଟ ମତର ବିରୋଧ କରେ, ସେ ନିଜର ସମାଲୋଚନାକୁ ଆଦର କରେ । ଅନ୍ୟଠାରୁ ନୂତନ ଶିକ୍ଷା ଗ୍ରହଣ କରିବାକୁ ସେ ସଦା ଆଗ୍ରହୀ । ଧର୍ମ ପ୍ରଭୁତ୍ଵକୁ ସ୍ଵୀକାର କରେ । ବିଜ୍ଞାନର ଅନୁସନ୍ଧାନ ମୁକ୍ତ ଏବଂ ସ୍ଵାଧୀନ । ତେଣୁ ସେ ନିର୍ଦ୍ଦିଷ୍ଟ ମତବାଦୀ ଧର୍ମର ବିରୁଦ୍ଧାଚରଣ କରେ ।

 

ନୂତନ ଜ୍ଞାନର ଆହରଣରେ ବିଜ୍ଞାନ ତାହାର ପୁରାତନ ବିଷୟବସ୍ତୁକୁ ପରିବର୍ତ୍ତନ କରେ-। ତାର ଯୁକ୍ତିକୁ ଗବେଷଣାଦ୍ଵାରା ପ୍ରତିଷ୍ଠା କରିବାରେ ସେ କୃତକାର୍ଯ୍ୟ ହୋଇପାରିଛି । ଶିଳ୍ପବିଦ୍ୟାର ଆଶ୍ଚର୍ଯ୍ୟପୂର୍ଣ୍ଣ ସଫଳତାରେ ଆକୃଷ୍ଟ ହୋଇ ମନୁଷ୍ୟ ଆଜି ମନ୍ଦିର ଅପେକ୍ଷା ଗବେଷଣାଗାର ପ୍ରତି ଅଧିକ ଆକୃଷ୍ଟ ହୋଇ ପାରିଛି । ତାହାର ମନ୍ଦିରରେ ଯେଉଁ ଧର୍ମ ପ୍ରଚଳିତ ତାହା ଅତି କଠିନ (rigid) ଏବଂ ବହୁପୁରାକାଳବର୍ଣ୍ଣିତ ଶାସ୍ତ୍ରମାନଙ୍କଦ୍ଵାରା ଅତି କ୍ଷୁଦ୍ର ପରିସର ମଧ୍ୟରେ ବାନ୍ଧି ହୋଇ ରହିଯାଇଛି ।

 

ବିଜ୍ଞାନର ଦୃଷ୍ଟି ବିଶ୍ଵବ୍ୟାପି ଯାହା କି ବିଭିନ୍ନ ଧର୍ମ ଶାସ୍ତ୍ରରେ ଦେଖିବାକୁ ମିଳେ ନାହିଁ । ଏହା କୌଣସି ଦେଶ ବା ସାମ୍ରାଜ୍ୟର ପରିସର ମାନେ ନାହିଁ । ଲୁଚାଇ ରଖିବା ତାହାର ପ୍ରକୃତିର ବାହାରେ ।

 

ପ୍ରତ୍ୟେକ ଧର୍ମ ଦାବି କରେ ସେ ତାର ଶାସ୍ତ୍ର ମୁଁ ସ୍ଵୟଂ ଭଗବତ୍‍ନିସୃତ ତେଣୁ ନିର୍ଭୁଲ; କିନ୍ତୁ ଶାସ୍ତ୍ର ଯେ ସମ୍ପୂର୍ଣ୍ଣ ଠିକ୍ ଏହା ବିଜ୍ଞାନ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହେଁ । କୌଣସି ଲିଖିତ ବସ୍ତୁର ଆକ୍ଷରିକ ସଠିକତା କେବଳ କେତେଜଣ ମୌଳିକ ନୀତିବାଦୀ ବିଶ୍ଵାସ କରନ୍ତି । ଭ୍ରମପୂର୍ଣ୍ଣ ମନୁଷ୍ୟର ଉକ୍ତି ସବୁବେଳେ ଠିକ୍ ହୋଇ ନ ପାରେ । (୧)

 

1 Professor C. H. Dodd observes, "Religious belief is, even more than scientific propositions, subject to relativity. The religious man, like the man of science should be aware that the best statement he can make to himself is nothing More than a very in adequate symbol of ultimate reality." The Authority of the Bible (1928), P. 20.

 

ସମସ୍ତ ଶାସ୍ତ୍ରୀୟ ଗ୍ରନ୍ଥମାନଙ୍କର ଆକ୍ଷରିକ ଅର୍ଥ ଗ୍ରହଣଯୋଗ୍ୟ ନୁହେଁ । କେତେକ ପୁସ୍ତକରୁ ଜଣାଯାଏ ଯେ ପୃଥିବୀ ହଠାତ୍ ସୃଷ୍ଟି ହୋଇଥିଲା ଏବଂ ଏହା ସ୍ଥିର; ସ୍ଵର୍ଗ ଗୋଟିଏ ସ୍ଥୂଳ ପଦାର୍ଥ; କିନ୍ତୁ ବିଜ୍ଞାନର ପରୀକ୍ଷାରୁ ଏହାର ପ୍ରକୃତ ସତ୍ୟତା ଜଣାପଡ଼େ । କୌଣସି ଧର୍ମ ଐତିହାସିକ ବା ଆଧ୍ୟାତ୍ମିକ ଭିତ୍ତିବିନା ତିଷ୍ଠିପାରେ ନାହିଁ । ଧର୍ମକୁ ଯଦି ତାର ନିର୍ଦ୍ଦିଷ୍ଟ ମତ ଓ ପ୍ରଚଳିତ ପ୍ରଥାଠାରୁ ବଞ୍ଚିତ କରାଯାଏ, ତେବେ ତାହା ମୂଲ୍ୟହୀନ ହୋଇ ପଡ଼ିବ । ତେଣୁ ଯେଉଁମାନେ ଶାସ୍ତ୍ରକୁ ଅବିଶ୍ଵାସ କରନ୍ତି ଧାର୍ମିକମାନଙ୍କଦ୍ଵାରା ସେମାନେ ନିନ୍ଦିତ ହୁଅନ୍ତି ।

 

୨. ତୁଳନାତ୍ମକ ଧର୍ମ

 

ବିଭିନ୍ନ ଧର୍ମ ପରସ୍ପର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ ସେମାନଙ୍କ ବିଶ୍ଵାସ ଓ ବ୍ୟବହାର ପଦ୍ଧତିରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ମହାପୁରୁଷମାନଙ୍କର ଆବିର୍ଭାବ, ଅଲୌକିକ ଘଟଣା ଏବଂ ପର୍ବପର୍ବାଣି ପ୍ରଭୃତି କ୍ଷେତ୍ରରେ ଏହା ବିଶେଷ ଭାବରେ ପରିଲକ୍ଷିତ ହୁଏ । ବସନ୍ତ ଋତୁର ଆଗମନରେ ନୂତନ ଜୀବନର ପ୍ରେରଣା ପ୍ରକାଶ ପାଏ ଏବଂ ପ୍ରତ୍ୟେକ ଧର୍ମରେ ଏହି ଉତ୍ସାହ ପର୍ବ-ପର୍ବାଣି, ପୂଜା-ପ୍ରାର୍ଥନା ଓ ଆନନ୍ଦ ମାଧ୍ୟମରେ ପ୍ରକାଶିତ ହୁଏ । ହିନ୍ଦୁମାନଙ୍କର ଏହା ପ୍ରସିଦ୍ଧ ‘ହୋଲି’ ପର୍ବ ଏବଂ ଇହୁଦୀମାନଙ୍କର ମୁକ୍ତି ଦିବସ ଅଟେ । ଖ୍ରୀଷ୍ଟିୟାନମାନଙ୍କପାଇଁ ଏହା ପ୍ରସିଦ୍ଧ ଇଷ୍ଟର ପର୍ବ-। ଗ୍ରୀକ୍ ପୁରାଣରେ ବର୍ଣ୍ଣିତ ଦେବତାମାନଙ୍କ ସହିତ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଘଟଣାର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ଯୀଶୁଙ୍କର ବାଲ୍ୟବସ୍ଥା ଶ୍ରୀକୃଷ୍ଣଙ୍କ ବାଲ୍ୟବସ୍ଥା ସହିତ ମେଳ ଖାଉ ଥିବାର ଜଣାପଡ଼େ ।

 

୩. ମାନବ ଏବଂ ବୈଷୟିକ ଉନ୍ନତି

 

ବିଜ୍ଞାନର ସହାୟତାରେ ଆମ୍ଭେମାନେ ଏପରି ଭାବରେ ବଢ଼ି ଆସିଛୁ ଯେ ସେ ଆମକୁ ଯାହା ଯୋଗାଇ ଦିଏ ତାହା ଆମ ନିକଟରେ ସତ୍ୟ ବୋଲି ମନେ ହୁଏ । ଜୀବ ବିଜ୍ଞାନ, ମନୋ-ବିଜ୍ଞାନ ଏବଂ ଇତିହାସର ଗବେଷଣାରୁ ଜଣାଯାଏ ଯେ ମନୁଷ୍ୟ ଏକ ପ୍ରତିକ୍ରିୟାଶୀଳ ଜୀବ । ସେ ପାରିପାର୍ଶ୍ଵକ ଅବସ୍ଥାର ଅଧୀନ । ବୈଜ୍ଞାନିକ ପଦ୍ଧତିର ପ୍ରୟୋଗରେ ତାହାର ଜୀବନ ସମ୍ପୂର୍ଣ୍ଣରୂପେ ଆୟତ୍ତ ଓ ନିୟନ୍ତ୍ରିତ ହୁଏ । ତାହା ହେଲେ ମନୁଷ୍ୟ କିଏ ? ଏ ପ୍ରଶ୍ନର ଉତ୍ତର ଦେଇ ବିଂଶ ଶତାବ୍ଦୀର ମଧ୍ୟଭାଗର ବିଜ୍ଞାନ କୁହେ ଯେ ମନୁଷ୍ୟ ଏକ ଜୀବନ୍ତ ଯନ୍ତ୍ର, ମାତ୍ର ଅତି ବେଶି ହେଲେ ଏକ ପ୍ରାଣୀ; କିନ୍ତୁ ଆରିଷ୍ଟୋଟଲ୍‍ଙ୍କ ବର୍ଣ୍ଣିତ ଏଥିକ୍‌ସ’ରେ ମନୁଷ୍ୟକୁ ଏକ ଆଦର୍ଶ ଜୀବରୂପେ ଗ୍ରହଣ କରଯାଇଅଛି । ଧର୍ମର ଦୃଷ୍ଟିକୋଣରେ ମନୁଷ୍ୟର ଜୀବନ ମୁକ୍ତ । ସେ ସ୍ଵାଧୀନ ଏବଂ ତାହାର ଜୀବନ ଉଦ୍ଦେଶ୍ୟପୂର୍ଣ୍ଣ ଓ ଯୁକ୍ତିଯୁକ୍ତ । ଧର୍ମରୁ ମନୁଷ୍ୟ ପ୍ରତି ଏହି ଦୃଷ୍ଟିକୋଣକୁ ସୀମାବଦ୍ଧ ପରୀକ୍ଷାଗାରରେ ପ୍ରତିଷ୍ଠା କରାଯାଇ ନ ପାରେ ।

 

ନୂତନ ଅର୍ଥନୈତିକ ସଙ୍ଗଠନର ଆବିର୍ଭାବ ହେତୁ ମନୁଷ୍ୟ ତାର ବ୍ୟକ୍ତିଗତ ମନୋଭାବ, ସ୍ଵାତନ୍ତ୍ର୍ୟ ଏବଂ ଅନ୍ୟ ସହିତ ଏକତା ସ୍ଥାପନା କରିବାର ଇଚ୍ଛା ହଟାଇ ବସିଛି । ଆମର ସମାଜ ଖୁବ୍ ଶୀଘ୍ର ଏକ ବିରାଟ ସଙ୍ଗଠନର ଆକାର ଧାରଣ କରିଛି । ଏଥିରେ ପ୍ରତ୍ୟେକ ମନୁଷ୍ୟର ବ୍ୟକ୍ତିଗତ ସମ୍ପର୍କ ଲୋପ ପାଇ ଯାଉଛି । ଆମ୍ଭମାନଙ୍କ ଉପରେ ପରିବାରର ପ୍ରଭାବ ଏବଂ ତା’ ସହିତ ଗ୍ରାମର ଏବଂ କ୍ଷମତାସମ୍ପନ୍ନ ବ୍ୟକ୍ତିମାନଙ୍କର ପ୍ରଭାବ କମି ଯାଉଛି । ଏହା ସହିତ ମନ୍ଦିର, ମସଜିଦ୍, ଗୀର୍ଜା ପ୍ରଭୃତି ଧର୍ମାନୁଷ୍ଠାନମାନଙ୍କର ପ୍ରଭାବ ମଧ୍ୟ ଲୋପ ପାଇ ଯାଉଅଛି । ଅସ୍ଥିରତା ଏବଂ ଅଶାନ୍ତ ଆମକୁ ଗ୍ରାସ କରିଛି । ବୈଷୟିକ କାର୍ଯ୍ୟକଳାପରେ ନିଜକୁ ସର୍ବଦା ନିୟୋଜିତ କରି ମନୁଷ୍ୟ ନିଜ ଉପରୁ ପ୍ରଭୁତ୍ଵ ହରାଇ ବସିଛି । ନିଜର ଆମୋଦପାଇଁ ସେ ଜଡ଼ ବସ୍ତୁ ଉପରେ ଯେତିକି ନିର୍ଭର କରୁଛି ସେତିକି ନିଜେ ନିଜଠାରୁ ଅଲଗା ହୋଇ ଯାଉଛି ।

 

ଯନ୍ତ୍ରଦ୍ଵାରା ଆମର ଜୀବନ ଅତି ଜଟିଳ ହୋଇ ପଡ଼ିଛି । ବୁଦ୍ଧି ଆମକୁ ଅସ୍ଥିର କରି ପକାଉଛି । ମନୁଷ୍ୟ ଯେ ନିଜକୁ ଜନତା (mass) ମଧ୍ୟରେ ନିଗପଦ ମନେକରେ, ଏହା ତାର ଏକ ଭ୍ରାନ୍ତ ଧାରଣା । ଏହି ଜନତାର ଏକ ଅନିଶ୍ଚିତ ଧାରଣା ଆଜି ପ୍ରତ୍ୟେକ ଶିଳ୍ପ, ବ୍ୟବସାୟ ଏବଂ ସାମାଜିକ ଜୀବନ କ୍ଷେତ୍ରରେ ଖେଳି ବୁଲୁଛି । ସବୁଠାରୁ ବଡ଼ ବିପଦ ହେଉଛି ଯେ ଭୁଲ ହେଉ ବା ଠିକ୍ ହେଉ ଜନତାର ଚିନ୍ତା କରିବାର ଶକ୍ତି ନାହିଁ । ସମୂହ ଚେତନା ଆମ ଜୀବନ ଉପରେ ବିଶେଷ ପ୍ରଭାବ ପକାଇଅଛି । ଏହା ଆମକୁ ନିଷ୍କ୍ରିୟ କରେ; କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏକତା’ର ଉତ୍ସାହ ପ୍ରଦାନ କରେ । ମନ ସ୍ଵାଧୀନ ଚିନ୍ତା ହରାଇ ବସି ଶକ୍ତିହୀନ ହୋଇ ପଡ଼େ । ସବୁଠାରେ ଆବେଗର ଆଭାସ ମିଳେ । ଲୋକସମୂହର ଆବେଗ ମଧ୍ୟରେ ମନୁଷ୍ୟ ନିଜକୁ ସମର୍ପଣ କରେ ଏବଂ ଏହାକୁ ଏକ ସମୂହଜ୍ଞାନରୂପେ ଅର୍ଥକରି ସେ ଭୁଲ୍ କରେ । କେତେକ ବ୍ୟକ୍ତି (ନେତା) ଏହି ଲୋକସମୂହର ଭାର ନେଇ ଜନସାଧାରଣଙ୍କୁ ନିଜ କାର୍ଯ୍ୟସାଧନ ଉଦ୍ଦେଶ୍ୟରେ ନିଯୁକ୍ତ କରନ୍ତି ଏବଂ ଲୋକସମୂହର ଚିନ୍ତାଧାରାକୁ ବିମୋହିତ କରି ରାଜନୀତି ପ୍ରୟୋଗ କରନ୍ତି । ପ୍ରଚାର ସାହାଯ୍ୟରେ ଏମାନେ ଜନସାଧାରଣଙ୍କ ମତକୁ ନିୟନ୍ତ୍ରିତ କରନ୍ତି । ରେଡ଼ିଓ ଏବଂ ଟେଲିଭିଜନ୍ ମାଧ୍ୟମରୁ ସ୍ପଷ୍ଟ ଜଣାଯାଏ ଯେ ମନୁଷ୍ୟର ସଂଗଠନ ଦେଶର ବୈଦେଶିକ ମତ ଉପରେ ପ୍ରଭାବ ପକାଏ । ଏପରିକି ବୈଜ୍ଞାନିକର ଚିନ୍ତାଧାରା ଏବଂ କଳାକାରର ସୃଷ୍ଟିଠାରୁ ଆରମ୍ଭ କରି ମଟର ଗାଡ଼ି ତିଆରି ପର୍ଯ୍ୟନ୍ତ ଏହାଦ୍ଵାରା ପ୍ରଭାବିତ ହୁଅନ୍ତି । ବୈଷୟିକ ସଭ୍ୟତା ଏବଂ ଜଡ଼ ବସ୍ତୁ ମନୁଷ୍ୟର ଜୀବନକୁ ନିୟନ୍ତ୍ରଣ କରେ । ପରିସଂଖ୍ୟାନ ବିଭାଗର ହାରାହାରି ହିସାବରେ ମନୁଷ୍ୟର ଗୁଣ ଏବଂ ଚରିତ୍ର ବିଚାର କରାଯାଏ ।

 

ମନୁଷ୍ୟ ବିଶ୍ଵାସୀ ଏବଂ ସହଯୋଗୀ ହେବା ଦରକାର । ତାହାର ମନ ଦୟା, ସମବେଦନା ଏବଂ ସହାନୁଭୂତିରେ ପରିପୂର୍ଣ୍ଣ ହେବା ଉଚିତ । ମତର ଆଦାନପ୍ରଦାନରେ ସେ ନିର୍ଭୀକ ହେବା ଉଚିତ । ପ୍ରତିବେଶୀମାନଙ୍କର ବିଶ୍ଵାସଭାଜନ ଏବଂ ଶତ୍ରୁ ପ୍ରତି ଉଦାର ହେବା ଦରକାର । ଯଦି ମନୁଷ୍ୟଜାତିକୁ ବଞ୍ଚାଇବାକୁ ହୁଏ ତେବେ ସ୍ଵେଛାଚାରୀ ପ୍ରଭୁତ୍ଵକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ଏବଂ ମାନସିକ ଅଧଃପତନରୁ ନିଜକୁ ରକ୍ଷା କରିବାକୁ ହେବ । ଆଧୁନିକ ସମାଜର ବୈଷୟିକ ସଙ୍ଗଠନରେ ବ୍ୟକ୍ତିର ବିଶେଷତ୍ୱ ନଷ୍ଟ ହୁଏ ଏବଂ ମନୁଷ୍ୟର ଆତ୍ମା ସ୍ଵୀକୃତ ହୁଏ ନାହିଁ ।

 

ଆଧୁନିକ ସରକାର ମନୁଷ୍ୟର ଆତ୍ମମର୍ଯ୍ୟାଦାକୁ ନଷ୍ଟ କରିବାକୁ ଚେଷ୍ଟା କରେ ଏବଂ ଏହାର କବଳରେ ପଡ଼ି ମନୁଷ୍ୟ ଧୀରେ ଧୀରେ ଏକ ଜଡ଼ ବସ୍ତୁ ହୋଇଯାଏ । ଏ ବିଷୟରେ ସେ ସଚେତନ ଥିଲେ ସୁଦ୍ଧା ନିରାଶ ହୋଇ ଅକ୍ଷମ ହୋଇପଡ଼େ । ଏହାଦ୍ୱାରା ଯେ କେବଳ ମନୁଷ୍ୟର ବୃଦ୍ଧି କ୍ଷତି ଗ୍ରସ୍ତ ହୁଏ ତାହା ନୁହେଁ ଆତ୍ମାର ଗଭୀର ପ୍ରଦେଶରେ ଆଘାତ ଲଗେ ଏବଂ ମନୁଷ୍ୟ ନିଜର ଆତ୍ମାକୁ ମଧ୍ୟ ହରାଇ ବସେ । ଆତ୍ମଲାଭର ଅର୍ଥ ହେଉଛି ବିବେକର ବିଚରାଳୟରେ ବିଶ୍ଵାସଭାଜନ ହେବା । କୌଣସି ବାହ୍ୟ ଶକ୍ତିଦ୍ଵାର ଏହି ବିବେକ ଯେପରି ବାଧା ପ୍ରାପ୍ତ ନ ହୁଏ । ଏହା ଏକ ଏକଛତ୍ର ସାମ୍ରାଜ୍ୟ । ମନୁଷ୍ୟ ନିଜେ ନିଜର ପ୍ରଭୁ । ମନୁଷ୍ୟ ମଧ୍ୟରେ ଏକ ଜୀବପ୍ରକୃତିରେ ଅସ୍ତିତ୍ଵ ବିଦ୍ୟମାନ । ଏହାର ଜୀବନ ବାସ୍ତବ ଏବଂ ସେ ସତ୍ୟ । ସେ ବିଶୃଙ୍ଖଳାରେ ପରିଚାଳିତ ହୁଏ ନାହିଁ । ସେ ଏକା ଜୀବନ ଶକ୍ତିର ସ୍ପୁଲିଙ୍ଗ । ଆଧୁନିକ ବିଜ୍ଞାନ ମନୁଷ୍ୟକୁ ଏ ପୃଥିବୀର ବସ୍ତୁ ମନେ କରି ନିଜ ମଧ୍ୟରେ ତାହାକୁ ହଜାଇ ଦେବାକୁ ଚେଷ୍ଟା କରେ । ନିଜ ଉପରେ ନିଜର ଆଧିପତ୍ୟକୁ ସ୍ଵୀକାର କରି ଯାନ୍ତ୍ରିକ ପ୍ରଗତିରେ ଅବାଧ ଗତିକୁ ନିୟନ୍ତ୍ରଣ କରି ବିଜ୍ଞାନକୁ ଆୟତ୍ତ କରିପାରେ ।

 

୪. ପ୍ରତ୍ୟକ୍ଷାନୁଭୂତି

 

ପ୍ରତ୍ୟକ୍ଷାନୁଭୂତି (Empiricism) ପ୍ରାଚ୍ୟ ବା ପାଶ୍ଚାତ୍ୟ ହେଉ ଦର୍ଶନ ଶାସ୍ତ୍ରର ଏକ ପ୍ରଧାନ ଅଂଶ । ମନୁଷ୍ୟର ଜ୍ଞାନ ନିମିତ୍ତ ଏହାର ଏକ ନିର୍ଦ୍ଦିଷ୍ଟ ତଥ୍ୟ ରହିଛି । ଏହି ତଥ୍ୟ ଜୀବାତ୍ମା-ପରମାତ୍ମା ବିଚାର (metaphysics) କୁ ଆଦର କରେ ନାହିଁ; କିନ୍ତୁ ବିଜ୍ଞାନର ପଦ୍ଧତିକୁ ସ୍ଵୀକାର କରେ । ଏହା ମାନବବିକତାର ଏକ ନୀତି ଶାସ୍ତ୍ର; କିନ୍ତୁ ଈଶ୍ଵର ସ୍ଥିତି ବିଷୟରେ ସନ୍ଦେହ କରେ । ଏହିପରି ଆଧ୍ୟକ୍ଷିକ (Empiricist) ମାନଙ୍କର ଦୃଷ୍ଟି ସମଗ୍ର ପୃଥିବୀ ପରିବ୍ୟାପ୍ତ । ଏମାନଙ୍କର ମାନବ ଜୀବନ ଓ ଚିନ୍ତାଧାରା ପ୍ରତି ଏକ ନିର୍ଦ୍ଦିଷ୍ଟ ମନୋଭାବ ରହିଛି । ସେମାନଙ୍କର ବ୍ୟକ୍ତିଗତ ପ୍ରକୃତି ଭବିଷ୍ୟତ ଏବଂ ପୃଥିବୀରେ ସେମାନଙ୍କର ସ୍ଥିତିକୁ; ଚିରାଚରିତ ଅର୍ଥରେ ସେମାନଙ୍କୁ ଦାର୍ଶନିକର ଆଖ୍ୟା ପ୍ରଦାନ କରେ ।

 

ଆଧୁନିକ ଆଧ୍ୟକ୍ଷିକ ପରମାର୍ଥ ତତ୍ତ୍ଵକୁ ଅସ୍ଵୀକାର କରନ୍ତି । ଏମାନଙ୍କର ବୋଧଶକ୍ତି ସାହାଯ୍ୟରେ ବା ବୈଜ୍ଞାନିକ ଉପାୟରେ ଯଦି କୌଣସି ସତ୍ୟ ନିରୂପିତ ହୋଇ ନ ପାରେ ତେବେ ସେ ସତ୍ୟର ମୂଲ୍ୟ ଅର୍ଥହୀନ ବିଜ୍ଞାନର କ୍ଷମତା ଅନ୍ତର୍ଭୁକ୍ତ ବସ୍ତୁବାଦର ପୃଥିବୀ ହିଁ ସତ୍ୟ ଏବଂ ଅନ୍ୟ ଯାହା କିଛି ପୃଥିବୀରେ ସମ୍ଭବ ବା ସତ୍ୟ ତାହା ବସ୍ତୁ (vatter) ହେବା ଉଚିତ । ବସ୍ତୁକୁ ହିଁ କେବଳ ସ୍ପର୍ଶ କରାଯାଇପାରେ ବା ଦେଖାଯାଇପାରେ । ଯେ କୌଣସି ବସ୍ତୁ ବା ବିଷୟ ଯାହାର ଆଧ୍ୟକ୍ଷିକ ଅନୁସନ୍ଧାନ ହୋଇପାରିବ ତାହା କେବଳ ସତ୍ୟ । କୌଣସି ବିଷୟରେ ମୂଲ୍ୟବୋଧ ବା ସୌନ୍ଦର୍ଯ୍ୟ ଉପଭୋଗ କରିବା ସତ୍ୟାର୍ଥ ବୋଲି ଗ୍ରହଣ କରାଯାଇ ନ ପାରେ । ଏହା ଭ୍ରାନ୍ତିକର ପୃଥିବୀର ଅପ୍ରାକୃତିକ ଏବଂ ଅନ୍ଧକାରଛନ୍ନ ପରିସ୍ଥିତିର ଏକ ଦୃଷ୍ଟାନ୍ତ । ଆଧ୍ୟାତ୍ମିକ ଭାବର ଏହି ଅଦୃଷ୍ଟ ସତ୍ୟ ଆଧ୍ୟକ୍ଷିକ ଜଗତରେ ଅନଧିକାର ପ୍ରବେଶକରି କେବଳ ବାଧା ସୃଷ୍ଟି କରେ ।

 

ବେକନ (Fancis Bacon) ଙ୍କ ମତରେ ଦର୍ଶନ ଶାସ୍ତ୍ରର ପଦ୍ଧତି ଏକ ନାଟକର ବିଭିନ୍ନ ଦୃଶ୍ୟ ସଦୃଶ, ଯାହା କେବଳ ଅଭିନୟ ସମୟରେ ବାସ୍ତବ ପ୍ରତୀତ ହୁଏ । ଏହା ବର୍ତ୍ତମାନ କିମ୍ବା ପୁରାତନ ଯୁଗର ପଦ୍ଧତି ସଙ୍ଗେ ମଧ୍ୟ ସମାନ ନୁହେଁ । କାରଣ ଏହିପରି ଅନେକ ଅପ୍ରାକୃତିକ ଅଭିନୟ ମଧ୍ୟ ଅଭିନୀତ ହୋଇପାରେ ୧-ତେଣୁ ବେକନ ଦାର୍ଶନିକ ଚିନ୍ତାଧାରା ସହିତ ବିଜ୍ଞାନର ସତ୍ୟ ବିଚାରକୁ ତୁଳନା କରିଛନ୍ତି । ହ୍ୟୁମ୍ (Hume) ମଧ୍ୟ ଏଥିରେ ଏକମତ ହୋଇ କହିଛନ୍ତି ସେ ପରମାର୍ଥତତ୍ତ୍ଵ ଯଥାର୍ଥ ଭାବରେ ବିଜ୍ଞାନ ନୁହେଁ । ଯାହା ବୁଝିବା ଅତି କଷ୍ଟକର ତାହା ମଧ୍ୟରେ ପ୍ରବେଶ କରିବାପାଇଁ ମନୁଷ୍ୟର ଏହା ଏକ ବୃଥା ଚେଷ୍ଟା । ଏହି ବୃଥା ଚେଷ୍ଟା କିମ୍ବା ଦୃଢ଼ ଭିତ୍ତି-ହୀନ ପ୍ରଚଳିତ କୁସଂସ୍କାରରୁ ପରମାର୍ଥତତ୍ତ୍ଵର ସୃଷ୍ଟି ହୋଇଅଛି । ଭିତ୍ତି-ବିହୀନ କୁସଂସ୍କାର ନିଜର ଦୁର୍ବଳତାକୁ ଘୋଡ଼ାଇ ରଖିବା ନିମିତ୍ତ ପରମାର୍ଥତତ୍ତ୍ଵର ସାହାଯ୍ୟ ନେଇଥାଏ (୨)

 

୧-Novum Organum

 

୨-Enquiries Concerning Human under standing,Sce-1

 

ହ୍ୟୁମଙ୍କର Treatise on Human Nature ରୁ ମଧ୍ୟ ସ୍ପଷ୍ଟ ଜଣାପଡ଼େ ଯେ ମୂଲ୍ୟବୋଧର ଦୃଷ୍ଟିଭଙ୍ଗୀ କୌଣସି ତଥ୍ୟ ଉପରେ ତିଷ୍ଠି ପାରେ ନାହିଁ । ଏହି ମୂଲ୍ୟବୋଧର ବିଷୟବସ୍ତୁ କେତେଗୁଡ଼ିଏ ମୌଳିକ ଉପାଦାନ ନେଇ ଗଠିତ ଯାହା କି ନିଜ ବ୍ୟତୀତ ଅନ୍ୟ କିଛି ପ୍ରମାଣ କରିପାରେ ନାହିଁ । ଏହାକୁ ଅନୁଭବ କରିବା ବା ଏହାର ଜ୍ଞାନ ଉପଲବ୍ଧି କରିବା କଠିନ । ଏହା ଘଟଣାର ବିଷବସ୍ତୁକୁ ବୁଝାଇ ପାରେ ନାହିଁ, ଅର୍ଥପୂର୍ଣ୍ଣ ଭକ୍ତି ଆଧ୍ୟକ୍ଷିକ ବିଚାର ମଧ୍ୟରେ ସୀମିତ ରହେ । ବିଶ୍ଵ-ପ୍ରକୃତି ବିଷୟରେ ଯେଉଁ ସବୁ ପ୍ରଶ୍ନ ସୃଷ୍ଟି ହୁଏ ତାହାକୁ ଭାଷାଦ୍ଵାରା ଏପରି ବର୍ଣ୍ଣନା କରାଯାଏ ଯେ ସେଗୁଡ଼ିକ ଅର୍ଥହୀନ ହୋଇପଡ଼େ । ମୂଲ୍ୟବୋଧର ଆବେଗମୟ ଘଟଣା ବିଷରେ କୌଣସି ହିସାବ ରଖେନାହିଁ କିମ୍ବା ଘଟଣା ସହିତ ତାହାର କୌଣସି ସମ୍ବନ୍ଧ ନ ଥାଏ ।

 

କାଣ୍ଟ୍‌ଙ୍କ ମତରେ ଯଦି ଅଭିଜ୍ଞତାରୁ ସମସ୍ତ ଜ୍ଞାନ ଲଭ କରାଯାଏ ତେବେ ବିଚାରର ମର୍ଯ୍ୟାଦା କେଉଁଠି ରହିବ ? କଳ୍ପନା ବା ଘଟଣାର ବିଷୟବସ୍ତୁ ସହିତ ବିଚାରର କୌଣସି ସମ୍ବନ୍ଧ ନ ଥାଏ । ହ୍ୟୁମଙ୍କର ଅବିଶ୍ଵାସ ବା ସନ୍ଦେହକୁ ଦର୍ଶାଇ କାଣ୍ଟ୍ କହିଛନ୍ତି ଯେ ବାହ୍ୟ ପୃଥିବୀ ଚିନ୍ତାଧାରାର ଏକ କାଳ୍ପନିକ ସୃଷ୍ଟି । ପ୍ରକୃତ ତଥ୍ୟ ଯାହା ଅନଭିଜ୍ଞ ତାହାକୁ ବୁଝିବା ଅସମ୍ଭବ । ଗଣିତ ଶାସ୍ତ୍ରର ଉପସ୍ଥାପନ (Proposition) ଗୁଡ଼ିକ ତର୍କ ଶାସ୍ତ୍ରର ବିଶ୍ଲେଷିତ ସତ୍ୟ ନୁହେଁ କିମ୍ବା ଅଭିଜ୍ଞତାଦ୍ଵାରା ପ୍ରତିଷ୍ଠା ଲାଭ-କରିଥିବା କୌଣସି କୃତ୍ରିମ ପ୍ରସ୍ତାବ ନୁହେଁ ।

 

ହ୍ଵାଇଟ୍‌ହେଡ଼ ଏବଂ ରସେଲ ଲେଖିଛନ୍ତି ଯେ ତର୍କ ଶାସ୍ତ୍ରପରି ଗଣିତ ଶାସ୍ତ୍ରର ଉପସ୍ଥାପନର ମଧ୍ୟ ସମାନତା ପ୍ରକାଶ ପାଏ । ଗଣିତ ଏବଂ ତର୍କଶାସ୍ତ୍ର ପରସ୍ପର ନିରନ୍ତର ବୋଲି ଗ୍ରହଣ କରିବାକୁ ପଡ଼ିବ । କାରଣ ଏ ଦୁଇଟି ଶାସ୍ତ୍ର ବିଧିବଦ୍ଧ ଚିହ୍ନି ବା ପ୍ରତୀକର ଗୁଣ ବିଷୟରେ ଆଲୋଚନା କରନ୍ତି ।

 

ହ୍ୟୁମ୍‌ଙ୍କପର ମୁର୍‌ (G, E. Moore) କହିଛନ୍ତି ଯେ ଦର୍ଶନଶାସ୍ତ୍ର ଏକ ତୁଳନାତ୍ମକ ବିଷୟ ମାତ୍ର । ଏହାର ସୃଷ୍ଟି କରିବାର ଶକ୍ତି ନାହିଁ । ଏହା ସିଦ୍ଧାନ୍ତ ଅପେକ୍ଷା ବହୁଗୁଣରେ ଏକ ପଦ୍ଧତି ମାତ୍ର । ହ୍ୟୁମଙ୍କ ମତରେ ଦାର୍ଶନିକ ତଥ୍ୟ ବିଶୃଙ୍ଖଳାଯୁକ୍ତ । ମନୁଷ୍ୟର କାର୍ଯ୍ୟକଳାପରୁ ଏପରି ବିଶୃଙ୍ଖଳା ଜନ୍ମଲାଭ କରେ । ମୁରଙ୍କ ମତରେ ଦର୍ଶନଶାସ୍ତ୍ରର ପ୍ରସ୍ତାବଗୁଡ଼ିକୁ ଭଲ ଭାବରେ ପରୀକ୍ଷା କରିବା ଉଚିତ । ନୀତି ବା ଧର୍ମ ସମ୍ବନ୍ଧୀୟ ତଥ୍ୟ ବାଢ଼ିବା ଦର୍ଶନଶାସ୍ତ୍ରର କର୍ତ୍ତବ୍ୟ ନୁହେଁ କିମ୍ବା ଏ ଦୁହିଁଙ୍କ ମଧ୍ୟରେ ଉପୁଜୁଥିବା ଗଣ୍ଡଗୋଳକୁ ସମାଧାନ କରିବା ମଧ୍ୟ ଏହାର କର୍ତ୍ତବ୍ୟ ନୁହେଁ, ଏହାର ଏତିକି ବୁଝାଇବା କ୍ଷମତା ଯେ ଏହି ତଥ୍ୟଗୁଡ଼ିକ ବିଷୟବସ୍ତୁହୀନ ଓ ଅର୍ଥହୀନ ।

 

ଦର୍ଶନଶାସ୍ତ୍ରର କାର୍ଯ୍ୟ ହେଉଛି ବିଶ୍ଳେଷଣ କରିବା ଏବଂ ବୁଝାଇବା । ଏହାର ପଦ୍ଧତି ମଧ୍ୟ ଆଧ୍ୟକ୍ଷିକ ଏବଂ ପରୀକ୍ଷା ସାପେକ୍ଷ । ଏହା ପରିଷ୍କାର ଭାବରେ ମନୁଷ୍ୟର ଜ୍ଞାନର ସୀମାକୁ ବୁଝାଇବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜ୍ଞାନର ପ୍ରଭେଦକୁ ମଧ୍ୟ ଦର୍ଶାଇଦିଏ । ମନୁଷ୍ୟଦ୍ଵାରା ଘଟୁଥିବା ସମସ୍ୟା ଉପରେ ଦର୍ଶନ କୌଣସି ଗୁରୁତ୍ୱଦେବା ଉଚିତ ନୁହେଁ । ଏହା ପ୍ରହେଳିକାପୂର୍ଣ୍ଣ ଭାଷାର୍ଥର ବିଧିବଦ୍ଧ ବିଶ୍ଳେଷଣରେ ମନ ନିୟୋଗ କରେ ।

 

ଆମେ ଏ ବୈଜ୍ଞାନିକ ଯୁଗରେ ନିଜକୁ ସମ୍ପୂର୍ଣ୍ଣ ମନେକରି ଜୀବନର ମୌଳିକ ପ୍ରଶ୍ନଗୁଡ଼ିକୁ ଅଯୌକ୍ତିକ ବା ଉତ୍ତରହୀନ ଭାବି ନିଜଠାରୁ ଅନ୍ତର କରି ଦେଇଛୁ । ମନୁଷ୍ୟ ଆମ ନିକଟରେ ଏକ ଗୋଳମାଳିଆ ଜନ୍ତୁ ପରି ଜଣାପଡ଼େ ଏବଂ ତାର ସୁଖ ଦୁଃଖ ଓ ଉଲ୍ଲାସକୁ ଆମେ ଭୁଲିଯାଉ । ସେ ଆମ ନିକଟରେ ଏକ ପ୍ରାକ୍ ସୃଜନ ଶକ୍ତହୀନ ବୈଜ୍ଞାନିକ ଯୁଗର ପ୍ରାଣୀରୂପେ ଦେଖାଦିଏ । ଆମର ବାସସ୍ଥଳୀ ପୃଥିବୀ ହିଁ କେବଳ ବିଶ୍ଵପରି ମନେହୁଏ ଏବଂ ଧର୍ମ ସତେ ଯେପରି ଆମ ନିକଟରୁ ଦୂରେଇ ଯାଉଛି ।

 

୫. ଧର୍ମ ଓ ସାମାଜିକ ସମ୍ବନ୍ଧ

 

ଆମ୍ଭମାନଙ୍କ ବାହ୍ୟ ପ୍ରକୃତି ସାଧୁତା ଏବଂ ଅନ୍ତରର ବିଶ୍ଵାସଘାତକତା ଆମ ଧର୍ମଗତ ଅଭାବକୁ ପରିଷ୍କାର ଭାବରେ ପ୍ରକାଶ କରିଦିଏ । ବିଧିବିଧାନ ଓ ଆଚାରପ୍ରଚାର ସହିତ ନିଜକୁ ଯନ୍ତ୍ରଚାଳିତ ଭାବରେ ଜଡ଼ିତ କରିବା କିମ୍ବା ନିର୍ଦ୍ଦିଷ୍ଟ ଧର୍ମ ସିଦ୍ଧାନ୍ତଗୁଡ଼ିକୁ ନିଷ୍କ୍ରିୟ ଭାବରେ ଗ୍ରହଣ କରାଯିବା ଧର୍ମର ପ୍ରକୃତ ଅର୍ଥ ନୁହେଁ । ଅଧିକାଂଶ ଲୋକ ଧର୍ମର କେବଳ ବାହ୍ୟ ଆକୃତିକୁ ପାଳନ କରନ୍ତି ଏବଂ ବିଶ୍ଵାସର ହାବଭାବ ପ୍ରତି ଲକ୍ଷ୍ୟ ରଖନ୍ତି, ଧର୍ମ ନାମରେ ସେମାନେ ଯାହା ସ୍ଵୀକାର କରନ୍ତି ବା ଆଦେଶ ଦିଅନ୍ତି, ନିଜ ଜୀବନରେ ତାହା ପ୍ରତି ଫଳିତ ହୁଏ ନାହିଁ । ଧାର୍ମିକ ବୋଲି ଅଭିନୟ କରିବା ସେମାନଙ୍କପାଇଁ ଯଥେଷ୍ଟ ।

 

ବିଶ୍ଵାସ ଅପେକ୍ଷା ଆଚରଣ ଧର୍ମର ବିଶେଷ ଲକ୍ଷଣ । ନୈଷ୍ଠିକତାର ଅର୍ଥ କେବଳ ବିଶ୍ଵାସର ଯଥାଯଥ ବର୍ଣ୍ଣନା ନୁହେଁ; କିନ୍ତୁ ବିଶ୍ଵାସ ସହିତ ଜୀବନ-ଯାପନ ହିଁ ନୈଷ୍ଠିକତା । କୌଣସି ବିଷୟର ଯଥାଯଥ ବର୍ଣ୍ଣନା କରିବାରେ ତାହାର ଲକ୍ଷ୍ୟ ହାସଲ ହୋଇ ପାରେ ନାହିଁ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବହୃତ ଯାନବାହନ ଲକ୍ଷ୍ୟ ଅପେକ୍ଷା ଅଧିକ ଆବଶ୍ୟକ ନୁହେଁ । ଧର୍ମ କେବଳ ବର୍ଣ୍ଣନା କରିବାର କଥା ନୁହେଁ, ତାହାକୁ ଅନୁଭବ କରି କାର୍ଯ୍ୟରେ ପରିଣତ କରିବା ଆମର କର୍ତ୍ତବ୍ୟ-। ଆମ୍ଭମାନଙ୍କର ବିଶ୍ଵାସ ଏବଂ ଆଚରଣରେ ଯଥେଷ୍ଟ ପ୍ରଭେଦ ରହିଲେ ମଧ୍ୟ ଆମେ କହୁ ଯେ ବିଶ୍ଵାସ କାର୍ଯ୍ୟବିନା ମୃତତୁଲ୍ୟ । ସାଧୁପଲ୍ କହିଛନ୍ତି ଯେ, ବିଶ୍ଵ ପ୍ରକୃତିର ଅନୁରୂପ ଆଚରଣ କରନାହିଁ । ନିଜ ମନର ନୂତନ ଚିନ୍ତାଧାରା ସାହଯ୍ୟରେ ନିଜକୁ ଏପରି ପରିବର୍ତ୍ତିତ କର ଯାହାଦ୍ଵାରା କି ନିଜମଧ୍ୟରେ ପ୍ରମାଣ କରିବାର ଶକ୍ତି ସଂଚାରିତ ହେବ । ତା ହେଲେ ଈଶ୍ଵରଙ୍କର ଇଚ୍ଛା କ’ଣ, ପ୍ରକୃତି ସତ୍ୟ କ’ଣ ଏବଂ କିପରି ବସ୍ତୁ ଗ୍ରହଣୀୟ ଇତ୍ୟାଦି ବିଷୟ ହୃଦୟଙ୍ଗମ କରି ହେବ । (୧) ଯଦି ଧର୍ମ ନିଜକୁ ଶକ୍ତିଶାଳୀ କିମ୍ବା ସର୍ବବ୍ୟାପି କରି ନ ପାରେ କିମ୍ବା ପ୍ରତ୍ୟେକ ମନୁଷ୍ୟର ଜୀବନରେ ପ୍ରବେଶ କରି ନ ପାରେ କିମ୍ବା ତାହାର ପ୍ରତ୍ୟେକ କାର୍ଯ୍ୟ ଉପରେ ପ୍ରଭାବ ପକାଇ ନ ପାରେ ତେବେ ସେ ଧର୍ମ ପ୍ରକୃତ ଧର୍ମ ନୁହେଁ, ଏକ ଛଳନା ମାତ୍ର । ଯଦି ଆମେ ବିଶ୍ଵାସ କରୁ ଯେ ଆମର ଧର୍ମ ଚତୁର୍ଦ୍ଦିଗରେ ବିସ୍ତାର ଲାଭ କରିଛି ଏବଂ ଏହାର ଭକ୍ତ ପ୍ରଚାର କରୁଥିବା ଆଦର୍ଶକୁ ନିଜେ ଆଚରଣ କରେ ତେବେ ଏହା ସ୍ଵତଃ ସିଦ୍ଧ ଯେ ଏହି ଧର୍ମ ଅମୂଲ୍ୟ ଏବଂ ଏହାଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ଓ ସମାଜର କଲ୍ୟାଣ ସାଧିତ ହୁଏ ।

 

1 Romans 12.2.

 

ବିଜ୍ଞାନର ସହାୟତାରେ ମନୁଷ୍ୟର ଜୀବନ ସୁଖମୟ ହୋଇଛି । ଧର୍ମ ବିଜ୍ଞାନ ଦତ୍ତ ଏହି ଆରାମ ଓ ସୁବିଧାକୁ ପସନ୍ଦ କରେ ନାହିଁ । ସ୍ତ୍ରୀମାନଙ୍କ ଗର୍ଭ ଯନ୍ତ୍ରଣାର ଉପଶମପାଇଁ ଯେତେବେଳେ ଅବେଦନର ବ୍ୟବହାର ଆରମ୍ଭ ହେଲା ସେତେବେଳେ ଏହା ବିରୁଦ୍ଧରେ ଯୁକ୍ତି କରାଯାଇଥିଲା ସେ ସ୍ତ୍ରୀମାନଙ୍କର ଏହି ଯନ୍ତ୍ରଣା ଈଶ୍ଵରଙ୍କର ଇଚ୍ଛା; ତେଣୁ ସନ୍ତାନଜନ୍ମ ସମୟରେ ସେମାନେ ଯନ୍ତ୍ରଣା ଭୋଗ କରିବେ । ଏହାର ଉପଶମ କରିବାର ଚେଷ୍ଟା ଭଗବତ୍ ବିରୁଦ୍ଧ ଏବଂ ଅଧାର୍ମିକ ।

 

X X X

 

କେତେକ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନକୁ ସଂସାରର ସାଧାରଣ ଜୀବନ ଅପେକ୍ଷା ଶ୍ରେୟସ୍କର ମନେ କରି ସାମାଜିକ ଜୀବନରୁ ଖସି ଚାଲିଯିବାକୁ ଚେଷ୍ଟା କରନ୍ତି । ସାମାଜିକ ଜୀବନ ସେମାନଙ୍କ ମତରେ ସଂସାରର ନାନା ଦୁଃଖ କଷ୍ଟରେ ପରିପୂର୍ଣ୍ଣ । ତେଣୁ ସେମାନେ ଏହାକୁ ପରିତ୍ୟାଗ କରି ଆଧ୍ୟାତ୍ମିକ ଚିନ୍ତାଧାରାରେ ନିଜକୁ ନୂତନ ଭାବରେ ଦୀକ୍ଷିତ କରନ୍ତି । ଏହାଦ୍ଵାରା ଜୀବନର ପ୍ରକୃତ ସମସ୍ୟାର ସମ୍ମୁଖୀନ ହୋଇ ନପାରି ସେମାନେ ପଛଘୁଞ୍ଚା ଦିଅନ୍ତି । ଜ୍ଞାନ ଏବଂ କର୍ମମୟ ଜୀବନର କଠୋର ନିର୍ଦ୍ଦେଶକୁ ପରିତ୍ୟାଗ କରି ଏହି ସଂସାର ବୈରାଗୀ ବ୍ୟକ୍ତି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଧ୍ୟାନଯୁକ୍ତ ଜୀବନକୁ ଫେରିଯାଏ । ସେ ବିଶ୍ଵାସ କରେ ସତେ ଯେପରି ଧର୍ମ ମୂଳତଃ ଅନ୍ୟ ଏକ ସ୍ଥିତି ବା ସମାଜ ନିମିତ୍ତ ଉଦ୍ଦିଷ୍ଟ ଏବଂ ଏହି ଧ୍ୟାନଯୁକ୍ତ ଜୀବନରୁ ଯେଉଁ ଉତ୍କର୍ଷତା ଲାଭ କରାଯାଏ ତାହା ବୋଧହୁଏ ଇହଜଗତପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ସଂସାର ବୈରାଗୀ ଜୀବନର ନିର୍ଦ୍ଦେଶଠାରୁ ନିଜକୁ ଖସାଇ ନେଇ ଏକ ସୁରକ୍ଷିତ ଜଗତରେ ଆଶ୍ରୟ ନିଏ । ଏହାଦ୍ଵାରା ଧାର୍ମିକ ପୂତ ପବିତ୍ର ଜୀବନ ଏବଂ ଧର୍ମନିରପେକ୍ଷ ମଧ୍ୟରେ ଏକ ବିରାଟ ପ୍ରଭେଦ ସୃଷ୍ଟି ହୁଏ । ସାମାଜିକ କ୍ଳେଶରୁ ନିଜକୁ ଦୂରରେ ରଖି ସଂସାରର ଦୁଃଖ ଦୈନ୍ୟ ପ୍ରତି ବିମୁଖ ରହି ଏହି ସଂସାର ବୈରାଗୀ ପ୍ରଚାର କରେ ସେ ମୃତ୍ୟୁ ପରେ ହିଁ ନ୍ୟୟ ଲାଭ କରିଯାଏ । ଏହା ଫଳରେ ଧର୍ମଦ୍ଵାରା ସମାଜରେ ଯେଉଁ ଉନ୍ନତି ହେବାର ସମ୍ଭାବନା ଥାଏ ତାହା ଲୋପ ପାଇଯାଏ ।

 

ଧର୍ମ ଓ ସାମାଜିକ ଜୀବନ ମଧ୍ୟରେ ପ୍ରଭେଦର କୌଣସି ସୂକ୍ଷ୍ମରେଖା ଟଣା ଯାଇ ପାରେ ନାହିଁ । ସାମାଜିକ ଅନୁଷ୍ଠାନଗୁଡ଼ିକ ପରିଶେରେ ମନୁଷ୍ୟପ୍ରଣୀତର କେତେକ ନିର୍ଦ୍ଦିଷ୍ଟ ମତାମତ ଉପରେ ନିର୍ଭର କରେ । ଏହି ନର୍ଦ୍ଦିଷ୍ଟ ମତଦ୍ୱାରା ମନୁଷ୍ୟ ଏବଂ ତାହାର ଅନୁଚରମାନଙ୍କପାଇଁ ଭବିଷ୍ୟତ୍ ଆଚରଣରେ ପନ୍ଥା ଠିକ୍ ହୁଏ । ମତଗୁଡ଼ିକରେ ଧର୍ମସମ୍ବନ୍ଧୀୟ କେତେକ ପ୍ରଭେଦ ଦେଖାଯାଇପାରେ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ବୈଷୟିକ ଜ୍ଞାନ ଏବଂ ସାମାଜିକ ଚେତନା ପ୍ରୟୋଜନ ।

 

ଧର୍ମକୁ ସମାଜର ସଂସ୍କାରକ ହିସାବରେ ଗ୍ରହଣ କରି ହେବ ନାହିଁ, ତଥାପି ମନୁଷ୍ୟର ଜୀବନର ବହୁ ସମୟ ଏହି ସମାଜରେ ହିଁ କଟିଥାଏ । ଏକ ସ୍ଥାୟୀ ସାମାଜିକ ଶୃଙ୍ଖଳା ସଭ୍ୟ ଜୀବନର ମୂଳଭିତ୍ତି ସ୍ଵରୂପ । ଧର୍ମ ସମାଜକୁ ମନୁଷ୍ୟର ଜୀବନ ସହିତ ଏକ ଦୃଢ଼ ବଦ୍ଧନରେ ବାନ୍ଧି ରଖେ । ଧର୍ମର ସହାୟତାରେ ମନୁଷ୍ୟ ନିଜର ଆକାଙ୍‍କ୍ଷା ପ୍ରକାଶ କରିପାରେ ଏବଂ ନିରାଶ ସମୟରେ ସାନ୍ତ୍ୱନା ପାଏ ।

 

ଧର୍ମ ସାହାଯ୍ୟରେ ସଂସାରରୁ ଖସି ଯିବାର ବାଟ ନ ଖୋଜି ଏହାକୁ ସମାଜ ଓ ତାର ନିୟମର ରକ୍ଷକରୂପେ ଗ୍ରହଣ କରିବା ଉଚିତ । ପ୍ରତ୍ୟେକ ଧର୍ମର ଉଦ୍ଦେଶ୍ୟ ହେଉଛି ଐକ୍ୟସାଧନ କରିବା ଏବଂ ପୃଥିବୀର ଶାସକମାନଙ୍କୁ ସାନ୍ତ୍ୱାନା ଦେବାପାଇଁ ଚେଷ୍ଟା କରିବା । ଏହି ଶାସକମାନେ ମଧ୍ୟ ନିଜର ଶକ୍ତି ନିମିତ୍ତ ଧର୍ମ ଉପରେ ନିର୍ଭର କରନ୍ତି । ଏକତା ରକ୍ଷା କରିବା ଏବଂ ସାନ୍ତ୍ୱାନା ଦେବା କୌଣସି ଗୋଟିଏ ଧର୍ମର ଏକଚାଟିଆ ବ୍ୟବସାୟ ନୁହେଁ । ଅସ୍ପୃଶ୍ୟତା ଏବଂ ଜାତିଭେଦ ସୃଷ୍ଟି କରିବାଦ୍ଵାରା ଧର୍ମର ଅବମାନନା ହୁଏ ଏବଂ ଧର୍ମ କଳଙ୍କିତ ହୋଇଯାଏ । ଖୁସିର କଥା ଯେ ହିନ୍ଦୁଧର୍ମରେ ଏହିପରି ବ୍ୟକ୍ତିମାନଙ୍କର ସଂଖ୍ୟା ହ୍ରାସ ପାଉଛି । ଖ୍ରୀଷ୍ଟଧର୍ମ ଦାସତ୍ଵ ପ୍ରଥା ଦୂରକରି ପାରିଛି ଏବଂ ଅନେକ ସାମାଜିକ କଳଙ୍କ ସଜାଡ଼ି ପାରିଛି; କିନ୍ତୁ ଏକ ସମ୍ପ୍ରଦାୟ ହିସାବରେ ଖ୍ରୀଷ୍ଟିୟାନମାନେ ମନୁଷ୍ୟର ଜୀବନ ଯାପନ ପ୍ରଣାଳୀକୁ ସେମାନଙ୍କ ଧର୍ମତତ୍ତ୍ଵର ଆଦେଶ ସହିତ ଖାପଖୁଆଇ ପାରି ନାହାନ୍ତି ।

 

ଧର୍ମପ୍ରତିଷ୍ଠାତାମାନେ ମନୁଷ୍ୟ ସମାଜର ଅଧିକାଂଶ ଦୁଃଖ କଷ୍ଟ ନିଜ ଉପରେ ନ୍ୟସ୍ତ କରନ୍ତି । ଏହା ତାଙ୍କ ବିଗତ ଜୀବନର ଅର୍ଜିତ ପାପକର୍ମର ପ୍ରାୟଶ୍ଚିତ ବୋଲି ସେମାନେ ମନେ କରନ୍ତି । ନିଜ ଦୁଃଖ କଷ୍ଟ ସହ୍ୟକରି ମନୁଷ୍ୟ ସମାଜର ଭବିଷ୍ୟତ ସୁଖ ନିମିତ୍ତ ସେମାନେ ପ୍ରତିଜ୍ଞାବଦ୍ଧ ହୁଅନ୍ତି । ପୀଡ଼ା ଓ ଯନ୍ତ୍ରଣା ଦୂରକରି ଇହ ଜଗତକୁ ସୁଖର ସ୍ଵର୍ଗରେ ପରିଣତ କରନ୍ତି; କିନ୍ତୁ ସମାଜର କେତେକ ଆଦର୍ଶବାଦୀ ବ୍ୟକ୍ତି ଧର୍ମକୁ ଏକ ନିଦ୍ରା ଔଷଧ ବୋଲି ମନେ କରନ୍ତି, ଯାହାକୁ ପ୍ରଚାରକମାନେ ନିଜେ ନ ଖାଇ ଅନ୍ୟକୁ ଖାଇବାକୁ ଦିଅନ୍ତି । ଏହାର ସୁବିଧା ନେଇ ସେମାନେ ନିଜର ସ୍ଵାର୍ଥ ସିଦ୍ଧି କରନ୍ତି ।

 

ଈଶ୍ଵରଙ୍କ ଦୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ସମାନ । ଆମେରିକାନ୍ ସମ୍ବିଧାନର ନିର୍ମାତାମାନଙ୍କ ତୁଳନାରେ ଏହି ଉକ୍ତିର ଏତେ ଉଦାର ଏବଂ ପ୍ରାଞ୍ଜଳ ଭାବରେ ଅନ୍ୟ କେହି ବୋଧହୁଏ ସ୍ଵୀକାର କରି ପାରି ନାହାନ୍ତି । ଜେଫେର୍‌ସନ୍‌ଙ୍କ ସ୍ଵାଧୀନତା ଘୋଷଣାପତ୍ରର ବର୍ଣ୍ଣିତ କେତେକ ଧାଡ଼ି ଉଲ୍ଲେଖଯୋଗ୍ୟ । ସେ ଲେଖିଛନ୍ତି ... “ପ୍ରତ୍ୟେକ ମନୁଷ୍ୟର ସୃଷ୍ଟି ସମାନ । ସୃଷ୍ଟିକର୍ତ୍ତା ସେମାନଙ୍କୁ କେତେକ ଦାଗ ଦାନ କରିଅଛନ୍ତି ଯାହାକୁ ଛଡ଼ାଇ ନେଇ ହେବ ନାହିଁ । ଏହି ଦାବୀଗୁଡ଼ିକ ହେଉଛି ‘‘ଜୀବନ, ସ୍ଵାତନ୍ତ୍ର୍ୟ ଏବଂ ସୁଖୀ ହେବାର ଚେଷ୍ଟା ।” ଏହି ଘୋଷଣା କେବଳ ଏକ ପ୍ରଚାରର ବିଷୟବସ୍ତୁ ନୁହେଁ । ଏହା ଅନୁଭୂତି ପୂର୍ଣ୍ଣ, ମନୁଷ୍ୟର ଗଭୀର ବିଶ୍ଵାସ । ଏହି ଘୋଷଣାରେ ସେ ପୁନର୍ବାର ବୁଝାଇଛନ୍ତି, ‘‘ମନୁଷ୍ୟ ତା’ ପିଠିରେ ଘୋଡ଼ାଜୀନ୍ ଲଗାଇ ଜନ୍ମ ହୋଇ ନାହିଁ କିମ୍ବା କେତେକ ମୁଷ୍ଟିମେୟ ସୁବିଧା-ବାଦୀ ଲୋକ ଘୋଡ଼ାଚଢ଼ି ବା ବୁଟ୍‍ ପିନ୍ଧି ଜନ୍ମ ହୋଇ ନାହାନ୍ତି ଯେ ସେମାନେ ମନୁଷ୍ୟ ଉପରେ ସବାର ହେବେ । ଏହି ଦାବୀ କଦାପି ନ୍ୟାୟସଙ୍ଗତ ବା ଈଶ୍ଵରଙ୍କର ଇଚ୍ଛା ହୋଇ ନ ପାରେ ।” ଆଜି ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ମନୁଷ୍ୟକୁ ସମାନ ଚକ୍ଷୁରେ ଦେଖିପାରି ନାହୁଁ । କହିବା ସହିତ ଆମର କାର୍ଯ୍ୟକଳାପର ବହୁ ପ୍ରଭେଦ ରହି ଯାଇଛି ।

 

ପୁଞ୍ଜିବାଦୀ ସମାଜ ମନୁଷ୍ୟ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ନାହିଁ । ଏହିପରି ସମାଜରେ ମୁଷ୍ଟିମେୟବ୍ୟକ୍ତିଙ୍କ ହାତରେ ଉତ୍ପାଦନର ଚାବିକାଠି ଥିଲାବେଳେ ଅନ୍ୟମାନେ ଦାସ ବା କ୍ରୀତଦାସ ନହେଲେ ମଧ୍ୟ ସେହି ଉତ୍ପାଦନ ନିମିତ୍ତ ନିଜର ସମସ୍ତ ଶ୍ରମ ଦାନ କରନ୍ତି । ଏଥିପାଇଁ ସେମାନଙ୍କ ଉପରେ ଅନେକ ସତ୍ତ ଧାର୍ଯ୍ୟ କରା ହୋଇଥାଏ । ପୁଞ୍ଜିବାଦ ପାର୍ଥିବ ସମ୍ପତ୍ତି ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦିଏ । ପ୍ରତ୍ୟେକ ବସ୍ତୁ ଲାଭ କରିବାପାଇଁ ଏହାର ଏକ ପ୍ରବୃତ୍ତି ଅଛି । ଅର୍ଥଶକ୍ତିକୁ ସେ ପୂଜା କରେ । ପୂଜା କରୁଥିବା ଏହି ଶକ୍ତିର ପ୍ରାପ୍ତି ନିମିତ୍ତ ସେ ଯାହାର ସାହାଯ୍ୟ ଦରକାର କରେ କିମ୍ବା ଏହି ଶକ୍ତିର ପୂଜାରୁ ତାକୁ ଶେଷରେ ଯାହା ମିଳେ ସେଥିପାଇଁ ପୁଞ୍ଜପତି ବିଶେଷ ଦୃଷ୍ଟି ଦିଏ ନାହିଁ । କୌଣସି ସମ୍ପତି ପ୍ରତି ତାହାର ଦାବୀ ନ ଥିଲେ ମଧ୍ୟ ସେ ପାର୍ଥିବୀ ସମ୍ପତ୍ତିର ସମସ୍ତ ଭାର ନିଜେ ନିଜେ ବହନ କରେ । ଏହାଦ୍ଵାରା ମନୁଷ୍ୟ ଅର୍ଥନୈତିକ ଅବସ୍ଥାର ଦାସ ହୋଇଯାଏ । ପୁଞ୍ଜିବାଦର ପ୍ରଭୁତ୍ଵ ମନୁଷ୍ୟର ସହନଶକ୍ତିର ସୀମା ଅତିକ୍ରମ କରେ । ଲାଭ କରିବା ହିଁ ଏହାର ପ୍ରବୃତ୍ତି; କିନ୍ତୁ ଉତ୍ପାଦନ କରିବା ନୁହେଁ । ରୋଜଗାର କରିବାର କ୍ଷମତା ଏବଂ ଅର୍ଥନୈତିକ ଅବସ୍ଥା ଦୃଷ୍ଟିରୁ ମନୁଷ୍ୟର ପରିବାରଙ୍କୁ ଶ୍ରେଣୀଭୁକ୍ତ କରାଯାଏ । ଏଥିରେ କୌଣସି ବ୍ୟକ୍ତିଗତ ଗୁଣ ବା ସାମାଜିକ ପ୍ରଭାବର ସ୍ଥାନ ନ ଥାଏ । ପୁଞ୍ଜିବାଦର ଏହି ଚରିତ୍ର ମାନବିକ ମହତ୍ଵର କ୍ଷତିକାରକ ଅଟେ । ଯେ ପର୍ଯ୍ୟନ୍ତ ପୁଞ୍ଜିବାଦୀ ସମାଜର ଏହିପରି ଧାରଣା ରହିଛି ବା ଏହିପରି ଅଭ୍ୟାସକୁ ସେ ଯେପର୍ଯ୍ୟନ୍ତ ଉତ୍ସାହିତ କରିଛି ସେ ପର୍ଯ୍ୟନ୍ତ ସମାଜରେ ଅସ୍ଥିରତା ପୂରି ରହିଥିବ ।

 

ପ୍ରାଚ୍ୟ ଦେଶରେ ଅଧିକାଂଶ ଲୋକ କଠିନ ପରିଶ୍ରମ କରି ଜୀବନ ଯାପନ କରୁଥିବା ବେଳେ ଅଳ୍ପ କେତେଜଣ ବିନା ଶ୍ରମରେ ଆରାମ କରନ୍ତି; କିନ୍ତୁ ଧର୍ମଗୁରୁମାନେ ସାମାଜିକ ସମସ୍ୟାଗୁଡ଼ିକର କୌଣସି ପ୍ରକାର ସମାଧାନ ନ କରି ନିରବ ହୋଇ ରହି ଯାଆନ୍ତି । ଏହାଦ୍ଵାରା ଧର୍ମର ସମ୍ମାନ-ହାନିହୁଏ । ସହରତଳି କିମ୍ବା ମନୁଷ୍ୟ ଅଧ୍ୟୁଷିତ ଅପରିଷ୍କାର ପରିବେଷ୍ଟନୀ କିମ୍ବା ବେକାରି ସମସ୍ୟା ପ୍ରତି ଏହି ଧର୍ମଗୁରୁମାନଙ୍କର ବିଶେଷ ଦୃଷ୍ଟି ନ ଥାଏ । ଦୁଃଖ କଷ୍ଟ ଏବଂ ଭେଦଭାବ ହେତୁ ଦୁର୍ବଳ ହୋଇ ପଡ଼ିଥିବା ମନୁଷ୍ୟମାନଙ୍କ ପ୍ରତି ଏମାନେ ଉଦାସୀନ ରହନ୍ତି । ସମାଜର ଏକତା ତଥା ନିୟମାବଳୀ ଏହିପରି ଭାବରେ ଧର୍ମର ମୁଖପାତ୍ରମାନଙ୍କଦ୍ଵାର ନିନ୍ଦିତ ହୁଏ-। ଜାତିଭେଦ ବିଶ୍ଵଭ୍ରାତୃଭାବକୁ କ୍ଷୂର୍ଣ୍ଣ କରେ । ଆମ୍ଭମାନଙ୍କର କାର୍ଯ୍ୟକଳାପରୁ ଆମର ଚରିତ୍ର ବୁଝାପଡ଼ା, ଆମର ବର୍ଣ୍ଣିତ ନିମାମାବଳୀ ବା ଆଦେଶରୁ ନୁହେଁ ।

 

ମନୁଷ୍ୟ ଦୁଃଖ କଷ୍ଟ ଭୋଗ କଲେ ସୁଦ୍ଧା ସହାନୁଭୂତିଶୀଳ ହେବା ଉଚିତ । ଏହା ପ୍ରତ୍ୟେକ ଧର୍ମର ଉପଦେଶ । ଈର୍ଷା ଓ ଘୃଣା କଲେ ମଧ୍ୟ ଶତ୍ରୁର ମଙ୍ଗଳ ଚିନ୍ତା କରିବା ନିମିତ୍ତ ଖ୍ରୀଷ୍ଟଧର୍ମ ଉପଦେଶ ଦିଏ । ଭଲ ଲୋକମାନଙ୍କୁ ଭଲ ପାଇବାରେ କିଛି ବିଶେଷତ୍ଵ ନାହିଁ । ଶତ୍ରୁମାନଙ୍କ ମାନବିକତା ଏବଂ ସେମାନଙ୍କ ଚିତ୍ତରେ ଭଲ ପାଇବାର ସାମର୍ଥ୍ୟ ଓ ଶକ୍ତିର ପୁନର୍ଜାଗରଣ ନିମିତ୍ତ ସେମାନଙ୍କୁ ଭଲ ପାଇବାପାଇଁ ଯୀଶୁ ଉପଦେଶ ଦେଇଛନ୍ତି । ଆମେ ଯେ ସେମାନଙ୍କୁ ଘୃଣା କରୁ ଏହି ଭିତ୍ତିପୂର୍ଣ୍ଣ ଚିନ୍ତାଧାରା ସେମାନଙ୍କ ମନରୁ ଦୂର କରିବା ଆମର କର୍ତ୍ତବ୍ୟ; କିନ୍ତୁ ଶତ୍ରୁକୁ ଭଲପାଇବାରେ ଆମେ କେତେ ଦୂର ଅଗ୍ରସର ହୋଇ ପାରିଛୁ ?

 

ଆଧୁନିକ ଯୁଗରେ ଯୁଦ୍ଧସଂଗଠିତ ପୈଶାଚିକ ଅପରାଧ ପ୍ରତି ଧର୍ମ ନେତାମାନେ ସାଧାରଣତଃ ଉଦାସୀନ ରହନ୍ତି । ବିଭିନ୍ନ ଭ୍ରାନ୍ତିପୂର୍ଣ୍ଣ ବକ୍ତବ୍ୟଦ୍ୱାରା ଅପରାଧଗୁଡ଼ିକୁ ସେମାନେ ପ୍ରଶ୍ରୟ ଦିଅନ୍ତି । ସ୍ଵର୍ଗତଃ ରୁଜ୍‍ଭେଲଟ୍ ୧୯୩୯ ମସିହା ସେପ୍ଟେମ୍ବର ମାସ ୧ ତାରିଖରେ କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ ମନୁଷ୍ୟମାନଙ୍କ ଉପରେ ନିର୍ମମ ବୋମାବର୍ଷଣ ହୋଇଛି-। ଏହାଦ୍ଵାରା ହଜାର ହଜାର ଆଶ୍ରୟ ହୀନ ଶିଶୁ ଏବଂ ସ୍ତ୍ରୀ ପଙ୍ଗୁ ହୋଇ ପଡ଼ିଛନ୍ତି ଏବଂ ମୃତ୍ୟୁ ଲଭିଛନ୍ତି । ଏହାଦ୍ଵାରା ମନୁଷ୍ୟର ବିବେକ ପ୍ରଚଣ୍ଡ ଧକ୍କା ପାଇଛି । ତାଙ୍କପରେ ଟ୍ରୁ ମ୍ୟାନ୍ ୟୁ ରାନିୟମ୍ ବୋମାର ବ୍ୟବହାରକୁ ଅନୁମୋଦନ କଲେ । ଏହି ବୋମାର ପ୍ରଥମ ବ୍ୟବହାର ହେଲା ଜାପାନ୍‌ର ହିରୋସିମା ସହର ଉପରେ, ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ । ଏହିପରି ଅସ୍ତ୍ରଗୁଡ଼ିକର ବ୍ୟବହାରଦ୍ଵାରା ମନୁଷ୍ୟ ଈଶ୍ଵରଙ୍କୁ ଏଡ଼ାଇ ଦେଇ ସୟତାନ୍‌ର ଆଶ୍ରୟ ନେଇଛି । ହିରୋସିମା ଘଟଣା ପରେ ପରେ ଜାପାନର ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକ ଏହି ସମସ୍ୟାର ସମାଧାନପାଇଁ ରୋମକୁ ଏକ ନିରର୍ଥକ ପ୍ରାର୍ଥନା କରିଥିଲେ । ୧୯୫୪ ମସିହା ଜୁନ୍ ୬ ତାରିଖ ଦିନ St Paul Cathedralରୁ ଖ୍ରୀଷ୍ଟିୟାନ୍ ଜଗତ ପ୍ରତି ଘୋଷଣା କରାଗଲା-“ଖ୍ରୀଷ୍ଟଧର୍ମ ଏତେ ନିରାଶ ନୁହେଁ ଯେ ପୃଥିବୀରୁ ସଭ୍ୟଭା ଲୋପ ପାଇଯିବ ବା ସମସ୍ତ ଦେଶ ଦାସତ୍ଵ ସ୍ଵୀକାର କରିବେ । (୧)ରାଜ୍ୟରେ ଘଟୁଥିବା ଭଲ ମନ୍ଦ କାର୍ଯ୍ୟକଳାପକୁ ଭ୍ରମାତ୍ମକ ଯୁକ୍ତିଦ୍ଵାରା ପ୍ରଶୟ ଦେବା ବିଭିନ୍ନ ଧର୍ମମୁଖପାତ୍ରମାନଙ୍କର କର୍ମକୁଶଳତାର ପରିଚୟ ନୁହେଁ । (୨)

 

୧. Two days later on the 8th. of June, General Gruenther speaking in London, said, "We have one asset now which is of tremendous value. We have a long range air craft to which the Soviet now have no answer. I refer to the plane B-47, which can fly so fast and so high that there is no defence aganist it in this year of 1954 "

 

୨. In 1929, after the concordat Mussolini and the Holy see, the Pope saluted II Duce as a 'Man of God' and in 1932 he gave him the Papal blessing at St, Peter's Four years later the Italian clergy were ordered to celebrate the Fascist victory over Ethiopia with special services for thanks giving in the churches. In the same year (1936, in the Spanish Civil war, the Pope anathematised the Republican forces as satanic and blessed the armies of General Franco, who decorated his guns with the emblem of the sacred Heart of Jesus 1 The present Fope whose penetration of mind and love of humanity are well known, I am sure, would not support such measures.

 

When racial inequalities are condemned the supporters of separate churches for the white and the coloured peaples in South Africa and Southern States of united States appeal to the Biblecal curse pronounced on Him and his descendents. Genesis 9:22-25.

 

ବର୍ଣ୍ଣାଡ୍ ଶ’ ୪୦ବର୍ଷ ପୂର୍ବେ ତାଙ୍କର “Common sense about the War”ରେ ଲେଖିଛନ୍ତି, ‘ଶାନ୍ତିର ମନ୍ଦିର ଗୁଡ଼ିକ ଆମଦ୍ଵାରା ଯୁଦ୍ଧକ୍ଷେତ୍ରର ରୂପ ଧାରଣ କରିଛି । ଆମ ପୁରୋହିତମାନଙ୍କର ଚରିତ୍ର ସମାଜରେ କଳଙ୍କିତ ହୋଇ ପଡ଼ିଛି । ଶ୍ରମିକ ଏବଂ ଜନସାଧାରଣମାନଙ୍କ ଅନ୍ତରରେ ଏହା ଗଭୀର ରେଖାପାତ କରିଛି । ଏମାନେ ଧର୍ମ ଗ୍ରହଣ କରିପାରନ୍ତି ବା ଏତାଦୃଶ ଅବସ୍ଥାରେ ତାହାର ଗଭୀର ସମାଲୋଚନା କରି ତାକୁ ତ୍ୟାଗ କରି ପାରନ୍ତି । X X । ସବୁଠାରୁ ଉତ୍ତମ ଓ ସିଧା ସଳଖ ରାସ୍ତା ହେଉଛି ଗୀର୍ଜା ବା ଧର୍ମ କ୍ଷେତ୍ରଗୁଡ଼ିକୁ ଯୁଦ୍ଧଘୋଷଣା ଦିନଠାରୁ ବନ୍ଦ କରିଦିଆଯାଉ ଏବଂ ଯେଉଁଦିନ ଯୁଦ୍ଧ ବନ୍ଦ ହୋଇ ଶାନ୍ତିର ପ୍ରତିଷ୍ଠା ହେବ ସେହିଦିନ ସେଗୁଡ଼ିକ ଉନ୍ମୁକ୍ତ କରା ହେଉ । ଗୀର୍ଜାକୁ ସେବା କରିବାର ଏହା ହିଁ ଉପଯୁକ୍ତ ପନ୍ଥା ।

 

ଛଳନାଦ୍ଵାରା ଆମ୍ଭମାନଙ୍କ କାର୍ଯ୍ୟକଳାପର ପ୍ରକୃତ; ସ୍ଵରୂପ ଆମଠାରୁ ଲୁଛି ରହିଛି । ଛଳନା ପରିତ୍ୟାଗ କରି ନିଷ୍କପଟ ହୃଦୟରେ ନିଜପ୍ରତି ଦୃଷ୍ଟିପାତ କଲେ ଏହା ପରିଷ୍କାର ଭାବରେ ଜଣା ପଡ଼ିବ ଯେ ସୌଜନ୍ୟ ଉପରେ ଆମର ବିଶ୍ଵାସ ଖୁବ୍ ଶୀଘ୍ର ଲୋପ ପାଇ ଯାଉଛି ଏବଂ ଜନସାଧାରଣଙ୍କ ଅନ୍ତରରେ ମନ୍ଦ ଗୁଣର ଏକ ବିରାଟ ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି ।

 

X X X X

 

ଧର୍ମରେ ଅବିଶ୍ଵାସ ପାଇଁ ଇତିହାସ ବହୁ ଗୁଣରେ ଦାୟୀ । ଯୁଗ ଯୁଗ ଧରି କଳା, ସଂସ୍କୃତି ଏବଂ ଧାର୍ମିକ ଜୀବନଯାତ୍ରା ପ୍ରତି ଧର୍ମର ଅଶେଷ ଦାନ ଥିଲେ ସୁଦ୍ଧା ଧର୍ମାନ୍ଧତା, ନିଷ୍ଠୁରତା ଏବଂ ତଥାକଥିତ ଧାର୍ମିକବ୍ୟକ୍ତିମାନଙ୍କର ଅସାଧୁତା ଏହାକୁ ଦୂଷିତକରି ଦେଉଛି । ଯେଉଁ ଧର୍ମ ଶାସକମାନଙ୍କ ସ୍ଵର୍ଥନିମିତ୍ତ ନିଜକୁ ନିଯୁକ୍ତ କରେ ଏବଂ ପ୍ରତିଷ୍ଠିତ ସମାଜର ଅନ୍ୟାୟକୁ ପ୍ରଶ୍ରୟ ଦିଏ, ତାହା ପ୍ରକୃତରେ ଧର୍ମ ନୁହେଁ । ଯେଉଁମାନେ ଏହାର ବିରୁଦ୍ଧାଚରଣ କରନ୍ତି ସେମାନେ ହିଁ ପ୍ରକୃତ ଧାର୍ମିକ ।

 

ଏମାନଙ୍କ ଆଚରଣ ନାସ୍ତିକଙ୍କଭଳି ଜଣାଗଲେ ମଧ୍ୟ ଏମାନଙ୍କର ଅବସ୍ଥା ଭଣ୍ଡ କପଟୀମାନଙ୍କ ଅପେକ୍ଷା ଶୋଚନୀୟ ନୁହେଁ । ଆମର କାର୍ଯ୍ୟକଳାପହେତୁ ଅସଂଖ୍ୟ ନିରୀହ ଜୀବ ଧ୍ଵଂସ ପାଇଗଲେ ମଧ୍ୟ ଆମେ ତଥାପି ନିଜକୁ ଧାର୍ମିକ ବୋଲାଉ । କୌଣସି ଧର୍ମ ଯେ ପର୍ଯ୍ୟନ୍ତ ଚିରାଚରିତ ମାନବିକତା ଓ ସାମାଜିକ ଦାୟିତ୍ଵର ନିର୍ମାଣରେ ଭାଗ ନେଇ ନାହିଁ, ସେପର୍ଯ୍ୟନ୍ତ ସେ ଧର୍ମ ଆମ ନିକଟରୁ ଭକ୍ତି ଏବଂ ଆନୁଗତ୍ୟ ଦାବୀ କରି ନ ପାରେ ।

 

୬. ଧର୍ମ ଏବଂ ବିଶ୍ଵ ଏକତା

 

ଅର୍ଥନୈତିକ ଏବଂ ରାଜନୈତିକ ଭିତ୍ତିରେ କୌଣସି ଜାତିରେ ସମାଜ ଗଢ଼ାଯାଇ ନ ପାରେ । ଏହି ନୂତନ ସମାଜ ପାଇଁ ଏକ ମନସ୍ତାତ୍ତ୍ଵିକ ଏକତା ଏବଂ ଧାର୍ମିକ ସଂଯୋଜନା ଦରକାର । ଧାର୍ମିକ ଦୃଷ୍ଟିକୋଣରୁ ଏକ ନ ହେଲେ ମଧ୍ୟ ବିଶ୍ଵସମାଜପାଇଁ ଆମକୁ ଏକ ହେବାକୁ ପଡ଼ିବ । ଦୁର୍ଭାଗ୍ୟ ବଶତଃ ଧର୍ମ ମନୁଷ୍ୟକୁ ପରସ୍ପରଠାରୁ ଅଲଗାକରି ଦେଇଛି । ମନୁଷ୍ୟ ସମାଜ ଆଜି ନିଜର ଚିରାଚରିତ ଧର୍ମ ସହିତ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ ହୋଇ ଯାଇଛି ।

 

ଧର୍ମ ମଧ୍ୟରେ ପରସ୍ପରକୁ ବାନ୍ଧରଖିବାର ଏକ ଶକ୍ତି ଅଛି । ମନୁଷ୍ୟ ନିଜକୁ ପୂର୍ଣ୍ଣ ବୋଲି ମନେ କରୁଥିଲେ ମଧ୍ୟ ପରସ୍ପର ପ୍ରତି ଶତ୍ରୁତା ଆଚରଣ କରେ । Old Testamentରେ ମଧ୍ୟ ଏହିପରି ଭାବର ପ୍ରକାଶ ରହିଛି । ମୋଜେସ୍‌ଙ୍କ ଯୁଦ୍ଧ ଘୋଷଣା ଥିଲା “ଉଠ ଯେହୋବା ! ତୁମ୍ଭର ଶତ୍ରୁଙ୍କୁ ଧ୍ଵଂସ କର ।’’ (୧) ଯେହୋବା ହେଉଛନ୍ତି ହିବ୍ରୁ ମାନଙ୍କର ଈଶ୍ଵର । ସେ ସର୍ବଦା ଅନ୍ୟ ଈଶ୍ଵରମାନଙ୍କ ସହିତ ଯୁଦ୍ଧରେ ବ୍ୟସ୍ତ । ଡିଟେରୋନୋମି (Deuteronomy) ଲେଖିଛନ୍ତି, “ଯେତେବେଳେ ଯେହୋବା ଅତ୍ୟାଚାରୀ ଓ ଅଧାର୍ମିକମାନଙ୍କୁ ତୁମ୍ଭ ହସ୍ତରେ ଅର୍ପଣ କରିବେ, ତୁମେ ସେମାନଙ୍କ ପ୍ରତି କୌଣସି ଦୟା ନ ଦେଖାଇ ଧ୍ଵଂସ କରିବ; ସେମାନଙ୍କ ମନ୍ଦିର, ସ୍ତୂପ ଧ୍ଵଂସ କରିବ; ସେମାନଙ୍କ ପିତୁଳା ପୋଡ଼ିଦେବ ।” (୧) ହିବ୍ରୁ ମାନଙ୍କ ମତରେ ସେମାନଙ୍କର ଇଶ୍ଵର କେବଳ ସତ୍ୟ ଏବଂ ପବିତ୍ର, ଅନ୍ୟ କେହି ନୁହେଁ । ଯଦିଓ ସେମାନେ ଅନ୍ୟ ଈଶ୍ଵରମାନଙ୍କ ଅସ୍ତିତ୍ଵରେ ଅବିଶ୍ଵାସ କରୁ ନ ଥିଲେ ତଥାପି ସେମାନଙ୍କର ଈଶ୍ଵର ହିଁ ସବୁଠାରୁ ବଡ଼ । ‘‘ତୁମପରି ଆଉ କେହି ନାହାନ୍ତି ।” (୨) ଧର୍ମ ପ୍ରଚାରକ ମିକା (Micah)ଙ୍କର (ଖ୍ରୀ: ପୂ ଅଷ୍ଟମ ଶତାବ୍ଦୀ) ବିଭିନ୍ନ ଈଶ୍ଵରଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିଷୟରେ ଜ୍ଞାନ ଥିଲା । ସେ କହିଥିଲେ ଯେ ପ୍ରତ୍ୟେକ ଈଶ୍ଵରଙ୍କର ନିଜ ନିଜ ଭକ୍ତମାନଙ୍କ ଭକ୍ତି ଉପରେ ପୂର୍ଣ୍ଣଦାବୀ ରହିଛି । ପ୍ରତ୍ୟେକ ଦେଶ ନିଜ ନିଜ ଈଶ୍ଵରଙ୍କ ପ୍ରତି ବିଶ୍ଵାସ ଭାଜନ ହୋଇ ରହିଲେ ମଧ୍ୟ ଆମେ ଆମର ଯେହୋବାଙ୍କ ପ୍ରତି ସର୍ବଦା ବିଶ୍ଵାସୀ ଥିବୁ । (୩)

 

1.Numbers 10.35

1. 7.2 5

2. Psalm 86

3. Micah 4.5

 

ଯେତେବେଳେ ଏକେଶ୍ଵରବାଦ ଗଢ଼ି ଉଠିଲା ସେତେବେଳେ ଯେହୋବା କେବଳ ଏକମାତ୍ର ଈଶ୍ଵରରୂପେ ଆଖ୍ୟା ଲାଭ କଲେ । “ମୁ ଯେହୋବା ! ସବୁ ମୋର ସୃଷ୍ଟି । ସାରା ବିଶ୍ଵରେ ମୁଁ ବିସ୍ତୃତ । ମୋ ବ୍ୟତୀତ ଅନ୍ୟ କେହି ଈଶ୍ଵର ନାହାନ୍ତି ।” (୪) ଯଦିଓ ହିବ୍ରୁ ମାନଙ୍କର ଦୃଢ଼ ବିଶ୍ଵାସ ଥିଲା ଯେ ସେମାନେ ହିଁ କେବଳ ଐଶ୍ଵରିକ ପ୍ରକାଶ ଲାଭ କରି ପାରିଛନ୍ତି, ତଥାପି ଇଶ୍ଵର ସାର୍ବଜନୀନ ଏବଂ ଅନ୍ୟମାନେ ମଧ୍ୟ ତାଙ୍କ ସ୍ନେହ ଲାଭ କରି ପାରନ୍ତି-ଏପରି ଧାରଣାରେ ସେମାନେ ବିଶ୍ଵାସ ରଖୁଥିଲେ । ଯଦି ଆମେ ଈଶ୍ଵରଙ୍କୁ ସର୍ବବ୍ୟାପୀ ପିତା ବୋଲି ସ୍ଵୀକାର କରୁ ତେବେ ତାଙ୍କର ଭକ୍ତମାନେ ସେ କେବଳ ପିତୃସ୍ନେହ ଲାଭ କରିବେ ଏବଂ ଅନ୍ୟମାନେ ତାଙ୍କର କୋପର ପାତ୍ର ହେବେ-ଏହା ବିଶ୍ୱାସଯୋଗ୍ୟ ନୁହେଁ । ଯେହୋବାଙ୍କ ମନ୍ଦିର ବିଶ୍ଵର ପ୍ରାର୍ଥନାଗୃହ ଅଟେ ଏବଂ ଯେଉଁମାନେ ଅନ୍ୟ ଈଶ୍ଵରଙ୍କୁ ପୂଜା କରନ୍ତି ସେମାନେ ମଧ୍ୟ ଏଠାକୁ ଆସିବେ । ତଥାପି Old Testament ରେ ଇସ୍ରାଏଲ ଅଧିବାସୀମାନଙ୍କୁ ଇଶ୍ଵରଙ୍କର ନିର୍ବାଚିତ ଲୋକ ବୋଲି ବର୍ଣ୍ଣନା କରା ହୋଇଅଛି । ଏହା ତାଙ୍କର ଐଶ୍ଵରିକ ଜ୍ଞାନଦ୍ଵାରା ସମସ୍ତ ଅଣଇହୁଦୀମାନକୁ ମୂଲ୍ୟହୀନ ବୋଲି ମନେ କରୁଥିଲେ । (୧)

 

4. Isaiah 55, 24

 

1. "O lord, thou hast said that for our (the Jews) sakes, thou madest the world. As for the other nations, thou hast said that they are nothing and like unto spittle." II Esdras 6 55ff.

 

ଈଶ୍ଵରଙ୍କର ନିର୍ବାଚିତ ଲୋକରୂପକ ଧାରଣା ଇହୁଦୀମାନଙ୍କ ନିକଟରେ ନୂତନ ନୁହେଁ । ଏହି ଧାରଣାରୁ ମନୁଷ୍ୟର କାର୍ଯ୍ୟକଳାପରେ ଶ୍ରେଷ୍ଠତା ଏବଂ ପୃଥକ୍ ରହିବାର ଇଚ୍ଛା ପ୍ରକାଶ ପାଏ । ଏହାଦ୍ଵାରା ଭିନ୍ନ ଭିନ୍ନ ଧର୍ମମାନଙ୍କର ସହାନୁଭୂତିପୂର୍ବକ ବୁଝାମଣା ହୋଇପାରେ ନାହିଁ ବରଂ ଶତ୍ରୁତାଦ୍ଵାରା ସେମାନେ ବିଚ୍ଛିନ୍ନ ହୋଇ ଯାଆନ୍ତି । ଯୀଶୁ ହିବ୍ରୁମାନଙ୍କର ଏକଚାଟିଆ ଏବଂ ଅଲଗା ରହିବାର ବେଷ୍ଟନୀ ମଧ୍ୟରେ ନିଜକୁ ଗଢ଼ିଥିଲେ ମଧ୍ୟ ଏପ୍ରକାର ବାତାବରଣରୁ ନିଜକୁ ରକ୍ଷା କରିବାପାଇଁ ଖୁବ୍ ଚେଷ୍ଟା କରିଥିଲେ । ହିବ୍ରୁମାନଙ୍କର ଚିରାଚରିତ ପ୍ରଥା, ଭାଷାର ପ୍ରଚଳିତ ରୀତି ଏବଂ ଚିନ୍ତାଧାରା ମଧ୍ୟରେ ଯୀଶୁ ନିଜକୁ ଗଢ଼ିଥିଲେ । ତାଙ୍କର କଥାବାର୍ତ୍ତା ଇସ୍ରାଏଲର ସନ୍ତାନ ଏକ ଇହୁଦି ଭଳି ଥିଲା । ମାଥ୍ୟୁ ବର୍ଣ୍ଣିତ ସୁସମାଚାରରେ ଯୀଶୁଙ୍କର ଭକ୍ତି ଦୃଢ଼- “ମୁଁ ଇସ୍ରାଏଲ୍‌ର ନଷ୍ଟ ସନ୍ତାନଙ୍କପାଇଁ କେବଳ ଆସିଅଛି ।” (୨) ଜନ୍‌ଙ୍କ ବର୍ଣ୍ଣିତ ସୁସମାଚାରରେ ଲେଖାଅଛି, ମୋର ସାହାଯ୍ୟ ଵିନା ପିତାଙ୍କ ନିକଟରେ ପହଞ୍ଚିବା ଅସମ୍ଭବ ।’’ (୩) ଏହି ମତ ଉପରେ ଜୋର ଦେଇ Acts of the Apostle ରେ ଲେଖା ଅଛି, ‘‘ପୃଥିବୀରେ ଯୀଶୁଙ୍କ ନାମ ଛଡ଼ା ଅନ୍ୟ କୌଣସି ନାମ ନାହିଁ ଯାହା ସାହାଯ୍ୟରେ ମନୁଷ୍ୟ ମୁକ୍ତି ଲାଭ କରିବ ।”? (୪)

 

2. Methew 15.24

3. John 14:6

4. Acts 4.12

 

ଇହୁଦୀୟ ମନୋଭାବ ଖ୍ରୀଷ୍ଟଧର୍ମକୁ ପ୍ରାଦେଶିକ ଭାବରେ ଅଲଗା କରି ରଖିଥିଲା । ଖ୍ରୀଷ୍ଟଧର୍ମର ସାହିତ୍ୟ ଏବଂ ଐତିହାସିକ ପବିତ୍ର ଗ୍ରନ୍ଥ ଯାହାକି ଇହୁଦୀ ଧର୍ମରୁ ଉତ୍ପତ୍ତି ଲାଭ କରିଛି, ପୁରାପୁରି ଚିରାଚରିତ ସାହିତ୍ୟଠାରୁ ପୃଥକ୍ । ଖ୍ରୀଷ୍ଟଧର୍ମ ପ୍ରଚାରର ଆରମ୍ଭ ସମୟରେ ଏହି ଇହୁଦୀ ଧର୍ମର ପ୍ରଭାବ କମିଗଲା । ବିଶ୍ଵଧର୍ମର ହିସାବରେ ଖ୍ରୀଷ୍ଟଧର୍ମ ଜୁଦିଆ (Judaea)ରେ ଜନ୍ମ ଗ୍ରହଣ କରି ନ ଥିଲା । ତାହାର ସୃଷ୍ଟି ହୋଇଥିଲା Antioch, Ephesus, Thessalonica, Corinth, Rome ଏବଂ Alexandria ପ୍ରଭୃତି ଭୂମଧ୍ୟ ସାଗରୀୟ ଅଞ୍ଚଳମାନଙ୍କରେ । ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଗ୍ରୀସ୍‍ଦେଶ ପ୍ରାଚ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ତାହାର ସଂସ୍କୃତିକୁ ବିସ୍ତାର କରିଥିଲା । ଜୁଦିଆ ସ୍ଵାତନ୍ତ୍ର୍ୟ ଏବଂ ଗ୍ରୀସ୍‍ର ସାର୍ବଭୌମ କ୍ଷମତା ମଧ୍ୟରେ ଯେଉଁ ମିଶ୍ରଣ ହେଲା ତାହାର ପ୍ରଭାବକୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାରେ ବ୍ୟାଖ୍ୟା କରି ନପାରି ଆଧୁନିକ ଧର୍ମତତ୍ତ୍ଵବିତ୍‍ମାନେ ଖ୍ରୀଷ୍ଟଧର୍ମକୁ କେବଳ ଏକ ସ୍ଵତନ୍ତ୍ର ଧର୍ମ ହିସାବରେ ଗ୍ରହଣ କରନ୍ତି ।

 

ଏମିଲ ବ୍ରୁନର୍ କହଛନ୍ତି, ଐଶ୍ୱରିକ ପ୍ରକାଶ ଖ୍ରୀଷ୍ଟଧର୍ମର ସତ୍ତା ଅଟେ । ଏହା ଅସାଧାରଣ ଏବଂ ଅନ୍ୟ କେଉଁଠି ଏହାର ପୁନରାବୃତ୍ତି ହୋଇ ନପାରେ । ଈଶ୍ଵରଙ୍କ ପ୍ରକାଶ କେବଳ ଥରେ ମାତ୍ର ହୁଏ ଏବଂ ତାହା ଖ୍ରୀଷ୍ଟଧର୍ମରେ ହଁ ହୋଇଛି ।” (୧) କାର୍ଲବାଥ୍‌ କହିଛନ୍ତି, “ଐଶ୍ଵରିକପ୍ରକାଶ କେବଳ ଯୀଶୁଙ୍କ ମାଧ୍ୟମରେ ହୋଇଛି । ଈଶ୍ଵରଙ୍କର ଅନ୍ୟ ପ୍ରକାଶ ବିଷୟରେ ଆମେ କିଛି ଜାଣୁ କି ? କିଛି ନୁହେଁ ।’’ (୨) ଏହି ସବୁ ବିଚାରରୁ ସ୍ପଷ୍ଟ ବୁଝା ପଡ଼େ ଯେ ନିଜରଧର୍ମକୁ ଅନ୍ୟଧର୍ମର ସତ୍ୟାସତ୍ୟ ସହିତ ତୁଳନା କରାଯାଉଅଛି । ଆମର ସବୁ ଠିକ୍, ଅନ୍ୟମାନଙ୍କର ସବୁ ଭୁଲ । ଆମେ ହିଁ ଆଲୋକ ପ୍ରଦାନ କରୁ, ଅନ୍ୟମାନେ ଅନ୍ଧାର ପ୍ରଦାନ କରନ୍ତି-। ଗୋଟିଏ ପୁସ୍ତକରେ ବର୍ଣ୍ଣିତ ଅଛି ଯେ ଖ୍ରୀଷ୍ଟୟାନ୍ ମିସନାରୀମାନଙ୍କର ମୂଳଲକ୍ଷ୍ୟ ହେଉଛି ପୃଥିବୀର ଅନ୍ୟ ଧର୍ମକୁ ରଦ୍ଦକରିବା । (୩)

 

1. The Mediator, Eng. Translation (1934), pp. 25ff

2. The Knowledge of God (1937-38), P 43

3. B. C.J. Shebbeare, Christianity and Other Religions. (1939), p. 13.

 

ବର୍ଲିନ ବିଶ୍ଵବିଦ୍ୟାଳୟର ଡକ୍ଟର ବିଚାର୍ (୧୯୧୩) ଲେଖିଛନ୍ତି, “ଯେଉଁଠାରେ ଖ୍ରୀଷ୍ଟିୟାନ ମିସନାରୀମାନେ ଅନ୍ୟାନ୍ୟ ଧର୍ମର ସଂସ୍ପର୍ଶରେ ଆସିଛନ୍ତି ସେଠାରେ ସେ ସବୁକୁ ଲୋପ କରିଛନ୍ତି ଏବଂ ଖ୍ରୀଷ୍ଟଧର୍ମକୁ ସ୍ଥାନ ଦେଇଛନ୍ତି ।’’ (୧) ସତ୍ୟ ଏବଂ ଈଶ୍ଵରଙ୍କ ନିଷ୍ପତ୍ତି ବିଷୟରେ ଯେଉଁ ଦାବୀ ତାହା କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କପାଇଁ ପ୍ରଯୁଜ୍ୟ । (୨) ନେଷ୍ଟୋରସ୍ (Nestorius) ଥିୟଜୋଡ଼ମ୍ (Theosodius)ଙ୍କୁ କହିଛନ୍ତି, ‘‘ପୃଥିବୀରୁ ଅଧାର୍ମିକମାନଙ୍କୁ ବହିଷ୍କାର କର, ମୁଁ ତୁମକୁ ସ୍ୱର୍ଗର ରାଜ୍ୟ ଦେବି । ସେମାନଙ୍କୁ ଲୋପକର; ମୁଁ ପାରସ୍ୟ ଧ୍ଵଂସ କରିବି-।” ପ୍ରୋଟେଷ୍ଟାଣ୍ଟ୍ ଏବଂ କାଥଲିକ୍‌ମାନେ ପରସ୍ପର ବିରୁଦ୍ଧାଚରଣ କରନ୍ତି । ଲୁଥର୍‍ ରୋମର ଚର୍ଚ୍ଚ ଗୁଡିକୁ ଅଧାର୍ମିକ ବୋଲି କହନ୍ତି । ଯେଉଁମାନେ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହନ୍ତି ସେମାନେ ମଧ୍ୟ ଅଧାର୍ମିକ । ଯଦିଓ ଏମାନେ ଏକେଶ୍ଵରବାଦରେ ବିଶ୍ଵାସ ରଖନ୍ତି ତଥାପି ଏମାନେ କୋପ ଏବଂ ଉଚ୍ଛେଦର ବସ୍ତୁ ଅଟନ୍ତି । ଜନ୍ ନକ୍‍ସ (୧୫୫୪) ତାଙ୍କର Godly letter to the Faithful in London ରେ ଲେଖିଛନ୍ତି, "ଏସିଆରେ ଈଶ୍ଵରଙ୍କ ବିଷୟରେ ମୂର୍ଖତା ଛଡ଼ା ଆଉ କ’ଣ ଦେଖାଯାଏ ? ଆଫ୍ରିକାରେ ଯୀଶୁଙ୍କର କେବଳ ନିନ୍ଦା ହୁଏ । ଗ୍ରୀସ୍‌ର ଗୀର୍ଜାରେ କ’ଣ ଅଛି ? ମହମ୍ମଦ ଏବଂ ତାଙ୍କର ମିଥ୍ୟା ସଂସ୍ଥା କ’ଣ ଜାଣନ୍ତି ? ରୋମରେ ପାପୀ ମନୁଷ୍ୟ ଛଡ଼ା ଆଉ କ’ଣ ଅଛି ? ଇତ୍ୟାଦି ଜର୍ଜ ଟିରେଲ୍ ଲେଖିଛନ୍ତି, “ପ୍ରୋଟେଷ୍ଟାଣ୍ଟ୍ ଏବଂ ଜଙ୍ଗଲୀମାନଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ । ସମସ୍ତେ ନରକରେ ସମାନ ଭାବରେ ଘାଣ୍ଟି ହେବେ’’ ।(୩)

 

1. International Review of Missions (July 1913), p 522

 

2. Dr. Sergius Bulgakoff "There is only one true Dr Sergius Bulgakoff "There is only one true Church, the Orthodox Church." "The Church, Truth and infallibility are synonymous" The orthodox church (1935), pp. 104-79. Mr. i ouglas says of the Roman Catholic church, "Christian civilisation was the work, as the christian must believe, of a teaching church founded by Almighty God Himself, Church which, according to his promise, was to be inspired and guided by him and preseved agains error until the end of world." He continues, "Western civilisation has at its heart something which no other civilisation has had the knowledge of God's purposes for the man in this world, and of the means whereby in correspondence with divine graceman can cooperate with God's purposes and save his soul" Times literary supplement (May 14,1954) S.T. Coleridge's words are well known, "He who begins by loving christianity better than truth will 1 Lu Laring his own seat or church better than proceed by loving his own seat or church better than christianity and end in loving himself better than all."

 

3. The Decline & Fall of the Roman Empire, Chap. XLVII. Nestorius himself was later condemned as a heretic and Gibbon comments, "Humanity may drop a tear on the fate of Nestorius, yet justice may observe that he suffered the persecution which. he had approved and inflicted." Ibid.

 

ଏହିପରି ନିଜକୁ ସର୍ବଶ୍ରେଷ୍ଠ ମନେକରିବାର ଚିନ୍ତାଧାରାକୁ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ସୁନ୍ଦର ଏବଂ ନମ୍ର ଭାବରେ ବର୍ଣ୍ଣନା କରାଯାଇଅଛି । ଯୀଶୁଙ୍କ ମଧ୍ୟରେ ଐଶ୍ଵରିକ ପ୍ରକାଶ ଯେ କେବଳ ସତ୍ୟ ଏବଂ ଅନ୍ୟାନ୍ୟ ପ୍ରକାଶଠାରୁ ପୃଥକ୍ ଏପରି ବିଶ୍ଵାସ ଥିଲେ ସୁଦ୍ଧା ପରସ୍ପର ପ୍ରତି ବନ୍ଧୁତ୍ଵର ଅଭାବ ଶୋଭା ପାଏ ନାହିଁ । ଖ୍ରୀଷ୍ଟୀୟ ପ୍ରକାଶ ହିଁ ପ୍ରକୃତ ସତ୍ୟ ଏବଂ ବିଶ୍ଵର ପୂର୍ଣ୍ଣ ଆଲୋକପାତ କରେ । ଅନ୍ୟସବୁ କେବଳ ଏହାର କେତେକାଂଶରେ ଅର୍ଦ୍ଧପ୍ରକାଶତୁଲ୍ୟ । ଏମାନଙ୍କ ମତରେ ଅନ୍ୟାନ୍ୟ ଧର୍ମରେ ଥିବା ସତ୍ୟକୁ ଖ୍ରୀଷ୍ଟଧର୍ମ ପୂର୍ଣ୍ଣକରେ । ଏଥିରୁ ଖ୍ରୀଷ୍ଟଧର୍ମ ଯେ ବିଶ୍ଵର ଏକମାତ୍ର ଧର୍ମ, ଏହି ଭାବ ସ୍ପଷ୍ଟ ଅନୁମେୟ । ବିଶ୍ଵର ବିଭନ୍ନ ଧର୍ମ ମଧ୍ୟରେ ବନ୍ଧୁତ୍ଵ ସ୍ଥାପନକୁ ଖ୍ରୀଷ୍ଟଧର୍ମ ଉତ୍ସାହିତ କରୁଥିଲେ ମଧ୍ୟ ଏବଂ ଯଥାର୍ଥ ଜ୍ଞାନ ଯେ ପରସ୍ପର ସଂଯୋଗରେ ପରିପକ୍ଵ ହୁଏ ଏହା ଜାଣି ସୁଦ୍ଧା ‘ଖ୍ରୀଷ୍ଟଧର୍ମ କେବଳ ଏକମାତ୍ର ବିଶ୍ଵାସ’ ଏହି ଭାବରୁ ଖ୍ରୀଷ୍ଟିୟାନ ମନ ଖସାଇବାକୁ ପ୍ରସ୍ତୁତ ନୁହେଁ । ଈଶ୍ଵରଙ୍କଦ୍ଵାରା ଯଦି ବିଭିନ୍ନ ଧର୍ମ ପ୍ରକୃତ ସତ୍ୟାସତ୍ୟର ଆଲୋକ ପାଇ ଥାଆନ୍ତି, ତେବେ ସେମାନେ ବିଶ୍ଵାସର ପୁନଃ ପ୍ରାପ୍ତ ନିମିତ୍ତ ସହଯୋଗ କରିବା ଉଚିତ । (୧)

 

୧. Dr. J.N Farquhar in his book “The crown of Hinduism” (1912) affirmed, “Christ provides the fulfilment of the highest aspiration of Hinduism... He is the crown of the faith of India.”

 

୧୯୩୦ ମସିହା Lambeth Conferenceରେ Christian Doctrine of God ବିଷୟରେ ଆଲୋଚନା ହୋଇଥିଲା । ସେଥିରେ ଆଲୋଚନା କରା ହୋଇଥିଲା–‘‘ଆମ୍ଭେମାନେ ବିଭିନ୍ନ ଧର୍ମରେ ଥିବା ସତ୍ୟକୁ ଅତି ଆନନ୍ଦ ସହକାରେ ଗ୍ରହଣ କରୁଛୁ; କିନ୍ତୁ ଖ୍ରୀଷ୍ଟଧର୍ମର ସିଦ୍ଧାନ୍ତରେ ବର୍ଣ୍ଣିତ ସତ୍ୟ ଅନ୍ୟ ସମସ୍ତ ଧର୍ମ ଅପେକ୍ଷା ଶ୍ରେଷ୍ଠ । ଇସଲାମ ଧର୍ମର ଭଗବତ ବୈଶିଷ୍ଟ୍ୟ ଏବଂ ପ୍ରାଚ୍ୟ ଦେଶର ନୀତିପୂର୍ଣ୍ଣ ବିସ୍ତୃତ ସତ୍ୟଧର୍ମ ଯୀଶୁଙ୍କଦ୍ଵାରା ପ୍ରକାଶିତ ସତ୍ୟ ସହିତ ଆଦୌ ତୁଳନୀୟ ନୁହେଁ । (୨)

 

୨. Lambeth Report (1930), P.75.

 

ବୌଦ୍ଧ, ଖ୍ରୀଷ୍ଟ ଏବଂ ଇସଲାମ୍ ପ୍ରଭୃତି ପ୍ରଚାରମୂଳକ ଧର୍ମଗୁଡ଼ିକ ନିଜ ନିଜର ଶ୍ରେଷ୍ଠତା ଉପରେ ପୂର୍ଣ୍ଣ ବିଶ୍ଵାସ ରଖନ୍ତି । ସମସ୍ତେ ପ୍ରଚାର କରନ୍ତି ଯେ ସେମାନଙ୍କର ଧର୍ମ ହିଁ ପରମ ସତ୍ୟ; କିନ୍ତୁ ନିଜକୁ ସର୍ବୋକ୍ତୃଷ୍ଟ ବୋଲି କିପରି ଭାବିବା ? ପ୍ରତ୍ୟେକ ସମ୍ପ୍ରଦାୟ ନିଜର ଅକାଟ୍ୟ ଯୁକ୍ତି ଏବଂ ଦାବୀଦ୍ଵାରା ପରିଶେଷରେ ଅସହିଷ୍ଣୁତା ପରିଚୟ ଦିଅନ୍ତି । ଏମାନଙ୍କ ଦାବୀ ଅସଙ୍ଗତ ମନେ ହୁଏ । ଯୁଦ୍ଧଭାବାପନ୍ନ ଏପରି ବିଭିନ୍ନ ଧର୍ମପନ୍ଥୀଙ୍କଠାରୁ ଦେଶଭକ୍ତି ଦାବୀ କରି ମନୁଷ୍ୟ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧକରେ । ନୈତିକ ଏବଂ ଆଧ୍ୟାତ୍ମିକ ଭାବର ସମନ୍ଵୟ କରି ଭବିଷ୍ୟତକୁ ସଜାଡ଼ିବା ପାଇଁ ଆମର ସମସ୍ତ ଚେଷ୍ଟା ବିଭିନ୍ନ ଧର୍ମପନ୍ଥୀଙ୍କ ଏତାଦୃଶ ଶତ୍ରୁଙ୍କଦ୍ୱାର ବ୍ୟାହତ ହୋଇଥାଏ ।

 

୭. ଅବିଶ୍ଵାସର ବୁଦ୍ଧି

 

ଅସଂଖ୍ୟ ଲୋକ ନିଜ ନିଜ ଧର୍ମରେ ବର୍ଣ୍ଣିତ ବାହ୍ୟ କ୍ରିୟାକଳାପରେ ବିଶ୍ଵାସ କରି ଆଚରଣ କରିବାକୁ ଚେଷ୍ଟା କରନ୍ତି; କିନ୍ତୁ ସଫଳତା ଲାଭ କରି ପାରନ୍ତି ନାହିଁ । ଜନ୍ମପରେ ଆମର ନାମକରଣ ହୁଏ । ତାପରେ ଆମକୁ ନିଜ ନିଜ ଧର୍ମ ମଧ୍ୟରେ ପ୍ରବେଶ କରାଇ ଦିଆଯାଏ । ଆମର ବିବାହ ହୁଏ ଏବଂ ମୃତ୍ୟୁ ପରେ ଆମର ଦେହକୁ ପୋଡ଼ି ଦିଆଯାଏ ବା ପୋତି ଦିଆଯାଏ । ଏସବୁ କାର୍ଯ୍ୟ ନିଜ ଧର୍ମର ବିଧି ଅନୁସାରେ ହୁଏ । କେହି ଏ ବିଷୟରେ ପ୍ରଶ୍ନ ମଧ୍ୟ ପଚାରନ୍ତି ନାହିଁ । ଏହି ସମସ୍ତ କ୍ରିୟାଗୁଡ଼ିକୁ ଲକ୍ଷ୍ୟ କଲେ ଜଣା ପଡ଼େ ସତେ ଯେପରି ଆମେ ଏକ ଅନିଚ୍ଛାକୃତ ଛଳନାରେ ଅଭିପ୍ରେତ ହୋଇ ଦାରୁଣ କ୍ଷତିଗ୍ରସ୍ଥ ହେଉଅଛୁ । ଆମର ସମୟ ଭ୍ରାନ୍ତି ମୂଳକ ଏବଂ ଅବଶ ହୋଇ ପଡ଼ିଛି, ଚିନ୍ତା ଗୋଳମାଳିଆ ହୋଇ ଯାଉଛି ଏବଂ ଲକ୍ଷ୍ୟ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ୁଛି । ପ୍ରତ୍ୟେକ ସଭ୍ୟତାରେ ଆଧ୍ୟାତ୍ମିକ ଜୀବନ ହିଁ ଏକ ଅତ୍ୟାବଶ୍ୟକ ଗୂଢ଼ ତଥ୍ୟ । ଏହାକୁ ପୋଷି ବଢ଼ାଇବା ପ୍ରକୃତ ବିଚାର ଅଟେ । ଏହି ଆଧ୍ୟାତ୍ମିକ ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଚେର ନଷ୍ଟ ହୋଇଗଲେ ବୃକ୍ଷ ଯେପରି କିଛିକାଳ ମାତ୍ର ବଞ୍ଚିରହେ, ଆମ୍ଭମାନଙ୍କ ଜୀବନ ଠିକ୍ ସେହପରି ଇଲିଅଟ୍ (Elliot) ତାଙ୍କ ‘Wasteland’ରେ ବର୍ଣ୍ଣନା କରିଛନ୍ତି ଯେ ଲକ୍ଷ୍ୟ ଓ ଦୃଢ଼ ବିଶ୍ୱାସ ବିନା ଏବଂ ତାହା ସହିତ ଅଭାବ, ଦାରିଦ୍ର୍ୟ ବିଶୃଙ୍ଖଳା ଓ ନିରର୍ଥକ ଚେତନାଦ୍ଵାରା ଆଧୁନିକ ସଭ୍ୟତା କ୍ଷୟପ୍ରାପ୍ତ ହୋଇ ପଡୁଛି । ବିପରୀତ ଚିନ୍ତା ପୃଥିବୀରେ ମାନସି କ ରୋଗ ବୃଦ୍ଧି କରାଉଛି ।

 

୧. C.G.Jung observes: “I have treated many hundreds of patients the large number being protestants, a smaller number Jews and not more than five or six believing Catholics. Among all my patients in the second half of my life, there has not been one whose problem in the last resort was not that of finding a religious out look on life…..” Modern man in search of a soul 1953), P. 264

 

ଲର୍ଡ଼ ଏକ୍‌ସନ୍ (୧୮୯୧) ଲେଖିଛନ୍ତି, “ଏହି ଅବିଶ୍ଵାସ ବିଜ୍ଞାନରେ ମଧ୍ୟ ପ୍ରବେଶ କଲାଣି । ଉଚ୍ଚ କୋଟୀର ସୃଜନମୂଳକ କୃତି ପ୍ରାୟ ଅବିଶ୍ଵାସୀମାନଙ୍କଦ୍ଵାରା ରଚିତ ହେଉଛି । ନାସ୍ତିକତାର ପ୍ରଭାବ ବିସ୍ତାର ଲାଭ କରୁଛି । ଇଂଲଣ୍ଡ ବିଷୟରେ ଭାବିଲେ ଜଣାପଡ଼େ ସତେ ଯେପରି ଗ୍ରୋଟ (Grote), ମିଲ୍ (Mill), ଅଷ୍ଟିନ୍‌ (Austin), ଡାରବିନ୍‌ (Darwin), ଲିୟିସ୍ (Lewis), ହକ୍‌ସେଲ (Huxley), ଟିଣ୍ଡାଲ (Tyndall) ମାନଙ୍କ ସାହାଯ୍ୟ ବ୍ୟତୀତ ମନୁଷ୍ୟ ଆଉ ଲାଳିତ ପାଳିତ ହୋଇ ପାରିବ ନାହିଁ । (୧) ୪୫ ବର୍ଷ ପରେ ଲର୍ଡ଼ ଏକ୍‌ସନ୍‌ ପୁନର୍ବାର ଲେଖିଥିଲେ,” ଟି.ଏସ୍.ଇଲିଅଟ (T.S Elliot) ଘୋଷଣା କଲେ, “ପଠନୀୟ ବସ୍ତୁର ପ୍ରାୟ ଅଧିକାଂଶ ଭାଗ ଏପରି ଲୋକଙ୍କଦ୍ଵାରା ଲେଖା ହେବାକୁ ଲଗିଲା ଯେଉଁମାନଙ୍କର ଈଶ୍ଵରଙ୍କଠାରେ କୌଣସି ଦୃଢ଼ ବିଶ୍ଵାସ ନାହିଁ । ସେମାନଙ୍କର ଏତିକି ମାତ୍ର ବୁଝିବାର ଶକ୍ତି ନାହିଁ ଯେ ପୃଥିବୀରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କର ବିଶ୍ଵାସ କରିବାର ବି ଶକ୍ତି ନାହିଁ । (୨)

 

1. In the preface to Late Lyrics and Earlier (1922), Thomas Hardy wrote whether owing to the barbarizing of taste in the younger minds by the dark madness of the late war, the unabashed cultivation of selfishness in all classes, the plethoric growth of knowledge with the stunting of wisdom, a degrading thirst after outrageous stimulation (to quote Wordsworth) or from any other cause, we seem threatened with a new Dark age.”

 

2. Essays (1936), P. 122.

 

ଏହାଦ୍ଵାରା ଧର୍ମସମ୍ବନ୍ଧୀୟ ଅଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ସଭ୍ୟତା ନିର୍ମୂଳ ହେବାକୁ ଲଗିଲା ଏବଂ ଶୂନ୍ୟବାଦୀ (nihilism) ଦର୍ଶନ ଜନପ୍ରିୟ ହେବାକୁ ଲଗିଲା । ଏହା ସୋଭିଏତ୍ ଋଷିଆର ସୃଷ୍ଟି ନୁହେଁ । (୧)

 

୧. In a passage of Nietzsche’s “Gay Science” the whole spiritual situation from which the pronouncement of the death of God springs is described “Have you not heard of that mad man who, in the broad light of the forercon, lit a lantern and ran into the market place, crying incessantly, I am searching for God. As it happened many were standing together there, who did not believe in God, and so he aroused great laugater. The mad man leapt right among them-“where is God “he cried “Well, I. will tell you. We have murdered him, you and I… But low did we do this deed … Who gave us the sponge with which to wipe out the whole horizon? What did we do when we unchained our earth from her sun ? Whither is it Moving now? Whither we moving? Are we not falling incessantly ? Are we not staggering through infinite nothingness ? Is night not approaching and more and more night ? Must we not light lanterns in the forenoon ? Behold the noise of grave diggers busy to bury God. And we have killed Him ! What possible comfort is there for us? Is not the greatness of the deed too great for us? To appear worthy of it, must not we ourselves become God’s’’

 

ନିତ୍‌ସେ (Nietzsche) କୌଣସି ପାରମ୍ପରିକ ନାସ୍ତିକବାଦ ପ୍ରଚାର କରି ନାହାନ୍ତି । ସେ ରକ୍ଷଣଶୀଳ ଧାର୍ମିକମାନଙ୍କ କର୍ମହୀନ ଅଳସ ଜୀବନକୁ ଦୋହଲାଇ ଦେଇଛନ୍ତି । ମନୁଷ୍ୟସମାଜ ଏବଂ ତାହାର ଆତ୍ମା କିପରି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟବୋଧକୁ ହରାଇ ବସିଛି ଏହା ସେ ସୂଚାଇ ଦେଇଛନ୍ତି । ସର୍ବୋଚ୍ଚ ମୂଲ୍ୟ ଯେତେବେଳେ ମୂଲ୍ୟହୀନ ହୋଇପଡ଼େ, ଯେତେବେଳେ ପ୍ରଶ୍ନର ଉତ୍ତର ମିଳେ ନାହିଁ ବା କାର୍ଯ୍ୟର ଉଦ୍ଦେଶ୍ୟ ଦୃଷ୍ଟିଗୋଚର ହୁଏ ନାହିଁ, ସେତେବେଳେ (nihilism) ଶୂନ୍ୟବାଦର ପ୍ରକୃତ ଅର୍ଥ ବୁଝାପଡ଼େ ବୋଲି (Nietzsche) ନିତ୍‌ସେ ବୁଝାଇଛନ୍ତି । ସେ ନିଜେ ବିବ୍ରତ ହୋଇ ପଡ଼ି ପୁଣି କହଛନ୍ତି, “ମୁଁ କେଉଁଠି ? ମୋର ଘର କାହିଁ ? ଆଜି ପର୍ଯ୍ୟନ୍ତ ମୁଁ ମୋର ଘର ଖୋଜୁଛି ତଥାପି ପାଇ ନାହିଁ । ହେ ! ନିତ୍ୟ, ସନାତନ ! ତୁମେ ସର୍ବବ୍ୟାପୀ ହୋଇପାର ବା କିଛି ନ ହୋଇପାର । ସବୁ ନିରର୍ଥକ, କିଛି ନୁହେଁ ନିତ୍‍ସେ ଲେଖିଛନ୍ତି, “ୟୁରୋପୀୟ ମାନବ ଏକ ଭୟଭୀତ ଶୂନ୍ୟତା ମଧ୍ୟରେ ବାସ କରୁଛି । ସେ ଜାଣେ ନାହିଁ ତା’ର ଜୀବନର ଉଦ୍ଦେଶ୍ୟ କ’ଣ ? ପାଦତଳେ ସତେ ଯେପରି ମହାଶୂନ୍ୟ ବିଦ୍ୟମାନ । (୧) ଆମେ ସ୍ପଷ୍ଟ ଦେଖିପାରୁଛୁ କିପରି ବାସ୍ତବରେ ସଭ୍ୟତା ସହିତ ଆମର ସୁସମ୍ପର୍କ ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲାଣି ଏବଂ ଏହା କେତେବେଳେ ସେ ଛିନ୍ନ ହୋଇଯିବ କହିହେବ ନାହିଁ । (୨)

 

1. The End of our Time (1933), P. 189.

 

2. Dr. Hensley Hensow, when Bishop Durham, wrote, “We see in our land tens of millions of men and women who acknowledge no connection with religion and, as a result of this, a large proportion of our children are growing up without religious influence or religious teaching of any sort ‘Bishop rick papers (1946), p. 306.

Cf. Christopher Dawson, “It is clear that contemporary culture can no longer be regarded as Christian, since it is probably the most completely secularised form of culture that has ever existed.”

 

‘Mediaeval Essays’ (1953), p.9

Image

 

Unknown

ବିଶ୍ଵାସର ପ୍ରୟୋଜନ

 

୧ ଧର୍ମର ବିନିମୟ (Substitute for religion)

 

ପୃଥିବୀର ପ୍ରାୟ ଅଧିକାଂଶ ଲୋକ ଅନିଚ୍ଛାପୂର୍ବକ ଅବିଶ୍ଵାସରେ ନିଜର କ୍ଷତି କରୁଥିଲେ ମଧ୍ୟ ଚିରାଚରିତ ପ୍ରଥାର ଚାରିକାନ୍ଥ ମଧ୍ୟରେ ନିଜକୁ ଆବଦ୍ଧ ରଖି ନ ପାରି ଏକ ଧର୍ମ ବିଶ୍ଵାସର ସାହାଯ୍ୟ ଲୋଡ଼ନ୍ତି । ସେମାନଙ୍କର ପ୍ରୟୋଜନୀୟ ପ୍ରତ୍ୟେକ କାର୍ଯ୍ୟକଳାପ ସହିତ ଧର୍ମବିଶ୍ଵାସ ଉଲ୍ଲିଖିତ ହୁଏ । ଅସାମଞ୍ଜସ୍ୟ ଏବଂ ଅଭାବରେ ବେଶୀ ଦିନ ମନୁଷ୍ୟ ତିଷ୍ଠି ପାରେ ନାହିଁ । କାଣ୍ଟ୍‌ଙ୍କ ମତରେ ଧର୍ମ ଏକ ପ୍ରବୃତ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଏହାକୁ ନଷ୍ଟ କରାଯାଇ ନ ପାରେ । (୧) ଧର୍ମବିଶ୍ଵାସ ବ୍ୟତୀତ ବାସ କରିବା ଅସମ୍ଭବ । ଶୂନ୍ୟତା ପ୍ରକୃତିପାଇଁ ଯେପରି ଏକ ଭୟଙ୍କର ଅବସ୍ଥା ମନୁଷ୍ୟପାଇଁ ମଧ୍ୟ ଠିକ୍ ସେହିପରି । ବ୍ଲେକ୍ କହିଛନ୍ତି, “ମନୁଷ୍ୟପାଇଁ ଧର୍ମ ନିତାନ୍ତ ଆବଶ୍ୟକ । ଏହା ଯୀଶୁଙ୍କର ଧର୍ମ ହୋଇପାରେ ବା ସଇତାନ୍‌ର । ସଇତାନ୍‌ ପାଇଁ ମନୁଷ୍ୟ ଧର୍ମମନ୍ଦିର ନିର୍ମାଣ କରି ତାହାକୁ ଈଶ୍ଵର ଆଖ୍ୟ ଦେଇ ମଧ୍ୟ ଆରାଧନା କରିପାରିବ । (୧) ମନୁଷ୍ୟର ଆରାଧନା ଯାହା ହେଉ ନା କାହିଁକି ତାର କାର୍ଯ୍ୟରେ ଯେପରି ନିଜର ବିଶ୍ଵାସ ଥାଏ । ଯେଉଁମାନେ ଈଶ୍ଵର ଚିନ୍ତାରେ ସବୁବେଳେ ବ୍ୟସ୍ତ ଥାଆନ୍ତି ସେମାନଙ୍କପାଇଁ ଅତି ନିକୃଷ୍ଟତମ ଖାଦ୍ୟ ମଧ୍ୟ ଈଶ୍ଵରପ୍ରେରିତ ଭଳି ଜଣାପଡ଼େ, ବିଷକୂପର ଜଳ ଜୀବନ୍ତ ଓ ମଧୁର ହୋଇପଡ଼େ ।

 

1. Kant writes, “That the human mind will ever give up metaphysical researches entirely is as little to be expected as that we should prefer to give up breathing altogether to avoid inhaling impure air. There will, therefore, always be meta physics in the world, nay, every one, especially every man of reflection will have it, and for want of a recognised standard, will shape it for himself after his own pattern.”

 

2. Mahaffy’s Eng. Translation, p. 138.

1. Jeru salem, p. p. 52-53

 

ଆତ୍ମା ନିଜର ବନ୍ଧନ ବା ଦାସତ୍ଵକୁ ଭଲ ରୂପେ ଚିହ୍ନେ । ଈଶ୍ଵର ନାହାନ୍ତି ବା ନିଶ୍ଚୟ ଥିବେ ଏହିପରି କୌଣସି ଏକ ବିଷୟ ଉପରେ ବିଶ୍ଵାସ ରଖି ନିଜକୁ ସୁରକ୍ଷିତ କରିବାପାଇଁ ମନୁଷ୍ୟ ସବୁବେଳେ ଜୋର୍ ଦିଏ; କାରଣ ସେ ଏକ ଅଜଣା ଭୟ ନିକଟରେ ନିଜକୁ ଚିରଦିନପାଇଁ ଅର୍ପଣ କରି ପାରିବ ନାହିଁ ।

 

ଆଧ୍ୟାତ୍ମିକ ଚେତନାର ଅଭାବରୁ ମନୁଷ୍ୟକୁ ଗୃହଶୂନ୍ୟ ଭଳି ଜଣାପଡ଼େ ଏବଂ ଏପରି ଅବସ୍ଥାରେ ସେ ବେଶୀ ଦିନ ତିଷ୍ଠି ପାରେ ନାହିଁ । କୌଣସି ବିଶ୍ଵାସ ମଧ୍ୟରେ ନିଜକୁ ଅନ୍ତର୍ଭୁକ୍ତ ନ କରିବା କିମ୍ବା କୌଣସି କାର୍ଯ୍ୟର ସମାଧାନ ବା ସେଥିରେ ନିଜକୁ ଜଡ଼ିତ ନ କରିବାଦ୍ଵାରା ମନୁଷ୍ୟ ନିଜକୁ ପୃଥକ୍ କରି ପକାଏ । ଏହାଦ୍ଵାରା ତାର ଜୀବନ ଯେ ହାଲୁକା ହୋଇଯାଏ ତାହା ନୁହେଁ, ବରଂ ନିଜ ଉପରେ ସେ ନିଜେ ବୋଝ ହୋଇ ପଡ଼େ । ଯେତେ କଷ୍ଟ ହେଉ ମଧ୍ୟ ନିଜର ବିଚାର ବୁଦ୍ଧି ଏବଂ ସାଧୁତାଦ୍ଵାରା ହୃତ ନିରାପତ୍ତାକୁ ଉଦ୍ଧାର କରିବାକୁ ପଡ଼ିବ । ସପ୍ତଦଶ (17th century) ଶତାବ୍ଦୀର ଶେଷଭାଗଠାରୁ ଈଶ୍ଵର ଆରଧନା ପରିବର୍ତ୍ତେ ମନୁଷ୍ୟ ପୂଜାଦ୍ଵାରା ଧର୍ମର ସ୍ଥାନଚ୍ୟୂତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଧର୍ମଦୃଷ୍ଟିରୁ ନୁହଁ କେବଳ ଲୌକିକ ବା ନିରପେକ୍ଷ ଭାବରେ ମନୁଷ୍ୟକୁ ଉଦ୍ଧାର କରିବାର ପ୍ରବୃତ୍ତି ଜନପ୍ରିୟ ହେବାକୁ ଆରମ୍ଭ କଲାଣି । (୨)

 

2. “To live not wantonly but warily-wary of a transcendental reality-is the strict meaning of the Latin word ‘Religiosus’ and indeed the essential meaning of all religion. What a man believe what he regards as unquestionable reality. constitutes his religion. ‘Religio’ does not derive from ‘Religare’, to bind-that is, man to God. The adjective as is often the case, has preserved the original meaning of the noun and religious’ stands for scrupulous, not trifling conscionticus. The opposite of religion thus would be negligence, carelessness, indifference, laxity...” Concord and Liberty by Jose Ortegay Gasset (1946), p.22

 

୨. ମନୁଷ୍ୟର ଅଧଃ ପତ୍ତନ

 

ଅନେକ ସମୟରେ ଚିନ୍ତା ଏବଂ ଜ୍ଞାନ ଶକ୍ତିର ଅଭାବ ହେତୁ ମନୁଷ୍ୟତ୍ୱର ଲୋପ ସହିତ ଆମ୍ଭମାନଙ୍କ ଅନ୍ତରରେ ସ୍ଵତଃ ପ୍ରଶ୍ନ ଜାଗ୍ରତ ହୁଏ ଆମେ ଜନ୍ମ ହୋଇ ନ ଥାନ୍ତୁ କି ? ଆମର ସମସ୍ତ ଚେତନ ଶକ୍ତି ନଷ୍ଟ ହୋଇଯାଇଥାନ୍ତା କି ? କିମ୍ବା ଜ୍ଞାନ ଆହରଣ କରିବା ପୂର୍ବରୁ ଆମର ନିଦ୍ରା ହୋଇଯାଆନ୍ତା କି ? ଇତ୍ୟାଦି; କିନ୍ତୁ ଏପରି ଚିନ୍ତାଦ୍ଵାରା ଆମେ କୌଣସି ସମସ୍ୟାର ସମାଧାନ କରିପାରୁ ନାହିଁ ବରଂ ପରାଜୟ ସ୍ଵୀକାର କରି ସମସ୍ୟା ନିକଟରୁ ଖସି ପଳାଇଯାଉ । ନିଜର ଦୁରବସ୍ଥାରେ ମନୁଷ୍ୟର ଅମଣିଷ ବା ପଶୁ ଜୀବନ ଯାପନ କରିବାର ଯେଉଁ ପ୍ରବଳ ଇଚ୍ଛା ପ୍ରକାଶ ପାଏ, ତାହା ସମ୍ପୂର୍ଣ୍ଣ ଓ ଭ୍ରାନ୍ତିମୂଳକ ମନୁଷ୍ୟ କଦାପି ପଶୁପରି ବିବେଚନା କରି ନ ପାରେ । ନିଜର ବୋଧଶକ୍ତିକୁ ବ୍ୟବହାର ନ କଲେ ମଧ୍ୟ ସେ ଯେ ତାହାର ପାରିପାର୍ଶ୍ଵିକ ଆଦିମ ଅବସ୍ଥାକୁ ଫେରିଯିବ ତାହା ନୁହେଁ । ସେ ନିଜର ସ୍ମୃତି ବା ଆଗକୁ କଦାପି ଏଡ଼ାଇ ଦେଇପାରେ ନାହିଁ । ତାହାର ମାନସିକ ବିକାଶର ପଶ୍ଚାଦ୍‌ଗତି ହେବା ଅସମ୍ଭବ, ଏହା ହିଁ ବିକାଶର ପ୍ରଧାନ ଲକ୍ଷଣ । ନିଜକୁ ଏକ ସରଳ ବା ନିର୍ବୋଧ ପ୍ରାଣୀର ଜୀବନସ୍ତରକୁ ଖସାଇନେଇ ମନୁଷ୍ୟ ତାହାର ଆତ୍ମଚେତନାର ପ୍ରବଳ ଆକର୍ଷଣରୁ ନିଜକୁ ପୃଥକ୍ କରି ରଖିପାରିବ ନାହିଁ । ଜବ୍ (Job) କହିଛନ୍ତି, ‘‘ମୁଁ ଯେତେବେଳେ ଶୋଇବାକୁ ଯାଏ ଏବଂ ବିଛଣାରୁ ବିଶ୍ରାମ ଓ ସାନ୍ତ୍ୱନା ପାଇବାକୁ ଚେଷ୍ଟା କରେ ମୋତେ ଜଣା ପଡ଼େ ସତେ ଯେପରି ନିଦ୍ରାଦ୍ୱାରା ମୋର ସମସ୍ତ ଆପତ୍ତି ଅଭିଯୋଗ ଏବଂ ଚିନ୍ତା ଦୂର ହୋଇଯିବ, କିନ୍ତୁ ଠିକ୍ ସେତିକିବେଳେ ସ୍ଵପ୍ନର ଛାୟାରେ ମୁଁ ଭୟଭୀତ ହୋଇପଡ଼େ ଏବଂ ମୋର ନିଦ୍ରା ଭାଙ୍ଗିଯାଏ ।’’ ଅଶାନ୍ତିର ପ୍ରତିକାରପାଇଁ ଅଚେତନର ଗର୍ଭରେ ଲୀନ ହେବା ଆମର ଲକ୍ଷ୍ୟ ନୁହେଁ । ଏହାର ପ୍ରକୃତ ଚିକିତ୍ସା ହେଉଛି ସୃଷ୍ଟି ପୂର୍ଣ୍ଣ ସଚେତନ ଜଗତରେ ନିଜକୁ ଉପନୀତ କରାଇବା ।

 

୩. ନାସ୍ତିକବାଦ (Paganism)

 

ଯେଉଁଠାରେ ବିଚାରଶକ୍ତି, ସୌନ୍ଦର୍ଯ୍ୟବୋଧ ଏବଂ ନୈତିକତାର କୌଣସି ଅର୍ଥ ନାହିଁ, ସେଠାରେ ଇନ୍ଦ୍ରିୟ-ଉପଭୋଗ ହିଁ ଜୀବନର ଏକମାତ୍ର ଉଦ୍ଦେଶ୍ୟ । ଯଦି ଏହି ପରିବର୍ତ୍ତନଶୀଳ, କ୍ଷଣସ୍ଥାୟୀ ଓ ସ୍ଥୂଳ ପୃଥିବୀ ବିଶ୍ଵର କେବଳମାତ୍ର ପ୍ରତୀକ ହୁଏ, ତେବେ ଆମେ ଯାହା ଦର୍ଶନ କରୁ, ଶ୍ରବଣ କରୁ, ଆଘ୍ରାଣ କରୁ ବା ସ୍ପର୍ଶ କରୁ କିମ୍ବା ଉପଭୋଗ କରୁ ସେତିକିରେ ଆମକୁ ସନ୍ତୁଷ୍ଟ ହେବାକୁ ପଡ଼ିବ । (୧) ଆମର ଜୀବନ ଅଦୃଶ୍ୟ ହୋଇଯିବ ଛାୟାପରି । ଆମେ ମୁହୂର୍ତ୍ତକପାଇଁ ଏ ପୃଥିବୀରେ ଜୀବନ ଧାରଣ କରିଛୁ । ମୃତ୍ୟୁ କେତେବେଳେ ହେଲେ ଆମକୁ ଗ୍ରାସ କରିବ । ଦୁଃଖ, କଷ୍ଟ ଓ ରୋଗ ଆମ ଉପରେ ଭାର ହୋଇ ରହିଛି । ମନୁଷ୍ୟଜୀବନ ଅର୍ଥହୀନ ହୋଇପଡ଼ିଛି ଏବଂ ମୃତ୍ୟୁ ପରିଣାମହୀନ ହୋଇପଡ଼ିଛି । ପରାସ୍ତ ହେବାରେ କୌଣସି ଗୁରୁତ୍ଵ ବା ସାଫଲ୍ୟରେ କୌଣସି ଅର୍ଥ ନାହିଁ ।

 

1. “Let us learn togather sloes in their season, to shear sheep to draw water from the spring with grateful happiness and no longer vex our hearts with impossible longings.” Lewelyn Powys, The glory of life (1938), P. 47

 

ମନୁଷ୍ୟ ଯେତେ ଦୁରବସ୍ଥା ଭୋଗ କଲେ ମଧ୍ୟ ବିଶ୍ଵ ଓ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ ବା ବିରକ୍ତି ପ୍ରକାଶ କରି ନିଜର ଜୀବନକୁ ଶୋଚନୀୟ କରିବା ପାଇଁ ବା ପ୍ରକୃତିଦତ୍ତ ଜୀବନ-ଉପହାରକୁ ସ୍ଵଇଚ୍ଛାରେ ନଷ୍ଟ କରିଦେବା ପାଇଁ ଜନ୍ମଲାଭ କରି ନାହିଁ ।

 

ପ୍ରାଚୀନ ଭାରତରେ ଜଡ଼ବାଦୀମାନେ ନିଜକୁ ସୁଖୀ କରିବାପାଇଁ ଯେଉଁ ସୁଖବାଦ (hedonism)ର ଦୃଷ୍ଟିଭଙ୍ଗୀ ପ୍ରକାଶ କରିଛନ୍ତି, ତାହା ମନୁଷ୍ୟଜୀବନର ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଅଯୁକ୍ତିକର ବୋଲି ମନେ ହୁଏ ।

 

“ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍ ।

ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ ॥”

 

ଏହା ଅଧାର୍ମିକମାନଙ୍କର (Paganists) ଦୃଷ୍ଟିକୋଣ ଏବଂ ଅବଲମ୍ବନ । ଜୀବନକୁ ସନ୍ଦେହ କରିବାଦ୍ୱାରା ଏପରି ନାସ୍ତିକବାଦ (paganism)ର ସୃଷ୍ଟି ହୋଇଥାଏ । ଶରୀରର ଦାବୀ ଏବଂ ଆତ୍ମାର ନିମନ୍ତ୍ରଣ ମନୁଷ୍ୟ ମଧ୍ୟରେ ଦ୍ୱନ୍ଦ ଏବଂ ଦ୍ୱିଧା ସୃଷ୍ଟି କରେ । ଶରୀରର ଦାବି ଅତି ସ୍ପଷ୍ଟ, ସରଳ ଏବଂ ସ୍ଵାଭାବିକ । ଏହି ଦାବିଗୁଡ଼ିକର ଦାସ ହେବାଦ୍ୱାରା ମନୁଷ୍ୟର ବୃଦ୍ଧି ବାଧାପ୍ରାପ୍ତ ହୁଏ ।

 

ଯେଉଁ ଦାସତ୍ଵରୁ ମୁକ୍ତି ଲାଭ କରିବାପାଇଁ ସେ ସଦା ଚେଷ୍ଟିତ ତାହାର ସେ ଦାସ ହୋଇପଡ଼େ । ଏହିପରି ସହଜ ପ୍ରବୃତ୍ତିର ଦାସ ହେବାଦ୍ୱାରା ସେ ନିଜ ପ୍ରଗତିପଥରୁ ଚ୍ୟୂତ ହୁଏ । ଧୀର ଓ ଶାନ୍ତ ହେବା ପରିବର୍ତ୍ତେ ବିଷୟଭୋଗରେ ବୁଡ଼ିରହି ନିଜର ଜୀବନକୁ ସଦା ଆଲୋଡ଼ିତ କରେ ।

 

ଏପରି ବିପଥଗାମୀ ହେବାଦ୍ଵାରା ମନମଧ୍ୟରେ ଗଡ଼ି ଉଠିଥିବା ବିରାଟ ଶୂନ୍ୟଭାବ ପ୍ରତି ତାହାର ଦୃଷ୍ଟି ରହେ ନାହିଁ । ଏପରି ବିଶୃଙ୍ଖଳାପୂର୍ଣ୍ଣ ପରସ୍ଥିତିକୁ ନିଜ ଅବସ୍ଥାର ଅନୁକୂଳ କରିବାପାଇଁ ମନୁଷ୍ୟକୁ ବହୁ କଷ୍ଟ ସ୍ଵୀକାର କରିବାକୁ ପଡ଼େ । ତଥାପି ଜୀବନକୁ କେବଳ ବିଷୟ ଉପଭୋଗରେ କଟାଇଦେବା ତାହା ପକ୍ଷରେ ଅସମ୍ଭବ ହୋଇପଡ଼େ । ସେ ସ୍ପଷ୍ଟରୂପେ ବୁଝିପାରେ ଯେ ଅଧର୍ମାଚରଣ କରିବା (Paganism) ବା ନାସ୍ତିକ ହେବା ଜୀବନ ସମସ୍ୟାର ଯଥାର୍ଥ ସମାଧାନ ନୁହେଁ ।

 

୪. ମାନବିକବାଦ (Humanism)

 

ମନୁଷ୍ୟ ସ୍ପଷ୍ଟ ବୁଝି ପାରିଲାଣି ଯେ ବହୁ କାଳରୁ ଯେଉଁ ସ୍ତମ୍ଭର ସାହାଯ୍ୟ ନେଇ ଆଜିପର୍ଯ୍ୟନ୍ତ ସେ ଠିଆହୋଇ ଆସିଛି, ତାହା ଅତି ଦୁର୍ବଳ ଏବଂ ତାହାର ଚିରାଚରିତ ଧର୍ମବିଶ୍ୱାସର ମୌଳିକତାର ସନ୍ଦେହାଛନ୍ନ ତାର ଜୀବନ ନିରାପଦ ନୁହେଁ ଏବଂ ତା’ ଆତ୍ମାର ନିର୍ଜନତାକୁ ହିଁ ଗ୍ରାସ କରିଛି । ଯଦି ତାକୁ ସୁସ୍ଥ ବାତାବରଣ ମଧ୍ୟରେ ଜୀବନଯାପନ କରିବାକୁ ହେବ ତାହା ହେଲେ ତାହା ନିର୍ଭରଯୋଗ୍ୟ ଏବଂ ଅତ୍ୟାବଶ୍ୟକ ତାହାକୁ କେବଳ ଧରି ରଖିବାକୁ ହେବ । ଏହି ନିର୍ଭରଯୋଗ୍ୟ ନିଶ୍ଚିତ ବସ୍ତ୍ର ହେଉଛି ସତ୍ୟର ସ୍ପଷ୍ଟତା ଏବଂ ନୈତିକତାର ମହତ୍ତ୍ଵ ମନୁଷ୍ୟ ଜୀବନରେ ଯେତେବେଳେ ମୃତ୍ୟୁ ତା’ର ଅନ୍ତିମ ରୂପ ଧାରଣ କରୁଛି, ସେତେବେଳେ ଏ ଜୀବଜଗତ ତାହା ସମ୍ମୁଖରେ ଏକ ମୃତପିଣ୍ଡପରି ପ୍ରତୀତ ହେଉଛି ଏବଂ ବିସ୍ତୃତ ଆକାଶର ମହାଶୂନ୍ୟତା ଭୟଙ୍କର ରୂପ ଧାରଣ କରୁଛି । ସେ ଇତସ୍ତତଃ ହୋଇ ପଡ଼ି ମନେ କରୁଛି ସତେ ଯେପରି ଆଉ ଈଶ୍ଵର ନାହାନ୍ତି ।

 

ମାନବିକତାର ଅର୍ଥ ହେଉଛି ‘‘ଚିନ୍ତା ବା କାର୍ଯ୍ୟ ଯାହା ମାନବ ସମ୍ବନ୍ଧୀୟ ଏବଂ ମାନବିକ ଅଟେ, ତାହା ଈଶ୍ୱର-ଇଚ୍ଛା ନୁହେଁ ।” (୧) ମନୁଷ୍ୟ ହଁ ମାନବିକତାର ସର୍ବଶ୍ରେଷ୍ଠ ବ୍ୟକ୍ତିବିଶେଷ । ମନୁଷ୍ୟର ସେବା ହିଁ ସର୍ବୋତ୍କୃଷ୍ଟ ଧର୍ମ । ମାନବିକତା ଶୁଭ, ଶାନ୍ତି, ଐକ୍ୟ ଏବଂ ସ୍ଥିରତାରେ ବିଶ୍ୱାସ କରେ । ମନୁଷ୍ୟକୁ ଏକ ଉତ୍ତମ ବ୍ୟକ୍ତିରୂପେ ମାନବିକତା ଗ୍ରହଣ କରେ । ସମାଜରେ ଯେଉଁ ପାପ ଦୃଷ୍ଟିଗୋଚର ହୁଏ ତାହାକୁ ଯଦି ମନୁଷ୍ୟ ନିକଟରୁ ଅପସାରଣ କରାଯାଏ, ତେବେ ତା'ର ପ୍ରକୃତି ବିକାଶ ଲାଭ କରିବ; କିନ୍ତୁ ମାନବର ପ୍ରକୃତି ଯଥେଷ୍ଟ ନୁହେଁ ବୋଲି ଧର୍ମ ମତ ପ୍ରକାଶ କରେ । ଧର୍ମପରାୟଣ ବ୍ୟକ୍ତି ପାପକର୍ମରୁ ଯନ୍ତ୍ରଣା ଭୋଗେ ଏବଂ ସେଥିରୁ ନିଷ୍କୃତି ପାଇବାପାଇଁ ସଦା ଚେଷ୍ଟା କରେ ।

 

(୧) Oxford Dictionary

 

ଯେତେବେଳେ ଧର୍ମ ଖଣ୍ଡ ବିଖଣ୍ଡ ହୋଇ ମନୁଷ୍ୟର ଧ୍ୟାନକୁ ଆକର୍ଷଣ କରିପାରେ ନାହିଁ, ସେତେବେଳେ ମାନବିକତା ଜନ୍ମଲାଭ କରେ । ଗ୍ରୀସ୍‌ରେ ଠିକ୍‍ ଏହା ହିଁ ଘଟିଥିଲା । ପ୍ରୋଟାଗୋରସ୍ (Protagoras) କହିଛନ୍ତି, “ଇଶ୍ଵରଙ୍କ ସ୍ଥିତି ବିଷୟରେ ମୁଁ କିଛି ନିର୍ଣ୍ଣୟ କରିପାରେ ନାହିଁ । ବିଷୟର ଅସ୍ପଷ୍ଟତା ଏବଂ ମନୁଷ୍ୟର ସାହସ ମୋର ଭଗବତ୍ ଧାରଣାରେ ବାଧା ସୃଷ୍ଟି କରେ ।” କନ୍‌ଫୁଜ୍‌ (Confucius) କହିଛନ୍ତି- “ନ ଜାଣିବା ବିଷୟକୁ ଜାଣି ନାହୁଁ ଏବଂ ଜାଣିବା ବିଷୟକୁ ଜାଣିଛୁ- ଏବଂ ଏପରି କହିବା ହିଁ ଆମର ପ୍ରକୃତ ଜ୍ଞାନ ।” ମୃତ୍ୟୁ ଏବଂ ଈଶ୍ଵର ଆରଧନା ବିଷୟରେ ସେ କହିଛନ୍ତି, ଆମେ ଯେତେବେଳେ ଜୀବନ ବିଷୟରେ କିଛି ଜାଣି ନାହୁଁ, ମୃତ୍ୟୁ ବିଷୟରେ ବା କ’ଣ ଜାଣିବା ? ଯେତେବେଳେ ମନୁଷ୍ୟକୁ ସେବା କରିବାରେ ଆମେ ଅଜ୍ଞ, ଈଶ୍ଵରଙ୍କୁ କିପରି ସେବା କରିବା ?” (୧)

 

୧. Hu shih, The Chinese Renaissance (1934), p. 81.

 

ପୁରାତନ ଗ୍ରୀସ୍‌ରେ ଷ୍ଟଇକ୍‌ବାଦ (stoicism) ଖୁବ୍ ଲୋକପ୍ରିୟ ହୋଇଥିଲା । କାରଣ ଯେତେବେଳେ ମନୁଷ୍ୟର ଜୀବନ ସନ୍ଦେହ ଏବଂ ଅନଶ୍ଚିତତାରେ ଭରି ରହିଥିଲା stoic ବାଦ ଠିକ୍ ସେତିକିବେଳେ ମନୁଷ୍ୟର ଅଭିଜ୍ଞତାଜନିତ କେତେଗୁଡ଼ିଏ ନିଶ୍ଚିତ ବସ୍ତୁର ସ୍ଥିତି ଉପରେ ଜୋର ଦେଇ ମନୁଷ୍ୟ ମନରୁ ସନ୍ଦେହ ଦୂର କରିପାରିଥିଲା ।

 

ଗ୍ରୀକ୍ ରୋମାନ୍ ଜଗତକୁ ଖ୍ରୀଷ୍ଟଧର୍ମ ଯେତେବେଳେ ଅଧିକାର କରି ବସିଥିଲା, ସେତେବେଳେ ତା'ମଧ୍ୟରେ ଏକ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା । ଆମୋଦ-ପ୍ରମୋଦରତ ମନୁଷ୍ୟ ଜୀବନ ନିୟମାବଦ୍ଧ ହୋଇଯାଇ ସରଳ ଓ ନିରାଡ଼ମ୍ବର ହୋଇଥଲା । ଗ୍ରୀକ୍‍ମାନଙ୍କ ବିପ୍ଳବୀ ମନ, ସେମାନଙ୍କ ସାମାଜିକ ଓ ରାଜନୈତିକ ସ୍ଵାଧିନତା ଏବଂ ବୁଦ୍ଧି, ଖ୍ରୀଷ୍ଟିୟାନ୍‍ମାନଙ୍କର ସ୍ଵତଃପ୍ରବୃତ୍ତ ନମ୍ରତା ଏବଂ ତ୍ୟାଗର ଉତ୍କର୍ଷତା ସହିତ କୌଣସି ସାମଞ୍ଜସ୍ୟ ରଖିପାରୁ ନ ଥିଲା । ପରସ୍ପର ମଧ୍ୟରେ ସବୁବେଳେ ଉତ୍ତେଜନା ଲାଗି ରହିଥିଲା, ଯାହାଫଳରେ ଧର୍ମ ବିରୋଧୀମାନଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା ।

 

ୟୁରୋପରେ ତୃତୀୟ ଶତାବ୍ଦୀଠାରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଧାର୍ମିକ ଚିନ୍ତା ଏକ ଆଦର୍ଶ ସ୍ଥାନ ଲାଭ କରିଥିଲା, କିନ୍ତୁ ମାନବବାଦୀମାନେ (humanists) ଧର୍ମର ଏହି ରାଜତ୍ଵକୁ ସ୍ୱୀକାର କଲେ ନାହିଁ । ଜୀବନ ଯେ ଦୁଃଖପୂର୍ଣ୍ଣ ଏହିପରି କୁସଂସ୍କାରକୁ ସେମାନେ ନିନ୍ଦା କଲେ । ସେହିଦିନଠାରୁ ମାନବିକବାଦର ପ୍ରଭାବ ବିସ୍ତୃତ ହେବାକୁ ଲାଗିଛି । (୧)

 

୧. Sir James Fraze "The saint and the recluse, disdainful of earth and wrapt in ecstatic contemplation of Heaven, become in popular opihion the highest ideal of humanity. The earhly city become poor and contemptible to many whosa eyes beheld the city of God coming in the clouds of Heaven... This obsession lasted for a thousand years. The revival of Roman Law, of the Aristotelian philosophy, of Ancient Art and Literature, at the close of the middle ages marked the return of Europe to native ideals of life and conduct, to, saner, manlier views of the world. The long halt of, civilization was over. The tide of Oriental invasion had turned at last. It is ebbing still.” The golden Bough (1914), pp 299–301.)

 

ଅଷ୍ଟାଦଶ ଶତାବ୍ଦୀର ନେତାମାନେ ଜୀବନକୁ କର୍ମମୟ ନୀତିରେ ଆବଦ୍ଧ ରଖି ମାନବର କଲ୍ୟାଣ ନିମିତ୍ତ ଆଶା ପୋଷଣ କଲେ । ମାନବିକତା ଏକ ଲୌକିକ ବା ନିରପେକ୍ଷ ଧର୍ମରୂପେ ଗଢ଼ିଉଠିଲା । ଏହାର ଫଳାଫଳ (Declaration of the Rights of Man and the French Revolution) ‘ଫରାସୀ ବିପ୍ଲବ ଏବଂ ମନୁଷ୍ୟର ନ୍ୟାଯ୍ୟ ଦାବୀର ଘୋଷଣାରୁ ଅନୁମାନ କରାଯାଏ । ଅନେକ ବିଚାରବୋଧ ସମ୍ପନ୍ନ ବ୍ୟକ୍ତି ମାନବିକତାକୁ ସାନ୍ତ୍ଵନାପରକ ଏବଂ ନ୍ୟାୟସଙ୍ଗତ ବୋଲି ଗ୍ରହଣ କରନ୍ତି । (୨)

 

୨. ‘‘Are you a Christian, uncle Lawrence ?" No my dear, if anything a Confucian and Confucius as you know, was simply an ethical philosopher. Most of our caste in this country, if they only knew it are Confucian rather than christian. Belief in ancestors and tradition, respect for parents, honesty, kind treatment of animals and dependents, absence of self obtrusion and stoicism in face of pain and death What more......does one want except the love of beauty." Extract from Galsworthy's ‘Flowering ’, Chap. VI.

 

E. M. Forsters "A passage to India” (1924), p 109..... "Is it correct that most are atheists in England now ! replies": "The educated thoughtful people, I should say so, though they don't like the name. The truth is that the West doesnot bother much over belief and disbelief in these days. Fifty years ago, or even when you and I were young, much more fuss was made.”

 

ପ୍ରଫେସର ମୂର୍ (G, E. Moore)ଙ୍କର 'Principia Ethica’ର ବର୍ଣ୍ଣନା ଉଲ୍ଲେଖଯୋଗ୍ୟ । ସେ ଲେଖିଛନ୍ତି, “ମାନବ ସଂସ୍ପର୍ଶରୁ ଜାତ ଆନନ୍ଦ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ଇତ୍ୟାଦି କେତେକ ମୂଲ୍ୟବାନ୍ ବିଷୟ ବୁଝିବାପାଇଁ ମନୁଷ୍ୟର ଶକ୍ତି ରହିଛି । ମନୁଷ୍ୟଜୀବନର ଏହି କେତେକ ସରଳ ସତ୍ୟ ସମଗ୍ର ବିଶ୍ଵରେ ମଧ୍ୟ ସ୍ଵୀକୃତ ହୁଏ, ଯେଉଁ ସତ୍ୟ ଏ ପର୍ଯ୍ୟନ୍ତ ସ୍ଵୀକୃତ ହୋଇ ପାରି ନାହିଁ । ତାହା ହେଉଛି ମୌଳିକ ନୈତିକତାର ସତ୍ୟତା । କେବଳ ଏହି ନୈତିକତାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ସର୍ବସାଧାରଣ ହେଉ ଏବଂ ନିଜସ୍ଵ ହେଉ ମନୁଷ୍ୟ ନିଜର ସାଧୁତାକୁ ପ୍ରମାଣ କରିପାରେ । ନୈତିକତାର ପୂର୍ଣ୍ଣତାରେ ମନୁଷ୍ୟର ସମସ୍ତ କାର୍ଯ୍ୟ ଯୁକ୍ତିଯୁକ୍ତ ଭାବରେ ସମାପ୍ତି ଲାଭ କରେ ।”

 

ଯେଉଁ ବିଚାରଶକ୍ତି ସମ୍ପନ୍ନ ଲୋକମାନେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ନିଜକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ସେମାନଙ୍କପାଇଁ ପ୍ରଫେସର୍ ମୂର୍ ଏକ ରାସ୍ତା ଆବିଷ୍କାର କରିଛନ୍ତି । ପ୍ରଫେସରଙ୍କ ମତରେ ଚେତନା ଧର୍ମଯୁକ୍ତ ଏବଂ ଆଧ୍ୟାତ୍ମିକ । ସେ ମନୁଷ୍ୟର ମାନବିକ ସମ୍ୱନ୍ଧକୁ ଅତ୍ୟନ୍ତ ସ୍ୱାଭାବିକ ମନେ କରନ୍ତି । ଏହି ସମ୍ୱନ୍ଧ ଏବଂ ସୌନ୍ଦର୍ଯ୍ୟଜ୍ଞାନକୁ ବିସ୍ତାର କରିବା ମନୁଷ୍ୟର କର୍ତ୍ତବ୍ୟ ।

 

ଏ ବିରାଟ ବିଶ୍ଵକୁ ଦେଖି କ୍ଵଚିତ୍ ଲୋକ କୌତୁହଳ ବା ବିସ୍ମିତ ହୁଅନ୍ତି । ବିଶ୍ଵର ପ୍ରକୃତି ଜାଣିବାପାଇଁ ମନୁଷ୍ୟ ଅତ୍ୟନ୍ତ ଉତ୍ସୁକ । ମାନବିକତାର ମୂଲ୍ୟବୋଧରେ ବିଶ୍ୱାସ ରଖି ବିଶ୍ଵଦୃଷ୍ଟିରେ ଆମକୁ ଏକତାବଦ୍ଧ ହେବାକୁ ପଡ଼ିବ ।

 

ମନୁଷ୍ୟକୁ ବର୍ଣ୍ଣନା କରିବାକୁ ଯାଇ ତାହାର ଆତ୍ମାକୁ ପରିତ୍ୟାଗ କରିହେବ ନାହିଁ । ଆରିଷ୍ଟୋଟଲ୍ ଲେଖିଛନ୍ତି–“କାରଣରୁ ଉତ୍ପତ୍ତି ଲାଭ କରି ସେ ‘କାରଣ’ ଠାରୁ ମଧ୍ୟ ଶ୍ରେୟ ।” (୧) ମାନବିକତା, ଅମରତ୍ଵ, ପବିତ୍ରତା ପ୍ରତିସ୍ପୃହା ଏବଂ ବ୍ୟାକୁଳତା ଓ ଆତ୍ମବଳୀ ପ୍ରଭୃତି ସ୍ଵଇଚ୍ଛାକୁ ଉପେକ୍ଷା କରେ ।

 

୧. Eudemian Ethics Cf. A. N. White head, "Our minds. are finite, and yet even in these circumstances of Finitude, we are surrounded by possibilities that are infinite, and the purpose of human life is to grasp as much as we can of infinitude."

 

"Dialogues of Alfred North Whitehead, by Lueien Price (1954).

 

ମନୁଷ୍ୟକୁ ମନୁଷ୍ୟ ହିସାବରେ ପ୍ରକୃତ ସୁଖି କରିବା ନିମନ୍ତେ ତା'ର ଦାର୍ଶନିକ ଚିନ୍ତା, କଳାର ପରକାଷ୍ଠା, ନୈତିକ ଓ ରାଜନୈତିକ ଚେଷ୍ଟାଦ୍ୱାରା ଦୁଃଖ-କଷ୍ଟରହିତ ଜୀବନ ହିଁ ତା'ର ପ୍ରକୃତ ଆଶା I (୨) ଏହି ଉନ୍ନତ ଚରିତ୍ର ଚିନ୍ତାଶୀଳ ବ୍ୟକ୍ତି, କଳାକାର ଏବଂ ବୀର ଯୋଦ୍ଧାଗଣ ଭୁଲ ନ କଲେ ମଧ୍ୟ ସେମାନଙ୍କର ଯୋଗ୍ୟତା ଏହି ପୃଥିବୀରେ ସାଫଲ୍ୟମଣ୍ଡିତ ହୁଏ ନାହିଁ ବା ଭବିଷ୍ୟତରେ ଯଶଃ କୀର୍ତ୍ତି ଅର୍ଜନ କରେ ନାହିଁ । ତେଣୁ ସେମାନେ ନିରାଶ ହୋଇ କେବଳ ଅଭିଳାଷରେ ହିଁ ବଞ୍ଚିରହନ୍ତି । ମାନବିକତାଠାରୁ ଏତିକି ମାତ୍ର ସୁଖ ମନୁଷ୍ୟ ଲାଭ କରିପାରିଛି ବୋଲି ଦାନ୍ତେ (Dante) କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଜ୍ଞାନ ଆହରଣ ହିଁ ସବୁଠାରୁ ପବିତ୍ର ଏବଂ ନିଃସ୍ଵାର୍ଥ କାର୍ଯ୍ୟ, ଯାହାଦ୍ଵାରା ମନୁଷ୍ୟ ନିଜକୁ ସୁଖୀ କରିପାରେ । ଏହିପରି ସୁଖର ଆଦି ନାହିଁ ବା ଅନ୍ତ ନାହିଁ । ଏହାଦ୍ଵାରା ଭଗବତ୍ କାର୍ଯ୍ୟର ସାଧନ ସଙ୍ଗେ ସଙ୍ଗେ ଇଶ୍ୱରଙ୍କର ଚିରନ୍ତନ ଧ୍ୟାନମୟ ଜୀବନ ସହିତ ମନୁଷ୍ୟ-ଜୀବନ ପବିତ୍ର ଓ ମଧୁର ହୋଇଯାଏ ।

 

୨. "Inferno’’, 1V, 26. There is a famaous passage in the autobiography of John Stuart Mill. "Frem the winter of 18-1, when 1 first read Bentlam I had what might truly be called an object in life to be a refomer of the world. My conception of my own happiness was entirely identified with this object. The personal sympathies I wished for were those of fellow-labourers, in this enterprise. I endeavo u red to pick up as many flowers as I could by the way; but as a serious and personal satisfaction to rest upon, my whole reliance was placed on this: and I was accustomed to felicitate myself on the certainty of a happy life which I enjoyed through placing my happiness in something durable and distant, in which some progress might be always making, while it could never be exhausted by: complete attainment…but the time came when I awakened from this as from a dream. It was in the autumn of 1826. I was in dull state of nerves, everybody is occasionally liable to in this frame of mind it occurred to me to put the question directly to myself. “Suppose that all your objects in life were realised, that all the changes in institutions of opinions which you are looking forward to, could be completely effected at this very instant; would this be a great joy and happiness to you” And an impressive self-consciousness distinctly answered. At this my heart sink with me, the whole foundation on which my life was constructed fell down. All my happiness was to have been found in the continued pursuit of this end. The end has ceased to charm and how could there ever again be any interest in the means-? I seem to have nothing left to live for “J. S. Mill felt that he should give its proper place, among the prime necessities of human wellbeing, to be internal culture of the individual.”

 

ଯେଉଁ ଧର୍ମ ପବିତ୍ରତା ନିକଟରୁ ନିରପେକ୍ଷତାକୁ ଅଲଗା କରିଦିଏ, ସମୟ ଏବଂ ନିତ୍ୟତାକୁ ବିଭକ୍ତ କରିଦିଏ ଏବଂ ଆତ୍ମା ଓ ଜୀବର ଐକ୍ୟକୁ ନଷ୍ଟ କରେ, ତାହା ବିରୁଦ୍ଧରେ ‘ମାନବିକତା’ ହିଁ ନ୍ୟାୟସଙ୍ଗତ ପ୍ରତିବାଦ କରେ । ଧର୍ମ ମନୁଷ୍ୟପାଇଁ ସବୁ କିଛି ହୋଇପାରେ କିମ୍ବା ଚିନ୍ତା କଲେ କିଛି ମଧ୍ୟ ନ ହୋଇପାରେ, ତଥାପି ପ୍ରତ୍ୟେକ ଧର୍ମ ମନୁଷ୍ୟକୁ ଯଥେଷ୍ଟ ମହତ୍ତ୍ୱ ଦେବା ସଙ୍ଗେ ସଙ୍ଗେ ତାହାର ବ୍ୟକ୍ତିତ୍ୱର ଦାବୀ ପ୍ରତି ସମ୍ମାନ ଜଣାଏ । ମନୁଷ୍ୟ ଏହା ପରିବର୍ତ୍ତେ ଯଦି ଧର୍ମକୁ ତ୍ୟାଗ କରେ, ତେବେ ସେ ତାହାର ବ୍ୟକ୍ତିତ୍ଵର ଏବଂ ମହତ୍ତ୍ୱର ସମ୍ମାନ ହରାଇ ବସିବ । ଜଣେ ଭାରତୀୟ ପରିଦର୍ଶକ ସେକ୍ରେଟିସ୍‌ଙ୍କୁ କାହିଥିଲେ ଯେ ଯଦି ଆମେ ଈଶ୍ୱରଙ୍କୁ ଜାଣି ନାହୁଁ, ତେବେ ମନୁଷ୍ୟକୁ ମଧ୍ୟ ବୁଝିପାରିବୁ ନାହିଁ । (୧) ପ୍ରକୃତ ମାନବିକ ଉତ୍କର୍ଷତା ହିଁ ଏବଂ ମାନବିକତା ନିମିତ୍ତ ଆତ୍ମା ଏକାନ୍ତ ପ୍ରୟୋଜନ ।

 

୧. “They that deny God deny Man’s nobility, for certainly Man is kin to the Beast by his Body, and if he is not kin to God by his spirit he is a base ignoble creature.”–Bacon

 

୫. ଜାତୀୟବାଦ

 

ଧର୍ମର ବଂଶଗତ ଚରିତ୍ର ତାହାର ଅନୁଚରମାନଙ୍କୁ ସ୍ଵଦେଶ ପ୍ରୀତିପାଇଁ ଯେଉଁ ଶିକ୍ଷା ଦିଏ, ତାହା ବହୁ ପୁରାକାଳରୁ ପରିଲକ୍ଷିତ । ଇସ୍ରାଏଲବାସୀଙ୍କର ଈଶ୍ଵର ‘ଯେହୋବା’ ହେଉଛନ୍ତି ସେମାନଙ୍କର ଜାତୀୟ ଚେତନାର ଚିହ୍ନ, ଆଶା ଏବଂ ଆକାଂକ୍ଷାସ୍ଵରୂପ । ଇହୁଦୀମାନେ ଏକ ବଂଶ ଏବଂ ଏକ ପରିବାରଭୁକ୍ତ । ସେମାନେ କହନ୍ତି, “ହେ ଜେରୁଜେଲମ୍‍ ! ମୋର ହାତର ଦକ୍ଷତା ନଷ୍ଟ ହେବ ଏବଂ ଜିଭ ତାଳୁରେ ଲାଗିଯିବ, ଯଦି ମୁଁ ତୁମକୁ ଭୁଲିଯାଏ । ଜେରୁଜେଲମ୍‍ ମୋର ଆନନ୍ଦସ୍ଵରୂପ । (୧) ଗ୍ରୀସ୍ ଦେଶର ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ପବିତ୍ର ସ୍ଥଳ ରହିଛି । ସେଠାରେ ବିଭିନ୍ନ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଏ । ଜାପାନରେ ଧର୍ମ ସାହାଯ୍ୟରେ ଦେଶକୁ ଏକ କରାଯାଏ । ମହମ୍ମଦ ଏକ ଧର୍ମ ଓ ଜାତିର ପ୍ରତିଷ୍ଠାତା । ଦୁର୍ବଳ ଏବଂ ପରାଧୀନ ଦେଶମାନଙ୍କରେ ଜାତୀୟତାବାଦ ଏକ ଧର୍ମ । ଏହି ଜାତୀୟଭାବ ପରିଶ୍ରମୀ ଏବଂ ବିଶୃଙ୍ଖଳା ଲୋକମାନଙ୍କ ଆତ୍ମସମ୍ମାନର ମୌଳିକ ଚିନ୍ତାଧାରାକୁ ଗଭୀରଭାବରେ ଆକର୍ଷଣ କରେ । ଆକର୍ଷିତ ହୋଇ ସେମାନେ ଯଥାର୍ଥ କାର୍ଯ୍ୟରେ ନିଜକୁ ନିଯୁକ୍ତ କରନ୍ତି । ଏହାଦ୍ଵାରା ସେମାନେ ଏକତାବଦ୍ଧ ହୋଇ ଆତ୍ମବିଶ୍ଵାସ ଲାଭ କରନ୍ତି ଏବଂ ଦେଶର କାର୍ଯ୍ୟରେ ବିଶ୍ୱାସ ରଖନ୍ତି ।

 

1. Psalm 137:5-6

 

ଯେଉଁମାନେ ନିଜକୁ ଧାର୍ମିକ ବୋଲି ମୁକ୍ତକଣ୍ଠରେ ସ୍ଵୀକାର କରନ୍ତି, ସେମାନେ ମଧ୍ୟ ରାଷ୍ଟ୍ରର ଜାତୀୟ ଭାବ ଉଦ୍ରେକ କରନ୍ତି । ପ୍ରାୟ ପ୍ରତ୍ୟେକ ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ଜାତି ଏବଂ ଦେଶର ସମ୍ମାନପାଇଁ ଶିକ୍ଷା ଦାନ କରାଯାଇଥାଏ । କେହି ଜଣେ କହିଛନ୍ତି ଯେ ଇଂଲଣ୍ଡର ଧର୍ମ ହେଉଛି ଇଂଲଣ୍ଡ ।

 

ଜାତୀୟତାବାଦ ହେଉଛି ରାଜନୀତିର ଧର୍ମ । ଏହା ଲୋକମାନଙ୍କର ହୃଦୟ ଏବଂ ଇଚ୍ଛାକୁ ଆନ୍ଦୋଳିତ କରି ସେମାନଙ୍କୁ କାର୍ଯ୍ୟକ୍ଷମ ଏବଂ ଆତ୍ମବଳୀପାଇଁ ଉତ୍ତେଜିତ କରାଏ । କୌଣସି ଧର୍ମ ବର୍ତ୍ତମାନ ଯୁଗରେ ମନୁଷ୍ୟକୁ ଏହିପରି ସାହାଯ୍ୟ କରି ନାହିଁ । ଏହି ଜାତୀୟଭାବ କ୍ଷମତାପନ୍ନ ମନୁଷ୍ୟର ଆବେଗକୁ ଆକର୍ଷଣ କରେ । ରାଷ୍ଟ୍ରମାନେ ନିଜକୁ ଐଶ୍ଵରିକ ଉଦ୍ଦେଶ୍ୟର ସର୍ବଶ୍ରେଷ୍ଠ ପ୍ରକାଶ ବୋଲି ଦାବୀ କରନ୍ତି । ଜର୍ମାନୀ ଦେଶର ଖ୍ରୀଷ୍ଟିୟାନ୍‌ମାନେ କହନ୍ତି ଯେ ହିଟ୍‌ଲର୍‌ଙ୍କଦ୍ୱାରା ଯୀଶୁ ଆମ୍ଭମାନଙ୍କ ମଧ୍ୟରେ ଅତି ଶକ୍ତିଶାଳୀ ହୋଇପାରିଛନ୍ତି, ତେଣୁ ଜର୍ମାନୀର ଜାତୀୟତା ହେଉଛି ଯଥାର୍ଥ ଖ୍ରୀଷ୍ଟଧର୍ମ । (୧)

 

1. Quoted in A. Firey, Cross and Swastika (1938), p.12

 

ଧର୍ମ ଉନ୍ନତ ଚିନ୍ତାଧାରାବିଶିଷ୍ଟ ସହସହିଷ୍ଣୁ ଓ ସାର୍ବଜନୀନ ହେବା ସଙ୍ଗେ ସଙ୍ଗେ ବିଭନ୍ନ ଶ୍ରେଣୀଭୁକ୍ତ ମନୁଷ୍ୟର ଅବସ୍ଥା ପ୍ରତି ପ୍ରଯୁଜ୍ୟ ହେବା ବିଧେୟ; କିନ୍ତୁ ଜାତୀୟତାବାଦ ଏହା ସହ୍ୟ କରିପାରେ ନାହିଁ । ଯଦି ଧର୍ମ ନିଜକୁ କୌଣସି ଶ୍ରେଣୀ, ଜାତି ବା ଦଳଭୁକ୍ତ କରାଏ, ତେବେ ସେ ଠିକ୍ ରାସ୍ତାରେ ଗତି କରୁଛି ବୋଲି ଦାବୀ କରିପାରିବ ନାହିଁ । ରାଷ୍ଟ୍ରକୁ ଦଳ ବା ଶ୍ରେଣୀ ହିସାବରେ ଆରାଧନା କରିବା ଈଶ୍ଵରଙ୍କୁ ଦେଶପ୍ରୀତି ସହିତ ଯୋଡ଼ିବା ସଙ୍ଗେ ସମାନ । ଯେତେବେଳେ ରାଷ୍ଟ୍ର ନିଜକୁ ସ୍ଵର୍ଗୀୟ ମନେ କରେ ଏବଂ ରାଷ୍ଟ୍ରୀୟ ସତ୍ୟାର୍ଥଦ୍ୱାରା ମନୁଷ୍ୟକୁ ଗଢ଼ିବା ଏବଂ ଉଦ୍ଧାର କରିବାରେ ନିଜକୁ ହିଁ କେବଳ ଉପଯୁକ୍ତ ମନେକରେ, ସେତେବେଳେ ସାମ୍ରାଜ୍ୟ ଏବଂ କ୍ଷମତାର ଲାଳସା ଜନ୍ମ ଲାଭ କରେ ।

 

୬. ସାମ୍ୟବାଦ

 

ଗୋଟିଏ ମାତ୍ର ଯୁଗର ବିରାଟ ଇତିହାସ ପୁରାତନ ସାମାଜିକ ଅବସ୍ଥାର ମୂଳୋତ୍ପାଟନ କରିଦେଇଛି ଏବଂ ବିଭିନ୍ନ ଶ୍ରେଣୀଭୁକ୍ତ ସମାଜ ମଧ୍ୟରେ ବିପ୍ଳବ ସୃଷ୍ଟି କରିଛି । ରାଜନୀତି, ଅର୍ଥନୀତି ଏବଂ ସାମରିକ ଶକ୍ତିରେ ଯେଉଁ ବିରାଟ ପରିବର୍ତ୍ତନ ତଥା ଅଦଳ ବଦଳ ଦେଖାଦେଇଛି ତାହା ବୋଧ ହୁଏ ଏ ପୃଥିବୀରେ ଆଉ କେବେ ଦେଖାଯାଇ ନ ଥିବ । ଏ ବିପ୍ଳବ ପୃଥିବୀର ପ୍ରାୟ ଅଧାଅଧି ଗ୍ରାସ କରିସାରିଲାଣି ଓ ବାକି ଅଧିକ ସହିତ ଯୁଦ୍ଧ କରିବାପାଇଁ ଆହ୍ୱାନ ଦେଉଛି । ଇତିହାସର ଏପରି ପ୍ରଗତିର ଅଧ୍ୟୟନ ନିତାନ୍ତ ପ୍ରୟୋଜନ । ଏହି ପ୍ରଗତିର ଅର୍ଥ ଓ ବିଚାର, ଏହାର ନୈତିକ କାର୍ଯ୍ୟକ୍ରମ ଓ ସାମାଜିକ ଉତ୍ତେଜନା ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ । ପୃଥିବୀରେ ଅନେକ ସାମ୍ୟବାଦର ଗତିକୁ ପ୍ରତିରୋଧ କରିବାପାଇଁ ଅତି ବ୍ୟଗ୍ର; କିନ୍ତୁ କାହିଁକି ଯେ ସେମାନେ ବାଧା ଦିଅନ୍ତି ତାହା ନିଜେ ବୋଧ ହୁଏ ହୁଏ ବୁଝିପାରନ୍ତି ନାହିଁ । ଯେଉଁ ପର୍ଯ୍ୟନ୍ତ କୌଣସି ମତ, ଦାବୀ ଓ ବିଚାରର ଅର୍ଥ ଆମେ ବୁଝିପାରି ନାହୁଁ, ସେପର୍ଯ୍ୟନ୍ତ ସେଗୁଡ଼ିକ ବିରୁଦ୍ଧରେ କୌଣସି ଅଭିଯାନ କରିହେବ ନାହିଁ । ପୂର୍ବତନ ସାମ୍ୟବାଦୀମାନଙ୍କର ବିଧର୍ମୀମାନଙ୍କ ନିର୍ଯ୍ୟାତନା ଏବଂ ପୂର୍ବପ୍ରଚଳିତ ମତ ବା ବିଶ୍ଵାସର ପରିତ୍ୟାଗ ବିଷୟ ସେମାନଙ୍କ ସାମରିକ ହସ୍ତକ୍ଷେପ ବା ପ୍ରତିଶୋଧ ପ୍ରଭୃତି ବାହ୍ୟ କାର୍ଯ୍ୟକଳାପ ପ୍ରତି ଲକ୍ଷ୍ୟ କଲେ ଜାଣିହେବ ନାହିଁ ।

 

ମାକ୍‌ସ୍‌ବାଦୀଙ୍କର ବିଶ୍ଵାସ ଯେ ସେମାନେ ମନୁଷ୍ୟର ପ୍ରକୃତିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରନ୍ତି । ସାମାଜିକ ପ୍ରାଣୀ ହିସାବରେ ତାର ପ୍ରକୃତ ଜୀବନର ଆବଶ୍ୟକ ବସ୍ତୁ ଉପରେ ନିର୍ଭର କରେ । ସମାଜର ପାରିପାର୍ଶ୍ଵିକ ଅବସ୍ଥା ନେଇ ତାର ଚେତନା କାର୍ଯ୍ୟକାରୀ ହୁଏ । ଜୀବନର ଅତ୍ୟାବଶ୍ୟକ ବସ୍ତୁ ପାଇଁ ସେ ଅର୍ଥନୀତିସହିତ ସମ୍ବନ୍ଧ ରଖେ । ଏହି ଅର୍ଥନୈତିକ ମୂଳଭିତ୍ତି ଉପରେ ତା’ର ମନୋଭାବ ପୂର୍ଣ୍ଣରୂପେ ନିର୍ଭର କରେ । ଏହି ସାମାଜିକ ମନୁଷ୍ୟପାଇଁ ଦର୍ଶନଶାସ୍ତ୍ର ହେଉଛି କେତେଗୁଡ଼ିଏ କାଳ୍ପନିକ ଯୁକ୍ତି । କୌଣସି ପରିସ୍ଥିତରେ ନିର୍ଦ୍ଦିଷ୍ଟ କେତେକ ସୁବିଧା ଓ ମନୋଭାବର ଆଧିପତ୍ୟକୁ ପ୍ରମାଣ କରିବାକୁ ଯାଇ ଏପରି କାଳ୍ପନିକ ଯୁକ୍ତିର ସୃଷ୍ଟି ହୋଇଛି । ଜୀବନର ଅତ୍ୟାବଶ୍ୟକ ବସ୍ତୁର ଉତ୍ପାଦନପାଇଁ ଯେଉଁ ଉପାୟ ବା ପନ୍ଥା ଅବଲମ୍ବନ କରାଯାଏ, ତାହାର ପରିବର୍ତ୍ତନ ଅନୁଯାୟୀ ସମାଜର ଶ୍ରେଣୀର ପରିବର୍ତ୍ତନ ଦେଖାଯାଏ । ସମାଜରେ ଦୁଇ ଶ୍ରେଣୀ ଅନ୍ତର୍ଭୁକ୍ତ ପୁଞ୍ଜିପତି ଏବଂ ଶ୍ରମିକ । ଗୋଟିଏ ଶ୍ରେଣୀ ଅନ୍ୟକୁ ନିଜର ଅଧୀନରେ ରଖେ । ଅଧୀନ ଶ୍ରେଣୀଭୁକ୍ତ ମନୁଷ୍ୟମାନଙ୍କପାଇଁ ଧର୍ମ ହେଉଛି ଅଫିମସ୍ଵରୂପ, ଯାହାକୁ ଖାଇ ସେମାନେ ଚିନ୍ତାଶୂନ୍ୟ ହୋଇପଡ଼ନ୍ତି ଏବଂ ପରଧୀନତାକୁ ସ୍ଵୀକାର କରି ନିଜକୁ ସୁଖୀ ମନେ କରନ୍ତି । ଏହି ଦୁଇ ଶ୍ରେଣୀ ମଧ୍ୟରେ ଉତ୍ପାଦନ କ୍ଷେତ୍ରରେ କଳହ କ୍ଷଣସ୍ଥାୟୀ ହେଲେ ମଧ୍ୟ ଅନିର୍ବାଯ୍ୟ । ଏହିପରି ଅବସ୍ଥାକୁ ଅତିକ୍ରମ କରି ଶ୍ରେଣୀହୀନ ସମାଜ ଗଢ଼ିଉଠେ, ଯେଉଁଠି କେହି କାହାର କ୍ଷତି କରିପାରନ୍ତି ନାହିଁ ଓ ରାଷ୍ଟ୍ର ବା ସାମ୍ରାଜ୍ୟର ପ୍ରୟୋଜନ ହୁଏ ନାହିଁ । ଏହିପରି ଶ୍ରେଣହୀନ ସମାଜର ପ୍ରକୃତ ବିଚାର ଓ ପୂର୍ଣ୍ଣ ସ୍ଵାଧୀନତାର ବାତାବରଣ ମଧ୍ୟରେ ପ୍ରତ୍ୟେକଙ୍କୁ ନିଜ ନିଜର ପ୍ରୟୋଜନୀୟ ବସ୍ତୁ ଯୋଗାଇ ଦିଆଯାଏ । ବର୍ତ୍ତମାନ ଯୁଗରେ ଆମେ ଏହିପରି ଏକ ଲକ୍ଷ୍ୟ ପ୍ରତି ଅଗ୍ରସର ହେଉଛୁ । କମ୍ୟୁନିଷ୍ଟ ପାର୍ଟିର ସଭ୍ୟମାନେ ହିଁ ଭବିଷ୍ୟତର ଏହି ଲକ୍ଷ୍ୟପ୍ରାପ୍ତି ନିମିତ୍ତ ଅଗ୍ରଗାମୀ ।

 

ଧର୍ମ ନିଜକୁ ଅଲୌକିକ ମନେ କରେ; କିନ୍ତୁ ତାର ଏପରି ଆଦର୍ଶକୁ ସାମ୍ୟବାଦ ନିନ୍ଦା କରେ । ପୃଥିବୀର ବ୍ୟାପାରରେ ଯଦି ଧର୍ମ କିଛି ଅଂଶ ଗ୍ରହଣ କରେ, ତେବେ ତାହା ହେଉଛି କେବଳ ଧର୍ମ ଓ ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ଅଧିକାରକୁ ନିରାପଦ ରଖିବା । ସାମ୍ୟବାଦର ଆଦର୍ଶ ଅଲୌକିକ ନୁହେଁ । ତାର ଆଦର୍ଶପାଇଁ ସେ ଯାହା ପ୍ରତିଜ୍ଞା କରେ, ତାହା ଏହି ପୃଥିବୀରେ ହିଁ ଉପଭୋଗ କରାଯାଏ । ସେମାନେ ଧୈର୍ଯ୍ୟ ଓ ତ୍ୟାଗ ପ୍ରଚାର କରନ୍ତି ନାହିଁ; କିନ୍ତୁ ଚେଷ୍ଟା ଓ ପରିଶ୍ରମ ପ୍ରତି ଆହ୍ୱାନ ଜାଣନ୍ତି । କାର୍ଯ୍ୟରେ ଜୀବନ ଉତ୍ସର୍ଗ କରି ସେମାନେ ନୂତନ ସମାଜ ନିର୍ମାଣ କରନ୍ତି । ସାମ୍ୟବାଦର ଆଶା ଏବଂ ବିଶ୍ଵାସ ଯେତେ ଅସମ୍ଭବ ବା ଭୟାନକ ହେଲେ ମଧ୍ୟ ଏହା ଏକ ନୂତନ ଆଦର୍ଶପାଇଁ ସଦା ବ୍ୟସ୍ତ । ସେହି ଆଦର୍ଶ ହେଉଛି ‘‘ତୁମର ଯାହା ଅଛି, ଗରିବକୁ ଦାନ କର ।” ଏପରି ଆଦର୍ଶ ସମସ୍ତଙ୍କଦ୍ୱାରା ସମ୍ମାନିତ ହୁଏ; କିନ୍ତୁ କେହି ଏହାକୁ କାର୍ଯ୍ୟରେ ପରିଣତ କରନ୍ତି ନାହିଁ । ଏହାର ଆକର୍ଷଣ ଅତି ବିସ୍ତୃତ । ଯେଉଁ ଜୀବନ ମନୁଷ୍ୟଠାରୁ କିଛି ଦାବୀ କରିପାରେ ନାହିଁ, ଜ୍ଞାନୀମାନଙ୍କପାଇଁ ସେପରି ଜୀବନ ଅସହ୍ୟ ହୋଇପଡ଼େ । ସର୍ବଦା ଧନ-ଉପାର୍ଜନ ଜୀବନରେ କୌଣସି ଉତ୍ତେଜନା ସୃଷ୍ଟି କରେ ନାହିଁ । ତେଣୁ ଶ୍ରମିକମାନଙ୍କୁ ସେମାନଙ୍କ ସୀମାବଦ୍ଧ ନିଷ୍କ୍ରିୟ ଜୀବନରୁ ଖସି ପଳାଇଯିବାକୁ ପ୍ରରୋଚନା ଦିଆଯାଏ । ସାମ୍ୟବାଦ ଏଥିରେ ସେମାନଙ୍କୁ ସାହାଯ୍ୟ କରେ । ଯେଉଁମାନେ ନିରାଶ ବା ଭୟଭୀତ ହୋଇ ପଡ଼ିଛନ୍ତି, ସାମ୍ୟବାଦ ସେମାନଙ୍କୁ ସତେ ଯେପରି ଜୀବନ ଦାନ କରେ ।

 

ନିଜକୁ ଶ୍ରେଷ୍ଠ ବିବେଚିତ କରିବାର ପ୍ରେରଣାକୁ ଚାପି ରଖାଯାଇ ନ ପାରେ । ଚିରାଚରିତ ଧର୍ମଗୁଡ଼ିକର ଅଭାବ ରହିଥିବାରୁ କଳା, ସଙ୍ଗୀତ, ନୃତ୍ୟ ଏବଂ ନେତୃତ୍ଵର ସୃଷ୍ଟି ହୋଇଛି-। ଏହି ସୃଷ୍ଟିମାନଙ୍କ ମଧ୍ୟରେ କମ୍ୟୁନିଜମ୍ ଅନ୍ୟତମ । ଆଜିର ଯୁବକ-ଯୁବତୀମାନେ ଜୀବନକୁ କେବଳ ଆମୋଦ-ପ୍ରମୋଦ ମଧ୍ୟରେ ଚରିତାର୍ଥ କରିବାକୁ ପସନ୍ଦ କରନ୍ତି ନାହିଁ । ଆନ୍ତରିକତା ସହିତ କାର୍ଯ୍ୟ କରିବାରେ ମଧ୍ୟ ସେମାନେ ଅତ୍ୟନ୍ତ ଆନନ୍ଦ ଉପଭୋଗ କରନ୍ତି । ଦଳ ବା ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାଦ୍ଵାରା ଆମେ ସ୍ଵ-ପ୍ରବୃତ୍ତି ଏବଂ ବ୍ୟକ୍ତିଗତ ଦାୟିତ୍ୱରୁ ରକ୍ଷା ପାଇ ଦଳର ସମ୍ମାନରେ ନିଜକୁ ସମ୍ମାନିତ କରୁ ।

 

ଯଦିଓ ସାମ୍ୟବାଦ ପୁରାପୁରି ଧର୍ମନିରପେକ୍ଷ ଏବଂ ମାନବିକତାବାଦ ତଥାପି ଧର୍ମର ପ୍ରତ୍ୟେକ ଗୁଣ ଏଥିରେ ସନ୍ନିହିତ ରହିଛି । (୧) ମନୁଷ୍ୟ ଓ ପ୍ରକୃତି ସହିତ ଏହାର ସମ୍ବନ୍ଧ ଅତି ସ୍ୱଚ୍ଛ-। ରାଜନୈତିକ ଓ ଅର୍ଥନୈତିକ ବିପ୍ଳବଦ୍ୱାରା ଯେ ମାନବସମୂହର ମଙ୍ଗଳ ହେବ, ଏହା କେବଳ ସାମ୍ୟବାଦ ପକ୍ଷରେ ହିଁ ସମ୍ଭବ । ଏହା ହିଁ ତାହାର ସ୍ଵଧର୍ମପରାୟଣ ନୀତି । ଜଗତର ମଙ୍ଗଳପାଇଁ ଏହା ଯେ କେବଳ ଏକ ଯୁକ୍ତିପୂର୍ଣ୍ଣ ବ୍ୟାଖ୍ୟା, ତାହା ନୁହେଁ; ଏପରି ବିଚାରର ଯେଉଁ ଆକର୍ଷଣୀୟ ଶକ୍ତି ଅଛି, ତାହା ଧର୍ମର ଜୀବନିଶକ୍ତିପରି । ଏହାର ଦୃଢ଼ ବିଶ୍ୱାସ ଯେ ଅନ୍ୟାନ୍ୟ ଧର୍ମବିଶ୍ଵାସପରି ସାମ୍ୟବାଦ ମଧ୍ୟ ପ୍ରଗାଢ଼ ଏବଂ ସୁଗଭୀର ଏବଂ କୌଣସି ପ୍ରକାରର ଆତ୍ମବଳୀ ଏହାର ଆଦର୍ଶସହିତ ସମକକ୍ଷ ହୋଇପାରିବ ନାହିଁ ।

 

1. John Middleton Murry goes of the extent of saying that “Communism is the one living religion in the western world to day.”

 

“The Necessity of Communism’ (1932), p. 111.

 

ପ୍ରତ୍ୟେକ ଧର୍ମରେ ଏକପ୍ରକାର ବିପ୍ଳବର ସୂଚନା ମିଳେ । ଏପରି ସୂଚନା ପ୍ରତିଷ୍ଠିତ ଧର୍ମରେ ଆଉ ଦୃଷ୍ଟିଗୋଚର ହୁଏ ନାହିଁ ଏବଂ ପୁରାପୁରି ଏକ ପ୍ରଚଳିତ ରୀତିର ଆକାର ଧାରଣ କରେ; କିନ୍ତୁ ସାମ୍ୟବାଦ ବିପ୍ଳବର ପୂର୍ଣ୍ଣ ସୂଚନା ଦିଏ । ଲେନିନ୍‌ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଷ୍ଟାଲିନ୍ କହିଥିଲେ, ‘‘ହେ କମ୍ରେଡ୍ ଲେନିନ୍ ଆମେ ପ୍ରତିଜ୍ଞାବଦ୍ଧ ଯେ ପୃଥିବୀର ଶ୍ରମିକମାନଙ୍କ ଉନ୍ନତିପାଇଁ ଆମେ ଆତ୍ମବଳୀ ଦେବୁ ।”

 

ଧର୍ମପରାୟଣ ବ୍ୟକ୍ତିମାନେ ଯେପରି ଧର୍ମଗ୍ରନ୍ଥ ଉପରେ ସଂପୂର୍ଣ୍ଣ ନିର୍ଭର କରନ୍ତି, ସାମ୍ୟବାଦୀମାନେ ମଧ୍ୟ ଠିକ୍ ସେହିପରି ମାକ୍‌ସ, ଏଞ୍ଜେଲସ୍, ଲେନିନ୍‌ ଏବଂ ଷ୍ଟାଲିନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତି । ସାମ୍ୟବାଦର ଇତିହାସରେ ଏପରି କୌଣସି ସମସ୍ୟା ବା ଉକ୍ତି ନାହିଁ, ଯାହାକି ଖ୍ରୀଷ୍ଟଧର୍ମର ଇତିହାସ ସହିତ ପ୍ରାୟ ମେଳ ଖାଏ ନାହିଁ । ଯେ କୌଣସି ଧର୍ମରେ ଯେପରି ତାହାର ପବିତ୍ର ଗ୍ରନ୍ଥ ଏବଂ ନିର୍ଦ୍ଦିଷ୍ଟ ମତ ବ୍ୟକ୍ତ ହୋଇ ରହିଛି; ଧାର୍ମିକ, ନାସ୍ତିକ, ଋଷି, ମୁନି, ପାପୀ, ନିଷ୍ପାପ ଇତ୍ୟାଦି ବ୍ୟକ୍ତିମାନେ ରହିଛନ୍ତି; ସୁଖର ସାମ୍ରାଜ୍ୟ ସ୍ଵର୍ଗ ରହିଛି ଏବଂ ତାହା ଯେପରି ବିଶୃଙ୍ଖଳ ଏବଂ ନିୟମାବଦ୍ଧ, ଠିକ୍ ସେହିପରି ସାମ୍ୟବାଦ ମଧ୍ୟ ଏକ ଶୃଙ୍ଖଳାବନ୍ଧ ଧର୍ମସଂସ୍ଥା । ଧର୍ମପରି ଏହା ମଧ୍ୟ ବିଶ୍ଵାସ କରେ ଯେ ପୃଥିବୀ ଏକ ସଂଘର୍ଷରେ ପହଞ୍ଚିଛି ଏବଂ ତାର ଧ୍ଵଂସ ସୁନିଶ୍ଚିତ, ଇତିହାସ ଅତ୍ୟନ୍ତ ନିଷ୍କ୍ରିୟ ହୋଇପଡ଼ିଛି । ତେଣୁ ପୃଥିବୀରେ ସତ୍ୟ ଓ ବିଚାରର ପ୍ରତିଷ୍ଠା ପ୍ରୟୋଜନ । ଦାର୍ଶନିକ ନିକୋଲାସ୍ ବାର୍ଦ୍ଦେଭ୍ (Nichola Berdyaev)କହିଛନ୍ତି, “ସାମ୍ୟବାଦ ନିଜକୁ ଏକ ଧର୍ମସଂସ୍ଥାର ରୂପ ଦେଉଥିବାରୁ ଅନ୍ୟାନ୍ୟ ଧର୍ମପ୍ରତି ବିରୁଦ୍ଧାଚରଣ କରେ । (୧) ଧର୍ମ ଯେପରି ଏକ ବିଶ୍ଵାସ, ସାମ୍ୟବାଦ ମଧ୍ୟ ଠିକ୍ ସେହିପରି ଏକ ବିଶ୍ଵାସ । ଏହା ନାସ୍ତିକବାଦର ଧର୍ମ । ଇଶ୍ୱର ନିରପେକ୍ଷ ସାମ୍ୟବାଦ ପୃଥିବୀକୁ ଦୁଃସାଧ୍ୟ ରୋଗପରି ଗ୍ରାସ କରିସାରିଲାଣି ଏବଂ ବହୁ ମୂଲ୍ୟ ପାଶ୍ଚାତ୍ୟ ସଭ୍ୟତାକୁ ଏହା ଧ୍ଵଂସ କରିବା ଉପରେ ବୋଲି ଆମେ ଏହାକୁ ଦାୟୀ କରୁ; କିନ୍ତୁ ଏତିକି ମାତ୍ର ବୁଝିବାକୁ ଚେଷ୍ଟା କରୁ ନାହିଁ ଯେ ସାମ୍ୟବାଦ କେବଳ ଉଦାର ମନୋଭାବକୁ ଦୃଢ଼ଭାବରେ ପ୍ରଚାର କରେ, ଯାହା କି ପାଶ୍ଚାତ୍ୟ ସଭ୍ୟତାର ମଧ୍ୟ ଅବିଚ୍ଛିନ୍ନ ଅଙ୍ଗ । ଅଷ୍ଟାଦଶ ଶତାବ୍ଦୀର ୟୁରୋପରେ ଲକ୍, ମଣ୍ଟେସ୍କୋ, ଋଷୋ (Loke, Montesquieu, Rousseau) ପ୍ରଭୃତି ପ୍ରବର୍ତ୍ତାଇଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ବାଧା ନ ଦେଇ ସ୍ୱଇଚ୍ଛାରେ ଯେପରି ଜୀବନ ଯାପନ କରିପାରେ, ସେହିପରି ଏକ ସମାଜର ପ୍ରତିଷ୍ଠା କରିବାକୁ ହେବ । ସାମ୍ୟବାଦ ମଧ୍ୟଠିକ୍ ଏହିପର ଆଦର୍ଶରେ ଗଠିତ । ବିଚାର ଏବଂ ଐକ୍ୟ ପ୍ରଶ୍ନ ନେଇ ପୃଥିବୀରେ ସାମାଜିକ ପ୍ରତିବାଦ ସୃଷ୍ଟି ହୁଏ । ଏହି ପ୍ରତିବାଦ ଆଜି ପାଶ୍ଚାତ୍ୟ ଜଗତର ମୂଳଭିତ୍ତିକୁ ଦୋହଲାଇଦେଇଛି ଏବଂ ତାହାର ସମାଜରେ ପରିବର୍ତ୍ତନ ଆଣିଛି । ସାମ୍ୟବାଦୀମାନଙ୍କ ଘୋଷଣାପତ୍ର(Communist manifesto)ରେ ବର୍ଣ୍ଣନା କରାଯାଇଅଛି, “ଏହା ଏକ ସଂଗଠନ, ଯେଉଁଠାରେ ବ୍ୟକ୍ତିଗତ ସ୍ଵାଧୀନତାଦ୍ଵାରା ମାନବସ୍ଵାଧୀନତା ପ୍ରକାଶିତ ହୁଏ ।’’ ଏଥିରେ ପ୍ରାଚ୍ୟ-ପାଶ୍ଚାତ୍ୟ ସମସ୍ତ ଉଦାରଚେତା ବ୍ୟକ୍ତି ଏକମତ ।

 

1. The Original of Russian Communism (1937), p.191.

 

ଧର୍ମରେ ଈଶ୍ଵର ଆମର ପିତା ସଦୃଶ । ତେଣୁ ପୃଥିବୀରେ ଈଶ୍ଵରଙ୍କ ସନ୍ତାନ ସୁଖୀ ହେବା ଉଚିତ । ମନୁଷ୍ୟକୁ ସୁଖୀ କରିବାପାଇଁ ଚିରାଚରିତ ସମାଜର ପରିବର୍ତ୍ତନ ଆବଶ୍ୟକ; କିନ୍ତୁ ଧାର୍ମିକ ଲୋକମାନେ ଯେତେବେଳେ ସମାଜରେ ପରିବର୍ତ୍ତନ ଆଣି ନ ପାରି ନିଜର କର୍ତ୍ତବ୍ୟରେ ହେଳା କଲେ, ସାମ୍ୟବାଦ ତାହାର ସୁବିଧା ନେଇ ନିଜକୁ ଗଢ଼ି ଉଠାଇଲା । ଫିଏର୍‌ବେକ୍ (Feuerback) କହିଛନ୍ତି, “ଦାର୍ଶନିକମାନେ ପୃଥିବୀକୁ ଏକ ଭିନ୍ନ ଆକାର ବୋଲି ଦର୍ଶାଇଅଛନ୍ତି; କିନ୍ତୁ ଏ ମତର ପରିବର୍ତ୍ତନ ଆବଶ୍ୟକ ।” ଖ୍ରୀଷ୍ଟଧର୍ମ କମ୍ବା ଧର୍ମନିରପେକ୍ଷ ମାନବବାଦୀମାନଙ୍କର ବ୍ୟାଖ୍ୟାରେ ସାମ୍ୟବାଦ ସନ୍ତୁଷ୍ଟ ନୁହେଁ । ସେ ପୃଥିବୀକୁ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନ କରିବାରେ ଚେଷ୍ଟା କରେ । ଏହାକୁ ଧର୍ମର ବିରୋଧୀ ବୋଲି ଆଖ୍ୟା ଦିଆଯାଇ ପାରେ । ସେ ଖ୍ରୀଷ୍ଟଧର୍ମର ନିଷ୍ଠାପ୍ରତି ବିରୁଦ୍ଧାଚରଣ କଲେ ମଧ୍ୟ ଖ୍ରୀଷ୍ଟଧର୍ମର ସତ୍ୟାସତ୍ୟ ଏବଂ ନିୟମର ବିରୋଧୀ ନୁହେଁ । ସମାଜ ବା ଶ୍ରେଣୀରେ ପ୍ରଭେଦ ନ ରଖିବା ଧର୍ମର ଉଦ୍ଦେଶ୍ୟ ହେଲେ ମଧ୍ୟ ଏଦିଗରେ ତାହାର କୌଣସି ଚେଷ୍ଟା ନାହିଁ କିନ୍ତୁ ସାମ୍ୟବାଦ ଏହି ଶ୍ରେଣୀହୀନ ସମାଜ ଗଠନ କରିବାକୁ ଗଭୀର ପରିଶ୍ରମ କରେ । ସମାଜରେ ଗରିବମାନଙ୍କ ପ୍ରତି ଅତ୍ୟାଚାର ମାର୍କ୍‍ସଙ୍କ ଲିଖିତ ‘କ୍ୟାପିଟାଲ୍’ (Kapital) ଗ୍ରନ୍ଥରୁ ସ୍ପଷ୍ଟ ଅନୁମାନ କରିହେବ । ପଦଦଳିତମାନଙ୍କର ଉଦ୍ଧାରପାଇଁ ତାଙ୍କର କ୍ରୋଧ ଓ ଉତ୍କଣ୍ଠାର ପରିଚୟ ମଧ୍ୟ ଏହି ଗ୍ରନ୍ଥରୁ ମିଳେ । (୧) ଧର୍ମର କାର୍ଯ୍ୟରେ ଯେଉଁ ଭୁଲ ପ୍ରକାଶ ପାଏ, ସାମ୍ୟବାଦ ତାହାର ପ୍ରକୃତ ବିଚାର କରେ । ଜେକ୍‌ସ ମେରିଟେନ୍ (Jacques Maritain) ଲେଖିଛନ୍ତି, “ଅତି ପରିତାପର ବିଷୟ ଯେ ଖ୍ରୀଷ୍ଟିୟାନ୍‌ମାନେ ଧର୍ମ ଏବଂ ନିୟମ ପ୍ରତି ବିଶ୍ଵାସଘାତକତା କରି ନିଜ ଧର୍ମପ୍ରତି ଆକ୍ରୋଶ ରଖିବାରୁ ସାମ୍ୟବାଦର ସୃଷ୍ଟି ହେଲା ।” (୧)

 

1. Bendyaev writes: "The Russian people in full accordance with their particular mentality offered themselves as a burnt offering on the alter of an experiment unknown to privious history, they have demonstrated the extremest consequences of certain ideas. They are an apocalyptic people and they could not stop short at a compromise, at some ‘humanitarian state'. They had to make real either brother-hood in Christ or Comradeship in Anti Christ. If the one does not reign, then the other will. The people of Russia have put this choice before the whole world with awe-inspiring force." The End of our Time. (1933)

 

1. True Humanism, Eng. translation (1938), p. 33. Prof. John Macmurray maintains that in practice Communism is more truly Christian than Christianity itself. He says: "If we put profession on one side, and consider only the attitude of mind which is expressed in the Communist way of life, we begin to wonder whether there is not something peculiarly religious about it, which is missing in the attitude which is generally characteristic of professedly Christian Communities…. I cannot help feeling that Communism has recovered that essential core of a real belief in God, which orgnised Christianity has in our day largely lost."

 

Creative Society (1935), pp. 22ff.

 

୧୯୦୮ମସିହା ଲମ୍ବେଥ୍‌ ସମ୍ମିଳନୀ (Lambeth Conference)ରେ ଖ୍ରୀଷ୍ଟିୟାନ୍ ପଣ୍ଡିତମାନେ ଜଗତକୁ ଶୁଣାଇ କହିଲେ, “ସାମ୍ୟବାଦ ହିଁ ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ସତ୍ୟାସତ୍ୟ ବିଚାର କରେ । (୨) ୧୯୧୭ ମସିହା ବିପ୍ଳବରେ ଋଷ ଦେଶରେ ବ୍ୟକ୍ତିଗତ ସ୍ଵାଧୀନତାର ଉଦୟ ହୋଇଥିଲା ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ସ୍ଵାଧୀନତା ଲାଭ କରିଥିଲେ-

 

2. Resolutions 25 and 26.

 

ଉନବିଂଶ ଶତାବ୍ଦୀର ଚିନ୍ତାଶୀଳ ବ୍ୟକ୍ତିମାନେ ଏକମତ ଯେ ରାଜନୈତିକ କ୍ଷମତା ଅତି ଉତ୍ପୀଡ଼କ ଏବଂ କ୍ଷତିକାରକ । ମାର୍କସଙ୍କ ମତରେ ରାଜନୈତିକ କ୍ଷମତା ଆଳସ୍ୟପରାୟଣ ଓ ସୁବିଧାବାଦୀ ଲୋକମାନଙ୍କପାଇଁ ଏକ ଅସ୍ତ୍ର, ଯାହାକୁ ସେମାନେ ଶ୍ରମିକମାନଙ୍କ ବିରୁଦ୍ଧରେ ପ୍ରୟୋଗ କରନ୍ତି । ରାଜନୈତିକ ଗଣ୍ଡଗୋଳିଆ ପରିସ୍ଥିତିରେ ଏହିପର କ୍ଷତିକାରକ ପନ୍ଥାର ପ୍ରୟୋଗ ହୁଏ । ଏହାକୁ ଶ୍ରମିକମାନେ ଛଡ଼ାଇନେଇ ନିଜ ଅଧୀନରେ ଯେତେବେଳେ ରଖନ୍ତି, ସେତେବେଳେ ଏ କ୍ଷମତା ଉଭେଇଯାଏ ଓ ଏହି ପନ୍ଥାକୁ ନିଜର ଅଧିକାରଭୁକ୍ତ କରି ସେମାନେ ସମାଜର ସଂସ୍କାର କରନ୍ତି । (୧) ରାଜ୍ୟର ଅରାଜକତା ଓ ମନୁଷ୍ୟର ନିରାପତ୍ତା ମଧ୍ୟରେ ସମାଧାନ ପ୍ରୟୋଜନ ।

 

1. Engels writes: "As soon as there is no longer any class of Society to be held in subjection..... there is nothing more to be repressed, which would make a special repressive force, a state necessary. The first act whereby the state really comes for ward as the representative of society as a whole the taking possession of the means of production in the name of Society-is also its last independent act as a state. The government of persons is replaced by the administration of things and the direction of the processes of production. The state is not abolished, it withers away." Anti-Duhring III.2. Lenin, following Marx, says, "Only in Communist Society, when the resistance of the capitalists has been completely broken, when the capitalists have disappeared, when there are no classes only then will really complete democracy, democracy without any exceptions, be possible and be realised. And only then will democracy itself begin to wither away owing to the simple fact, that freed from capitalist slavery......people will gradually become accustomed to observing the clementary rules of social life that have been known for centuries and repeated for thousands of years in all copy book maxims, they will become accustomed to observing them without force, without compuIsion, without subordination, without the special apparatus for compulsion which is called the state.’’ Christopher Hill, Lenin and the Russian Revolution (1943), p. 110.

 

ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ଶିଳ୍ପର ବିକାଶ ହୁଏ । ମନୁଷ୍ୟ ତାର ଭୌତିକ ବସ୍ତୁ ଏବଂ ଆଧ୍ୟାତ୍ମିକ ଚିନ୍ତାର ଉପାୟ ଉଦ୍ଭାବନ କରି ଏକ ସ୍ଵାଧିନ ସମାଜର ସଭ୍ୟ ହିସାବରେ ବସବାସ କରେ, ହିଂସାତ୍ମକ କାର୍ଯ୍ୟର ସମାପ୍ତି ଘଟେ । ସାମ୍ରାଜ୍ୟ ଲୋପ ପାଇ ମାନବର ସ୍ଵାଧୀନ ଚେତନା ପରିପୃଷ୍ଟ ହୁଏ । ମାର୍କସଙ୍କର ଆଦର୍ଶ ସମାଜ ହେଉଛି ଗୋଟିଏ ସଂସ୍ଥା, ଯେଉଁଠି ସମସ୍ତଙ୍କପାଇଁ ସବୁ ସମାନ ଓ କେହି କାହା ବିରୁଦ୍ଧରେ ନିଜର ଇଚ୍ଛା ଜବରଦସ୍ତ ଲଦିଦେଇ ପାରିବେ ନାହିଁ । ସେ ପୁଞ୍ଜିପତିମାନଙ୍କର ଗଣତନ୍ତ୍ରକୁ ନିନ୍ଦା କରନ୍ତି । ଏପରି ସମାଜରେ ମନୁଷ୍ୟର ଅଧିକାର କେବଳ କେତେକ ସଂଖ୍ୟାଲଘୁ ସୁବିଧାବାଦୀମାନଙ୍କ ନିକଟରେ ଥାଏ । କେବଳ ଶ୍ରେଣୀହୀନ ସମାଜରେ ମନୁଷ୍ୟ ନିଜର ଜୀବନକୁ ସ୍ଵ-ଇଚ୍ଛାରେ ଅତିବାହିତ କରିପାରେ । ଯଦି ସମୂହକଲ୍ୟାଣରେ ସମାଜର ଦାୟିତ୍ଵସମ୍ପନ୍ନ ବ୍ୟକ୍ତିମାନଙ୍କଦ୍ଵାରା ସମାଜର ଉପାଦାନଗୁଡ଼ିକୁ ବିନିଯୋଗ କରାଯାଏ, ତେବେ ଏହିପରି ଏକ ଶ୍ରେଣୀହୀନ ସମାଜ ସମ୍ଭବ ହୋଇପାରିବ ।

 

ସାମ୍ୟବାଦର ସମାଜଦର୍ଶନ ସହିତ ସାମ୍ୟବାଦୀ ଦେଶମାନଙ୍କରେ ଗଠିତ ସରକାରଙ୍କ କାର୍ଯକଳାପର ପ୍ରଭେଦକୁ ଚିହ୍ନିବା ଦରକାର; କାରଣ, ତଥ୍ୟକୁ କାର୍ଯ୍ୟରେ ପରିଣତ କରିବାକୁ ଗଲେ ପରିବର୍ତ୍ତନ ଅନିବାର୍ଯ୍ୟ ହୋଇପଡ଼େ ।

 

ମାର୍କ୍‌ସଙ୍କ ମତରେ ନୂତନ ସମାଜର ପ୍ରତିଷ୍ଠାପାଇଁ ଯୁଦ୍ଧ ଆବଶ୍ୟକ । ଯୁଦ୍ଧର କୌଣସି ସମାପ୍ତି ହେଉ ବା ନ ହେଉ, ଏଥିରେ ବୁଝାମଣା ଥାଉ ବା ନ ଥାଉ ଯୁଦ୍ଧ ପ୍ରୟୋଜନ । ମାର୍କ୍‍ସଙ୍କର ଏହିପରି ମତ ଅତି ଦୁର୍ଭାଗ୍ୟର ବିଷୟ । ୧୮୦୮ ମସିହାରେ ସାମ୍ୟବାଦ ଘୋଷଣା (Communist Manifesto)ରେ ବ୍ୟକ୍ତ ହୋଇଛୁ, ‘‘ସାମ୍ୟବାଦର ଲକ୍ଷ୍ୟପ୍ରାପ୍ତି ପାଇଁ ପ୍ରତିଷ୍ଠିତ ସମସ୍ତ ସାମାଜିକ ଅବସ୍ଥାକୁ ଜବରଦସ୍ତ ଧ୍ଵଂସ କରିବା ଉଚିତ ଏବଂ ଏହାକୁ ସାମ୍ୟବାଦୀମାନେ ପ୍ରକାଶ୍ୟଭାବରେ ସ୍ଵୀକାର କରନ୍ତି ।" ମାର୍କ୍‌ସ ହିଂସା ଅବଲମ୍ବନପାଇଁ ଉପଦେଶ ଦେଇଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଅନୁମାନ କରିହେବ । ଏହି ଆଦର୍ଶକୁ ଉପଲବ୍ଧି କରିବାପାଇଁ ଯେଉଁମାନେ ହିଂସାକୁ ପୂର୍ଣ୍ଣ ମାତ୍ରାରେ ବ୍ୟବହାର ନ କରି ଉଦାରତା ପ୍ରକାଶ କରନ୍ତି, ସେମାନଙ୍କୁ ମାର୍କ୍‌ସ କଳ୍ପନାବାଦୀ (Utopian) ବୋଲି କହି ନିଜକୁ ବୈଜ୍ଞାନିକ ବୋଲି ଆଖ୍ୟା ଦେଇଛନ୍ତି । ସେ ଜଣେ ବିପ୍ଳବୀ ଏବଂ ସାହସର ସହିତ କାର୍ଯ୍ୟ କରିବାକୁ ଆଦେଶ ଦିଅନ୍ତି । ସମାଜବାଦୀମାନଙ୍କୁ (Socialists) ତେଣୁ ସେ ସଂସ୍କାରକ ବୋଲି କହନ୍ତି ।

 

ହିଂସା ବ୍ୟତୀତ ମଧ୍ୟ ଶ୍ରେଣୀହୀନ ସମାଜ ଗଢ଼ାଯାଇପାରିବ । ଏହି ଅହିଂସାପୂର୍ଣ୍ଣ ବିପ୍ଳବ ନେତୃତ୍ୱର ଚରିତ୍ର ଉପରେ ନିର୍ଭର କରେ । ଲର୍ଡ଼ ଏକ୍‌ସନ୍ (Lord Action) କହିଛନ୍ତି, ‘‘ବିପ୍ଳବର ଅର୍ଥ ହେଉଛି ଆଧୁନିକ ପନ୍ଥାର ଅଗ୍ରଗତି । ଏହାର କାର୍ଯ୍ୟ ହେଉଛି ନିଜକୁ ଅତୀତରୁ ଟାଣିଆଣିବା ଏବଂ ମରଣର ରାଜତ୍ଵରୁ ପୃଥିବୀକୁ ବଞ୍ଚାଇବା ।” ରକ୍ତ ନ ବୁହାଇ ମଧ୍ୟ ବିପ୍ଳବ କରାଯାଇପାରେ । ଆଧୁନିକ ସାମ୍ୟବାଦୀମାନଙ୍କର ଚରିତ୍ର ସାଧୁ ଓ ଉଦାର ନୁହେଁ । ସେମାନେ ମାର୍କସଙ୍କର ଆଦର୍ଶକୁ ଠିକ୍ ଭାବରେ କାର୍ଯ୍ୟରେ ପରିଣତ କରି ନପାରି ନିଜକୁ ଅଣମାର୍କସ (Unmarxist) କରି ପକାଇଛନ୍ତି ।

 

ଯେତେବେଳେ ସଂଖ୍ୟାଲଘୁ ଅଧିକାରୀମାନେ ବିଚାରଶୂନ୍ୟ ହୋଇ ହିଂସାର ଆଶ୍ରୟ ନିଅନ୍ତି, ସେତେବେଳେ ହିଂସା ପ୍ରୟୋଜନ ହୋଇପଡ଼େ । (୧) ପୁଞ୍ଜିପତିମାନଙ୍କର ଗଣତନ୍ତ୍ରଶାସନ ପଶ୍ଚିମ ୟୁରୋପରେ ଶ୍ରମିକମାନଙ୍କୁ ଯେତେ ସୁବିଧା ଦେଇପାରିଛି, ବୋଧହୁଏ ସେମାନେ ପୃଥିବୀର ଅନ୍ୟ କେଉଁ ସ୍ଥାନରେ ସେତେ ସୁବିଧା ଉପଭୋଗ କରି ନାହାନ୍ତି । ଆଜି ପୃଥିବୀରେ ଗଣତନ୍ତ୍ର ଶାସିତ ରାଷ୍ଟ୍ରମାନଙ୍କରେ ଶ୍ରମିକମାନଙ୍କର ଅବସ୍ଥା ଅନ୍ୟାନ୍ୟ ଶାସିତ ରାଷ୍ଟ୍ରମାନଙ୍କ ଅପେକ୍ଷା ଯଥେଷ୍ଟ ଭଲ I ସେମାନେ ଖାଦ୍ୟ, ବସ୍ତ୍ର, ଶିକ୍ଷା ଓ ବାସ ଇତ୍ୟାଦିରେ ଅନ୍ୟ ରାଷ୍ଟ୍ର ଅପେକ୍ଷା ଯଥେଷ୍ଟ ସୁବିଧା ପାଉଛନ୍ତି । କୌଣସି ସମାଜ ସ୍ଵାଧୀନ ବା ନିରାପଦ ନୁହେଁ, ଯେପର୍ଯ୍ୟନ୍ତ ତାର ପ୍ରତ୍ୟେକ ଶ୍ରେଣୀର ଦାବୀକୁ ଉପେକ୍ଷା କରାଯାଇଅଛି । ମାର୍କ୍‌ସ ଏବଂ ଏନ୍‌ଜେଲସ୍‌ଙ୍କ ପୂର୍ବରୁ ପୁଞ୍ଜିପତିମାନଙ୍କର ଗଣତନ୍ତ୍ର ଶାସନ ଜନସାଧାରଣଙ୍କର ଯେତେ ପ୍ରିୟ ଥିଲା, ଆଜି ତାହା ଆହୁରି ବେଶୀ ପ୍ରିୟ ହୋଇପାରିଛି ।

 

1. Engels writes: “We, the ‘revolutionaries’, the ‘rebels’, we are thiriving far better on legal than on illegal methods of revolt. The parties of order... are perishing under the legal conditions created by themselves, They cry in despair...... legality is the death of us; while we, under this legality, get firm muscles and rosy cheeks, and look like living for ever." Quoted in John Plamenatz's "German Marxism and Russian Communism.' (1954), p. 166.

 

ଯେଉଁ ନିଷ୍ଠାପର ଧାର୍ମିକ ସିଦ୍ଧାନ୍ତବାଦୀମାନେ ପ୍ରତ୍ୟେକ କ୍ଷେତ୍ରରେ ସବୁବେଳେ ଧର୍ମଗ୍ରନ୍ଥର ଶ୍ଲୋକ ଉଦ୍ଧାର କରନ୍ତି, ସେମାନଙ୍କୁ ମଧ୍ୟ ସାମ୍ୟବାଦୀମାନେ ବଳିଗଲେଣି । ନିଜର କ୍ଷୁଦ୍ର ପରିବେଶମଧ୍ୟରୁ ବାହାରି ଆସି ପାରିଲେ ସେମାନେ ବୁଝି ପାରିବେ ଯେ ସମାଜର ସାଂସ୍କୃତିକ ଏବଂ ଅର୍ଥନୈତିକ ଆଦର୍ଶ ଯେ ଉତ୍ପାଦନଶକ୍ତି ଉପରେ ନିର୍ଭର କରେ, ଏଥିରେ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ । ଯୁଦ୍ଧ ଯେ କେବଳ ଅର୍ଥନୈତିକ ଅବସ୍ଥାରୁ ଉପୁଜେ ବା ସମାଜତନ୍ତ୍ର କେବଳ ଅପ୍ରତିଦ୍ୱନ୍ଦୀ ଶାସନଦ୍ୱାରା ସମ୍ଭବ ହୁଏ, ଏହାର ମଧ୍ୟ କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ନାହିଁ । ସମାଜତନ୍ତ୍ର ଯେ କେବଳ ଜନସାଧାରଣଙ୍କୁ ନେଇ ଗଠିତ ହେବା ଉଚିତ ଏହାର ମଧ୍ୟ କୌଣସି ଯଥାର୍ଥତା ନାହିଁ । ପରବର୍ତ୍ତନଶୀଳ ଜଗତରେ ନୈଷ୍ଠିକ ଓ ଅପରିବର୍ତ୍ତନୀୟ ହେବା ପ୍ରଗତିର ବିରୁଦ୍ଧାଚରଣ କରିବା ସଙ୍ଗେ ସମାନ । ବଜ୍ଞାନକୁ ସ୍ଵୀକାର କରିବାକୁ ହିଁ ପଡ଼ିବ । ବାସ୍ତବବାଦୀ ହୋଇ ଖୋଲାମନରେ ଆମର ଦୃଷ୍ଟିକୁ ସୃଷ୍ଟିମୟ କରିବା ଉଚିତ । ଗଣତନ୍ତ୍ର ଶାସନର ଗତିବିଧିକୁ ଲକ୍ଷ ରଖିବାକୁ ହେବ । ଏହି ଆଧୁନିକ ଗଣତନ୍ତ୍ର ଶାସନ ହିଁ ଆମର ଶ୍ରମିକ ମାନଙ୍କୁ ସଂଖ୍ୟା ଲଘୁ ସୁବିଧାବାଦୀମାନଙ୍କଠାରୁ ଅଧିକ ସାହାଯ୍ୟ କରୁଛି । ଯୁଦ୍ଧ ଓ ହିଂସା ବ୍ୟତୀତ ଯେ ଶ୍ରମିକଶ୍ରେଣୀ ନିଜର ଅଧିକାର ହାସଲ କରିପାରିବେ ନାହିଁ ଏପରି କରିବା ଭ୍ରାନ୍ତିକର । ସାମ୍ୟବାଦ ସତେ ଯେପରି ଏକମାତ୍ର ଧାଈ(midwife), ଯାହାର ଉପସ୍ଥିତିରେ ହିଁ ନୂତନ ସମାଜ ଜନ୍ମ ଲାଭ କରିପାରିବ । ସାମ୍ୟବାଦୀମାନେ ଭୁଲିଯାଆନ୍ତି ଯେ ଅହିଂସାଦ୍ଵାରା ମଧ୍ୟ ସମାଜତନ୍ତ୍ର ପ୍ରତିଷ୍ଟିତ ହୋଇପାରିବ ଏବଂ ଜନସାଧାରଣଙ୍କୁ ଭୟଭୀତ କରାଇ ସେମାନଙ୍କର ଆଶା ଓ ଘୃଣା ଭାବକୁ ଆହୁରି ବଢ଼ାଇଦେଇ ନିଜର ସୁବିଧା ହାସଲ କରିବା ବିଚକ୍ଷଣତାର ପରିଚୟ ନୁହେଁ ।

 

ସମାଜ ପାଇଁ ସତ୍ୟ ବିଚାର ଦାବୀ କରି ବ୍ୟକ୍ତିଗତ ଅଧିକାରକୁ ଅସମ୍ମାନ କରିବା ସାମ୍ୟବାଦୀମାନଙ୍କର ବଡ଼ ଭୁଲ । ପୃଥିବୀବ୍ୟାପୀ ସମାଜର ପରିବର୍ତ୍ତନକୁ ସ୍ୱୀକାର କରି ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ବିଚାର ଏବଂ ଦୃଷ୍ଟି ଦେବା ଉଚିତ । ଅପ୍ରତିଦ୍ୱନ୍ଦୀ ସମାଜରେ (Totalitarian) ବ୍ୟକ୍ତିଗତ ଅଧିକାରକୁ ଦାବି ଦିଆଯାଏ ।

 

ଶ୍ରେଣୀହୀନ ସମାଜ ପ୍ରତିଷ୍ଠିତ ହୋଇଗଲେ ଯେ ଲୋକମାନଙ୍କ ମଧ୍ୟରୁ ସମସ୍ତ ପାର୍ଥକ୍ୟ ଦୂର ହୋଇଯିବ ଏବଂ ଗୋଟିଏ ମାତ୍ର ଦଳ ସେମାନଙ୍କର ମତ ବା ଇଚ୍ଛାରେ ପ୍ରତିନିଧିତ୍ୱ କରିବ,ଏଥିରେ କୌଣସି ଯଥାର୍ଥତା ନାହିଁ । ସମାଜରେ ଗଢ଼ିଉଠିଥିବା ସମସ୍ତ ପ୍ରଭେଦ ଏବଂ ବିଭେଦକୁ ଗ୍ରହଣ କରିବା ଏହି ଅପ୍ରତିଦ୍ୱନ୍ଦୀ ବ୍ୟବସ୍ଥାର ଅର୍ଥ । ଋଷିଆ ମହାଦେଶ ମଧ୍ୟ ପୂର୍ଣ୍ଣ ଭାବରେ ଏହିପରି ବ୍ୟବସ୍ଥାଦ୍ୱାରା ଏକତାବଦ୍ଧ ହୋଇପାରି ନାହିଁ କିମ୍ୱା ତାହାର ପ୍ରତ୍ୟେକ ସମାଜରେ ଭାତୃଭାବର ଉଦ୍ରେକ ହୋଇପାରି ନାହିଁ । ସାମାଜିକ ପ୍ରତିବନ୍ଧକ ଏବେ ସୁଦ୍ଧା ରହିଛି । ଜାର୍ ମାନଙ୍କ ସମୟରେ କେତେକ ସୁବିଧାବାଦୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଉଚ୍ଚସ୍ତରରେ ରହୁଥିଲା ବେଳେ ନିମ୍ନ ସ୍ତରରେ ଶ୍ରମିକ ଏବଂ କୃଷକମାନେ ରହୁଥିଲେ, ଯେଉଁମାନେ ସ୍ୱାଧୀନତା ବା ବିଚାରର କୌଣସି ଅର୍ଥ ବୁଝୁ ନଥିଲେ ବା ନିଜର ଜୀବନକୁ ସୁଖମୟ କରିବାକୁ କୌଣସି ଉପାୟ ଦେଖିପାରୁ ନଥିଲେ । ଏକତାବଦ୍ଧ ରାଷ୍ଟ୍ରରେ (Monolithic State) ମଧ୍ୟ ଠିକ୍ ସେହିପରି ରାଜନୈତିକ, ଅର୍ଥନୈତିକ ଇତ୍ୟାଦି କ୍ଷମତା ସବୁ ସମାଜର ଉଚ୍ଚତମ ସ୍ଥାନରେ ଠୁଳ ହୁଏ, ଯାହାକୁ କେବଳ କେତେଜଣ ମୁଷ୍ଟିମେୟ ଲୋକ ନିଜର ଚିନ୍ତା ଏବଂ କାର୍ଯ୍ୟ ଅନୁସାରେ ବ୍ୟବହାର କରନ୍ତି । ଏହି ଅପ୍ରତିଦ୍ୱନ୍ଦୀ ଶାସନ କିନ୍ତୁ ମାର୍କ୍‌ସଙ୍କର ଉଚ୍ଚ ଆଦର୍ଶପୂର୍ଣ୍ଣ ମାନବସମାଜର ଲକ୍ଷ୍ୟ ସାଧନ କରିପାରି ନାହିଁ । ଯଦି ଆମକୁ କୁହାଯାଏ ଯେ ମନୁଷ୍ୟର ଜୀବନ ଅର୍ଥହୀନ ଏବଂ ସେ ଗୃହଶୂନ୍ୟ ହୋଇ ନିଜର ପୃଥିବୀକୁ ହରାଇ ମହାକାଶରେ କେବଳ ଘୂରିବୁଲୁଛି ଏବଂ ମାନବସମାଜର କୌଣସି ମହତ୍ତ୍ୱ ନାହିଁ, ତେବେ ଆମର ଅଧିକାରକୁ ଆମଠାରୁ ଛଡ଼ାଇନିଆଗଲେ ମଧ୍ୟ କିଛି କ୍ଷତି ହେବ ନାହିଁ ।

 

କାଣ୍ଟ୍‌ଙ୍କ (Kant) ବର୍ଣ୍ଣିତ ଦୁଇଟି ନିୟମ ଗଣତନ୍ତ୍ର ଶାସନରେ (parliamentary democracy) ସମ୍ଭବପର ହୁଏ । ନିଜେ ଗଢ଼ିଥିବା ନିୟମ-କାନୁନ୍‌ର ବଶବର୍ତ୍ତୀ ହେବା ହିଁ ପ୍ରକୃତ ସ୍ଵାଧୀନତାର ଲକ୍ଷ୍ୟ ଏବଂ ସ୍ଵାର୍ଥପାଇଁ ଅନ୍ୟକୁ ନିଜକାର୍ଯ୍ୟରେ ନିଯୁକ୍ତ କରିକା ନୀତିବିରୁଦ୍ଧ । ଏକତାବଦ୍ଧ ରାଷ୍ଟ୍ରରେ (Monolithic Shate) ଏ ସର୍ତ୍ତଦୁଇଟିକୁ ପୂରଣ କରାଯାଇପାରେ ନାହିଁ-। ସ୍ଵାଧୀନତା ଏବଂ ମାନବିକତାର ଲକ୍ଷ୍ୟସାଧନ ଯଦି ସାମ୍ୟବାଦୀମାନଙ୍କର ପ୍ରକୃତ ଉଦ୍ଦେଶ୍ୟ, ତେବେ ଶାସନ କ୍ଷେତ୍ରରେ ପରିବର୍ତ୍ତନ ପ୍ରୟୋଜନ । ଯେତେବେଳେ ଶାସନରେ ବିରୋଧୀ ଦଳମାନଙ୍କୁ ଖୋଲାଖୋଲିଭାବରେ ସ୍ଵାଧୀନତା ଦିଆଯାଏ ନାହିଁ ସେତେବେଳେ ବିରୁଦ୍ଧଭାବ ଗୁପ୍ତଭାବରେ ପ୍ରକାଶ ପାଏ । ବ୍ୟକ୍ତିଗତ ନିରାପତ୍ତାର ଅଭାବ ହିଁ ମନୁଷ୍ୟଜୀବନର ସବୁଠାରୁ ବଡ଼ ଦୁଃଖଦାୟକ । କୌଣସି ବ୍ୟକ୍ତି ଆଜି ମନ୍ତ୍ରୀ ହୋଇପାରେ ବା ଜେଲଖାନାରେ କାଲି କଏଦୀ ହୋଇପାରେ । ସେ ଏକପକ୍ଷରୁ ସମ୍ମାନିତ ହେଲାବେଳେ ଅନ୍ୟପକ୍ଷରୁ ଅସମ୍ମାନିତର ହୁଏ-। ମନୁଷ୍ୟର ଅର୍ଥନୈତିକ ଉନ୍ନତି, ଶିକ୍ଷାର ଅଗ୍ରଗତି ଏବଂ ଚିନ୍ତାର ଗଭୀରତା ସଙ୍ଗେ ସଙ୍ଗେ ସେମାନେ ଅପ୍ରତିଦ୍ୱନ୍ଦୀ ଶାସନକୁ ଆଉ ପସନ୍ଦ କରିପାରନ୍ତି ନାହିଁ ।

 

ଋଷଦେଶରେ ଅସ୍ଥିରଭାର ଦୃଷ୍ଟାନ୍ତ ଏବେ ସୁଦ୍ଧା ମିଳେ । ଶାମକମାନେ ଏ ବିଷୟରେ ସଚେତନ ରହି ମନୁଷ୍ୟର ବ୍ୟକ୍ତିଗତ ଅଧିକାର ଏବଂ ସ୍ୱଚ୍ଛ ବିଚାରପ୍ରତି ଲକ୍ଷ୍ୟ ରଖି ପୁରାତନ ଶାସନରେ ଉନ୍ନତି କରୁଛନ୍ତି । ଉନ୍ନତି ଦିଗରେ ଶାସନର ଉତ୍ତରାଧିକାର ହିସାବରେ ସାମ୍ୟବାଦର ନିୟମକୁ ସେମାନେ ଅବଶ୍ୟ ଲଘଂନ କରନ୍ତି ନାହିଁ ।

 

ସାମ୍ୟବାଦୀମାନଙ୍କର ଶାସିତ ବ୍ୟକ୍ତି ଏକ ଦାସ ବା ସ୍ଵପରିଚାଳିତ ଯନ୍ତ୍ର ହୋଇପଡ଼େ । ହେଗେଲ୍‌ଙ୍କ ମତରେ ବ୍ୟକ୍ତିଗତ ଚେତନା ନିଜର ଇଚ୍ଛାଶକ୍ତି ସମ୍ମୁଖରେ ଅତି ସାମାନ୍ୟ । ଏହି ଚେତନା ତାର ଜାତୀୟ ଭାବକୁ ଅନୁକରଣ କରେ । ଜାତିର ସଂସ୍କୃତି ରାଷ୍ଟ୍ରର ଇଚ୍ଛା ଉପରେ ନିର୍ଭର କରେ । ରାଷ୍ଟ୍ରର କାର୍ଯ୍ୟ ଇତିହାସର ନିୟମଦ୍ୱାରା ପରିଚାଳିତ; କିନ୍ତୁ ମାର୍କ୍‌ସ ଏପରି ମତାମତକୁ ପସନ୍ଦ କରନ୍ତି ନାହିଁ । ସେ କହନ୍ତି, ‘‘ମଣିଷର ବିଚାର ବା ଚେତନା ତାର ସ୍ଥିତିର ପ୍ରମାଣ ନୁହେଁ । ସାମାଜିକ ସ୍ଥିତି ହିଁ ତାହାର ବିଚାରକୁ ପରିଚାଳନା କରେ ।”

 

ମାର୍କ୍‌ସଙ୍କ ମତରେ ପାରିପାର୍ଶ୍ଵକ ଦୁରବସ୍ଥା ଯୋଗୁଁ ସମାଜର ଅବସ୍ଥା ଦୂଷିତ ହୁଏ । ଏବଂ ମନୁଷ୍ୟ ଦୁର୍ନୀତିଗ୍ରସ୍ତ ହୋଇପଡ଼େ । ଏପରି ସମାଜରେ ବାସ କରୁଥିବା ଲୋକେ ନିଜର ସମସ୍ତ ପରିଶ୍ରମର ବିନିମୟରେ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଉତ୍ପାଦନକ୍ଷେତ୍ରରେ ସାହାଯ୍ୟ କରନ୍ତି । ଲୋକମାନଙ୍କର ଶ୍ରମଦାନର ସୁବିଧା ନେଇ ଏହି ମୁଷ୍ଟିମେୟ ବ୍ୟକ୍ତିମାନେ ନିଜର ସମସ୍ତ ସୁବିଧା ହାସଲ କରି ଶ୍ରମିକମାନଙ୍କୁ ବଞ୍ଚାଇବାପାଇଁ ଯେତିକି ଦରକାର ଠିକ୍ ସେତିକି ଦେଇ ଥାଆନ୍ତି । କାରଣ ଏହାଦ୍ୱାରା ଶ୍ରମିକ ଚିରଦିନ ପାଇଁ ଶ୍ରମିକ ହୋଇ ରହିଥିବ । ସମାଜର ଏପରି ଦୁରବସ୍ଥାକୁ ସାମ୍ୟବାଦ ଦୂର କରିପାରେ ଏବଂ ଧନୀ ଓ ଶ୍ରମିକ ଦୁହିଁଙ୍କୁ ସାହାଯ୍ୟ କରିପାରେ । ଧନୀମାନଙ୍କର ଔଦ୍ଧତ୍ୟ, ଗର୍ବ ଓ ସ୍ଵାର୍ଥପରତା ଦୂର ହେବ ଏବଂ ଶ୍ରମିକମାନଙ୍କର ମୂର୍ଖତା ଓ ଦାସତ୍ୱ ଦୂର ହୋଇଯିବ ।

 

ଏକଥା ଠିକ୍ ଯେ ମନୁଷ୍ୟଜୀବନ ସମାଜରେ ନୀତିପୂର୍ଣ୍ଣ ଏବଂ ବିଚାରଶୀଳ ହୋଇପଡ଼େ; କିନ୍ତୁ ଏହାର ଅର୍ଥ ନୁହେଁ ଯେ ସାମାଜିକ ପ୍ରବୃତ୍ତି ବ୍ୟକ୍ତିଗତ ସମ୍ବନ୍ଧଠାରୁ ଅଧିକ ଆବଶ୍ୟକ । ପାଣି, ପବନ ଓ ମାଟି ବ୍ୟତୀତ ବୃକ୍ଷ ବଞ୍ଚିପାରେ ନାହିଁ । ତଥାପି ବୃକ୍ଷ ଏମାନଙ୍କଠାରୁ ପୃଥକ୍ ଜୀବନ ଯାପନ କରେ । ଆମେ ପୁରାପୁରି ସାମାଜିକ ନୋହୁଁ । ମନୁଷ୍ୟର ମନ, ହୃଦୟ ଏବଂ ଆତ୍ମାର ଯାହା ସବୁ ଅନୁଭୂତି ରହିଛି, ତାହା ଅତ୍ୟନ୍ତ ପ୍ରୟୋଜନ ଏବଂ ମନୁଷ୍ୟ ଏହାକୁ ଏଡ଼ି ଦେଇ ପାରିବ ନାହିଁ । ଯେଉଁ ମନ ବିରାଟ କଳା, ବିଜ୍ଞାନ ଏବଂ ସାହିତ୍ୟର ଉତ୍ସ, ତାହାକୁ ସମ୍ମାନ ଦେବାକୁ ପଡ଼ିବ । ମାର୍କ୍‌ସଙ୍କ ମତରେ ସମାଜ ଅପେକ୍ଷା ବ୍ୟକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଯେଉଁ ସମାଜରେ ବ୍ୟକ୍ତି ନିଜର ଜୀବନକୁ ପୂର୍ଣ୍ଣ ଏବଂ ସ୍ଵାଧୀନ ଭାବରେ ଅତିବାହିତ କରେ ସେହି ସମାଜ ହିଁ ଶ୍ରେଷ୍ଠ । ଏହି ମୂଳତତ୍ତ୍ୱ ଯାହାକୁ ଆରାଧନା କରିବାର କଥା ଯଦି ତାହାକୁ ଉପେକ୍ଷା କରାଯାଏ, ତେବେ ଆରାଧନାର ବସ୍ତୁ ମନୁଷ୍ୟଶକ୍ତି ଏକ ମୂର୍ତ୍ତିର ଆକାର ଧାରଣ କରିବ ମାତ୍ର ।

 

ସମାଜରେ ଦେଖାଯାଉଥିବା ସମସ୍ତ ପାପ ସେ ଅର୍ଥନୈତିକ ସମସ୍ୟାରୁ ଉପୁଜେ ତାହା ନୁହେଁ, ପରିସ୍ଥିତିରେ ସମ୍ମୁଖୀନ ହୋଇ ମଧ୍ୟ ପାପ ଦେଖାଯାଏ । ମନୁଷ୍ୟର କାମନା, ଅନ୍ୟର ଦୁଃଖକଷ୍ଟ ପ୍ରତି ଉଦାସୀନତା ଏବଂ ପ୍ରତ୍ୟେକ ବସ୍ତୁରେ ଅଧିକାର ଇତ୍ୟାଦି ମନ୍ଦ ସ୍ଵଭାବ ଆମ୍ଭମାନଙ୍କ ହୃଦୟକୁ କବଳିତ କରି ରଖିଛି । ମନୁଷ୍ୟ ଯେ ପାପ କରେ ଏହା ଧର୍ମବିତ୍‌ମାନଙ୍କର ଆବିଷ୍କାର ନୁହେଁ । ପାରିପାର୍ଶ୍ୱିକ ଅବସ୍ଥାର ପରିବର୍ତ୍ତନରେ ମନୁଷ୍ୟର ଅନ୍ତରରେ ଥିବା ଜିଦ୍‌ଖୋର୍‌ ପ୍ରକୃତିର କୌଣସି ପରିବର୍ତ୍ତନ କରାଯାଇ ନ ପାରେ । ମାର୍କ୍‌ସବାଦୀମାନଙ୍କର ଆଶା ଭୌତିକ ଅଟେ । ସେଥିରେ ଆଧ୍ୟାତ୍ମିକ ଚିନ୍ତାର କୌଣସି ସ୍ଥାନ ନାହିଁ । ମନୁଷ୍ୟର ଯେ କେବଳ ବିଚାରଶକ୍ତି ଅଛି ଏବଂ ସବୁକିଛି ତାହାରି ହାତତିଆରି, ତାହା ନୁହେଁ । ପ୍ରକୃତିର ବୈଚିତ୍ର୍ୟ ମଧ୍ୟ ତାହାକୁ ମୁଗ୍‌ଧ ଏବଂ ବିସ୍ମିତ କରି ପକାଏ । ବିଜ୍ଞାନଦ୍ୱାରା ସେ ଶକ୍ତିଶାଳୀ ହୋଇଛି; କିନ୍ତୁ ଦୃଷ୍ଟିଶକ୍ତି ଲାଭକରି ପାରିନାହିଁ ଏବଂ ଅନୁମୋଦନ କରିବାର ବିଚାରକୁ ସେ ଉପଲବ୍ଧି କରି ପାରି ନାହିଁ । ମନୁଷ୍ୟ କେବଳ ଶରୀର ନୁହେଁ ତାହାର ମନ ଏବଂ ଆତ୍ମା ମଧ୍ୟ ରହିଛି ।

 

ବ୍ୟକ୍ତିଗତ ଚେଷ୍ଟାଦ୍ଵାରା ସମାଜର ଅଗ୍ରଗତି ହୁଏ ଏବଂ ବ୍ୟକ୍ତିଦ୍ୱାରା ହିଁ ଉଦ୍ଭାବନ ସମ୍ଭବପର ହୁଏ । ଯଦି ବ୍ୟକ୍ତିର ସ୍ଵାଧୀନତା ନ ରହେ ତାହାହେଲେ ସମାଜର ଉନ୍ନତି ହେବନାହିଁ । ସାମ୍ୟବାଦୀ ମନୁଷ୍ୟକୁ ଶ୍ରମିକରେ ପରିଣତ କରେ ବୋଲି ସାମ୍ୟବାଦୀମାନେ ସ୍ୱୀକାର କରନ୍ତି ନାହିଁ-। ସମୟର ପରିବର୍ତ୍ତନ ଅନୁଯାୟୀ ମନୁଷ୍ୟର ଏପରି ପରିଶ୍ରମ ନିହାତି ପ୍ରୟୋଜନ ବୋଲି ସେମାନେ ଦ୍ୱାହି ଦିଅନ୍ତି । ଯଦି ସତ୍ୟ ଓ ନିୟମକୁ ସମ୍ମାନ କରୁ ନ ଥିବା କୌଣସି ଅବସ୍ଥା ସହିତ ମନୁଷ୍ୟକୁ ଜଡ଼ିତ କରାଯାଏ, ତେବେ ସାମ୍ୟବାଦୀମାନଙ୍କର ଏହା ନିର୍ବୋଧତା ବୋଲି ଜଣାଯିବ । ସାମ୍ୟବାଦୀମାନେ ନିଜକୁ ଆନ୍ତର୍ଜାତୀୟ ସଂସ୍ଥା ବୋଲି ଦାବୀ କରନ୍ତି ଓ ପ୍ରତ୍ୟେକ ଆନ୍ତର୍ଜାତୀୟ ସମାଜ ନିଜ ଜାତିର ମୂଳଭିତ୍ତି ଉପରେ ପ୍ରତିଷ୍ଠା ଲାଭ କରେ ବୋଲି ସେମାନେ କହନ୍ତି । ସେମାନଙ୍କ ମତରେ ଅନ୍ୟାନ୍ୟ ଶ୍ରେଣୀମାନଙ୍କ ଅପେକ୍ଷା ଶ୍ରମିକମାନଙ୍କ ମଧ୍ୟରେ ବିଶେଷ ଐକ୍ୟ ପରିଲକ୍ଷିତ ହୁଏ ।

 

ଟ୍ରଟ୍‌ସ୍‌କି (Trotsky) ଏବଂ ଷ୍ଟାଲିନ୍‌ଙ୍କ ମଧ୍ୟରେ ସାମ୍ୟବାଦର ଆନ୍ତର୍ଜାତୀୟତା ବିଷୟରେ ମତଭେଦ ସୃଷ୍ଟି ହୋଇଥିଲା । ଋଷ ଦେଶରେ ସମାଜତନ୍ତ୍ର ପ୍ରତିଷ୍ଠା ହେବା ପୂର୍ବରୁ ଟ୍ରଟ୍‌ସ୍‌କି ମନେ କରୁଥିଲେ ଯେ ଋଷ ଦେଶର ପଡ଼ୋଶୀ ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ଏକ ବିପ୍ଳବ ସୃଷ୍ଟି କରିବାକୁ ହେବ; କିନ୍ତୁ ଏହି ମତକୁ ଷ୍ଟାଲିନ୍ ଗ୍ରହଣ କରିପାରି ନ ଥିଲେ । ସେ କହିଥିଲେ ଯେ କୌଣସି ଦେଶର ପଡ଼ୋଶୀ ରାଜ୍ୟମାନଙ୍କରେ ପୁଞ୍ଜିପତି ଶାସନ ଥିଲାବେଳେ ସେ ଦେଶରେ ମଧ୍ୟ ସମାଜତନ୍ତ୍ର ପ୍ରତିଷ୍ଠିତ ହୋଇ ପାରିବ ଯଦିଓ ଏହିପରି ଅବସ୍ଥାରେ ସମାଜତନ୍ତ୍ର ନିରାପଦରେ ରହିବା କଷ୍ଟକର ।

 

ଋଷଦେଶକୁ ଶକ୍ତିଶାଳୀ କରିବାରେ ଦେଶବାସୀଙ୍କୁ ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ସମାଜତନ୍ତ୍ର ପ୍ରତିଷ୍ଠାପାଇଁ ଋଷଦେଶର ଜନସାଧାରଣଙ୍କ ଦେଶଭକ୍ତିର ଭାବପ୍ରବଣତାକୁ କାର୍ଯ୍ୟରେ ବ୍ୟବହୃତ କରାଯାଇଥିଲା । ଋଷଦେଶ ଓ ଯୁଗୋସ୍ଳାଭିୟାର ଆଦର୍ଶ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଯୁଗୋସ୍ଳାଭିୟା ନିଜର ସ୍ଵାଧୀନତାକୁ ସମ୍ମାନ କରେ ଏବଂ ଅନ୍ୟର ଉପନିବେଶ ହୋଇ ରହିବାକୁ ଘୃଣା କରେ । ପ୍ରତ୍ୟେକ ସାମ୍ୟବାଦୀ ରାଜ୍ୟ ପରସ୍ପରକୁ ସମାନ ଚକ୍ଷୁରେ ଦେଖନ୍ତି । କେହି କାହାର ଦାସତ୍ୱ ସ୍ଵୀକାର କରେ ନାହିଁ । ଚୀନ୍ ଦେଶର ସାମ୍ୟବାଦ ଅତି ଜନପ୍ରିୟ, କାରଣ ସେ ଦେଶର ଲୋକେ ସମ୍ପୂର୍ଣ୍ଣ ସ୍ଵାଧୀନ ଅଟନ୍ତି । ଜାତୀୟଭାବ ସମସ୍ତଙ୍କ ନିକଟରେ ଅତି ପ୍ରବଳ ଭାବରେ ପ୍ରକାଶ ପାଏ । ୧ ଅନ୍ୟାନ୍ୟ ଦେଶର ମତାମତ ଯେତେ ଶକ୍ତିଶାଳୀ ବା ଜନପ୍ରିୟ ହେଲେ ମଧ୍ୟ ନିଜ ଦେଶରେ ଯଦି ତାହା ଖାପ ଖାଇ ନ ପାରେ, ତେବେ ତାହା ଗ୍ରହଣଯୋଗ୍ୟ ହୁଏ ନାହିଁ । ଅନ୍ୟାନ୍ୟ ଦେଶର ମତାମତକୁ ଜୋରକରି ଲଦି ଦେଇ ଆମର ସମାଜ ଗଢ଼ି ଉଠିବ ନାହିଁ ।

 

1. The Archbishop of Canterbury said after Russia's entry into the second world war : ‘‘It is significant that on the outbreak of war thousands flocked to churches for prayer in Moscow and elsewhere,’’ and he added, ‘‘It may well be that Russia's defence of its own land and the new unity which this will bring may bad to a new tolerance of religion by the Soviet government, a new resurgence of the interests of religion, always deep seated in the hearts of the Russian people .’’

 

ସାମ୍ୟବାଦର ଅଗ୍ରଗତିକୁ ବାଧା ଦେବାକୁ ହେଲେ ଆମକୁ ରାଜନୈତିକ ଏବଂ ସାମାଜିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଯେଉଁମାନଙ୍କର ସାମାଜିକ ଅବସ୍ଥା ଅତ୍ୟନ୍ତ ଜଟିଳ ଏବଂ ଅର୍ଥନୈତିକ ଦିଗରେ ଯେଉଁମାନେ ଅଧିକ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ସାମ୍ୟବାଦ ପ୍ରତି ଦୟା ବା ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଜନସମୂହ ମଧ୍ୟରେ ମନୁଷ୍ୟ ଯେଉଁ ଦୁର୍ଦ୍ଦଶା ଭୋଗ କରେ ସେଥିରୁ ନିଜକୁ ରକ୍ଷା କରିବାପାଇଁ ସେ ଯେ କୌଣସି ସଂସ୍କାରମୂଳକ ପଥ ଅବଲମ୍ବନ କରେ ଯାହାଦ୍ୱାରା ସେ ସୁଖୀ ହୋଇ ପାରିବ । ଯଦି ସମାଜରେ ପୂର୍ବରୁ କୌଣସି ଉଦାରଭାବ ପ୍ରତିଷ୍ଠା ଲାଭ କରିଥାଏ ତେବେ ସେମାନେ ତାହା ସାହାଯ୍ୟରେ ସମାଜବାଦ ଗଢ଼ିବାକୁ ଚେଷ୍ଟା କରନ୍ତି । ଏହି ଉଦାରପନ୍ଥୀମାନେ ସମାଜବାଦଦ୍ୱାରା ପୁଞ୍ଜିପତି ସଂସ୍କାରକମାନଙ୍କୁ ପରିତ୍ୟାଗ କରନ୍ତି । ଋଷଦେଶବାସୀଙ୍କ ପରି ଯଦି ଉଦାର-ପନ୍ଥୀମାନଙ୍କର ଅଭାବ ହୁଏ ତେବେ ରାଜ୍ୟରେ ଏକାଧିପତ୍ୟର ଆରମ୍ଭ ହୁଏ ।

 

ଧର୍ମ ମନୁଷ୍ୟକୁ ଉଚ୍ଚ ପ୍ରବୃତ୍ତି ପ୍ରତି ଆକୃଷ୍ଟ କରେ; କିନ୍ତୁ ସମାଜ ସଂସ୍କାରକ ବିପ୍ଳବୀମାନେ ମନୁଷ୍ୟକୁ ପ୍ରେମଦ୍ୱାରା ଜାଗ୍ରତ ନ କରି ଘୃଣା ଓ ହିଂସାଦ୍ୱାରା ଶକ୍ତିଶାଳୀ କରାଉଛନ୍ତି-। ମନୁଷ୍ୟର ଏହି ଶକ୍ତିକୁ ପୁନର୍ବାର ମନୁଷ୍ୟବିରୁଦ୍ଧରେ ବ୍ୟବହାର କରାଯାଏ । ସାମ୍ୟବାଦ ହେଉ ବା ପୁଞ୍ଜିବାଦ ହେଉ ପ୍ରତ୍ୟେକ ବାଦ ମନୁଷ୍ୟର ମଙ୍ଗଳ କାମନା କରେ ଏବଂ ଏହି ଲକ୍ଷ୍ୟସାଧନ ନିମିତ୍ତ ଯେଉଁ ପନ୍ଥା ଅବଲମ୍ବନ କରାଯାଏ, ସେଥିରେ ମଧ୍ୟ ବିଶ୍ଵାସ ରଖେ । ଏହି ଲକ୍ଷ୍ୟସାଧନ ନିମିତ୍ତ ମନୁଷ୍ୟ ତାହାର ସୁଖଦୁଃଖ ପୂର୍ଣ୍ଣ ଜୀବନକୁ ଯେ ଜଡ଼ିତ କରେ, ଏଥିରେ ମଧ୍ୟ ପ୍ରତ୍ୟେକବାଦ ଏକମତ ।

 

ଧର୍ମଦ୍ୱାରା ମନୁଷ୍ୟର ସ୍ଵଭାବ ଅତି ଶୁଦ୍ଧ ହୋଇଯାଏ; କିନ୍ତୁ ମହାତ୍ମା ଯୀଶୁଙ୍କର ଜୀବନୀରୁ ଏହା ସ୍ପଷ୍ଟ ଜଣାପଡ଼େ ଯେ ଅତି ଭଲ ହେବା ଗୁଣକୁ ମଧ୍ୟ ପୃଥିବୀ ସବୁବେଳେ ସହ୍ୟ କରିପାରେ ନାହିଁ । ପୃଥିବୀ ନିଜେ ଯେତେବେଳେ ସମ୍ପୂର୍ଣ୍ଣ ଠିକ୍ ନୁହେଁ, ସେତେବେଳେ ଆଦର୍ଶକୁ ସେ ପୂର୍ଣ୍ଣ ଭାବରେ ଗ୍ରହଣ କରିପାରେ ନାହିଁ । ସାଧୁ ସନ୍ଥମାନେ ସେମାନଙ୍କ ଧର୍ମର ସାମ୍ରାଜ୍ୟ ପ୍ରତିଷ୍ଠାପାଇଁ ବଳ ପ୍ରୟୋଗ କରନ୍ତୁ ନାହିଁ, କାରଣ ସେମାନେ ଭଲଭାବରେ ଜାଣନ୍ତି ଯେ ଏହାଦ୍ଵାର ଆଧ୍ୟାତ୍ମିକ ଅଗ୍ରଗତିରେ ବାଧା ସୃଷ୍ଟି ହେବ; କିନ୍ତୁ ଯୀଶୁଙ୍କର ପ୍ରତିଷ୍ଠିତ ଖ୍ରୀଷ୍ଟିୟ ସାମ୍ରାଜ୍ୟ ନିଜର ସାମାଜିକ ଦୁରବସ୍ଥାକୁ ସଜାଡ଼ିବାକୁ ଯାଇ ଆଜି ବଳ ପ୍ରୟୋଗ କରୁଛି । କମ୍ୟୁନିଷ୍ଟ ଏବଂ ଅଣ କମ୍ୟୁନିଷ୍ଟ ରାଜ୍ୟମାନେ ବହୁ କ୍ଷେତ୍ରରେ ଦୈହିକ ଶକ୍ତି ପ୍ରୟୋଗ କରିବାକୁ କୁଣ୍ଠାବୋଧ କରନ୍ତି; କିନ୍ତୁ ବହିରାତ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଯେତିକି ବଳ ଦରକାର ତାହାଠାରୁ ଅଧିକ ବଳ ପ୍ରୟୋଗ ଯେପରି ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ରଖନ୍ତି ।

 

ନିଷ୍ଠୁରତାର ଦୃଷ୍ଟାନ୍ତ ପୃଥିବୀରେ ନୂତନ ନୁହେଁ । ଏହାଦ୍ଵାରା କେଉଁଠି କମ୍ ବା ବେଶୀ କ୍ଷତି ହୋଇଥାଏ; କିନ୍ତୁ ଏହାର ଆଚରଣ ସବୁଠାରେ ଏକ ପ୍ରକାର । ନିଜ କାର୍ଯ୍ୟର ସଫଳତାପାଇଁ ଅନେକ ସମୟରେ ଦୈହିକ ଶକ୍ତି ପ୍ରୟୋଗ କରିବାଟା ଏକ ସୁବିଧା ଉପାୟ ବୋଲି ଧରି ନିଆଯାଏ; କିନ୍ତୁ ଏହାଦ୍ୱାରା କାର୍ଯ୍ୟ ଓ କାରଣ ମଧ୍ୟରେ ବିବାଦ ସୃଷ୍ଟି ହୁଏ । କମ୍ୟୁନିଷ୍ଟ ଓ ଅଣ କମ୍ୟୁନିଷ୍ଟମାନଙ୍କ ଲକ୍ଷ୍ୟ ଏବଂ ଆଦର୍ଶ ସମାନ ହେଲେ ମଧ୍ୟ ସେମାନେ ଯେଉଁ ଉପାୟ ଅବଲମ୍ବନ କରନ୍ତି ସେଥିରେ ପାର୍ଥକ୍ୟ ଦେଖାଯାଏ ।

 

ଯେଉଁମାନେ ଭଗବତ୍ ପ୍ରେରଣାରେ ନିଜର ଜୀବନ ଅତିବାହିତ କରନ୍ତି, ସେମାନେ ପରିଷ୍କାର ଭାବରେ ବୁଝିପାରନ୍ତି ଯେ କୌଣସି କାର୍ଯ୍ୟର ସଫଳତାପାଇଁ ସୁବିଧାଜନକ ପନ୍ଥା ଅବଲମ୍ବନ କରିବା ଆତ୍ମାର ସ୍ଵଚ୍ଛଳତାରେ ଆବିଳତା ଆଣେ । ସାମାନ୍ୟ ଅନ୍ଧକାର ଜଗତର ସମସ୍ତ ଆଲୋକକୁ ଘେରି ସାରା ବିଶ୍ଵକୁ ଅନ୍ଧକାର କରି ଦେଇପାରେ । ଆମ୍ଭମାନଙ୍କର ଯୁଦ୍ଧ ଏବଂ ବଳ ପ୍ରୟୋଗ କରିବାଦ୍ୱାରା ଇଚ୍ଛା ଏତେ ପ୍ରବଳ ଯେ ଆମେ ବୁଝିପାରି ନାହୁଁ ବଳ ପ୍ରୟୋଗ କରିବାଦ୍ୱାରା କି କ୍ଷତି ହୁଏ, ଏବଂ ତାହାଦ୍ୱାରା ମନୁଷ୍ୟର ନୈତିକତା କିପରି ଆଘାତପ୍ରାପ୍ତ ହୁଏ । ଜନସମୂହ (mass) ଏବଂ ଶ୍ରେଣୀର ନଷ୍କ୍ରିୟତା ଯୋଗୁଁ ଅପ୍ରତିଦ୍ୱନ୍ଦୀ ଶାସନ ଉତ୍ତ୍ୟକ୍ତ ହୋଇପଡ଼େ-। କାର୍ଯ୍ୟ ସାଧନ କରି ନ ପାରି ସେ କାରଣକୁ କାର୍ଯ୍ୟ ବୋଲି ଗ୍ରହଣ କରେ । ବିଶ୍ୱ-ଆଦର୍ଶକୁ ଭାବିଷ୍ୟତକୁ ଠେଲି ଦେଇ ଏକ ମଧ୍ୟକାଳୀନ ନୀତି ଆବିଷ୍କାର କରେ । ବିଶ୍ୱ-ଆଦର୍ଶରେ ଅନୁପ୍ରାଣିତ ଶ୍ରେଣୀହୀନ ସମାଜ ଏହିପରି ମଧ୍ୟ-କଳୀନ ପନ୍ଥାର ବିରୁଦ୍ଧାଚରଣ କରେ; କିନ୍ତୁ ଏହା ବିପ୍ଳବୀମାନଙ୍କଦ୍ୱାରା ସମର୍ଥିତ ହୁଏ । ପ୍ରତିଦ୍ୱନ୍ଦୀ (non totalitarian system) ସମାଜ ମଧ୍ୟ ବିପ୍ଳବୀମାନଙ୍କର ମଧ୍ୟକାଳୀନ ନୀତିକୁ ସମର୍ଥନ କରେ ।

 

ପୃଥିବୀ ବର୍ତ୍ତମାନ ଶାରୀରିକ ବର୍ଣ୍ଣଦ୍ୱାରା ଦୁଇଭାଗରେ ବିଭକ୍ତ ହୋଇ ପଡ଼ିଛି । କଳା ଓ ଧଳାର ପ୍ରଭେଦ ଅତି ହିଂସାତ୍ମକ ଆକାର ଧାରଣ କରିଛି । 'କଳା'ମାନେ ପାପୀ ଏବଂ ମନ୍ଦସ୍ୱଭାବବିଶିଷ୍ଟ ବୋଲି 'ଧଳା' ମାନେ ବିବେଚନା କରନ୍ତି ଏବଂ କଳାମାନଙ୍କ ସହିତ କୌଣସି ସମ୍ବନ୍ଧ ରଖିବାକୁ ପାପ ବୋଲି ଭାବନ୍ତି ।

 

ମେନିସିଜମ୍ (Manichaeism) ସିଦ୍ଧାନ୍ତ ଅନୁସାରେ ପୃଥିବୀ ଦୁଇଟି ନିୟମଦ୍ୱାରା ଶାସିତ ହୁଏ । ୧ - ଭଗବତ୍ ଶକ୍ତି, ୨ - ପାପ ଶକ୍ତି । ପ୍ରତ୍ୟେକ ଶକ୍ତି ସମାନ ଭାବରେ କାର୍ଯ୍ୟକ୍ଷମ ଓ ସ୍ଵାଧୀନ । ଏ ଦୁଇଟି ଯାକ ଶକ୍ତି ମନୁଷ୍ୟର ପ୍ରକୃତିରେ ଦୃଷ୍ଟିଗୋଚର ହୁଏ, ଏହା ହିଁ ସତ୍ୟ । ନୀଚପ୍ରକୃତି ଓ ଅତ୍ୟାଚାରୀ ହେବା ପାପଶକ୍ତିର ଅନ୍ତର୍ଭୁକ୍ତ । ମାନବସମାଜ ପ୍ରତି ଶ୍ରଦ୍ଧା ଓ ଶାନ୍ତି ସହାବସ୍ଥାନ ଭଗବତ୍‌ଶକ୍ତିର ପ୍ରେରଣା ଅଟେ । ଏ ଦୁଇ ଶକ୍ତିର ଯୁଦ୍ଧକ୍ଷେତ୍ର ହେଉଛି ମନୁଷ୍ୟର ହୃଦୟ । ‘‘ପାପ କରିନାହୁଁ ବୋଲି କହିବା ଆମର ପ୍ରତାରଣା ହେବ ଏବଂ ସତ୍ୟ ଆମ୍ଭଠାରୁ ଦୂରେଇଯିବ ।” ୧ କୌଣସି ମାନବସମାଜ ବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ପାପୀ ହୋଇ ନ ପାରେ । ଆମେ ଏବଂ ଆମର ଶତ୍ରୁମାନେ ସବୁବେଳେ ମନ୍ଦ ସ୍ଵଭାବଦ୍ୱାରା ନିଜକୁ କ୍ଷତିଗ୍ରସ୍ତ କରିଥାଉଁ ।

 

1. John 1.8.

 

ଯୀଶୁଙ୍କର କାର୍ଯ୍ୟରୁ ସାମ୍ୟବାଦର ଆଦର୍ଶରେ ଅଭାବ ଜଣା ପଡ଼ିଯାଏ । ଯୀଶୁ ଚାହିଁଥିଲେ ଜଣେ ଅର୍ଥନୈତିକ ସଂସ୍କାରକ ଭାବରେ ପୃଥିବୀରେ ନିଜର ନେତୃତ୍ଵ ବାଢ଼ି ପାରି ଥାଆନ୍ତେ; କିମ୍ବା ଅଲୌକିକ ଶକ୍ତିର ସାହାଯ୍ୟରେ ନିଜର ଗୁରୁତ୍ୱ ବିସ୍ତାର କରିପାରି ଥାଆନ୍ତେ; କିମ୍ବା ହିଂସାର ଆଶ୍ରୟରେ ନିଜର ଏକ ବିରାଟ ସାମ୍ରାଜ୍ୟ ଗଢ଼ି ପାରି ଥାଆନ୍ତେ । ସେ ଏ ସବୁର ସାହାଯ୍ୟ ନ ନେଇ ମନୁଷ୍ୟର ଚେତନାଶକ୍ତିକୁ ବିଳାସ ବ୍ୟସନ, କୁସଂସ୍କାର ବା ସାମ୍ରାଜ୍ୟର ଅଧିକାରରୁ ସ୍ଵାଧୀନକରି ଦେଇଥିଲେ ।

 

ସାମ୍ୟବାଦୀ ରାଷ୍ଟ୍ରରେ ମନୁଷ୍ୟର ଚେତନା ସ୍ଵାଧୀନତା ଲାଭ କରିପାରେ ନାହିଁ । ଦଳଭୁକ୍ତ ହେବା ମାତ୍ରେ ମନୁଷ୍ୟର ଶକ୍ତି ଏବଂ ପ୍ରେରଣା ବଢ଼େ ବୋଲି ଏକ ଭ୍ରାନ୍ତ ଧାରଣା ହୁଏ । ସମସ୍ତଙ୍କପାଇଁ ବଞ୍ଚିବା ଏବଂ ସମସ୍ତଙ୍କପାଇଁ ଜୀବନ ଦାନ କରିବାର ଏକ ଅଦମ୍ୟ ଉତ୍ସାହ ଆସେ । ଏହା ତାର ଧର୍ମ ଏବଂ ସେ ଏହି ଧର୍ମଯୁଦ୍ଧରେ ଦଳପାଇଁ ନିଜକୁ ଝାସ ଦିଏ । ମନୁଷ୍ୟ ଏହାଦ୍ୱାରା ଯେଉଁ ଶାନ୍ତି ଲାଭ କରେ ସେଥିରେ ତାହାର ଅନ୍ତର୍ନିହିତ ଶକ୍ତି ଯେ ବଢ଼େ ତାହା ନୁହେଁ, ସେ ମଧ୍ୟ ନିଜକୁ କାର୍ଯ୍ୟରେ ନିଯୁକ୍ତ କରେ ।

 

ସାମ୍ୟବାଦ କ୍ୱଚିତ୍‌ ସତ୍ୟର ଅନ୍ୱେଷଣ କରେ । ତାହା ବ୍ୟକ୍ତିଗତ ସାଧୁତା କିମ୍ବା ଆଧ୍ୟାତ୍ମିକ ଚିନ୍ତା ପ୍ରତି କୌଣସି ଲକ୍ଷ୍ୟ ରଖେ ନାହିଁ, ମନୁଷ୍ୟର ଅନ୍ତର୍ନିହିତ କୌଣସି ତଥ୍ୟରେ ତାହା ବିଶ୍ୱାସ କରେ ନାହିଁ । ରାଜନୀତି କ୍ଷେତ୍ରରେ ହେଉ ବା ଧର୍ମ କ୍ଷେତ୍ରରେ ହେଉ ଯଦି ମନରେ ଅପ୍ରତିଦ୍ୱନ୍ଦୀ ଭାବ ଜାଗ୍ରତ ହୁଏ ତେବେ ଅବନତି ସୁନିଶ୍ଚିତ । ଏହାଦ୍ୱାରା ମନୁଷ୍ୟମନର ସନ୍ଦେହ ଏବଂ ଭୟ କିଛିକ୍ଷଣପାଇଁ ଦୂର ହୋଇଯାଏ ସତ, କିନ୍ତୁ ଏହା ଚିରସ୍ଥାୟୀ ହୋଇ ପାରେ ନାହିଁ । ମନୁଷ୍ୟ ନିଜକୁ ଅନ୍ୟଦ୍ୱାରା ପ୍ରଭାବିତ କରି ନ ପାରି, ନିଜର ମନକୁ ବାନ୍ଧି ରଖି ଚିନ୍ତା କରେ ଯେ ଏହି ଅପ୍ରତିଦ୍ୱନ୍ଦୀ ଶାସନ ହିଁ ତାହାକୁ ନିରାପଦରେ ରଖିବ । ମନୁଷ୍ୟର ମନ ବା ଚେତନା ଯେତେ ତ୍ରୁଟିପୂର୍ଣ୍ଣ ହେଲେ ମଧ୍ୟ ତାହାର ବୋଧଶକ୍ତିର କ୍ଷମତାକୁ ପ୍ରବର୍ତ୍ତାଇ ଦାବି ଦିଆଯାଇ ପାରିବ ନାହିଁ । ମନୁଷ୍ୟର ବିଚାରଶକ୍ତି ପ୍ରତ୍ୟେକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତକୁ ଗ୍ରହଣ କରିବା ପୂର୍ବରୁ ପ୍ରଶ୍ନ କରେ–ଏହା କ’ଣ ଠିକ୍ ? ଏହି ସିଦ୍ଧାନ୍ତକୁ ଯେଉଁମାନେ ପ୍ରଚାର କରନ୍ତି (ଧର୍ମଯାଜକ ବା ଏକଚ୍ଛତ୍ର ଶାସକ) ସେମାନେ କ’ଣ ପ୍ରକୃତରେ ଆମପାଇଁ ଦରକାରୀ ? ବ୍ୟକ୍ତିଗତ ସାଧୁତା ବା ଐକ୍ୟ ଉପରେ ଯେଉଁ ଆକ୍ରମଣ ହୁଏ ତାହାଦ୍ୱାରା ସାମ୍ୟବାଦୀର ବିଶ୍ଵାସ ଏବଂ ସିଦ୍ଧାନ୍ତ ଦୁର୍ବଳ ହୋଇ ପଡ଼େ ।

 

ସାମ୍ୟବାଦୀମାନେ ମନୁଷ୍ୟକୁ ଯେତେ କାର୍ଯ୍ୟଦକ୍ଷ କଲେ ମଧ୍ୟ ବା ଜୀବନକୁ ଯେତେ ଆରାମଦାୟକ କଲେ ମଧ୍ୟ ମନୁଷ୍ୟର ହୃଦୟକୁ ଫମ୍ପା କରି ଦିଅନ୍ତି । ଅନେକ ସମୟରେ ପ୍ରଶ୍ନ ଉଠେ ଯେ ଦେହର ଅବସାନ ପରେ ଆତ୍ମା କ’ଣ ବଞ୍ଚି ରହେ ? ଏହି ପ୍ରଶ୍ନର ଉତ୍ତର ଯାହା ହେଉ ନା କାହିଁକି, ମନୁଷ୍ୟ ବଞ୍ଚି ଥାଉ ଥାଉ ଯେତେବେଳେ ତାହାର ଆତ୍ମାକୁ ନଷ୍ଟ କରି ଦିଏ, ମୃତ୍ୟୁପରେ ଆତ୍ମା ବିଷୟରେ ଭାବିବା ନିଷ୍ପ୍ରୟୋଜନ ।

 

ସାମ୍ୟବାଦୀମାନଙ୍କର କାର୍ଯ୍ୟକଳାପରେ ଆହୁରି ଭ୍ରମ ଦେଖାଯାଏ । ମନୁଷ୍ୟ ମନୁଷ୍ୟକୁ ପ୍ରେମ କରିବାର ଆଦର୍ଶ ପୃଥିବୀରେ ସବୁବେଳେ ବିଦ୍ୟମାନ । ଶତ୍ରୁକୁ ମଧ୍ୟ ପ୍ରେମ କରିବାପାଇଁ ଆଦେଶ ଦିଆଯାଏ; କିନ୍ତୁ ସାମ୍ୟବାଦୀମାନେ ଶତ୍ରୁମାନଙ୍କୁ ଘୃଣା କରିବାପାଇଁ ଉତ୍ସାହ ଦିଅନ୍ତି ଏବଂ ସେମାନଙ୍କୁ ଅତି ନିଷ୍ଠୁର ଭାବରେ ଦମନ କରିବାକୁ ଉପଦେଶ ଦିଅନ୍ତି । ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ଶ୍ରେଣୀ ବା ଜାତିଭୁକ୍ତ ହେଉ, ତାହାଠାରେ ଏକ ଅଲୌକିକ ଶକ୍ତି ରହିଛି । ଏହି ଶକ୍ତିର ପ୍ରାଧାନ୍ୟ ହେଉଛି ବିଶ୍ୱପ୍ରେମ; କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଧର୍ମ ମଧ୍ୟ ମନୁଷ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛି । ଧାର୍ମିକମାନେ ବିଧର୍ମିମାନଙ୍କୁ ଘୃଣା କରନ୍ତି । ଠିକ୍‍ ଏହି ନୀତିରେ ସାମ୍ୟବାଦୀମାନେ ମଧ୍ୟ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛନ୍ତି । ସେମାନଙ୍କ ଆଦର୍ଶରେ ପରିଚାଳିତ ବ୍ୟକ୍ତି ହିଁ ପ୍ରକୃତ ଆଲୋକ ପାଇଛି ଏବଂ ଅନ୍ୟମାନେ ସତେ ଯେପରି ପୂର୍ଣ୍ଣ ଅନ୍ଧକାରରେ ଅଛନ୍ତି । ଶତ୍ରୁ ସହିତ ଆମ୍ଭମାନଙ୍କର ଆପୋଷ ବୁଝାମଣା ଅସମ୍ଭବ । ତାକୁ ପରାସ୍ତ କରି ଧ୍ୱଂସ କରିବା ହିଁ ସାମ୍ୟବାଦର ଅଦର୍ଶ; କିନ୍ତୁ ଏହିପରି ମନୋଭାବ ଅତି ନିଷ୍ଠୁର ଏବଂ ଭ୍ରମପୂର୍ଣ୍ଣ-। ମାର୍କ୍‍ସ ପୁଞ୍ଜିପତିମାନଙ୍କୁ ନିନ୍ଦାକରି ଏକ ସାର୍ବଜନୀନ ଆଦର୍ଶ ଦର୍ଶାଇଛନ୍ତି ଯେ ପୁଞ୍ଜିବାଦ ମନୁଷ୍ୟକୁ ଅମଣିଷ କରିବା ସଙ୍ଗେ ସଙ୍ଗେ ସମାଜର ଅର୍ଥନୈତିକ ଅଗ୍ରଗତିକ୍ରମେ ତାକୁ ଯନ୍ତ୍ରରେ ପରିଣତ କରି ପକାଏ । ଯଦି ସମାଜବାଦୀ ରାଷ୍ଟ୍ରରେ ମନୁଷ୍ୟ ଯନ୍ତ୍ରର ରୂପ ଧାରଣ କରେ ତେବେ ମାର୍କ୍‌ସବାଦୀମାନଙ୍କ ଏହାକୁ ନିନ୍ଦା କରିବା ଉଚିତ । ତା’ ଯଦି ନ କରେ ତେବେ ତାହାର ପୁଞ୍ଜିପତିକୁ ନିନ୍ଦାକରିବାର କୌଣସି ଅର୍ଥ ନାହିଁ । ପୁଞ୍ଜିବାଦୀମାନେ ଯେ ପାପୀ ଏବଂ ଜନକଲ୍ୟାଣ ରାଷ୍ଟ (Proletarian) ଯେ ସର୍ବୋକୃଷ୍ଟ, ଏପରି ଭାବିବା ମାର୍କ୍‌ସବାଦୀମାନଙ୍କ ପକ୍ଷରେ ଭୁଲ । ସେମାନେ ଶ୍ରେଣୀକୁ ବ୍ୟକ୍ତିଠାରୁ ଉଚ୍ଚ ସ୍ଥାନ ଦିଅନ୍ତି; କିନ୍ତୁ ସମାଜକୁ ଏକ ମାନବ-ସମାଜରେ ପରିଣତ କରିବା ସମସ୍ତଙ୍କର କର୍ତ୍ତବ୍ୟ । ମନୁଷ୍ୟଜୀବନର ପବିତ୍ରତା, ତାର ମହତ୍ତ୍ୱ, ବିଚାରଶକ୍ତି, ଜୀବନର ଅନ୍ତର୍ନିହିତ ନୀତି ଏବଂ ପ୍ରେମକୁ ସାମ୍ୟବାଦ ଅସ୍ୱୀକାର କରେ । ଏହାଦ୍ୱାରା ଧର୍ମ ନାମରେ ନିଜକୁ ସେ ପରିହାସ କରାଏ ।

 

ସାମ୍ୟବାଦୀମାନେ ବୁଝିବା ଉଚିତ ଯେ ମାର୍କ୍‌ସଙ୍କର ଆଦର୍ଶରେ ଏକ ଐତିହାସିକ ପୂର୍ବାପର ସମ୍ବନ୍ଧ ରହିଛି । ଏହି ସମ୍ବନ୍ଧର ପରିବର୍ତ୍ତନ ଅନୁଯାୟୀ ବିଷୟବସ୍ତୁର ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଏହିପରି ପରିବର୍ତ୍ତନ ସଙ୍ଗେ ସଙ୍ଗେ ସାମ୍ୟବାଦୀମାନେ ବ୍ୟକ୍ତିଗତ ସ୍ଵତନ୍ତ୍ରତାର ଅର୍ଥ ବୁଝିପାରିବେ, ଗଣତନ୍ତ୍ରବାଦୀମାନେ ବିଭିନ୍ନ ଦେଶ ପ୍ରତି ପ୍ରକୃତ ବିଚାର କରି ପାରିବେ ଏବଂ ଉଭୟଙ୍କ ମଧ୍ୟରେ ଥିବା ସମସ୍ତ ଦ୍ୱନ୍ଦ ଓ କଳହ ଦୁର ହୋଇ ପ୍ରକୃତି ବିଶ୍ୱଶାନ୍ତି ପ୍ରତିଷ୍ଠିତ ହୋଇ ପାରିବ ।

 

୭. ଏକାଧିପତ୍ୟ ଶାସନ (authoritarianism)

 

ଯେତେବେଳେ ଧର୍ମରୁ ବିଶ୍ଵାସ ଚାଲିଯାଇ ନୈଷ୍ଠିକତା ପ୍ରବେଶ କରେ ସେତେବେଳେ ଧର୍ମନୈଷ୍ଠିକ ବ୍ୟକ୍ତି ଅନ୍ୟକୁ ନିଜର ଆଜ୍ଞାବହ ହେବାକୁ ଦାବୀ କରେ । ସମାଜର ଦୁରବସ୍ଥା ସମୟରେ ଧର୍ମର ରକ୍ଷଣଶୀଳ ବ୍ୟକ୍ତି ପ୍ରଶଂସିତ ହୁଏ । ମନୁଷ୍ୟର ଜୀବନ ଚିରସ୍ଥାୟୀ ନୁହେଁ । ତେଣୁ ଚିରସ୍ଥାୟୀ ଈଶ୍ଵରଙ୍କ ବିନା ଶାନ୍ତି ଅସମ୍ଭବ । ଯୁଦ୍ଧ, ଅତ୍ୟାଚାର ଏବଂ ଭୟାବହ ଅସ୍ତ୍ରଦ୍ୱାରା ମନୁଷ୍ୟର ଭବିଷ୍ୟତ୍ ଯେତେବେଳେ ଆଶଙ୍କାରେ ପୂର୍ଣ୍ଣ ହୋଇଯାଏ ସେତେବେଳେ ସେ ଈଶ୍ୱରଙ୍କ ନିକଟରେ ନିଜକୁ ନିରାପଦ ମନେ କରେ ।

 

ଆମ୍ଭମାନଙ୍କର ବିଚାର ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବିଶ୍ୱାସରେ ବାନ୍ଧି ହୋଇଯାଏ ସେତେବେଳେ ଆମର ଚେତନାଶକ୍ତିର ସ୍ଵାଧୀନତା କ୍ଷୟ ପ୍ରାପ୍ତ ହୋଇ ଧର୍ମାନ୍ଧତା ବୃଦ୍ଧି ଲାଭ କରେ-। କ୍ଷମତା ପ୍ରତି ସମ୍ମାନ ଦେବାଦ୍ୱାରା ସ୍ୱାଧୀନ ମନର ଗବେଷଣା କମିଯାଏ ଏବଂ ଧର୍ମ କୁସଂସ୍କାରଗ୍ରସ୍ତ ହୋଇ ପଡ଼େ ।

 

ମନୁଷ୍ୟର ବିଚାର ବୃଦ୍ଧି ଲୋପ ପାଇଲେ ଧର୍ମ ସଂକୁଚିତ ହୋଇ ନିର୍ଦ୍ଦିଷ୍ଟ ମତବାଦ ପୋଷଣ କରେ । ସେତେବେଳେ ମନୁଷ୍ୟ ଏକାଧିପତ୍ୟ ଶାସନର ଦାସତ୍ୱ ଗ୍ରହଣ କରେ । ଏହି ଏକାଧିପତ୍ୟ ଶାସନ ତାକୁ ଧର୍ମବିଶ୍ଵାସର ନୀତି ଏବଂ ବ୍ୟବହାରର ନିୟମଗୁଡ଼ିକ ଦାନ କରିପାରିବ ବୋଲି ସେ ପ୍ରଚାର କରେ । ଏହିପରି ଶାସନ ଗଣତାନ୍ତ୍ରିକ ବା ଉଦାରପନ୍ଥୀ ନୁହେଁ । ଏହା କ୍ରମେ କ୍ରମେ ଅପ୍ରତିଦ୍ୱନ୍ଦୀ ଶାସନରେ ପରିଣତ ହୁଏ ଏବଂ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ ପ୍ରତି ନଜର ଦିଏନାହିଁ ।

 

‘ଭଗବତ୍ ଗୀତା’ରେ ସମାଜରେ କର୍ମ କରିବାପାଇଁ ଯେଉଁସବୁ ତଥ୍ୟ ବର୍ଣ୍ଣନା କରାଯାଇ ଅଛି ତାହା ସହିତ ଅର୍ଜ୍ଜୁନ ଏକମତ ହୋଇ ପାରିଲେ ନାହିଁ ଏବଂ କର୍ମ କରିବାପାଇଁ ଇତସ୍ତତଃ ହେଲେ । ନିଜର କାର୍ଯ୍ୟ ନିଜେ ନିର୍ଣ୍ଣୟ କରିବାପାଇଁ ସେ ଦାବୀ କରି ବସିଲେ । ନିଜକୁ ନିଜଠାରୁ ଭିନ୍ନ କରିବା ଅପେକ୍ଷା ସମାଜଠାରୁ ନିଜେ ଭିନ୍ନ ହେବାକୁ ସେ ପସନ୍ଦ କରିଥିଲେ । ତାଙ୍କ ଶିକ୍ଷକ ସେତେବେଳେ ବିଶ୍ଵର ଦର୍ଶନ ଶାସ୍ତ୍ର ଶିକ୍ଷା ଦେଇ ଅର୍ଜ୍ଜୁନଙ୍କୁ ନିଜପାଇଁ ଚିନ୍ତା କରିବାକୁ ଛାଡ଼ି ଦେଇଥିଲେ । ୧ ସେ ଯେ କେବଳ ନିଜର ଅଭ୍ୟାସ ପାଇଁ ବା ଶିକ୍ଷକର (ଶାସକର) ଆଜ୍ଞାବହ ହେବାପାଇଁ ଯୁଦ୍ଧକରି ବସିଥିଲେ ତାହା ନୁହେଁ । ସେ ନିଜର ସାଧୁତାକୁ ଜଗିଥିଲେ ଏବଂ ନିଜର ମତ ପ୍ରକାଶ କରିଥିଲେ । ସ୍ଵାଧୀନଚେତା ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ସାଧୁତା ପ୍ରତି ପ୍ରବଳ ସ୍ପୃହା ଥାଏ ।

 

1. XVIII 63

 

‘‘The Legend of the Grand Inquisitor’’ ରେ Dos toevsky ବର୍ଣ୍ଣନା କରିଛନ୍ତି ଯେ ଆତ୍ମାର ସ୍ଵାଧୀନତାକୁ ଉପେକ୍ଷା କରିବା ଯୀଶୁଙ୍କୁ ପରିତ୍ୟାଗ କରିବା ସଙ୍ଗେ ସମାନ । ମନୁଷ୍ୟର ସ୍ୱାଧୀନତା ତାହା ଉପରେ ଏତେ ଭାରି ହୋଇପଡ଼େ ଯେ ସେ ଏହାକୁ ଅନ୍ୟର କାନ୍ଧ ଉପରେ ଖସାଇ ଦେଇ ନିଜେ ଦାସତ୍ୱ ସ୍ଵୀକାରକରି ନିଜକୁ ସୁଖୀ ମନେ କରେ । ଏକାଧିପତ୍ୟ ଶାସନ ମଧ୍ୟ ଯୀଶୁଙ୍କର ବିରୁଦ୍ଧାଚରଣ କରେ । ଧର୍ମପ୍ରଚାରକମାନେ ବାଧ୍ୟତାମୂଳକ କୌଣସି କାର୍ଯ୍ୟ କରନ୍ତି ନାହିଁ । ଏକାଧିପତି ଶାସକମାନେ ନିଜ ସ୍ୱେଚ୍ଛାଚାରିତା ଯୋଗୁଁ ନିଜର ଅଧଃପତନ ଘଟାଇ ଥାଆନ୍ତି । ମନୁଷ୍ୟମନରୁ କିଛିକ୍ଷଣପାଇଁ ସନ୍ଦେହ ବା ଭୟ ଦୂର କରିବାରେ ସେମାନେ ସକ୍ଷମ ହୁଅନ୍ତି; କିନ୍ତୁ ଏହାକୁ ଚିରସ୍ଥାୟୀ କରି ପାରନ୍ତି ନାହିଁ । ମନୁଷ୍ୟର ମନ ଅନ୍ୟ ଦିଗରେ ପ୍ରଭାବିତ ନ ହେବା ପର୍ଯ୍ୟନ୍ତ ସେମାନେ ଏକାଧିପତ୍ୟ ଶାସନରେ ନିଜକୁ ନିରାପଦ ମନେ କରନ୍ତି ।

 

ଏକାଧିପତ୍ୟ ଶାସନ ଏବଂ ନାସ୍ତିକବାଦ ଦୁଇଟି ଓଲଟା ଚିନ୍ତାଧାରା ହେଲେ ମଧ୍ୟ ଉଭୟେ କୁସଂସ୍କାରଦ୍ୱାରା କ୍ଷତିଗ୍ରସ୍ତ ହୁଅନ୍ତି । ଉଭୟେ ସ୍ଵାଧିନ ମନୁଷ୍ୟକୁ ସ୍ଵୀକାର କରନ୍ତି ନାହିଁ ଓ ମନୁଷ୍ୟର ଇଚ୍ଛା ଓ ଆବେଗକୁ ନଷ୍ଟ କରି ତାହାକୁ ଅମଣିଷ କରି ପକାନ୍ତି । ଉଭୟଙ୍କର ଶାସନ ଯେତେବେଳେ ଅତ୍ୟଧିକ ସେଚ୍ଛାଚାରୀ ହୋଇପଡ଼େ ସେତେବେଳେ ମନୁଷ୍ୟ ତାହାର ବୁଦ୍ଧି ବିବେକ ହରାଇ ଉକ୍ତ ଶାସଙ୍କମାନଙ୍କର ଆଦେଶକୁ କେବଳ ଚାହିଁ ରହେ ।

 

୮. ସନ୍ଦେହ ଏବଂ ବିଶ୍ଵାସ

 

ଧର୍ମ ପରିବର୍ତ୍ତେ ଅନ୍ୟାନ୍ୟ ଯେଉଁ ସବୁ ପନ୍ଥା ଅବଲମ୍ବନ କରାଯାଏ ତଦ୍ଦ୍ୱାରା ମନର ଉତ୍କଣ୍ଠା ଦୁରୀଭୂତ ହୋଇପାରେ ନାହିଁ କେବଳ ମନର ଭୟ ଚାପି ହୋଇ ରହିଯାଏ । ମନୁଷ୍ୟ ଯେତେବେଳେ ସନ୍ଦେହଦ୍ୱାରା ନିରାଶ ହୋଇଯାଏ ସେତେବେଳେ ନିଜକୁ ରକ୍ଷା କରିବାପାଇଁ ସେ ଆପ୍ରାଣ ଚେଷ୍ଟା କରେ । ଜନସମୂହ ମଧ୍ୟରେ କିଛି କାର୍ଯ୍ୟ ନ କରି ସୁଦ୍ଧା ସେ ନିଜକୁ ସାହସୀ ମନେକରେ; କିନ୍ତୁ ପ୍ରକୃତରେ ନିଜକୁ ସ୍ୱାଧୀନ କରି ନ ପାରି ସେ ସତ୍ୟ ଉପଲବ୍ଧି କରିପାରେ ନାହିଁ । ଯେତେବେଳେ ଆମର ଅନ୍ତର୍ଦୃଷ୍ଟି କମିଯାଏ ଏବଂ ଆମେ ସ୍ନାୟବିକ ଦୁର୍ବଳତାରେ ଆକ୍ରାନ୍ତ ହେଉ ସେତେବେଳେ ଯେ କୌଣସି ସଂସ୍ଥା ଆମର ପ୍ରକୃତିକୁ ଚିରସ୍ଥାୟୀ କରି ପାରିବ ବୋଲି ଯଦି ଆଶା ପ୍ରଦାନ କରେ, ତେବେ ଆମେ ତାକୁ ସାଦରେ ଗ୍ରହଣ କରୁ । କେହି ଯଦି ଜୀବନକୁ ଆରାମ କରିବା ପାଇଁ କୌଣସି ଭ୍ରାନ୍ତିକର ବସ୍ତୁ ଯୋଗାଇ ଦିଏ ବା ପୂଜାପାଇଁ ପ୍ରତିମା ଗଢ଼ିଦିଏ ତେବେ ଆମେ ତାକୁ ମଧ୍ୟ ଗ୍ରହଣ କରୁ । ଯେ କୌଣସି ମତର ଅବସ୍ଥା ଯାହା ହେଉ ନା କାହିଁକି କେହି ନା କେହି ସେ ମତକୁ ଅବଲମ୍ବନ କରନ୍ତି । ଯେତେ ମନ୍ଦ ହେଲେ ମଧ୍ୟ ଏପରି କୌଣସି ମତ ନାହିଁ, ଯାହାପାଇଁ କେହି ଜୀବନ ଦାନ କରିବାକୁ କୁଣ୍ଠାବୋଧ କରିବେ । ବର୍ତ୍ତମାନ ଯୁଗରେ ନାସ୍ତିକତା ଏକ ସମସ୍ୟା ବା ପରିତାପର ବିଷୟ ନୁହେଁ । ସବୁଠାରୁ ଦୁଃଖର ବିଷୟ ହେଉଛି ଯେ କୁସଂସ୍କାରକୁ ଗ୍ରହଣ କରିବାପାଇଁ ସମସ୍ତେ ପ୍ରସ୍ତୁତ । ନାସ୍ତିକ ଅନେକ ଦେଖା ଯାଆନ୍ତି; କିନ୍ତୁ କୁସଂସ୍କାରପୂର୍ଣ୍ଣ ଧର୍ମକୁ ଅବିଶ୍ୱାସ କରୁଥିବା ଲୋକ କ୍ୱଚିତ ଦେଖାଯାଆନ୍ତି । ବିଶ୍ଵାସ କରିବା ପାଇଁ ଆମର ସମୟ ଅଛି; କିନ୍ତୁ ବିଶ୍ଵାସର ବିଷୟବସ୍ତୁ ସବୁବେଳେ ପରିବର୍ତ୍ତିତ ହୋଇଯାଏ । ସେଥିପାଇଁ ଆମେ ସବୁବେଳେ ସଜାଗ ରହିବା ଉଚିତ ।

 

ଆମେ ଗୋଟିଏ ଧର୍ମବିଶ୍ଵାସ ପ୍ରରିତ୍ୟାଗ କରୁ କେବଳ ଆଉ ଗୋଟିଏ ନୂତନ ସଂସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ହେବାପାଇଁ । ଯେଉଁ ନୂତନ ସଂସ୍ଥାର ପରିକଳ୍ପନା ହୁଏ ସେଥିରେ ଧର୍ମବିଶ୍ଵାସପାଇଁ ପ୍ରବଳ ଇଚ୍ଛା ପ୍ରକାଶ ପାଏ; କିନ୍ତୁ ସତ୍ୟ ଆହରଣପାଇଁ ନୁହେଁ । ସତ୍ୟକୁ ଯେତେ ନିଷ୍ପ୍ରୟୋଜନ ମନେ କଲେ ମଧ୍ୟ କୌଣସି ଏକ ନିର୍ଭରଯୋଗ୍ୟ ବିଷୟବସ୍ତୁ ଆମର ଏକାନ୍ତ ପ୍ରୟୋଜନ ଯାହାଦ୍ୱାରା ଆମ ଜୀବନର ଅର୍ଥ ଆମେ ବୁଝି ପାରିବା ଏବଂ ପ୍ରକୃତ ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ଜୀବନରେ ଜୟଯୁକ୍ତ ହେବା । ଧର୍ମ ପ୍ରତି ଯେତେ ଭକ୍ତି ପ୍ରଦର୍ଶନ କଲେ ମଧ୍ୟ ଏହିପରି ନୂତନ ଚିନ୍ତାଧାରା ପ୍ରାଦେଶିକତାରେ ପରିପୂର୍ଣ୍ଣ ହୋଇ ଅତି ନିକୃଷ୍ଟ ହୋଇ ପଡ଼େ । ଏହା ଦ୍ୱାରା ଭ୍ରାନ୍ତିକର ସମସ୍ୟା ସଙ୍ଗେ ସଙ୍ଗେ ନୂତନ ବିପଦ ଏବଂ କୁଟିଳତାର ସୃଷ୍ଟି ଯୋଗୁଁ ପୃଥିବୀ କ୍ଳାନ୍ତ ହୋଇ ପଡ଼େ ।

 

ମନୁଷ୍ୟର ଶାରୀରିକ ଏବଂ ମାନସିକ ବେଦନାର ଶେଷ ସୀମା ତାକୁ ଈଶ୍ୱରଙ୍କ ନିକଟକୁ ଘେନିଯାଏ । ଠିକ୍ ସେତିକିବେଳେ ସେ ଚିତ୍କାର କରେ ‘‘ହେ, ଈଶ୍ୱର ! ତୁମେ କେଉଁଠି ? କିଏ ତୁମକୁ ଆମ ନିକଟରୁ ଅପହରଣ କରି ନେଇଛି ? ଆମର ଲକ୍ଷ୍ୟ କେଉଁ ଆଡ଼େ ? ଆମେ କାହାକୁ ପ୍ରାର୍ଥନା କରିବୁ ?” ୧ ଚିର ନିତ୍ୟ ଜୀବନ ପାଇଁ କିଏ ପ୍ରଚାର ନ କରେ ? ମନୁଷ୍ୟର ଏ ଚିତ୍କାର ନିଷ୍ଠାପର ଧାର୍ମିକ ଲୋକଙ୍କ ମୁଖରୁ ବାହାରେ ନାହିଁ, କାରଣ ସେମାନେ ନିଜର ଭକ୍ତିମାର୍ଗ ପ୍ରତି ସଦା ସଚେତନ ଥାଆନ୍ତି ଏବଂ ପୁରାପୁରି ବିଶ୍ୱାସ କରନ୍ତି ଯେ ଈଶ୍ଵରଙ୍କର ଦାବୀ ଏବଂ ତାଙ୍କର ପ୍ରୟୋଜନୀୟ ସମସ୍ତ ବସ୍ତୁ ସେମାନେ ପରିପୂର୍ଣ୍ଣ କରିପାରିଛନ୍ତି । କେବଳ କେତେଜଣ ବ୍ୟକ୍ତି ଦୁଃଖ ନୈରଶ୍ୟପୂର୍ଣ୍ଣ ଜୀବନରେ ସବୁବେଳେ ସନ୍ଦେହ ମଧ୍ୟରେ ତୀବ୍ର ଧ୍ୟାନ କରନ୍ତି । ଯେଉଁମାନଙ୍କ ପାଇଁ ଈଶ୍ୱର ନିର୍ଦ୍ଧାରିତ କୌଣସି ମାର୍ଗ ନାହିଁ କେବଳ ସେଇମାନେ ହିଁ ଚିତ୍କାର କରନ୍ତି । ଯାହାକୁ ଯାସ୍‌ପାରସ୍ (Karl Jaspers) ବର୍ଣ୍ଣନା କରିଛନ୍ତି, ‘‘ଈଶ୍ୱର ଲାଭପାଇଁ ଏମାନଙ୍କର ଉତ୍ତେଜିତ ଉଦ୍ୟମ ।” ୨ ଏହିପରି ଏକ ପରିବର୍ତ୍ତନଶୀଳ ଯୁଗକୁ ସଚେତନ ବ୍ୟକ୍ତି ପରିତ୍ୟାଗ କରିପାରେ ନାହିଁ-। ଈଶ୍ଵରଙ୍କ ବିରୁଦ୍ଧରେ ଯାଇ ସେ ଈଶ୍ଵରଙ୍କ ସ୍ଥିତିକୁ ରକ୍ଷା କରେ । ନିଜର ଅଦମ୍ୟ ଚେଷ୍ଟାରେ ସେ ନିଜକୁ ନିରାଶ କରେ ସତ, କିନ୍ତୁ ଈଶ୍ୱରଙ୍କର ସନ୍ଧାନ ଲାଭ କରେ ।

 

୧. କସୈ୍ମ ଦେବାୟୁ ହବିଷା ବିଧେମ ?

୨. The Perennial Scope of Philosophy (1959), p. 43

 

ନିଜକୁ ଧ୍ୱଂସାଭିମୁଖୀ ନ କରି ବର୍ତ୍ତମାନ ଯୁଗର ଅବ୍ୟବସ୍ଥାରୁ ନିଜକୁ ରକ୍ଷା କରିବାକୁ ହେଲେ ମନୁଷ୍ୟ ଜୀବନରେ ଏକ ଦର୍ଶନ ପ୍ରୟୋଜନ ଯାହା ପ୍ରକୃତ ପଥପ୍ରଦର୍ଶକ ହୋଇପାରିବ । ନୂତନ ପ୍ରକାଶର ଦର୍ଶନପାଇଁ ମନଭିତରେ ଯେଉଁ ଆନ୍ଦୋଳନ ସୃଷ୍ଟି ହୁଏ, ତହିଁରୁ ନୂତନ ଜୀବନ ସଂପର୍କରେ ସ୍ପଷ୍ଟ ଅନୁମାନ କରି ହୁଏ । ଆମେ ଏପରି ଏକ ଧର୍ମର ଅନ୍ଵେଷଣ କରୁଛୁ ଯାହାର ସନ୍ଦେଶ ନିର୍ଭୁଲ ଏବଂ ଅଭ୍ରାନ୍ତ, ଯାହା ସାର୍ବଜନୀନ, ପରିପୂର୍ଣ୍ଣ ଏବଂ ପ୍ରଭାବଶାଳୀ, ଯାହାର ସତ୍ୟାର୍ଥ ପ୍ରକାଶ କରିବାର ପୂର୍ଣ୍ଣ ସାମର୍ଥ୍ୟ ରହିଛି । ବିଶ୍ଵାସ କଷ୍ଟସାଧ୍ୟ ହୋଇପାରେ; କିନ୍ତୁ ବିଶ୍ଵାସର ପ୍ରୟୋଜନକୁ ଉପେକ୍ଷା କରି ହେବ ନାହିଁ । ଆଜିର ପ୍ରରିଶ୍ରମୀ ଏବଂ ଉଦ୍ୟମୀ ମାନବସମାଜପାଇଁ ଯୁକ୍ତିଯୁକ୍ତ ବିଶ୍ଵାସ ଅତି ଆବଶ୍ୟକ । ଏହି ବିଶ୍ଵାସ ସ୍ଵେଚ୍ଛାଚାରୀ ନ ହୋଇ ମନୁଷ୍ୟର ସ୍ଵାଧୀନ ଚିନ୍ତାଧାରାକୁ ଯେପରି ସମ୍ମାନ କରେ । ଏହାଦ୍ଵାରା ଆଧୁନିକ ମନୁଷ୍ୟ ଈଶ୍ଵରଙ୍କର ନୂତନ ରୂପରେ ମୁଗ୍ଧ ହେବା ସଙ୍ଗେ ସଙ୍ଗେ ନୂତନ ଦର୍ଶନରେ ଅଭିଭୂତ ହୋଇ ପରମ୍ପରା ଗତ ନୈଷ୍ଠିକ ଧର୍ମ ସଂସ୍ଥା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ ଏବଂ ମନୁଷ୍ୟର ଆତ୍ମାକୁ ମୁକ୍ତ କରିପାରେ ।

Image

 

Unknown

ସତ୍ୟର ଅନ୍ୱେଷଣ

 

୧. ବୈଜ୍ଞାନିକ ଚିନ୍ତାଧାରା

 

ପ୍ରତ୍ୟେକ ଧାର୍ମିକ ବ୍ୟକ୍ତି ଈଶ୍ୱରଙ୍କର ସ୍ଥିତି ବିଷୟରେ କିଛି ନା କିଛି ତଥ୍ୟ ଦିଅନ୍ତି । ଉପନିଷଦ ଏବଂ ବୌଦ୍ଧ ଧର୍ମରେ ଏହାର ପ୍ରମାଣ ମିଳେ । ପ୍ଲେଟୋ ଓ ଆରିଷ୍ଟଟଲ୍ ମଧ୍ୟ ବିଶଦ ଭାବରେ ଏହାର ବର୍ଣ୍ଣନା କରିଛନ୍ତି । ଈଶ୍ୱରବିଶ୍ୱାସ ମନୁଷ୍ୟର ବିବେକ ଉପରେ ପ୍ରତିଷ୍ଠିତ ବୋଲି କ୍ୟାଣ୍ଟ (Kant) ବୃଢ଼ ମତ ପୋଷଣ କରନ୍ତି; କିନ୍ତୁ ହିଗେଲ (Hegel) ମତ ଦିଅନ୍ତି ଯେ ତାହା ମନୁଷ୍ୟର ଜ୍ଞାନ ଉପରେ ପ୍ରତିଷ୍ଠିତ । ସତ୍ୟପ୍ରତି ଆମର ଯେଉଁ ଇଚ୍ଛା ବା ପ୍ରବୃତ୍ତି ରହିଛି ତାହା ଧର୍ମଦ୍ୱାରା ହିଁ ପୂର୍ଣ୍ଣତା ଲାଭ କରେ । ଈଶ୍ୱର ହିଁ ସତ୍ୟ । ସେ ‘ସତ୍ୟସ୍ୱରୂପ’ । ସତ୍ୟର ପ୍ରକୃତି ଈଶ୍ୱର-। ମହାତ୍ମା ଗାନ୍ଧିଙ୍କ ମତରେ ଈଶ୍ଵରଙ୍କୁ ସତ୍ୟ ନ କହି, ସତ୍ୟକୁ ଈଶ୍ୱର କହିବା ଉଚିତ । ଉପନିଷଦର ଉକ୍ତି ‘ତପୋବ୍ରହ୍ମ’ରୁ ଏହା ସ୍ପଷ୍ଟ ବୁଝା ପଡ଼େ । ଭକ୍ତିପୂର୍ଣ୍ଣ ସାଧୁ-ଚିନ୍ତା ହିଁ ସ୍ଵର୍ଗୀୟ । ବୁଦ୍ଧଙ୍କ ମତରେ ପ୍ରମାଣମୂଳକ ଯୁକ୍ତି ସତ୍ୟର ସନ୍ଧାନ କରିପାରେ । ପୁରାତନ ଧର୍ମ ଗ୍ରନ୍ଥ ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଉପଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜପାଇଁ ନିଜେ ଚିନ୍ତା କରିବା ଦରକାର, ନିଜକୁ ନିଜେ ଖୋଜିବା ଏବଂ ଅନୁଭବ କରିବା ଦରକାର । ଯୀଶୁ କହିଛନ୍ତି ଯେ ସତ୍ୟ ପ୍ରତ୍ୟେକ ମନୁଷ୍ୟମଧ୍ୟରେ ଅନ୍ତର୍ନିହିତ ଏବଂ ଏହା ମନୁଷ୍ୟକୁ ମୁକ୍ତ କରିବ । ୧ ଈଶ୍ଵରଙ୍କୁ ବୁଦ୍ଧି ଓ ଜ୍ଞନଦ୍ୱାରା ନୁହେଁ ହୃଦୟଙ୍ଗମ କରିହୁଏ, ଭାବପ୍ରବଣତାଦ୍ୱାରା ନୁହେଁ ।

 

1. John 14,17

 

ଯେଉଁଠାରେ ଭଗବତ୍ ଚେତନା ରହିଛି ସେଠାରେ ଚିନ୍ତା ଏବଂ କାର୍ଯ୍ୟ କରିବାପାଇଁ ମୁକ୍ତ ବାୟୁମଣ୍ଡଳ ମିଳେ । ପ୍ରତ୍ୟେକ କ୍ଷେତ୍ରରେ ସତ୍ୟ ବ୍ୟତୀତ ଅନ୍ୟ କିଛି ମୂଲ୍ୟବାନ ମନେ ହୁଏ ନାହିଁ । ସତ୍ୟ ପ୍ରଥମେ ବିଚିତ୍ର ଏବଂ ଅଜ୍ଞାତ ପରି ଜଣା ପଡ଼େ । ସତ୍ୟର ଆହରଣଦ୍ୱାରା ମନୁଷ୍ୟକୁ ପ୍ରଥମେ ଅତ୍ୟଧିକ କଷ୍ଟ ସହିବାକୁ ପଡ଼େ ଏବଂ ପରମ୍ପରା ଗତ ବିଶ୍ଵାସଗୁଡ଼ିକୁ ସତ୍ୟପାଇଁ ଅନେକ କ୍ଷେତ୍ରରେ ତ୍ୟାଗ କରିବାକୁ ପଡ଼ିଥାଏ । ସତ୍ୟଦ୍ୱାରା ମନୁଷ୍ୟର ବିବେକ କଦାପି କ୍ଷତିଗ୍ରସ୍ତ ହୁଏ ନାହିଁ, ବରଂ ପୃଥିବୀର ମଙ୍ଗଳ ହୁଏ । ମନୁଷ୍ୟର ଇତିହାସ କେବଳ ସତ୍ୟର ସନ୍ଧାନ ଅଟେ । ଏହାଦ୍ଵାରା ଆମର ଅଭିଜ୍ଞତା ବୃଦ୍ଧି ପାଏ । ଆମେ ବୈଜ୍ଞାନିକ ହେଉ ବା ଧାର୍ମିକ ପଣ୍ଡିତ ହେଉ, ସତ୍ୟର ଅନୁସନ୍ଧାନ ହିଁ ଆମର ଲକ୍ଷ୍ୟ । ବିଜ୍ଞାନ ଭାବପ୍ରବଣତା ନୁହେଁ ବା ଧର୍ମ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ନୁହେଁ । ବିଜ୍ଞାନ ଯେଉଁ ସତ୍ୟର ଆବିଷ୍କାର କରେ ତାହା ଧର୍ମକୁ ଆହୁରି ଗଭୀର କରିଦିଏ । (୨)

 

2. Albert Schweitzer has expressed this forcibly: "If thought is set out in its jourey unhampered it must be prepared for anything even for arrival at intellectual agnosticism. But even if our will–to action is destined to wrestle endlessly and unavailingly with an agnostic view of the universe and of life, still this painful disenchantment is better for it than persistent refusal to thinkout its position at all. For this disenchantment does, at any rate, mean that we are clear as to what we are doing. Decay and Restovation of Civilisations. (1947), P 104.

 

ବିଜ୍ଞାନର ଧର୍ମ ହେଉଛି ଅନୁସନ୍ଧାନ କରିବା; କିନ୍ତୁ ଅନୁସନ୍ଧାନ ପରିବର୍ତ୍ତେ ତାହା ଯଦି ମନୁଷ୍ୟର ମନକୁ ଅଧିକାର କରି ବସେ ଏବଂ ତାର ସ୍ଵାଧୀନତାକୁ ଛଡ଼ାଇ ନିଏ ତେବେ ତାହା ସତ୍ୟର ବିରୁଦ୍ଧାଚରଣ କରିବ । ଏପରି ଆଚରଣ ଦ୍ୱାରା ତାହା ନିଜେ କୁସଂସ୍କାରରେ ପୂର୍ଣ୍ଣ ହୋଇଯିବ । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବିଜ୍ଞାନ ଠିକ୍ ଏପରି ଭାବରେ ଧାର୍ମିକ ସିଦ୍ଧାନ୍ତ ଭଳି ଜଡ଼ ହୋଇ ପଡ଼ିଥିଲା । ସେତେବେଳେ ବିଜ୍ଞାନ ଚିନ୍ତା କରୁଥିଲା ଯେ ପୃଥିବୀ ଗୋଟିଏ ଯନ୍ତ୍ର ଯାହା ଭିତରେ ସବୁ କିଛି ଗୋଳେଇ ଘାଣ୍ଟି ହୋଇ ଏକ ଜଡ଼ ବସ୍ତୁର ଆକାର ଧାରଣ କରିବ । ଏପରି ଚିନ୍ତା ଦ୍ୱାରା ମନୁଷ୍ୟର ମନ ଏବଂ ଚେତନାରେ ମୂଲ୍ୟ ଅର୍ଥହୀନ ହୋଇ ପଡ଼ିଥିଲା ।

 

ମନୁଷ୍ୟ ଏକ ଯନ୍ତ୍ର ବୋଲି ବୈଜ୍ଞାନିକମାନେ କହନ୍ତି; କିନ୍ତୁ ବିଜ୍ଞାନ କହେ ନାହିଁ । କମ୍ୟୁନିଜମର ମୂଳଭିତ୍ତି ବିଜ୍ଞାନ ଉପରେ ପ୍ରତିଷ୍ଠିତ ବୋଲି ସେମାନେ ପ୍ରଚାର କରନ୍ତି ଏବଂ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରନ୍ତି ନାହିଁ । ବିଜ୍ଞାନ କିନ୍ତୁ ଏହି ଉକ୍ତିକୁ ଗ୍ରହଣ କରେ ନାହିଁ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ ପ୍ରମାଣ କରିବା ଯେପରି ନିଷ୍ପ୍ରୋୟୋଜନ ଈଶ୍ଵରଙ୍କ ସ୍ଥିତି ବିଷୟରେ ପ୍ରମାଣ ସେହିପରି ଅନାବଶ୍ୟକ ।

 

ବୈଜ୍ଞାନିକର କାର୍ଯ୍ୟକ୍ରମରେ ଦୁଇଟି ଭାଗ ଦେଖାଯାଏ । ପ୍ରଥମଟି ତଥ୍ୟର ଆବିଷ୍କାର ଏବଂ ଦ୍ୱିତୀୟଟି ଏହି ତଥ୍ୟର ବିଶ୍ଳେଷଣ । ତଥ୍ୟ ଧୀରେ ଧୀରେ ପ୍ରତିଷ୍ଠା ଲାଭ କରେ; କିନ୍ତୁ ଏହାର ବିଶ୍ଳେଷଣ ବା ବାଖ୍ୟା ଚିରସ୍ଥାୟୀ ହୋଇ ରହିପାରେ ନାହିଁ । ତଥ୍ୟର ବିଶ୍ଳେଷଣ ପରେ ଯେତେବେଳେ ତାହାର ଅର୍ଥ ଏବଂ ମୂଲ୍ୟବୋଧ ଉପରେ ଆମେ ବିଚାର କରୁ, ସେତେବେଳେ ବିଜ୍ଞାନକୁ ଅତିକ୍ରମ କରି ଆହୁରି ଗୁଢ଼ତମ ପ୍ରଦେଶରେ ପ୍ରବେଶ କରିବାକୁ ହୁଏ । ବୈଜ୍ଞାନିକର ମନ ତଥ୍ୟରେ ସନ୍ତୁଷ୍ଟ ହୁଏ; କିନ୍ତୁ ଦାର୍ଶନିକର ମନ ଉକ୍ତ ତଥ୍ୟର ମୂଳ କାରଣ ଖୋଜି ବୁଲେ ।

 

ଦର୍ଶନଶାସ୍ତ୍ର ପରି ଧର୍ମ ମଧ୍ୟ ମନୁଷ୍ୟର ଅଭିଜ୍ଞତା ପ୍ରତି ଦୃଷ୍ଟି ରଖେ । ଅଭିଜ୍ଞତା ଅନେକ ପ୍ରକାର । ପ୍ରକୃତିବିଜ୍ଞାନର ଅଧ୍ୟୟନରେ ପ୍ରକୃତି ସମ୍ବନ୍ଧୀୟ ଅଭିଜ୍ଞତା, ସାମାଜିକ ବିଜ୍ଞାନ, ମନୋବିଜ୍ଞାନ ଏବଂ ଇତିହାସର ଅଧ୍ୟୟନରେ ବ୍ୟକ୍ତିଗତ ଅଭିଜ୍ଞତା; ତଥା ସାହିତ୍ୟ, ଦର୍ଶନଶାସ୍ତ୍ର ଏବଂ ଧର୍ମର ଅଧ୍ୟୟନରେ ପୃଥିବୀ ସମ୍ବନ୍ଧୀୟ ମୂଲ୍ୟବୋଧ ପ୍ରାପ୍ତ ହୋଇଥାଏ । ଏହି ବିଭିନ୍ନ ପ୍ରକାରର ଅଭିଜ୍ଞତାକୁ ବିଶ୍ଳେଷଣ କରି ଆମ୍ଭମାନଙ୍କୁ ଗୋଟିଏ ଉପାୟ ଉଦ୍‌ଭାବନ କରିବାକୁ ହେବ ଯାହା ଆମକୁ ପ୍ରକୃତ ପଥ ପ୍ରଦର୍ଶନ କରି ପାରିବ । ଯଦି ଆମର ଅଭିଜ୍ଞତା ନାହିଁ ତେବେ ପ୍ରକୃତି, ଆତ୍ମା ଏବଂ ଈଶ୍ୱର ବିଷୟରେ ଆମର ଯେଉଁ ଧାରଣା ରହିଛି ତାହା ଆସ୍ତେ ଆସ୍ତେ ଲୋପ ପାଇଯିବ । ଅଭିଜ୍ଞତାର ବିଶ୍ଳେଷଣ କଲାବେଳେ ଆମେ ଯୁକ୍ତି ବା ପ୍ରମାଣର ସାହାଯ୍ୟ ନେଉ । ସତ୍ୟର ଆହରଣପାଇଁ ଏହା ହିଁ ପ୍ରକୃତ ରାସ୍ତା । ସତ୍ୟ ଧର୍ମଦ୍ୱାରା ଠିକ୍ ବା ଯୁକ୍ତିଦ୍ୱାରା ବେଠିକ୍ ବୋଲି ପ୍ରମାଣିତ ହୋଇପାରିବ ନାହିଁ । ଏହା ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରରେ ଅବସ୍ଥାନ କରି ପରସ୍ପର ବିରୋଧୀ ମତଗୁଡ଼ିକୁ କେନ୍ଦ୍ରୀଭୁତ କରେ । ସତ୍ୟ, ଜ୍ଞାନ ଏବଂ ଆତ୍ମାର ଅନ୍ଵେଷଣକୁ ସନ୍ତୁଷ୍ଟ କରିବାକୁ ହିଁ ପଡ଼ିବ । ଅଜ୍ଞତା ଯୋଗୁଁ ଆମେ ଜଗତକୁ ଠିକ୍ ଭାବରେ ବୁଝି ନ ପାରି ନିଜକୁ ପ୍ରକୃତରେ ଦୟା ଉପରେ ସମ୍ପୂର୍ଣ୍ଣ ରୂପେ ଛାଡ଼ିଦେଉ । ପ୍ରକୃତି ବିଷୟରେ ଆମର କୌଣସି ଜ୍ଞାନ ନଥାଏ ବା ତାହାର ଶକ୍ତିକୁ ନିୟନ୍ତ୍ରଣ କରିବାପାଇଁ ଆମର କୌଣସି ସାମର୍ଥ୍ୟ ନ ଥାଏ । ଏହିପରି ଅବସ୍ଥାରେ ନିଜର ସ୍ଥୂଳ ଚିନ୍ତାଦ୍ୱାରା ଆମେ ପୃଥିବୀରେ ବିଭିନ୍ନ ପ୍ରକାର ଦେବଦେବୀଙ୍କୁ ନିଜର ଇଚ୍ଛାନୁଯାୟୀ ଆରାଧନା କରୁଁ ଓ ଏପରି ଦେବାଦେବୀଙ୍କୁ ଗଢୁଁ ଯାହାଙ୍କୁ ନିଜର ଇଚ୍ଛାନୁଯାୟୀ ସନ୍ତୁଷ୍ଟ କରିବୁ ବା ନିଜ କାର୍ଯ୍ୟରେ ନିଯୁକ୍ତ କରି ପାରିବୁ l

 

ପ୍ରକୃତିର ବାସ୍ତବତା ବିଷୟରେ ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ବିଜ୍ଞାନ ବିଷୟରେ ମଧ୍ୟ ଆମର ଜ୍ଞାନ ବଢ଼େ । ବିଜ୍ଞାନର ସଫଳତାରେ ଆମେ ନିଜକୁ ଗର୍ବିତ ମନେକରୁ ଏବଂ ପୃଥିବୀରେ ଯାହା ହେଉଛି ବା ହେବ ତାହାକୁ ସୃଷ୍ଟିର କ୍ରମବିକାଶ ବୋଲି ଚିନ୍ତାକରି ସନ୍ତୁଷ୍ଟ ହୋଇଯାଉଁ । ଯେଉଁମାନେ ପ୍ରକୃତି ନିକଟରେ ନିଜକୁ ସଂମ୍ପୂର୍ଣ୍ଣ ରୂପେ ସମର୍ପଣ କରି ଦିଅନ୍ତି ସେମାନେ ଭାବନ୍ତି ଯେ ଯାହା ସତ୍ୟ ତାହା ପ୍ରକୃତିଦତ୍ତ ଏବଂ ଅପରିବର୍ତ୍ତନୀୟ । ସତ୍ୟ ନିକଟରେ ନିଜକୁ ସମର୍ପଣ କରିବାହିଁ ମନୁଷ୍ୟର କର୍ତ୍ତବ୍ୟ ବୋଲି ସେମାନେ ମନେ କରନ୍ତି; କିନ୍ତୁ ବୈଜ୍ଞାନିକ ସତ୍ୟକୁ ସୁବିଧା ଅନୁଯାୟୀ ନିଜ ଅଧୀନରେ ରଖିବାକୁ ଚେଷ୍ଟା କରେ । ପ୍ରକୃତି ନିକଟରେ ନିଜକୁ ସମର୍ପଣ କରିଥିବା ବ୍ୟକ୍ତ ନିଜକୁ ଆୟୁତ୍ତାଧୀନ କଲାବେଳେ ବୈଜ୍ଞାନିକ ତାହା ଉପରେ ନିଜର ଆଧିପତ୍ୟ ବିସ୍ତାର କରେ । ମନୁଷ୍ୟ ଯେତେବେଳେ ପ୍ରକୃତି ସାହାଯ୍ୟରେ ନିଜକୁ ବିଜ୍ଞ ଓ ଆୟତ୍ତାଧୀନ କରେ ସେତେବେଳେ ବୈଜ୍ଞାନିକ ନିଜର ଜ୍ଞନ ସାହାଯ୍ୟରେ ତାର ପାରିପଶ୍ୱିକ ଅବସ୍ଥାକୁ ନିଜ ଅଧୀନରେ ରଖିବାକୁ ଚେଷ୍ଟା କରେ ।

 

ବୈଜ୍ଞାନିକ ଗବେଷଣା ଯଦି ଅବାଧ ଗତିରେ ଅଗ୍ରସର ହୁଏ ତେବେ ପୃଥିବୀରୁ ଯେ କୁସଂସ୍କାର ଲୋପ ପାଇଯିବ ଏବଂ ପ୍ରକୃତିର ରହସ୍ୟ ଉଦ୍‌ଘାଟିତ ହୋଇଯିବ ବା ମନୁଷ୍ୟ ପୃଥିବୀର ଅଧିପତି ହୋଇଯିବ ଏପରି ଧାରଣା ଭ୍ରାନ୍ତିମୂଳକ । ପ୍ରକୃତ ବୈଜ୍ଞାନିକ ଏହି ମତକୁ ପରିତ୍ୟାଗ କରି ନିଜ କାର୍ଯ୍ୟ କ୍ଷେତ୍ରରେ ଅତି ନମ୍ର ଭାବରେ ଅଗ୍ରସର ହୁଏ । ପୃଥିବୀର ଗୁଢ଼ ରହସ୍ୟ ବିଷୟରେ ସେ ସର୍ବଦା ସଚେତନ ଥାଏ । ତା’ ମତରେ ମନୁଷ୍ୟ ଏକ ଅଜ୍ଞ ଜୀବ, ନିଜେ ଜାଣେନା ସେ କେଉଁଠାରୁ ଆସିଛି ଏବଂ କେଉଁଆଡ଼େ ଯିବ । ପ୍ରତ୍ୟେକ ବିଷୟକୁ ଯେ ବୈଜ୍ଞାନିକ ଠିକ୍ ଭାବରେ ବୁଝି ପାରିଛି ସେଥିରେ ସେ ସନ୍ଦେହ କରେ । ସେ ଜ୍ଞାନ ମାର୍ଗରେ ଯେତିକି ଅଗ୍ରସର ହୁଏ ନିଜକୁ ଅଜଣା ରାଜ୍ୟରେ ସେତିକି ହଜାଇ ଦିଏ ।

 

ଅନ୍ଧଂ ତମଃ ପ୍ରବିଶନ୍ତି ଯେ ଅବିଦ୍ୟାମୁପାସତେ ।

ତତୋ ଭୂୟ ଇବ ତେ ତମୋ ଯ ଊ ବିଦ୍ୟାୟାଂ ରତାଃ ॥

 

ବିଜ୍ଞାନ ଜୀବର ସ୍ଥିତି ବିଷୟରେ କୌଣସି ସଠିକ ସିଦ୍ଧାନ୍ତ ଦେଇପାରେ ନାହିଁ । ଜୀବନର ସ୍ଥିତି କାହିଁକି ? ସାଧୁତା କ’ଣ ମନୁଷ୍ୟର ଅନ୍ତର୍ନିହିତ ପ୍ରକୃତି ? ଏ ପ୍ରଶ୍ନର ଉତ୍ତର ସେ ପାଏ ନାହିଁ । ଲଦ୍ୱିଗ୍ ଉଇଟଗନ୍‌ଷ୍ଟାଇନ୍ (Ludwig wittgestein) କହିଛନ୍ତି, “ଯଦି ବା ସବୁପ୍ରଶ୍ନର ଉତ୍ତର ଆମେ ପାଉ ତଥାପି ମୂଳତତ୍ତ୍ୱ ଅଛୁଆଁ ରହିଯାଏ ।” ଜୀବନ ବିଜ୍ଞାନଠାରୁ ବହୁ ଉଚ୍ଚରେ ଅବସ୍ଥିତ ଓ ଏହି ଜୀବନରେ ମାନବର ସନ୍ଧାନପାଇଁ ବହୁ ରାସ୍ତା ରହିଛି ।

 

ଆମେ ପ୍ରମାଣ ଓ ଯୁକ୍ତିରେ ବିଶ୍ଵାସ କରୁ ବୋଲି ରହସ୍ୟକୁ (mystery) ପରିତ୍ୟାଗ କରିହେବ ନାହିଁ । ଏହି ରହସ୍ୟ ପ୍ରତି ଲକ୍ଷ୍ୟରଖି ପ୍ରତିଷ୍ଠିତ ଜ୍ଞାନ ଏବଂ ଧର୍ମର ସତ୍ୟମଧ୍ୟରେ ଦ୍ୱନ୍ଦ ସୃଷ୍ଟି କରି ନିଜକୁ କ୍ଷତିଗ୍ରସ୍ତ କରିବା ଉଚିତ ନୁହେଁ । ଧର୍ମର ସତ୍ୟକୁ ବିଶ୍ଵାସ କରିବାରେ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ନ ମିଳିଲେ ମଧ୍ୟ ଏପରି ବିଶ୍ୱାସର ଯାଥାର୍ଥ୍ୟ ରହିଛି । ଯୁକ୍ତିଦ୍ୱାରା ମନୁଷ୍ୟ ବିଜ୍ଞାନଠାରୁ କ୍ରମେ ଧର୍ମ ଏବଂ ଏହାର ଗୂଢ଼ ରହସ୍ୟ ଆଡ଼କୁ ଅଗ୍ରସର ହୁଏ ।

 

ଜୀବର ବିନାଶ ସୁନିଶ୍ଚିତ । ଏହି ପୃଥିବୀରେ ପ୍ରତ୍ୟେକ ବସ୍ତୁ ନଷ୍ଟ ହୋଇଯାଏ - ଲିଖିତ ଭାଷା, ପଥରରେ ଅଙ୍କିତ କଳା, ଛବି, ଯୋଦ୍ଧାର ବୀରତ୍ୱ ଆଦି ସବୁ କିଛି । ଆମର କାର୍ଯ୍ୟକଳାପ, କୀର୍ତ୍ତି, ରାଜ୍ୟର ଅର୍ଥନୈତିକ ତଥା ରାଜନୈତିକ ଅବସ୍ଥା, ମନୁଷ୍ୟର ବୃହତ୍ତମ ସଭ୍ୟତା ଏବଂ ଇତିହାସ ସବୁ କିଛି ସମୟର ଗର୍ଭରେ ଲୀନ ହୋଇଯାଏ । ସୂର୍ଯ୍ୟର ପରିବର୍ତ୍ତନରେ ପୃଥିବୀ ମଧ୍ୟ ଦିନେ ମନୁଷ୍ୟର ବାସୋପଯୋଗୀ ହୋଇ ରହି ନ ପାରେ । ସମସ୍ତ ପଦାର୍ଥର ଉପାଦାନ ଏହି ପ୍ରକ୍ରିୟାଶୀଳ ପୃଥିବୀ । ତେଣୁ ପ୍ରତ୍ୟେକ ବସ୍ତୁର ସ୍ଥିତିରେ ଅନିତ୍ୟତା ପ୍ରକାଶ ପାଏ । (୧)

 

  1. "As for man, his days are as grass

As a flower of the field, so he flourislieth .

For the wind passeth over it, and it is gone

And the place there of shall know it no more."

Psalm 103 : 15, 16

‘‘Death is the horizon of being’’ Heidegger .

 

ଭାରତୀୟ ଚିନ୍ତାଧାରା ମନୁଷ୍ୟର ଜୀବନକୁ ଜନ୍ମ ଓ ମୃତ୍ୟୁ ମଧ୍ୟରେ ମାପ କରେ । ପୃଥିବୀ ସମୟର ଚକପରି ଜନ୍ମ ଓ ମୃତ୍ୟୁ ମଧ୍ୟରେ ପ୍ରଦକ୍ଷିଣ କରେ । ତେବେ ଏ ସର୍ବଗ୍ରାସୀ ସମୟ ବା ଏ ସଂସାର କ’ଣ ସବୁ, ନା ଏହା ବ୍ୟତୀତ ଆଉ କିଛି ଅଛି ? ଘଟଣାବହୁଳ ପୃଥିବୀ କ’ଣ ସ୍ୱ-ରକ୍ଷିତ ଏବଂ ସ୍ୱ - ପ୍ରତିଷ୍ଠିତ କିମ୍ବା ପୃଥିବୀକୁ ଏକାଠି ଧରି ରଖିବାରେ ଅନ୍ୟ କୌଣସି ଶକ୍ତି କାର୍ଯ୍ୟ କରେ ?

 

ଏ ସବୁ ପ୍ରଶ୍ନର ଉତ୍ତର ଦେବାପୂର୍ବରୁ ଆମକୁ କ୍ରିୟାଶୀଳ ପୃଥିବୀର ସ୍ଵରୂପକୁ ବୁଝିବାକୁ ହେବ । ସବୁଠାରୁ ସ୍ପଷ୍ଟ ବିଷୟ ହେଉଛି ଏହାର ଶୃଙ୍ଖଳିତ ଓ ସୁପରିଚାଳିତ ବ୍ୟବହାର । ମନୁଷ୍ୟ – ସମ୍ମୁଖରେ ଏହି କ୍ରିୟାଶୀଳ ବିଶ୍ଵବ୍ରହ୍ମାଣ୍ଡ ଅବୋଧ୍ୟ ନୁହେଁ । ଏହାର ସୁପରିଚାଳନା ନିମିତ୍ତ କେତେକ ସ୍ଥିରୀକୃତ ନିୟମ ରହିଛି । ବିଶ୍ଵର ଏ ନିୟମ ଓ ଅଭିଜ୍ଞତାରୁ ଶିକ୍ଷା କରିବାପାଇଁ ଆମର ବହୁତ କିଛି ବିଷୟ ରହିଛି । ଏହି ନିର୍ଭରଯୋଗ୍ୟ ଜ୍ଞାନର ଆହରଣଦ୍ୱାରା ଜୀବନର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆମେ ନିଜର ଭବିଷ୍ୟତ ଗଢ଼ୁ । ପ୍ରକୃତି ଶୃଙ୍ଖଳିତ ଏବଂ ଅବାଧଗତିଶୀଳ । ତେଣୁ ଯେଉଁ ନିୟମ ଗୁଡ଼ିକଦ୍ୱାରା ସେ ନିଜେ ପରିଚାଳିତ ହୁଏ, ସେସବୁ ଆମ୍ଭମାନଙ୍କର ବୋଧଗମ୍ୟ ହୋଇପାରେ । ଯଦି ବିଶ୍ୱପରିଚାଳନା ନିୟମରହିତ ହୁଏ, ସୂର୍ଯ୍ୟୋଦୟରେ ବିଳମ୍ବ ଘଟେ ଏବଂ ଅଙ୍କୁରୋଦ୍‌ଗମ ଇତସ୍ତତଃ ଭାବରେ ହୁଏ, ତେବେ ଜଗତର ସ୍ଥିତି ଅସମ୍ଭବ ହୋଇପଡ଼ିବ ଏବଂ ମନୁଷ୍ୟର ଜୀବନ ଦୁଃସ୍ଵପ୍ନ ହୋଇଯିବ । ଜଗତକୁ ଚେତନାହୀନ ମନେ କରିବା ଭ୍ରାନ୍ତିମୂଳକ । ତାହାର ଗତି ଏବଂ କାର୍ଯ୍ୟକଳାପପାଇଁ ଧରାବନ୍ଧା ନିୟମ ରହିଛି । ନ୍ୟୁଟନ୍ ଏବଂ କ୍ୟାଣ୍ଟ୍‌ ପ୍ରଭୃତି ମନୀଷୀମାନେ ଶୃଙ୍ଖଳାବଦ୍ଧ ବିଶ୍ୱର ମହତ୍ତ୍ୱ ଦେଖି ଚମତ୍କୃତ ହୋଇପଡ଼ିଛନ୍ତି ।

 

ପ୍ରାକୃତିକ ଦୁର୍ଘଟଣାଦ୍ୱାରା ମନୁଷ୍ୟ ଅତି ଦୁର୍ଦ୍ଦଶା ଭୋଗ କରେ । ବିଶ୍ୱର ନିୟମ କାର୍ଯ୍ୟକାରୀ ହେଲାବେଳେ ଏହିପରି ବିପର୍ଯ୍ୟୟ ଦେଖାଯାଏ । ଏହା ପ୍ରାକୃତିକ ନିୟମର ବ୍ୟତିକ୍ରମ ନୁହେଁ । ତାହାକୁ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରେ ନାହିଁ । ଏହା ଯଦି ପ୍ରାକୃତିକ ନିୟମର ବ୍ୟତିକ୍ରମ ହୋଇଥାଆନ୍ତା, ତେବେ ମନୁଷ୍ୟର ଜ୍ଞାନ ଏବଂ ବ୍ୟବହାର ନିରର୍ଥକ ହୋଇ ପଡ଼ନ୍ତା । ପ୍ରକୃତି ଏକ ନିୟମାବଦ୍ଧ ଛନ୍ଦ ଓ ତାଳରେ ଗତି କରୁଥିବାରୁ ମନୁଷ୍ୟ - ଜୀବନ ଏ ଜଗତରେ ସମ୍ଭବପର ହୋଇପାରିଛି ।

 

ବିଶ୍ଵ ଯେ କେବଳ ଶୃଙ୍ଖଳାବଦ୍ଧ, ତାହା ନୁହେଁ; ଏହାର ଗୋଟିଏ ସୁନ୍ଦର ଭବିଷ୍ୟତ ମଧ୍ୟ ରହିଛି । ଭବିଷ୍ୟତକୁ ଲକ୍ଷ୍ୟ ରଖି ସେ ଅଗ୍ରସର ହୁଏ ଏବଂ ନିଜକୁ ଆହୁରି ଶୃଙ୍ଖଳାବଦ୍ଧ କରେ । ଏହି ପ୍ରକ୍ରିୟାଶୀଳ ବିଶ୍ୱରେ ସ୍ତର ସ୍ତରଭାବରେ ବିଭିନ୍ନ ଶ୍ରେଣୀଭୁକ୍ତ ଜୀବର ଉତ୍ପତ୍ତିକୁ ଆମେ ଲକ୍ଷ୍ୟ କରୁ । ପ୍ରତ୍ୟେକ ଜୀବ ନିଜର ଶ୍ରେଣୀଭୁକ୍ତ ହୋଇ ନିଜପାଇଁ ସ୍ଥିରୀକୃତ ନିୟମ ମାନି ଚଳେ । ନିଜପରେ ଉତ୍ପନ୍ନ ହୋଇଥିବା ଶ୍ରେଣୀପ୍ରତି ଲକ୍ଷ୍ୟ ରଖି ସେ ଅଗ୍ରସର ହୁଏ । ତୈତ୍ତିରୀୟ ଉପନିଷଦ୍‌ରେ ବିଶ୍ୱ ପାଞ୍ଚ ସ୍ତରବଶିଷ୍ଟ ବୋଲି ବର୍ଣ୍ଣନା ଅଛି; ଯଥା-ଅନ୍ନ, ପ୍ରାଣ, ମନ, ବିଜ୍ଞାନ ଏବଂ ଆନନ୍ଦ । (୧) ପ୍ରତ୍ୟେକ ସ୍ତର ନିଜ ନିଜ ଗୁଣରେ ସ୍ଵତନ୍ତ୍ର ଏବଂ ଭିନ୍ନ ଭିନ୍ନ ନିୟମଦ୍ୱାରା ପରିଚାଳିତ ହୁଏ । ଉଚ୍ଚସ୍ତରରେ ଥିବା ନିୟମଗୁଡ଼ିକ ନିମ୍ନସ୍ତରର ନିୟମମାନଙ୍କୁ ସ୍ଥାନଚ୍ୟୂତ ନ କରି ନିଜ ଉତ୍କୃଷ୍ଟ ଗୁଣର ସଂସ୍ପର୍ଶରେ ସେମାନଙ୍କର ନିକୃଷ୍ଣ ଗୁଣକୁ ପ୍ରଭାବିତ କରନ୍ତି । ହିଗେଲ୍‌ଙ୍କ ଆଦର୍ଶବାଦ ଓ ମାର୍କ୍‌ସଙ୍କର ଜଡ଼ବାଦ ମଧ୍ୟ ଏହି ଅଗ୍ରଗାମୀ ଲକ୍ଷଣକୁ ସ୍ୱୀକାର କରେ ।

 

1. Lloyd Morgan suggests the following steps atom, molecule, colloidal unit cell, multicellular organism and society of organism.

 

ଇତିହାସ ଯେ କେବଳ ପୁନରାବୃତ୍ତି କରେ ତାହା ନୁହେଁ; ଅଗ୍ରଗତି ମଧ୍ୟ କରେ । ଉପନିଷଦ୍‌ର ବର୍ଣ୍ଣନା ଅନୁସାରେ ବିଶ୍ଵର ଲକ୍ଷ୍ୟ ହେଉଛି ଜୀବ ଉତ୍ପତ୍ତି କରିବା । ଜୀବର ମନ ଓ ବିଜ୍ଞାନ ମିଶି ପରମ ଆନନ୍ଦ ସୃଷ୍ଟି କରେ । ଯେତେବେଳେ ବ୍ରହ୍ମଲୋକ (Kingdom of spirit) ପ୍ରତିଷ୍ଠିତ ହୁଏ, ସେତେବେଳେ ଆମର ପ୍ରକ୍ରିୟାଶୀଳ ବିଶ୍ୱ ପୂର୍ଣ୍ଣତା ପ୍ରାପ୍ତ କରି ଜୟଯୁକ୍ତ ହୁଏ । ଏହି ବ୍ରହ୍ମଲୋକ ବା ଈଶ୍ୱରଙ୍କ ସାମ୍ରାଜ୍ୟରେ ବୃଦ୍ଧ ଜରାଥୁଷ୍ଟ୍ର, ସକ୍ରେଟୀସ୍ ଓ ଯୀଶୁ ହେଉଛନ୍ତି ’ଦେବ ପୁରୁଷ, (God men) ଯେଉଁମାନେ ମନୁଷ୍ୟଜାତିକୁ ଦୁଃଖ - କଷ୍ଟରୁ ଉଦ୍ଧାର କରି ଜଗତରେ ଶାନ୍ତିବାଣୀ ପ୍ରଚାର କରନ୍ତି ।

 

ପୃଥିବୀ ନିଜକୁ ବ୍ରହ୍ମଲୋକରେ ପରିଣତ କରିବାପାଇଁ ଚେଷ୍ଟା କରୁଛି ବୋଲି ଖ୍ରୀଷ୍ଟଧର୍ମର ସିଦ୍ଧାନ୍ତରେ ବର୍ଣ୍ଣନା ଅଛି । ମନୁଷ୍ୟର ପୂର୍ଣ୍ଣତା ପ୍ରାପ୍ତି ନିମିତ୍ତ ଏହି ପୃଥିବୀ ହେଉଛି ପ୍ରକୃତ ଶିକ୍ଷାକ୍ଷେତ୍ର । ହେବର୍ଟ୍‌ ସ୍ପେନ୍‌ସର (Herbert Spencor) ମଧ୍ୟ ଐଶ୍ଚରିକ ଶକ୍ତି ବିଷୟରେ ଲେଖିଛନ୍ତି, “ଏକମାତ୍ର ଉନ୍ନତିର ପଥ ହେଉଛି ଆଦର୍ଶ ମନୁଷ୍ୟ ହେବା । ମନୁଷ୍ୟର ମୃତ୍ୟୁ ଯେପରି ନିଶ୍ଚିତ, ଏହି ନିଷ୍ପତ୍ତି ସେହିପରି ଦୃଢ଼ ଏବଂ ନିଶ୍ଚିତ । ମନୁଷ୍ୟର ଅଗ୍ରଗତି ଆକସ୍ମିକ ନୁହେଁ, ଏହା ଅତି ପ୍ରୟୋଜନୀୟ । ତାହାର ସମସ୍ତ ମନ୍ଦତା ଏବଂ ଅସାଧୁତା ଦୂର ହେବା ଉଚିତ । ଏହା ସୁନିଶ୍ଚିତ ଯେ ମନୁଷ୍ୟ ଦିନେ ପୂର୍ଣ୍ଣତା ଲାଭ କରିବ ।” ସାମୁଏଲ୍ ଆଲେକ୍‌ଜାଣ୍ଡର୍ କହନ୍ତି ଯେ ସମୟରୁ ବିଶ୍ଵର ଉତ୍ପତ୍ତି ହୋଇଛି । ସମୟ ନିଜର ପ୍ରୟୋଜନ ଅନୁସାରେ ବିଚାରକୁ ଉନ୍ନତ କରିଛି ଏବଂ ତାହା ସହିତ ମନୁଷ୍ୟ - ସମାଜର ଏବଂ ଦେବ ପୁରୁଷମାନଙ୍କର ମଧ୍ୟ ଉନ୍ନତି ହୋଇଛି । ହ୍ୱାଇଟ୍‌ ହେଡ଼ (white head) ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ, ଐକ୍ୟର ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ବିଶ୍ଵର ଉଦ୍ଦେଶ୍ୟ ହେଉଛି କ୍ଷଣସ୍ଥାୟୀ ସଂସାରରେ ମନୁଷ୍ୟର ମୂଲ୍ୟବୋଧ କରିବାର ଶକ୍ତି ।

 

ସ୍ଥିତିର ଉଦ୍ଦେଶ୍ୟ କ’ଣ ? ବିଶ୍ୱରେ କାହିଁକି କିଛି ତିଷ୍ଠି ରହିଛି ? ଯଦି ସବୁ କିଛି ଉଭେଇଯାଏ, ତେବେ ସବୁଆଡ଼େ ଶୂନ୍ୟ ଘେରି ଯିବ । ଏହି ଶୂନ୍ୟତା ଯଦି ସ୍ଥିତିର ସୂଚନା ନ ଦିଏ, ତେବେ ବିଶ୍ୱରେ କିଛି ତିଷ୍ଠି ପାରିବ ନାହିଁ । ପୃଥିବୀର ପ୍ରତ୍ୟେକ ସ୍ଥିତିରେ ପୂର୍ଣ୍ଣତା ନାହିଁ ଅର୍ଥାତ୍ ପ୍ରତ୍ୟେକ ସ୍ଥିତି ଅସ୍ଥାୟୀ ଅଟେ । ଯାହା ଅସ୍ଥାୟୀ ବା ଅପୂର୍ଣ୍ଣ, ତାହା ସ୍ଥାୟୀ ବା ପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ଚିରସ୍ଥାୟୀ ହୋଇପାରିବ ନାହିଁ । ଉପନିଷଦରୁ ଆମ୍ଭେମାନେ ଅପୂର୍ଣ୍ଣ ସ୍ଥିତିରୁ ପୂର୍ଣ୍ଣତା ନିକଟକୁ ଅର୍ଥାତ୍‌ ପରମାତ୍ମା ବା ‘ସତ୍‌’ ନିକଟକୁ ଅଗ୍ରସର ହେବାର ଶିକ୍ଷା ଲାଭ କରିଛୁ । ଏହି ସତ୍ ଚତୁର୍ଦ୍ଦିଗ ପରିବ୍ୟାପ୍ତ । ଏହି ପରିବ୍ୟାପ୍ତିର କେନ୍ଦ୍ର ଅତି କ୍ଷୁଦ୍ରରୁ କ୍ଷୁଦ୍ରତମ ଅଣୁମଧ୍ୟରେ ମଧ୍ୟ ପରିଦୃଷ୍ଟ ହୁଏ । ଏହାର ପରିଧି ଏତେ ବିସ୍ତୃତ ଯେ ଅଦୃଶ୍ୟପ୍ରାୟ ପ୍ରତୀତ ହୁଏ । ବିଶ୍ୱସ୍ଥିତିର ଅର୍ଥ ହେଉଛି ସତ୍‌ର ସର୍ବଶ୍ରେଷ୍ଠତ୍ୱ ‘ହେଉଛି ’ ଶବ୍ଦରୁ ଏହା ସ୍ପଷ୍ଟି ଯେ ଏହାର ଆରମ୍ଭ ଅଛି । ‘ଆରମ୍ଭ’ ଶବ୍ଦର ଅର୍ଥରୁ ଅନୁମାନ କରାଯାଏ ଯେ ଏହାର ସୃଷ୍ଟି ହୋଇ ନାହିଁ, କିନ୍ତୁ ମୂଳଧାତୁ ରହିଛି । ତେଣୁ ବିଶ୍ୱର ସ୍ଥିତି ଶୂନ୍ୟରୁ ହୋଇନାହିଁ । ଯାହାର ‘ଆରମ୍ଭ’ ରହିଛି, ତାହାର ମୂଳ ନିଶ୍ଚୟ ଅଛି ଓ ବିଶ୍ୱସ୍ଥିତିର ମୂଳ ହେଉଛି ‘ପରମାତ୍ମା’ (ସତ) । ସେ ବିଶ୍ୱର ସ୍ଥିତିକୁ ଅସ୍ୱୀକାର କରନ୍ତି ନାହିଁ ବୋଲି ଦୃଢ଼ ଭାବରେ ସୂଚାଇ ଦିଅନ୍ତି । ସେ ସମ୍ପୂର୍ଣ୍ଣ ଏବଂ ସର୍ବଦା ଆତ୍ମାରେ ବ୍ୟାପ୍ତ ଥାଆନ୍ତି । ସେ ସର୍ବଶ୍ରେଷ୍ଠ ପୁରୁଷ । ସ୍ଥିତ ବା ଅସ୍ଥିତି ମଧ୍ୟରେ ତାଙ୍କୁ ବାନ୍ଧି ରଖିହେବ ନାହିଁ । ତାଙ୍କର ବାସ୍ତବତା ବିଶ୍ଵଜନୀନ । ମୋଜେସ୍ ଯେତେବେଳେ ଈଶ୍ନରଙ୍କୁ ପଚାରିଲେ, ‘‘ଲୋକମାନେ ଯଦି ମତେ ତୁମର ନାମ ପଚାରନ୍ତି, ମୁଁ ତାହାର କି ଉତ୍ତର ଦେବି ?” ଈଶ୍ଵର କହିଲେ, ‘‘ସେମାନଙ୍କୁ କହିବ, ମୁଁ ଯିଏ ସିଏ ।”

 

ଅସତ୍ (Non being) ର ଅନୁପସ୍ଥିତିରେ ସତ୍‌ଅବୋଧ୍ୟ ହୋଇପଡ଼ିବ ବା ପ୍ରକାଶ ଲାଭ କରିପାରିବ ନାହିଁ । ଅସତ୍ ବ୍ୟତୀତ ସତ୍‌ (Being) କେବଳ ଆତ୍ମାରେ ହିଁ ପରିଚୟ ଲାଭ କରିବ । ତାହା ପ୍ରକୃତ ପ୍ରକାଶ ଲାଭ କରିପାରିବ ନାହିଁ ବା ନିଜକୁ ଅଭିବ୍ୟକ୍ତ କରିପାରିବ ନାହିଁ । ଅସତ୍‌ର ସାହାଯ୍ୟରେ ସତ୍ ନିଜକୁ କାର୍ଯ୍ୟକ୍ଷମ କରି ନିଜର ଗତିହୀନ ଆତ୍ମିକ ପରିଚୟରୁ ମୁକ୍ତିଲାଭ କରି ଗତିଶୀଳ ହୋଇପଡ଼େ । ଅସତ୍: ସେ ନିଜକୁ ବ୍ୟକ୍ତ କରେ । ଅସତ୍‌ର ସାହାଯ୍ୟରେ ହିଁ ଈଶ୍ଵର ନିଜକୁ ଶକ୍ତିଶାଳୀ ବୋଲି ପରିଚୟ ଦିଅନ୍ତି । ସତ୍‌ର ଭିତ୍ତି ଏବଂ ଅସତ୍‌ର ନିୟମ ଉପରେ ନିର୍ଭର କରି ଈଶ୍ୱରଙ୍କର ପ୍ରକାଶ ହୁଏ । ଆମେ ସ୍ଥିତିରେ ବିଶ୍ଵାସ କରିବାର ଅର୍ଥ ନିଜକୁ ସତ୍‌ରେ ଲୀନ କରିବା ନୁହେଁ । ଏହାଦ୍ୱାରା ଆମେ ସତ୍‌ସହିତ ନିଜକୁ କେବଳ ପରିଚିତ କରୁ ।

 

ସତ୍‌ପବିତ୍ର ଏବଂ ଆତ୍ମବିଷୟକ । ତାହା ଅସତ୍‌ଠାରୁ ପ୍ରେରଣା ପାଇ ଶକ୍ତିଶାଳୀ ହୁଏ । ଅସତ୍‌ର ସାହାଯ୍ୟରେ ସତ୍‌ନିଜ ଈଶ୍ୱରରୂପେ ପ୍ରକାଶ କରେ । ସତ୍ ହେଉଛି ସର୍ବୋଚ୍ଚ ଆତ୍ମା । ସେ ଈଶ୍ୱର ଏବଂ ଅସତ୍‌ବିଷୟରେ ସର୍ବଦା ସଚେତନ । ସେ ପ୍ରକୃତି ଏବଂ ମାୟାକୁ ନିଜର ଅଧୀନରେ ରଖେ । ସେ ଆତ୍ମା ଏବଂ ଅନାତ୍ମା ସବୁ କିଛି । ସେ ମଧ୍ୟ ଜୀବର ଈଶ୍ଵର ଏବଂ ବସ୍ତୁର ଜୀବନଦାତା-। ଶଙ୍କର କହିଛନ୍ତି, ‘‘ପ୍ରତ୍ୟେକ ବସ୍ତୁ ସତ୍‌ ଓ ଅସତ୍‌ର ପ୍ରକୃତି ନେଇ ଗଠିତ” (ସଦ୍‌ଅସଦ୍‌ତ୍ମକ) । (Boehme) କହିଛନ୍ତି ‘‘ପ୍ରତ୍ୟେକ ପଦାର୍ଥ ‘ହିଁ’ ବା ‘ନାହିଁ’ର ମୂଳତତ୍ତ୍ୱକୁ ନେଇ ଗଠିତ ।” କ୍ରିୟାଶୀଳ ବିଶ୍ୱରେ ଅସତ୍ ଅବିରତ ଭାବରେ ସତ୍‌ଦ୍ୱାରା ପରାଜୟ ସ୍ଵୀକାର କରେ । ଅସତ୍‌ସତ୍‌ମଧ୍ୟରେ ଜଡ଼ିତ ହୋଇ ରହିଥାଏ । ବିଶ୍ଵରେ ସତ୍ ନିଜକୁ ଦୃଢ଼ୀଭୂତ କରି ଅସତ୍‌କୁ ଜୟ କରେ ।

 

ସତ୍‌ଯାହାକୁ ଅସ୍ୱୀକାର କରେ ଅସତ୍ ତାହା ଉପରେ ନିର୍ଭର କରେ । ‘‘ଅସତ୍‌” ଶବ୍ଦର ଅର୍ଥରୁ ଜଣାପଡ଼େ ଯେ ସତ୍‌ଏହାର ପୂର୍ବରୁ ହିଁ ବିଦ୍ୟମାନ । ସତ୍ ନ ଥିଲେ ଅସତ୍‌ର ସ୍ଥିତି ନାହିଁ । ଈଶ୍ଵରଙ୍କର ସଂକଳ୍ପ ହିଁ ପ୍ରଥମ, ତା’ପରେ ଅନ୍ୟମାନଙ୍କର ସ୍ଥିତି ସମ୍ଭବ ହୁଏ । ସତ୍ ନିଜକୁ ଆକର୍ଷଣ କରେ ଓ ଅସତ୍‌ର ନିରୁଦ୍ଧାଚରଣ କରେ । ସତ୍‌ ଓ ଅସତ୍ ପରସ୍ପର ସଂଶ୍ଳିଷ୍ଟ । ଏକ ଅନ୍ୟ ବ୍ୟତୀତ ରହି ପାରିବ ନାହିଁ । ଈଶ୍ଵର ସର୍ବଶକ୍ତିମାନ୍ ଯେହେତୁ ସେ ଅସତ୍‌ର ବାଧା ଅତିକ୍ରମ କରି ତାହାକୁ ଜୟ କରନ୍ତି । ସେ ଅସତ୍‌ବିରୁଦ୍ଧରେ ନିଜକୁ ଦୃଢ଼ ଭାବରେ ଳିଯୁକ୍ତ କରନ୍ତି । ହିଗେଲ ବର୍ଣ୍ଣନା କରିଛନ୍ତି ଯେ ଅସ୍ଵୀକାର (negation) ଏକ ଶକ୍ତି ଯାହା ପୂର୍ଣ୍ଣତାକୁ ସ୍ଥିତି ଆଡ଼କୁ ନେଇଯାଏ ଏବଂ ପୁନର୍ବାର ସ୍ଥିତିକୁ ପୂର୍ଣ୍ଣତା ନିକଟକୁ ଘେନି ଆସେ । ଏହାଦ୍ୱାରା କ୍ରିୟାର ସମନ୍ୱୟ ପ୍ରକାଶ ପାଏ ଏବଂ ଚେତନା ଶକ୍ତିର ଉଦ୍ଭାବନ ହୁଏ ।

 

ଏହି ବିଶ୍ୱର ସ୍ଥିତି ଏବଂ ଚରିତ୍ର ଆମ ନିକଟରେ ଅଜଣା ନୁହେ; କିନ୍ତୁ ପ୍ରଶ୍ନ ଉଠେ, ଆମେ ବିଶ୍ଵକୁ ଯେପରି ଦେଖଛୁ ସେପରି ନ ହୋଇ ତାହା ଅନ୍ୟ କିଛି ରୂପ କାହିଁକି ଧାରଣ କରି ନାହିଁ ? ଏ ବିଶ୍ୱ ବ୍ୟତୀତ ଅନ୍ୟପ୍ରକାର ବିଶ୍ୱ କାହିଁକି ସୃଷ୍ଟି ନ ହେଲା ? ଯଦି ଏ ବିଶ୍ୱର ଜୈବିକ ପ୍ରକୃତ ସତ୍ ଓ ଚିତ୍ରର ଆଲୋକରେ ଗଠିତ ତେବେ ନିଜେ ପରମାତ୍ମା ବଶ୍ୱର ପ୍ରକୃତିରେ ବାନ୍ଧି ହୋଇ ଯିବେ ଏବଂ ତାଙ୍କର ଇଚ୍ଛା ମୁକ୍ତି ଲାଭ କରି ପାରିବ ନାହିଁ । ତାଙ୍କର ଇଚ୍ଛା ମୁକ୍ତ ଅର୍ଥାତ ବିଶ୍ୱର ପରିବର୍ତ୍ତନରେ ତାଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ । ସେ ସମ୍ପୂର୍ଣ୍ଣ ମୁକ୍ତ, କାରଣ ସେ ନିଜେ ନିଜଠାରୁ ହିଁ ପ୍ରକାଶିତ । ତାଙ୍କର ଆନନ୍ଦରୁ ହିଁ ବିଶ୍ୱ ପ୍ରକାଶ ଲାଭ କରିଛି ।

 

କୌଣସି ଆକସ୍ମିକ ଘଟଣା ବା ଦୈବୀ ଦୁର୍ଘଟଣାଦ୍ୱାରା ବିଶ୍ୱର ସୃଷ୍ଟି ହୋଇ ନାହିଁ । ଏ ବିଶ୍ଵର ସୃଷ୍ଟିକୁ ଯୁକ୍ତିଦ୍ୱାରା ପ୍ରମାଣ କରାଯାଇ ନ ପାରେ କିମ୍ବା ଏହା ପରମାତ୍ମାଙ୍କର ଆନନ୍ଦ ବା ସ୍ଵାଧୀନତାର ଗୁଢ ରହସ୍ୟ ହୋଇପାରେ । ଆରିଷ୍ଟଟଲ୍‌କହିଛନ୍ତି ଈଶ୍ଵରଙ୍କ ଇଚ୍ଛା ବ୍ୟତୀତ ବିଶ୍ଵର ଗତି ଅସମ୍ଭବ । ଈଶ୍ଵର ହିଁ ବିଶ୍ଵକୁ ଗତିଶୀଳ କରିଛନ୍ତି, କିନ୍ତୁ ସେ ନିଜେ ଗତିହୀନ । ବିଶ୍ୱର ପରବର୍ତ୍ତନରେ ସେ ପରିବର୍ତ୍ତିତ ହୁଅନ୍ତି ନାହିଁ । ସୃଷ୍ଟି ଈଶ୍ୱରଙ୍କର ଜୀବନ ଅଟେ ।

 

ପରମାତ୍ମା ସମସ୍ତ ଦ୍ୱୈତବାଦକୁ ଅତିକ୍ରମ କରି ଯାଆନ୍ତି । ବିଶ୍ଵର କୌଣସି ବସ୍ତୁ ପରମାତ୍ମାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ମିଶି ଯାଇ ପାରିବ ନାହିଁ, ବିଶ୍ୱର ପ୍ରତିକ୍ରିୟାରେ ଈଶ୍ଵରଙ୍କର କୌଣସି ପରିବର୍ତ୍ତନ ବା କ୍ଷତି ହୁଏ ନାହିଁ । ଯେତେବେଳେ ବିଶ୍ଵ ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚେ ସେତେବେଳେ ସେ ପରମାତ୍ମାଙ୍କର ସମୟାତୀତ ମହାଶୂନ୍ୟ ଜୀବନରେ ପ୍ରବେଶ କରେ । ହିଗେଲ୍ ବିଶ୍ୱ ସହିତ ପରମାତ୍ମାଙ୍କୁ ସମ୍ପୂର୍ଣ୍ଣରୂପେ ଅଭିନ୍ନ ବୋଲି ବର୍ଣ୍ଣନା କରିଛନ୍ତି; କିନ୍ତୁ ଏହାଦ୍ୱାରା ପରମାତ୍ମାଙ୍କୁ ତାଙ୍କର ସମ୍ପୂର୍ଣ୍ଣତା ମଧ୍ୟରୁ ବିଚ୍ଛିନ୍ୱ କରି ଦେଲାପରି ମନେ ହେଉଛି ଏବଂ ତାଙ୍କର ଅସୀମତାକୁ ସସୀମର ରୂପ ଦେଲାପରି ଜଣା ପଡ଼ୁଛି ।

 

ବିଶ୍ୱ ଶୃଙ୍ଖଳାବଦ୍ଧ ଏବଂ ପ୍ରତ୍ୟେକ ଶୃଙ୍ଖଳା ଏବଂ ନିୟମ ମନର ଭାବକୁ ପ୍ରକାଶ କରେ, ତେଣୁ ବିଶ୍ୱ ସେହି ସର୍ବୋଚ୍ଚ ମନର ଅଭିବ୍ୟକ୍ତ । ଆମର କାର୍ଯ୍ୟକଳାପକୁ ଭାଗ୍ୟ ଉପରେ ଛାଡ଼ି ଦେଇ ହେବ ନାହିଁ, କାରଣ ଏହା ଏକ ସୁପରିଚାଳିତ ଶୃଙ୍ଖଳାବଦ୍ଧ ମନରୁ ପ୍ରକାଶ ପାଏ । (୧) ମନୁଷ୍ୟର ଜୀବନ ଜଡ଼ ପୃଥବୀକୁ କିପରି ଗ୍ରହଣ କଲ ବା ତାର ମନ କିପରି ଜୀବ ଜଗତରେ ପ୍ରବେଶ କଲା କହିବା କଠିନ । ଯଦି ଆମର ଅଭିଜ୍ଞତା କେବଳ ଇନ୍ଦିୟ ଉପରେ ନିର୍ଭର କରେ ତେବେ ପ୍ରକୃତ ଜ୍ଞାନଲାଭ ହେବ କେଉଁଠାରୁ ?

 

1. The French Physiologist Geley said : ‘‘Does not this whole conglomeration of facts, brought to our attention by different scientists, give proof of the extraordinary, amazing . incomprehensible, I would say, miraculous intelligence of life."

 

ଯଦି କ୍ରିୟାଶୀଳ ବିଶ୍ଵ ବିଶୃଙ୍ଖଳାରେ ପୂର୍ଣ୍ଣ ହୋଇ ସ୍ଥାଣୁ ହୋଇଯାଏ ବା ନିଜକୁ ସୁ - ପରିଚାଳିତ କରି ନ ପାରେ ତେବେ ତାହା କେବଳ ଏକ ଜଡ଼ ବସ୍ତୁର ରୂପ ଧାରଣ କରିବ ଏବଂ ତାର କାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ପାରିବ ନାହିଁ । ଐଶ୍ୱରିକ ଜ୍ଞାନଦ୍ୱାରା ପରମାତ୍ମା ଏବଂ ବିଶ୍ୱ ମଧ୍ୟରେ ଯୋଗପୁତ୍ର ସ୍ଥାପିତ ହୁଏ । ବିଶ୍ୱର ଶୃଙ୍ଖଳା ଏବଂ ଅଗ୍ରଗତି ଇଶ୍ୱରଙ୍କର କାର୍ଯ୍ୟକଳାପ ପରି ମନେ ହୁଏ । ଇତିହାସ ଏବଂ ପ୍ରକୃତିର ସମସ୍ତ କାର୍ଯ୍ୟ ଆତ୍ମଶକ୍ତିଦ୍ୱାରା, ଦୁରଦ୍ରଷ୍ଟାମାନଙ୍କର ଅନ୍ତର୍ଦୃଷ୍ଟି, ବିଜ୍ଞ ବ୍ୟକ୍ତିମାନଙ୍କର ଜ୍ଞାନ, କଳାବିତ୍‌ର ପ୍ରତିଭା ଏବଂ କାରିଗରର ଦକ୍ଷତାଦ୍ୱାରା ଆରମ୍ଭ ହୁଏ । ଭଗବଦ୍ ଗୀତାରେ ବର୍ଣ୍ଣନା ଅଛି, ଯଶ, ଲାବଣ୍ୟ ଓ ତେଜଦ୍ୱାରା ମଣ୍ଡିତ “ଯାହା କିଛି ଦୃଷ୍ଟିଗୋଚର ସେ ସମସ୍ତ ମୋର (ଈଶ୍ୱରଙ୍କର) ଦୀପ୍ତି ର ଅଂଶ ବୋଲି ମନେ କରିବ ।’’ (୨)

 

2. X, 41

 

ଯେଉଁମାନେ ଈଶ୍ଵରଙ୍କର ରାଜତ୍ୱକୁ ଥିବିରେ ପ୍ରତିଷ୍ଟା କରିବାକୁ ଇଚ୍ଛା କରନ୍ତି ସେମାନେ ଈଶ୍ଵରଙ୍କର ଆଶୀର୍ବାଦ ଲାଭ କରନ୍ତି । ତାଙ୍କଦ୍ୱାରା ବିଶ୍ୱର ସ୍ଥିତି ସମ୍ଭବପର ହୋଇଥିବାରୁ ସେ ହେଉଛନ୍ତି ସତ୍‌(Being); ଚିତ୍‌(Consciousness) ହେଉଛି ତାଙ୍କର ଚରିତ୍ର ଯାହା ବିଶ୍ୱକୁ ଶୃଙ୍ଖଳାବଦ୍ଧ କରିଅଛି ଏବଂ ସେ ହେଉଛନ୍ତି ଆନନ୍ଦ ସ୍ଵରୂପ freedom of joy । ଧର୍ମିକ ଦୃଷ୍ଟି କୋଣରୁ ପୃଥିବୀରେ ଘଟୁଥିବା ମନ୍ଦ ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଗୁଡ଼ିକ କେତେ ଦୂର ସଙ୍ଗତ ଏହା ଚିନ୍ତାଶୀଳ ବ୍ୟକ୍ତିମାନଙ୍କପାଇଁ ଏକ ଜଟିଳ ପ୍ରଶ୍ନ । ପ୍ରତ୍ୟେକ କାର୍ଯ୍ୟରେ ତ୍ରୁଟି ରହିଯାଏ । ଯଦି କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ନ ହୁଏ; ତେବେ ଈଶ୍ୱରଙ୍କ ସୃଷ୍ଟିଠାରୁ ମନୁଷ୍ୟର ସୃଷ୍ଟିକୁ ଭିନ୍ନ କରିହେବ ନାହିଁ । ତ୍ରୁଟି ଏ ବିଶ୍ଵର ଏକ ଅବସ୍ଥା ମାତ୍ର । ଐଶ୍ୱରିକ ରାଜତ୍ୱଦ୍ୱାରା ଯେ ବିଶ୍ଵରେ ଆମେ ସୁଖପୂର୍ବକ ବସବାସ କରିବା ଏପରି ଭାବିବା କଷ୍ଟକର । ଯଦି ମନୁଷ୍ୟ - ଜୀବନର ଲକ୍ଷ୍ୟ ହୁଏ ନିଜ ଆତ୍ମାର ମଙ୍ଗଳସାଧନ, ଯେଉଁଥିପାଇଁ କି ସେ ସର୍ବଦା ଦୁଃଖକଷ୍ଟ ଓ କ୍ଷତି ସହ୍ୟ କରେ ଏବଂ ପ୍ରତ୍ୟେକ ଅନିଶ୍ଚିତତା ତଥା ସନ୍ଦେହ ବିରୁଦ୍ଧରେ ସଂଗ୍ରାମ କରି ଜୟଲାଭ କରେ, ତେବେ ଏ ବିଶ୍ଵ ତାହାପାଇଁ ଅସଙ୍ଗତ ନୁହେଁ । ଜୀବନର ଅନିତ୍ୟତା ତାହାର ମୂଲ୍ୟ, ମହତ୍ତ୍ୱ ଏବଂ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦିଏ । ଦୁଃଖକଷ୍ଟରୁ ଅଲଗା ରହିଲେ ମନୁଷ୍ୟ ଜୀବନର ନୈତିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧ ଉନ୍ନତ ହୁଏ ନାହିଁ । କୀଟସ୍ (Keats) ତାଙ୍କର ଏକ ପତ୍ରରେ ଲେଖିଥିଲେ, ‘‘ତୁମେ କ’ଣ ଦେଖିପାରୁ ନାହିଁ ଯେ ମନୁଷ୍ୟର ଜ୍ଞାନକୁ ପରିମାର୍ଜିତ କରି ଆତ୍ମାର ରୂପ ଦେବାରେ କେତେ ଦୁଃଖକଷ୍ଟ ସହ୍ୟ କରିବାକୁ ହୁଏ ?’’ କ୍ରୂଶବିଦ୍ଧ ଯୀଶୁ ଦୁଃଖ ଓ କଷ୍ଟର ପ୍ରତୀକ ହେଲେ ମଧ୍ୟ ସେ ମୁକ୍ତିର ସ୍ୱରୂପ ।

 

ସଂସାର ଈଶ୍ଵରଙ୍କର ବଶୀଭୂତ ଏବଂ ପରିଶେଷରେ ଏହାର ସ୍ଥୂଳତା ଦୂର ହୋଇ ଈଶ୍ଵରଙ୍କର ଉଦ୍ଦେଶ୍ୟ ହିଁ ସ୍ଥାପିତ ହେବ । ଏହା ହିଁ ହିନ୍ଦୁମାନଙ୍କର ‘ବ୍ରହ୍ମଲୋକ’, ଖ୍ରୀଷ୍ଟିୟାନମାନଙ୍କର ’ସ୍ଵର୍ଗରାଜ୍ୟ’ ଏବଂ ମୁସଲମାନ୍‌ମାନଙ୍କର ‘ସ୍ୱର୍ଗ’ । ବ୍ରହ୍ମଲୋକ ଏ ସଂସାର ବ୍ୟତୀତ ଅନ୍ୟ କୌଣସି ସଂସାର ନୁହେଁ । ଏହା ମୁକ୍ତିପ୍ରାପ୍ତ ଏହି ପୃଥିବୀ । Sufier Razi କହିଛନ୍ତି, “ସ୍ଵର୍ଗ ଧର୍ମଦୀକ୍ଷିତ ବ୍ୟକ୍ତିମାନଙ୍କର ଏବଂ ପୃଥିବୀ ଧର୍ମ ବିଶ୍ଵାସୀମାନଙ୍କର ବନ୍ଦୀଶାଳା । ”ଅର୍ଥାତ୍‌ ସ୍ୱର୍ଗ ଅପ୍ରକାଶିତ ପରମାତ୍ମାଙ୍କର ପ୍ରକାଶିତ ରାଜ୍ୟ । ଏହାର ଅବସ୍ଥା ସଗୁଣ ଏବଂ ଏହା ନିର୍ଗୁଣ ପରମାତ୍ମାଙ୍କର ଐଶ୍ୱରିକ ପ୍ରତିବିମ୍ବ । ଲକ୍ଷ ଲକ୍ଷ ବର୍ଷ ଧରି ରହିଲେ ମଧ୍ୟ ଯାହାର ଆରମ୍ଭ ଅଛି ସେ ନିଶ୍ଚୟ ଶେଷ ହେବ । ଇତିହାସ ଅତି ବୃହତ୍ ସୀମାରେ ଆବଦ୍ଧ । ସମୟର କାଳ ଅନନ୍ତ ।

 

ଇଙ୍ଗେ (W.R. Jnge) ଙ୍କ ମତରେ ଖ୍ରୀଷ୍ଟଧର୍ମ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମନୁଷ୍ୟର ପୂର୍ଣ୍ଣତାପାପ୍ତି ନିମିତ୍ତ କୌଣସି ଆଶା ଦେଇ ନାହିଁ । (୧) ବିଭାନ୍ (Edwin Bevan) ସତର୍କ କରି କହିଛନ୍ତି, “ଈଶ୍ୱରଙ୍କ ପ୍ରାପ୍ତି ପାଇଁ କୌଣସି: ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରିହେବ ନାହିଁ । ଇତିହାସର ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେ ଈଶ୍ଵରଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା ଲାଭ କରିପାରିବ ଏପରି ଚିନ୍ତାଧାରା ଊନବିଂଶ ଶତାବ୍ଦୀରୁ ଉଦ୍‌ଭବ ହୋଇଛି । ତାହା ପୂର୍ବରୁ ଏହିପରି ସମୟ ବିଷୟରେ କେହି ଚିନ୍ତା କରୁ ନ ଥିଲେ । ସ୍ଵର୍ଗୀୟ ଆଶା କେବଳ ଖ୍ରୀଷ୍ଟଧର୍ମର ମୂଳ ତତ୍ତ୍ୱ ଥିଲା । ଇତିହାସ ବା ସମୟର ଶେଷ ଅବସ୍ଥାରେ ପୃଥିବୀର ସମସ୍ତ ବସ୍ତୁ ଯେ ଶ୍ରେଷ୍ଠତ୍ୱ ଲାଭ କରିବ ଏଥିରେ କୌଣସି ନିୟମ ନାହିଁ । (୨) ସବୁ ସମୟରେ ଖ୍ରୀଷ୍ଟିୟାନ୍‌ମାନେ ମନୁଷ୍ୟ - ସମାଜକୁ ଈଶ୍ୱରଙ୍କ ସହିତ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଛନ୍ତି । ଯଦି ଏ ସଂସାର ଈଶ୍ଵରଙ୍କର ପ୍ରକାଶ ହୋଇଥାଏ, ତେବେ ସମୟାନୁକ୍ରମେ ଏହି ଐଶ୍ଵରିକ ପ୍ରକାଶ ବିସ୍ତାର ଲାଭ କରିବ । ”St. Paul ଆଶା କରନ୍ତି ଯେ ସମୟର ସ୍ତର ସ୍ତର ଉନ୍ନତିରେ ସୃଷ୍ଟି ପୂର୍ଣ୍ଣତା ଲାଭ କରେ । ଏଥିପାଇଁ ସମୟକୁ ବହୁ ସଂଘର୍ଷ ଓ ଯନ୍ତ୍ରଣା ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ । ଇଙ୍ଗେ କହନ୍ତି, “ଅଭିପ୍ରାୟବାଦ (Teleology) ମନୁଷ୍ୟ ଜୀବନକୁ ପରିପୂର୍ଣ୍ଣ ସ୍ତରକୁ ଘେନିଯିବ । ଏପର୍ଯ୍ୟନ୍ତ ଆମେ ସେ ଅବସ୍ଥାରେ ପହଞ୍ଚିନାହୁଁ ।” ମନୁଷ୍ୟ ସମ୍ପୂର୍ଣ୍ଣ ବାସ୍ତବତାକୁ ଲକ୍ଷ୍ୟ ରଖି ଯେ ଗତି କରେ ଏ ତଥ୍ୟକୁ ସେ ଗ୍ରହଣ କରନ୍ତି ନାହିଁ । ବାସ୍ତବତାମଧ୍ୟରେ ନିଜକୁ ଅନ୍ତର୍ନିହିତ କରି ମନୁଷ୍ୟର ଗତି ସମ୍ଭବ ।

 

୧.The Idea of Progress (1920)

୨. The Kingdom of God and History (1938)

 

ପ୍ରଫେସର୍‌ ଟୟାନ୍‌ବି (Prof. Arnold Toynbee) ମନୁଷ୍ୟ ସଭ୍ୟତା ବିଷୟରେ କହିଛନ୍ତି, ‘‘ସଭ୍ୟତାଗୁଡ଼ିକର ଲୋପ ଏବଂ ଧ୍ୱଂସ ହୋଇଯିବା ଅର୍ଥ ଧର୍ମକ୍ଷେତ୍ରରେ ନୂତନ ପଦକ୍ଷେପ କରିବା । (୩) ଖ୍ରୀଷ୍ଟ, ବୌଦ୍ଧ ବା ଇସ୍‌ଲାମ ଧର୍ମାବଲମ୍ବୀମାନେ ନିଜନିଜର ବିଶ୍ଵାସମଧ୍ୟରେ ମନୁଷ୍ୟକୁ ଦୀକ୍ଷିତ କରିବା ଆଶାରେ ଧର୍ମ ପ୍ରଚାର କରନ୍ତି । ପ୍ରତ୍ୟେକ ଧର୍ମର ଦର୍ଶନଶାସ୍ତ୍ର ସୃଷ୍ଟି ପୂର୍ଣ୍ଣ ବିକାଶରେ ବିଶ୍ଵାସ କରେ ଏବଂ ଇତିହାସର ପୁନରାବୃତ୍ତିରେ ସମ୍ପୂର୍ଣ୍ଣ ଆସ୍ଥା ନ ରଖି ତାହାର ଅଗ୍ରଗତିରେ ବିଶ୍ଵାସ ରଖେ । ସେମାନଙ୍କ ମତରେ ବିଶ୍ଵର ବିକାଶ ଉଦ୍ଦେଶ୍ୟହୀନ ନୁହେଁ । ଆମ୍ଭମାନଙ୍କର ବର୍ତ୍ତମାନ ପରିସ୍ଥିତିରେ ଏହି ବିକାଶର କ୍ଷୀଣ ଆଲୋକ ଦୃଷ୍ଟିଗୋଚର ଏବଂ ବୋଧଗମ୍ୟ ହୁଏ ।

 

୩. Civilization on Trial (1948), P. 240.

 

ବିଶ୍ଵର ଅଲୌକିକତା ପ୍ରତି ଲକ୍ଷ୍ୟ କଲେ ପରମାତ୍ମା ପ୍ରକୃତରେ ସତ୍‌, ଚିତ୍‌, ଆନନ୍ଦ, ଶକ୍ତିମାନ୍ ଏବଂ ସୁନ୍ଦର ବୋଲି ମନେହେବ । ଏହି ସମ୍ପୂର୍ଣ୍ଣତା ହିଁ ଅସୀମର ବାସସ୍ଥାନ ଏବଂ ସୃଷ୍ଟିର ଶକ୍ତି । ସୃଷ୍ଟି ଏବଂ ସତ୍‌ ଭିନ୍ନ ନୁହନ୍ତି । ସୃଷ୍ଟି ସତ୍ ମଧ୍ୟରେ ହିଁ ଅନ୍ତର୍ନିହିତ । ଆମେ ଯେତେବେଳେ ଏହି ସୃଷ୍ଟି ଉପରେ ଲକ୍ଷ୍ୟ ରଖୁ, ସେତେବେଳେ ପରମାତ୍ମା ବା ପରଂବ୍ରହ୍ମଙ୍କୁ ଈଶ୍ୱର କହୁ । ବ୍ରହ୍ମ ଏବଂ ଈଶ୍ଵର ଏକ ଅଟନ୍ତି । ବ୍ରହ୍ମ ଅସୀମ ଏବଂ ଈଶ୍ୱର ସୃଷ୍ଟିର ଆନନ୍ଦ । ‘ହିରଣ୍ୟଗର୍ଭ’ (Cosmic Lord) ହିଁ ଏହି ବ୍ରହ୍ମ-ଈଶ୍ୱରଙ୍କର ପ୍ରକାଶ । ଏହି ହିରଣ୍ୟଗର୍ଭଦ୍ୱାରା ବିଶ୍ୱ ସୁ-ପରିଚାଳିତ, ପ୍ରକାଶିତ ଏବଂ ସୃଷ୍ଟି ହୋଇଛି । ବିଶ୍ଵ ଏକ ଅବତରଣ ଯେଉଁଠି ଈଶ୍ୱରଙ୍କୁ କେତେକ ସ୍ଥାନରେ ରକ୍ତମାଂସ ବ୍ୟକ୍ତିରୂପେ ପରିଚୟ ଦିଆଯାଇଛି । ଯେଉଁ ଈଶ୍ୱର ଅବତାର ନିଅନ୍ତି ନାହିଁ, ତାଙ୍କ ପରିସର ଅବତାର ନେଉଥିବା ଈଶ୍ଵରଙ୍କ ପରିସର ଅପେକ୍ଷା ଅଧିକ ବିସ୍ତୃତ । ସୃଷ୍ଟିକର୍ତ୍ତା ପରଂବ୍ରହ୍ମ ଏବଂ ହିରଣ୍ୟଗର୍ଭକୁ ଭିନ୍ନ କରିହେବ ନାହିଁ । ସେମାନେ ସଚ୍ଚିଦାନନ୍ଦଙ୍କର ବିଭିନ୍ନ ପ୍ରକାଶ ଏବଂ ନିଜେ ଅବୋଧ୍ୟ ହେଲେ ମଧ୍ୟ କେନ୍ଦ୍ରରେ ଥାଇ ଅନ୍ୟ ସମସ୍ତ ବସ୍ତୁକୁ ଯୋଗ କରି ବୋଧ୍ୟ କରନ୍ତି । ସତ୍ ଅନ୍ୟମନସ୍କ ବା ନିର୍ବୋଧ ନୁହେଁ; କିନ୍ତୁ ସମସ୍ତ ପଦାର୍ଥର ଉତ୍ସ । ସତ୍ ନିଜ ମଧ୍ୟରେ ନିଜର ସମସ୍ତ ପ୍ରକାଶକୁ ପ୍ରକଟିତ କରେ ।

 

ଯେଉଁ ପୃଥିବୀରେ ଆମେ ବାସ କରୁ ତାହା ପରିବର୍ତ୍ତନଶୀଳ । ଏହି ସଂସାର ସ୍ଥିତିଶୀଳ ଅବାରିତ ସ୍ରୋତର ଧାରା । ଏହିଠାରେ ହିଁ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ । ଅନ୍ୟ ସ୍ରୋତରେ ନ ପହଞ୍ଚିଲା ପର୍ଯ୍ୟନ୍ତ ଏହି ସ୍ରୋତରେ ଆମକୁ ଭାସି ଭାସି ଯିବାକୁ ହେବ । ପୃଥିବୀର ପ୍ରତ୍ୟେକ ବସ୍ତୁ ଚିରସ୍ଥାୟୀ ନ ହେଲେ ମଧ୍ୟ ପ୍ରତ୍ୟେକରେ ନିତ୍ୟତାର କିଛି ଅଂଶ ଥାଏ, କାରଣ ସତ୍ ତାହା ମଧ୍ୟରେ ସଦା ଅନ୍ତର୍ନିହିତ । ଆମେ ଏହି ପୃଥିବୀରେ ଚିରଦିନ ବଞ୍ଚିରହି ପାରିବା, କାରଣ ଏହା ପରଂବ୍ରହ୍ମଙ୍କର ଏକ ପ୍ରକାଶ ମାତ୍ର । ବିଶ୍ଵର ସ୍ଥିତି ଏବଂ ଆକୃତି ବିଷୟ ବିଚାର କଲେ ମନୁଷ୍ୟଠାରୁ ଏକ ଉଚ୍ଚତର ଆତ୍ମାର ଅନୁଭବ ହୁଏ ଯାହା କେବଳ ଶକ୍ତିଶାଳୀ ଏବଂ ମହନୀୟ ନୁହେଁ, ପ୍ରେମ ଓ ସୌନ୍ଦର୍ଯ୍ୟରେ ମଧ୍ୟ ପରିପୂର୍ଣ୍ଣ ।

 

ଈଶ୍ୱର ଯେ କି ପରଂବ୍ରହ୍ମ, ତାହାଙ୍କୁ କେବଳ ସୂଚିତ କରାଯାଇପାରେ । ସେ ବର୍ଣ୍ଣନାତୀତ; କିନ୍ତୁ ଉଲ୍ଲେଖଯୋଗ୍ୟ । ସେ ସର୍ବୋତ୍ତମ ପୁରୁଷ । ତାଙ୍କର ଦୃଷ୍ଟିରୁ ସେ ଉଚ୍ଚ, ଏଥିରେ ସନ୍ଦେହ ନାହିଁ । ସେ ସ୍ଵୟଂକୃତ ନିଜସ୍ଵ । ସେ ସମସ୍ତ ସୁଗୁଣଯୁକ୍ତ । ସେ ସୁନ୍ଦର ଏବଂ ବୁଦ୍ଧିମାନ୍ । (୧) ଈଶ୍ଵରଙ୍କର ଭିନ୍ନ ଭିନ୍ନ ନାମ ଥାଇପାରେ; କିନ୍ତୁ ତାଙ୍କର ଶକ୍ତି ଏକ ଏବଂ ଅଭିନ୍ନ (୨).

 

୧. The Psalmists say, “Is he deaf, the God who implanted hearing in us; is he blind, the God who gave eyes to see ?’’

 

୨. ମହଦ୍‌ଦେବାନାମ୍‌ଅସୁରତ୍ୱମ୍‌ଏକମ୍‌ । ଋଗ୍‌ବେଦ, III, 55

 

୨. ମନୁଷ୍ୟର ସଂକଟ

 

ବୈଜ୍ଞାନିକ ଯନ୍ତ୍ରପାତି ଓ ଇନ୍ଦ୍ରିୟ ସାହାଯ୍ୟରେ ଯାହା ବୁଝାଯାଏ ବିଶ୍ଵର ଅର୍ଥ କେବଳ ସେତିକି ନୁହେଁ । କେବଳ ଅଣୁ ପରମାଣୁର ଅନ୍ତର ଆବିଷ୍କାର ଯଥେଷ୍ଟ ନୁହେଁ, ମନୁଷ୍ୟର ଅନ୍ତର୍ନିହିତ ଜଗତକୁ ଆବିଷ୍କାର କରିବା ମଧ୍ୟ ଅତି ପ୍ରୟୋଜନ । ବହୁ ପୁରାକାଳରେ ଚିନ୍ତାଶୀଳ ବ୍ୟକ୍ତିମାନେ ମନୁଷ୍ୟର ହୃଦୟର ସ୍ପନ୍ଦନକୁ ବୁଝିବାକୁ ଚେଷ୍ଟା କରିଛନ୍ତି, ତା’ର ରହସ୍ୟପୂର୍ଣ୍ଣ ଗତିକୁ ଅନୁସନ୍ଧାନ କରିଛନ୍ତି ଏବଂ ଦୁର୍ବୋଧ୍ୟ ଚିତ୍ତନିବିଷ୍ଟତାର ଅନୁସରଣ କରିଛନ୍ତି । ତଥାପି ଏବେ ସୁଦ୍ଧା ମନୁଷ୍ୟ ନିଜ ନିକଟରେ ଏକ ରହସ୍ୟ ହୋଇ ରହିଛି । ମନୁଷ୍ୟ ନିଜକୁ ଯେତିକି ବୁଝିପାରେ ତାହାଠାରୁ ସେ ଅଧିକ ଗଭୀର । କର୍ମ କରୁଥିଲେ ମଧ୍ୟ ସେ ନିଜେ କର୍ତ୍ତା । ନିଜକୁ ବୁଝିବାକୁ ଏବଂ ସର୍ବଶ୍ରେଷ୍ଠ କରିବାକୁ ସେ ସବୁବେଳେ ଚେଷ୍ଟା କରେ । ତାହାର ଆତ୍ମା, କଳ୍ପନା ଓ ସୁଖ ଦୁଃଖ ପ୍ରଭୁତି ଇନ୍ଦ୍ରିୟାନୁଭୂତିକୁ ଅତିକ୍ରମ କରି ସେ ଚାଲିଯାଏ । ମନୁଷ୍ୟ ଯେ ନିଜକୁ ସମ୍ପୂର୍ଣ୍ଣରୂପେ ବୁଝିପାରେ ଏପରି ଭାବିବା ଭ୍ରମାତ୍ମକ ।

 

ମନୁଷ୍ୟ ଯେ କେବଳ ଶରୀର ଏବଂ ତାର ମନ ଶରୀରର ଗୋଟିଏ ଅଂଶ, ତାହା ନୁହେଁ-। ସେ ଆହୁରି ରହସ୍ୟପୂର୍ଣ୍ଣ । ସେ ନିଜେ କର୍ତ୍ତା (subjective) ଏବଂ ନିଜେ କର୍ମ (objective) । ଏହି ଉଭୟ ପଦ ତାହାକୁ ବିଶ୍ଵ ପ୍ରକୃତି ମଧ୍ୟରେ ଅସାଧାରଣ କରି ରଖିଛି । ସେ ତାହାର ପ୍ରବୃତ୍ତିର ବା ମନର ଦାସ ନୁହେଁ । ଶରୀରବିଜ୍ଞାନ, ମନସ୍ତତ୍ତ୍ଵ ବା ସମାଜବିଜ୍ଞାନ ତାକୁ ଏକ ଅନୁସନ୍ଧାନର ବସ୍ତୁ ବୋଲି ମନେ କଲେ ମଧ୍ୟ ତାହାର ପ୍ରକୃତ କ୍ଷତିଗ୍ରସ୍ତ ହୁଏ ନାହିଁ ।

 

ଧାର୍ମିକ ଚିନ୍ତାର ଉନ୍ନତିପାଇଁ ଆଧ୍ୟାତ୍ମ୍ୟବାଦୀ ଓ ସମାଜବାଦୀମାନେ ଅନେକ ତଥ୍ୟ ବାଢ଼ନ୍ତି । ସେମାନେ କହନ୍ତି ଧର୍ମଦ୍ଵାରା ମନୁଷ୍ୟ ଭୟ ଓ ନିର୍ଜନତାରୁ ନିଜକୁ ରକ୍ଷା କରେ; କିନ୍ତୁ କାହିଁକି ଆମ୍ଭମାନଙ୍କର ଏ ଭୟ ? କାହିଁକି ଆମ୍ଭେମାନେ ଏପରି ନିର୍ଜନତା ଭୋଗକରୁ ? ଏହି ଭୟଭୀତ ମନୁଷ୍ୟ କଣ ପ୍ରକ୍ରିୟାଶୀଳ ବିଶ୍ଵର ସମାପ୍ତି ? ନା ତାର ଆଉ କିଛି ଭବିଷ୍ୟତ ରହିଛି ?

 

ଭାରତୀୟ ଭାବୁକମାନଙ୍କ ମତରେ ଧର୍ମର ସମସ୍ୟା ମନୁଷ୍ୟର ଜ୍ଞାନ ସହିତ ବିଶେଷ ଭାବରେ ଜଡ଼ିତ । ଆତ୍ମ-ଜ୍ଞାନ ଓ ଯେଉଁ ଜଗତରେ ସେ ବାସକରେ ସେ ବିଷୟରେ ଜାଣିବାର ପ୍ରବଳ ଇଚ୍ଛା ଧର୍ମର ପ୍ରଧାନ ସମସ୍ୟା । ଚେତନା ଓ ବିବେକଦ୍ଵାରା ମନୁଷ୍ୟ ଜୀବଜଗତରେ ଶ୍ରେଷ୍ଠ । ଏହି ଦୁଇ ଶକ୍ତିର ସାହାଯ୍ୟରେ ସେ ନୈତିକ ଓ ଦାୟିତ୍ଵ ସଂପନ୍ନ ହୋଇ ପଡ଼େ । ତାହାର ଅବିଦ୍ୟା ତାକୁ କାମୁକ କରିଦିଏ । ତାର ଅଧଃପତନ ହୁଏ; କିନ୍ତୁ ସେ ଧୀରେ ଧିରେ ନିଜକୁ ପଶୁସ୍ତରରୁ ଉଚ୍ଚତମ ସ୍ତରକୁ ଉନ୍ନୀତି କରିପାରିଛି । ତାହାର ଆତ୍ମଜ୍ଞାନ ବୃଦ୍ଧି ଲାଭ କରିଛି; କିନ୍ତୁ ଏହି ଆତ୍ମଜ୍ଞାନ ପୂର୍ଣ୍ଣତା ପ୍ରାପ୍ତି ନ କରି ଖଣ୍ଡ ବିଖଣ୍ଡ ହୋଇ ଦୁରବସ୍ଥାରେ ରହିଛି । ବୁଦ୍ଧଙ୍କ ମତରେ ଆମେ ଯେଉଁ ପୃଥିବୀରେ ବାସ କରୁ ତାହା କର୍ମଦ୍ଵାରା ପରିଚାଳିତ ଓ ମନୁଷ୍ୟ ସମ୍ପୂର୍ଣ୍ଣ । ଆତ୍ମଜ୍ଞାନ ଲାଭ ନ କଲେ ଏହି ପୃଥିବୀ ସୁଖୀ ହୋଇ ପାରିବ ନାହିଁ ।

 

ଆଦାମ୍ ଓ ଇବ୍‌ଙ୍କ ଆଖ୍ୟାନରୁ ମନୁଷ୍ୟର ଅଧଃପତନ ବିଷୟରେ ପ୍ରକୃତ ସତ୍ୟ ବୁଝାପଡ଼େ । ଜ୍ଞାନବୃକ୍ଷର ଫଳକୁ ଖାଇ ମନୁଷ୍ୟର ଅଧଃପତନ ହେଲା । ଆଦାମ୍ ଓ ଇବ୍ ଯେତେବେଳେ ଜ୍ଞାନବୃକ୍ଷର ଫଳ (ଭଲ ଓ ମନ୍ଦ) ଖାଇଲେ, ଓ ବାସ୍ତବତା (ବିଦ୍ୟା) ବିଷୟରେ ସେମାନଙ୍କର ଜ୍ଞାନୋଦୟ ହେଲା, ସେତବେଳେ ସେମାନେ ଅତିଶୟ ଭୟଭୀତ ହୋଇ ପଡ଼ିଲେ । କାରଣ ସେମାନେ ସ୍ପଷ୍ଟ ବୁଝିପାରୁଥିଲେ ଯେ ଜ୍ଞାନ ଲାଭଦ୍ଵାରା ବାସ୍ତବସତ୍ୟ ସେମାନଙ୍କ ନିକଟରୁ ଯାହା ଦାବୀ କରିବ, ହୁଏତ ସେମାନେ ତାହାର ସମକକ୍ଷ ହୋଇ ପାରିବେ ନାହିଁ । ଏହାହିଁ ସେମାନଙ୍କ ଅଧଃପତନର ଅବସ୍ଥା କାରଣ ଆଲୋକର ସନ୍ଧାନ ପାଉଥିଲେ ମଧ୍ୟ ନିଜକୁ ସେପରି ଅନ୍ଧକାର ମଧ୍ୟରେ ସେମାନେ ହରାଇ ବସିଛନ୍ତି । ଆଦାମ୍ ଏବଂ ଇବ୍‌ଙ୍କର ଏ ଆଖ୍ୟାନ କେବଳ ସାହିତ୍ୟର ସୃଷ୍ଟି ନୁହେଁ । ଏହା ଏକ ପୌରାଣିକ କାହାଣୀ ଯାହାକି ଆଦାମ୍‌ର ଫଳଭକ୍ଷଣଜନିତ ଅଧଃପତନ ସହିତ ତାହାର ପୂର୍ବାବସ୍ଥାକୁ ତୁଳନା କରେ । ଫଳ ଖାଇବାର ପୂର୍ବାବସ୍ଥା ହେଉଛି ଈଶ୍ଵର-ଇଚ୍ଛାନୁଯାୟୀ ମନୁଷ୍ୟର ଜୀବନ ଓ ପରାବସ୍ଥା ହେଉଛି ତାହାର ଅବାଧ୍ୟତା ଓ ନୈରାଶ୍ୟର ଫଳ । ମନୁଷ୍ୟର ଜ୍ଞାନ ଓ ଚେତନା ତାହାକୁ ‘ବିଦ୍ୟା’ ନିକଟରୁ ଅଗ୍ରସର କରାଏ, ତଥାପି ତାର ଅଧପତନ ହୁଏ । କାରଣ ଏହି ବିଦ୍ୟା ତାହାର ଜୀବନରେ ପ୍ରଭେଦ ସୃଷ୍ଟି କରି ପ୍ରକୃତିକୁ ଖଣ୍ଡ ବିଖଣ୍ଡ କରିପକାଏ ।

 

ଈଶୋପନିଷଦ (୧) ର ଉକ୍ତି ‘ଅନ୍ଧଂ ତମଃ ପ୍ରବିଶନ୍ତ’ରୁ ଏହି ଭାବାର୍ଥ ଅତି ସ୍ପଷ୍ଟ । ଏଥିରେ ବର୍ଣ୍ଣନା ଅଛି, ‘ଯେ ଅବିଦ୍ୟା (କର୍ମ) ର ଉପାସନା କରେ ସେ ଅବିଦ୍ୟାରୂପ ଘୋର ଅନ୍ଧକାରରେ ପ୍ରବେଶ କରେ ଓ ଯେ ବିଦ୍ୟାର ଉପାସନା କରେ ସେ ତାହାଠାରୁ ଅଧିକ ଅନ୍ଧକାରରେ ପ୍ରବେଶ କରେ ।’’

 

୧ । ଈଶୋପନିଷଦ-ଶଙ୍କର ଭାଷ୍ୟ (ଅନୁବାଦକଙ୍କ ଉଦାହରଣ)

 

ପ୍ରତ୍ୟେକ ପ୍ରାଣୀ ନିଜର ଜୀବନ ଚକ୍ରରେ ତାର ଗତିକୁ ନିର୍ଭୁଲ ଭାବରେ ପ୍ରଦକ୍ଷିଣ କରେ-। ମୃତ୍ୟୁଦ୍ଵାରା ତାର ଜୀବନର ସମାପ୍ତି ଘଟେ; କିନ୍ତୁ ଏଥିପାଇଁ ସେ ପ୍ରସ୍ତୁତ ନ ଥାଏ । ଚିନ୍ତାହିଁ ମନୁଷ୍ୟକୁ ଭୟ ଓ ନିର୍ଜନତା ଭୋଗ କରାଏ । ଏହାଦ୍ଵାରା ସେ ବୁଝିପାରେ ଯେ ତାର ଅବସ୍ଥା ଯଥେଷ୍ଟ ଉନ୍ନତ ନୁହେଁ ଏବଂ ତାକୁ ଆହୁରି ବୃଦ୍ଧି ଲାଭ କରିବାକୁ ହେବ । ଚେତନା-ପୂର୍ଣ୍ଣ ବୋଧଶକ୍ତିର ଉଦୟଦ୍ଵାରା ତାହାର ସରଳ ଓ ମୌଳିକ ଆବରଣ ଘୁଞ୍ଚିଯାଏ । (୧)

 

1. ‘‘Man is only a reed, the weakest in nature, but he is a thinking reed. It is not necessary for an entire universe to arm itself to crush him, a vapour, a drop of water, is enough to kill him. But, even if the universe crushed him, man would still be more noble than what kills him, because he knows he is dying, and knows the advantage which the universe has over him, the universe knows nothing of it all.’’

 

Pascal.

 

ମନୁଷ୍ୟର ଜୀବନ ନିରାପଦ ନୁହେଁ ବୋଲି ସେ ଅତି ଭୟଭୀତ ହୋଇପଡ଼େ ଏବଂ ଦୁଃଖଦୁର୍ଦ୍ଦଶା ମଧ୍ୟରେ ଘାଣ୍ଟି ହୋଇ ଚିତ୍କାର କରେ-“ହେ ପ୍ରଭୁ, ମତେ ରକ୍ଷା କର ।” ଜୀବନର ଅନିତ୍ୟତା ଏବଂ ଆତ୍ମରକ୍ଷାର ପ୍ରବୃତ୍ତି ମଧ୍ୟରେ ଦ୍ଵନ୍ଦ ଉପସ୍ଥିତ ହୁଏ । ଜଡ଼ ଜଗତର ନିଷ୍କ୍ରିୟତା ପୁରା ଏବଂ ପ୍ରାଣୀଜଗତର ଆତ୍ମରକ୍ଷାପରି ମନୁଷ୍ୟ ମଧ୍ୟ ତାହା ଜୀବନର ଅବିରାମ ଗତି ପ୍ରତି ଗଭୀର ଇଚ୍ଛା ପ୍ରକାଶ କରେ । ପ୍ରତ୍ୟେକ ଜୀବ ନିଜ ଜୀବନର ରକ୍ଷା ଏବଂ ବୃଦ୍ଧି ନିମିତ୍ତ ପ୍ରବଳ ଇଚ୍ଛା ପ୍ରକାଶ କରେ । ଅନ୍ତର୍ନିହିତ ସମସ୍ତ ଶକ୍ତିକୁ ଠୁଳ କରି ନିଜ ଜୀବନର ଧ୍ୱଂସକାରୀ ଶକ୍ତି ବିରୁଦ୍ଧରେ ସେ ପ୍ରବଳ ସଂଗ୍ରାମ କରେ ତେବେ ପ୍ରଶ୍ନ ହେଉଛି । ମନୁଷ୍ୟ କ’ଣ ମୃତ୍ୟୁ ଏବଂ ଜୀବନର ଶୂନ୍ୟତାକୁ ଜୟ କରିପାରିବ ? କିମ୍ବା ଶୂନ୍ୟତା କ'ଣ ତାକୁ ସମୂଳେ ଗ୍ରାସ କରିବ ?

 

ନିଜକୁ ଅମର କରିବାପାଇଁ ମଧ୍ୟ ସବୁବେଳେ ଚେଷ୍ଟା କରେ ଓ ମୃତ୍ୟୁର ଭୟଙ୍କର ରୂପରୁ ନିଜକୁ ରକ୍ଷା କରିବାପାଇଁ ସେ ସବୁବେଳେ କୃତର୍କ ଓ ନାନା ପ୍ରକାରର ସୂତ୍ର ଉଦ୍ଭାବନଦ୍ଵାରା ଆଉ ଗୋଟିଏ ରାଜ୍ୟ ସୃଷ୍ଟି କରେ, ଯେଉଁଠାରେ ତା’ର ମତରେ ମୃତବ୍ୟକ୍ତିମାନଙ୍କର ଆତ୍ମା ଚିରଦିନ ପାଇଁ ବସବାସ କରେ । ଏପରି କି ଆଦିମ ଅଧିବାସୀମାନ ମଧ୍ୟ ସେମାନଙ୍କର ମୃତଶରୀରକୁ ପୋଡ଼ୁଥିଲେ; କାରଣ ଶରୀରକୁ ସମ୍ପୂର୍ଣ୍ଣରୂପେ ନାଶ କରିଦେବାକୁ ସେମାନେ ସହ୍ୟ କରିପାରୁ ନ ଥିଲେ । ମୃତକ ମୃତ ବୋଲି ସ୍ୱୀକାର କରିବା ଆମ ପକ୍ଷରେ କଷ୍ଟସାଧ୍ୟ ହୋଇପଡ଼େ । ସୀମା ଅତିକ୍ରମ କରି ଆହୁରି ଗୋଟିଏ ରାଜ୍ୟ ଅଛି, ଯେଉଁଠାରେ କି ମୃତମାନେ ବାସ କରନ୍ତି । ସେମାନେ ସେଠାରେ ଜୀବନ ଲାଭ କରନ୍ତି, ଏପରି କି ସେମାନଙ୍କୁ କ୍ଷୁଧା ମଧ୍ୟ ଲାଗେ । ପିନ୍ଧିବାପାଇଁ ସେମାନଙ୍କର ବସ୍ତ୍ର ଦରକାର ଓ ନିଜର ସୁରକ୍ଷା ପାଇଁ ସମ୍ବଳ ମଧ୍ୟ ଆବଶ୍ୟକ ହୁଏ; ତେଣୁ ଖାଦ୍ୟ, ଦେହକୁ ରଙ୍ଗ କରିବାପାଇଁ ଭିନ୍ନ ଭିନ୍ନ ରଙ୍ଗ, ଅଳଙ୍କାର ଓ ଅସ୍ତ୍ରଶସ୍ତ୍ର ମଧ୍ୟ ମୃତବ୍ୟକ୍ତି ସହିତ ସେହି ରାଜ୍ୟକୁ ପଠାଯାଏ । ପ୍ରିୟ ବ୍ୟକ୍ତିମାନଙ୍କର ମୃତ୍ୟୁରେ ସେମାନଙ୍କୁ ସ୍ମରଣ କରି ହୃଦୟରେ ସ୍ଥାନ ଦେଲେ ମଧ୍ୟ କଳ୍ପନା କରୁ ଯେ ସେମାନେ ଆଉ ଗୋଟିଏ ରାଜ୍ୟରେ ବାସ କରନ୍ତି-। ଆମ୍ଭମାନଙ୍କର କଳ୍ପନାରେ ମୃତ ଆଉ ଗୋଟିଏ ସଂସାରରେ ପୁନର୍ଜନ୍ମ ଲାଭ କରେ ।

 

ପ୍ଲେଟୋଙ୍କ ମତରେ ଦର୍ଶନଶାସ୍ତ୍ର ହେଉଛି ମୃତ୍ୟୁ ବିଷୟରେ ମନନ କରିବା । ହିଡ଼େଜର (Heidegger)ଙ୍କ ମତରେ ମନୁଷ୍ୟ ଯେତେବେଳେ ନିଜକୁ ନିରାପଦ ମନେ ନ କରି ଦୁଃଖ-ଦୁର୍ଦ୍ଦଶା ଭୋଗ କରେ, ସେତେବେଳେ ତା’ର ମୃତ୍ୟୁ ଆରମ୍ଭ ହୁଏ । ପୃଥିବୀର ସ୍ଥିତି ସମୟାନୁବର୍ତ୍ତୀ । ମୃତ୍ୟୁ ଏବଂ ମୃତ୍ୟୁର ଭୟ ଏହି ଦୁଇ ଭୟଙ୍କର ଅବସ୍ଥାରେ ସେ ଭୟଭୀତ ହୋଇଯାଏ । (୧) ହିଡ଼େଜର ପୁନର୍ବାର କହିଛନ୍ତି ଯେ ଜୀବନର ଅନ୍ତ ସମୟରେ ମନୁଷ୍ୟ ତା’ର ଜୀବନର ପ୍ରକୃତ ମୂଲ୍ୟ ବୁଝିପାରେ । ସେ ପ୍ରଶ୍ନ କରିଛନ୍ତି ଯେ ସମୟ କ’ଣ ମନୁଷ୍ୟସ୍ଥିତିର ମୂଳଭିତ୍ତି କିମ୍ବା ତାହାଦ୍ୱାରା କ’ଣ ମନୁଷ୍ୟ ଆତ୍ମା ପ୍ରକୃତ ଶାନ୍ତି ହୋଇପାରିବ ? ଅନିତ୍ୟତା ହିଁ ପ୍ରକୃତ ଭୟର କାରଣ ଓ ମନୁଷ୍ୟର ଚିନ୍ତା ହିଁ ତାହାର ଅନୁଭୂତି । ମନୁଷ୍ୟ ଯେତେବେଳେ ନିଜକୁ ମହାଶୂନ୍ୟ ଓ ସମୟର ଅସୀମତା ମଧ୍ୟରେ ହଜାଇଦେଇ ଭୟଭୀତ ହୋଇପଡ଼େ ଓ ନିଜକୁ ଧ୍ୱସ୍ତବିଧ୍ୱସ୍ତ କରିପକାଏ, ସେତେବେଳେ ସେ ଅନୁଭବ କରେ ଯେ ସେ ଯାହା ଉପରେ ନିର୍ଭର କରି ଠିଆ ହୋଇଛି ତାହା, ଅସ୍ପଷ୍ଟ, ରହସ୍ୟପୂର୍ଣ୍ଣ ଓ ଶୂନ୍ୟ । ଏହା ଗଣିତଶାସ୍ତ୍ରର ଶୂନ (Zero) ନୁହେଁ । ଏହା ତାହାଠାରୁ ଆହୁରି ଅଧିକ ସ୍ପଷ୍ଟ ମହାଶୂନ୍ୟ । ମନୁଷ୍ୟକୁ ଯେତେବେଳେ ଏହିପରି ଏକ ମହାଶୂନ୍ୟ ଘେରିଯାଏ, ତାହାର ସ୍ଥିତିର ଯେତେ ଗୁରୁତ୍ଵ ଥିଲେ ମଧ୍ୟ ସେ ନିଜକୁ ଏକ ଅଶାନ୍ତ ଓ ଚିନ୍ତାପୂର୍ଣ୍ଣ ମହାସାଗରରେ ବୁଡ଼ାଇଦିଏ । ନିଜକୁ ନିରାପଦ ମନେ ନ କରି ଓ ଜୀବନର ଅନିତ୍ୟତା ଓ ଶୂନ୍ୟତା ଦ୍ଵାରା ଭୟଭୀତ ହୋଇପଡ଼ିବା ଦର୍ଶନଶାସ୍ତ୍ରର ବର୍ଣ୍ଣିତ ମନର ଅବସ୍ଥା ନୁହେଁ, ଏହା ମନୁଷ୍ୟର ଏକ ଅନ୍ତର୍ନିହିତ ଅବସ୍ଥା, ଯାହାଦ୍ଵାରା ତା’ର ଭୟ ଉତ୍ତେଜିତ ହୋଇପଡ଼େ ଓ ସେ ଧର୍ମର ଆଶ୍ରୟ ଖୋଜେ । ଅନିତ୍ୟତାରୁ ମୁକ୍ତ ଲାଭ କରିବାକୁ ହେଲେ ଶୂନ୍ୟତା ସହିତ ସମ୍ମୁଖୀନ ହୋଇ ତାହାକୁ ଅତିକ୍ରମ କରିବାକୁ ପଡ଼ିବ ।

 

1. Nicholas Berdyaev writes: ‘‘I would never reconciled to the fact that time is in a perpetual flux and that each moment is devoured by, and vanishes into, the succeeding one. This terrible aspect of time has caused me inteuse and unspeak–able pain. To part with people, with things, with places, has been a source of agony to me as dreadful as death.’’ Dream and Reality ('950).

 

ଆତ୍ମଚେତନାଦ୍ଵାରା ମନୁଷ୍ୟ ନୈତିକ ସ୍ଵାଧୀନତା ଲାଭ କରେ । ସେ ଆଦିମ ବା ତା’ର ଉତ୍ପତ୍ତି ମୌଳିକ ଅଟେ । ଏହିପରି ଚେତନାଯୁକ୍ତ ମନୁଷ୍ୟ ଆତ୍ମା ସମୟ ଓ ଶୂନ୍ୟତାର ପ୍ରୟୋଜନରେ ବାନ୍ଧି ହୋଇପଡ଼ି ତାହାର ସ୍ଵାଧୀନତାକୁ ହରାଇ ପାରିବ ନାହିଁ । ମନୁଷ୍ୟ ସ୍ଵାଧୀନ କହିବା ଅର୍ଥ ତାହାର କେତେକ ମୌଳିକ ଉପାଦାନ ରହିଛି, ଯାହାକୁ ଅନ୍ୟ ବାହ୍ୟ ବସ୍ତୁଦ୍ଵାରା ପରିଚାଳିତ କରିହେବ ନାହିଁ । କର୍ତ୍ତା ସବୁବେଳେ କର୍ମଠାରୁ ଶ୍ରେଷ୍ଠ । କାଳ ଅନନ୍ତ ହେଲେ ମଧ୍ୟ ନିଜକୁ ସମ ଓ ସ୍ଵାଧୀନ ବିଚାରରେ ପ୍ରକାଶିତ କରେ । ସ୍ଵାଧୀନ ହେବାଦ୍ଵାରା ମନୁଷ୍ୟ ଈଶ୍ଵରଙ୍କ ସ୍ଥାନରେ ପହଞ୍ଚିପାରେ କିମ୍ବା ପଶୁଶ୍ରେଣୀକୁ ଖସିଯାଇପାରେ, ଅନନ୍ତ ମଧ୍ୟରେ ନିଜକୁ ବିସ୍ତାର କରିପାରେ କିମ୍ବା ସଙ୍କୁଚିତ କରି ଅତି ତୁଚ୍ଛ ହୋଇପାରେ । ନୈତିକ ବାତାବରଣ ମଧ୍ୟରେ ଜନ୍ମ ଗ୍ରହଣ କରି ନୀତିବାନ୍ ହେବା କିଛି ବାହାଦୁରୀ ନୁହେଁ । ଭୁଲ ବା ପାପ କାର୍ଯ୍ୟ କରିବାର ସମସ୍ତ ସମ୍ଭାବନା ମଧ୍ୟରେ ନୀତିବାନ୍ ହେବା ପ୍ରଶଂସନୀୟ ।

 

ମନୁଷ୍ୟ ବଞ୍ଚିରହିବାଦ୍ଵାରା ତା’ର ଅସ୍ତିତ୍ଵକୁ ସେ ପ୍ରମାଣ କରେ । ପ୍ରତ୍ୟେକ ମୁହୂର୍ତ୍ତରେ ଭବିଷ୍ୟତକୁ ଲକ୍ଷ୍ୟ ରଖି ଆମେ ଆମର ଅସ୍ତିତ୍ଵକୁ ବଞ୍ଚାଇରଖୁ । ଆମର ଜୀବନ ଯେତେବେଳେ ସୃଷ୍ଟିମୟ ହୋଇଉଠେ, ସେତେବେଳେ ଆମେ ଅସତ୍‍କୁ ଅତିକ୍ରମ କରି ଈଶ୍ଵର ସତ୍‍ଙ୍କୁ ନିଜ ମଧ୍ୟରେ ସ୍ଥାପିତ କରୁ । ପ୍ରତ୍ୟେକ ସ୍ଵାଧୀନ ସୃଷ୍ଟିମୟ କାର୍ଯ୍ୟରେ ଆମେ ନିଜେ ନିଜର ପ୍ରକୃତିକୁ ହିଁ ପ୍ରକାଶିତ କରୁ ଓ ଈଶ୍ଵରଙ୍କୁ ନିଜ ହୃଦୟରେ ସମାହିତ କରୁ । ମୁକ୍ତ ଚିନ୍ତା ଓ ମୁକ୍ତ କାର୍ଯ୍ୟ ମନୁଷ୍ୟକୁ ଦାସତ୍ଵରୁ ମୁକ୍ତ କରେ । ମୁକ୍ତି ଅତୀତର ବସ୍ତୁ ନୁହେଁ ବା ଉନ୍ନତିମୂଳକ ପନ୍ଥା ନୁହେଁ ଏହା ଏକ ପରିବର୍ତ୍ତନ । ମନୁଷ୍ୟର ସ୍ଵାଧୀନତା ତାହାର ଅସ୍ଥିତ୍ଵକୁ ସମ୍ଭବପର କରିପାରୁଛି । ବଞ୍ଚି ରହିବାକୁ ହେଲେ ସମସ୍ତଙ୍କମଧ୍ୟରୁ ମୁଣ୍ଡ ଟେକିବାକୁ ହେବ, ନିଜକୁ ସ୍ଵୟଂସିଦ୍ଧ କରିବାକୁ ହେବ ଓ ନିର୍ମାଣ ଓ ପୁନଃନିର୍ମାଣଦ୍ଵାରା ନିଜର ଓ ଉଦ୍ଦେଶ୍ୟକୁ ସୁପ୍ରସିଦ୍ଧ କରିବାକୁ ହେବ । ସାର୍‌ତ୍ରେ (Sartre)ଙ୍କ ମତରେ ପୃଥିବୀର ସମସ୍ତ ବସ୍ତୁମାନଙ୍କଠାରୁ ମନୁଷ୍ୟ ନିଜକୁ ଅଲଗା ରଖେ । ବସ୍ତୁ କେବଳ ବସ୍ତୁ ହିଁ ଅଟେ; କିନ୍ତୁ ମନୁଷ୍ୟର ସୃଷ୍ଟି କେବଳ ନିଜପାଇଁ । ଟମାସ୍‍ ଏକ୍ୟୁନସ୍ (Thomas Aquinas)ଙ୍କ ମତରେ ମନୁଷ୍ୟର ଜଗତରେ ମହତ୍ତ୍ଵ ଅଛି ।

 

ମୁକ୍ତ ଇଚ୍ଛାଦ୍ଵାରା ମନୁଷ୍ୟର ପ୍ରେମ ନିରପେକ୍ଷ ହୋଇପାରେ କିମ୍ବା ତା’ର ଅଭିଳାସ ସ୍ୱାର୍ଥପର ହୋଇପାରେ । ପ୍ରତ୍ୟେକ ଜୀବଜଗତ ପ୍ରତି ସମତା ବା ପ୍ରେମ ପ୍ରଦର୍ଶନ କରିବା ତା’ର ପ୍ରକୃତିର ନିୟମ ହେଲେ ମଧ୍ୟ ଅନେକ ସମୟରେ ସେ ଏହି ନିୟମ ବିରୁଦ୍ଧରେ ବିଦ୍ରୋହ କରେ । ନିଜର ଅବାଧ୍ୟପୂର୍ଣ୍ଣ ଦୃଢ଼ପଣିଆ ଅଧୀନରେ ସେ ବଶ ହୋଇ ରହେ । ଏହି ଦୃଢ଼ପଣିଆଦ୍ଵାରା ତା’ର ସ୍ଵାଧୀନତାକୁ ଅପବ୍ୟବହାର କରି ସେ ମୁକ୍ତିକୁ ହରାଇବସେ ଓ ନିଜର ଅବାଧ୍ୟତା ସମ୍ମୁଖରେ ପରାଜୟ ସ୍ଵୀକାର କରେ । ସ୍ଵାଧୀନତାକୁ ଅପବ୍ୟବହାର କରିବାର ଯେଉଁ ସମ୍ଭାବନା ଥାଏ, ଅବାଧ୍ୟ ହେବାଦ୍ଵାରା ତାହା କର୍ଯ୍ୟକ୍ଷେତ୍ରରେ ନିଶ୍ଚିତ ହୋଇପଡ଼େ । ସେ ସେଚ୍ଛାଚାରୀ ବା ଏକଜିଦିଆ ହୋଇପଡ଼େ ଓ ମନ୍ଦକାର୍ଯ୍ୟରେ ନିଜକୁ ନିଯୁକ୍ତ କରେ । ସେ ଯେତିକି ଭଲ ହୁଏ, ସେତିକି ଓ ମନ୍ଦକାର୍ଯ୍ୟ କରିବାକୁ ଯୋଗ୍ୟ ହୁଏ; କିନ୍ତୁ କେଉଁଥିରେ ନିଜକୁ ଜଡ଼ିତ କରେ ନାହିଁ । ସ୍ଵାଧୀନତା ସବୁବେଳେ ମନୁଷ୍ୟକୁ ପାପକାର୍ଯ୍ୟ କରିବାକୁ ପ୍ରବର୍ତ୍ତାଏ ନାହିଁ । ସ୍ୱାଧୀନତା ସବୁବେଳେ ମନୁଷ୍ୟକୁ ପାପ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଏ ନାହିଁ । ତା’ର ଅପବ୍ୟବହାର ହଁ ମନ୍ଦ ଫଳ ସୃଷ୍ଟି କରେ । ସ୍ଵାଧୀନତାର ଏପରି ଅପବ୍ୟବହାର କରି ଓ ଏହାର କୁ-ଫଳ ଭୋଗ କରି ଆମର ଭାଗ୍ୟକୁ ବା ଈଶ୍ଵରଙ୍କୁ ନିନ୍ଦା କରିବା ଉଚିତ ନୁହେଁ । ଆମେ ଦାୟିତ୍ଵବାନ୍ ହେବାକୁ ଇଚ୍ଛା କଲେ ମନ୍ଦ ପରିତ୍ୟାଗ କରି ଭଲ ଗ୍ରହଣ କରିପାରିବୁ । ବାହ୍ୟଶକ୍ତି ବା ପରସ୍ଥିତିଦ୍ଵାରା ନିଜକୁ କ୍ଷତିଗ୍ରସ୍ତ କରି ଶରୀର ବା ଆତ୍ମାକୁ ପୁନର୍ବାର ପରାଧୀନ କରି ପାରିବୁ ନାହିଁ ।

 

ଭଲ ଏବଂ ମନ୍ଦ ବିଷୟରେ ମନୁଷ୍ୟର ଜ୍ଞାନ ରହିଛି । ସେ ମାନବ ଅବସ୍ଥାରେ ରହିଲାପର୍ଯ୍ୟନ୍ତ ଭଲ ବା ମନ୍ଦ ଗ୍ରହଣ କରିବ । ଯଦି ସ୍ଵାଧୀନ ମନୋଭାବକୁ ସେ ବ୍ୟବହାର ନ କରି ଯନ୍ତ୍ରଚାଳିତ ଭାବରେ କାର୍ଯ୍ୟ କରେ, ତେବେ ତା’ର ମାନବିକତା ନଷ୍ଟ ହୋଇଯିବ । ଦାସତ୍ଵରେ ନିଜକୁ ସମର୍ପଣ କରିବା ଅପେକ୍ଷା ମନ୍ଦକୁ ଗ୍ରହଣ କରିବା ଶ୍ରେୟସ୍କର; କାରଣ ଏହାଦ୍ଵାରା ମନୁଷ୍ୟ ତା’ର ମାନବିକତା ଅଭିବ୍ୟକ୍ତ କରେ ।

 

କିର୍କ୍ ଗାର୍ଡ଼ (Kierkegaard)ଙ୍କ ମତରେ ସ୍ଵାଧୀନତା ମନୁଷ୍ୟର ମନ ଭିତରେ ଚିନ୍ତା ସୃଷ୍ଟି କରେ ଏବଂ ଏହା ଅପବ୍ୟବହାର ହୋଇପାରେ ବୋଲି ସେ ଭୟ କରେ । ଏହାଦ୍ଵାରା ପ୍ରାଣୀମାନଙ୍କଠାରୁ ସେ ଶ୍ରେୟସ୍କର ମନେ କଲେ ସୁଦ୍ଧା ନିଜେ ଏକପ୍ରକାର ଚିନ୍ତା ଏବଂ ଭୟରେ ବୁଡ଼ିରହେ କାଳେ ଏହି ସ୍ଵାଧୀନତା ତା’ର ପତନ ଘଟାଇପାରେ । ସେ ସ୍ପଷ୍ଟଭାବରେ ବୁଝିପାରେ ଯେ ତା’ର ଆତ୍ମା ଭିତରେ ହିଁ ତାହାର ପ୍ରକୃତି ଏବଂ ଅଲୌକିକ ଶକ୍ତି ମଧ୍ୟରେ ସବୁବେଳେ ଏକ ଦ୍ଵନ୍ଦ ଲାଗିରହିଛି । ଏହିପରି ସମ୍ବନ୍ଧକୁ କିର୍କ୍ ଗାର୍ଡ଼ ମୃତ୍ୟୁର ଚିହ୍ନ ବୋଲି କହିଛନ୍ତି । ସାର୍‌ତ୍ରେଙ୍କ ମତରେ “ମନୁଷ୍ୟ ଯାହା ଠିକ୍, ସେହିପରି କରେ । ସେ ନିଜକୁ ସ୍ଵଇଚ୍ଛାରେ ଗଢ଼େ ।” ସାର୍‌ତ୍ରେଙ୍କ କଥାନୁସାରେ ଯଦି “ମନୁଷ୍ୟର ଅସ୍ତିତ୍ଵ ହିଁ ତାହାର ସାର ବସ୍ତୁ” ହୁଏ, ତେବେ ତା’ର ପ୍ରକୃତିରେ କୌଣସି ମୂଲ୍ୟ ନାହିଁ ବୋଲି ଜଣାପଡ଼େ । ସେ ନିଜେ ଯେପରି, ଠିକ୍ ସେହିପରି ନିଜକୁ ଗଢ଼େ, ଏହା ହିଁ ବୌଦ୍ଧଧର୍ମର ସାରତତ୍ତ୍ଵ । ‘ଅଦ୍ଵୈତ ବେଦାନ୍ତ’ ଅନୁସାରେ ଆତ୍ମା ଅମର ଏବଂ ଅପରିବର୍ତ୍ତନୀୟ । ଏହି ଆତ୍ମା ହିଁ ସାର୍ବଜନୀନ; ସେ ସବୁ କରାଏ; କିନ୍ତୁ କେଉଁଥିରେ ଯୋଗଦିଏ ନାହିଁ; ମାତ୍ର ବ୍ୟକ୍ତିଗତ ଆତ୍ମା ଚିର ପରିବର୍ତ୍ତନଶୀଳ, ଯାହା ମନୁଷ୍ୟର ନୁହେଁ, ତାହା ମନୁଷ୍ୟମଧ୍ୟରେ ରହି ନ ପାରେ ।

 

ସାର୍‌ତ୍ରେ ମନୁଷ୍ୟର ସ୍ଵାଧୀନତା ବିଷୟରେ ନିରାଶବାଦର ଏକ ଦର୍ଶନ ସୃଷ୍ଟି କରିଛନ୍ତି । ସଂସାରରେ ପହଞ୍ଚିଲାମାତ୍ରେ ଆମ୍ଭମାନଙ୍କୁ ମୁକ୍ତି ଲାଭପାଇଁ କିଛି ନା କିଛି ବାଛିବାକୁ ପଡ଼େ । ମନୁଷ୍ୟପାଇଁ ଯେ ପ୍ରତ୍ୟେକ ବସ୍ତୁ ଆଗରୁ ସ୍ଥିର ହୋଇ ରହିଛି, ତାହା ନୁହେଁ। ଏହା ବିରୁଦ୍ଧରେ ସାର୍ ତ୍ରେ ପ୍ରତିବାଦ କରି କହିଛନ୍ତି ଯେ ମନୁଷ୍ୟ ସମ୍ପୂର୍ଣ୍ଣ ସ୍ଵାଧୀନ; କାରଣ ତାହାର ପ୍ରତ୍ୟେକ କାର୍ଯ୍ୟ କଲାପରେ ମୌଳିକତା ଲକ୍ଷ୍ୟ କରାଯାଏ । ଏହା ମନୁଷ୍ୟର ଅତୀତ ବା ଭବିଶ୍ୟତ ପ୍ରତି କୌଣସି ସମ୍ବନ୍ଧ ରଖେ ନାହିଁ କିମ୍ବା ଏହାର କୌଣସି ଉଦ୍ଦେଶ୍ୟ ନାହିଁ । ସେ ନିଜେ ଏକ ନିମୟ । ମୁକ୍ତିଲାଭ କରିବାକୁ ସେ ନିଜକୁ ବାଛି ନାହିଁ । ମୁକ୍ତିଲାଭ ତା’ର ଭବିତବ୍ୟ । ପ୍ରତ୍ୟେକ ବସ୍ତୁପାଇଁ ଆମ୍ଭମାନଙ୍କୁ ଯେତେବେଳେ କିଛି ନିର୍ଣ୍ଣୟ କରିବାକୁ ହୁଏ ବା କୌଣସି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ, ସେତେବେଳେ ଆମ୍ଭମାନଙ୍କର ଦୁଃଖ ହୁଏ । ସାର୍‍ତ୍ରେଙ୍କ ମତରେ ଏହି ଦୁଃଖ ଏବଂ ମାନସିକ ଯନ୍ତ୍ରଣା ଆହୁରୀ ବେଶୀ ହୋଇଯାଏ, ଯେତେବେଳେ ଆମ୍ଭମାନଙ୍କୁ ଅନ୍ୟମାନଙ୍କପାଇଁ କୌଣସି ଚିନ୍ତା ବା ସିଦ୍ଧାନ୍ତ କରିବାକୁ ପଡ଼େ । ପ୍ରତ୍ୟେକ ବ୍ୟକ୍ତିର ସ୍ଵାଧୀନ କାର୍ଯ୍ୟ ସମସ୍ତଙ୍କ ମଙ୍ଗଳପାଇଁ ଉଦ୍ଦିଷ୍ଟ ହେବା ଉଚିତ । ମନୁଷ୍ୟର ଆତ୍ମା । ସଙ୍ଗହୀନ ନୁହେଁ । ସେ ସମସ୍ତଙ୍କ ସହିତ ସମ୍ବନ୍ଧ ନ ରଖି କାର୍ଯ୍ୟରେ ଲିପ୍ତ ଥାଏ । ଜାସ୍‍ପାର୍ସ (Jaspers)ଙ୍କ ମତରେ ଏ ଜଗତରେ ଆମ୍ଭେମାନେ ଆତ୍ମା ସହିତ ଯୋଗସୂତ୍ର ରଖିଥାଉ । ସାର୍‍ତ୍ରେଙ୍କ ମତରେ ଆମ୍ଭମାନଙ୍କର ବାଛିବା କ୍ଷମତା ଅତି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମ ଜୀବନର ଏକ ପ୍ରଧାନ ଅଂଶ । ସମସ୍ତଙ୍କ ପାଇଁ ଯାହା ଉପଯୁକ୍ତ ନୁହେଁ, ସେପରି କାର୍ଯ୍ୟ କରିବା ଆମ୍ଭମାନଙ୍କର ଉଚିତ ନୁହେଁ । କାଣ୍ଟ୍‍ଙ୍କ ମତରେ ପ୍ରତ୍ୟେକ କାର୍ଯ୍ୟ ଏକ ସାର୍ବଜନୀନ ନିୟମରୁ ସୃଷ୍ଟି ହେବା ଆବଶ୍ୟକ, ଯାହା ସମସ୍ତଙ୍କୁ ଏକାଠି ବାନ୍ଧି ରଖିପାରିବ ।

 

ଜ୍ଞାନଦୃଷ୍ଟିରୁ ମନୁଷ୍ୟ ନିରାପଦ ନୁହେଁ ବୋଲି ଭାବି ସବୁବେଳେ ଦୁଃଖ ଭୋଗ କରେ ଏବଂ ନୈତିକତାଦୃଷ୍ଟିରୁ ଚିନ୍ତିତ ହୋଇ ସବୁବେଳେ ବ୍ୟାକୁଳ ହୁଏ । ଆତ୍ମବ୍ୟାଖ୍ୟାଦ୍ଵାରା ନିଜର ଅତୀତକୁ ଭାବି ଅତିଶୟ ନୀରଶ ହୋଇପଡ଼େ ଓ ନିଜକୁ ଅନିଶ୍ଚିତ ମନେ କରି ବିଦୀର୍ଣ୍ଣ ହୋଇଯାଏ-। ତାହାର ଜୀବନ ତିକ୍ତତାରେ ପୂର୍ଣ୍ଣ ହୁଏ ଓ ସେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ନିକଟକୁ ଅଗ୍ରସର ହୁଏ-। ରହସ୍ୟାଦି ଅଲୌକିକ ଘଟଣାରେ ବିସ୍ମିତ ଓ ଭୟଭୀତ ହୋଇପଡ଼େ ସେ ଦୁର୍ବଳ ହୋଇଯାଏ, ନିଜକୁ ଅଯୋଗ୍ୟ, ମୂର୍ଖ ଏବଂ ଦୁର୍ବଳ, ମନସ୍ଵଭାବୀ ଓ ଅପବିତ୍ର ମନେ କରେ । ଏହିପରି ଦୁଃଖୀମାନଙ୍କର ବାହ୍ୟ ଶତ୍ରୁ ନ ଥାନ୍ତି । ସେମାନେ ନିଜକୁ ସବୁବେଳେ ଏକାକୀ ରଖି ନିଜ ବିରୁଦ୍ଧରେ ସଂଘର୍ଷ କରନ୍ତି ଓ ହୃଦୟକୁ ଗୁପ୍ତଭାବରେ ଦୁଃଖଦୁର୍ଦ୍ଦଶାରେ ଖଣ୍ଡବିଖଣ୍ଡ କରିପକାନ୍ତି । ଭୟଭୀତ ହୋଇ ନିଜ ବିରୁଦ୍ଧରେ ନିଜକୁ ଅଗ୍ରସର କରାଇ ସେମାନେ ନିରାଶରେ ଭାଙ୍ଗିପଡ଼ନ୍ତି । ଏହିପରି ନିଜକୁ ବିଦୀର୍ଣ୍ଣ କରି ପକାଇବାଠାରୁ ବଳି ଆଉ ବେଶୀ ଦୁଃଖ ନାହିଁ ।

 

ପାସ୍କାଲ ମନୁଷ୍ୟକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି- “ମନୁଷ୍ୟ କେତେ ଭୟଙ୍କର, କେତେ ଅଭୁତ, କି ବିରାଟ ଜନ୍ତୁ; ନିଜକୁ କେଡ଼େ ଗୁପ୍ତ ରଖେ ଓ ପରସ୍ପର ପ୍ରତି ବିରୁଦ୍ଧାଚରଣ କରେ ! କେଡ଼େ ଆଶ୍ଚର୍ଯ୍ୟଜନକ, ନିଜେ ବିଚାରକ, ନିଜେ ଦୁର୍ବଳ ଓ ମାଟିର କୀଟସଦୃଶ ସତ୍ୟ ତାହାର ଚରିତ୍ର, ତଥାପି ମିଥ୍ୟାର ବୋଝ ସେ ନିଜେ ବହନ କରେ ! ମନୁଷ୍ୟପାଇଁ ବିଶ୍ଵ ଗର୍ବିତ ଓ ମନୁଷ୍ୟ ହିଁ ତାହାର ଆଶ୍ରୟଦାତା ।”

 

ମନୁଷ୍ୟର ଆତ୍ମଜ୍ଞାନ, ଭଲ ଏବଂ ମନ୍ଦ ବୁଦ୍ଧି, ତା’ର ସ୍ଵାଧୀନତା ଏବଂ ଚିନ୍ତା ହେଉଛି ‘ଅସତ୍’ ଚିହ୍ନବିଶିଷ୍ଟ । ଏହାଦ୍ଵାରା ସେ ନିଜକୁ ସୁରକ୍ଷିତ କରି ନିଜକୁ ନିରାପଦ ମନେ କରେ ଓ ତାହାର ସମତା ଓ ସାହସ ବଢ଼ାଏ । ଏହା ହିଁ ହେଉଛି ମନୁଷ୍ୟର ‘ଅସତ୍’ ଉପରେ ‘ସତ୍’ର ଜୟଲାଭ କରିବାର ଲକ୍ଷଣ । ଅସତ୍‍କୁ ଜାଣିବାଦ୍ଵାରା ମନରେ ଚିନ୍ତା, ଭୟ ଓ ଦ୍ଵନ୍ଦ ସୃଷ୍ଟି ହୁଏ । ଏହି ଅବସ୍ଥା ହିଁ ମନୁଷ୍ୟର ମାନବିକ ପ୍ରକାଶ । ପ୍ରକାଶ ମନୁଷ୍ୟର ‘ଅସତ୍’ ସ୍ଥିତିକୁ ପ୍ରମାଣ କରେ ଓ ‘ସତ୍’ ଦ୍ଵାରା ‘ଅସତ୍’ ପରାଜୟ ସ୍ଵୀକାର କରେ । ଧର୍ମ ପ୍ରତି ପ୍ରବଳ ଇଚ୍ଛା ଓ ଏକତାପାଇଁ ପ୍ରବଳ ପରିଶ୍ରମଦ୍ଵାରା ଜଣାପଡ଼େ ଯେ ମନୁଷ୍ୟ ତା’ର ଚେତନା ସାହାଯ୍ୟରେ ଧୀରେ ଧୀରେ ଅଗ୍ରସର ହେଉଛି । ତାହାକୁ ଦ୍ଵନ୍ଦ ଓ ଚେତନାଶକ୍ତିର ସୀମା ଅତିକ୍ରମ କରିବାକୁ ହେବ । ଈଶ୍ଵର ସେ ତାହାକୁ ପରିତ୍ୟାଗ କରିଛନ୍ତି, ଏପରି ଭାବିବାମାତ୍ରେ ମନୁଷ୍ୟ ମଧ୍ୟରେ ଐଶ୍ଵରିକ ଶକ୍ତିର ଚିହ୍ନ ଜଣାପଡ଼େ । ଏ ସଂସାରର ଅନିଶ୍ଚିତତାହେତୁ ଆଉ ଗୋଟିଏ ସଂସାର ପରିଲକ୍ଷିତ ହୁଏ । ସମୟ ମଧ୍ୟରେ ହିଁ ନିତ୍ୟତାର ସନ୍ଧାନ ମିଳେ ।

 

ଚେତନା ଏବଂ ବୋଧଶକ୍ତିକୁ ପ୍ରକୃତଭାବରେ ଗ୍ରହଣ କରି ନ ପାରି ଏବଂ ସ୍ଵାଧୀନତାର ଅପବ୍ୟବହାର କରି ମନୁଷ୍ୟର ଅଧଃପତନ ହୋଇଛି । ଏଥିରୁ ରକ୍ଷା ପାଇବାକୁ ହେଲେ ବୁଦ୍ଧି ଏବଂ ଯୁକ୍ତିସ୍ତରରୁ ଉପରକୁ ଉଠିବାକୁ ହେବ, ସ୍ଵାଧୀନତାର ସୁବ୍ୟବହାର କରିବାକୁ ହେବ ଏବଂ ପ୍ରେମର ନିୟମଗୁଡ଼ିକୁ ପ୍ରକାଶ କରିବାକୁ ହେବ । ବୁଦ୍ଧିଠାରୁ ସତ୍ୟ ହେଉଛି ଆହୁରି ଗଭୀର । ଏହା ମନୁଷ୍ୟର ହୃଦୟ ମଧ୍ୟରେ ବାସ କରେ । ଏହାଦ୍ଵାରା ସେ ସମସ୍ତ ପ୍ରାକୃତିକ ଅବସ୍ଥାକୁ ଅତିକ୍ରମ କରେ । ଆମପରି ଅନୁସନ୍ଧିତ୍ସୁମାନଙ୍କପାଇଁ ଏ ପୃଥିବୀରେ କୌଣସି ନିର୍ଦ୍ଦିଷ୍ଟ ତୀର୍ଥ ନାହିଁ । ଆମର ଯାତ୍ରାର ଶେଷ ନାହିଁ ଏବଂ ଆମର ଲକ୍ଷ୍ୟ ହେଉଛି ଭବିଷ୍ୟତ । ବାସ୍ତବତାର ଚାପରେ ଅନ୍ତରର ଅଶାନ୍ତ ଢେଉ ଉତ୍ତେଜିତ ହୋଇପଡ଼େ । ଉପନିଷଦ୍‍ରେ ବର୍ଣ୍ଣନା ଅଛି, ‘‘ହେ ପରମାତ୍ମା, ମୋତେ ଅସତ୍‍ରୁ ସତକୁ, ଅନ୍ଧାରରୁ ପ୍ରକାଶମଧ୍ୟକୁ ଏବଂ ମୃତ୍ୟୁରୁ ଅମୃତମଧ୍ୟକୁ ଘେନିଯାଅ ।” Psalmist ମାନେ କହନ୍ତି ‘‘ଗଭୀରରୁ ଗଭୀରତମ ପ୍ରଦେଶରୁ ମୁଁ ତୁମପାଇଁ ଚିତ୍କାର କରେ ।” ମାନସିକ ଉତ୍ତେଜନା ଦ୍ଵାରା ମାନବ ଜୀବନ କୌତୁହଳପୂର୍ଣ୍ଣ ହୋଇଯାଏ । ଏକ୍‍ହାର୍ଟ (Eckhant) କହିଛନ୍ତି, ‘‘ଆତ୍ମା ଯେତେବେଳେ ଜୀବନରୁ ମୁକ୍ତିଲାଭ କରେ, ସେତେବେଳେ ତାହା ଆଂଶିକପୂର୍ଣ୍ଣତା ପ୍ରାପ୍ତ ହୁଏ; କିନ୍ତୁ ସେ ଯେତେବେଳେ ଜୀବନରେ ପ୍ରବେଶ କରେ, ସେତେବେଳେ ତାହାର ପୂର୍ଣ୍ଣତାପ୍ରାପ୍ତି ହୁଏ । ହେ ଈଶ୍ଵର, ଆମକୁ ସାହାଯ୍ୟ କର, ଖଣ୍ଡବିଖଣ୍ଡିତ ଜୀବନରୁ ମୁକ୍ତି ଲାଭ କରି ଆମେ ଯେପରି ଅଖଣ୍ଡ ଜୀବନ ଲାଭ କରୁ ।”

 

ମାନବର ଆତ୍ମା ଯେପରି ହେବା କଥା ଏବଂ ଯାହା ହୋଇପାରିବ ଠିକ୍ ସେହିପରି । ଏହା ବ୍ୟତୀତ ଆଉ ଏକ ଆତ୍ମା ବିଦ୍ୟମାନ, ଯାହା ଐଶ୍ଵରିକ ଶକ୍ତିଯୁକ୍ତ । ମନୁଷ୍ୟ ବିଜ୍ଞାନର ବସ୍ତୁ ନୁହେଁ । ସେ ସତ୍‌ମଧ୍ୟରେ ଲୀନ ହୋଇ ରହିଛି । ସେ ବିଶ୍ଵର ଜ୍ଞାନମୟ ସୃଷ୍ଟିରେ ଯୋଗଦାନ କରେ-। ୧ କର୍କ୍‌ଗାର୍ଡ୍‌ଙ୍କ ମତରେ ଆତ୍ମା ନିଜ ସହିତ ସୁସମ୍ବନ୍ଧ ସ୍ଥାପିତ କରି ନିଜର ଶକ୍ତିରେ ନିଜକୁ ସ୍ଵଚ୍ଛ ଏବଂ ପରିଷ୍କାର କରେ । ଏହି ସ୍ଵଚ୍ଛ ଆତ୍ମା ନିଜକୁ ନିରାଶରୁ ବଞ୍ଚିତ କରେ ଏବଂ ପୂର୍ଣ୍ଣତା ପ୍ରାପ୍ତି କରେ-। ସ୍ଵାଧୀନତା ବିନା ବ୍ୟକ୍ତିତ୍ଵର ଐକ୍ୟ ସ୍ଥାପିତ ହୋଇପାରେ ନାହିଁ । ବୈଜ୍ଞାନିକ ଯୁକ୍ତିଦ୍ୱାରା ସ୍ଵାଧୀନତାକୁ ଦୁର୍ବଳ କରିହେବ ନାହିଁ । ସ୍ଵାଧୀନତା ପ୍ରତି ମନୁଷ୍ୟ ସର୍ବଦା ସଚେତନ ଥାଏ ଏବଂ ତାହାର ଏହି ଚେତନା ଐଶ୍ଵରିକ ଶକ୍ତିଦ୍ୱାରା ସଂପୃକ୍ତ ହୋଇ ସମୟ ଏବଂ ମହାଶୂନ୍ୟକୁ ଅତିକ୍ରମ କରିଯାଏ ।

 

1. Philostatus in his 'Life of Apollonius' (III, 18) records that Apollonius once came across two learned men from India and asked them, "Do you know yourselves?" The two Hindus replied, "If we know everything, it is because first we know our selves, we would never have succeeded in acquiring wisdom had we not first acquired this self knowledge." Apollonius, astonished at their reply, inquired further: "What do you think you are ?" "We are Gods", they replied. And he said "Why ?" "For we are good men" was their answer. "By good deeds we obtain union with God.”

 

ମାନବ ପ୍ରକୃତିରେ ପ୍ରଚ୍ଛନ୍ନତା ଅପରିମେୟ ଏବଂ ଏହି ପ୍ରକ୍ରିୟାଶୀଳ ଜଗତ କୌଣସି ନିୟମର ବନ୍ଧନ ସ୍ଵୀକାର କରେ ନାହିଁ । ନିଜର ଶକ୍ତି ଏବଂ ସ୍ଵାଧୀନତାଦ୍ଵାରା ସେ ତାହାର ଭବିଷ୍ୟତରେ ଆଶା ରଖେ । ଜଗତକୁ ପୁନର୍ବାର ଗଢ଼ିବାପାଇଁ ଆମର ଶକ୍ତି ଅଛି । ଚରିତ୍ରର ଦୁର୍ବଳତା, ଏବଂ ମନର ଅଭାବକୁ ଦୂର କରିହେବ । ଆମ୍ଭମାନଙ୍କ ଚେଷ୍ଟାରେ ବିଶ୍ଵ ଆମକୁ ସହାୟତା କରିବ । ମାନବର ବିକାଶଧାରାକୁ ବଦଳାଇବାର ଶକ୍ତି ରହିଛି । ସୃଷ୍ଟିର ବାହକ ମାନବ ମଧ୍ୟରେ ପ୍ରକୃତି ନିଜର ପୂର୍ଣ୍ଣତା ଲାଭ କରେ । ସେ ବିଶ୍ଵର ଏକ ଅସାଧାରଣ ପ୍ରତିନିଧି, ଯାହାମଧ୍ୟରେ ସୃଷ୍ଟିର ଅଚେତନ ଭାବ ସଚେତନ ହୁଏ । ତାହାର ମନ ମଧ୍ୟରେ ଯେଉଁ ମତଭେଦ ସୃଷ୍ଟି ହୁଏ, ସେଥିରୁ ଜଣାପଡ଼େ ଯେ ତା’ର ଚେତନାକୁ ବିଭକ୍ତ କରୁଥିବା ଶକ୍ତି ବିରୁଦ୍ଧରେ ତା’ର ପ୍ରତିଯୋଗିତା କରିବାର ଶକ୍ତି ଅଛି ଏବଂ ସେ ସେଥିରେ ଜୟଲାଭ କରି ଶାନ୍ତିରେ ବାସ କରିପାରିବ-। ମନୁଷ୍ୟର ନିର୍ଜନତା ସବୁଦିନପାଇଁ ତାକୁ ବନ୍ଦକରି ରଖିପାରିବ ନାହିଁ ବା ତା’ର ମତଭେଦ ଚିରଦିନପାଇଁ ରହିବ ନାହିଁ । ଦିନେ ନା ଦିନେ ଏସବୁ ତା ନିକଟରୁ ପରାସ୍ତ ହୋଇ ଦୂର ହୋଇଯିବେ । ଆଶା ଓ ପୂର୍ଣ୍ଣତା ମଧ୍ୟରେ ଏହା କେବଳ ଏକ ଅସରନ୍ତି ଦ୍ୱନ୍ଦ ।

 

ଭାରତୀୟ ଚିନ୍ତାଧାରା ଆମ୍ଭମାନଙ୍କୁ ବନ୍ଧନରୁ ମୁକ୍ତ କରିବାରେ ଅନେକ ସାହାଯ୍ୟ କରେ-। ସଂସାର ଓ ଜୀବନକୁ ଅତିକ୍ରମ କରି ଆମକୁ ମୋକ୍ଷ ଓ ନିତ୍ୟ ଜୀବନ ପ୍ରାପ୍ତ କରିବାକୁ ହେବ । କର୍ମଦ୍ୱାରା ପରିଚାଳିତ ସଂସାରରେ ନିଜର ଲକ୍ଷ୍ୟପ୍ରାପ୍ତି ନିମିତ୍ତ ଅନେକ ସୁଯୋଗ ମିଳେ । କର୍ମଦ୍ୱାରା ମନୁଷ୍ୟ ଜୀବନ ବୃଦ୍ଧି ଲାଭ କରେ ଏବଂ ନିଜର ଇଚ୍ଛାନୁଯାୟୀ ଜୀବନରେ ପରିବର୍ତ୍ତନ ଆସେ ।

 

ଜୀବନର ଶେଷ ଅବସ୍ଥାପର୍ଯ୍ୟନ୍ତ କର୍ମର ନିୟମଦ୍ୱାରା ଆମେ ପରିଚାଳିତ ହେଉ । ଅତୀତ ଉପରେ ନିର୍ଭର କରି ବର୍ତ୍ତମାନ ଗଢ଼ିଉଠେ ଏବଂ ବର୍ତ୍ତମାନର କାର୍ଯ୍ୟ ଭବିଷ୍ୟତକୁ ନିର୍ଦ୍ଧାରିତ କରେ । ମୃତ୍ୟୁ ଏବଂ ଜନ୍ମଦ୍ୱାରା ଏହି କ୍ରିୟାଗୁଡ଼ିକ ବାଧା ପ୍ରାପ୍ତ ହୁଅନ୍ତି ନାହିଁ । ନିଜର ବର୍ତ୍ତମାନ ଅବସ୍ଥାପାଇଁ ଆମେ ନିଜେ ହିଁ ଦାୟୀ । ଈଶ୍ଵର, ପିତାମାତା ବା ସମାଜକୁ ଦାୟୀ କରିବା ଉଚିତ ନୁହେଁ । (୧) ଆମେ ଯେତେବେଳେ ଆମର ବର୍ତ୍ତମାନ ଅବସ୍ଥାପାଇଁ ଦାୟୀ, ସେହପରି ଭବିଷ୍ୟତ ଜୀବନ, କିପରି ହେବ, ତାହା ଆଜିଠାରୁ ହିଁ ନିର୍ଦ୍ଧାରିତ ହେବା ଉଚିତ । ଆମର ବର୍ତ୍ତମାନ ଭାଗ୍ୟ ସବୁଦିନପାଇଁ ଏହିପରି ରହିବ ନାହିଁ । ଯଦି ସାହସ ବା ସଂକଳ୍ପ ଅଛି, ତେବେ ଆମର ଭବିଷ୍ୟତ ଏକ ନୂତନ ସଂସାରରେ ପରିଣତ ହେବ । କର୍ମ ହିଁ ଜୀବନ, ମାରାତ୍ମକ ନୁହେଁ । ଆମର ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ଯଦି ଆନ୍ତରିକତା ଓ ସଦିଚ୍ଛାରେ ସମାପନ ହୁଏ, ତେବେ କାର୍ଯ୍ୟ ସଫଳତା ଲାଭ କରୁ ବା ନ କରୁ ସେଥିରେ ଚିନ୍ତିତ ହେବା ଉଚିତ ନୁହେଁ । ଆମେ କାର୍ଯ୍ୟରେ ଯେପରି ଭାବରେ ଅଗ୍ରସର ହେଲେ ମଧ୍ୟ ଏହାର ଉଦ୍ଦେଶ୍ୟ ଲକ୍ଷ୍ୟଭ୍ରଷ୍ଟ ହେବ ନାହିଁ । କାର୍ଯ୍ୟର ପରିଣତ ଯାହା ହେଉ ନା କାହିଁକି ମନୁଷ୍ୟର ଅନ୍ତର ଶୁଦ୍ଧ ହୁଏ ।

 

୧. ମହାଭାରତରେ ବର୍ଣ୍ଣନା ଅଛି ଯେ ମନୁଷ୍ୟର କେହି ବିଚାରକ ନାହାନ୍ତି, ଯେ ତାକୁ ଦଣ୍ଡ ଦେବ, ତା’ର ଆତ୍ମା ତା’ର ବିଚାରକ ।

 

ନ ଯମଂ ଯମଃ ଇତି ଆହୁଃ ଆତ୍ମା ବୈ ଯମ ଉଚ୍ୟତେ ।

ଆତ୍ମା ସମ୍ୟମିତୋ ଯେନ ଯମଂ ତସ୍ୟ କରୋତି କିମ୍ ।।

 

ଆମର କାର୍ଯ୍ୟ ସୁନ୍ଦର, ମହତ୍ତ୍ୱପୂର୍ଣ୍ଣ ବା ମୂଲ୍ୟବାନ୍ କିମ୍ବା ଅସୁନ୍ଦର ବା ମୂଲ୍ୟହୀନ ହୋଇପାରେ । ଏଥିପାଇଁ ମନୁଷ୍ୟ ନିଜେ ଦାୟୀ । କାର୍ଯ୍ୟ କରିବାରେ ସେ ସ୍ଵାଧୀନ ଏବଂ ତା’ର ଚରିତ୍ର ଓ ଅନ୍ତର୍ଦୃଷ୍ଟି ଧୀରେ ଧୀରେ ଏହାଦ୍ୱାରା ପୂର୍ଣ୍ଣତା ଲାଭ କରେ । ତା’ର ଜ୍ଞାନ ଏହିପରି ସ୍ତର ସ୍ତର ହୋଇ ବୃଦ୍ଧି ପାଏ । ଏହି ସିଦ୍ଧାନ୍ତ ହେଉଛି ହିନ୍ଦୁ, ବୌଦ୍ଧ, ଜୈନ ଧର୍ମର ମୂଳତତ୍ତ୍ୱ । ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଏହିପରି ମତ ପୋଷଣ କରନ୍ତି । ପିଥାଗୋରସ୍, ଏମ୍ଫିଡୋକଲ୍‌ସ୍‌, ପ୍ଲେଟୋ, ପ୍ଲୋଟିନସ୍ ପ୍ରଭୁତି ଭାବୁକମାନେ ବ୍ୟକ୍ତିର ଉନ୍ନତି ଅନେକ ଜନ୍ମ ମଧ୍ୟ ଦେଇ କ୍ରମେ କ୍ରମେ ବିକାଶ ଲାଭ କରେ ବୋଲି କହନ୍ତି । କାଣ୍ଟ୍‌ଙ୍କ ମତରେ ଯେତେବେଳେ ଗୋଟିଏ ଜୀବନରେ ମନୁଷ୍ୟ କର୍ମ ଓ ସୁଖ ମଧ୍ୟରେ ସମତା ଆଣିପାରେ ନାହିଁ, ସେତେବେଳେ ତା’ର ଲକ୍ଷ୍ୟସାଧନପାଇଁ ତାକୁ ଅସୀମତା ପ୍ରତି ଅଗ୍ରସର ହେବାକୁ ପଡ଼େ ।

 

ନିଜକୁ ନିରାପଦ ମନେ ନ କରିବା, ମୃତ୍ୟୁ ଏବଂ ପାପକାର୍ଯ୍ୟଦ୍ୱାରା ନିଜକୁ ସବୁବେଳେ ଦାୟୀ କରିବା, ଜୀବନ ଦୁଃଖପୂର୍ଣ୍ଣ ଓ ମୂଲ୍ୟହୀନ ବୋଲି ଅଶାନ୍ତି ଭୋଗିବା ଇତ୍ୟାଦି ଚିନ୍ତାଦ୍ୱାରା ମନୁଷ୍ୟ ନିକଟରୁ ଐଶ୍ୱରିକ ଶକ୍ତିର ସନ୍ଧାନ ମିଳେ । ତା’ର ଅବିଦ୍ୟାକୁ ବିଦ୍ୟାର ସହାୟତାରେ ଘୁଞ୍ଚାଇବାକୁ ହେବ । ଐଶ୍ୱରିକ ଶକ୍ତି ବିରୁଦ୍ଧରେ ସଂଗ୍ରାମ ସବୁଠାରୁ ବଡ଼ ପାପ । ମନୁଷ୍ୟର ମୂର୍ଖତା ତାକୁ ମନ୍ଦକାର୍ଯ୍ୟରେ ରତ କରାଏ । ଏହି ପ୍ରକ୍ରିୟାଶୀଳ ବିଶ୍ଵର ଜ୍ଞାନଲାଭରେ ମନୁଷ୍ୟ ପରମାତ୍ମାଙ୍କ ନିକଟବର୍ତ୍ତୀ ହୁଏ । ମାନବର ଅଭିଜ୍ଞତାକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଈଶ୍ଵର ମଧ୍ୟ ମନୁଷ୍ୟର ନିକଟବର୍ତ୍ତୀ ହୁଅନ୍ତି । ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଯଦି ପାର୍ଥକ୍ୟ ରଖାଯାଏ, ତେବେ ସତ୍ୟ ଉପଲବ୍ଧି କରିବା କଠିନ । ମନୁଷ୍ୟର ଚେତନାପରି ଈଶ୍ୱର ଚେତନା ମଧ୍ୟ ମୌଳିକ । ଈଶ୍ଵର ଚେତନା ମନୁଷ୍ୟ ନିକଟରେ ସମ୍ପୂର୍ଣ୍ଣରୂପେ ଉପଲବ୍ଧି ନ ହେଲେ ମଧ୍ୟ ଶୁଦ୍ଧ ଏବଂ ପବିତ୍ର ଆତ୍ମା ମଧ୍ୟରେ ସେ ପୂର୍ଣ୍ଣଭାବରେ ପ୍ରକାଶିତ ।

 

୩. ସଭ୍ୟର ଅନୁଭୂତି-ଧର୍ମ

 

ସମଗ୍ର ବିଶ୍ଵ ଏବଂ ମାନବ ଆତ୍ମା ବିଷୟରେ ଆମେ ଯେତେବେଳେ ଚିନ୍ତା କରୁ, ସେତେବେଳେ ଜଣେ ସର୍ବଶ୍ରେଷ୍ଠ ପୁରୁଷଙ୍କର ବିଷୟ ମନେପଡ଼େ । ସେହି ସର୍ବଶ୍ରେଷ୍ଠ ପୁରୁଷ ହିଁ ପରମାତ୍ମା, ପବିତ୍ର ଏବଂ ସ୍ଵାଧୀନ, ମନୁଷ୍ୟର ଅତି ଗଭୀରତମ ପ୍ରଦେଶରେ ବାସ କରନ୍ତି । ଯୁକ୍ତିଦ୍ୱାରା ସେ ତଥ୍ୟ ଏବଂ ଚିନ୍ତାର ବିଷୟବସ୍ତୁରେ ପରିଣତ ହୋଇଯାଆନ୍ତି । ପରମାତ୍ମାଙ୍କୁ ଚିନ୍ତା କରିବା ଏବଂ ତାଙ୍କ ବିଷୟରେ ଅଭିଜ୍ଞତା ଲାଭ କରିବାମଧ୍ୟରେ ବହୁ ପ୍ରଭେଦ ରହିଛି । ଯେପର୍ଯ୍ୟନ୍ତ ଆମର ଚିନ୍ତା ବ୍ୟକ୍ତିଗତ ଅଭିଜ୍ଞତାରେ ପରିଣତ ହୋଇ ନାହିଁ, ସେପର୍ଯ୍ୟନ୍ତ ଐଶ୍ଵରିକ ଭାବକୁ ଯେତେ ସ୍ଵାଗତ କଲେ ମଧ୍ୟ ଈଶ୍ଵର ସବୁବେଳେ ଆମ ନିକଟରେ ଅପରିଚିତ ରହିବେ ।

 

ଯେତେ ଠିକ୍ କଲେ ମଧ୍ୟ ଈଶ୍ୱରଙ୍କ ସ୍ଥିତି ବିଷୟରେ ଭକ୍ତର ହୃଦୟ ଏବଂ ଜିଜ୍ଞାସୁର ମନକୁ ସନ୍ତୁଷ୍ଟ କରିହେବ ନାହିଁ । ଏହାଦ୍ଵାରା କେବଳ ଏକ କଳ୍ପନାର ସୃଷ୍ଟି ହୁଏ, ବିଷୟବସ୍ତୁ ବିଷୟରେ କିଛି ନିର୍ଣ୍ଣୟ କରାଯାଇପାରେ ଏବଂ ମନୁଷ୍ୟ ମନରେ ପ୍ରକ୍ରିୟାର ଏକ ଚିହ୍ନ ଲକ୍ଷ୍ୟ କରାଯାଏ । ତଥାପି ବହୁ ପୁରାକାଳରୁ ମନୁଷ୍ୟର ସୃଷ୍ଟିସମୟରୁ ଏକ ବୃହତ୍ ଏବଂ ବିସ୍ତୃତ ପରମ୍ପରା ରହିଆସିଛି ଯେ ପରମାତ୍ମାଙ୍କ ସହିତ ଜିଜ୍ଞାସୁର ସିଧାସଳଖ ପରିଚୟ ହୋଇପାରିବ । ଅନେକ ଲୋକ ସମୟର ଦୂରତ୍ୱରୁ ନିଜକୁ ପୃଥକ୍ କରି ବ୍ୟକ୍ତିଗତ ଭାବରେ ପରମାତ୍ମାଙ୍କ ସହିତ ସାକ୍ଷାତ୍ ଲାଭ କରିଛନ୍ତି ।

 

ଅନୁଭୂତିରୁ ଆମର ପ୍ରତ୍ୟେକ ବିଷୟରେ ଜ୍ଞାନ ଲାଭ ହୁଏ ଗଣିତଶାସ୍ତ୍ରର ଅଭିଜ୍ଞତା କେତେକ ଦତ୍ତ ନିୟମାବଳୀ ଉପରେ ନିର୍ଭର କରେ । ଧର୍ମର ଦର୍ଶନ ମଧ୍ୟ ଠିକ୍ ସେହିପରି କେତେଗୁଡ଼ିଏ ଧାର୍ମିକ ଅଭିଜ୍ଞତା ଉପରେ ନିର୍ଭର କରେ । ‘ସତ୍‌’ର ଅନୁଭୂତିରୁ ହିଁ ଈଶ୍ୱରଙ୍କ ସ୍ଥିତି ବୁଝାପଡ଼େ । ଯଦି ଜ୍ଞାନର ମାନଦଣ୍ଡ ଅନୁଭୂତ ହୁଏ, ତେବେ ଆମ୍ଭମାନଙ୍କର ଜ୍ଞାନ ଐଶ୍ୱରିକ ଅନୁଭୂତି ଲାଭ ନ କଲା ପର୍ଯ୍ୟନ୍ତ ଈଶ୍ଵରଙ୍କ ବିଷୟରେ ପୂର୍ଣ୍ଣତା ପ୍ରାପ୍ତ କରିପାରିବ ନାହିଁ ।

 

ସଂସ୍କୃତ ଭାଷାର ଏକ ଶ୍ଳୋକରେ ବର୍ଣ୍ଣନା ଅଛି ଯେ ଈଶ୍ଵରଙ୍କ ସ୍ଥିତି ବିଷୟରେ ଜାଣିବା ହେଉଛି ପରୋକ୍ଷ ଜ୍ଞାନ ଏବଂ ଈଶ୍ଵରଙ୍କ ବିଷୟରେ ଅଭିଜ୍ଞତା ଅର୍ଜନ କରିବା ହେଉଛି ପ୍ରତ୍ୟକ୍ଷ ଜ୍ଞାନ-। (୧) ବୈଦିକ ଯୁଗର ଦୂରଦ୍ରଷ୍ଟା ଋଷିମାନଙ୍କର ‘ଅହଂ ବ୍ରହ୍ମାସ୍ମି’, ଯୀଶୁଙ୍କର ‘ମୁଁ ସତ୍ୟ’ ଏବଂ (A1 Hallaj) ଙ୍କର (an a al - Haqq) ଉକ୍ତିରୁ ଈଶ୍ଵରଙ୍କ ସହିତ ମନୁଷ୍ୟର ଅତି ଗୁଢ଼ ସମ୍ବନ୍ଧ ରହିଥିବାର ଜଣାପଡ଼େ ।

 

ଅସ୍ତି ବ୍ରହ୍ମ ଇତି ଚେଦ୍‌ ଭେଦ ପରୋକ୍ଷଂ ଜ୍ଞାନଂ ଏବ ତତ୍‌ ।

ଅହଂ ବ୍ରହ୍ମ ଇତି ଚେଦ୍ ଭେଦ ପ୍ରତ୍ୟକ୍ଷଂ ଜ୍ଞାନଂ ଅସ୍ତି ତତ୍ ।।

 

ନୈତିକତା ପ୍ରତି ବିଚାର କରିବାକୁ ହେଲେ ଦୁଇଟି ବିଷୟରେ ଲକ୍ଷ୍ୟ ରଖିବାକୁ ପଡ଼ିବ । କାହା କାହା ନିକଟରେ ନୈତିକ ଜ୍ଞାନ ଥାଇ ସୁଦ୍ଧା ସେମାନେ ସେଗୁଡ଼ିକୁ ବ୍ୟବହାର କରନ୍ତି ନାହିଁ । ଆଉ କେତେ ଜଣ ବ୍ୟକ୍ତି ନିଜର ଅନ୍ତରରେ ନୈତିକତାକୁ ଅନୁଭବ କରନ୍ତି, ଅନ୍ତଃକରଣରେ ବିଶ୍ଳେଷଣ କରନ୍ତି ଏବଂ ତାହା ସହିତ ସହାବସ୍ଥାନ କରନ୍ତି । ବ୍ୟକ୍ତିର ଏହି ଅନୁଭୂତିଦ୍ୱାରା ଏବଂ ବ୍ରହ୍ମବିଦ୍ୟା ଓ ଐଶ୍ଵରିକ ଜ୍ଞାନର ସହାୟତାରେ ଆମ୍ଭମାନଙ୍କର ଈଶ୍ୱରସ୍ଥିତି ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ହୋଇପାରେ ।

 

ସତ୍ୟର ଅନୁଭୂତି ଯୁକ୍ତିଦ୍ୱାରା ଲାଭ ହୋଇପାରେ ନାହିଁ । ଏହା ମନୁଷ୍ୟ ଅନ୍ତରର ଏକ ଅବସ୍ଥା । ଏଥିପାଇଁ ବ୍ୟକ୍ତିଗତ ସହଯୋଗ ଆବଶ୍ୟକ । ସତ୍ୟର ସ୍ଥିତିକୁ ବୁଝିବାକୁ ହେଲେ ଏହା ସହିତ ବାସ କରିବାକୁ ପଡ଼ିବ । ଏହା ଆମ ଜୀବନର ଏକ ଅଂଶ । ସତ୍ୟ ଯେପର୍ଯ୍ୟନ୍ତ ଜିଜ୍ଞାସୁମାନଙ୍କଦ୍ୱାରା ବ୍ୟବହୃତ ହୋଇ ନାହିଁ, ସେପର୍ଯ୍ୟନ୍ତ ତାହା ସତ୍ୟ ନୁହେଁ । ସତ୍ୟର ଉପଲବ୍ଧି ପାଇଁ ତାହାକୁ ସ୍ପର୍ଶ ଓ ପରୀକ୍ଷା କରିବା ପ୍ରୟୋଜନ । ଏହାକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷଭାବରେ ଚିହ୍ନିବାକୁ ହେବ । ଏହା ହିଁ ‘ସତ୍‌’ର ଚେତନା ଅବସ୍ଥା । ଏହାକୁ ଆମେ ଆମର ଚତୁର୍ଦ୍ଦିଗରେ ଅନୁଭବ କରୁ । ବାସ୍ତବକୁ ଦେଖିବା ଏବଂ ଅନୁଭବ କରିବାର ଯୋଗ୍ୟତା କେବଳ ସତ୍ୟ ନିକଟରେ ସମ୍ଭବ । ଏକ ସମ୍ପୂର୍ଣ୍ଣ ମନୁଷ୍ୟ ଏହାର ଆହରଣ କରିପାରେ ।

 

ଏ ଜଗତରେ ମାନବ ଜାତି ଯେତେ ପୁରୁଣା, ତାହାର ଈଶ୍ୱରଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ସେତିକି ପୁରୁଣା । ଏହି ଅନୁଭୂତି କୌଣସି ଜାତି ବା ସମ୍ପ୍ରଦାୟ ମଧ୍ୟରେ ସୀମାବଦ୍ଧ ନୁହେଁ-। ଏହାର ବିଷୟବସ୍ତୁ ଯେ କେବଳ ଦର୍ଶନ ବା ଧର୍ମରେ ଦୃଷ୍ଟିଗୋଚର ହୁଏ ତାହା ନୁହେଁ, କଳା ଓ ପ୍ରକୃତି ସହିତ ଯୋଗସୂତ୍ରଦ୍ୱାରା ମଧ୍ୟ ଏହାର ପ୍ରତ୍ୟକ୍ଷତା ଅନୁଭବ କରାଯାଏ । ପ୍ରେମର ମହାଆନନ୍ଦରେ, କଳାର ଅପୂର୍ବ ସୃଷ୍ଟିରେ, ଜୀବନର ଗଭୀର ଦୁଃଖ ଓ ଆନନ୍ଦରେ ଅଭିଭୂତ ହେବା ମୁହୂର୍ତ୍ତରେ, ଦାର୍ଶନିକ ପ୍ରଚେଷ୍ଟାରେ ସତ୍ୟ ଏବଂ ସୌନ୍ଦର୍ଯ୍ୟର ଉପଲବ୍ଧିରେ ଅନୁଭବୀ ଏହି ପରିବର୍ତ୍ତନଶୀଳ ଜଗତରୁ ଉପରକୁ ଉଠି ନିତ୍ୟ ଓ ସନାତନ ସହିତ ଯୋଗାଯୋଗ ରକ୍ଷା କରି ପ୍ରତ୍ୟକ୍ଷ ଅନୁଭୂତି ଲାଭ କରେ । କାହାର ଏହି କେତେକ ମୁହୂର୍ତ୍ତରେ ଚେତନ ଓ ଜଡ଼ର ମିଳନ ହୋଇ ଏକ ଅପୂର୍ବ ସମତା ସୃଷ୍ଟି ହୁଏ ଏବଂ ସେ ପ୍ରେମ ଓ ଘୃଣାର ସୀମା ଅତିକ୍ରମ କରି ଏପରି ଏକ ରଜ୍ୟରେ ପ୍ରବେଶ କରେ, ଯାହାପାଇଁ ସୀମାବଦ୍ଧ ପୃଥିବୀର ସମସ୍ତ ଅଭିଜ୍ଞତା ଲୋପ ପାଇଯାଏ ଏବଂ ସମୟ ଅତିବାହିତ ନ ହୋଇ ସ୍ଥାଣୁ ହୋଇପଡ଼େ । ଏହିପରି ଏକ ଆଲୋକିତ ସଂସାରରେ ଜଡ଼ ପୃଥିବୀର ଛାୟା ପଡ଼େ ନାହିଁ । ଏଠାରେ ମନ ତାହାର ଜିଦ୍‍ଖୋର ପ୍ରଶ୍ନର ଉତ୍ତର ପାଏ ଓ ହୃଦୟ ତାହାର ଦୁଃଖ ଲାଘବ କରାଏ । ଏହି ବାସ୍ତବକୁ ଅଭିଜ୍ଞତାରେ ପରିଣତ କରିବା କିମ୍ବା ଏହା ସହିତ ବାସ କରିବା ଅର୍ଥ ‘ମୋକ୍ଷ’ ବା ନିତ୍ୟ ଜୀବନପ୍ରାପ୍ତି । ଜଡ଼ ପୃଥିବୀର ସୀମାବଦ୍ଧ ମନ ଏହି ରାଜ୍ୟରେ ଅସୀମତା ପ୍ରାପ୍ତି କରେ, ଖଣ୍ଡବିଖଣ୍ଡ ନ ହୋଇ ଯୁକ୍ତ ହୋଇଯାଏ, ପଥ ନ ହରାଇ ପଥିକ ହୁଏ, ଅବିଦ୍ୟାରୁ ବଞ୍ଚି ବିଦ୍ୟା ଲାଭ କରେ ଏବଂ ମୁକ୍ତିଲାଭ କରି ସ୍ଵାଧୀନ ହୁଏ । ଏହା ହିଁ ମନୁଷ୍ୟର ପୁନର୍ଜନ୍ମ, ଯେଉଁଠାରେ ସେ ପୁତ, ପବିତ୍ର ଓ ସ୍ଵାସ୍ଥ୍ୟବାନ୍ ହୋଇ ଐଶ୍ଵରିକ ଆନନ୍ଦ ଉପଲବ୍ଧି କରେ ।

 

ମନୁଷ୍ୟର ଅସ୍ତିତ୍ୱ ନିକଟରୁ ମୋକ୍ଷ, ନିର୍ବାଣ ବା ଈଶ୍ୱରଙ୍କ ରାଜ୍ୟ ଦୂର ବୋଲି ଭାବିବା ଭ୍ରମପୂର୍ଣ୍ଣ । ସ୍ଵର୍ଗ ମୃତମାନଙ୍କର ରାଜ୍ୟ ନୁହେଁ । ଏହା ଏହି ପୃଥିବୀରେ ହିଁ ସମ୍ଭବ । ମନୁଷ୍ୟର ଅନ୍ତର ଏବଂ ଚେନାର ପରିବର୍ତ୍ତନରେ ଏହି ସ୍ଵର୍ଗରାଜ୍ୟ ସମ୍ଭବପର ହୁଏ । ଆଧ୍ୟାତ୍ମିକ ସ୍ଵାଧୀନତାଦ୍ୱାରା ଆମେ ଏହି ସଂସାରକୁ ଅତିକ୍ରମ ଏବଂ ପରିବର୍ତ୍ତନ ମଧ୍ୟ କରିପାରୁ । ଏହି ପୃଥିବୀରେ ସ୍ଵର୍ଗର ରାଜ୍ୟ ପ୍ରତିଷ୍ଠା କରି ଜୀବନକୁ ଚିରସ୍ଥାୟୀ କରିବାର ଶକ୍ତି ଆମର ଅଛି ।

 

ଆଜିକାଲି ଯୁଗର ମନୁଷ୍ୟ ଆଧୁନିକ ଚିନ୍ତାଧାରାରେ ପ୍ରଭାବିତ ହୋଇ ଯେ କୌଣସି ପରିବର୍ତ୍ତନକୁ ସନ୍ଦେହ ଏବଂ ଅବିଶ୍ଵାସ କରେ; କିନ୍ତୁ ପୁନର୍ଜନ୍ମ ବା ନୂତନ ରୂପ ଗ୍ରହଣ ଅପ୍ରାକୃତିକ କିମ୍ବା ଆଲୌକିକ ନୁହେଁ । ଏଥିରେ ପୂର୍ଣ୍ଣବିଶ୍ଵାସ ରହିଛି ଯେ ଆଉ ଏକ ବାସ୍ତବ କ୍ଷେତ୍ର ରହିଛି, ଯାହା ଏ ଜଗତର ବାସ୍ତବତାକୁ ବ୍ୟାଖ୍ୟା କରିପାରେ ଏବଂ ଏହି ଜଗତ ମଧ୍ୟରେ ସର୍ବଦା କର୍ମରତ ରହି ଏହାକୁ ହିଁ ପୁନରୁଦ୍ଧାର କରି ନବରୂପ ପ୍ରଦାନ କରେ, ନିର୍ଦ୍ଦେଶ କରେ ଏବଂ ଜାଜ୍ୱଲ୍ୟମାନ କରେ ।

 

ବ୍ୟକ୍ତିତ୍ୱ ଯେ କେବଳ ବୁଦ୍ଧି, ଜ୍ଞାନ, ଇଚ୍ଛାପ୍ରବୃତ୍ତି ଏବଂ ଆବେଗ ପ୍ରଭୃତି କେବଳ ମାନସିକ ଶକ୍ତି ନେଇ ଗଠିତ, ତାହା ନୁହେଁ । ଏହିପରି କୌଣସି ଭିନ୍ନ ଭିନ୍ନ ଶ୍ରେଣୀବିଭାଗ ନାହିଁ । ଏହା ଗୋଟିଏ ମାତ୍ର ଶକ୍ତି, ଯାହାକୁ ବିଭକ୍ତ କରିହେବ ନାହିଁ । ଆମେ ବୁଦ୍ଧି ଓ ଜ୍ଞାନର ପାର୍ଥକ୍ୟ ବୁଝିପାରୁ; କିନ୍ତୁ ସେମାନଙ୍କୁ ବିଭକ୍ତ କରି ପୃଥକ୍ କରିହେବ ନାହିଁ । ଜ୍ଞାନ ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ନିହିତ ରହି କାର୍ଯ୍ୟ କରୁଥାଏ । ଏହାର ସମସ୍ତ ଶକ୍ତିକୁ ଠୁଳ କରି ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ କରାଯାଏ । ପ୍ଲେଟୋଙ୍କ ମତରେ ଯେ ଠିକ୍, ତାକୁ ହିଁ ଠିକ୍‌ଭାବରେ ବୁଝିହେବ । ଏହାର ଅର୍ଥ, ଠିକ୍‌କୁ ବୁଝିବାକୁ ହେଲେ କେବଳ ଯେ ବୋଧଶକ୍ତିର ପ୍ରୟୋଜନ, ତାହା ନୁହେଁ; ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵକୁ କାର୍ଯ୍ୟରେ ଲଗାଇବାକୁ ହୁଏ । ଆଧ୍ୟାତ୍ମିକ ଜଗତର ପ୍ରକୃତିକୁ ବୁଝିବାପାଇଁ ଆମେ ମନର ଭିନ୍ନ ଭିନ୍ନ ଶକ୍ତିକୁ ନିଯୁକ୍ତ କରୁ । ବିଜ୍ଞାନ କେବଳ ଘଟଣାର ରୂପକୁ ବୁଝିବାକୁ ଉଦ୍ୟମ କରେ; କିନ୍ତୁ ଦର୍ଶନ ଏବଂ ଧର୍ମ ପ୍ରତ୍ୟେକ ବସ୍ତୁର ଆତ୍ମଜ୍ଞାନକୁ ମନନ କରେ ।

 

ବୋଧଶକ୍ତି ଏବଂ ଅନ୍ତର୍ଦୃଷ୍ଟି ଏକ ସମ୍ପୂର୍ଣ୍ଣ ଶକ୍ତିର ଅଂଶବିଶେଷ । ଅନ୍ତର୍ଦୃଷ୍ଟିଦ୍ୱାରା ଅସୀମ ଏବଂ ସମୟହୀନ ରଜ୍ୟର ସନ୍ଧାନ ମିଳେ, ଯାହା ମଧ୍ୟରେ ଇତିହାସ ଏବଂ ସମୟ ବିଦ୍ୟମାନ । ବାସ୍ତବରୁ ସତ୍ୟ ପ୍ରକାଶ ଲାଭ କରେ ନାହିଁ । ଏହା ସୃଷ୍ଟିପୂର୍ଣ୍ଣ ଏକ ଗୁଢ଼ ରହସ୍ୟ । ଆତ୍ମା ହିଁ ଏହାର ଗଭୀରତମ ପ୍ରଦେଶର ସନ୍ଧାନ ପାଏ ଏବଂ ଅଭିଜ୍ଞତା ଲାଭ କରେ । କର୍ତ୍ତା କର୍ମକୁ ବୁଝିଲାପରି ଏହା ନୁହେଁ । ଏଥିରେ କର୍ତ୍ତା ଏବଂ କର୍ମ ପରସ୍ପର ଯୁକ୍ତ ଏବଂ ଏହା କେବଳ ଅନୁଭବ ଯୋଗ୍ୟ । (୧)

 

1. Eckhart says: ‘‘The knower and the known are one, Simple people imagine that they should see God, as if he stood there and they here. This is not so, God and I, we are one in knowledge.’’

 

କେତେକ ବ୍ୟକ୍ତି ନିଜର ଅଦ୍ଭୁତ କଳ୍ପନାରେ ମଧ୍ୟ ଆଧ୍ୟାତ୍ମିକ ବିଷୟରେ ଅଭିଜ୍ଞତା ଅର୍ଜନ କରନ୍ତି । ଏଥିରେ ସେମାନଙ୍କର ଏକ ଆସ୍ଵାଭାବିକ ଆବେଗର ଲକ୍ଷଣ ପ୍ରକାଶ ପାଏ । ଅନେକ ସମୟରେ ସେମାନେ ମୁର୍ଚ୍ଛା ଯାଆନ୍ତି ବା ଅତ୍ୟଧିକ ଉଲ୍ଲାସରେ ଅଭିଭୂତ ହୋଇପଡ଼ନ୍ତି ବା କୌଣସି ଅଦୃଷ୍ଟର ସ୍ୱର ଶୁଣିବାକୁ ପାଆନ୍ତି ବା ଦର୍ଶନ ଲାଭ କରନ୍ତି । ଅତ୍ୟଧିକ ଆବେଗଦ୍ୱାରା ନାନା ପ୍ରକାରର ଅଭିଜ୍ଞତା ଅର୍ଜନ କରାଯାଏ । ଯେଉଁମାନେ ଅନୁପ୍ରାଣିତ ହୋଇ କିଛି ନା କିଛି କାର୍ଯ୍ୟ କରନ୍ତି, ସେମାନେ ନିଜକୁ ଆବେଗରେ ହଜାଇ ଦିଅନ୍ତି; କିନ୍ତୁ ଆବଗ ଉତ୍ତେଜିତ ହୋଇ ନିଜକୁ କାର୍ଯ୍ୟରେ ହଜାଇଦେବା ସବୁ କିଛି ନୁହେଁ । ଏହାଦ୍ୱାରା ଯଦିବା ବ୍ୟାଧିଗ୍ରସ୍ତ ହେଲାପରି ଲକ୍ଷଣ ଦେଖାଯାଏ, ତଥାପି ଅନୁଭୂତିକୁ ରୋଗର ଆଖ୍ୟା ଦେଇହେବ ନାହିଁ । ଦୁରଦ୍ରଷ୍ଟା ଏବଂ ମୁନିଋଷିମାନଙ୍କର ମାନସିକ ଅବସ୍ଥା ଦୁର୍ବଳ ନ ଥାଏ । ଅନେକ ସମୟରେ ଏହାଦ୍ୱାରା ଯେଉଁ ସ୍ନାୟବିକ ଦୁର୍ବଳତା ପ୍ରକାଶ ପାଏ, ତାହା ଆକସ୍ମିକ ଲକ୍ଷଣ ମାତ୍ର । ମନ ଯେତେବେଳେ ନିଶ୍ଚଳ ଅବସ୍ଥାରୁ କାର୍ଯ୍ୟକ୍ଷମ ହୋଇପଡ଼େ ବା ଅବିଦ୍ୟାରୁ ହଠାତ୍‌ ବିଦ୍ୟାର ପ୍ରକାଶ ଲାଭ କରେ, ସେତେବେଳେ ସେ ଆଘାତପ୍ରାପ୍ତ ହୁଏ । ଜୀବର ଚେତନ ଏବଂ ଅଚେନର ସମ୍ବନ୍ଧମଧ୍ୟରେ ହଠାତ୍ ଆଲୋଡ଼ନ ସୃଷ୍ଟି କରିବାଦ୍ୱାରା ଜୀବନକୁ ବିପଦର ସମ୍ମୁଖୀନ ହେବାକୁ ପଡ଼େ । ପୁରୁଣା ସମ୍ବନ୍ଧକୁ ହଠାତ୍ ପରିବର୍ତ୍ତନ କରିବାରେ ଏବଂ ମନ ଉପରେ ହଠାତ୍ ଚାପ ଦେବାଦ୍ୱାରା ଜୀବର ମାନସିକ ଅବସ୍ଥା ପରିବର୍ତ୍ତନ ହୋଇଯାଏ । ଆନନ୍ଦରେ ବିହ୍ୱଳିତ ହୋଇଯିବା, ଅଚେତ ଅବସ୍ଥାରେ ପ୍ରଳାପ କରିବା କିମ୍ବା ଅଦ୍ଭୁତ କଳ୍ପନାରେ ଭାସିଯିବା ଆଦି ମାନସିକ ଅବସ୍ଥା ଆଧ୍ୟାତ୍ମିକ ଅଭିଜ୍ଞତାର ଲକ୍ଷଣ ନୁହେଁ । ଏହା କେବଳ ସତ୍ୟ ଓ ବାସ୍ତବତାର ଅଭିଜ୍ଞତାରେ ପ୍ରାପ୍ତ ହୁଏ ।

 

ଆଧ୍ୟାତ୍ମିକ ଅଭିଜ୍ଞତା ମନୋବିଜ୍ଞାନର ବିଷୟବସ୍ତୁ ନୁହେଁ । ଏହା ଅନ୍ତର୍ନିହିତ ମାନସିକ ଅବସ୍ଥାର ପରିବର୍ତ୍ତନ, ଯାହା ଜୀବର ଆତ୍ମା, ଶାନ୍ତି, ଆନନ୍ଦ, ପ୍ରେମ, ଦୁଃଖରେ ନିଜକୁ ପ୍ରକାଶିତ କରେ । ଜୀବ ଆତ୍ମା ଏବଂ ପ୍ରକୃତ ସତ୍ୟ ମଧ୍ୟରେ ଯେଉଁ ଯୋଗାଯୋଗ ସ୍ଥାପିତ ହୁଏ, ସେଥ୍‌ରୁ ଏକ ନବଜୀବନର ସୂତ୍ରପାତ ହେବ । ଆତ୍ମାନୁଭୂତିଦ୍ୱାରା ଗଭୀରତମ ପ୍ରଦେଶର ଯେଉଁ ଶକ୍ତି ବିଦ୍ୟମାନ ତାହା ଯୁକ୍ତ ହୋଇ ଏକ ପୂର୍ଣ୍ଣ ବ୍ୟକ୍ତିତ୍ୱ ପ୍ରକାଶ କରିବ । ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀମାନଙ୍କଠାରୁ ଏକ ନୂତନ ମନ ଓ ଚରିତ୍ର ଗଢ଼ିଉଠି ଐଶ୍ୱରିକ ଭାବ ପ୍ରକାଶ ପାଇବ ।

Image

 

ଆଧ୍ୟାତ୍ମିକ ଜୀବନ ଓ ଧର୍ମବଶ୍ୱାସ

 

ଦୂରଦ୍ରଷ୍ଟାମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରତ୍ୟେକ ଧର୍ମର ମୂଳ ଭିତ୍ତି ପ୍ରତିଷ୍ଠିତ ହୁଏ । ଏହି ବ୍ୟକ୍ତିଗତ ଅଭିଜ୍ଞତା ହେଉଛି ଆଧ୍ୟାତ୍ମିକ ସ୍ଥିତିର ଅସୀମତା ସହିତ ପ୍ରତ୍ୟକ୍ଷ ପରିଚୟ । ଈଶ୍ଵରଙ୍କ ସହିତ ଏପରି ଯୋଗାଯୋଗ ମାନବ-ସମାଜର ଧର୍ମକ୍ଷେତ୍ରରେ ଏକ ସାଧାରଣ ବିଷୟ ।

 

୧. ହିନ୍ଦୁ ଧର୍ମ

 

ବହୁ ପୁରାକାଳରୁ ଭାରତୀୟମାନଙ୍କର ଦୃଢ଼ବିଶ୍ଵାସ ଯେ ଧର୍ମର ଅର୍ଥ ହେଉଛି ଈଶ୍ୱରଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି । ଉପନିଷଦ୍‍ର ଲକ୍ଷ୍ୟ–ହେଉଛି ବିଦ୍ୟା, ଦୃଷ୍ଟି ଏବଂ ବିଜ୍ଞାନର ଆହରଣ । ଏହା ଏକ ନୂତନ ଚିନ୍ତା, ଯେଉଁଥିରେ ମାନବର ବୋଧଶକ୍ତି କେବଳ ନୁହେଁ, ସମ୍ପୂର୍ଣ୍ଣ ମନୁଷ୍ୟ ମଧ୍ୟ ଲିପ୍ତ ରହିଛି । ଈଶ୍ୱର-ଅନୁଭୂତି ବା ‘ବ୍ରହ୍ମାନୁଭୂତି’ର ଅର୍ଥ ସତ୍ୟ ସହିତ ପ୍ରତ୍ୟକ୍ଷ ସଂଯୋଗ ଏବଂ ମନୁଷ୍ୟ–ହୃଦୟରେ ଈଶ୍ୱରଙ୍କ ସହିତ ଐକ୍ୟ ସୃଷ୍ଟି କରିବାର ଏକ ଦୃଢ଼ ପ୍ରତିଜ୍ଞା । ଚେତନା ଜଗତ୍‌ର ସର୍ବୋଚ୍ଚ ସୀମାରେ ଏବଂ ଗଭୀର ଜ୍ଞାନଦ୍ୱାରା ଈଶ୍ୱରଙ୍କ ସହିତ ଏହି ଐକ୍ୟ ବୋଧଗମ୍ୟ ।

 

ଉପନିଷଦ୍‌ରେ ମଧ୍ୟ ଆତ୍ମା ଏବଂ ଈଶ୍ଵରଙ୍କ ମଧ୍ୟରେ ସମ୍ବନ୍ଧ ବିଷରେ ବର୍ଣ୍ଣନା ହୋଇଛି । ‘‘ଯଦି କେହି ଈଶ୍ଵରଙ୍କଠାରୁ ନିଜକୁ ପୃଥକ୍ ଭାବେ, ତେବେ ସେ ଅଜ୍ଞ ।’’ ପୁଣି, ‘‘ଯେ ସମସ୍ତଙ୍କର ହୃଦୟରେ ବାସ କରନ୍ତି, ଯାହାଙ୍କୁ ବୁଝିବା କଠିନ, ଯାହାଙ୍କର ଶରୀର ସମସ୍ତ ବିଶ୍ୱପରିବ୍ୟାପ୍ତ, ସେ ଆମ୍ଭମାନଙ୍କର ଆତ୍ମା । ଏବଂ ସମସ୍ତଙ୍କ ହୃଦୟରେ ରାଜତ୍ୱ କରନ୍ତି ଏବଂ ଅମର ।”

 

ମନୁଷ୍ୟ ଅମର ବୋଲି ବୁଝି ନ ପାରିବାପର୍ଯ୍ୟନ୍ତ ନିଜ କର୍ମଚକ୍ରରେ ବାନ୍ଧିହୋଇ ରହିଥାଏ । ସେ ଅଜଣା ଶକ୍ତିର ପ୍ରଭାବରେ ଟାଣି ହୋଇ ଇତସ୍ତତଃ ହୁଏ ଏବଂ ତା’ର ଜୀବନ ଅତି ଜଟିଳ ହୋଇପଡ଼େ । ଶରୀର ଏବଂ ଜୈବିକ ପ୍ରବୃତ୍ତି ତାହାକୁ ଏକତ୍ର ବାସ କରିବାରେ ବାଧ୍ୟ କରାଏ । ଶିକ୍ଷା, ଜ୍ଞାନ ଓ ଅନୁକରଣଦ୍ୱାରା ଉନ୍ନତ ହେଲେ ମଧ୍ୟ ସେ ସବୁବେଳେ ମନୁଷ୍ୟ ହୋଇ ରହେ । ତାର ସଂଜ୍ଞା ବଦଳେ ନାହିଁ ଓ ଶରୀରର ଅନୁଭୂତି ସର୍ବଦା ସମାନ ରହେ । ଯଦି ଅନ୍ତରମଧ୍ୟରେ ବିଶ୍ଵଆତ୍ମାର ପରିଚୟ ଲାଭ କରେ, ତେବେ ମୁକ୍ତିର ନୂତନ ପନ୍ଥା ସାହାଯ୍ୟରେ ନିଜ କାର୍ଯ୍ୟ କରିଯାଏ ।

 

ଭଗବତ୍‌ଗୀତାରେ ବ୍ରହ୍ମସାଧନକୁ ଈଶ୍ୱର ଭକ୍ତି ହିସାବରେ ବ୍ୟାଖ୍ୟା କରାଯାଇଅଛି । ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରିବା ବା ‘ବ୍ରହ୍ମସଂସ୍ପର୍ଶ’ ହେଉଛି ଜୀବନର ଲକ୍ଷ୍ୟ । ଆତ୍ମା ଈଶ୍ଵରଙ୍କର ଏକ ଅଂଶ । (୧) ଭଗବତ୍‌ଗୀତାରେ ପ୍ରାର୍ଥନା ଏବଂ ଭକ୍ତି ଉପରେ ଜୋର୍ ଦିଆଯାଇଅଛି । ଈଶ୍ୱରଙ୍କ ଦୟାରୁ ଆତ୍ମା ସବୁ କିଛି ଅତିକ୍ରମ କରି ମହା ଶାନ୍ତି ଉପଲବ୍‍ଧି କରେ । (୨)

 

୧. XV, 7

 

୨. ଶଙ୍କର ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଗୋଟିଏ ସଂସ୍କୃତ ଶ୍ଳୋକରେ ବର୍ଣ୍ଣନା ଅଛି ଯେ ଭକ୍ତି ହେଉଛି ଈଶ୍ଵରପ୍ରାପ୍ତିର ସବୁଠାରୁ ସହଜ ମାର୍ଗ ।

 

ମୋକ୍ଷ-ସାଧନ-ସାମଗ୍ର୍ୟାଂ ଭକ୍ତିଃ ଏବ ଗରିୟସୀ

ସ୍ୱ-ସ୍ୱରୂପାନୁସନ୍ଧାନଂ ଭକ୍ତିଃ ଇତି ଅଭିଧିୟତେ ॥

 

ବୈଷ୍ଣବମାନଙ୍କର ରାମ ଓ କୃଷ୍ଣଙ୍କର ଆରାଧନାରୁ ସେମାନଙ୍କର ବ୍ରହ୍ମାନୁଭୂତି ପ୍ରେମ ଓ ଭକ୍ତିଭାବରୁ ଜଣାପଡ଼େ । ରାମାନନ୍ଦ, ତୁଳସୀଦାସ, ଚୈତନ୍ୟ, ତୁକାରାମ ଏବଂ ମୀରାବାଈ ପ୍ରଭୃତି ଭକ୍ତମାନଙ୍କର ଈଶ୍ଵରପ୍ରାପ୍ତି ସେମାନଙ୍କର ଅନ୍ତରର ବ୍ୟକ୍ତିଗତ ଅନୁଭୂତିରୁ ଜଣାପଡ଼େ । ଛୋଟ ପିଲା ଯେପରି ତା’ର ମା’କୁ ଖୋଜେ, ଭକ୍ତ ସେହପରି ତା’ର ଈଶ୍ଵରଙ୍କୁ ଖୋଜେ । ଶୈବମାନେ ଈଶ୍ୱରଙ୍କୁ ଶିବ ହସାବରେ ଆରାଧନା କରନ୍ତି ଏବଂ ଭକ୍ତିଦ୍ୱାରା ଈଶ୍ଵରପ୍ରାପ୍ତି ନିମିତ୍ତ ଚେଷ୍ଟା କରନ୍ତି ।

 

କବିର, ନାନକ ଓ ଶିଖ୍ ଗୁରୁମାନେ ମଧ୍ୟ ଈଶ୍ଵରପ୍ରାପ୍ତି ନିମିତ୍ତ ଭକ୍ତିମାର୍ଗର ସୂଚନା ଦିଅନ୍ତି । କବିର କହନ୍ତି, ‘‘ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ମାଛ ପାଣିମଧ୍ୟରେ ବାସ କରୁଥିଲେ ମଧ୍ୟ ତାକୁ ଶୋଷ ଲାଗେ । ପ୍ରକୃତ ସତ୍ୟ ନିଜ ହୃଦୟ ମଧ୍ୟରୁ ପ୍ରକାଶିତ ହେଉଥିଲେ ମଧ୍ୟ ଆମେ ଚାରିଆଡ଼େ ଘୂରିବୁଲୁ । ...ବାରାଣାସୀ ଯାଅ ବା ମଥୁରା ଯାଅ ଈଶ୍ଵରଙ୍କୁ ନ ପାଇଲାପର୍ଯ୍ୟନ୍ତ ସାରାପୃଥିବୀ ଅର୍ଥହୀନ ହୋଇପଡ଼ିବ ।’’ ସେ ପୁଣି କହିଛନ୍ତି, “ତୁମର ଈଶ୍ୱର ତୁମ ନିକଟରେ ଅଛନ୍ତି; ତଥାପି ତୁମେ ଘୂରିବୁଲୁଛ ?”

 

ରାମକୃଷ୍ଣ, ଦେବେନ୍ଦ୍ରନାଥ ଓ ରମଣ ମହର୍ଷି ପ୍ରଭୃତି ଆଧୁନିକ ଭାରତର ଦୁରଦ୍ରଷ୍ଟା ଅଟନ୍ତି ।

 

ହିନ୍ଦୁଧର୍ମର ଉଦ୍ଦେଶ୍ୟ ହେଉଛି ମାନବ–ସମାଜକୁ ଉଦ୍ଧାର କରିବା ଓ ମାନବ ଚରିତ୍ରମଧ୍ୟରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆଣିବା । ଧର୍ମ ହିଁ ମନୁଷ୍ୟର ପୁନର୍ଜନ୍ମ ବା ‘ଦ୍ୱିତୀୟ ଜନ୍ମ’ । ମନୁଷ୍ୟର ଅନ୍ତର ଦ୍ୱିତୀୟ ଜନ୍ମ ଲାଭ କରି ନୂତନ ହୁଏ ଓ ବୋଧଶକ୍ତି ଅର୍ଜନ କରେ ।

 

ସମୟ ଓ ଅସୀମତା ମଧ୍ୟରେ ସେମାନଙ୍କର ଗୁଣ ଓ ପ୍ରଭେଦକୁ ‘ସୂଚାଇଦିଏ । ସମୟର ଆକାରକୁ ବଢ଼ାଇ ଅସୀମତା ଲାଭ କରାଯାଇପାରେ ନାହିଁ । ଉପନିଷଦ୍‌ରେ ବର୍ଣ୍ଣନା ଅଛି “ନାସ୍ତି ଅକୃତଃ କୃତେନ’’ । ଅସ୍ଥାୟୀ ଅଭିଜ୍ଞତାଦ୍ୱାରା ଅସୀମତାପ୍ରାପ୍ତି ହୁଏ ନାହିଁ । ଅସୀମକୁ ପ୍ରାପ୍ତ କରିବାକୁ ହେଲେ ଆମର ଚିନ୍ତାଧାରାକୁ ସମୟ ଅତିକ୍ରମ କରାଇ ଏକ ବାସ୍ତବ ରାଜ୍ୟରେ ପ୍ରବେଶ କରିବାକୁ ହେବ ।

 

ଯୋଗସୂତ୍ରରେ ଆଧ୍ୟାତ୍ମିକ ଜୀବନ ଲାଭ କରିବାପାଇଁ ପ୍ରାର୍ଥନା ଏବଂ ସାଧନା ବିଷୟରେ ଉପଦେଶ ଦିଆଯାଇଅଛି ।

 

ଭାରତୀୟ ଧର୍ମ-ଇତିହାସରେ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ, ଖ୍ରୀଷ୍ଟ ଓ ଇସ୍‌ଲାମ୍ ପ୍ରଭୃତି ସାମ୍ପ୍ରଦାୟିକ ଧର୍ମ । ଏମାନେ ବ୍ୟକ୍ତିଗତ ଈଶ୍ଵରଙ୍କୁ ଆରାଧନା କରିବା ଅପେକ୍ଷା ମାନବ ଜୀବନ ଓ ଚେତନା ଜଗତରେ ପ୍ରାପ୍ତି-ନିମିତ୍ତ ଉପଦେଶ ଦିଅନ୍ତି । ଏବେ ସୁଦ୍ଧା ଅନେକ ଧାର୍ମିକ ଚେତନା ଜଗତର ପ୍ରାପ୍ତି ନିମିତ୍ତ ଚେତନ ଓ ଜଡ଼କୁ ଏକତ୍ର ସଂଯୋଗ କରନ୍ତି ଏବଂ ନିଜକୁ ଏହି ଚେତନା ଜଗତରେ ପହଞ୍ଚି ନିଜକୁ ଏକ ଅଦ୍ଭୁତପୂର୍ବ ସ୍ଥିତିରେ ବୁଡ଼ାଇ ରଖନ୍ତି । ସେମାନେ ଅନୁଭବ କରନ୍ତି ଯେ ସେମାନେ ଯାହା ଖୋଜୁଥିଲେ, ତାହା ବୋଧ ହୁଏ ପାଇଛନ୍ତି ।

 

୨. ତାଓ ଧର୍ମ

 

ଚୀନାମାନେ ଲାଓ ସେଙ୍କ (Lao-tse, 6th Century B.C.) ପୂର୍ବରୁ ‘ତାଓ’ଙ୍କୁ ଈଶ୍ଵର ବୋଲି ମାନୁଥିଲେ । ସେ ସ୍ଵର୍ଗଠାରୁ ବୃହତ୍, ସମୟର ସୃଷ୍ଟିପୂର୍ବରୁ ଏପରି କି ଈଶ୍ଵରଙ୍କ ପ୍ରକାଶ ହେବାପୂର୍ବରୁ ‘ତାଓ’ ପ୍ରକାଶ ଲାଭ କରିସାରିଥିଲେ । ସେ ନିତ୍ୟ, ଅପରିବର୍ତ୍ତନୀୟ ଓ ସର୍ବବ୍ୟାପୀ । ସବୁ କିଛି ତାଙ୍କର ହିଁ ପ୍ରକାଶ । ସେ ସୃଷ୍ଟିର ଆରମ୍ଭ ଓ ବିଶ୍ଵର ସୃଷ୍ଟିକର୍ତ୍ତା । ପ୍ରତ୍ୟେକ ବସ୍ତୁର ମୂଳ ତତ୍ତ୍ଵ । ତାଙ୍କରି ନିର୍ଦ୍ଦେଶରେ ପ୍ରକୃତି ପରିଚାଳିତ ହୁଏ । ତାଓ ହିଁ ମୂଳ, ପ୍ରତ୍ୟେକ ବସ୍ତୁର ସୃଷ୍ଟିର ଉତ୍ସ ଏବଂ ଲକ୍ଷ୍ୟ ।

 

ତାଓଙ୍କୁ ବର୍ଣ୍ଣନା କରିବାପାଇଁ କୌଣସି ଶବ୍ଦ ଯଥେଷ୍ଟ ନୁହେଁ । ତାଓ ହିଁ ପ୍ରକୃତ ରାସ୍ତା, ରଙ୍ଗହୀନ, ଶବ୍ଦହୀନ ଓ ବିଷବସ୍ତୁହୀନ ମହାଶୂନ୍ୟ । ତାଙ୍କଠାରୁ ବିଶ୍ଵର ସୃଷ୍ଟି, ପୁରୁଷ (Yang) ଓ ସ୍ତ୍ରୀ (Yiny), ଆଲୋକ ଏବଂ ଅନ୍ଧକାର, ସ୍ଵର୍ଗ, ପୃଥିବୀ ଓ ମନୁଷ୍ୟ ଆଦି ଜୀବଜଗତ ମଧ୍ୟ ସୃଷ୍ଟି ।

 

ତାଓ ଯଦିଓ ଅପ୍ରକାଶ୍ୟ, ତଥାପି ମନୁଷ୍ୟମଧ୍ୟରେ ଦୃଷ୍ଟ । ତାଙ୍କ ନିକଟକୁ ଅଗ୍ରସର ହେବା ମନୁଷ୍ୟର ଲକ୍ଷ୍ୟ ।

 

ତାଓ ତେ ଚିଙ୍ଗ୍ (Tao Teh Ching)ରେ ବର୍ଣ୍ଣନା ଅଛି ଯେ ଇଚ୍ଛାକୁ ଦମନ କରିପାରିଲେ ‘ତାଓ’ ପ୍ରାପ୍ତି ହୁଏ । ଲାଓ ସେ କହିଛନ୍ତି- “ଯେ ପୃଥିବୀର ସମସ୍ତ ବସ୍ତୁର ଅଧିକାରରୁ ନିଜକୁ ମୁକ୍ତ କରିପାରିଛି, ସେ କେବଳ ‘ତାଓଙ୍କର’ ଆଧ୍ୟାତ୍ମିକ ମହତ୍ତ୍ଵ ବୁଝିପାରିବ ।’’ ଏହାର ପ୍ରାପ୍ତିପାଇଁ ଆତ୍ମତ୍ୟାଗ ସର୍ବାଦୌ ପ୍ରୟୋଜନ । ତାଓଙ୍କ ନିକଟକୁ ଯିବାକୁ ଆମ୍ଭମାନଙ୍କୁ ସମସ୍ତ ସିଦ୍ଧାନ୍ତ ପରିତ୍ୟାଗ କରିବାକୁ ପଡ଼ିବ । ସମସ୍ତ ଚେତନାଯୁକ୍ତ ବୋଧଶକ୍ତି ଦୂର କରିବାକୁ ହେବ । ପ୍ରତ୍ୟେକ ଚିନ୍ତା ଏବଂ ଅନୁଭବଶକ୍ତିକୁ ତାଓଙ୍କ ସମ୍ମୁଖରେ ସମର୍ପଣ କରିବାକୁ ହେବ । ଏହାଦ୍ଵାରା କେବଳ ଆତ୍ମଶୁଦ୍ଧି ହୋଇପାରିବ ।

 

ତାଓବାଦୀମାନଙ୍କର ଉଦ୍ଦେଶ୍ୟ ହେଉଛି ତାଙ୍କର ସେବା କରି ତାଙ୍କ ସହିତ ଯୁକ୍ତ ହେବା-। ଯେଉଁମାନେ ପୃଥିବୀର ନିୟମରେ ନିଜକୁ ବାନ୍ଧି ରଖିଛନ୍ତି ତାଓଙ୍କୁ ସେବା କରିବାପାଇଁ ସେମାନେ ମଧ୍ୟ ମୁକ୍ତି ଲାଭ କରିବେ । Tac Hsia କହିଛନ୍ତି, “ସେ ତାଓଙ୍କ ସମକକ୍ଷ ହୋଇପାରେ, ତାହାର ପୃଥିବୀରେ କୌଣସି ଶକ୍ତି କ୍ଷତି କରିପାରିବ ନାହିଁ ।”

 

ଅନ୍ତର୍ନିହିତ ସତ୍‍ଗୁଣ ହେଉଛି ତାଓଙ୍କର ପ୍ରକାଶ । ତାଙ୍କର ମୂଳତତ୍ତ୍ଵରୁ ସତ୍ ପ୍ରକାଶିତ ହୁଏ ।

 

ତାଓ ସମସ୍ତଙ୍କ ନିକଟରେ ବିଦ୍ୟମାନ । ତେଣୁ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସହାନୁଭୁତି ପ୍ରକାଶ କରିବା ଉଚିତ । ‘ସେ ସାଧୁ, ତା’ପ୍ରତି ଯେପରି ଆଚରଣ କରାଯାଏ, ସେ ମନ୍ଦ ତା’ପ୍ରତି ମଧ୍ୟ ମୁଁ ସେପରି ଆରରଣ କରେ; କାରଣ ଏହାଦ୍ଵାରା ତା’ର ମଙ୍ଗଳ ହୁଏ ।”

 

୩. ଇହୁଦୀ ଧର୍ମ

 

ଇହୁଦୀମାନଙ୍କ ନିକଟରେ ସେମାନଙ୍କର ଧର୍ମ ସିଦ୍ଧାନ୍ତ, ଈଶ୍ଵରଙ୍କ ବାଣୀ ଓ ମୋଜେସ୍‌ଙ୍କର ଏଲିଜାହ୍ ପର୍ବତଗୁମ୍ଫାରେ ଈଶ୍ଵରଙ୍କ ସହିତ ସାକ୍ଷାତ ପ୍ରଭୃତି ବ୍ୟକ୍ତିଗତ ଅଭିଜ୍ଞତାଗୁଡ଼ିକ ଜୀବନ୍ତ ସତ୍ୟ । ‘Exodus’ ପୁସ୍ତକରେ ଈଶ୍ଵରଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣନା କରାହୋଇଅଛି । “ମୋଜେସ୍ ପର୍ବତଗୁମ୍ଫା ମଧ୍ୟରେ ଥିବା ଏକ ବୁଦା ବୁଦାଳିଆ ଗଛମଧ୍ୟରୁ ନିଆଁ ପରି ଜଳୁଥିବା ଏକ ପ୍ରକାର ଆଲୋକ ଦେଖିବାକୁ ପାଇଲେ । ନିଆଁ ଜଳୁଥିଲେ ମଧ୍ୟ ବୁଦା ଗଛ ପୋଡ଼ିଯାଇ ନଥିଲା । ଏହିପରି ଏକ ଅଭୁତ ଦୃଶ୍ୟ ଦେଖିବାପାଇଁ ସେ ନିକଟକୁ ଯିବାକୁ ଇଚ୍ଛା କଲାବେଳେ ସେହି ବୁଦାମଧ୍ୟରୁ ଏକ ଅଦୃଷ୍ଟ ବାଣୀ ଶୁଣାଗଲା, “ନିକଟକୁ ଆସ ନାହିଁ, ଗୋଡ଼ରେ ଥିବା ଜୋତା ଖୋଲିଦିଅ; କାରଣ ତୁମେ ଯେଉଁଠି ଠିଆ ହୋଇଛ ସେ ସ୍ଥାନ ପବିତ୍ର ।’’ ମୋଜେସ୍ ଚୁପ୍ ହୋଇ ମୁହଁ ଲୁଚାଇ ପକାଇଲେ; କାରଣ ସେ ଏ ଦୃଶ୍ୟ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ଇସାୟା (Isaih)ଙ୍କ ଦୃଷ୍ଟିରେ ଈଶ୍ଵର ହିଁ ସର୍ବଶ୍ରେଷ୍ଠ ଓ ତାଙ୍କ ମଧ୍ୟରେ ସବୁ କିଛି ରହିଛି । ଏହାପରି ଚିନ୍ତା ଭଗବତଗୀତାର ‘ବିଶ୍ଵରୂପ’ ଦର୍ଶନରେ ମଧ୍ୟ ଦେଖାଯାଏ । (୧) ବିଶ୍ଵ ହିଁ ଐଶ୍ଵରିକ ପ୍ରକାଶ । ଏହା ବାଧା ପ୍ରାପ୍ତ ହୁଏ ନାହିଁ | Psalmବାଦୀମାନେ କହନ୍ତି- “ଈଶ୍ଵରଙ୍କ ବ୍ୟତୀତ ସ୍ଵର୍ଗରେ ଆଉ କେହି ନାହିଁ । ଏ ପୃଥିବୀରେ ମଧ୍ୟ ଆଉ କିଏ ବା ରହିପାରେ ? (୨) ଇଶ୍ୱରଙ୍କୁ ହିଁ ଆମେ ପ୍ରେମ ଓ ଶ୍ରଦ୍ଧା କରୁ । (୩)

 

1. Capt. XI

2. Psalm 73.25

3. Jeremiah 31.3

 

ଇହୁଦୀମାନଙ୍କର ଭଗବତ୍ ତତ୍ତ୍ୱ ଅଧ୍ୟୟନ କରାଗଲାବେଳେ ଇହୁଦୀ ଓ ଗ୍ରୀକ୍‍ମାନଙ୍କର ଚିନ୍ତାଧାରାର ଏକ ସୁନ୍ଦର ସାମଞ୍ଜସ୍ୟ ଦେଖିବାକୁ ମିଳେ । ଏହା ଫାଇଲୋ (Philo), ଏରିସ୍ ଟୋବୁଲସ୍ (Aristobulus) ଏବଂ ସୋଲମନ୍ (Solomon)ଙ୍କର ଜ୍ଞାନ ବିଷୟରେ ବର୍ଣ୍ଣନାରୁ ବୁଝାପଡ଼େ । ଏରିସ୍ ଟୋବୁଲସ୍‍ଙ୍କ ମତରେ ଈଶ୍ଵର ହେଉଛନ୍ତି ସର୍ବଶ୍ରେଷ୍ଠ । ସେ ସମସ୍ତଙ୍କ ଅନ୍ତରମଧ୍ୟରେ ବାସ କରନ୍ତି । ସେ ବିଶ୍ଵଠାରୁ ବୃହତ୍ । ବିଶ୍ଵରେ ସଂପୃକ୍ତ ମଧ୍ୟ ଜ୍ଞାନଦ୍ଵାରା ସମ୍ପୂର୍ଣ୍ଣ ପୃଥକ୍ ରହନ୍ତି । ଜ୍ଞାନ ମଧ୍ୟ ଈଶ୍ଵରଙ୍କର ସୃଷ୍ଟି । ଈଶ୍ଵର ସ୍ଵର୍ଗରେ ବାସ କଲେ ମଧ୍ୟ ପୃଥିବୀରେ ତାଙ୍କର ପାଦ ରଖନ୍ତି ।

 

ଯଦି, ପବିତ୍ର ଈଶ୍ଵର ସ୍ଵୟଂ ଅପବିତ୍ର ମନୁଷ୍ୟର ନିକଟକୁ ଆସି ନ ପାରନ୍ତି, ତେବେ ଈଶ୍ଵରଙ୍କର ଦୂତମାନେ ମନୁଷ୍ୟ ନିକଟକୁ ଆସନ୍ତି । ସ୍ୱର୍ଗର ଦୂତମାନେ ମଧ୍ୟ ଈଶ୍ଵରଙ୍କର ସୃଷ୍ଟି । “ଜ୍ଞାନ ଈଶ୍ଵରଙ୍କର ନିଃଶ୍ଵାସ ଏବଂ ଈଶ୍ଵରଙ୍କଦ୍ଵାରା ପ୍ରଭାବିତ ହୋଇ ସର୍ବଦା ପ୍ରବାହିତ ହୁଏ । ଈଶ୍ଵର ଜ୍ଞାନ କଦାପି ଅଜ୍ଞାନ ହୋଇ ନ ପାରେ । ତାହା ଆଲୋକର ଉଜ୍ଜ୍ୱଳତା, ଆଦର୍ଶ ଓ ସାଧତାର ପ୍ରତିମୂର୍ତ୍ତି । ଏହାଦ୍ଵାରା ସବୁ କିଛି ହୋଇପାରେ । ଅନ୍ତର୍ନିହିତ ରହି ମଧ୍ୟ ବାହ୍ୟ ଜଗତରେ ନୂତନତ୍ଵ ଆଣିପାରେ । ପବିତ୍ର ଆତ୍ମାମଧ୍ୟରେ ପ୍ରବେଶ କରି ଈଶ୍ଵରଙ୍କ ସହିତ ବନ୍ଧୁତା ସ୍ଥାପନ କରାଏ । ଏହିପରି ଜ୍ଞାନୀମାନଙ୍କୁ ଈଶ୍ଵର ପ୍ରେମ କରନ୍ତି । (୧) ଜ୍ଞାନ ସହିତ ସାମଞ୍ଜସ୍ୟ ରଖିବାର ଅର୍ଥ ନିଜକୁ ଚିରସ୍ଥାୟୀ କରିବା । (୨)

 

1. Wisdom of Solomon, 7:25ff

2. Ibid, 8:17.

 

ଫାଇଲୋଙ୍କ ବର୍ଣ୍ଣନାରେ ଈଶ୍ଵରଙ୍କର ନିଜ ପ୍ରକୃତି ଓ ପ୍ରକାଶ ମଧ୍ୟରେ ପ୍ରାର୍ଥକ୍ୟ ରହିଛି । ଈଶ୍ଵର ସ୍ଵୟଂ ପବିତ୍ର ଏବଂ ସତ, ଅଜ୍ଞେୟ (Unknowable), ତୁରୀୟ (transcendental), ସର୍ବୋତ୍କୃଷ୍ଟ ଓ ବିଶ୍ୱରୁ ଅତୀତ, କିନ୍ତୁ ପ୍ରକାଶିତ ଈଶ୍ଵର ମନୁଷ୍ୟ ଓ ବିଶ୍ଵ ମଧ୍ୟରେ ଦୁଷ୍ଟ ହୁଅନ୍ତି । ସେ ସର୍ବବ୍ୟାପୀ ଏବଂ ସର୍ବତ୍ର ଦୃଷ୍ଟ । ଦୂତର ସହାୟତାରେ ସେ ବିଶ୍ଵର କାର୍ଯ୍ୟ କରନ୍ତି । ଫାଇଲୋଙ୍କ ମତରେ ବିଶ୍ଵ ଈଶ୍ଵରଙ୍କ ଶକ୍ତିରେ ପରିପୂର୍ଣ୍ଣ ଏବଂ ଏହି ଶକ୍ତି ହିଁ ଈଶ୍ଵର ପ୍ରକାଶର ଅର୍ଥ । ଏହି ଶକ୍ତିର ଅନେକ ବିଭାଗ ରହିଛି ଓ ସର୍ବୋଚ୍ଚ ବିଭାଗ ହେଉଛି ‘ଐକ୍ୟ’ । ସୃଷ୍ଟି ହେବାପୂର୍ବରୁ ସ୍ଵର୍ଗ ଏବଂ ପୃଥିବୀ ଏହି ଐକ୍ୟର ନିୟମରେ ଏକାଠି ବାନ୍ଧିହୋଇ ରହିଥିଲେ ।

 

ଇହୁଦୀ ପଣ୍ଡିତମାନଙ୍କର ପ୍ରସିଦ୍ଧ ଗ୍ରନ୍ଥ ଜୋହାର୍ (Zohar)ରେ ଅତୀନ୍ଦ୍ରିୟ (Rabbinic mysticism) ବିଷୟରେ ବର୍ଣ୍ଣନା ଅଛି ଯେ ପୃଥିବୀ ଈଶ୍ଵରଙ୍କର ଶରୀର ଏବଂ ଦଶଟି ସୂତ୍ର ସାହାଯ୍ୟରେ ସେ ଈଶ୍ଵରଙ୍କ ସହିତ ଯୋଗାଯୋଗ ରଖେ । ପ୍ରଥମଟି ହେଉଛି ଐକ୍ୟର ପ୍ରକାଶ ଯାହାର ବ୍ୟାଖ୍ୟା ସମ୍ଭବ ନୁହେଁ । ଏହା ଐଶ୍ଵରିକ ଚିନ୍ତାର ଆଦି ସ୍ଥଳ ଏବଂ ବିଶ୍ଵ ସୃଷ୍ଟିର ଯୋଜନା ଏହା ମଧ୍ୟରେ ଅନ୍ତର୍ନିହିତ । ବିଜ୍ଞାନ ଓ ବୁଦ୍ଧି ହେଉଛି ଦ୍ଵିତୀୟ ଓ ତୃତୀୟ ସୂତ୍ର । ଏ ଦୁହିଁଙ୍କ ମଧ୍ୟରେ ଏକ ସମ୍ବନ୍ଧ ରହିଛି । ବିଜ୍ଞାନ ହେଉଛି ପିତା ଏବଂ ପୁରୁଷସଦୃଶ ଏକ କାର୍ଯ୍ୟକାରୀ ତତ୍ତ୍ଵ, ଯାହାଠାରୁ ସବୁ କିଛି ସୃଷ୍ଟି ହୋଇଛି । ବୁଦ୍ଧି ହେଉଛି ମାତ୍ରା ଏବଂ ସ୍ତ୍ରୀ ସଦୃଶ, ଯେ କିଛି ପ୍ରତିରୋଧ ନ କରି ସବୁ କିଛି ଗ୍ରହଣ କରିନିଏ । ଏଇ ଦୁଇ ସୂତ୍ରର ମିଳନରେ ଯୁକ୍ତି (Reason)ରୂପକ ସନ୍ତାନ ଜନ୍ମ ଲାଭ କରେ, ଯାହାଠାରେ ଏହି ଦୁଇ ସୂତ୍ର (ପିତା. ଏବଂ ମାତା) ର ଚରିତ୍ର ବିଦ୍ୟମାନ-। (୧) ବାକି ସାତଟି ସୂତ୍ର ହେଉଛି ଦୟା, ବିଚାର, ସୌନ୍ଦର୍ଯ୍ୟ ବିଜୟ, ଯଶ, ମୂଳଭିତ୍ତି ଏବଂ ମର୍ଯ୍ୟାଦା । ଜୋହାର୍ (Zohar)ରେ ପ୍ରାର୍ଥନାନିମିତ୍ତ ବିଶେଷ ଜୋର୍ ଦିଆଯାଇଛି । ପ୍ରାର୍ଥନାଦ୍ଵାରା ଜଡ଼ଜଗତରେ ମଧ୍ୟ ପରିବର୍ତ୍ତନ ସୃଷ୍ଟି କରିହୁଏ ବୋଲି ଇହୁଦୀମାନେ ବିଶ୍ଵାସ କରନ୍ତି-

 

୧. ଏହା ସାଂଖ୍ୟଦର୍ଶନର ପୁରୁଷ, ପ୍ରକୃତି ଏବଂ ମହତ୍ (ବୃଦ୍ଧି) ସହିତ ସାମଞ୍ଜସ୍ୟ ଥିବାର ଜଣାପଡ଼େ ।

 

୪. ଗ୍ରୀକ୍ ଧର୍ମ

 

ପୁରାତନ ଗ୍ରୀକ୍ ଧର୍ମର ଏଲ୍ୟୁସିୟ (Eleusinian) ବିଶ୍ଵାସ ଅନୁଯାୟୀ ଯାହାର ପ୍ରକୃତ ଦୃଷ୍ଟିଶକ୍ତି ଅଛି, ସେ କେବଳ ଦୀକ୍ଷିତ ବିଜ୍ଞ ପୁରୁଷ । ନିଜର ଚକ୍ଷୁକୁ ସେ ବିଶ୍ଵାସ କରେ ଏବଂ ଯାହା ଦେଖେ ସେଥୁରୁ ତାହାର ମୁକ୍ତି ହେବ ବୋଲି ଦୃଢ଼ ବିଶ୍ଵାସ ରଖେ । ଉପଯୁକ୍ତଭାବରେ ନିଜକୁ ଗଢ଼ିସାରି ଦୀକ୍ଷିତ ପୁରୁଷ ଅଭିଜ୍ଞତା ଅର୍ଜନ କରେ । ଏଲ୍ୟୁସିସ୍‌ର ଗୂଢ଼ ରହସ୍ୟରେ ସେ ନିଜକୁ ଦୀକ୍ଷିତ କରିଛି, ସେ ପରଜଗତରେ ସୁଖୀ ହେବ ବୋଲି କବି ସୋଫୋକ୍ଲସ୍ (Sophocles) ଏବଂ କାଳାକାର ପଲିନୋଟସ୍ (Polygnotus)ଙ୍କର ମତ । ମୃତ୍ୟୁ ମନୁଷ୍ୟକୁ ବହୁ ଆଶା ପ୍ରଦାନ କରେ ଏବଂ ଜୀବନକୁ ସୁପରିଚାଳିତ କରେ ବୋଲି ଏଲ୍ୟୁସି ରହସ୍ୟରେ ବର୍ଣ୍ଣନା ଅଛି ।

 

*Mysteries of Demeter, celebrated at Eleusis in Attica.

 

ଡାଇଓନିସସ୍ (Dionysus) ୧. ରହସ୍ୟରେ କେତେକ ଜଙ୍ଗଲୀ ଏବଂ ଅସଭ୍ୟ ପ୍ରଥା ଦେଖିବାକୁ ମିଳେ; କିନ୍ତୁ ଅର୍‌ଫିଅସ୍ (Orpheus) ସମାଜରେ ଡାଇଓନିସିସ୍ ରସହ୍ୟ ଅନେକ ପ୍ରଧାନ ଅଂଶ ଗ୍ରହଣ କରେ । ଅର୍‌ଫିଅସ୍ ସମାଜ ଅନ୍ୟମାନଙ୍କୁ ପୂଜା କରୁଥିଲେ ମଧ୍ୟ ଡାଇଓନିସସ୍‌ଙ୍କୁ ଆରାଧନା କରନ୍ତି । ଯେଉଁମାନେ ଐଶ୍ଵରିକ ଶକ୍ତି ସହିତ ଯୋଗାଯୋଗ ରଖିବାକୁ ଇଚ୍ଛା କରନ୍ତି ଏବଂ ମନରେ ଶାନ୍ତି ଆଣିବାକୁ ଚେଷ୍ଟା କରନ୍ତି କିମ୍ବା ଏକ ଆଶା ଓ ବିଶ୍ଵାସପୂର୍ଣ୍ଣ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ଏପରି ରହସ୍ୟପୂର୍ଣ୍ଣ ଧର୍ମ ସହିତ ନିଜକୁ ସଂପୃକ୍ତ ରଖନ୍ତି ।

 

1. Greek God.

 

ପ୍ଲୋଟିନସ୍ (Plotinus 225–270 A, D.) କହିଛନ୍ତି ଯେ ତାଙ୍କର ସିଦ୍ଧାନ୍ତରେ କୌଣସି ନୂତନତ୍ଵ ନାହିଁ । ଏହା ବହୁ ପୂର୍ବକାଳରୁ ପ୍ରଚାର ହୋଇଆସୁଛି । ଆମ୍ଭେମାନେ କେବଳ ପୁରାକାଳ ମୁନି ଋଷିମାନକୁ ବ୍ୟାଖ୍ୟା କରିଛୁ । ପ୍ଲୋଟିନସ୍‌ଙ୍କର ଚାରି ଥର ଈଶ୍ଵରଙ୍କ ସହିତ ଅଭିଜ୍ଞତା ହୋଇଥିଲା । ତାଙ୍କର ବନ୍ଧୁ ପ୍ଲୋଟିନସ୍‍ଙ୍କଠାରୁ ନିମ୍ନଲିଖିତ ଶେଷ ବାକ୍ୟ ଶୁଣିଥିଲେ ବୋଲି ବର୍ଣ୍ଣନା କରିଛନ୍ତି, ‘ମୋ (ଈଶ୍ଵର) ନିକଟରୁ ଐଶ୍ଵରିକ ଶକ୍ତି ଯାଇ ବିଶ୍ଵରେ ଲୀନ ହୋଇଯିବାପୂର୍ବରୁ ମୁଁ ତୁମ ଅପେକ୍ଷାରେ ଥିଲି ।”

 

ଈଶ୍ଵର ସର୍ବଶ୍ରେଷ୍ଠ ଏବଂ ସ୍ଥିତିଶୀଳ । ସେ ସବୁବେଳେ ଜାଗ୍ରତ, ସମ୍ପୂର୍ଣ୍ଣ ଏବଂ ସୁନ୍ଦର । ପ୍ଲୋଟିନସ୍ ଈଶ୍ଵର (God) ଓ ବ୍ରହ୍ମ (God head) ମଧ୍ୟରେ ପାର୍ଥକ୍ୟ ବର୍ଣ୍ଣନା କରିଛନ୍ତି । ଯାହାଙ୍କୁ ଆମେ ଆରାଧନା କରୁ ସେ ହେଉଛନ୍ତି ପ୍ରକାଶିତ ଈଶ୍ଵର ତାଙ୍କୁ ସେ ପ୍ରକାଶିତ କରୁଛି, ସେ ନୁହେଁ । ପ୍ରକାଶର ଉତ୍ସ ପ୍ରକାଶିତ ହୁଏ ନାହିଁ । ବ୍ରହ୍ମକୁ ବୁଝିବାର ଆମର ଶକ୍ତି ଅଛି; କାରଣ ଆମ୍ଭମାନଙ୍କର ଗଭୀରତମ ପ୍ରଦେଶରେ ବ୍ରହ୍ମଙ୍କର ସତ୍ତା ରହିଛି । ଆମେ ଯୁକ୍ତିଦ୍ଵାରା ବ୍ରହ୍ମଙ୍କୁ ଉପଲବ୍ଧି କରିପାରିବା ନାହିଁ । ସେଥିପାଇଁ ଆଧ୍ୟାତ୍ମିକ ସ୍ପର୍ଶର ଅଧିକାର ହେବା ଉଚିତ । ସୂର୍ଯ୍ୟଙ୍କର ଆଲୋକଦ୍ଵାରା ସୂର୍ଯ୍ୟ ଯେପରି ପ୍ରକାଶିତ ହୁଅନ୍ତି ବ୍ରହ୍ମଙ୍କୁ ଅନୁଭବ କରିବାକୁ ହେଲେ ସେହିପରି ଏକ ଆଲୋକ ସହିତ ନିଜକୁ ପରିଚିତ କରାଇବାକୁ ପଡ଼ିବ ।

 

୫. ଜରାଥୁଷ୍ଟ୍ର ବାଦ

 

ଜରାଥୁଷ୍ଟ୍ରବାଦୀମାନଙ୍କର ସଂଖ୍ୟା ଅତି କମ୍ ହେଲେ ମଧ୍ୟ ଜରାଥୁଷ୍ଟ୍ରଙ୍କର ‘ଗାଥ’ରୁ ଯେଉଁ ଚିନ୍ତାଧାରା ପ୍ରକାଶିତ ହୋଇଛି, ତାହା ଅତ୍ୟନ୍ତ ଗଭୀର ଓ ମହତ୍ତ୍ଵପୂର୍ଣ୍ଣ । ମାନବ ଜାତିକୁ ପାପମୁକ୍ତ କରିବାପାଇଁ ଜରାଥୁଷ୍ଟ୍ର ଜନ୍ମ ଗ୍ରହଣ କରିଛନ୍ତି ବୋଲି ବର୍ଣ୍ଣନା ଅଛି । ଜରାଥୁଷ୍ଟ୍ର ଯେତେବେଳେ ଅହୁର-ମଜଦା (୧)ଙ୍କର ସାଧନା କରୁଥିଲେ, ସେତେବେଳେ ଦୁଷ୍ଟ ଏଙ୍ଗ୍ରୋମନ୍ୟୁ (୨) (Angro mainyu) ତାଙ୍କର ସାଧନା ଭଙ୍ଗ କରିବାପାଇଁ ଅନେକ ଉଦ୍ୟମ କରିଥିଲା । ଜରାଥୁଷ୍ଟ୍ରଙ୍କୁ ବିଶ୍ଵର ଏକାଧିପତ୍ୟ ଶାସକ କରିବାପାଇଁ ପ୍ରଲୋଭନ ଦେଖାଇଥିଲା । ଜରାଥୁଷ୍ଟ୍ର ‘ଅହୂର ବୈର’ (Alura Vairya)ଙ୍କର ପ୍ରସିଦ୍ଧ ନାମ ଉଚ୍ଚାରଣ କରିବାରୁ ଦୁଷ୍ଟ ତାଙ୍କୁ ଛାଡ଼ି ଚାଲିଯାଇଥିଲା ।

 

୧. ଈଶ୍ଵର

୨. ସଇତାନ

 

ଜରାଥୁଷ୍ଟ୍ର ଯେତେବେଳେ ସତ୍ୟର ଅନ୍ୱେଷଣରେ ସାଧନାରତ ଥିଲେ, ସେତେବେଳେ ଏହି ଉପାଖ୍ୟାନର ବର୍ଣ୍ଣନା ହୋଇଛି । ଦ୍ଵୈତଦେବ ମନୁଷ୍ୟ ପ୍ରକୃତରେ ଦେଖାଯାଏ । ପାପ ଓ ମନ୍ଦଭାବ ମନୁଷ୍ୟର ଅନ୍ତରରେ ହିଁ ଥାଏ । ଏହାର ଅଧୀନତା ସ୍ଵୀକାର କରିବାଦ୍ଵାରା ମନୁଷ୍ୟର ଅବନତି ହୁଏ । ପାପ, ଗର୍ବ ଓ ମୂର୍ଖତା ଇତ୍ୟାଦି ମନ୍ଦସ୍ଵଭାବକୁ ସଇତାନ ବା ଅସୁର କୁହାଯାଏ । ଜରାଥୁଷ୍ଟ୍ର ଏହି ଅସୁରମାନଙ୍କୁ ଜୟ କରିଥିଲେ । ତାଙ୍କ ମତରେ ମନୁଷ୍ୟର କାର୍ଯ୍ୟ ତାହାର ଭବିଷ୍ୟତ ନିର୍ଣ୍ଣୟ କରେ । Old testament ସଇତାନ ଯେ ଅବେସ୍ତାର Angro-manyu ସେ ।

 

ଅହୁର ମଜ୍‍ଦା ହେଉଛନ୍ତି ପରମବ୍ରହ୍ମ, ଜୀବ ଓ ଜଡ଼ର ଈଶ୍ଵର । ସେ ବିଶ୍ଵର ଈଶ୍ଵର, ଯାହାଙ୍କଠାରୁ ପୁରୁଷ ଓ ପ୍ରକୃତି ସଷ୍ଟି ହୋଇଛି । ଅମରତ୍ଵ ବିଷୟରେ ଛଅଟି ରଶ୍ମିର ବିଷୟ ବର୍ଣ୍ଣନା ଅଛି । ତିନୋଟି ପିତୃ ରଶ୍ମି ଏବଂ ଅନ୍ୟ ତିନୋଟି ମାତୃରଶ୍ମି । ଏହି ଛଅଟି ବିଷୟ ଈଶ୍ଵରଙ୍କଠାରୁ ଜନ୍ମଲାଭ କରିଛି । ପ୍ରଥମ ରଶ୍ମି ହେଉଛି ‘ଅଶ’ (asha) । ଏହା ଈଶ୍ଵରଙ୍କର ଇଚ୍ଛା । ଏବଂ ଏହାଦ୍ଵାରା ବିଶ୍ଵର ସୃଷ୍ଟି ହୋଇଛି । ଏହା ସତ୍ୟ ଅଟେ । ଦ୍ଵିଦୀୟ ରଶ୍ମି ‘ବହୁମନୋ’ (Vohu mano) ଯାହା ଈଶ୍ଵରଙ୍କର ପ୍ରେମକୁ ବୁଝାଏ । ତୃତୀୟ ହେଉଛି ‘କ୍ଷତ୍ର’ (ksattra) । ଏହା ଈଶ୍ଵରଙ୍କର ସୃଷ୍ଟିମୟ କାର୍ଯ୍ୟକୁ ବୁଝାଏ । ଚତୁର୍ଥ ହେଉଛି ‘ଆର୍ ମଇତି’ (Armaiti) । ଏହା ଈଶ୍ଵରଙ୍କର ମାତୃହୃଦୟସଦୃଶ ପ୍ରେମକୁ ବୁଝାଏ । ପଞ୍ଚମ ହେଉଛି ‘ହଉରୱତାତ୍’ (Haurovatat) ଅର୍ଥାତ୍ ଆଦର୍ଶ ଜୀବନ । ଷଷ୍ଠ ଏବଂ ଶେଷ ରଶ୍ମି ହେଉଛି ଅମେରତତାତ୍ (Ameratatat) ଅର୍ଥତ୍ ଅମରତ୍ଵ । ଏହି ଛଅଟି ରଶ୍ମି ଈଶ୍ଵରଙ୍କଠାରୁ ଉଦ୍ଧୃତ ନୁହେଁ । ଏହା ଈଶ୍ୱରଙ୍କର ଅଂଶବିଶେଷ ।

 

ଜରଥୁଷ୍ଟ୍ରଙ୍କ ମତରେ ଈଶ୍ଵରଙ୍କ ସହିତ ପୂର୍ଣ୍ଣ ଯୋଗ ହିଁ ସବୁଠାରୁ ବଡ଼ ଆଦର୍ଶ । ଏହା ‘ଅଶ’ ଦ୍ଵାରା ପ୍ରାପ୍ତ ହୁଏ । ଏହାଦ୍ଵାରା ମନ, ହୃଦୟ ଏବଂ ଆତ୍ମା ପବିତ୍ର ହୋଇଯାଏ । ‘ଅଶ’ ସହାୟତାରେ ଈଶ୍ଵରଙ୍କର ଦର୍ଶନ ଲାଭ ହୁଏ ।

 

‘ଅବେସ୍ତା’ର ‘ଅଶ’ ଏବଂ ବେଦବର୍ଣ୍ଣିତ ‘ଋତ’ ଗୋଟିଏ ଶବ୍ଦର ଦୁଇଟି ରୂପ ମାତ୍ର । ଏହି ଦୁଇଟି ରୂପର ଅର୍ଥ ବହୁ ଆଗରୁ ପ୍ରସିଦ୍ଧି ଲାଭ କରିଥିଲା । ଭାରତୀୟ ଆର୍ଯ୍ୟ ଏବଂ ଇଂରାଜୀମାନେ ଯେଉଁ ସମୟରୁ ଅଲଗା ଅଲଗା ହୋଇ ବିଭକ୍ତ ହୋଇଗଲେ, ତାହା ପୂର୍ବରୁ ମଧ୍ୟ ଏଇ ଦୁଇ ରୂପର ଅର୍ଥ ସମ୍ପୂର୍ଣ୍ଣଭାବରେ ବିକାଶ ଲାଭ କରିଥିଲା । ସବୁଠାରୁ ବଡ଼ ତତ୍ତ୍ଵ ହେଉଛି, ‘ଅଦୁର ମଜଦା’ । ‘ଅଶ’ର ନିୟମ ଅନୁଯାୟୀ ପ୍ରକ୍ରିୟାଶୀଳ ବିଶ୍ଵ ନିଜର ଉନ୍ନତି ଦିଗରେ ସତତ ଅଗ୍ରସର ହୁଏ । ମୁନିଋଷିମାନେ ‘ଅଶ’କୁ ହୃଦୟଙ୍ଗମ କରି ସେହିପରି କାର୍ଯ୍ୟ କରନ୍ତି । ଈଶ୍ଵରଙ୍କର ଉଦ୍ଦିଷ୍ଟ କାର୍ଯ୍ୟ ମନୁଷ୍ୟକୁ ସୁଖୀ କରାଏ । ନିଃସ୍ୱାର୍ଥପର କାର୍ଯ୍ୟଦ୍ଵାରା ମନୁଷ୍ୟ ଆଧ୍ୟାତ୍ମିକ ଉନ୍ନତି ଲାଭ କରେ ଏବଂ ବିଶ୍ଵର ଉନ୍ନତିରେ ସାହାଯ୍ୟ କରେ ।

 

ଜରାଥୁଷ୍ଟ୍ରବାଦୀମାନେ ମଧ୍ୟ ପଶୁମାନଙ୍କ ପ୍ରତି ସମାନ ଆଚରଣ କରନ୍ତି । ନୈଷ୍ଠିକ ବ୍ୟକ୍ତିମାନେ ପ୍ରତି ମାସର ଚାରି ଦିନ ମାଂସ ଭକ୍ଷଣ କରନ୍ତୁ ନାହିଁ । ଅନେକେ ମାଂସ ସ୍ପର୍ଶ ମଧ୍ୟ କରନ୍ତି ନାହିଁ ।

 

ଜରଥୁଷ୍ଟ୍ରଙ୍କ ମତକୁ ଯେ ଅନୁଗମନ କରେ, ତାହାର ଜୀବନ ନିତ୍ୟ ହେବ ବୋଲି ସେ କହିଛନ୍ତି । ଯେଉଁମାନେ ତାଙ୍କର ତତ୍ତ୍ଵ ଜାଣିବାକୁ ଇଚ୍ଛୁକ, ସେମାନଙ୍କୁ ସେ ଅତି ଗୂଢ଼ ରହସ୍ୟ ପ୍ରଦାନ କରନ୍ତି । ବିଶ୍ଵର ଶେଷ-ସମୟ ପର୍ଯ୍ୟନ୍ତ ଭଲ ଓ ମନ୍ଦର ଦ୍ଵୈତଭାବ ରହିଥିବ । ‘ଭଲ’ର ଶକ୍ତି ଚିରଦିନପାଇଁ ପ୍ରତିଷ୍ଠା ଲାଭ କରିବ । ଜରଥୁଷ୍ଟ୍ରଙ୍କ ଦୃଢ଼ ବିଶ୍ଵାସ ଯେ ପୃଥିବୀ ସମ୍ପୂର୍ଣ୍ଣରୂପେ ଦିନେ ମୁକ୍ତି ଲାଭ କରିବ । ସର୍ବଶ୍ରେଷ୍ଠ ଅଦର ମଜଦାଙ୍କୁ ଏବଂ ତାଙ୍କର ରଶ୍ମି ‘ଅଶ’କୁ ଜାଣିବାକୁ ହେଲେ ମନୁଷ୍ୟ ନିଜର ପ୍ରକୃତିକୁ ପ୍ରାର୍ଥନା ଏବଂ ସାଧନାଦ୍ଵାରା ସଂଯତ କରିବା ଉଚିତ । ଆମ୍ଭମାନଙ୍କର ଲକ୍ଷ୍ୟ ଯେତେବେଳେ ସାଧିତ ହେବ, ସେତେବେଳେ ଆମେ ପ୍ରକୃତ ଶାନ୍ତି ଏବଂ ଐକ୍ୟର ଅର୍ଥ ବୁଝିପାରିବୁ ।

 

୬. ବୌଦ୍ଧଧର୍ମ

 

ବୁଦ୍ଧ କୌଣସି ନୂତନ ପଥର ପ୍ରଦର୍ଶନ ନ ଥିଲେ । “ଯେଉଁ ପଥକୁ ପୁରାକାଳର ଦୂରଦ୍ରଷ୍ଟାମାନେ ଅତିକ୍ରମ କରିଥିଲେ, ମୁଁ ସେହି ପଥର ପଥିକ” ବୋଲି ସେ କହିଛନ୍ତି । ସେ ‘ବୋଧି’ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ‘ବୋଧି’ ଅର୍ଥ ସତ୍ୟ ସହିତ ଜ୍ଞାନର ସମ୍ବନ୍ଧ ରଖିବାର ଏକ ଗଭୀର ସାଧନା । ଏହା ତଥ୍ୟ ନୁହେଁ । ଏହା ଏକ ଜ୍ଞାନ, ଯାହାଦ୍ଵାରା ସ୍ଵାର୍ଥ ମୂଳରୁ ନଷ୍ଟ ହୋଇଯାଏ ଏବଂ ‘ସତ୍’ର ପ୍ରକୃତ ରୂପ ଉପରେ ଚିତ୍ତ ନିବିଷ୍ଟ ହୁଏ । ଏହା ଧ୍ୟାନ ବା ମନ ଯୋଗ କରିବାର ଏକ ପ୍ରକୃଷ୍ଟ ପନ୍ଥା । ଏହି ଅନିତ୍ୟ ସଂସାରରେ ଆତ୍ମା ଅନୁଭୂତ ହୋଇପାରେ ନାହିଁ । ଯାହା କିଛି ଜ୍ଞାନର ବସ୍ତୁ, ତାହାକୁ ‘ଅନତ୍ତ’ କୁହାଯାଏ; କିନ୍ତୁ ଜଡ଼କୁ ଅତିକ୍ରମ କରି, ଲାଳସାର ପ୍ରଭାବରୁ ନିଜକୁ ମୁକ୍ତ କରି ଏବଂ ଦୁଃଖ-ଦୁର୍ଦ୍ଦଶାରୁ ଉଦ୍ଧାର କରି ମନୁଷ୍ୟ ଆଉ ଏକ ଅବସ୍ଥାରେ ପହଞ୍ଚିପାରେ । ବାହ୍ୟ ଉପାଧିରୁ ‘ସତ୍’ ପ୍ରାପ୍ତି ହୋଇପାରିବ ନାହିଁ । ମନୁଷ୍ୟ ନିଜର ମୂର୍ଖତା ହେତୁ ନିଜର ପ୍ରକୃତି ବୁଝି ନ ପାରି ସେ ଯାହା ନୁହେଁ ସେଥିରେ ବିଶ୍ଵାସ ରଖେ । ଜଡ଼ ପୃଥିବୀର ସ୍ଥିତିକୁ ଅତିକ୍ରମ କରି ପ୍ରକୃତ ସତ୍ୟ ଆହରଣ କରିବା ପ୍ରୟୋଜନ । “ଆତ୍ମା ଓ ନୀତି-ନିୟମ ମନୁଷ୍ୟର ଆଲୋକ ଏବଂ ବାସସ୍ଥଳ ହେବା ଉଚିତ ।”

 

ବସ୍ତୁ ନ ଥାଇ ବସ୍ତୁକୁ ଆଲୋକିତ କରିବାର ଅର୍ଥ ପ୍ରଜ୍ଞା ନୁହେଁ କିମ୍ବା ଏହା ଏକ ଦର୍ପଣ ନୁହେଁ, ଯାହାର ପ୍ରତିଫଳନ କରିବାର ଶକ୍ତି ନାହିଁ । ଏହା ଚେତନାପୂର୍ଣ୍ଣ, ଯାହା କି ଜଡ଼ ଓ ଚେତନର ଦ୍ଵୈତଭାବକୁ ଅତିକ୍ରମ କରାଯାଏ । ଏହାକୁ ମାଣ୍ଡୁକ୍ୟ ଉପନିଷଦ୍‌ରେ ‘ତୁରୀୟ’ (Transcendental consciousness) ବୋଲି ବର୍ଣ୍ଣନା କରାଯାଇଅଛି । ବୌଦ୍ଧ ଧର୍ମର ଶାସ୍ତ୍ରମାନଙ୍କରେ ଏହାକୁ ‘ଅଜାତ’, କାରଣବିହୀନ ଏବଂ ଅପରିବର୍ତ୍ତନୀୟ ବୋଲି ଉଲ୍ଲେଖ କରାଯାଇଅଛି ।

 

ନିର୍ବାଣ ଏକ ନୀତିଯୁକ୍ତ ପଥ । ବୃଦ୍ଧ ଉପନିଷଦ୍‍ ଅନୁଯାୟୀ ମନୁଷ୍ୟର ହୃଦୟକୁ ଶୃଙ୍ଖଳାବଦ୍ଧ କରିବାକୁ ଉପଦେଶ ଦେଇଛନ୍ତି । ଧର୍ମକୁ ଏକ ନିର୍ଦ୍ଦିଷ୍ଟ ପ୍ରଥା ହିସାବରେ ଗ୍ରହଣ କରିବା ନୀତିର ବିରୁଦ୍ଧାଚରଣ କରିଛନ୍ତି । ‘‘ଯଦି ଗେରୁଆ ବସ୍ତ୍ର ପିନ୍ଧିଲେ ମନୁଷ୍ୟର ସମସ୍ତ ଲୋଭ, କ୍ରୋଧ, ମୋହ ଲୋପ ପାଇଯାଉଥାଆନ୍ତା ତେବେ ଶିଶୁ ଜନ୍ମ ହେଲା ମୁହୂର୍ତ୍ତରୁ ତାକୁ ବାଧ୍ୟତାମୂଳଭାବରେ ବସ୍ତ୍ର ପିନ୍ଧାଇଦେବା କଥା ।”

 

ଉପନିଷଦ୍ ଅନୁଯାୟୀ ବୃଦ୍ଧ ଆମ୍ଭମାନଙ୍କୁ ସମୟର କବଳରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛନ୍ତି । ଏହାଦ୍ଵାରା ଆମେ ଇଚ୍ଛାର ପ୍ରବୃତ୍ତିରୁ ମୁକ୍ତ ହୋଇପାରିବୁ । ଲୋଭ ବା ଲାଳସାକୁ ଖାଦ୍ୟ ନ ଯୋଗାଇଲେ ଖାଦ୍ୟାଭାବରେ ସେମାନେ ଆପେ ଆପେ ଲୋପ ପାଇଯିବେ-। ନିର୍ବାଣଦ୍ଵାରା କାମ, କ୍ରୋଧ ଓ ମୋହରୁ ମୁକ୍ତି ମିଳିବ । ଏହାଦ୍ଵାରା ଆତ୍ମା ବା ଶରୀର ଧ୍ୱସଂପ୍ରାପ୍ତ ହୁଏ ନାହିଁ । ଏହା ଆନନ୍ଦ ଏବଂ ଚିରସ୍ଥାୟୀ । ନିର୍ବାଣ କଳ୍ପନାର ବିଷୟ ନୁହେଁ, ଏହା ବର୍ଣ୍ଣନାତୀତ ଏବଂ ସଂଜ୍ଞାହୀନ । ଯୁକ୍ତ ଏବଂ କାରଣକୁ ଭତ୍ତି କରି ବୁଦ୍ଧ କେତେକ (ontological) ପ୍ରଶ୍ନର ଉତ୍ତର ଦେବାକୁ ରାଜିହୋଇ ନାହାନ୍ତି । ଏହାକୁ ସେ ଅର୍ଥହୀନ ବୋଲି କୁହନ୍ତି । ସେ କ୍ଷମତାପୂର୍ଣ୍ଣ ବ ପ୍ରଭାବଶାଳୀ ତତ୍ତ୍ଵକୁ ଗ୍ରହଣ କରି ନାହାନ୍ତି । ଯେଉଁ ସତ୍ୟକୁ ଅନୁଭବ ନ କରି ବା ନ ବୁଝି ଗ୍ରହଣ କରିବାପାଇଁ । ଅନ୍ୟ ଉପରେ ଦାବି କରାଯାଏ, ତାହା ଅର୍ଥହୀନ ହୋଇପଡ଼େ । ମହାଯାନମାନେ ଭକ୍ତ ଏବଂ ଈଶ୍ଵର ସହିତ ସମ୍ବନ୍ଧପାଇଁ ପ୍ରାର୍ଥନା କରନ୍ତି ଏବଂ ଏଥିରେ ସେମାନେ ବୁଦ୍ଧଙ୍କର ଆର୍ଶିବାଦ ପାଆନ୍ତି । ବୌଦ୍ଧଧର୍ମର ଯେତେ ଶାଖା ଅଛି, ପ୍ରତ୍ୟେକ ମନୁଷ୍ୟର ଚିତ୍ତନିବିଷ୍ଟତା ପ୍ରତି ଜୋର ଦିଅନ୍ତି ।

 

୭. ଖ୍ରୀଷ୍ଟଧର୍ମ

 

ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିଗତ ଅନୁଭୂତି ପ୍ରତ୍ୟକ୍ଷ ଜ୍ଞାନର ଏକ ଚୂଡ଼ାନ୍ତ ଦୃଷ୍ଟାନ୍ତ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଏବଂ ବାକ୍ୟ ହୃଦୟ ମଧ୍ୟରେ ଐଶ୍ଵରିକ ଭାବ ସୃଷ୍ଟି କରେ । ଜେରୁଜେଲମ୍‍ରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ମୁଖ ଏବଂ ଶରୀରରେ ଯେଉଁ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା, ସେଥିରୁ ତାଙ୍କର ଐଶ୍ଵରିକ ଭାବ ପୂର୍ଣ୍ଣମାତ୍ରାରେ ପ୍ରକାଶ ପାଉଥିଲା । ଯୀଶୁ ବୁଝାଇ କହିଛନ୍ତି ଯେ ପୃଥିବୀର ସବୁଠାରୁ ବଡ଼ ଲୋକ ସ୍ଵର୍ଗର ସବୁଠାରୁ ଛୋଟ ଲୋକଠାରୁ ମଧ୍ୟ କ୍ଷୁଦ୍ର ଅର୍ଥାତ୍ ଯେ ସତ୍ୟକୁ ଉପଲବ୍ଧି କରିପାରୁଛି, ସେ ସତ୍ୟବିଷୟରେ ଯୁକ୍ତି କରୁଥିବା ବ୍ୟକ୍ତିଠାରୁ ବଡ଼ । ଆମ୍ଭମାନଙ୍କୁ ବୋଧଶକ୍ତି ଅତିକ୍ରମ କରି ଅନ୍ତରତମ ରାଜ୍ୟରେ ପ୍ରବେଶ କରି ହୃଦୟରେ ଆଧ୍ୟାତ୍ମିକ ସତ୍ୟର ଅନୁଭୂତ ଲାଭ କରିବାକୁ ହେବ ।

 

ମନୁଷ୍ୟ ନିଜର ହୃଦୟକୁ ପରିବର୍ତ୍ତନ କରିବାପାଇଁ ଯୀଶୁ ଉପଦେଶ ଦେଇଛନ୍ତି । ସ୍ଵର୍ଗରାଜ୍ୟ (Kingdom of Heaven) ମହାକାଶର ଏକ ସ୍ଥାନ ନୁହେଁ । ଏହା ମନର ଏକ ଅବସ୍ଥା ମାତ୍ର । ଖୋଜିଲେ ଶୀଘ୍ର ମିଳେ । ସତ୍ୟପ୍ରାପ୍ତିଦ୍ୱାରା ବାସ ମନୁଷ୍ୟ କେବଳ ମୁକ୍ତି ଲାଭ କରେ । ଅନ୍ତରକୁ ସଜାଡ଼ିବାପାଇଁ ହୃଦୟରେ ବିପ୍ଲବ ସୃଷ୍ଟି କରିବାକୁ ପଡ଼ିବ ବୋଲି ଯୀଶୁଖ୍ରୀଷ୍ଟ କହିଛନ୍ତି । ସେ କହିଛନ୍ତି, “ଅନୁତାପ କର; କାରଣ ସ୍ଵର୍ଗରାଜ୍ୟ ଅତି ନିକଟରେ ।” ଏଠାରେ ଅନୁତାପର ଅର୍ଥ ଦୁଃଖ ବା ଶୋକ ନୁହେଁ ଏହା ହୃଦୟର ଏକ ବିପ୍ଳବ । ଅନୁତାପ ଶବ୍ଦକୁ ଗ୍ରୀକ୍‍ଭାଷାରେ ‘metanoia’ କୁହାଯାଏ ଅର୍ଥାତ୍ ଏହା ବ୍ୟକ୍ତିର ଚେତନାକୁ ତାହାର ସାଧାରଣ ଅବସ୍ଥାରୁ ଅଧିକ ଉନ୍ନତ କରିବା । ଏହା ହୃଦୟ ପରିବର୍ତ୍ତନ ଏକ ଅବସ୍ଥା । ଯୀଶୁ ପୁନର୍ବାର କହିଛନ୍ତି ଯେ ଜଡ଼ ଅବସ୍ଥାରୁ ଏବଂ ଇନ୍ଦ୍ରିୟମାନଙ୍କର ନିଦ୍ରିତ ଅବସ୍ଥାରୁ ଆମ୍ଭମାନଙ୍କୁ ଉଠିଆସିବାକୁ ପଡ଼ିବ । ମୃତକୁ ବଞ୍ଚାଇବା ନିହାତି ଦରକାର ଅର୍ଥାତ୍ ହିଂସା ବା ଘୃଣାଭାବରୁ ମନୁଷ୍ୟକୁ ମୁକ୍ତ କରି ନୂତନ ଜୀବନ ଲାଭ କରିବା ଉଚିତ । “ଅନୁତାପ ନ କଲେ ସ୍ଵର୍ଗରାଜ୍ୟ ପ୍ରାପ୍ତି ଅସମ୍ଭବ ହୋଇପଡ଼ିବ ।” ନୀଚ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଏବଂ ଆତ୍ମସଂଯମଦ୍ଵାରା ଜୀବନକୁ ଉଚ୍ଚତମ ସୋପାନକୁ ଉଠାଇବାକୁ ହେବ ।

 

“ତୁମକୁ ପୁନର୍ବାର ଜନ୍ମଗ୍ରହଣ କରିବାକୁ ପଡ଼ିବ ।” ଏହାର ଅର୍ଥ ଶରୀରର ଜନ୍ମକୁ ବୁଝାଏ ନାହିଁ, ଏହା ମନୁଷ୍ୟର ଆଧ୍ୟାତ୍ମିକ ପୁର୍ନଜନ୍ମ । ମନୁଷ୍ୟ ଅନ୍ତରର ପ୍ରକୃତ ପରିବର୍ତ୍ତନ ହିଁ ତାହାର ମୁକ୍ତି । ସନ୍ଥ ପଲ୍ ଲେଖିଛନ୍ତି, “ଈଶ୍ଵରଙ୍କର ନିୟମକୁ ମନଦ୍ଵାରା ଏବଂ ପାପର ନିୟମକୁ ଶରୀରଦ୍ଵାରା ସେବା କରାଯାଏ । ନିଜର ଅନ୍ତର ବ୍ୟତୀତ ମୁଁ ଈଶ୍ଵରଙ୍କର ନିୟମକୁ ପ୍ରେମ କରେ ।’’ ସେ ମୁକ୍ତ, ସେ କେବଳ ନିୟମକୁ ଅତିକ୍ରମ କରିପାରେ ଏବଂ ପ୍ରେମଦ୍ଵାରା ନିୟମକୁ ପରିପୂର୍ଣ୍ଣ କରାଯାଏ । ହିଂସାଦ୍ଵାରା ମନୁଷ୍ୟ ନିୟମ ବ୍ୟତିକ୍ରମ କରେ ଏବଂ ପୁନର୍ବାର ବନ୍ଧନ ସ୍ଵୀକାର କରେ ।

 

ଧର୍ମର ରହସ୍ୟ ବା ଗୁପ୍ତ ବିଷଗୁଡ଼ିକ ଧର୍ମଗୁରୁମାନଙ୍କଠାରୁ ଶିଷ୍ୟମାନେ ଲାଭ କରନ୍ତି । ଯୀଶୁ ଏହି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିଥିଲେ; କିନ୍ତୁ ବିନା ବିଚାରରେ ସମସ୍ତଙ୍କୁ ଅର୍ପଣ କରିବାରେ ତାଙ୍କର ଇଚ୍ଛା ନ ଥିଲା । ସେ କହିଛନ୍ତି, “କୁକୁରକୁ ପବିତ୍ର ବସ୍ତୁ ଅର୍ପଣ କର ନାହିଁ କିମ୍ବା ତୁମର ମୁକ୍ତ ଘୁଷୁରିମାନଙ୍କ ସମ୍ମୁଖରେ ପକାଅ ନାହିଁ, କାରଣ ସେମାନେ ପବିତ୍ର ଏବଂ ମୁକ୍ତାପରି ମୂଲ୍ୟବାନ୍ ବସ୍ତୁର ମୂଲ୍ୟ ବୁଝି ନ ପାରି ଗୋଡ଼ରେ ଦଳି ଦେବେ ଏବଂ ତୁମକୁ ଓଲଟା ଆକ୍ରମଣ କରି ବିଦୀର୍ଣ୍ଣ କରିପକାଇବେ ।’’

 

ଆତ୍ମାର ପୁନର୍ଗଠନଦ୍ଵାରା ପ୍ରକୃତ ଧର୍ମ ପ୍ରତିଷ୍ଠିତ ହୁଏ । ଏହା ପ୍ରାର୍ଥନା ଏବଂ ଯୋଗାଭ୍ୟାସଦ୍ଵାରା ସମ୍ଭବ । ଯୀଶୁଙ୍କର ତିରିଶ ବର୍ଷ ଧରି ମୌନବ୍ରତ ତାଙ୍କର ଆଧ୍ୟାତ୍ମିକ ଉନ୍ନତି ଦିଗରେ ସାହାଯ୍ୟ କରିଥିଲା । ସେ ମନୁଷ୍ୟର ସନ୍ତାନ ଏବଂ ଈଶ୍ଵରଙ୍କର ମଧ୍ୟ । ତାଙ୍କର ପୃଥିବୀ ଓ ସ୍ଵର୍ଗ ସହିତ ସମ୍ବନ୍ଧ ଥିଲା । ମନଷ୍ୟ ହିସାବରେ ତାଙ୍କର ଜୀବନ ପ୍ରଲୋଭିତ ହେବାର ସମସ୍ତ ସମ୍ଭାବନା ରହିଥିଲା । ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ସେ ପ୍ରଲୋଭିତ ହୋଇଥିଲେ । ସେ ଅତ୍ୟଧିକ ମାନସିକ କ୍ଳେଶ ଭୋଗ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ, ‘ହେ ଈଶ୍ଵର, ମୋତେ କାହିଁକ ପରିତ୍ୟାଗ କରିଛ ?’ ଅନ୍ତର୍ନିହିତ ସମସ୍ତ ଦ୍ଵନ୍ଦ, ସନ୍ଦେହ, ପ୍ରଲୋଭନ ସହିତ ସଂଘର୍ଷ କରି ନିଜକୁ ମୁକ୍ତ କରିପାରିଥିଲେ, ତେଣୁ ସେ ଆଜିପର୍ଯ୍ୟନ୍ତ ମନୁଷ୍ୟମାନଙ୍କପାଇଁ ଏକ ଦୃଷ୍ଟାନ୍ତ ।

 

ଅବତାରବାଦ କୌଣସି ଐତହାସିକ ଘଟଣା ନୁହେଁ ଏହା ଯୀଶୁଙ୍କ ଜୀବନରେ ପ୍ରାୟ ଦୁଇ ହଜାର ବର୍ଷତଳେ ଘଟିଥିଲା । ପ୍ରତ୍ୟେକ ମନୁଷ୍ୟର ଜୀବନରେ ଯେଉଁମାନେ ନିଜର ସାଧୁ ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିବାକୁ ଚାହିଁଥାନ୍ତି, ଏହା ଘଟିଥାଏ । ଏକ୍‍ହାର୍ଟ (Eckhart) ଉଲ୍ଲେଖ କରିଛନ୍ତି ଯେ ଧର୍ମର ଲକ୍ଷ୍ୟ ହେଉଛି ମନୁଷ୍ୟ-ହୃଦୟରେ ଈଶ୍ଵରକୁ ଉପଲବ୍ଧି କରିବା । “ଯେଉଁପର୍ଯ୍ୟନ୍ତ ମନୁଷ୍ୟମଧ୍ୟରେ ଈଶ୍ଵରସତ୍ତା ଉପଲବ୍ଧ ହୋଇନାହିଁ । ସେ ପର୍ଯ୍ୟନ୍ତ ଈଶ୍ଵର ସୁଖୀ ନୁହନ୍ତି କିମ୍ବା ତାଙ୍କର ଆତ୍ମା ମଧ୍ୟ ସୁଖୀ ନୁହେଁ । ଏହା ହିଁ ଈଶ୍ଵରଙ୍କର ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟ । (୧)

 

1. Sermon

 

ଯେତେବେଳେ ପୃଥିବୀର ସତ୍ୟ ଲୋପ ପାଇଯାଏ, ପୃଥିବୀ ଆତ୍ମା ସହିତ ସମସ୍ତ ସଂଯୋଗ ନଷ୍ଟ ହୋଇଯାଏ, ହିଂସା ଏବଂ ବଡ଼ବାଦ ପୃଥିବୀକୁ ଛିନ୍ନ କରିପକାଏ ଏବଂ ପବିତ୍ରତା ଲୋପ ପାଇଯାଏ, ସେତେବେଳେ ସତ୍ୟ ନୂତନ ଉପରେ ପଦାର୍ପଣ କରେ । ଏହା ହିଁ ଈଶ୍ଵର-ସନ୍ତାନଙ୍କର ପୃଥିବୀରେ ପଦାର୍ପଣ କରିବାର ମଧ୍ୟ । ସେହି ‘ତୃରୀୟ ସତ୍ୟ’ ବିଭିନ୍ନ ରୂପରେ ଭିନ୍ନ ଭିନ୍ନ ପରିସ୍ଥିତ ସହିତ ଖାପ ଖାଇବାଭଳି ନିଜର ପରିବର୍ତ୍ତନ କରି ପୁନର୍ବାର ପ୍ରକାଶ ଲାଭ କରେ । ମନୁଷ୍ୟମଧ୍ୟରେ ସତ୍ୟର ପ୍ରକାଶ ହେଉଛି ଈଶ୍ଵର ସନ୍ତାନଙ୍କର ଦ୍ଵିତୀୟ ଆବିର୍ଭାବ ଏବଂ ମାନଜାତିମଧ୍ୟରେ ଐଶ୍ଵରିକ ଶକ୍ତିର ପୁନଃପ୍ରକାଶ । ଈଶ୍ଵର-ସନ୍ତାନ ପୃଥିବୀର ସମସ୍ତ ପ୍ରଲୋଡ଼ନଠାରୁ ନିଜକୁ ମୁକ୍ତ ରଖି ମାନବ ସମାଜକୁ ପୁନଃପ୍ରତିଷ୍ଠା କରି ତାହାର ଉନ୍ନତି କାମନା କରନ୍ତି । ଏହି ପ୍ରକାଶ ବା ଅବତାର ମନୁଷ୍ୟକୁ ପାପର ନିମ୍ନତମ ସୋପାନରୁ ସତ୍ୟର ଉଚ୍ଚତମ ସୋପାନକୁ ଘେନିଯାଏ ।

 

ଅନେକ ଜାଗାରେ (ସନ୍ଥ ପଲ) ଐଶ୍ଵରିକ ସ୍ଥିତିସହିତ ମନୁଷ୍ୟର ପ୍ରତ୍ୟକ୍ଷ ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ଜୀବନ ଧାରଣର ଅର୍ଥ ହି ଖ୍ରୀଷ୍ଟ ।’ ଆଧ୍ୟାତ୍ମିକ ପ୍ରକୃତି ସହିତ ଆମର ପରିଚୟ ଏବଂ ଈଶ୍ଵର-ସତ୍ତାର ଉପଲବ୍ଧି ଦ୍ଵାରା ଆମେ ମୁକ୍ତିଲାଭ କରୁ । ସନ୍ଥ ପଲଙ୍କ ଉପଦେଶର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯେ ଆମ୍ଭେମାନେ ଯେଉଁଠାରେ ବାସ କରୁ ବା ଜୀବନ ଅତିବାହିତ କରୁ ତାହା ଐଶ୍ଵରିକ ଶକ୍ତିଦ୍ଵାରା ସବୁବେଳେ ପ୍ରଭାବିତ ହୁଏ । ସେ ଖ୍ରୀଷ୍ଟିଆନ୍‌ମାନଙ୍କର ମନକୁ ପରିବର୍ତ୍ତନ କରିବାପାଇଁ ଉପଦେଶ ଦେଇଛନ୍ତି, “ଯୀଶୁଙ୍କର ମନ ଯେପରି ତୁମ୍ଭମାନଙ୍କର ମନ ମଧ୍ୟ ସେପରି ହେଉ ।” ‘‘ଯଦି କେହି କେବେ ଯୀଶୁଙ୍କର ପରିଚୟ ପାଏ, ତେବେ ଏକ ନୂତନ ସୃଷ୍ଟି ଲାଭ ହେବ । ସମସ୍ତ ପଦାର୍ଥ ସତେ ଯେପରି ନୂତନ ଜୀବନ ଲାଭ କରିବ ।’’ ସନ୍ଥ ପଲ୍‍, ପ୍ରଭୃତି ସାଧୁମାନେ ଈଶ୍ଵରଙ୍କୁ ଦର୍ଶନ କରିଥିଲେ ବା ସ୍ଵପ୍ନରେ ଦେଖିଥିଲେ ବୋଲି ଉଲ୍ଲେଖ ରହିଛି ।

 

ଏହିସବୁ ରହସ୍ୟ ଦୃଷ୍ଟାନ୍ତରୁ ବୁଝାପଡ଼େ ଯେ ସନ୍ଥ ପଲ୍‌ଙ୍କ ସମୟରେ ରୋମ୍ ସାମ୍ରାଜ୍ୟରେ ମଧ୍ୟ ପ୍ରାଚ୍ୟଦେଶୀୟ ଧର୍ମ-ରହସ୍ୟର ପୂର୍ଣ୍ଣ ପ୍ରଭାବ ପଡ଼ିଥିଲା । ସନ୍ଥ ପଲ୍ ତାଙ୍କର ପ୍ରଚାରକ୍ଷେତ୍ରରେ କ୍ରୂଶବିଦ୍ଧ ଯୀଶୁ ଏବଂ ଈଶ୍ଵରପ୍ରଦତ୍ତ ଜ୍ଞାନମଧ୍ୟରେ ସବୁବେଳେ ଏକ ପ୍ରଭେଦ ରଖନ୍ତି । ତାଙ୍କ ମତରେ ଐଶ୍ଵରିକଜ୍ଞାନ ମନୁଷ୍ୟର ଶୋଭା ବଢ଼ାଏ । ଏହା ଅତି ଗୁପ୍ତ ଏବଂ କେବଳ ବୁଦ୍ଧିମାନ୍ ବ୍ୟକ୍ତିପାଇଁ ଉଦ୍ଦିଷ୍ଟ । ଯେଉଁ ଐଶ୍ଵରିକ ଜ୍ଞାନ ପ୍ରକାଶିତ ହୁଏ ‘‘ତାହାକୁ କେହି ଦେଖି ନାହାନ୍ତି ବା ଶୁଣି ନାହାନ୍ତି କିମ୍ବା କୌଣସି ବ୍ୟକ୍ତି ବୁଝିପାରେ ନାହିଁ ।” ସନ୍ଥ ପଲ୍‍ଙ୍କ ମତରେ ଯୀଶୁଙ୍କର ଭକ୍ତମାନେ ଈଶ୍ଵରଙ୍କ ରହସ୍ୟର ରକ୍ଷାକର୍ତ୍ତା ।

 

ପ୍ଲେଟୋଙ୍କଦ୍ଵାରା ସାଧୁ ଜନ୍ ଅନେକାଂଶରେ ପ୍ରଭାବିତ ହୋଇଥିଲେ । ତାଙ୍କ ମତରେ ଦୁଇଟି ଜଗତ ଅଛି । ପ୍ରଥମଟି ସତ୍ୟ ଓ ବାସ୍ତବ ଏବଂ ଦ୍ଵିତୀୟଟି ଅନ୍ଧକାରପୂର୍ଣ୍ଣ ଅବାସ୍ତବ । ଯୀଶୁଙ୍କର ଜୀବନ ସତ୍ୟ ଓ ନିତ୍ୟ ଏବଂ ସେ ସବୁଦିନପାଇଁ ଈଶ୍ଵରଙ୍କର । ଈଶ୍ଵରଙ୍କର ଜ୍ଞାନ ଓ ଆଲୋକଦ୍ଵାରା ଯୀଶୁ ଏହି ଅନ୍ଧକାରପୂର୍ଣ୍ଣ ପୃଥିବୀକୁ ପ୍ରକାଶିତ କରନ୍ତି । ସାଧୁଜନଙ୍କ ମତରେ ଯୀଶୁ ଈଶ୍ଵରଙ୍କର ଜ୍ଞାନ ଅଟନ୍ତି ଏବଂ ଏହି ବିଶ୍ଵରେ ଅନ୍ତର୍ନିହିତ ହୋଇ ରହିଛନ୍ତି । ସମଗ୍ର ବିଶ୍ଵ ଯୀଶୁଙ୍କଦ୍ଵାରା ପୂର୍ଣ୍ଣତା ପ୍ରାପ୍ତି କରିବ । “ସେ ଅଦୃଶ ଈଶ୍ଵରଙ୍କର ଦୃଷ୍ଟି ଆକାର, ସୃଷ୍ଟିରେ ପ୍ରଥମ । ପ୍ରତ୍ୟେକ ପଦାର୍ଥ ତାଙ୍କପାଇଁ ଏବଂ ତାଙ୍କ ନିକଟରୁ ସୃଷ୍ଟି ହୋଇଛି । ଏ ବିଶ୍ଵରେ ସବୁବେଳେ ଦ୍ଵନ୍ଦ ଲାଗିରହିଛି । ଯୁଦ୍ଧର ଜୟ କରିବା ବିଶ୍ଵର ବିଜୟ ଏବଂ ଏହି ବିଜୟଦ୍ୱାରା ଜଗତ ଏବଂ ଈଶ୍ଵରଙ୍କ ମଧ୍ୟରେ ପୁର୍ନମିଳନ ହୁଏ ।

 

ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ସାଧୁମାନଙ୍କର ଆଶ୍ରମ ମଠର (monachism) ସୃଷ୍ଟି ହେଲା । ଏଠାରେ ପ୍ରତିମା ବିନା ପ୍ରାର୍ଥନା ଏବଂ ଧ୍ୟାନ ଆରମ୍ଭ ହେଲା । ସାଧୁ ଆନ୍ଥୋନୀ ପ୍ରାର୍ଥନାଦ୍ଵାରା ଆନନ୍ଦରେ ଅତ୍ୟଧିକ ଉଲ୍ଲସିତ ହୋଇପଡୁଥିଲେ ଏବଂ ଏହିପରି ଅବସ୍ଥାରେ ସାରା ରାତି ମଧ୍ୟ କଟାଇ ଦେଉଥିଲେ । ତଥାପି ସେ ନିଜେ ପ୍ରାର୍ଥନା ନ କରିବାକୁ କହିଛନ୍ତି; କାରଣ ପ୍ରାର୍ଥନା ସଂପୂର୍ଣ୍ଣ ଠିକ୍ ନୁହେଁ ଏବଂ ଏହାଦ୍ଵାରା ମନୁଷ୍ୟ ନିଜକୁ ବା ପ୍ରାର୍ଥନାକୁ ମଧ୍ୟ ବୁଝି ପାରେ ନାହିଁ ।

 

ସାଧୁ ଅଗଷ୍ଟାଇନ୍‌ଙ୍କର ପ୍ରସିଦ୍ଧ ଉକ୍ତି ଉଲ୍ଲେଖଯୋଗ୍ୟ, “ଈଶ୍ଵର ଆମର ସେବା କରିଛନ୍ତି, ଆମର ହୃଦୟ ତାଙ୍କଠାରେ ବିଶ୍ରାମ ନ ପାଇଲା ପର୍ଯ୍ୟନ୍ତ ଆଉ ଶାନ୍ତ ହୋଇ ରହିପାରିବ ନାହିଁ ।’’ ନିଜର ବ୍ୟକ୍ତିଗତ ଅନୁଭୂତି ସେ ଧର୍ମକୁ ଉପଲବ୍ଧି କରିଛନ୍ତି ଏବଂ ଜୀବ-ଆତ୍ମା ଓ ଈଶ୍ଵରଙ୍କ ସହିତ ସମ୍ବନ୍ଧ ସ୍ଥାପିତ କରିପାରିଛନ୍ତି । ସେ ଅନେକ ସମୟରେ ଉପଲବ୍ଧି କରିଥିବା ରହସ୍ୟପୂର୍ଣ୍ଣ ପ୍ରକାଶ ବିଷୟରେ ବର୍ଣ୍ଣନା କରନ୍ତି । ‘‘ମଧୁରତା ଆମକୁ କେତେ ଆନନ୍ଦ ଦିଏ ଏବଂ ମନର ସବୁଠାରୁ ଉଚ୍ଚରମ ପ୍ରଦେଶରେ କିପରି ଏକ ନିତ୍ୟବସ୍ତୁକୁ ମୁହୂର୍ତ୍ତମଧ୍ୟରେ ଦେଖିବାକୁ ପାଉ ।”

 

ଗ୍ରିଗରି (St.Gregory) ଅଗଷ୍ଟାଇନ୍‌ଙ୍କ ନିକଟରୁ ଅନେକାଂଶରେ ପ୍ରଭାବିତ ହୋଇଥିଲେ । ତାଙ୍କ ମତରେ ଧ୍ୟାନଯୁକ୍ତ ଜୀବନ କର୍ମମୟ । ଜୀବନଠାରୁ ବହୁ ଗୁଣରେ ବଡ଼ । ଯୀଶୁଙ୍କର ଜୀବନ କର୍ମମୟ ଏବଂ ଧ୍ୟାନଯୁକ୍ତ ଉଭୟ ଜୀବନର ଏକ ମିଳିତ ଦୃଷ୍ଟାନ୍ତ । ଏଥିରେ କର୍ମ ମନର ଶାନ୍ତଭାବକୁ ବାଧା ଦିଏ ନାହିଁ । ଧ୍ୟାନଯୁକ୍ତ ଜୀବନପାଇଁ ସାଧକ ଶାନ୍ତି ଏବଂ ବିଶ୍ରାମ ଆବଶ୍ୟକ କରେ । ଏଥିପାଇଁ ତାକୁ ଅତ୍ୟନ୍ତ କଠୋର ଶୃଙ୍ଖଳିତ ଜୀବନ ଯାପନ କରିବାକୁ ହୁଏ । ଇଶ୍ଵର ଏବଂ ପ୍ରତିବେଶୀକୁ ସେ ପ୍ରେମ କରେ ।

 

ବର୍ନାଡ୍ (St, Bernard-12th century) କହିଛନ୍ତି, “ମୁଁ ସ୍ଵୀକାର କରୁଛି ଯେ ଈଶ୍ଵର ମୋ ନିକଟକୁ ଆସନ୍ତି । ଯଦିଓ ସେ ମୋ ଆତ୍ମା ମଧ୍ୟରେ ପ୍ରବେଶ କରନ୍ତି ତଥାପି ମୁଁ ବୁଝିପାରେ ନାହିଁ । ସେ ମୋର ଅନ୍ତରରେ ବାସ କରନ୍ତି ବୋଲି ମୁଁ ଅନୁଭବ କରେ । ସେ ଆସିବେ ବୋଲି ଅନେକ ସମୟରେ ମୁଁ ପୂର୍ବାଭାସ ପାଇଛି ତଥାପି ସେ କେତେବେଳେ ଆସନ୍ତି ଓ କେତେବେଳେ ଫେରିଯାଆନ୍ତି ମୁଁ ଜାଣିପାରେ ନାହିଁ ।” ଈଶ୍ଵର ସେ ଇନ୍ଦ୍ରିୟମାନଙ୍କର ସାହାଯ୍ୟ ନିଅନ୍ତି ନାହିଁ ଏ ବିଷୟରେ ମଧ୍ୟ ସେ କହିଛନ୍ତି, ‘‘ଈଶ୍ଵର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସେ ଯେତେବେଳେ ମୋର ଅନ୍ତରରେ ପ୍ରବେଶ କରନ୍ତି, ସେତେବେଳେ ମୋର ସୁପ୍ତ ଆତ୍ମା ଜାଗିଉଠେ-। ମୋର କଠିନ ହୃଦୟ ବିଶାଳ ଓ ଦ୍ରବୀଭୂତ ହୋଇଯାଏ ।”

 

ତ୍ରୟୋଦଶ ଶତାବ୍ଦୀରେ ଧର୍ମକ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇଥିଲା । St. Ventura (1274 A.D.) କହିଛନ୍ତି, “ମନୁଷ୍ୟର ଅନ୍ତର୍ଦୃଷ୍ଟି ଈଶ୍ଵରଙ୍କ ସହିତ ସ୍ଥିର କରାଯାଏ । ତଥାପି ଦିବ୍ୟ ଆଲୋକର ଶେଭା ମାନସଚକ୍ଷୁ ଦେଖିପାରେ ନାହିଁ । ଏହାକୁ ବୁଝି ନ ପାରି ସେ ପୁନର୍ବାର ଅନ୍ଧକାରମଧ୍ୟକୁ ଗତି କରେ । ଡାଇଓନିସସ୍ ଏହିପରି ଅବସ୍ଥାକୁ ‘ମୂର୍ଖଜ୍ଞାନ’ ବୋଲି ଆଖ୍ୟା ଦେଇଛନ୍ତି । ଏହାକୁ ଧ୍ୟାନରତ ବ୍ୟକ୍ତି ଭଲ ରୂପେ ବୁଝିପାରେ । ଏହାକୁ ଆହରଣ କରିବା ସମସ୍ତଙ୍କର ଉଚିତ ।” “ଏହି ଜ୍ଞାନ ଇଶ୍ଵରଙ୍କ ଦୟାରୁ ପ୍ରାପ୍ତ ହୁଏ; ଜ୍ଞାନ, ପ୍ରାର୍ଥନା, ବୁଦ୍ଧି କିମ୍ବା ଅଧ୍ୟୟନରୁ ନୁହେଁ ।”

 

Albertus Magnus (1280) ମନର ଅଦ୍ଭୁତ କଳ୍ପନାକୁ ପରିତ୍ୟାଗ କରି ଶାନ୍ତଭାବରେ ଈଶ୍ଵରଙ୍କୁ ଆରାଧନା କରିବାକୁ ଉପଦେଶ ଦେଇଛନ୍ତି । ଏକ୍ୟୁନାସ୍‍ (St. Thomas Aquinas-1274) ଈଶ୍ଵରଙ୍କୁ ନିଜର ଶରୀରମଧ୍ୟରେ ଦେଖନ୍ତୁ ବୋଲି ବିଶ୍ଵାସ କରନ୍ତି । ଯାହାଦ୍ଵାରା ସେ ଦେଖାଯାଆନ୍ତି ଓ ଯେଉଁଥିରେ ଦେଖାଯାଆନ୍ତି ଉଭୟ ହିଁ ଈଶ୍ଵର । ଏକ୍ୟୁନାସ୍‍ ତିନି ପ୍ରକାରର ଜ୍ଞାନ ବର୍ଣ୍ଣନା କରିଛନ୍ତି । ପ୍ରଥମ ଜ୍ଞାନ ଯୁକ୍ତିଦ୍ଵାରା ଲାଭ ହୁଏ, ଦ୍ଵିତୀୟ ପ୍ରକାଶିତ ହୁଏ ଏବଂ ତୃତୀୟ ଅନ୍ତଃପ୍ରତିଭା (intuition) ଅଟେ । ଏକ୍ୟୁନାସ୍‍ ନିଜେ ଈଶ୍ଵରଙ୍କ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ ।

 

(Joachim 12th century) ମନୁଷ୍ୟକୁ ତିନୋଟି ଭାଗରେ ବିଭକ୍ତ କରିଛନ୍ତି । ପ୍ରଥମ ଭାଗ ‘ପିତା’ ଯେ ଆମ୍ଭମାନଙ୍କର ମାନ୍ୟ I ଦ୍ଵିତୀୟ ଭାଗ ହେଉଛି ‘ପୁତ୍ର’ ଯେଉଁଠାରେ ଯୁକ୍ତି ଏବଂ ସମାଲୋଚନା କରିବାକୁ ହୁଏ । ତୃତୀୟ ଭାଗଟି ‘ଆତ୍ମ’ ବିଭାଗ ଯେଉଁଠାରେ ଆମ୍ଭେମାନେ ପ୍ରାର୍ଥନା ଏବଂ ଧ୍ୟାନ କରୁ ।

 

ଦାନ୍ତେ (Dante, 1265-1321)ଙ୍କ ସମୟରେ ମଧ୍ୟଯୁଗୀୟ ପୃଥିବୀର ଅବସ୍ଥା ପରିଷ୍କାରଭାବରେ ଜଣାପଡ଼େ । ତାଙ୍କର ଲିଖିତ “Divine Comedy"ରେ ମନୁଷ୍ୟର ଜୀବନଯାତ୍ରା ବିଷୟରେ ବର୍ଣ୍ଣନା ହୋଇଛି । ଏହା ଏକ ସୁଖାତ୍ମକ ନାଟକ; କାରଣ ଏହାର ଶେଷ ସୁଖପୂର୍ଣ୍ଣ, କିନ୍ତୁ ମୁକ୍ତ ହେବାପାଇଁ ଯାତ୍ରୀକୁ ପାପ, ଦୁଃଖପୂର୍ଣ୍ଣ ପଥ ଦେଇଯିବାକୁ ହୋଇଛି । ଏଥିରେ ଯାତ୍ରାକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଅଛି । ପ୍ରଥମ ଭାଗଟି ଯୁକ୍ତି ଓ ତର୍କପୂର୍ଣ୍ଣ ପଥ । ଏହି ପଥର ନିର୍ଦ୍ଦେଶକ ହେଉଛନ୍ତି ରୋମାନ୍ କବି Virgil । ଏହି ପଥ ନର୍କଠାରୁ ଆରମ୍ଭ କରି ପୃଥିବୀ ପର୍ଯ୍ୟନ୍ତ ବିସ୍ତୃତ । ଦ୍ଵିତୀୟଟି ଦୟାର ପଥ । ଏହି ପଥର ନିର୍ଦ୍ଦେଶକ Beatrice । ଏହା ପୃଥିବୀରୁ ସ୍ଵର୍ଗପର୍ଯ୍ୟନ୍ତ ବିସ୍ତୃତ । ତୃତୀୟଟି ଗୌରବର ପଥ, ଯାହା ନିମ୍ନାଭିମୁଖୀ ହୋଇଛି । ଏହି ପଥର ପଥିକ ପ୍ରାର୍ଥନା ଓ ଧ୍ୟାନ ସାହାଯ୍ୟରେ ଈଶ୍ଵରଙ୍କୁ ଉପଲବ୍ଧି କରେ । ଏହି ପଥର ପ୍ରଦର୍ଶକ ନିଜେ ଦାନ୍ତେ ।

 

ଜାକୋବ୍ (Jacob Boehme, 1575-1624) ରାଜ୍ୟ ଜୀବନରେ ତିନି ଥର ସମାଧ୍ୟସ୍ଥ ହୋଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଥମ ସମାଧି ବହୁ ଦିନ ବ୍ୟାପିରହିଥିଲା ଏବଂ ସେ ଅନୁଭବ କରୁଥିଲେ ଯେପରି ତାଙ୍କ ଶରୀରର ଚତୁର୍ଦ୍ଦିଗରେ ଏକ ଆଧ୍ୟାତ୍ମିକ ଆଲୋକ ଖେଳିବୁଲୁଛି । ଦ୍ଵିତୀୟ ଘଟଣାରେ ତାଙ୍କ ସମ୍ମୁଖରେ ସମଗ୍ର ପ୍ରକୃତ ସତେ ଯେପରି ନିଜକୁ ସମ୍ପୃର୍ଣ୍ଣ ମୁକ୍ତ କରିଦେଇଛି ଏବଂ ସେ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଛନ୍ତି । ତୃତୀୟ ଘଟଣାରେ ସେ ଲେଖିଛନ୍ତି ଯେ ‘‘ସମଗ୍ର ବିଶ୍ଵର ହାର ମୋ ସମ୍ମୁଖରେ ଖୋଲିଗଲା ଏବଂ ମୁ ଅଳ୍ପ ସମୟରେ ଯାହା ଜାଣି ପାରିଲି ତାହା ବୋଧ ହୁଏ ବର୍ଷ ବର୍ଷ ଧରି କୌଣସି ବିଶ୍ଵବିଦ୍ୟାଳୟରେ କଟାଇଥିଲେ ଜାଣିପାରି ନ ଥାନ୍ତି ।’’

 

କର୍କ ଫକ୍‌ସ (George Fox, 1624-1691) Boehmeଙ୍କ ଦ୍ଵାରା ପ୍ରଭାବିତ ହୋଇ ଯେଉଁ ଆଧ୍ୟାତ୍ମିକ ଅଭିଜ୍ଞତା ଲାଭ କରିଥିଲେ ତଦ୍ଵାର ତାଙ୍କର ଅନ୍ତଦୃଷ୍ଟି ଅତ୍ୟନ୍ତ ବୃଦ୍ଧିପ୍ରାପ୍ତ ହୋଇଥିଲା । ସେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଈଶ୍ଵରଙ୍କ ସତ୍ତା ଉପଲବ୍ଧ କରୁଥିଲେ । ଯେତେବେଳେ ଆମ୍ବା ମନ୍ଦ ପ୍ରକୃତିକୁ ଜୟଲାଭ କରି ଈଶ୍ଵରଙ୍କର ଆଜ୍ଞାବହ ହୋଇଯାଏ, ସେତେବେଳେ ସେ ଦିବ୍ୟ ଆଲୋକର ଏକ ଅଂଶ ହୋଇଯାଏ । ଧ୍ୟାନଦ୍ଵାର ଆମ୍ଭମାନଙ୍କ ହୃଦୟ ପବିତ୍ର ହୁଏ ।

 

ଇଂରେଜ ଦେଶର କବିମାନେ ମଧ୍ୟ ଅତିନ୍ଦ୍ରୟତାରେ ପ୍ରଭାବିତ ହେବାର ଜଣାପଡ଼େ । ଉଇଲିୟମ୍ ବ୍ଲେକ୍ (William Blake, 1757 1827)ଙ୍କର ବର୍ଣ୍ଣନା ଆମେରିକାର ଇମରସନ୍ (Emerson)ଙ୍କ ଅତିନ୍ଦ୍ରୟ ଭାବ ସହ ମିଳିଯାଏ । ଊନବିଂଶ ଶତାବ୍ଦୀର ୱାର୍ଡସ୍ ୱାର୍ଥ, କଲରିଜ୍, ଟେନିସନ୍ ବ୍ରାଉନିଙ୍ଗ୍ ଇତ୍ୟାଦି ପ୍ରସିଦ୍ଧ କବି ଲେଖକମାନେ ସେମାନଙ୍କର ବର୍ଣ୍ଣନାରେ ନିଜର ଆତ୍ମା ବିଷୟରେ ବ୍ୟକ୍ତିଗତ ଅଭିଜ୍ଞତା ପ୍ରକାଶ କରିଛନ୍ତି ।

 

ଷୋଡ଼ଶ ଶତାବ୍ଦୀରେ ସ୍ପେନ୍ ଦେଶର ଦୁଇ ଜଣ ପ୍ରସିଦ୍ଧ ଅତୀନ୍ଦ୍ରିୟଙ୍କ ବର୍ଣ୍ଣନା ଉଲ୍ଲେଖଯୋଗ୍ୟ । St, Theresa (1582) ତାଙ୍କର ପୁସ୍ତକ “Life”ରେ ଧ୍ୟାନ, ଚିନ୍ତା ଓ ତ୍ୟାଗ ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ତିନୋଟି ଶକ୍ତିକୁ ଏକତ୍ର ଭାବରେ ଯୁକ୍ତ କରାଯାଇ ସମାଧି ଅବସ୍ଥା ପ୍ରାପ୍ତି କରାଯାଇ ପାରେ । ତାଙ୍କର ଲିଖିତ ‘‘The Spiritual Castle" ପୁସ୍ତକରେ ପ୍ରଧାନ ବିଷୟବସ୍ତୁ ହେଉଛି ‘‘ଆଧ୍ୟାତ୍ମିକ ବିବାହ”।

 

ଦ୍ଵିତୀୟ ସାଧକ ହେଉଛନ୍ତି ଟେରେସାଙ୍କର ଶିଷ୍ୟ St, John । ତାଙ୍କ ମତରେ ସମାଧିସ୍ଥ ହେବା ଶରୀରର ଦୁର୍ବଳତାର ଚିହ୍ନ । ତାଙ୍କର ପୁସ୍ତକ “Ascent of Mount Carmel”ରେ ଧ୍ୟାନ ଏବଂ ତ୍ୟାଗ ବିଷୟରେ ବର୍ଣ୍ଣନା କରାଯାଇଅଛି ।

 

ଋଷ ଦେଶରେ ମଧ୍ୟ ଏହିପରି ଅତୀନ୍ଦ୍ରିୟତା ପରିଦୃଷ୍ଟ ହୁଏ । ସେମାନଙ୍କର ଧର୍ମର ଲକ୍ଷ୍ୟ ହେଉଚି ଈଶ୍ଵରଙ୍କୁ ବିଶ୍ଵାସ କରିବା ।

 

୮. ଇସ୍‌ଲାମ୍ ଧର୍ମ

 

ଈଶ୍ଵର ଆରାଧନା ଏବଂ ଈଶ୍ଵରଙ୍କୁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରିବା ଇସ୍‌ଲାମ୍ ଧର୍ମର ମୂଳତତ୍ତ୍ଵ । ଈଶ୍ଵରଙ୍କ ଐକ୍ୟ ବିଷୟରେ ‘କୋରାନ୍’ ଏକ ପ୍ରଧାନ ପ୍ରାମାଣିକ ଗ୍ରନ୍ଥ । ତ୍ରି-ଦେବ (Trinity) ଏବଂ ଅବତାରବାଦଦ୍ୱାରା ଈଶ୍ଵରଙ୍କର ଐକ୍ୟ କ୍ଷୂର୍ଣ୍ଣ ହୁଏ ବୋଲି ଇସ୍‌ଲାମ୍ ମତ ପ୍ରକାଶ କରେ । ଖ୍ରୀଷ୍ଟିୟାନ୍‌ମାନେ ତ୍ରି-ଦେବ ଆରାଧନା ଆରମ୍ଭ କରିଥିଲେ ଏବଂ ଯୀଶୁଙ୍କୁ ଈଶ୍ଵରଙ୍କର ଅବତାର ବୋଲି ମାନନ୍ତି । ମହମ୍ମଦ୍ ମନୁଷ୍ୟ ଏବଂ ପ୍ରତିମାକୁ ଆରାଧନା କରିବାକୁ ନାସ୍ତି କରିଛନ୍ତି; କାରଣ ଯାହାର ଜନ୍ମ ଅଛି, ତାହାର ମୃତ୍ୟୁ ମଧ୍ୟ ଅଛି । ମହମ୍ମଦଙ୍କ ମତରେ ଈଶ୍ଵର ଅସୀମ ଏବଂ ନିତ୍ୟ, ଅକାୟ ଏବଂ ଅତୁଳନୀୟ । ଯେ ଆମ୍ଭମାନଙ୍କର ଗୁପ୍ତ ଚିନ୍ତା ମଧ୍ୟରେ ବାସ କରନ୍ତି । ସେ ନିଜଠାରୁ ନିଜେ ନୀତି ଏବଂ ଜ୍ଞାନ ଆହରଣ କରନ୍ତି । ଅଜ୍ଞାତ (unknown) ବସ୍ତୁରୁ ଜ୍ଞାତ (ସମୟ ଓ ସ୍ଥଳ; ଜଡ଼ ଓ ଗତି, ଇନ୍ଦ୍ରିୟ ଓ ଚିନ୍ତା)କୁ କାଢ଼ିନେଲେ ଅବଶିଷ୍ଟ ହେଉଛନ୍ତି ଇଶ୍ଵର । ସେ ନିର୍ଦ୍ଦିଷ୍ଟ ବ୍ୟକ୍ତି (unitarian) ମାଧ୍ୟମରେ ପ୍ରକାଶିତ ହୁଅନ୍ତି ବୋଲି ମହମ୍ମଦ୍ ଏବଂ ତାଙ୍କର ଶିଷ୍ୟମାନେ ବିଶ୍ଵାସ କରନ୍ତି ନାହିଁ । ଖ୍ରୀଷ୍ଟିଆନ୍‌ମାନେ ସେମାନଙ୍କର ସାଧୁ ଓ ପଣ୍ଡିତମାନଙ୍କୁ ଈଶ୍ଵରଙ୍କ ଭଳି ମହାନ୍ ମନେ କରନ୍ତି ବୋଲି ମହମ୍ମଦ ସେମାନଙ୍କୁ ନିନ୍ଦା କରନ୍ତି ।

 

ପରମ୍ପରା ଅନୁଯାୟୀ ମହମ୍ମଦ ଜଣେ ଋଷି ଏବଂ ‘କୋରାନ’ ଋଷି ବର୍ଣ୍ଣିତ ଏକ ପ୍ରସିଦ୍ଧ ଗ୍ରନ୍ଥ । ସୁଫି (Sufi) ପରମ୍ପରା ଈଶ୍ଵରଙ୍କ ବିଷୟରେ ବ୍ୟକ୍ତିଗତ ଅନୁଭୂତିକୁ ବିଶେଷ ଜୋର୍ ଦିଏ । ସେମାନେ ମହମ୍ମଦଙ୍କୁ ତାଙ୍କର ଧର୍ମପ୍ରତିଷ୍ଠାତା ହିସାବରେ ଗ୍ରହଣ କରନ୍ତି । ସୁଫିମାନେ ନିର୍ଜନତାକୁ ଭଲ ପାଆନ୍ତି ଏବଂ ନିର୍ଜନରେ ବାସ କରନ୍ତି । ଯେଉଁମାନେ ସେମାନଙ୍କର ଆଶ୍ରମ ପରିଭ୍ରମଣରେ ଆସନ୍ତି, ସେମାନଙ୍କର ଦୟା ଏବଂ ଦାନରେ ଜୀବକା ନିର୍ବାହ କରନ୍ତି । ସୁଫିମାନେ ପୃଥିବୀରେ ଗୋଟିଏ ମାତ୍ର ‘ସତ୍ୟ’ ଅଛି ଏବଂ ଏହା ସମସ୍ତକୁ ଅଜଣା ବୋଲି ବିଶ୍ଵାସ କରନ୍ତି । ଏହା ବିଷୟରେ ଆମକୁ ଜ୍ଞାନ ଆହରଣ କରିବାକୁ ହୁଏ । ‘ସତ୍’ର ନାମ ବା ସଂଜ୍ଞା (attribute) ନାହିଁ । ସତ ଯେତେବେଳେ ନିଜର ପୂର୍ଣ୍ଣତାରୁ ଓହ୍ଲାଇଆସି ନିଜକୁ ପ୍ରକାଶିତ କରେ, ସେତେବେଳେ ତାହାର ନାମ ବା ସଂଜ୍ଞା (attribute) ଦିଆଯାଏ ।

 

ସମସ୍ତ ଗୁଣ ଓ ସମ୍ବନ୍ଧରହିତ ଏହି ‘ପରମ ପବିତ୍ର’ଙ୍କୁ ସୁଫିମାନେ ଅନ୍ଧକାର ବା al-ama ବୋଲି କହନ୍ତି । ଅହଂଭାବ (I-ness), ତ୍ଵଂ-ଭାବ (he ness) ଏବଂ ଐକ୍ୟଭାବ (one-ness)କୁ ଅତିକ୍ରମ କରି ସେ ଚେତନାପୂର୍ଣ୍ଣ ହୁଅନ୍ତି । ଏହାଦ୍ଵାରା ସତ୍ ନିଜ ଚିନ୍ତାର କର୍ତ୍ତା ଓ କର୍ମ ହୋଇପଡ଼େ ଏବଂ ନିଜର ଆଧ୍ୟାତ୍ମିକ ଭାବ ପ୍ରକାଶ କରି ସମସ୍ତ ଅସ୍ତିତ୍ଵକୁ ସ୍ଵୀକାର କରେ । Ibnal Arabi କହିଛନ୍ତି, “ଆମର ସ୍ଥିତିପାଇଁ ଈଶ୍ଵର ଅତି ପ୍ରୟୋଜନ । ଈଶ୍ଵର ପ୍ରକାଶିତ ହେବାପାଇଁ ଆମର ସ୍ଥିତି ମଧ୍ୟ ଅତ୍ୟନ୍ତ ପ୍ରୟୋଜନ ।”

 

ମାନବ ଆତ୍ମା ଈଶ୍ଵରଙ୍କର ଏକ ଅଂଶ ହେଲେ ମଧ୍ୟ ଶରୀରରେ ବାନ୍ଧିହୋଇ ରହିଥାଏ । ଶରୀରରୁ ମୁକ୍ତ ହେଲାମାତ୍ରେ ତାହାର ଉତ୍ପତ୍ତି ସ୍ଥଳକୁ ସେ ଫେରିଯାଏ । ବିଶ୍ଵର ପ୍ରତ୍ୟେକ ସ୍ଥିତିରେ ଈଶ୍ଵରଙ୍କର କିଛି ନା କିଛି ଗୁଣ (attribute) ଅଛି; କିନ୍ତୁ ମନୁଷ୍ୟମଧ୍ୟରେ ଏହି ଗୁଣ (attributes) ଗୁଡ଼ିକ ଯୁକ୍ତ ହୋଇ ଏକାଠି ରହେ । ଈଶ୍ଵର ଓ ମନୁଷ୍ୟର ସମ୍ବନ୍ଧ ପୂର୍ଣ୍ଣତା ପ୍ରାପ୍ତି କରିଥିବା ମନୁଷ୍ୟମଧ୍ୟରେ ଏକ ହୋଇଯାଏ । ଧର୍ମଗୁରୁଙ୍କର ଆବିଭାର୍ବ ହେଉଛି ସୃଷ୍ଟିର ଶେଷକାର୍ଯ୍ୟ ।

 

କୋରାନ୍‌ରେ ସୁଫି ସିଦ୍ଧାନ୍ତର ମୂଳ ତତ୍ତ୍ଵର ବର୍ଣ୍ଣନା କରାଯାଇଛି ଯେ ଆଲ୍ଲାଙ୍କ ବ୍ୟତୀତ ପ୍ରତ୍ୟେକ ବସ୍ତୁର ଅନ୍ତ ଅଛି । ଆଲ୍ଲାଙ୍କ ବ୍ୟତୀତ ସମସ୍ତେ ଅନିତ୍ୟ । ଆଲ୍ଲା ଚତୁର୍ଦ୍ଦିଗରେ ବିଦ୍ୟମାନ-। ତାଙ୍କର ବ୍ୟକ୍ତିତ୍ଵ ମନୁଷ୍ୟର ସୀମା ବାହାରେ । ପ୍ରତ୍ୟେକ ଜୀବମଧ୍ୟରେ ତାଙ୍କର ଅସ୍ତିତ୍ଵ ରହିଛି । ସେ ସମାଧିସ୍ଥ ହୋଇ ନିଜର ବ୍ୟକ୍ତିଗତ ଚେତନାକୁ ମନୁଷ୍ୟର ଆତ୍ମାମଧ୍ୟରେ ପ୍ରକାଶିତ କରନ୍ତି । ଲୋଭ ଏବଂ ଲାଳସାକୁ ଦମନ କରି ତୃତୀୟ ଅବସ୍ଥା (fana) ପ୍ରାପ୍ତ କରାଯାଏ । ଏହି ଭାବ ବୁଦ୍ଧଙ୍କର ନିର୍ବାଣ ଅବସ୍ଥା ସହିତ ସମାନପରି ଜଣାପଡ଼େ । ଧ୍ୟାନଦ୍ଵାରା ସୁଫିମାନେ ଈଶ୍ଵରଙ୍କୁ ଆରାଧନା କରନ୍ତି ।

 

ଆଲ୍ ହଲାଜ୍ (Al hallaj) ଜଣେ ପ୍ରସିଦ୍ଧ ସୁଫି । ସେ ନିଜର ଦୃଢ଼ବିଶ୍ଵାସପାଇଁ ଜୀବନ ଦାନ କରିଥିଲେ । ସେ ଆତ୍ମାନୁଭୂତି ବିଷୟରେ ପ୍ରକୃତ ସତ୍ୟ ବର୍ଣ୍ଣନା କରିଛନ୍ତି । ସମସ୍ତ ବସ୍ତୁଠାରୁ ନିଜକୁ ପୃଥକ୍ କରିବାଦ୍ଵାରା ଆତ୍ମା ବିଷୟରେ ଜ୍ଞାନ ଲାଭ ହୁଏ । ଆତ୍ମା ମୁକ୍ତିଲାଭ କରି ଈଶ୍ଵରଙ୍କ ସହିତ ଯୁକ୍ତି ହୁଏ ବୋଲି ସେ ବିଶ୍ଵାସ କରନ୍ତି ।

 

ଆଲ୍ ହଲାଜ୍ ଉପନିଷଦ୍ ବର୍ଣ୍ଣିତ ‘ଅହଂ ବ୍ରହ୍ମାସି’ ପରି ‘ମୁଁ ସତ୍ୟ (ana al-haqq) ବୋଲି କହିଛନ୍ତି । ବ୍ୟକ୍ତିଗତ ଅଭିଜ୍ଞତାଦ୍ଵାରା ସୁଫିମାନେ ଏହି ସତ୍ୟକୁ ଉପଲବ୍ଧି କରନ୍ତି । ସୁଫିମାନେ ହିନ୍ଦୁ ବୌଦ୍ଧ ଏବଂ neo Platonism ଦ୍ଵାରା ପ୍ରଭାବିତ ହୋଇ ଅତୀନ୍ଦ୍ରିୟତା ପ୍ରତି ବିଶ୍ଵାସ ରଖିଲାପରି ଜଣାପଡ଼େ

 

Busra Rabia ଜଣେ ଅତୀନ୍ଦ୍ରିୟ ଥିଲେ । ତାଙ୍କୁ ଜଡ଼ିତ କରି ଏକ ଗଳ୍ପ ଅଛି । ଥରେ କେତେ ଜଣ ସୁଫିଙ୍କ ସହିତ Rabiaଙ୍କର ଦେଖାହେଲା । ତାଙ୍କୁ ଗୋଟିଏ ହାତରେ ନିଆଁ ଏବଂ ଅନ୍ୟ ହାତରେ ପାଣି ଧରି ଦୌଡ଼ିଯାଉଥିବାର ଦେଖି ସେମାନେ ପଚାରିଲେ “ଏପରି ଦୌଡ଼ିବାର ଅର୍ଥ କ’ଣ ? ତୁମେ କେଉଁଆଡ଼େ ଯାଉଛ ?” ସେ ଉତ୍ତର ଦେଲେ, “ମୁଁ ଯାଉଛି ନିଆଁ ଲଗାଇ ସ୍ଵର୍ଗକୁ ଧ୍ଵଂସ କରିଦେବି ଏବଂ ପାଣିରେ ନର୍କକୁ ବୁଡ଼ାଇଦେବି । ସ୍ୱର୍ଗ ଓ ନର୍କର ଆଉ ସ୍ଥିତ ରହିବ ନାହିଁ ଏବଂ ଯାତ୍ରାମାନଙ୍କ ସମ୍ମୁଖରୁ ଏ ଦୁଇଟି ପର୍ଦ୍ଦା ଘୁଞ୍ଚିଯିବ ଏବଂ ସେମାନ ପରିଷ୍କାର ଭାବରେ ସେମାନଙ୍କର ଯାତ୍ରାର ଉଦ୍ଦେଶ୍ୟ ଦେଖିପାରିବେ । ଈଶ୍ଵରଙ୍କର ପ୍ରେମ କରିବାରେ ନିସ୍ୱାର୍ଥପର ହେବା ଉଚିତ । Rabia ଈଶ୍ଵରଙ୍କର ପ୍ରେମରେ ଏତେ ମଜ୍ଜିଯାଇଥିଲେ ଯେ ସେ ମହମ୍ମଦଙ୍କୁ ମଧ୍ୟ ଭୁଲି ଯାଇଥିଲେ ।

 

ନିୟମାନୁବର୍ତ୍ତୀ ହେବା ସୁଫିମାନଙ୍କର ଧର୍ମ । ସେମାନଙ୍କର ବିଶ୍ଵାସ, ନିୟମ ହେଉଛି ସତ୍ୟର ପ୍ରକାଶ । ଯେତେବେଳେ ଆମେ ଈଶ୍ଵରଙ୍କ ସହିତ ଯୁକ୍ତ ହେଉ, ସେତେବେଳେ ଆମେ ଈଶ୍ଵରଙ୍କର ନିୟମକୁ ହିଁ କାର୍ଯ୍ୟରେ ପରିଣତ କରୁ । ଈଶ୍ଵରଙ୍କମଧ୍ୟରେ ରହି ସୁଦ୍ଧା ଏହି ପୃଥିବୀରେ ଆମ୍ଭେମାନେ ଆମର କର୍ତ୍ତବ୍ୟ କରୁ ।

 

୯. ଆଧୁନିକ ପ୍ରବଣତା

 

ବିଭିନ୍ନ ଧର୍ମଅନ୍ତର୍ଗତ ଅନେକ ଚିନ୍ତାଶୀଳ ବ୍ୟକ୍ତି ଆଧ୍ୟାତ୍ମିକଜ୍ଞାନ ବିଷୟରେ ସେମାନଙ୍କର ମତ ପୋଷଣ କରିଛନ୍ତି । ବ୍ରାଡ୍‌ଲେ (F. H. Bradley) ତାଙ୍କର Appearance and Reality’ ପୁସ୍ତକରେ ଲେଖିଛନ୍ତି, ଆମର ସନ୍ଦେହୀ ମନ ସମ୍ମୁଖରେ ନୈଷ୍ଠିକତା ଏବଂ ଭୌତିକବାଦ କେଉଁ ଆଡ଼େ ଲୁଚିଯାଏ’, ‘‘ଧର୍ମ ହିଁ ଏକମାତ୍ର ବାସ୍ତବ ଏବଂ ଏହି ବାସ୍ତବ ସହିତ ବାହ୍ୟ ସ୍ଥିତିର ତୁଳନା ବସ୍ତୁକୁ ତୁଚ୍ଛ କରିଦିଏ । ଧାର୍ମିକ ଚେତନାର ବାସ୍ତବତା ଅପେକ୍ଷା ଆଉ କିଛି ଅଧିକ ଖୋଜିବା ମନୁଷ୍ୟର ଅଜ୍ଞତାର ପରିଚୟ ।” ଜଡ଼ ଓ ଚେତନାର ପ୍ରଭେଦକୁ ଜାଣିବା ପୂର୍ବରୁ କିମ୍ବା ଅଭିଜ୍ଞତା ବିଷୟରେ କୌଣସି ଅନୁଭୂତ ହେବା ପୂର୍ବରୁ ବାସ୍ତବ ହିଁ ମନୁଷ୍ୟକୁ ଅଭିଜ୍ଞତା ପ୍ରଦାନ କରେ ଏବଂ ଏହାଦ୍ଵାରା ସେ ସନ୍ତୁଷ୍ଟ ହୁଏ ।

 

ବାର୍ଗସନ୍ (Bergson) ଆତ୍ମାର ଈଶ୍ଵରଙ୍କ ସହିତ ସମ୍ବନ୍ଧ ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘‘ଆତ୍ମାର ସ୍ଥିତିକୁ ବର୍ଣ୍ଣନା କରିହେବ ନାହିଁ । ଈଶ୍ଵର ସବୁଠାରେ ବିଦ୍ୟମାନ ଏବଂ ଆତ୍ମା ଈଶ୍ଵରଙ୍କ ମଧ୍ୟରେ ବିଦ୍ୟମାନ । ଏହିଭାବରେ ମନୁଷ୍ୟ ଆନନ୍ଦରେ ଉଲ୍ଲାସିତ ହୋଇପଡ଼େ । ଏଥିରେ ରହସ୍ୟ ବା ଚମତ୍କାରିତା (mysteries)ର ସ୍ଥାନ ନାହିଁ । ମନୁଷ୍ୟର ସମସ୍ୟା ଏବଂ ଅନ୍ଧକାର ଦୂର ହୋଇଯାଇ ଆଲୋକିତ ହୋଇଯାଏ । ତାହାର ଚିନ୍ତା ଏବଂ ଚିନ୍ତାର ବିଷୟବସ୍ତୁ ମଧ୍ୟ ଦୂର ହୋଇଯାଏ । ପ୍ରେମିକର ପ୍ରେମମଧ୍ୟରେ ପାର୍ଥକ୍ୟ ରହେ ନାହିଁ । ‘ଈଶ୍ଵର ଅଛନ୍ତି’ ଏହି ଚିନ୍ତାରେ ମନୁଷ୍ୟର ଆନନ୍ଦର ସୀମା ରହେ ନାହିଁ । ତାହାର ଆତ୍ମା ଚିନ୍ତା ଓ ଅନୁଭବର ବିଷୟ ହୋଇପଡ଼େ ଏବଂ ଈଶରଙ୍କ ସହିତ ମିଶିଯାଏ । ଜଗତର ଚିନ୍ତା, ବ୍ୟାକୁଳତା ଏବଂ ବୋଝ ଯାହା ମନୁଷ୍ୟ ଅଜଣାତରେ ନିଜ ଉପରେ ଲଦି ହୋଇଥାଏ ସେସବୁ ଦୂର ହୋଇଯାଏ । ଅବିଶ୍ଵାସରୂପ ବିପଦରୁ ସେ ରକ୍ଷାପାଏ ।

 

ଧର୍ମକୁ ଜୀବିତ ରଖିବାକୁ ହେଲେ ଇତିହାସ ଏବଂ ପରମ୍ପରାକୁ ଉଚିତ ଭାବରେ ଅନୁଧ୍ୟାନ କରିବାକୁ ହେବ । ଈଶ୍ଵରଙ୍କ ପ୍ରତି ଅମନୁଷ୍ୟର ବ୍ୟାକୁଳତାକୁ ପବିତ୍ର ସୋପାନରୁ ଉଠାଇ ଧର୍ମକୁ ଜୀବନ୍ତ କରିବାକୁ ହେବ ଏବଂ ତାହା ଉପରେ ବିଶ୍ଵାସ ଓ ଆସ୍ଥା ରଖିବାକୁ ହେବ ।

 

ଶିକ୍ଷାମାଧ୍ୟମରେ ପ୍ରକୃତ ଧର୍ମର ଅର୍ଥ ଆହରଣ କରିବା କଠିନ । ଏହା ମାନବ ଆତ୍ମାର ଆକାଙ୍‍କ୍ଷା । ଧର୍ମ ମନୁଷ୍ୟମଧ୍ୟରେ ନିଜକୁ ଉନ୍ମୁକ୍ତ କରେ । ଏହା ହିଁ ଋଷିମାନଙ୍କର ମତ । ଏହି ଋଷିମାନେ ଏକପରିବାରଭୁକ୍ତ । ଏମାନଙ୍କର ସମାଜ ରୁଦ୍ଧ ବା ସଂଘଦ୍ଵାରା ପରିଚାଳିତ ନୁହେଁ । ଏମାନଙ୍କର ମନ୍ଦିର ଅଦୃଶ୍ୟ ଏବଂ ଚତୁର୍ଦ୍ଦିଗ ବିସ୍ତୃତ । ମନୁଷ୍ୟ ନିକଟରେ ଯାହା ଉନ୍ମୁକ୍ତ ସେମାନେ ତାକୁ ଅନୁଭବ କରନ୍ତି । ଏମାନଙ୍କର ଜୀବନ ଅସୀମ । ସୃଷ୍ଟିର ସମସ୍ତ ଜୀବ ଏମାନଙ୍କର ପ୍ରେମର ବସ୍ତୁ । ଏମାନଙ୍କର ଜୀବନ ବିଶ୍ଵାସଯୋଗ୍ୟ ।

Image

 

Unknown

ସତ୍ୟ ଏବଂ ଏହାର ପ୍ରତୀକ

 

୧. ଦାର୍ଶନିକ ସିଦ୍ଧାନ୍ତ

 

ବିଭିନ୍ନ ଧର୍ମର ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଜୀବନରେ ଯେଉଁ ବ୍ୟକ୍ତିଗତ ଅନୁଭୂତି ଦୃଷ୍ଟିଗୋଚର ହୁଏ, ତାହା ଦେଶ ବା ଜାତିଦ୍ୱାରା ପ୍ରଭାବିତ ହୋଇପାରେ ନାହିଁ । ସେମାନଙ୍କର ଜୀବନରେ ଅଳ୍ପ-ବହୁତ ପାର୍ଥକ୍ୟ ଦେଖାଗଲେ ସୁଦ୍ଧା ଅତି ଆଶ୍ଚର୍ଯ୍ୟଭାବରେ ସେମାନେ ପରସ୍ପର ମଧ୍ୟରେ ଏକ ସମତା ରକ୍ଷା କରନ୍ତି । ପ୍ରତ୍ୟକ୍ଷ ଆଧ୍ୟାତ୍ମିକ ଅନୁଭୂତି ମନର ଏକ ଅବସ୍ଥା, ଏହା ଦାର୍ଶନିକ ସିଦ୍ଧାନ୍ତ ନୁହେଁ । ଦାର୍ଶନିକ ସିଦ୍ଧାନ୍ତର ବିଚାରଦ୍ଵାରା ମନୁଷ୍ୟର ଅନୁଭୂତି ପ୍ରଭାବିତ ହୁଏ ନାହିଁ; କାରଣ ଅନୁଭୂତିରେ ହିଁ ସିଦ୍ଧାନ୍ତର ସୃଷ୍ଟି ହୋଇଥାଏ । ଅନୁଭୂତିରେ ଏକ ମୂଲ୍ୟବୋଧ ରହିଛି-। ଏହା ଈଶ୍ଵରଙ୍କ ପ୍ରକୃତି, ମାନବ ଆତ୍ମା ଏବଂ ବିଶ୍ଵ ପ୍ରକୃତି ସହିତ ଜଡ଼ିତ । ଈଶ୍ଵରଙ୍କ ସହିତ ଯୁକ୍ତ ହେବାର ତତ୍ତ୍ଵ ଅନୁଭୂତିର ବିଷୟବସ୍ତୁ । ଗୋଟିଏ ଧର୍ମର ବିଭିନ୍ନ ପ୍ରଚାରକମାନେ ଭିନ୍ନ ଭିନ୍ନ ଉପାୟରେ ପରସ୍ପରଙ୍କର ମତ ପ୍ରକାଶ କରିଥାଆନ୍ତି । ସେ ହିନ୍ଦୁ ବା ବୌଦ୍ଧ ହେଉ, ସକ୍ରେଟିସ୍ ବା ପ୍ଲେଟୋ ହୁଅନ୍ତୁ, ଆରିଷ୍ଟଟଲ୍ ବା ପ୍ଲୋଟିନସ୍ ହୁଅନ୍ତୁ, ଇସ୍‌ଲାମ୍ ବା ଖ୍ରୀଷ୍ଟ ଧର୍ମବଲମ୍ବୀ ହୁଅନ୍ତି ପ୍ରତ୍ୟେକଙ୍କ ମତରେ ସାମଞ୍ଜସ୍ୟ ରହିଛି ।

 

ଅନୁଭୂତି ବିଷୟରେ ଭାବିଲାବେଳେ ଆମେ ହଠାତ୍ ଅନୁଭୂତି ଏବଂ ଅନୁଭୂତିର ବିଷୟବସ୍ତୁ ଉପରେ ପାର୍ଥକ୍ୟ ସୃଷ୍ଟି କରୁ । ଦର୍ଶନଶାସ୍ତ୍ର ସାହାଯ୍ୟରେ ଅନୁଭୂତିର ଅର୍ଥ ବୁଝିହେବ; ମାତ୍ର ଯେଉଁ ପାର୍ଥକ୍ୟ ସୃଷ୍ଟି ହୁଏ ତାହାକୁ ଆଉ ଯୋଡ଼ିହୁଏ ନାହିଁ । ଏହି ଅନୁଭୂତିକୁ ବାକ୍ୟରେ ପରିଣତ କରିହେବ ନାହିଁ ତଥାପି ଆମ୍ଭେମାନେ ଯେତେବେଳେ ଦୁଇଟି ଜଗତରେ (ନତ୍ୟ ଏବଂ ଅନିତ୍ୟ) ବାସ କରୁ, ସେତେବେଳେ ଏହି ଦୁଇ ଜଗତର ସମ୍ବନ୍ଧକୁ ବୁଝିବା ଅତି ପ୍ରୟୋଜନ । ଅନିତ୍ୟ ଜଗତରେ ବାସ କରି ନିତ୍ୟ ଜଗତର ଅର୍ଥ ପ୍ରକାଶ କରିବାକୁ ହେବ ।

 

ଅନୁଭୂତିକୁ ବ୍ୟାଖ୍ୟା କରିବା ଯଥେଷ୍ଟ ନୁହେଁ । ଜ୍ଞାନଦ୍ଵାରା ଦ୍ଵୈତ (dualism) ଭାବଗୁଡ଼ିକୁ ଅନୁମାନ କରିହୁଏ । ତଥାପି ଈଶ୍ଵର ବା ମନୁଷ୍ୟ ପ୍ରକୃତିକୁ ଅନୁଭବ କରିବା ସମ୍ଭବପର ବୋଲି କହି ହେବ ନାହିଁ । ‘ସତ୍’ ବା ଈଶ୍ଵରଙ୍କୁ ଏକ ବସ୍ତୁ ଭାବରେ ଚିନ୍ତା କରିହେବ ନାହିଁ, କାରଣ ଯେ ଚିନ୍ତା କରେ ସେ ନିଜେ ଏବଂ ତାହାର ଚିନ୍ତା ଦୁହେଁ ‘ସତ୍’ର ସମୁଦ୍ର ମଧ୍ୟରେ ସବୁବେଳେ ବୁଡ଼ି ରହିଥାନ୍ତି । ‘ସତ୍’କୁ ବସ୍ତୁ ଭାବିବାଦ୍ଵାରା ସତ୍ୟ ବିରୁଦ୍ଧରେ ହିଂସା ଆଚରଣ ହେବ ଏବଂ ଚେତନାମଧ୍ୟରେ ଭେଦ ସୃଷ୍ଟି ହେବ । ‘ସତ୍’ କୁ ବ୍ୟାଖ୍ୟା ବା ଦର୍ଶନ କରାଇହେବ ନାହିଁ । କେବଳ ସଂକେତ କରିବା ହିଁ ସମ୍ଭବପର । ତଥାପି ‘ସତ୍’କୁ ବସ୍ତୁରୂପେ ଧାରଣ କରି ଆମେ ତାକୁ ଦର୍ଶନଶାସ୍ତ୍ରର ବିଷୟବସ୍ତୁ ବୋଲି ମନେ କରୁ । ‘ସତ୍’ର ମୂଳତତ୍ତ୍ୱକୁ ବର୍ଣ୍ଣନା କରିହେବ ନାହିଁ, କେବଳ ଉଦାହରଣ ସହ ବୁଝାଇହେବ । ଏହା ଜ୍ଞାନ ନୁହେଁ ବୋଲି କହି ଅନେକ ପଣ୍ଡିତମାନେ ଈଶ୍ଵରଙ୍କ ପ୍ରକୃତିକୁ ବର୍ଣ୍ଣନା କରିବାପାଇଁ କୁଣ୍ଠାବୋଧ କରନ୍ତି; କାରଣ ସେମାନେ ଈଶ୍ଵରଙ୍କୁ ଅତି ଗୁପ୍ତ ଏବଂ ରହସ୍ୟ ବୋଲି ପ୍ରକାଶ କରନ୍ତି । ତାଙ୍କ ମତରେ ଏହା ଅପ୍ରକାଶିତ ବୋଲି ଯେତେ ମନେହେବ ସେତିକି ଏହି ବିଷୟରେ ଅନୁଭୂତି ବଢ଼ୁଛି ବୋଲି ନିଶ୍ଚିତ କରିହେବ । ଏହି ‘ସତ’ର ଜ୍ଞାନ କୌଣସି ନିର୍ଦ୍ଦିଷ୍ଟ ବିଶ୍ଵାସ ବା ଯୁକ୍ତିଦ୍ଵାରା ବୁଝାପଡ଼େ ନାହିଁ । ବିଶ୍ଵାସ ଏବଂ ଯୁକ୍ତିର ବିରୁଦ୍ଧାଚରଣ ନ କରି ‘ସତ୍’ ଏମାନଙ୍କୁ ଅତିକ୍ରମ କରି ଚାଲିଯାଏ । ଏହାଦ୍ଵାରା ସତ୍ ସହିତ ଆମର ସମ୍ବନ୍ଧ ଯୁକ୍ତିଦ୍ଵାରା ସମ୍ଭବପର ହୋଇପାରେ ନାହିଁ । ତୃତୀୟ ଅବସ୍ଥା ଏହାର ଏକମାତ୍ର ରାସ୍ତା । ମନର ଚେତନା ହିଁ ମନୁଷ୍ୟକୁ ସତ୍ ନିକଟକୁ ଘେନିଯାଏ ।

 

ଅନେକ ଚୁପ୍‌ଚାପ୍‍ ହୋଇ ଈଶ୍ଵରଙ୍କୁ ଆରାଧନା କରନ୍ତି । ବାକ୍ୟ ଏବଂ ପ୍ରଳାପକୁ ଘୃଣା କରନ୍ତି । ଅଗଷ୍ଟାଇନ୍‍ କହିଛନ୍ତି, “ଇଶ୍ଵର ନୀରବ ଏବଂ ଶବ୍ଦହୀନ ଅଟନ୍ତି ।’’ ଏକ୍‍ହାର୍ଟ କହିଛନ୍ତି, “ଯଦି ନିଜେ ଠିକ୍, ତେବେ ଈଶ୍ଵରଙ୍କ ବିଷୟରେ ଚିତ୍କାର କର ନାହିଁ ।”

 

ପରମବ୍ରହ୍ମଙ୍କର ପରିବର୍ତ୍ତନ ଅସମ୍ଭବ । ସେ ସୀମାମଧ୍ୟରେ ପ୍ରକାଶିତ ହୋଇପାରନ୍ତି ନାହିଁ ବା ଅନିତ୍ୟ ଘଟଣାରେ ନିଜକୁ ଜଡ଼ିତ କରନ୍ତି ନାହିଁ । ଯାହା ଦେଖାଯାଏ ବା ଚିନ୍ତା କରାଯାଏ, ଜଣାପଡ଼େ ବା ଯାହାର ନାମକରଣ କରାଯାଏ ପରମବ୍ରହ୍ମ ସେସବୁର ଉପରେ । ସେ ସର୍ବଗୁଣ ରହିତ । ଗୁଣଯୁକ୍ତ କରିବାଦ୍ଵାରା ତାଙ୍କୁ ସୀମାବଦ୍ଧ କରି ଦିଆଯାଏ । ସସୀମ ବା ଗୁଣକୁ କାଢ଼ିଦେଲେ ପରମବ୍ରହ୍ମଙ୍କ ସମ୍ପୂର୍ଣ୍ଣତାର ଅର୍ଥ ବୁଝାପଡ଼େ । ସବୁ କେବଳ ‘ନେତି’, ‘ନେତି’ ।

 

ତାଓ ସେ କିଙ୍ଗ୍ କହିଛନ୍ତି, ‘‘ତାଙ୍କର ନାମକରଣ କରିହେବ ନାହିଁ ।” ଯଦିବା ସେ ନିଜେ ‘ସତ୍’ ତଥାପି ସେ ‘ସତ୍’କୁ ଅତିକ୍ରମ କରି ଯାଆନ୍ତି । ସେ ‘ଅଦ୍ଵୈତ’, ତାଙ୍କୁ ସ୍ଥିର କରିହେବ ନାହିଁ । ସାଧୁକ୍ଲିମେଣ୍ଟ୍ କହିଛନ୍ତି, ‘‘ଈଶ୍ଵରଙ୍କୁ ଅନ୍ଧକାର ମଧ୍ୟରେ ଖୋଜିବାକୁ ହୁଏ । ସିଉଡୋ ଡାଇଓନିସସ୍ (Pseudo Dionysius) କହିଛନ୍ତି, ‘‘ଆଲୋକକୁ ଅତିକ୍ରମ କରି ଆମେ ଏହି ଅନ୍ଧକାର ରାଜ୍ୟରେ ଦୃଷ୍ଟି ଏବଂ ଜ୍ଞାନରହିତ ହୋଇ ପ୍ରବେଶ କରୁ । ଯାହା ଜ୍ଞାନ ଓ ଦୃଷ୍ଟିର ବାହାରେ, ତାହା ଏହି ରାଜ୍ୟରେ ବୁଝାପଡ଼େ ।’’ ଏହି ଐଶ୍ଵରିକ ଅନ୍ଧକାର ମଧ୍ୟରେ ଆଲୋକର ପ୍ରବେଶ ନାହିଁ ଏବଂ ଏହା ଈଶ୍ଵରଙ୍କର ରାଜ୍ୟ । ଏହିପରି ଶକ୍ତିପୂର୍ଣ୍ଣ ରାଜ୍ୟରେ ଉପଯୁକ୍ତ ବ୍ୟକ୍ତି ହିଁ ପ୍ରବେଶ ଲାଭ କରିପାରେ । ସେ ଦୃଷ୍ଟି ଏବଂ ଜ୍ଞାନ ରହିତ ହୋଇଥିବାଯୋଗୁଁ ଗୁଣରହିତ ଈଶ୍ଵରଙ୍କୁ ଦେଖିପାରେ ।”

 

ସାଧୁ ଗ୍ରିଗୋରି (St, Gregory Palamas)ଙ୍କ ଅନୁସାରେ ଈଶ୍ଵରଙ୍କୁ ‘ସତ୍’ ବୋଲି ମଧ୍ୟ କହିହେବ ନାହିଁ; କାରଣ ‘‘ସେ ନାମରହିତ ଏବଂ ଚିନ୍ତାଶକ୍ତିର ବାହାରେ ।”

 

ସାଧୁ ଟମାସ୍ (St, Thomas)ଙ୍କ ମତରେ “ମନୁଷ୍ୟ ଯେତେବେଳେ ଈଶ୍ଵରଙ୍କୁ ଜାଣେ ନାହିଁ ବୋଲି କହେ, ସେତେବେଳେ ତାହାର ଈଶ୍ଵରଜ୍ଞାନ ଉପଲବ୍ଧି ହୋଇଛି ବୋଲି ମନେ ହୁଏ ?’’ (ଆମର ସୀମାବଦ୍ଧ ଜ୍ଞାନ ଆମ୍ଭମାନଙ୍କୁ ଈଶ୍ଵର ବିଷୟରେ ଅଜଣା କରାଇଦିଏ ।” ଏକହାର୍ଟ କହିଛନ୍ତି, ‘‘ଈଶ୍ଵର କେହି ନୁହନ୍ତି । ସେ ଜୀବ ରହିତ, ଶୂନ୍ୟ ।” ସମୟ ବ୍ୟତୀତ, ଅପରିବର୍ତ୍ତନୀୟ, ନିର୍ଗୁଣ, ଅକାୟ–ଏହା ନୁହେଁ କି ତାହା ନୁହେଁ ।” ଏହି 'ନେତି ନେତି' ଭାବଦ୍ୱାରା ଈଶ୍ଵରଙ୍କୁ 'ନେତି' ବୋଲି ସନ୍ଦେହ କରିବା ଉଚିତ ନୁହେଁ-। ସେ ସର୍ବସ୍ଥିତିର ମୂଳ ।

 

ପରମବ୍ରହ୍ମଙ୍କୁ ଅନେକ ସମୟରେ ବ୍ୟକ୍ତିଗତ ଈଶ୍ୱର ବୋଲି ମନେ କରାଯାଏ ଏବଂ ସେ ସମସ୍ତଙ୍କୁ ପ୍ରେମ ଓ ଦୟା କରନ୍ତି । ଦାର୍ଶନିକମାନଙ୍କ ନିକଟରେ ଯେଉଁ ପରମବ୍ରହ୍ମ 'ତୁରୀୟ' ଅଟନ୍ତି ସେ ଆଧ୍ୟାତ୍ମିକମାନଙ୍କ ନିକଟରେ ଈଶ୍ୱର । ଧ୍ୟାନ ଏବଂ ଜ୍ଞାନ ବ୍ୟତୀତ ମଧ୍ୟ ପ୍ରାର୍ଥନାଦ୍ୱାରା ଈଶ୍ଵର-ଅନୁଭୂତି ହୋଇପାରେ । ମନୁଷ୍ୟର ଐଶ୍ଵରିକ ଜୀବନ ହିଁ ତାହାର ମୁକ୍ତି । ଆଧ୍ୟାତ୍ମିକ ଅନୁଭୂତିଦ୍ୱାରା ଆମେ ଦୁଇଟି ଜିନିଷ ଉପଲବ୍ଧି କରୁ–ପରମବ୍ରହ୍ମଙ୍କ ବିଷୟରେ ଜ୍ଞାନ ଏବଂ ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ । ଦୁହେଁ ପରସ୍ପରକୁ ଛାଡ଼ି ରହିପାରନ୍ତି ନାହିଁ । ପ୍ରସିଦ୍ଧ ଅଦ୍ୱୈତବାଦୀ ଶଙ୍କର ମଧ୍ୟ ଈଶ୍ଵରଙ୍କ ସହିତ ଆଧ୍ୟାତ୍ମିକ ସଂଯୋଗ ଏବଂ ବ୍ୟକ୍ତିଗତ ଯୋଗାଯୋଗ ବିଷୟରେ ମତ ପ୍ରକାଶ କରିଛନ୍ତି । ବାଇବେଲ୍‌ରେ ମଧ୍ୟ ଈଶ୍ଵର ସଂଯୋଗ ବିଷୟରେ ବ୍ୟକ୍ତିଗତ ବର୍ଣ୍ଣନା ଅଛି । ଭାରତୀୟ ଧର୍ମରେ ଏହି ବ୍ୟକ୍ତିଗତ ଭାବ ହିଁ ଧର୍ମକ୍ଷେତ୍ରରେ ସର୍ବଦା ପ୍ରକାଶିତ ହୁଏ ।

 

୨. ସୋଽହମ୍

 

ପ୍ରତ୍ୟେକ ଧର୍ମର ଧାର୍ମିକ ବ୍ୟକ୍ତିମାନେ କହନ୍ତି ଯେ ମନୁଷ୍ୟ - ଆତ୍ମାର ପରମବ୍ରହ୍ମଙ୍କ ସହିତ ସମ୍ବନ୍ଧ ଅଛି ଏବଂ ସେ ନିଜେ ମଧ୍ୟ ପରମବ୍ରହ୍ମ । ଏହି ସମ୍ବନ୍ଧର ଅର୍ଥ ହେଉଛି ଆତ୍ମା ଓ ଈଶ୍ଵରଙ୍କ ସହିତ ମିଳନ; ଜ୍ଞାନ, ସୌନ୍ଦର୍ଯ୍ୟ ଏବଂ ବିଶ୍ୱର ପ୍ରତ୍ୟେକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟର ମୂଳ ଆଧାର । ଆତ୍ମା ବ୍ରହ୍ମ ସହିତ ସମତା ରକ୍ଷା କରୁଥିବାରୁ ସେ ତୁରୀୟ ବ୍ରହ୍ମଙ୍କୁ ମଧ୍ୟ ବୁଝିପାରେ । ସେ ଯାହା ସହିତ ସମତା ରକ୍ଷା କରେ ଏବଂ ଯାହାକୁ ବୁଝିପାରେ ତାହା ସହିତ ତା’ର ସମ୍ବନ୍ଧ ଅଭିନ୍ନ ।

 

ମନୁଷ୍ୟ ଆତ୍ମା ଏବଂ ବ୍ରହ୍ମ ମଧ୍ୟରେ ଏକ ନିର୍ଭୁଲ ଯୋଗାଯୋଗ ରହିଛି । ପ୍ରକ୍ରିୟାଶୀଳ ବିଶ୍ଵର ପ୍ରତ୍ୟେକ ସ୍ତରରେ ଖଣିଜ (mineral) ହେଉ ବା ବୃକ୍ଷଲତା ହେଉ, ପଶୁ ବା ମାନବ ହେଉ କିମ୍ବା ଆଧ୍ୟାତ୍ମିକ ସ୍ତର ହେଉ ପ୍ରତ୍ୟେକ ଶକ୍ତିର ଆଧାର ହେଉଛି ମନୁଷ୍ୟ ଏବଂ ତାହାରି ସହାୟତାରେ ବିଶ୍ଵ ନିଜକୁ କ୍ରିୟାଯୁକ୍ତ କରେ । ମନୁଷ୍ୟ ହିଁ ବିଶ୍ୱକୁ ନିଜର ଶକ୍ତି ଅନୁଯାୟୀ ନିଜପାଇଁ ନିର୍ମାଣ କରେ ।

 

ପ୍ରତ୍ୟେକ କ୍ଷେତ୍ରରେ ଆମ ସମ୍ମୁଖରେ ଆତ୍ମା ଏବଂ ବ୍ରହ୍ମ ମଧ୍ୟରେ ଏକ ସମତା ଦୃଷ୍ଟିଗୋଚର ହୁଏ । ଉପନିଷଦ୍‌ରେ ଏହି ଭାବକୁ 'ସୋଽହମ୍' ବୋଲି ବର୍ଣ୍ଣନା କରାଯାଇଅଛି । ବୁଦ୍ଧ ବୁଝାଇଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ନିଜକୁ ବୁଦ୍ଧ କିମ୍ବା ବୋଧିସତ୍ତ୍ୱ କରାଇବାରେ ସମସ୍ତ ଶକ୍ତି ରହିଛି । ଇହୁଦୀମାନେ କହନ୍ତି ଯେ ମନୁଷ୍ୟର ପ୍ରକୃତି ହିଁ ଭଗବାନଙ୍କର ପ୍ରକାଶ । ଯୀଶୁ କହିଛନ୍ତି ଯେ ଈଶ୍ଵରଙ୍କ ରାଜ୍ୟ ମନୁଷ୍ୟର ଅନ୍ତରରେ ହିଁ ନିହତ । ମହମ୍ମଦ କହନ୍ତି, ଈଶ୍ୱର ମନୁଷ୍ୟ-ହୃଦୟରେ ବାସ କରନ୍ତି । ଏହି ଭକ୍ତିଗୁଡ଼ିକରୁ ଗୋଟିଏ ବିଷୟ ସ୍ପଷ୍ଟ ବୁଝାପଡ଼େ ଯେ ମନୁଷ୍ୟ ଜୀବନର ପ୍ରଧାନ ବିଷୟ ତାହାଠାରୁ ଦୂରରେ ନାହିଁ, ଚିନ୍ତା ଏବଂ ଅନୁଭବର ଅନ୍ତର୍ନିହିତ ସ୍ତରରେ ବିଦ୍ୟମାନ । ଏହାକୁ ଖୋଜିବା ଦରକାର ନାହିଁ । “ଈଶ୍ଵରଙ୍କ ରାଜ୍ୟ ତୁମ ମଧ୍ୟରେ ହିଁ ବିଦ୍ୟମାନ । ''ତୁମେ କ'ଣ ଜାଣି ନାହଁ ଯେ ତୁମେ ହିଁ ଈଶ୍ଵରଙ୍କ ମନ୍ଦିର ଏବଂ ଈଶ୍ୱରଙ୍କ ଶକ୍ତି ତୁମ ନିକଟରେ ଅଛି-।” (୧) ପିଟର୍ ଦ୍ୱିତୀୟ (Peter II)ଙ୍କ ଭାଷାରେ ‘‘ଆମେ ଐଶ୍ଵରିକ ପ୍ରକୃତିକୁ କାର୍ଯ୍ୟରେ ପରିଣତ କରୁ ।” ପ୍ଲୋଟିନସ୍‌ଙ୍କ ମତରେ ‘‘ଆମେ ନିଜେ ଆମ ଅନ୍ତର୍ନିହିତ ସ୍ତରରେ ଅଜଣା ହୋଇଥିବାରୁ 'ଅଜଣା'କୁ ବୁଝିପାରୁ । ସୂର୍ଯ୍ୟର ଆଲୋକରେ ସୂର୍ଯ୍ୟଙ୍କୁ ଦେଖିଲାପରି ବ୍ରହ୍ମ -ଆଲୋକରେ ବ୍ରହ୍ମଙ୍କୁ ଆମେ ଦେଖିପାରୁ ।’’ (୨) ଅଗଷ୍ଟାଇନ୍‌ କହିଛନ୍ତି, ‘‘ମୋର ଶରୀରଠାରୁ ସେ ଆହୁରି ନିକଟବର୍ତ୍ତୀ-।”

 

1. I Corinthious 3 : 16.

2. Enneads, V. 3:17.

 

‘‘ଏହା ଅତି ସାଧାରଣ, ଅତି ପ୍ରୟୋଜନୀୟ ଏବଂ ସର୍ବତ୍ର ସମାନ । ଏହି ତିନୋଟି ଶକ୍ତି ମିଶି ଏକ ହୋଇଯାଆନ୍ତି । ଏହିଠାରେ ହିଁ ପ୍ରକୃତ ଶାନ୍ତି ଓ ଗଭୀର ଆନନ୍ଦ ପ୍ରାପ୍ତ ହୁଏ । ଏହିଠାରେ ହିଁ ଈଶ୍ଵର ଲୁକ୍‌କାୟିତ ଏବଂ ଆମର ପ୍ରକୃତି ଈଶ୍ୱରରୂପ ଧାରଣ କରେ । ଏହାକୁ ସ୍ୱର୍ଗୀୟ ପ୍ରକୃତି କୁହାଯାଏ; କାରଣ ଈଶ୍ୱରଙ୍କ ସାମ୍ରାଜ୍ୟ ଏହି ପ୍ରକୃତିମଧ୍ୟରେ ହିଁ ଅନ୍ତର୍ନିହତ । ଈଶ୍ୱର କହିଛନ୍ତି, ‘‘ମୋର ରାଜ୍ୟ ତୁମର ଅନ୍ତରରେ ନିହିତ ଏବଂ ମୋର ରାଜ୍ୟ ହିଁ ମୁଁ ସ୍ଵୟଂ ଏବଂ ମୋର ସମସ୍ତ ମୁଲ୍ୟବାନ୍‌ ସମ୍ପତ୍ତି ଏହିଠାରେ ବିଦ୍ୟମାନ । ତେଣୁ ଏହି ଈଶ୍ୱର ରାଜ୍ୟ ସମସ୍ତ ସୃଷ୍ଟିର, ସବୁ ଇଚ୍ଛା ଓ ସମୟର ଉପରେ । ଏହା ହିଁ ଆମର ଅନ୍ତରର ଗଭୀରତମ ପ୍ରଦେଶ, ମନର ଅତଳ ସାଗର ଏବଂ ଅତ୍ୟନ୍ତ ମୁଲ୍ୟବାନ୍‌ । ହେ ଈଶ୍ୱର, ତୁମେ ସ୍ୱୟଂ ଏହି ଗଭୀରତା । ଏହାମଧ୍ୟରେ ବୁଡ଼ିରହି ମନୁଷ୍ୟ ଯେପରି ତୁମମଧ୍ୟରେ ଲୀନ ହୋଇଯାଏ ।’’ (୧) ସାଧୁଜନ୍ (St, John) କହିଛନ୍ତି, “ନିଜ ବାହାରେ ତାଙ୍କୁ ଖୋଜ ନାହିଁ, ସେଥିରେ ତୁମେ ବିପଥଗାମୀ ଏବଂ ବିବୃତ ହୋଇପଡ଼ିବ ଏବଂ ତାଙ୍କୁ ପାଇବ ନାହିଁ ।” ଏକ୍‌ହାର୍ଟ୍ କହିଛନ୍ତି, ‘‘ଯେ ନିଜକୁ ବୁଝିନାହିଁ ସେ ଈଶ୍ଵରଙ୍କୁ ବୁଝିବ କପରି ? ଯେହେତୁ ଈଶ୍ୱର ନିଜକୁ ସର୍ବ ସମତା ମଧ୍ୟରେ ପ୍ରକାଶ କରନ୍ତି । ତାଙ୍କୁ ପାଇବାକୁ ହେଲେ ମନୁଷ୍ୟକୁ ସେହି ସମତା ରକ୍ଷା କରିବାକୁ ହେବ । “ନିଜର ଆତ୍ମାର ଗଭୀରତାମଧ୍ୟରେ ବୁଡ଼ିରହି ଈଶ୍ଵରଙ୍କ ଗଭୀରତା ବୁଝିହେବ ।’’ (୨) ଯଦି ଈଶ୍ଵର ଏବଂ ଜୀବାତ୍ମା ଭିନ୍ନ, ତେବେ କୌଣସି ଯୁକ୍ତି ବା ଧ୍ୟାନ ଈଶ୍ୱରଙ୍କ ସତ୍ୟତାକୁ ବୁଝାଇପାରିବ ନାହିଁ । ଗେଟେ କହିଛନ୍ତି, “ସୂର୍ଯ୍ୟଙ୍କୁ ଦେଖିବାକୁ ହେଲେ ଚକ୍ଷୁକୁ ସେହିପରି ଶକ୍ତିଶାଳୀ କରିବାକୁ ହେବ । ଯଦି ଐଶ୍ଵରିକ ଶକ୍ତି ଆମ ନିକଟରେ ନାହିଁ, ତେବେ ଈଶ୍ୱର ସୃଷ୍ଟିରେ ଆମେ ଏତେ ଆନନ୍ଦିତ ହେଉ କାହିଁକି ? ଐଶ୍ଵରିକ ଶିକ୍ତ ଆମକୁ ବାନ୍ଧିପକାଏ; କାରଣ ଈଶ୍ୱର ଆମ ଅନ୍ତରରେ ବିଦ୍ୟମାନ । ଯେତେବେଳେ ଜୀବ ଆତ୍ମାର ପରମାତ୍ମା ସହିତ ସାକ୍ଷାତ ହୁଏ, ସେତେବେଳେ ଜୀବ ମୁକ୍ତି ଲାଭ କରେ ଏବଂ ତାର ପ୍ରକୃତି ଶାନ୍ତ ଓ ମଧୂର ହୋଇଯାଏ ।

 

1. Western Mysticism (1922), p . 305-306.

 

1. R. Blakney, Meister Eckhart : A modern translation (1941) Fragment 37, The Aristocrat, p. 80, p.246.

 

୩. ଧର୍ମର ପ୍ରତୀକ

 

ହିନ୍ଦୁଧର୍ମର ଚିନ୍ତାଶୀଳ ବ୍ୟକ୍ତିମାନେ ଶ୍ରୁତି ଓ ସ୍ମୃତି ମଧ୍ୟରେ ପ୍ରଭେଦ ଦେଖାଇଛନ୍ତି । ସ୍କୃତି ହେଉଛି ଯୁକ୍ତି ଏବଂ ବ୍ୟାଖ୍ୟାର ଏକ ପରମ୍ପରା । ଶ୍ରୁତି ହେଉଛି ‘ବେଦ’, ଯାହା ମନୁଷ୍ୟ ଚିନ୍ତାର ସୃଷ୍ଟି ନୁହେଁ । ଏହା ସତ୍ୟକୁ ଅନୁଭବ କରିବାର ପ୍ରତ୍ୟକ୍ଷ ଅଭିଜ୍ଞତା । ଏହି ଅନୁଭୂତି ଆତ୍ମାରୁ ହିଁ ନିସୃତ ଯାହାର ସୃଷ୍ଟି ନାହିଁ ବା ଯାହାକୁ ସୃଷ୍ଟି କରିହେବ ନାହିଁ । ଏହିପରି ଉକ୍ତି ବିଶ୍ୱଜନୀନ, ଐଶ୍ଵରିକ ଏବଂ ପ୍ରତ୍ୟକ୍ଷ । ଏହା ବିଷୟରେ ଯୁକ୍ତି କରିହେବ ନାହିଁ । ସତ୍ୟ ସହିତ ସକ୍ରିୟ ଭାବରେ ଯୁକ୍ତ ହେବା ଏବଂ ଧର୍ମବିଶ୍ଵାସ ସହିତ ନିଷ୍କ୍ରିୟ ଭାବରେ ପଡ଼ି ରହିବା ମଧ୍ୟରେ ପାର୍ଥକ୍ୟ ରହିଛି । ଅନ୍ତର୍ଦୃଷ୍ଟି ନିମିତ୍ତ ମନୁଷ୍ୟକୁ ତାହାର ହୃଦୟର ଗଭୀର ପ୍ରଦେଶରେ ଯୋଗଦାନ କରିବାକୁ ପଡ଼ିବ । ଏହି ସକ୍ରିୟ ଯୋଗଦାନ ହିଁ ଆଧ୍ୟାତ୍ମିକ ମୂଳତତ୍ତ୍ୱ । ଏହା ଜ୍ଞାନ । ଈଶ୍ଵର ସହିତ ମନୁଷ୍ୟର ସମ୍ପୂର୍ଣ୍ଣ ସାକ୍ଷାତ ।

 

ଏହି ଜ୍ଞାନ ମନୁଷ୍ୟର ଅସୁବିଧା ଦୂର କରେ ନାହିଁ, ଯାହା ପ୍ରକୃତ ତାହା ହିଁ ଚିହ୍ନ (symbol)ଦ୍ୱାରା ପ୍ରକାଶିତ କରେ । ଏହାଦ୍ଵାରା ପାଠକ ବା ଶ୍ରୋତାର ସୁପ୍ତଜ୍ଞାନ ଜାଗୃତ ହୁଏ । ଏହି ଜ୍ଞାନ ସେମାନଙ୍କ ନିକଟରେ ସବୁବେଳେ ସୁପ୍ତ ବା ଅଚେତନ ଅବସ୍ଥାରେ ଥାଏ । ସ୍ଵତଃସ୍ଫୁର୍ତ୍ତ ଜ୍ଞାନ (intution) ଚିହ୍ନବାଚୀ ଏବଂ ବର୍ଣ୍ଣନଯୁକ୍ତ । ଏହି ଚିହ୍ନ ସାହାଯ୍ୟରେ ଜ୍ଞାନ ବର୍ଣ୍ଣନା କରାଯାଏ ।

 

ହିନ୍ଦୁ ଶାସ୍ତ୍ର ବେଦରେ ସତ୍ୟ ସମୟରହିତ ଏବଂ ଏହା ମନୁଷ୍ୟର ପ୍ରୟୋଜନ ଅନୁସାରେ ପ୍ରଭାବିତ ହୁଏ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ଠିକ୍ ସେହିପରି ମୋଜେସ୍‌ଙ୍କର ଉପଦେଶଗୁଡ଼ିକ କଦାପି ନଷ୍ଟ ହୋଇ ପାରିବ ନାହିଁ ବୋଲି ଇହୁଦୀମାନେ କହନ୍ତି । ଇହୁଦୀ ଦାର୍ଶନିକ ମେମନିଡ଼ିସ୍ (Maimonides) କହନ୍ତି ଯେ ତାଙ୍କର ବର୍ଣ୍ଣିତ ‘ଭୋଗ’ (Torah)* ସବୁକାଳପାଇଁ ଉଦ୍ଦିଷ୍ଟ ଏବଂ ଏଥିରୁ କିଛି ବାଦ ଦିଆଯାଇପାରିବ ନାହିଁ ବା କିଛି ଯୋଗ କରାଯାଇପାରିବ ନାହିଁ । ’ପୃଥିବୀ ଓ ସ୍ୱର୍ଗ ଥିଲା ପର୍ଯ୍ୟନ୍ତ ନିୟମକୁ କେହି ପରିବର୍ତ୍ତନ କରିପାରିବେ ନାହିଁ ।” ୧ ‘‘ଈଶ୍ଵରଙ୍କ ଇଚ୍ଛା ବ୍ୟତୀତ ସ୍ଵର୍ଗ ଓ ମର୍ତ୍ତ୍ୟ ଥିଲା ପର୍ଯ୍ୟନ୍ତ କୋରାନର ଠିକ୍ ସେହିପରି ଥିବ ।” ୨ ମହମ୍ମଦ କୋରାନର ରଚୟିତା ହେଲେ ମଧ୍ୟ ଏହାର ବିଷୟ ବସ୍ତୁକୁ କେହି ସୃଷ୍ଟି କରି ନାହାନ୍ତି । ଏହା ନିତ୍ୟ । ଏହା ଈଶ୍ଵରଙ୍କ ନିକଟରୁ ତାଙ୍କର ଦୂତ ‘ଗାବ୍ରିଏଲ’ (Gabriel)ଙ୍କ ସାହାଯ୍ୟରେ ମହମ୍ମଦଙ୍କ ନିକଟକୁ ପ୍ରେରିତ ହୋଇଥିଲା । ଶାସ୍ତ୍ରବର୍ଣ୍ଣିତ ଜ୍ଞାନ ଯାହା ଚେତନଶୀଳ ମନୁଷ୍ୟ ନିକଟକୁ ପ୍ରେରିତ ହୋଇ ଆସେ ତାହା ସମୟଦ୍ୱାରା ସୀମାବଦ୍ଧ ନୁହେଁ । ଏହା ମନୁଷ୍ୟର ଅନ୍ତରରେ ବାସ କରି ତାହାକୁ ଆଲୋକିତ କରେ । ଏହି ନିତ୍ୟ ସନାତନ ଜ୍ଞାନ ଆମର ସାଧାରଣ ଜ୍ଞାନର ପରିସର ମଧ୍ୟରେ ପ୍ରବେଶ କରେ । ପ୍ରବେଶ ପରେ ନିଜର ରୂପ ଧାରଣ କରେ । ଆମ୍ଭମାନଙ୍କର ଅନ୍ତରରେ ଏହା ପରିଷ୍କାର ଭାବରେ ବୁଝାପଡ଼େ ଏବଂ ଅନ୍ୟ ନିକଟକୁ ପ୍ରେରିତ ହୁଏ-। ଯଦି ଏହି ଜ୍ଞାନ ସାଧାରଣ ଜ୍ଞାନର ପରିସରର ବାହାରେ ରହେ ତେବେ ଅନ୍ୟ ନିକଟକୁ ଏହା ପ୍ରେରିତ ହୋଇ ପାରିବ ନାହିଁ । ଧର୍ମର ସତ୍ୟରେ କୌଣସି ପରିବର୍ତ୍ତନ ହୁଏ ନାହିଁ; କିନ୍ତୁ ଏହାର ପ୍ରକାଶ ନିମିତ୍ତ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଏ । କେତେଜଣ ମୌଳିକ ବାଦୀଙ୍କୁ (fundamentalist) ଛାଡ଼ି ଦେଲେ ଅନ୍ୟ କେହି ଧର୍ମଶାସ୍ତ୍ରଗୁଡ଼ିକୁ ଈଶ୍ୱରସୃଷ୍ଟି ଏବଂ ନିର୍ଭୁଲ ବୋଲି ମନେ କରନ୍ତି ନାହିଁ ।

 

* ମେମନିଡ଼ନ୍‌ଙ୍କ ବର୍ଣ୍ଣିତ ଇହୁଦୀ ନିୟମାବଳୀ

 

୧. Matthew 5:18

 

୨. Quran X1, 107

 

ସତ୍ୟକୁ ଅନେକ ଉପାୟରେ ଚିହ୍ନଦ୍ୱାରା ବର୍ଣ୍ଣନା କରାଯାଇ ପାରେ ବା ଆମର ଅନୁଭୂତିକୁ ଆମେ ଚିହ୍ନିତ ବା ବର୍ଣ୍ଣିତ କରିପାରୁ । ଏହି ଅନୁଭୂତି ଯାହାଠାରେ ଅଭାବ ଆମେ ତାହା ନିକଟକୁ ଏହା ପ୍ରେରିତ କରିପାରୁ । ପ୍ରକୃତ ଚିହ୍ନ ଏକ ଛାୟା ବା କଳ୍ପନା ନୁହେଁ । ଯାହା ଅମାପ ତାହା ଜୀବନ୍ତ ପ୍ରକାଶ । ଆର୍ଯ୍ୟମାନେ ଏବଂ ଜରାଥୁଷ୍ଟ୍ରଙ୍କ ଶିଷ୍ୟମାନେ ଅଗ୍ନିକୁ * ପରମ ବ୍ରହ୍ମଙ୍କର ଚିହ୍ନ ବୋଲି ଗ୍ରହଣ କରନ୍ତି । ପରମବ୍ରହ୍ମଙ୍କର ଜାଜ୍ୱଲ୍ୟମାନ ବାସ୍ତବତାକୁ ପ୍ରଜ୍ଜ୍ୱଳିତ ଅଗ୍ନି ସଙ୍ଗେ ସମାନ କରାଯାଇଅଛି । ଉପନିଷଦରେ ଏହାକୁ ପ୍ରକାଶର ପ୍ରକାଶ ’ଜ୍ୟୋତିଷାଂ ଜ୍ୟୋତିଃ’ ବୋଲି ବର୍ଣ୍ଣନା କରାଯାଉ ଅଛି ।

 

* ଏହା ଭୌତିକ ଅଗ୍ନି, ସୂର୍ଯ୍ୟାଗ୍ନି, ବିଦ୍ୟୁଦାଗ୍ନି, ଜଠରାଗ୍ନି ବା ଆତ୍ମାଗ୍ନିକୁ ବୁଝାଏ ନାହିଁ । ଏହା ‘ବ୍ରହ୍ମାଗ୍ନି’ ଯେ ଅଗ୍ନିର ଅଗ୍ନି, ତେଜର ତେଜ, ଜ୍ୟୋତିର ଜ୍ୟୋତି । ଯାହାର ପ୍ରକାଶରେ ସମସ୍ତ ପ୍ରକାଶିତ ହୁଏ, ଯାହାର ଚେତନାରେ ସମସ୍ତ ଚେତନାମୟ ହୁଏ । -ଅନୁବାଦକ

 

ମନୁଷ୍ୟ ଏବଂ ଈଶ୍ଵରଙ୍କର ସମ୍ବନ୍ଧ ବର୍ଣ୍ଣନା କରିବାକୁ ଯାଇ ଏକ ଅତି ପରିଚିତ ମାନବ ସମ୍ବନ୍ଧ ସୃଷ୍ଟି କରାଯାଇଅଛି । ଈଶ୍ଵର ହେଉଛନ୍ତି ପିତା । ବେଦ ଓ ଉପନିଷଦରେ ଏହିପରି ବ୍ୟବହାର ରହିଛି । ଯୀଶୁ ଈଶ୍ୱରଙ୍କୁ ପିତା ବୋଲି ସ୍ପଷ୍ଟ ଭାବରେ ଗ୍ରହଣ କରିଛନ୍ତି । “ହେ ପିତା, ସେମାନଙ୍କୁ କ୍ଷମା କର....ହେ ପିତା, ମୁଁ ନିଜକୁ ତୁମ ନିକଟରେ ସମର୍ପଣ କରୁଛି ।’’ (୧) ଶିଷ୍ୟମାନଙ୍କୁ ଯୀଶୁ କହିଛନ୍ତି, “ପ୍ରାର୍ଥନା କଲାବେଳେ ଈଶ୍ଵରଙ୍କୁ ‘ପିତା’ ବୋଲି ସମ୍ବୋଧନ କର । ” (୨)

 

୧. Luke 23, 34, 46

 

୨. Matthew 6, .9.

 

ମନୁଷ୍ୟ ନିଜର ବୁଦ୍ଧି ଏବଂ ବିଚାରଦ୍ୱାରା ଯାହା କିଛି ଗ୍ରହଣ କରେ ସେଥିରେ କିଛି ନା କିଛି ସତ୍ୟ ସର୍ବଦା ନିହିତ ରହିଥାଏ । ଏହି ସତ୍ୟକୁ ସେ ଆଂଶିକ ଭାବରେ ପ୍ରାପ୍ତ କରେ । ଏହାର ପୂର୍ଣ୍ଣତାପାଇଁ ସତ୍ୟକୁ ପୁନର୍ବାର ମନୁଷ୍ୟ ନିକଟରେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ ହେବାକୁ ପଡ଼ିବ । ଆମ୍ଭମାନଙ୍କର ଈଶ୍ୱର ବିଷୟରେ ଯେଉଁ ଧାରଣା ଅଛି ତାହା ଆମ୍ଭମାନଙ୍କୁ ପ୍ରକୃତ ସତ୍ୟ ନିକଟକୁ ନେଇ ଯାଇ ପାରେ ନାହିଁ, କାରଣ ଆମର ଧର୍ମ ବିଷୟରେ ଧାରଣା ନିର୍ଦ୍ଦିଷ୍ଟ ‘ବିଶ୍ଵାସ’ ଉପରେ ଯେତେ ଗଢ଼ି ଉଠିଛି ‘ସତ୍ୟ’ ଉପରେ ସେତେ ନୁହେଁ । ଧର୍ମବିଶ୍ଵାସ ଆମ୍ଭମାନଙ୍କର ଜୀବନରେ ଐଶ୍ଵରିକ ସତ୍ୟର ରୂପ ଧାରଣ କରିଛି । ଏହି ରୂପ ଏବଂ ଚିହ୍ନ ଆମ୍ଭମାନଙ୍କର ଅନ୍ତର୍ଦୃଷ୍ଟିକୁ ପ୍ରଭାବିତ କରୁଛି । ଦୂରଦ୍ରଷ୍ଟାମାନେ ଅନୁଭବ କରନ୍ତି ଯେତେବେଳେ ମନୁଷ୍ୟ ଈଶ୍ଵରଙ୍କ ପ୍ରକୃତି ବିଷୟରେ ଜାଣିବାକୁ ଇଚ୍ଛାକରେ ସେତେବେଳେ ତାର ଭାଷା ଲୋପ ପାଇଯାଏ । ଜ୍ଞାନ ନିଷ୍କପଟ ଭାବରେ ସମସ୍ତ ବିଷୟକୁ ବୋଧଗମ୍ୟ କରିଥାଏ । ଏହାର ସୀମା ଏତେ ସ୍ପଷ୍ଟ ଯେ, ସତ୍ୟର ପ୍ରକୃତି ମଧ୍ୟ ଏହା ନିକଟରେ ନିକୃଷ୍ଟ ଜଣାପଡ଼େ । ଜ୍ଞାନର ପ୍ରକାଶ ଯେତେ ଠିକ୍ ବା ସମ୍ପୂର୍ଣ୍ଣ ହେଲେ ମଧ୍ୟ ମନୁଷ୍ୟର ମନ ମଧ୍ୟରେ ଯେତେବେଳେ ଏହା ପ୍ରବେଶ କରେ ସେତେବେଳେ ମନୁଷ୍ୟର ତ୍ରୁଟିପୂର୍ଣ୍ଣ ମନର ପ୍ରଭାବରେ ପ୍ରଭାବିତ ହୋଇପଡ଼େ । ମନୁଷ୍ୟ ଚିନ୍ତା କରୁଥିବା ସତ୍ୟକୁ ସଂପୂର୍ଣ୍ଣ ବୋଲି ଦାବୀ କରିବା ଅର୍ଥ ଈଶ୍ଵରଙ୍କୁ ଦାବୀ କରିବା ସଙ୍ଗେ ସମାନ; କିନ୍ତୁ ମନୁଷ୍ୟର ଈଶ୍ଵରଙ୍କ ବିଷୟରେ ଚିନ୍ତା କରିବାର ପନ୍ଥା ସବୁ ସମୟରେ ସଠିକ ନୁହେଁ ।

 

ପ୍ରଚଳିତ ଧର୍ମବିଶ୍ୱାସର ଚିନ୍ତାଧାରାରେ ସମୟ ଅନୁଯାୟୀ ବିଭିନ୍ନ ଧରଣର ପ୍ରତୀକ ଗଢ଼ିଉଠେ । ଏହା ମନୁଷ୍ୟର ଅନୁଭୂତି ନୁହେଁ । ଏହା ଉପରେ ନିର୍ଭର କରି ଆମ୍ଭମାନଙ୍କର ବିଶ୍ୱାସ ଗଢ଼ି ଉଠେ ।

 

ବିଭନ୍ନ ଧର୍ମର ସିଦ୍ଧାନ୍ତକୁ ଅତିରଞ୍ଜିତ କରି ପ୍ରଭେଦ ସୃଷ୍ଟି କରିବା ଅମ୍ଭମାନଙ୍କର ଭୁଲ୍ । ପ୍ରତ୍ୟେକଙ୍କର ମୂଳତତ୍ତ୍ୱ ସମାନ ଓ ସେମାନଙ୍କର ବିଷୟବସ୍ତୁ ସାର୍ବଜନୀନ । ଆମେ ଯେତିକି ନିଜକୁ ଠିକ୍ କରୁଥିବା ଆମ୍ଭମାନଙ୍କ ମଧ୍ୟରେ ରହିଥିବା ଧର୍ମବିଶ୍ୱାସର ପାର୍ଥକ୍ୟ ସେତିକି ଘୁଞ୍ଚିଯିବ । କେତେକ ସାମାନ୍ୟ ବିଷୟବସ୍ତୁକୁ ଛାଡ଼ିଦେଲେ ଈଶ୍ଵରଙ୍କ ବିଷୟରେ ପ୍ରାୟ ସମସ୍ତେ ସମାନ ମତ ପ୍ରଦାନ କରନ୍ତି ।

 

ଧର୍ମ ବିଷୟରେ କୌଣସି ମତ ବା ପ୍ରତୀକର ନିର୍ଦ୍ଦିଷ୍ଟ ଭାବ ନାହିଁ । ପ୍ରାଚ୍ୟ ଦେଶୀୟ ଧାର୍ମିକମାନଙ୍କର ମତରେ ଯାହା ପ୍ରଭେଦ ଥିଲେ ମଧ୍ୟ ସତ୍ୟ ପ୍ରଭାବିତ ହୁଏ ନାହିଁ । ପାଶ୍ଚାତ୍ୟ ଦେଶୀୟମାନେ ଈଶ୍ୱରଙ୍କର ଭିନ୍ନ ଭିନ୍ନ ବର୍ଣ୍ଣନାକୁ ପସନ୍ଦ କରନ୍ତି ନାହିଁ ।

 

ଭାରତରେ ପ୍ରତ୍ୟେକ ଦୃଷ୍ଟିଭଙ୍ଗି ଗୋଟିଏ ଗୋଟିଏ ଦର୍ଶନ । ଏକ ପ୍ରକାର ଅନୁଭୂତି ବିଭିନ୍ନ ଉପାୟରେ ପ୍ରାପ୍ତ ହୁଏ । ଭିନ୍ନ ଭିନ୍ନ ଦର୍ଶନ ହେଉଛି ଭିନ୍ନ ଭିନ୍ନ ଦୃଷ୍ଟି । ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଅଛି ବୋଲି କହି ହେବ ନାହିଁ । ଆଧ୍ୟାତ୍ମିକ ଅନୁଭୂତି ନିମିତ୍ତ ଏହି ଭିନ୍ନ ଭିନ୍ନ ଦର୍ଶନ ସହାୟକ ହୁଅନ୍ତି । ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କଦ୍ୱାରା ସତ୍ୟ ଆହରଣ କରାଯାଇ ପାରେ, କିନ୍ତୁ ସତ୍ୟର ବିଭିନ୍ନ ଆକୃତି ନାହିଁ । ବିଭିନ୍ନ ଧର୍ମ ମଧ୍ୟରେ ଯେଉଁ ସମାନତା ଦୃଷ୍ଟି ଗୋଚର ହୁଏ ତାହା ଆମେ ଗ୍ରହଣ କରୁ; କାରଣ ଧର୍ମ କ୍ଷେତ୍ରରେ ମନୁଷ୍ୟର ଯେଉଁ ଅଧିକାର ଏବଂ ତାହାର ଯେଉଁ ଦେବଦେବୀ ଅଛନ୍ତି ତାହାଦ୍ୱାରା ସେ ଶୃଙ୍ଖଳାବଦ୍ଧ ହୋଇପଡ଼େ । ଏହି ଶୃଙ୍ଖଳାବଦ୍ଧ ଜୀବନ ତାହାକୁ ଆଧ୍ୟାତ୍ମିକ କ୍ଷେତ୍ରରେ ସାହାଯ୍ୟ କରେ ।

 

ଋକ୍‌ବେଦ ଉପନିଷଦ ଓ ଭଗବତ୍ ଗୀତାରେ ମନୁଷ୍ୟର ନିଜମତ ଅନୁଯାୟୀ ଈଶ୍ୱୋରୋପାସନା ନିମିତ୍ତ ସ୍ଵାଧୀନତା ଦିଆଯାଇଅଛି । ସେମାନଙ୍କ ମତରେ ସବୁ ପଥର ଲକ୍ଷ୍ୟ ଏକ । ‘‘ମନୁଷ୍ୟ ଯେପରି ମୋ ପାଖକୁ ଆସେ ମୁଁ ସେପରି ତାହାକୁ ଗ୍ରହଣ କରେ । ସମସ୍ତେ ମୋ ପଥରେ ପଥିକ ।’’ ୧ ବିଭିନ୍ନ ଉପାୟରେ ଈଶ୍ଵର ମନୁଷ୍ୟକୁ ସଂପୂର୍ଣ୍ଣ ଜୀବନ ପ୍ରଦାନ କରନ୍ତି । ଈଶ୍ୱରଦତ୍ତ ପ୍ରତ୍ୟେକ ଉପାୟ ମନୁଷ୍ୟକୁ ପ୍ରାପ୍ତ ହୁଏ; କିନ୍ତୁ ସମସ୍ତେ ସେଗୁଡିକ କାର୍ଯ୍ୟରେ ସଂପୁର୍ଣ୍ଣରୂପେ ପ୍ରୟୋଗ କରି ପାରନ୍ତି ନାହିଁ । ଈଶ୍ଵରଙ୍କର କେହି ସ୍ଵତନ୍ତ୍ର ପ୍ରିୟପାତ୍ର ନୁହଁନ୍ତି ।’’ ସମସ୍ତଙ୍କ ନିକଟରେ ମୁଁ ସମାନ । ମୁଁ କାହାକୁ ଘୃଣା ବା ପ୍ରେମ କରେନାହିଁ; କିନ୍ତୁ ମୋର ଯେ ଉପାସନା କରେ, ମୁଁ ତାହା ନିକଟରେ ଥାଏ ଏବଂ ସେ ମୋ ନିକଟରେ ସର୍ବଦା ବାସକରେ ।” ଏକ ବିସ୍ତୃତ ସମ୍ବନ୍ଧ ମଧ୍ୟରେ ଭିନ୍ନ ଭିନ୍ନ ଧର୍ମ ନିଜକୁ ଅନ୍ତର୍ଭୁକ୍ତ କରନ୍ତି । ହିନ୍ଦୁର ଏହି ବିସ୍ତୃତ କ୍ଷେତ୍ର ପ୍ରେମ ଓ ସତ୍ୟ ଉପରେ ତିଷ୍ଠି ରହଛି ।

 

୧. ଭଗବତ୍ ଗୀତା ୪, ୧୧,

 

ପ୍ରତୀକ ନଷ୍ଟ ହୋଇ ଯାଇ ଧର୍ମ ଯେତେବେଳେ ସିଦ୍ଧାନ୍ତର ରୂପ ଧାରଣ କରେ ସେତେବେଳେ ଧର୍ମ ମଧ୍ୟରେ ଅବିଶ୍ୱାସ ପ୍ରବେଶ କରେ । ଯୀଶୁ କହିଛନ୍ତି, ‘‘ହେ ବିଚାରକଗଣ ! ତୁମ୍ଭେମାନେ ହିଁ ଜ୍ଞାନର ଚାବିକାଠି ହରଣ କରି ନେଇଛ । ଜ୍ଞାନ ମଧ୍ୟରେ ନିଜେର ପ୍ରବେଶ କରିନାହିଁ, ଅନ୍ୟମାନଙ୍କୁ ମଧ୍ୟ ପ୍ରବେଶ କରିବାକୁ ଦିଅନାହିଁ । ଏହା ଅତି ଦୁଃଖ ଦାୟକ ।” (୨)

 

୨. Luke 11:52

 

ଆଡ଼ମ୍ବରପୂର୍ଣ୍ଣ ପ୍ରଥା ଓ ପଶୁହତ୍ୟାଦି ଯାଜ୍ଞିକ କର୍ମର ବର୍ଣ୍ଣନା ଥିବା ଶାସ୍ତ୍ରକୁ ବୁଦ୍ଧ ଅସ୍ୱୀକାର କରିଛନ୍ତି । ଏହାଦ୍ୱାରା ବେଦର ପ୍ରକୃତ ସତ୍ୟ ଅପ୍ରକାଶିତ ରହିଯାଏ । ସତ୍ୟକୁ ରୂପ ଦେଇ ହେବନାହିଁ । ଏହା କୌଣସି ପ୍ରଥାଦ୍ୱାରା ନିଜକୁ ପ୍ରକାଶ କରେ ନାହିଁ । ରୂପ ଦେବାଦ୍ୱାରା ସତ୍ୟ ସୀମାବଦ୍ଧ ହୋଇଯାଏ ।

 

ଯେଉଁମାନେ ସତ୍ୟକୁ ଆକାର ଦିଅନ୍ତି ଏବଂ ନିରାକାର–ସତ୍ୟ ନିକଟରେ ପହଞ୍ଚି ପାରନ୍ତି ନାହିଁ । ସେମାନେ ନିଜେ ଅନୁଭବ କରିଥିବା ଆଂଶିକ ସତ୍ୟକୁ ପୂର୍ଣ୍ଣ ସତ୍ୟ ରୂପେ ମନେ କରନ୍ତି ଏବଂ ସତ୍ୟର ନିତ୍ୟତାକୁ ଐତିହାସିକ ଘଟଣା ସହିତ ଜଡ଼ିତ କରି ବିଷୟ ବସ୍ତୁକୁ ଗଣ୍ଡଗୋଳିଆ କରି ପକାନ୍ତି । ବିଭିନ୍ନ ଧର୍ମ ହେଉଛି ଈଶ୍ଵରଙ୍କ ଭିନ୍ନ ଭିନ୍ନ ଭାଷା ଯାହା ସାହାଯ୍ୟରେ ଈଶ୍ଵର ମନୁଷ୍ୟ ସହିତ ଆଳାପ କରନ୍ତି ।

Image

 

Unknown

ଈଶ୍ୱରାନୁଭୂତି

 

୧. ଆଧ୍ୟାତ୍ମିକ ପୁନର୍ଜନ୍ମ

 

ପ୍ରାଚ୍ୟ ଦେଶୀୟ ଧର୍ମ ଅନୁଭୂତି ଉପରେ ତିଷ୍ଠି ରହିଛି, କ୍ଷମତା ଉପରେ ନୁହେଁ । ଧର୍ମର ବିଧି ବିଧାନ ଏବଂ ପୁରାଣ ଆଦି ଶାସ୍ତ୍ର ଥିଲେ ମଧ୍ୟ ଏହାର ମୂଳତତ୍ତ୍ଵ ହେଉଛି ଚେତନାର ପୁନର୍ନିମାଣ । ସିଦ୍ଧାନ୍ତ ପ୍ରତି ଏକମତ ହେବା ବା ଧର୍ମକାର୍ଯ୍ୟରେ ଯୋଗ ଦେବା ଧର୍ମର ଲକ୍ଷ୍ୟ ନୁହେଁ-। ଧର୍ମର ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକ ଜ୍ଞାନ ଆହରଣ । ଏହା ଦାର୍ଶନିକ ମତ ପରିବର୍ତ୍ତନ ନୁହେଁ-। ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ଅବିଦ୍ୟାକୁ ବିଦ୍ୟଦ୍ୱାରା ଦୁର କରିବା । ବିଦ୍ୟା, ବୋଧି ଏବଂ ବିଜ୍ଞାନକୁ ପ୍ରାପ୍ତ କରି ମନୁଷ୍ୟ ଶକ୍ତିଶାଳୀ ହୁଏ ଏବଂ ତାହାର ଦୃଢ଼ବିଶ୍ୱାସ ଜନ୍ମେ । ଏହାଦ୍ଵାରା ବ୍ୟକ୍ତିର ପ୍ରକୃତି ପୂର୍ଣ୍ଣରୂପେ ନୂତନତ୍ୱ ଲାଭ କରେ ଏବଂ ତାହାର ଅନ୍ତର ବିସ୍ତୃତ ହୋଇଯାଏ । ପୃଥିବୀ ତାହାର ଉପଯୁକ୍ତ ବାସଗୃହ ହୁଏ । କେହି କାହା ନିକଟରେ ଅପରିଚିତ ରହନ୍ତି ନାହିଁ ଏବଂ ପରସ୍ପର ମଧ୍ୟରେ ଐକ୍ୟ ଚିରସ୍ଥାୟୀ ହୁଏ । ମୋକ୍ଷ, ନିର୍ବାଣ କିମ୍ବା ସ୍ୱର୍ଗରାଜ୍ୟ ସବୁ ଏକ ମନର ଅନ୍ତର୍ନିହିତ ଅବସ୍ଥା ମାତ୍ର । ଯେଉଁ ବ୍ୟକ୍ତି, ଧର୍ମର ଏହି ଲକ୍ଷ୍ୟକୁ ପ୍ରାପ୍ତ କରିଛି ତାହାର ମନ ସ୍ଵଚ୍ଛ ଏବଂ ଆଲୋକିତ । ତାହାର ହୃଦୟ ଏବଂ ଇଚ୍ଛା ଶକ୍ତିର ପରିବର୍ତ୍ତନ ଘଟେ । ମନୁଷ୍ୟର ସଂମ୍ପୂର୍ଣ୍ଣ ଜୀବନ ଏକ ନୂତନ ଧାରାରେ ସତେଜ ହୋଇ ପଡ଼େ । ଏହା ହିଁ ‘ଦ୍ୱିତୀୟ ଜନ୍ମ’ ବା ପୁନର୍ଜନ୍ମ ବା ସୃଷ୍ଟିରେ ନୂତନତ୍ୱ ।

 

ଭଗବତ୍ ଗୀତାରେ ୧ ଏହି ଜଗତକୁ ଏକ ଅଶ୍ଵସ୍ଥ ବୃକ୍ଷ ରୂପରେ ବର୍ଣ୍ଣନା କରାଯାଇ ଅଛି । ଏହାର ଚେର ଉର୍ଦ୍ଧ୍ୱରେ ଏବଂ ଶାଖା ନିମ୍ନରେ । ଏଥିରୁ ବିଶ୍ଳେଷଣ କରାଯାଇପାରେ ଯେ ଆମର ପ୍ରକୃତି ଚେର ସଦୃଶ ଉର୍ଦ୍ଧ୍ୱଗାମୀ ଏବଂ ଏହାଠାରୁ ସତ୍ୟର ଉଦ୍ଭବ ହୋଇଛି । ମନୁଷ୍ୟ ସସୀମତା ଏବଂ ଅସୀମତା ମଧ୍ୟରେ ରହି ଦୁହିଁଙ୍କ ମଧ୍ୟରେ ଯୋଗାଯୋଗ ସୃଷ୍ଟି କରେ । ଭାଗବତ ଗୀତାରେ ବର୍ଣ୍ଣନା ଅଛି ଯେ ଧାର୍ମିକ ଯେତେବେଳେ ଜାଗୃତ ଥାଏ ପୃଥିବୀର ଅନ୍ୟ ସମସ୍ତେ ସୁପ୍ତ ରହି ଥାଆନ୍ତି । ୧ ଜଡ଼ବାଦର ନିଶାରେ ଆମେ ସବୁବେଳେ ଶୋଇଥାଉ ବୋଲି କୁହାଯାଏ । ଆମର ଜୀବନ ଏକ ଧରାବନ୍ଧା ନିୟମ ମଧ୍ୟରେ ବାନ୍ଧି ହୋଇ ଯାଇଛି । ଆମେ ଜନ୍ମ ଗ୍ରହଣ କରୁ, ରୋଜଗାର କରୁ, ବଂଶ ବଢ଼ାଉ, ରାଜନୀତିରେ ବା ବ୍ୟବସାୟରେ ଯୋଗଦାନକରୁ, ବୃଦ୍ଧ ହୋଇ ଶେଷରେ ମୃତ୍ୟୁ ଲାଭ କରୁ । ଏଥିରେ କିଛି ଭୁଲ ନାହିଁ ତଥାପି ଚେତନଶୀଳ ବିଜ୍ଞ ବ୍ୟକ୍ତିମାନେ ନିତ୍ୟ ପ୍ରତି ଲକ୍ଷ୍ୟ ରଖି ଏ ସବୁ କାର୍ଯ୍ୟରେ ନିଜକୁ ନିଯୁକ୍ତ କରନ୍ତି ।

 

୧. XVI, 1

 

୧. 6. 9.

 

ମୋ ମତରେ ଏହା ହିଁ ଖ୍ରୀଷ୍ଟଧର୍ମର ଶିକ୍ଷା । ଈଶ୍ୱରଙ୍କର ଅର୍ଥ ଇତିହାସ ପ୍ରସିଦ୍ଧ ଯୀଶୁଙ୍କ ବିଷୟରେ ଜ୍ଞାନ ନୁହେଁ । ଖ୍ରୀଷ୍ଟଙ୍କୁ ଇତିହାସର ଯୀଶୁଙ୍କ ସହିତ ସମାନ କରି ହେବ ନାହିଁ । ଖ୍ରୀଷ୍ଟ ହେଉଛନ୍ତି ନିତ୍ୟ ଏବଂ ସନାତନ । ଏହି ନିତ୍ୟ ସନାତନ ଖ୍ରୀଷ୍ଟଙ୍କଦ୍ୱାରା ହିଁ ମନୁଷ୍ୟ ମୁକ୍ତି ଲାଭ କରେ, ଇତିହାସର ଯୀଶୁଙ୍କଦ୍ୱାରା ନୁହେଁ । ସାଧୁ ପଲ୍ କହିଛନ୍ତି, ‘‘ଯୀଶୁଙ୍କ ଜନ୍ମର ଅନେକ ଶତାବ୍ଦୀ ପୂର୍ବରୁ ଖ୍ରୀଷ୍ଟ ଇହୁଦୀମାନଙ୍କ ସହିତ ସିନାଇ ମରୁଭୂମିରେ ଭ୍ରମଣ କରୁଥିଲେ ।’’ ଜଷ୍ଟିନ୍ ମାର୍ଟିର୍ (Justin Martyr) କହିଛନ୍ତି, ଯେ ସକ୍ରେଟିସ୍ ଏବଂ ହିରୋକ୍ଟି ଟସ ମଧ୍ୟ ଖ୍ରୀଷ୍ଟିଆନ ଅଟନ୍ତି; କାରଣ ସେମାନେ ସତ୍ୟପାଇଁ ବଞ୍ଚିଥିଲେ ଏବଂ ଖ୍ରୀଷ୍ଟ କହିଲେ ‘ସତ୍ୟ’ କୁ ବୁଝାଏ । ଯେଉଁମାନେ ସତ୍ୟାଚାରଣ କରନ୍ତି ଜଷ୍ଟିନ୍‌ଙ୍କ ମତରେ ସେମାନେ ଖ୍ରୀଷ୍ଟିଆନ । ଅଗଷ୍ଟାଇନ୍‌କହିଛନ୍ତି, “ ଆଜି ଯାହାକୁ ଖ୍ରୀଷ୍ଟଧର୍ମ ବୋଲି କୁହା ଯାଉଛି ତାହା ସୃଷ୍ଟିର ଆଦିରୁ ମଧ୍ୟ ଥିଲା ।’’ ପୁରାତନ ଧର୍ମମାନଙ୍କର ପୁନରାବୃତ୍ତି ହେଉଛି ଖ୍ରୀଷ୍ଟଧର୍ମ । ଏହା ନିତ୍ୟ । ଏହି ଧର୍ମକୁ ପୂର୍ଣ୍ଣ କରିବାକୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ, ଧ୍ୱଂସ କରିବାକୁ ନୁହେଁ । ବିଭିନ୍ନ ସ୍ଥାନ ଓ କାଳ ଅନୁଯାୟୀ ମୁକ୍ତିର ପଥ ନାନା ପ୍ରକାରର । ଖ୍ରୀଷ୍ଟିଆନ ହେବା ଅର୍ଥ କୌଣସି ବିଶ୍ଵାସକୁ ଗ୍ରହଣ କରିବା ନୁହେଁ । ଏହା ଅନ୍ତର୍ନିହିତ ଜୀବନ ପ୍ରତି ଲକ୍ଷ୍ୟରଖି ଅଗ୍ରସର ହେବା ।

 

* ଲେଖକ

 

ଖ୍ରୀଷ୍ଟ କହିଛନ୍ତି, ‘‘ମୋର ଆସିବାଦ୍ୱାରା ମନୁଷ୍ୟ ପୁନର୍ଜନ୍ମ ଲାଭ କରିବ ।” ଅର୍ଥାତ୍‍ ଖ୍ରୀଷ୍ଟଙ୍କର ଆଗମନରେ ମନୁଷ୍ୟର ଚକ୍ଷୁ ଖୋଲି ଯିବ, ସେମାନେ ଚଞ୍ଚଳ ହୋଇ ପଡ଼ିବେ ସୁପ୍ତ ଅବସ୍ଥାରୁ ଜାଗୃତ ହୋଇ ସେମାନଙ୍କ ମଧ୍ୟରେ ନିତ୍ୟତାର ଏକ ବାସ୍ତବ ରୂପକୁ ଉନ୍ମୋଚନ କରିବେ-। ଏହାର ଅର୍ଥ ହିଁ ପୁନର୍ଜନ୍ମ । ପୁନର୍ଜନ୍ମ ବିଷୟରେ ସାଧୁପଲ୍ ଲେଖିଛନ୍ତି ।’’ ‘‘ପୁରୁଣା ଜୀବନର ଆବରଣକୁ ଫିଙ୍ଗି ଦିଅ, କାରଣ ଏହା ଲୋଭ ଓ ମୋହଦ୍ୱାରା ଅପରିଷ୍କାର ହୋଇ ଯାଇଛି-। ଈଶ୍ଵରଙ୍କ ପ୍ରକୃତି ପରି ନୂଆ ଆବରଣକୁ ପିନ୍ଧ । ଏହା ଶୁଦ୍ଧ ଏବଂ ପବିତ୍ର ।” ଏହି ପୁନର୍ଜନ୍ମ ପ୍ରାପ୍ତ କରିବାକୁ ହେଲେ ସଂଘର୍ଷ କରିବାକୁ ହୁଏ । ବୁଦ୍ଧ ମାର (Mara) କୁ ପରାସ୍ତ କରିଥିଲେ, ଖ୍ରୀଷ୍ଟ ସଇତାନ୍ (Satan) କୁ ଏବଂ ଜରଥୁଷ୍ଟ୍ର ଆରିମାନ୍ (Ahriman) କୁ ଦମନ କରିଥିଲେ ।

 

ଏ ପୁନର୍ଜନ୍ମ କିପରି ପ୍ରାପ୍ତ ହେବ ? ସ୍ୱାର୍ଥପର କଳୁଷିତ ଜୀବନରୁ କିପରି ମୁକ୍ତି ଲାଭ କରିବା ? ଯାହାର ଅହଂଭାବ ଅଛି ସେ ଗର୍ବ କରି କହେ ଯେ ଏମାନେ ମୋର ସ୍ତ୍ରୀ ଓ ସନ୍ତାନ ଏହା ମୋର ଧନ ଇତ୍ୟାଦି । ଏହିପରି ଚିନ୍ତା କେବଳ ଅବିଦ୍ୟାଦ୍ୱାରା ସମ୍ଭବ ଏବଂ ମୂର୍ଖ ଏହିପରି ଚିନ୍ତାରେ ବିବ୍ରତ ହୋଇପଡ଼େ । ସେ ବୁଝିପାରେ ନାହିଁ ଯେ ସେ ନିଜେ ମଧ୍ୟ ନିଜର ନୁହେଁ । ୧. ଯୀଶୁ କହିଛନ୍ତି, “ଯେ ନିଜକୁ ଭଲ ପାଏ ସେ ପ୍ରଥମେ ତାହାକୁ ହରାଇ ବସେ । ଯେ ଅନ୍ୟକୁ ପ୍ରେମ କରେ ସେ ଚିରସ୍ଥାୟୀ ହୁଏ ।” ଆମକୁ ବଞ୍ଚିବାକୁ ହେଲେ ମୃତ୍ୟୁ ଲାଭ କରିବାକୁ ହେବ । ଏଥିପାଇଁ ଅତୀତର ପରିବର୍ତ୍ତନ ଆବଶ୍ୟକ । ଗର୍ବ, ହିଂସା ଏବଂ ଇର୍ଷା ଆଦି ପରିତ୍ୟାଗ କରିବା କଷ୍ଟଦାୟକ । ଉତ୍କୃଷ୍ଣ ଜୀବନଯାପନ କରିବା ମଧ୍ୟ ତତୋଽଧିକ । ଏହା କ୍ଷୁରଧାରରେ ଚାଲିବା ସଙ୍ଗେ ସମାନ । ଏହି ପଥକୁ କେତେଗୁଡ଼ିଏ ସ୍ତରରେ ବର୍ଣ୍ଣନା କରଯାଇଅଛି । ପ୍ରଥମ ସ୍ତରରେ ସମସ୍ତ ଆବିଳତା ଏବଂ ପାପ ଦୂର ହୁଏ । ଦ୍ୱିତୀୟ ସ୍ତରରେ ଆଲୋକର ସନ୍ଧାନ ମିଳେ । ତୃତୀୟରେ ଜୀବନ ନିତ୍ୟ ସହିତ ଯୁକ୍ତ ହୁଏ । ଭକ୍ତି, ସାଧୁତା ଏବଂ ଜ୍ଞାନଦ୍ୱାରା ମୁକ୍ତି ଲାଭ କରି ହୁଏ । ଏହି ସ୍ତରଗୁଡ଼ିକ ପରସ୍ପର ପୃଥକ ନୁହନ୍ତି ସେମାନେ ସଂଯୁକ୍ତ ଏବଂ ପରସ୍ପର ଜଡ଼ିତ ।

 

୧. ଧମ୍ମପଦ ୫. ୬୨

 

୨. ଭକ୍ତି ମାର୍ଗ

 

ଈଶ୍ୱରଙ୍କ ସହିତ ଯୁକ୍ତ ହେବାପାଇଁ ଅନେକ ମାର୍ଗ ରହିଛି । ଭକ୍ତିମାର୍ଗ ଦ୍ୱାରା ଗରିବ ଧନୀ, ମୂର୍ଖ, ଜ୍ଞାନୀ, ଉଚ୍ଚ ଏବଂ ନୀଚ ସମସ୍ତେ ଈଶ୍ୱରଙ୍କ ସହିତ ସମ୍ବନ୍ଧ ରଖିବାକୁ ଚେଷ୍ଟା କରନ୍ତି । ଏଥିରେ ଈଶ୍ଵରଙ୍କୁ ଭକ୍ତି କରାଯାଏ ଏବଂ ତାଙ୍କ ଇଚ୍ଛା ନିକଟରେ ନିଜକୁ ସମର୍ପଣ କରାଯାଏ । ଆଧ୍ୟାତ୍ମିକ ଜୀବନର ପ୍ରଧାନ କେନ୍ଦ୍ରସ୍ଥଳ ହେଉଛି ହୃଦୟ । ପ୍ରାର୍ଥନାଦ୍ୱାରା ହୃଦୟ ଈଶ୍ୱରଙ୍କ ସହିତ ଯୁକ୍ତହୁଏ । ଭକ୍ତି ଏବଂ ପ୍ରାର୍ଥନାଦ୍ୱାରା ମନର ଏପରି ଅବସ୍ଥା ହୁଏ ଯାହାଦ୍ୱାରା ଆମେ ଜଗତର ସବୁ କିଛି ପରିତ୍ୟାଗ କରି ଈଶ୍ଵରଙ୍କ ସହିତ ଯୁକ୍ତହେଉ । ବିଶ୍ଵାସ ଏବଂ ପ୍ରେମ ଭକ୍ତିର ଲକ୍ଷଣ ।

 

ଈଶ୍ୱରଙ୍କର ନାମ ସ୍ମରଣ କରିବା ଭକ୍ତିର ଏକ ଅଂଶ । ହିନ୍ଦୁ ବୌଦ୍ଧ, ମୁସଲମାନ ସମସ୍ତେ ନାମ ସ୍ମରଣରେ ବିଶ୍ଵାସ ରଖନ୍ତି । ଇହୁଦୀମାନଙ୍କପାଇଁ, “ଈଶ୍ୱରଙ୍କ ନାମ ହେଉଛି ଏକ ଶକ୍ତିଶାଳୀ ଦୁର୍ଗ । ‘‘ସାଧୁ ବାନାର୍ଡ କହନ୍ତି, “ଯୀଶୁଙ୍କର ନାମ କେବଳ ଆଲୋକ ନୁହେଁ, ସେବା ମଧ୍ୟ’’ ମହାତ୍ମା ଗାନ୍ଧୀଙ୍କର ରାମଧୁନ୍ ଜପ କଲେ ଈଶ୍ୱରଙ୍କର ଦୟା ପ୍ରାପ୍ତ ହୁଏ ।

 

ଈଶ୍ୱରଙ୍କୁ ଭକ୍ତି କରିବାଦ୍ୱାରା ମନୁଷ୍ୟକୁ ଆନନ୍ଦ ମିଳେ । ପ୍ରତ୍ୟେକ ଧର୍ମ ଏହିପରି ଚିନ୍ତା କରେ ।

 

ମହମ୍ମଦଙ୍କ ମତରେ ପ୍ରାର୍ଥନାଦ୍ୱାରା ମନୁଷ୍ୟ ଭକ୍ତି ମାର୍ଗରେ କେବଳ ଅଧା ଆଗେଇପାରେ । ଉପବାସଦ୍ୱାରା ସେ ଈଶ୍ଵରଙ୍କ ଦ୍ୱାରସ୍ଥ ହୁଏ । ଭିକ୍ଷାଦ୍ୱାରା ସେ ଈଶ୍ୱରଙ୍କ ନିକଟରେ ପ୍ରବେଶ କରେ । ପ୍ରତ୍ୟେକ ମୁସଲମାନ ନିଜକୁ ପୁରୋହିତ ବୋଲି ମନେକରେ । ଈଶ୍ଵରପ୍ରାପ୍ତି ନିମିତ୍ତ ସେମାନେ କାହାର ସହାୟତା ଲୋଡ଼ନ୍ତି ନାହିଁ । ପ୍ରାର୍ଥନା ସମୟରେ ସେମାନେ ଦିଗ୍‌ବଳୟକୁ ଦେଖି ମକ୍‌କାର ପବିତ୍ର ମନ୍ଦିରକୁ ଚିନ୍ତା କରନ୍ତି । ସମସ୍ତ ଦିନଗୁଡ଼ିକ ପବିତ୍ର ହେଲେ ମଧ୍ୟ ଶୁକ୍ରବାର ଦିନ ସେମାନେ ପ୍ରାର୍ଥନାରେ ଯୋଗ ଦିଅନ୍ତି । ପର୍ବତର ଗୁମ୍ଫା ହେଉ ବା କୋଳାହଳମୟ ବଜାର ହେଉ ପ୍ରତ୍ୟେକ ସ୍ଥାନ ସେମାନଙ୍କ ନିକଟରେ ପବିତ୍ର ।

 

ଈଶ୍ୱରଙ୍କୁ ଆମେ ପିତା ଏବଂ ସୃଷ୍ଟିକର୍ତ୍ତା ବୋଲି ଗ୍ରହଣକରୁ ଏବଂ ତାଙ୍କର ଦୟାର ପାତ୍ର ହେବାପାଇଁ ପ୍ରାର୍ଥନାକରୁ ।

 

୩. କର୍ମ ମାର୍ଗ

 

ମନୁଷ୍ୟ କେତେଗୁଡ଼ିଏ ଉପାଦାନରେ ଗଠିତ । ଏହି ଉପାଦାନଗୁଡ଼ିକୁ ପୃଥକ୍ ନ କରି ଏକତ୍ର ରଖିବା ଉଚିତ । ମନୁଷ୍ୟର ଅତ୍ୟନ୍ତ ଭଲ ବା ମନ୍ଦ କାର୍ଯ୍ୟ କରିବାର ପୂର୍ଣ୍ଣ ଶକ୍ତି ରହିଛି । ସେ ଦୟା କରିପାରେ, ଘୃଣା ମଧ୍ୟ କରିପାରେ । ଦୁଃଖ କଷ୍ଟକୁ ସାଦରେ ଗ୍ରହଣ କରିପାରେ କିମ୍ବା ନିର୍ଦ୍ଦୟ ଭାବରେ ସେ ଅନ୍ୟକୁ କଷ୍ଟ ଦେଇପାରେ । ମନୁଷ୍ୟର ଜୀବନ ଦୁଃଖପୂର୍ଣ୍ଣ । ତାର ହୃଦୟ ଯେତେବେଳେ ଶକ୍ତ ହୋଇଯାଏ ସେ ମନ୍ଦ କାର୍ଯ୍ୟ କରେ ଏବଂ ଜାଣିଶୁଣି ଅବାଧ୍ୟ ହୁଏ । ମହାଭାରତରେ ବର୍ଣ୍ଣନା ଅଛି–

 

ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତିଃ

ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତିଃ ।।

 

ଅର୍ଥାତ୍ ମୁଁ ଧର୍ମ ବୁଝି ପାରୁଥିଲେ ମଧ୍ୟ ସେଥିରେ ନିଯୁକ୍ତ ହେବା ପାଇଁ ମୋର ଇଚ୍ଛା ନାହିଁ କିମ୍ବା ଅଧର୍ମ କ’ଣ ଜାଣିଥିଲେ ମଧ୍ୟ ସେଥିରୁ ନିବୃତ୍ତି ପାଇବାପାଇଁ ଇଚ୍ଛା କରେନାହିଁ । ସାଧୁ ପଲ୍ ନିଜର ଠିକ୍ ଏହିପରି ଏକ ଅନୁଭୂତି ପ୍ରକାଶ କରିଛନ୍ତି, ‘‘ଭଲ କାର୍ଯ୍ୟ କରିବା ଉଚିତ; କିନ୍ତୁ ମୁଁ କରେ ନାହିଁ । ମନ୍ଦ କାର୍ଯ୍ୟ ଯାହା କରିବା ଉଚିତ ନୁହେଁ ତାହା କରେ ।” ମନୁଷ୍ୟର ପ୍ରକୃତି ଏହିପରି ଭାବରେ ବିଭକ୍ତ ହୋଇପଡ଼ିଛି । ଏହା ତାହାର ଅନୁଭୂତିରୁ ହିଁ ପ୍ରକାଶ ପାଏ । ସେ ପୁରାପୁରି ଅସାଧୁ ନୁହେଁ । ତାହା ଯଦି ହୋଇ ଥାଆନ୍ତା ତେବେ ତାହାଠାରୁ କୌଣସି ଉନ୍ନତି ଆଶା କରାଯାଆନ୍ତା ନାହିଁ ।

 

ମନୁଷ୍ୟର ସାରା ଜୀବନ ଲୋଭ ଏବଂ ମୋହର ଏକ ସଂଘର୍ଷ । ମୋହକୁ ଯେତେ ଆୟତ୍ତ କରେ ସୁଖ ସେତିକି ବଢ଼େ । ଶୃଙ୍ଖଳାବଦ୍ଧ ଚେଷ୍ଟାଦ୍ୱାରା ମୋହ ଜୟ କରାଯାଏ । ଶରୀର ଏବଂ ଆତ୍ମା ମଧ୍ୟରେ ଯେଉଁଟଣା ଓଟରା ଲାଗିଛି ତାହା ବାଇବେଲ୍‌ର ପ୍ରଧାନ ବିଷୟବସ୍ତୁ । ସାଧୁ ପଲ୍ ଲେଖିଛନ୍ତି, “ଆତ୍ମାଦ୍ୱାରା ପରିଚାଳିତ ହେଲେ ଶରୀରର ଲୋଭ କମିଯାଏ । ଶରୀର ଆତ୍ମା ବିରୁଦ୍ଧରେ ଏବଂ ଆତ୍ମାର ଶରୀର ବିରୁଦ୍ଧରେ ସବୁବେଳେ ସଂଘର୍ଷ ଲାଗିରହିଛି । ପୃଥିବୀରେ ଶରୀରର ସ୍ଥିତି ମନୁଷ୍ୟପାଇଁ ଅତି ପ୍ରୟୋଜନ । ଏହାର ଏକ ଉଦ୍ଦେଶ୍ୟ ରହିଛି । ଆତ୍ମାଦ୍ୱାରା ପରିଚାଳିତ ହୋଇ ଶରୀରକୁ ଜୟ କରି ହେବ । ଆତ୍ମା ସାହାଯ୍ୟରେ ଶରୀର ଆଧ୍ୟାତ୍ମିକ ଉନ୍ନତି ଲାଭ କରେ । କାମନାଯୁକ୍ତ ବ୍ୟକ୍ତି କେବଳ ଶରୀରର ଦୁର୍ବ୍ୟବହାର କରେ । ମନୁଷ୍ୟ ଯେତେ ତାହାର ଶରୀରର ମୋହକୁ ଜୟ କରେ ସେତିକି ତା’ର ଲକ୍ଷ୍ୟସାଧିତ ହୁଏ । ଏଥିପାଇଁ ବ୍ରହ୍ମଚର୍ଯ୍ୟ ନିତ୍ୟାନ୍ତ ପ୍ରୟୋଜନ । ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେଲେ ବହୁ ଚେଷ୍ଟା କରିବାକୁ ହେବ । ପ୍ରତ୍ୟେକ ପରିବର୍ତ୍ତନକୁ ଜଗି ରହିବାକୁ ପଡ଼େ ନଚେତ୍ ପରିବର୍ତ୍ତନ ଅତି ଶୀଘ୍ର ପୂର୍ବାବସ୍ଥା ଲାଭ କରିବ ।

 

ମନୁଷ୍ୟର ସମ୍ପତ୍ତି ତାହାର ଜୀବନ ନୁହେଁ । ଆମେ ଯେତିକି ନିଜର ଜୀବନକୁ ଆରାମ କରିବାପାଇଁ ଯନ୍ତ୍ର ଉପରେ ନିର୍ଭର କରୁ ଏବଂ ଜଡ଼ବାଦୀ ହୋଇପଡ଼ୁ ସେତିକି ଅନ୍ତର୍ନିହିତ ଜ୍ଞାନପ୍ରତି ଅପରିଚିତ ହୋଇପଡ଼ୁ । ତ୍ୟାଗପାଇଁ ଆମ୍ଭମାନଙ୍କୁ ଏକ ଶକ୍ତି ଲାଭ କରିବାକୁ ହୁଏ । ଏହି ତ୍ୟାଗଦ୍ୱାରା ଆମେ ନିଜକୁ ପବିତ୍ର କରୁ । ଉପନିଷଦରେ ବର୍ଣ୍ଣନା ଅଛି, ‘‘କର୍ମରେ ନୁହେଁ ବା ଜନ୍ମରେ ନୁହେଁ କିମ୍ବା ଧନରେ ନୁହେଁ କେବଳ ତ୍ୟାଗଦ୍ୱାରା ହିଁ ନିତ୍ୟ ଜୀବନ ପ୍ରାପ୍ତ ହୁଏ ।’’ ୧. ବୁଦ୍ଧ କହିଛନ୍ତି, ପଶୁବଳିଠାରୁ ଆମ୍ଭବଳି ବଡ଼ । ଯେ ଈଶ୍ଵରଙ୍କ ଠାରେ ନିଜର ପାପ ସମର୍ପଣ କରେ ସେ ମନ୍ଦିରରେ ପଶୁବଳିକୁ ପସନ୍ଦ କରେନାହିଁ । ରକ୍ତ ମନୁଷ୍ୟକୁ ପରିଷ୍କାର କରି ପାରେ ନାହିଁ । ଲୋଭ ପରିତ୍ୟାଗରେ କେବଳ ହୃଦୟ ପବିତ୍ର ହୁଏ । ଈଶ୍ୱର ଆରାଧନା ଅପେକ୍ଷା ନ୍ୟାୟ ପରାୟଣ ହେବା ଶ୍ରେୟସ୍କର ।” ସାଧୁପଲ୍ କହିଛନ୍ତି, ‘‘ଶରୀରଦ୍ୱାରା ପରିଚାଳିତ ହେଲେ ତୁମର ମୃତ୍ୟୁହେବ; କିନ୍ତୁ ଆତ୍ମାଦ୍ୱାରା ପରିଚାଳିତ ହେଲେ ପୁନର୍ଜନ୍ମ ହେବ ।” ଆମେ ଯଦି ଈଶ୍ଵର ବା ଖ୍ରୀଷ୍ଟଙ୍କ ପରି ହେବାକୁ ଚାହୁଁ ତେବେ ଆମକୁ କଷ୍ଟ ସହିବାକୁ ପଡ଼ିବ ।

 

୧. ମହାନାୟଣ ଉପନିଷଦ, ୮,୧୪

 

ନିଜକୁ ଆୟତ୍ତ କରିବାପାଇଁ ଅନେକ ସମୟରେ ମନୁଷ୍ୟ ସଂସାର ପରିତ୍ୟାଗକରି କୌଣସି ନିର୍ଜନ ସ୍ଥାନକୁ ଚାଲିଯାଏ । ହିନ୍ଦୁ ଓ ବୌଦ୍ଧ ଧର୍ମରେ ବହୁ ପୁରାକାଳରୁ ଆଶ୍ରମ ସବୁ ରହି ଆସିଛି । ଖ୍ରୀଷ୍ଟିଆନମାନଙ୍କର ମଧ୍ୟ ଆଶ୍ରମ ଅଛି । ସାଧୁ ବେନେଡ଼ିକ୍‌ଟ କହିଛନ୍ତି, ‘‘ଆଶ୍ରମ ଜୀବନର ଆରମ୍ଭରେ ଧର୍ମର ମୂଳଦୁଆ ପଡ଼େ ।’’ ଏଠାରେ ଆଧ୍ୟାତ୍ମିକତା ଯେ ପୂର୍ଣ୍ଣତା ପ୍ରାପ୍ତ କରେ ତାହା ନୁହେଁ ।

 

ଧ୍ୟାନର ଲକ୍ଷ୍ୟ ନୁହେଁ ସଂସାର ପରିତ୍ୟାଗ କରିବା । ଏହା ନିଜର ଉଦ୍ଦେଶ୍ୟ ସାଧନନିମିତ୍ତ ସଂସାରର ସାହାଯ୍ୟ ଦରକାର କରେ । ଏହା ଶରୀରର ଦାବୀକୁ ସମ୍ମାନକରି ଶରୀରର ସାହାଯ୍ୟରେ ଆତ୍ମାକୁ ତିଆରି କରିବାରେ ଚେଷ୍ଟା କରେ । ଆତ୍ମା ଜଗତର ସମସ୍ତ ନୀଚ ପ୍ରକୃତିରୁ ଦୂରରେ ରହି ନିଜକୁ ସ୍ୱଚ୍ଛ ଓ ନିର୍ମଳ କରେ । ୧ .

 

୧. ‘‘Chisel away from the saul what is superfluous, straighten that which is crooked, purify and enlighten that which is dark, and do not cease working at thy statue until virtue shines before thine eyes with its divine splendour, and thou seest temperance seated in thy bosom in its holy purity.’’

 

Plotinus, Enneads, I, 6, 9,

 

ମନୁଷ୍ୟର ସାମାଜିକ ଅବସ୍ଥା ଯାହା ହେଉନା କାହିଁକି ଈଶ୍ୱରଙ୍କ ନିକଟରେ ପ୍ରତ୍ୟେକ ବ୍ୟକ୍ତି ଅତି ମୂଲ୍ୟବାନ । ଧ୍ୟାନଦ୍ୱାରା ଜୀବନ ପ୍ରତି ଏକ ଗଭୀର ଭାବ ଉଦ୍ରେକ ହୁଏ । ଯଦି ପ୍ରତ୍ୟେକ ବ୍ୟକ୍ତି ପରସ୍ପର ପ୍ରତି ସମାନ ବିଚାର, ବ୍ୟବହାର ଓ ଶ୍ରଦ୍ଧା ପ୍ରକାଶ କରନ୍ତି ଓ ନିଜ ଦାୟୀତ୍ୱର ସୁସାଧନ ପ୍ରତି ସଜାଗ ରହନ୍ତି ତେବେ ସମାଜର ଉନ୍ନତି ଅବଶ୍ୟମ୍ଭାବୀ । ଈଶ୍ୱର କହିଛନ୍ତି, ‘‘ମୋର ବିଚାର ହିଁ ନିୟମ ଏବଂ ନ୍ୟାୟ ହିଁ ବିଧି ।” ୨ ସେ ପୁନର୍ବାର କହିଛନ୍ତି, “ମନ୍ଦ କାର୍ଯ୍ୟ କର ନାହିଁ, ଉତ୍ତମ କାର୍ଯ୍ୟରେ ନିଯୁକ୍ତ ରହ, ନିୟମକୁ ଅଭ୍ୟାସ କର, ଅତ୍ୟାଚାରୀକୁ ଛାଡ଼ନାହିଁ, ପିତୃହୀନମାନଙ୍କର ଅଧିକାରକୁ ନିରାପଦ ରଖ, ବିଧବାମାନଙ୍କୁ ସାହାଯ୍ୟ କର ।” ୧

 

୨. Isaiah 28 : 17

 

୧. Isaiah 1:17

 

ବୁଦ୍ଧ ସମସ୍ତଙ୍କୁ ପ୍ରେମ କରିବାପାଇଁ ଉପଦେଶ ଦେଇଛନ୍ତି, ‘‘ଆମର ମନ ସବୁବେଳେ ସ୍ଥିର ରହୁ, କେବେହେଲେ ମନ୍ଦବାକ୍ୟ ଉଚ୍ଚାରଣ ନ କରୁ, ଦୟା କ୍ଷମା ଆମର ହୃଦୟରେ ସବୁବେଳେ ବାସ କରୁ, ମନ ଭିତରେ ଅନ୍ୟର ଅନିଷ୍ଟ ଚିନ୍ତା ନ ରହୁ, ପ୍ରେମଦ୍ୱାରା ଆମେ ଏପରି ଏକ ରଶ୍ମି ବ୍ୟାପ୍ତକରିବା ଯାହାଦ୍ୱାରା ସାରା ସଂସାର ପ୍ରେମମୟ ହୋଇ ଉଠିବ ।” ‘‘ମା ଯେପରି ନିଜର ଜୀବନକୁ ବିପଦର ସମ୍ମୁଖୀନ କରି ତାର ସନ୍ତାନକୁ ରକ୍ଷା କରେ, ଠିକ୍ ସେହିପରି ସମସ୍ତେ ପ୍ରେମ ଓ ସହାନୁଭୂତି ପ୍ରକାଶ କରନ୍ତୁ ।” ଅମିତାଭ ମଧ୍ୟ ଜଣେ ବୁଦ୍ଧ । ମନୁଷ୍ୟର ମଙ୍ଗଳପାଇଁ ସେ ୪୭ଟି ନିୟମରେ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଅନ୍ୟକୁ ରକ୍ଷା କରିବାପାଇଁ ସେ ତାଙ୍କର ସମସ୍ତ ବୁଦ୍ଧି ଏବଂ ଜ୍ଞାନ ବ୍ୟବହାର କରୁଥିଲେ । ସେ ଦୟାର ପ୍ରତୀକ ଥିଲେ । ଯେ ତାଙ୍କୁ ପ୍ରାର୍ଥନା କରେ ତାଙ୍କର ଅସରନ୍ତି ଦୟାର ଭଣ୍ଡାରରୁ ସେ କିଛି ପ୍ରାପ୍ତ କରେ ।

 

ଯୀଶୁ କହିଛନ୍ତି, ପ୍ରତିବେଶୀମାନଙ୍କୁ ପ୍ରେମ କରିବା ଏବଂ ଶତ୍ରୁମାନଙ୍କୁ ଘୃଣା କରିବା ସହଜ, କିନ୍ତୁ ମୁଁ କହେ ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କର ।” ଯଦି କେହି କହେ ଯେ ମୁଁ ଈଶ୍ଵରଙ୍କୁ ପ୍ରେମ କରେ; କିନ୍ତୁ ସେ ତା‘ର ନିଜ ଭାଇକୁ ଘୃଣା କରେ ତେବେ ସେ ମିଥ୍ୟାବାଦୀ କାରଣ ସେ ଯେତେବେଳେ ନିଜ ଭାଇକୁ ସମ୍ମୁଖରେ ଦେଖି ମଧ୍ୟ ଘୃଣା କରେ ଈଶ୍ୱରଙ୍କୁ ନ ଦେଖି କିପରି ତାଙ୍କୁ ପ୍ରେମ କରିବ ? ଅର୍ଥାତ୍‍ ଯେ ତା’ର ଭାଇକୁ ଭଲ ପାଏ ସେ ଈଶ୍ୱରଙ୍କୁ ମଧ୍ୟ ଭଲପାଏ ।”

 

ଈଶ୍ୱରଙ୍କ ସାମ୍ରାଜ୍ୟ ପରି ମନୁଷ୍ୟର ମଧ୍ୟ ସମାଜ ଅଛି । ଯଦି ଏହି ସମାଜ ବିଶ୍ଵାସ ଉପରେ ପ୍ରତିଷ୍ଠା ଲାଭକରେ ତେବେ ସାର୍ବଜନୀନ ହୋଇପାରିବ ।

 

୪. ଜ୍ଞାନ ମାର୍ଗ

 

ଅନୁମାନଦ୍ୱାରା ବାସ୍ତବର ପରିଚୟର ମିଳିପାରେ; କିନ୍ତୁ ସତ୍ୟର ନୁହେଁ । ମନୁଷ୍ୟର ପ୍ରକୃତି ଶୁଦ୍ଧ ହେଲେ ସତ୍ୟ ଉପଲବ୍ଧ ହୁଏ । ମନୁଷ୍ୟର ପ୍ରକୃତିର ସୀମା ଅତିକ୍ରମ କରିବାକୁ ହେଲେ ଦେହ, ମନ ଓ ଆତ୍ମାର ଶୁଦ୍ଧତା ପ୍ରୟୋଜନ । ଶରୀରକୁ ପାପର ମୂଳ କାରଣ ବୋଲି ଭାବିବା ଭୁଲ-। ମନୁଷ୍ୟ ଏ ପୃଥିବୀରେ ଅପରିଚିତ ନୁହେଁ । ନିଜ ଶରୀର ମଧ୍ୟରେ ସେ ବନ୍ଦୀ ନୁହେଁ ବା ଏକ ଆଧ୍ୟାତ୍ମିକ ଜୀବ ନୁହେଁ । ସେ ପ୍ରକୃତିର ଏକ ଅଂଶ ଏବଂ ଅତି ଶକ୍ତିଶାଳୀ । ଅଜୈବଠାରୁ ଆରମ୍ଭକରି ଆଧ୍ୟାତ୍ମିକ ସ୍ଥିତି ପର୍ଯ୍ୟନ୍ତ ତାହାର ଯୋଗାଯୋଗ ରହିଛି । ଶରୀର ମଧ୍ୟରେ ଯେପରି ଆତ୍ମା ରହିଛି, ବ୍ରହ୍ମଲୋକ ସେହିପରି ବିଶ୍ଵ ମଧ୍ୟରେ ବିଦ୍ୟମାନ । ମନୁଷ୍ୟର ପ୍ରକୃତି ଶୁଦ୍ଧ ହେବାପାଇଁ ଶରୀର ବାଧା ଦିଏ ନାହିଁ । ତାହାର ମନ୍ଦ ଚିନ୍ତା ହିଁ ସବୁର ମୂଳ କାରଣ । ଶରୀର ଈଶ୍ୱରଙ୍କର ଆଳୟ ।

 

କାମନାକୁ ଆୟତ୍ତ କରିବା ଅର୍ଥ ତାକୁ ନଷ୍ଟ କରିବା ନୁହେଁ, ଆଧ୍ୟାତ୍ମିକ ଶକ୍ତି ସହିତ ତାହାକୁ ଯୁକ୍ତକରିବା । ଆଧ୍ୟାତ୍ମିକ ଜୀବନପାଇଁ ଶରୀର ଆବଶ୍ୟକ । ପୂତ ଶରୀରରେ ଆଧ୍ୟାତ୍ମିକ ଶକ୍ତି ପ୍ରକାଶ ପାଏ ।

 

ଐଶ୍ଵରିକ ବୀଜ ଆମ ଅନ୍ତରରେ ନିହିତ । ଏହି ବୀଜର ଅଙ୍କୁରୋଦ୍‌ଗମ୍ ପ୍ରୟୋଜନ । ଆମର ଯାହା ଏ ପର୍ଯ୍ୟନ୍ତ ଅନୁଭୂତି ହୋଇଛି ତାହାଠାରୁ ଅଧିକ ଅନୁଭବ କରିବା ଶକ୍ତି ଆମର ଅଛି-। ଆଲୋକ ଥିଲେ ମଧ୍ୟ ଅନ୍ଧକାରର ଆବରଣ ମଧ୍ୟରୁ ତାହା ଅଦୃଷ୍ଟ । ଅନ୍ଧକାରର ଆବରଣକୁ ଘୁଞ୍ଚାଇ ଶାନ୍ତିର ଗଭୀରତମ ପ୍ରଦେଶରେ ପ୍ରବେଶ କରିବାକୁ ହେବ । ଏହି ଶାନ୍ତି ଏବଂ ସ୍ଥିରତା ଆଳସ୍ୟର ଚିହ୍ନ ବା ଶୂନ୍ୟ ଚିନ୍ତା ନୁହେଁ । ଏହା ଏକ ଅସୀମ ପରିବେଶ ଯେଉଁଠାରେ ସମସ୍ତ ଶକ୍ତି ଏକତ୍ର ସମାବିଷ୍ଟ । ଧ୍ୟାନରତ ହେବା ମନୁଷ୍ୟର ଶୂନ୍ୟ ଭାବ ନୁହେଁ କିମ୍ବା ଅନ୍ୟମନସ୍କତ ନୁହେ । ଏହା ମନର ଏକ ସ୍ଵାଧୀନ ଅବସ୍ଥା । ପୃଥିବୀର ସମସ୍ତ ବୋଝ ତା ଉପରେ ନ୍ୟସ୍ତ ରହିଲେ ମଧ୍ୟ ସେ ଚିର ଶାନ୍ତ । ମନର ଏହି ଅବସ୍ଥା ଅତ୍ୟନ୍ତ ପରିଶ୍ରମ ଏବଂ ସାଧନାରେ ପ୍ରାପ୍ତହୁଏ ।

 

ଯୋଗଦ୍ୱାରା ଆତ୍ମା କେନ୍ଦ୍ରୀଭୂତ ହୁଏ । ପ୍ରତ୍ୟେକ ଧର୍ମରେ ବିଭିନ୍ନ ଅବସ୍ଥାରେ ଯୋଗର ନିୟମକୁ ସ୍ଵୀକାର କରାଯାଇଅଛି । ମନର ଅବସ୍ଥା ଯୋଗଦ୍ୱାରା ସ୍ଥିର ହୁଏ । ମନ ସବୁ କାର୍ଯ୍ୟର, ମୂଳ କାରଣ । ମନୁଷ୍ୟର ଏକ ସ୍ୱତନ୍ତ୍ର ମନ ଅଛି ଯାହା ସାଧାରଣ ସ୍ତରଠାରୁ ଶ୍ରେୟସ୍କର । ୧.ମନ ଉପର ସ୍ତରରେ ଆମେ ଚିନ୍ତା କରୁ ଏବଂ ଗଭୀର ସ୍ତରରେ ଧ୍ୟାନ କରୁ । ଉତ୍ସାହ ଆତ୍ମାମଧ୍ୟରୁ ପ୍ରକାଶ ଲାଭକରେ । ମନର ଏହି ଗଭୀର ପ୍ରଦେଶରେ ପ୍ରବେଶ ଲାଭ କରିବାକୁ ହେଲେ ନୀରବ ଧ୍ୟାନ ଆବଶ୍ୟକ । ଏଥିପାଇଁ ଏକାକୀ ରହିବାକୁ ପଡ଼େ । ଏକାକୀ ଅର୍ଥ ନିର୍ଜନତାରେ ବାସ କରିବା ନୁହେଁ । ଏହାଦ୍ୱାରା ନିଜର ଅନ୍ତର୍ନିହିତ ଶକ୍ତି ଉପରେ ଦୃଢ଼ ବିଶ୍ଵାସ ଜନ୍ମେ । ଯେତେବେଳେ ମନ ଧ୍ୟାନଯୁକ୍ତ ହୁଏ, ସେତେବେଳେ ସ୍ଵର୍ଗ ମଧ୍ୟ ସ୍ଥିର ହୋଇଯାଏ; କିନ୍ତୁ ମନର ଏହି ସ୍ଥିରତା ଚିରସ୍ଥାୟୀ ନୁହେଁ । ଅଭ୍ୟାସ ଅଭାବରୁ ଏହା ଅତି ଶୀଘ୍ର ତାହାର ପୂର୍ବାବସ୍ଥାକୁ ଫେରିଆସି ବିଶୃଙ୍ଖଳିତ ହୁଏ ଏବଂ ପୁନଃ ଅନ୍ଧକାରରେ ପ୍ରବେଶ କରେ ।

 

୧. Plato writes in the 'Phaedo' (79). ‘‘The soul, when using the body as an instrument of perception, that is to say, when using the sense of sight or hearing or some other sense, is dragged by the body into the region of the changeable and wanders and is confused. But when returning to herself she reflects, then she passes into the other world, the region of purity and eternity and immortality and unchangeableness which are her kindred, and with them she ever lives when she is by herself and is not let or hindered, then she ceases from her erring ways, and being in communion with the unchanging, is unchanging . And this state of the soul is called "wisdom."

 

ଯୋଗସୂତ୍ରଦ୍ୱାରା ଧ୍ୟାନ ସମ୍ଭବପର ହୁଏ । ଏଥିପାଇଁ ଆମକୁ ସ୍ଥିରତା ସହ ମନମଧ୍ୟରେ ଥିବା ସମସ୍ତ ସଂଘର୍ଷକୁ ତ୍ୟାଗ କରିବାକୁ ପଡ଼େ । ପରେ ଧୀରେ ଧୀରେ ମନମଧ୍ୟରେ ଆଲୋକ ପ୍ରକାଶିତ ହୁଏ । ଏହି ଅନ୍ତର୍ନିହିତ ଆଲୋକ ମଧ୍ୟରେ ମନକୁ ସ୍ଥିର ରଖିଲେ ଧ୍ୟାନ ଲାଭ ହୁଏ । ଐଶ୍ଵରିକ ଶକ୍ତିସମ୍ପନ୍ନ ଶୁଦ୍ଧ ଆତ୍ମା ବା ସୁନ୍ଦର ବସ୍ତୁମଧ୍ୟରେ ମନୋନିବେଶ କଲେ ମଧ୍ୟ ଧ୍ୟାନ ପ୍ରାପ୍ତ ହୁଏ । ଧ୍ୟାନ କରିବା ବା ସମାଧିସ୍ଥ ହେବା ଅର୍ଥ ମୁର୍ଚ୍ଛା ହେବା ନୁହେଁ, ଏହା ମନୋଯୋଗ କରିବାର ଏକ ସକ୍ରିୟ ଅବସ୍ଥା । ଯେତେବେଳେ ଆମେ କୌଣସି ମନ୍ତ୍ର ପବିତ୍ର ବିଷୟ ଉପରେ ମନୋନିବେଶ କରି ଧ୍ୟାନ କରୁ ସେତେବେଳେ ଆତ୍ମା ସ୍ଥିର ହୋଇଯାଏ ଏବଂ ତାହାର ସ୍ଥାନ ଏକ ପବିତ୍ରପୀଠ ହୋଇପଡ଼େ । ଈଶ୍ଵର ପ୍ରତ୍ୟେକ ଜୀବର ମୂଳ ହୋଇ ପଡ଼ନ୍ତି ଏବଂ ମନୁଷ୍ୟ ଈଶ୍ଵରଙ୍କ ନିକଟରେ ନିଜକୁ ସମର୍ପିତ କରେ । ଈଶ୍ୱରଙ୍କୁ ପ୍ରଶଂସା କରିବାକୁ ଯାଇ ସେଥିରେ ହଜିଯାଏ ।

 

ଧ୍ୟାନ ହେଉଛି ମୁକ୍ତି ଲାଭ କରିବାର ଇଚ୍ଛା । ଏହା ଆମର ସ୍ଵାର୍ଥ ଯାହାର କୌଣସି ଇଚ୍ଛାବସ୍ତୁ ନାହିଁ । ମୁକ୍ତି ସ୍ଵାର୍ଥ ମଧ୍ୟରେ ନିହିତ । ସମାଧିଦ୍ୱାରା ପରମାତ୍ମାଙ୍କ ସହିତ ଜୀବାତ୍ମାର ସାକ୍ଷାତ ହୁଏ । ଆମେ ଯଦି ଆନନ୍ଦ ମନରେ ଈଶ୍ଵରଙ୍କ ଦର୍ଶନପାଇଁ ସର୍ବଦା ଚେଷ୍ଟା କରୁ ତେବେ ଆମ୍ଭମାନଙ୍କର ଅନ୍ତଦୃଷ୍ଟି ବିସ୍ତାର ଲାଭକରିବ ଏବଂ ଆଧ୍ୟାତ୍ମିକ ଶକ୍ତିର ଏକ ନୂତନ ଅନୁଭୂତି ହେବ ଓ ପ୍ରତ୍ୟେକ କାର୍ଯ୍ୟ ଉତ୍ସାହପ୍ରଦ ହେବା ଯୁକ୍ତି ଆମକୁ ପ୍ରତିଶ୍ରୁତି ଦିଏ; କିନ୍ତୁ ଅନୁଭୂତି ନିର୍ଭର ଯୋଗ୍ୟ କରେ । ଯୋଗଦ୍ଵାରା ଶରୀର, ମନ, ଅନୁଭୂତି ଏବଂ ଜ୍ଞାନର ମିଳନ ହୁଏ । ମନୁଷ୍ୟର ପୂର୍ଣ୍ଣ ଏବଂ ସ୍ଥିର ଅବସ୍ଥା ମଧ୍ୟରେ ବିଶ୍ୱ ନିଜକୁ ପ୍ରକାଶିତ କରେ ।

 

ପାଶ୍ଚାତ୍ୟ ଦେଶମାନଙ୍କରେ ନୀରବ ପ୍ରାର୍ଥନା ମଧ୍ୟ ଦେଖାଗଲଣି । ନ୍ୟୁୟର୍କରେ ଥିବା ଜାତିସଂଘ କାର୍ଯ୍ୟାଳୟରେ ମଧ୍ୟ ଗୋଟିଏ ନିଭୃତ କୋଠରୀ ପ୍ରାର୍ଥନାପାଇଁ ଉଦ୍ଦିଷ୍ଟ ଅଛି; କିନ୍ତୁ ଯେତେଦୂର ମନେ ହୁଏ ଏହାର କ୍ୱଚିତ୍‌ ବ୍ୟବହାର ହୁଏ । ମନୁଷ୍ୟ ନିଜକୁ ଏକାକୀ କିଛିକ୍ଷଣ ରଖିପାରେ ନାହିଁ । ଏହା ହିଁ ତା’ର ଦୁଃଖର ପ୍ରଧାନ କରଣ । ଆଜିକାଲି ଯୁଗରେ ମନୁଷ୍ୟ ଜୀବନ ଅତ୍ୟନ୍ତ ଦୁଃଖ ଓ ଜଞ୍ଜାଳରେ ପରିପୂର୍ଣ୍ଣ । କୋଳାହଳଦ୍ୱାରା ତା’ର ମନ ଚଞ୍ଚଳ ହୋଇପଡ଼ିଛି । ନୀରବ ରହିବାପାଇଁ ଅଭ୍ୟାସ ତାହାପାଇଁ ଅତ୍ୟନ୍ତ ପ୍ରୟୋଜନ ।

 

୫. ସତ୍ୟ ଓ ପ୍ରେମ

 

ଜୀବନର ପ୍ରକାଶ ହିଁ ପ୍ରେମ । ଏହା ନିତ୍ୟ; ତେଣୁ ପ୍ରତ୍ୟେକ ଜୀବ ପରସ୍ପରକୁ ପ୍ରେମ କରନ୍ତି । ଏ ପୃଥିବୀରେ ଜୀବନ ସବୁକିଛି ନ ହେଲେ ମଧ୍ୟ ଆମର ଜୀବନକୁ ଏପରିଭାବରେ ଗଢ଼ିବା, ଯାହାଦ୍ୱାରା ମୃତ୍ୟୁ ଜୀବନର ଅଗ୍ରଗତିରେ ବାଧା ପହଞ୍ଚାଇ ନ ପାରେ । ୧ ଆମର ଅନ୍ତରର ଆଲୋକ ବିଶ୍ଵବ୍ୟାପୀ । ପ୍ରତ୍ୟେକ ମନୁଷ୍ୟ ନିକଟରେ ଏହା ବିଦ୍ୟମାନ । ଈଶ୍ୱରଙ୍କର ମୂର୍ତ୍ତି ବା ଆକାରର କ୍ଷୟପ୍ରାପ୍ତି ହୋଇପାରେ; କିନ୍ତୁ ଏହି ଐଶ୍ଵରିକ ଆଲୋକକୁ ପୂର୍ଣ୍ଣ ରୂପେ ଲିଭାଇଦେଇ ହେବ ନାହିଁ । ମହାପାପୀ ଏବଂ ଅପରାଧୀର ମଧ୍ୟ ଏହି ଆଲୋକ ପାଇବାର ଶକ୍ତି ଅଛି । ନର୍କ ବୋଲି କୌଣସି ସ୍ଥାନ ନାହିଁ । ଈଶ୍ୱର ଯେ କେବେ ମନୁଷ୍ୟମାନଙ୍କୁ ପରିତ୍ୟାଗ କରିଛନ୍ତି ଏବଂ ସେମାନଙ୍କପାଇଁ ଚିର ମୃତ୍ୟୁର ବ୍ୟବସ୍ଥା କରିଛନ୍ତି ଏହିପରି ବିଶ୍ଵାସ କରିବା ଅନୁଚିତ । ଅନ୍ତର୍ନିହିତ ଆଲୋକ ସମସ୍ତଙ୍କ ଜୀବନକୁ ଶାନ୍ତ, ଆନନ୍ଦିତ ଓ ନିର୍ମଳ କରେ ।

 

୧. Let your light so shine before man that they may see your good works. "Matthew ‘5:16

 

ଯେଉଁମାନେ ଚେତନାଯୁକ୍ତ ହୋଇ ଏହି ଆଲୋକର ବଶବର୍ତ୍ତୀ ହୁଅନ୍ତି, ସେମାନେ ନିଜକୁ ରକ୍ଷା କରନ୍ତି । ଯେଉଁମାନେ ଏହି ଆଲୋକରେ ପ୍ରକାଶିତ ହୋଇ ନାହାନ୍ତି, ସେମାନେ ଯେ ନଷ୍ଟ ହୋଇଯାଇଛନ୍ତି ତାହା ନୁହେଁ, ସେମାନଙ୍କୁ ରକ୍ଷା କରିବାକୁ ପଡ଼ିବ । ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ସାର୍ବଜନୀନ ସତ୍ୟ ଉପଲବ୍ଧି ହେବ, ସେତେବେଳେ ମନୁଷ୍ୟମଧ୍ୟରେ ଥିବା ଉଚ୍ଚ–ନୀଚଭାବ ଦୂର ହୋଇଯିବ, କାରଣ ସମସ୍ତେ ସୃଷ୍ଟିର ସମତା ରକ୍ଷା କରିବାକୁ ସକ୍ଷମ ହେବେ । ଏହି ଆଦର୍ଶ ସବୁ ଧର୍ମର ଶିକ୍ଷା ଅଟେ ।

 

ହିନ୍ଦୁ ମହାକାବ୍ୟ ‘ମହାଭାରତ’ରେ ବର୍ଣ୍ଣନା ଅଛି–ଦୁଃଖ ହେଉ ବା ସୁଖ ହେଉ, କଷ୍ଟ ହେଉ ବା ଆନନ୍ଦ ହେଉ, ମନୁଷ୍ୟ ନିଜପାଇଁ ଯାହା ନ କରେ ଅନ୍ୟପାଇଁ ଯେପରି ସେପରି ନ କରେ ।

 

‘‘ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ବହନ୍ତି ନଦ୍ୟାଃ

ପରୋପକାରାୟ ଦୁହ୍ୟନ୍ତି ଗାବଃ, ପରୋପକାରାୟ ସତାଂ ହିଁ ଜୀବନମ୍ ॥

 

ଅର୍ଥାତ୍, ପରୋପକାରନିମିତ୍ତ ବୃକ୍ଷରେ ଫଳ ଫଳେ, ନଦୀରେ ଜଳ ବହେ, ଗାଈ ଦୁଧ ଦିଏ ଏବଂ ସାଧୁ ବ୍ୟକ୍ତି ଅନ୍ୟର ମଙ୍ଗଳ ପାଇଁ ବଞ୍ଚିରହେ ।

 

କନ୍‌ଫୁଜୁଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏପରି କୌଣସି ପ୍ରବଚନ ଅଛି କି, ଯାହାକୁ ମନୁଷ୍ୟ ନିଜ ଜୀବନର ନିୟମ ବୋଲି ଗ୍ରହଣ କରିପାରିବ ? ଏହାର ଉତ୍ତର ସେ ଦେଇଥିଲେ, “ନିଜପାଇଁ ଯାହା କରୁଛ, ଅନ୍ୟପାଇଁ ଠିକ୍ ସେହିପରି କର ।” ତାଙ୍କର ଶିଷ୍ୟ ସଙ୍ଗେ ଜେ (Tseng Tze) କହିଛନ୍ତି, “ସେହିପରି ହୃଦୟରେ ଅନ୍ୟକୁ ଭଲପାଅ, ଯାହାଦ୍ଵାରା ନିଜକୁ ଭଲ ପାଉଛ ।”

 

ଅହିଂସା ଅର୍ଥାତ୍ ସୃଷ୍ଟିର ସମସ୍ତ ପଦାର୍ଥକୁ ପ୍ରେମ କରିବା ଜୈନ ଧର୍ମର ପ୍ରଧାନ ଲକ୍ଷ୍ୟ । ବୁଦ୍ଧ ଜ୍ଞାନପ୍ରାପ୍ତିପରେ ତାଙ୍କର ସମସ୍ତ ଜୀବନ ନିର୍ବାଣ ବିଷୟରେ ଶିକ୍ଷା ଦେବାରେ କଟାଇଥିଲେ । ମାତୃଚେତ ବର୍ଣ୍ଣନା କରିଛନ୍ତି, “ଶତ୍ରୁ କ୍ଷତି କଲେ ମଧ୍ୟ ତାହାର ମଙ୍ଗଳ କର । ଯେ ସବୁବେଳେ ମନ୍ଦ କାର୍ଯ୍ୟ କରେ ତା’ନିକଟରେ ମଧ୍ୟ ସାଧୁଭାବ ପରିଲକ୍ଷିତ ହୁଏ ।” ଶାନ୍ତିଦେବ ବୋଧିସତ୍ତ୍ୱର ଆଦର୍ଶକୁ ନିମ୍ନରେ ସୁନ୍ଦରଭାବରେ ବର୍ଣ୍ଣନା କରିଛନ୍ତି ।

 

ସୃଷ୍ଟିର ସମସ୍ତ ଜୀବମାନଙ୍କ ଦୁଃଖ ଲାଘବପାଇଁ ମୁଁ ଔଷଧ ।

 

ଦୁର୍ବଳମାନଙ୍କର ମୁଁ ସାହସ । ମୋଦ୍ୱାରା ସେମାନଙ୍କ ଅନ୍ତରରେ ଦୁର୍ବଳତା ପ୍ରବେଶ କରିପାରେ ନାହିଁ । ଭୋକ ଓ ଶୋଷର କଷ୍ଟକୁ ମୁଁ ଖାଦ୍ୟ ଏବଂ ଜଳଦ୍ଵାରା ଦୂର କରେ । ଦୁର୍ଭିକ୍ଷ ସମୟରେ ମୁଁ ସେମାନଙ୍କର ଖାଦ୍ୟ ଏବଂ ପାନୀୟ ।

 

ଗରିବମାନଙ୍କର ମୁଁ ଧନ । ସେମାନଙ୍କର ପ୍ରୟୋଜନୀୟ ସମସ୍ତ ବସ୍ତୁ ମୁଁ ପ୍ରଦାନ କରିବି-

 

ମୋର ଜୀବନର ସୁଖ ଓ ସମସ୍ତ ଉତ୍ତମ କାର୍ଯ୍ୟକୁ ମୁଁ ସେମାନଙ୍କ ନିକଟରେ ସମର୍ପଣ କରିଦେଉଛି । ଏଥିରୁ ସେମାନେ ଉପକୃତ ହୁଅନ୍ତୁ ।

 

ସମର୍ପଣ ଦ୍ୱାରା ମନୁଷ୍ୟ ସ୍ଥିର ହୁଏ ।

 

ଇଚ୍ଛାନୁଯାୟୀ ସେମାନେ ମୋତେ କାର୍ଯ୍ୟରେ ବ୍ୟବହାର କରିପାରନ୍ତି ବା ମୋତେ ହତ୍ୟା କରିପାରନ୍ତି, ମୋ ଉପରେ ଧୂଳି ଫୋପାଡ଼ିପାରନ୍ତି ବା ମତେ ହାସ୍ୟାସ୍ପଦ କରିପାରନ୍ତି, ଏଥିରେ ମୋର ଦୁଃଖ ନାହିଁ କାରଣ ମୁଁ ସମର୍ପିତ ହୋଇ ସାରିଛି ।

 

ଯେଉଁମାନେ ମତେ ନିନ୍ଦା କରନ୍ତି ବା ମୋର କ୍ଷତି କରନ୍ତି ବା ପରିହାସ କରନ୍ତି ସେମାନଙ୍କର ଜୀବନ ଆଲୋକିତ ହେଉ । ମୁଁ ଅନାଶ୍ରିତକୁ ରକ୍ଷା କରେ, ପଥିକର ପଥପ୍ରଦର୍ଶକ । ଯାହାର କୂଳକୁ ଯିବାର ଇଚ୍ଛା, ତାହାପାଇଁ ମୁଁ ନୌକା । ଯାହାର ଆଲୋକ ପ୍ରୟୋଜନ ତାହା ନିକଟରେ ମୁଁ ପ୍ରକାଶ । ଯାହାର ବିଶ୍ରାମ ଦରକାର ତାହା ପାଇଁ ମୁଁ ଶଯ୍ୟା । ଯାହାର କର୍ମ ଦରକାର ତାହାପାଇଁ ମୁଁ ଦାସ ।” (୧)

 

୧ The Path of Light, Eng. Translation by L.D. Barnett (1947), pp 44-5-48-9.1

 

ମାଥ୍ୟୁ ବର୍ଣ୍ଣିତ ସୁ-ସମାଚାରରେ ବର୍ଣ୍ଣିତ ଅଛି, “ଅନ୍ୟମାନେ ତୁମପାଇଁ ଯାହା କରିବେ ବୋଲି ଆଶା କରୁଛ ସେମାନଙ୍କ ପାଇଁ ତୁମେ ଠିକ୍ ସେହିପରି କର ।” “ଯିଏ ତୁମକୁ ଭଲ ପାଏ ତାକୁ ଭଲ ପାଇବା କିଛି ବାହାଦୁରୀ ନୁହେଁ । ଶତ୍ରୁକୁ ଭଲ ପାଇବା ସବୁଠାରୁ ବଡ଼ କଥା । ତୁମକୁ ଯେ ଘୃଣା କରେ ତାର ମଙ୍ଗଳ କର ଏବଂ ସେଥିପାଇଁ ପ୍ରାର୍ଥନା କର ।

 

ସାଦି ଲେଖିଛନ୍ତି, “ଈଶ୍ଵର ସତେ କେତେ ଦୟାଳୁ, ପାପୀର ପାପକୁ ମଧ୍ୟ ନିଜେ ଗ୍ରହଣ କରନ୍ତି ।”

 

‘‘ତୁମକୁ ଯଦି କେ’ ମାରେ

ତା’ ପ୍ରତିବଦଳେ ତା’ର ପଦ ଚୁମ୍ବନ କର ।

ପରମେଶ୍ଵରରେ ଯଦି ଥାଏ ପ୍ରେମ ତବ

ପଦଦଳିତ ଦୂର୍ବାଦଳ ସଦୃଶ

ଜୀବନ ତୁମର କ୍ଷୁଦ୍ରଭାବ ନିକର ।

 

ତୁମ ପ୍ରତି କା’ର

ଆକ୍ରମଣେ ବା ହଂସିତ ପରାଭାବେ

ତୁମେ ଯେ ଦେଖିବ ଈଶ୍ଵର,

ତୁମ ନିକଟରେ

ଅତି ନିକଟରେ ।” ୧

 

୧ Granth Sahib, quoted by C.F-Andrews in The Student Movement Act, Oct 1909.

 

୬ ପବିତ୍ର ଜୀବନ

 

ପବିତ୍ରତା ହେଉଛି ଧର୍ମର ଚରିତ୍ର । ଏହା ପ୍ରତ୍ୟେକ ଧର୍ମରେ ଏବଂ ପ୍ରତ୍ୟେକ ଯୁଗରେ ଦେଖାଯାଏ । ସାଧୁମାନେ ଖ୍ୟାତି ଲାଭପାଇଁ କର୍ମ କରନ୍ତି ନାହିଁ, ଯାହା ସାଧାରଣ ବ୍ୟକ୍ତିମାନଙ୍କ ନିକଟରେ ବିଶେଷ ଭାବରେ ପରିଲକ୍ଷିତ ହୁଏ । ସାଧୁମାନଙ୍କର ଜଗତ ପୃଥକ । ଫ୍ରାନ୍‌ସିସ୍, ରାମକୃଷ୍ଣ ଏବଂ ମହାତ୍ମାଗାନ୍ଧୀ ପ୍ରଭୃତି ସାଧୁବ୍ୟକ୍ତିମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ ମଧ୍ୟ ଏକ ପରିବାର-ଭୁକ୍ତପରି ଜଣାପଡ଼ନ୍ତି । ମାନବ ପ୍ରକୃତିପ୍ରତି ସେମାନଙ୍କର ଅନ୍ତର୍ଦୃଷ୍ଟି ଅତି ଗମ୍ଭୀର । ସେମାନଙ୍କର କାର୍ଯ୍ୟରେ ଛଳନା ନ ଥାଏ । ଈଶ୍ଵର ଏବଂ ମନୁଷ୍ୟମାନଙ୍କ ପ୍ରତି ସେମାନଙ୍କର ଅଗାଧ ପ୍ରେମ ପ୍ରକାଶ ପାଏ ।

 

* Francis of Assisi

 

ସାଧୁ କର୍ମକ୍ଷେତ୍ରରୁ ନିଜକୁ ବଞ୍ଚିତ କରେ ନାହିଁ ବା ଏହି ସୀମାବଦ୍ଧ ଜଗତର ମୂଲ୍ୟ ଏବଂ ଅର୍ଥକୁ ପରିତ୍ୟାଗ କରେ ନାହିଁ । ଈଶ୍ଵରଙ୍କ ସହିତ ଯୋଗାଯୋଗଦ୍ଵାରା ତାହାର ଆତ୍ମା ବିନିଷ୍ଟ ହୁଏ ନାହିଁ । ଏହାଦ୍ଵାରା ବିଶ୍ଵ ସହିତ ସେ ଯେ କେବଳ ଜଡ଼ିତ ହୋଇଯାଏ ତାହା ନୁହେଁ, ନିଜେ ସମ୍ପୂର୍ଣ୍ଣ ହୋଇଯାଏ । ଶରୀର ଥିବାହେତୁ ଭଲ ଓ ମନ୍ଦର ପ୍ରଭାବରୁ ସେ ପୂର୍ଣ୍ଣ ଭାବରେ ରକ୍ଷା ପାଏନାହିଁ । ପରମାତ୍ମା ଜୀବାତ୍ମାର ଶକ୍ତି ମଧ୍ୟରେ କାର୍ଯ୍ୟ କରନ୍ତି । ନିଜେ ଲୀନ ହୋଇଯାଆନ୍ତି ନାହିଁ ବା ଜୀବାତ୍ମାକୁ ଗର୍ଭସ୍ଥ କରିପକାନ୍ତି ନାହିଁ । ନୀତିବାନ୍ ହେବା ଆଧ୍ୟାତ୍ମିକ ଜୀବନର ଏକ ଚିହ୍ନ । ଦୁର୍ବଳକୁ ସାହାଯ୍ୟ କରିବାପାଇଁ ସାଧୁ ସବୁବେଳେ ପ୍ରସ୍ତୁତ ଥାଏ । ଯେତେବେଳେ ଜଗତର ସମସ୍ତ ବସ୍ତୁ ପବିତ୍ର ହୋଇଯାଏ, ସେତେବେଳେ ମନୁଷ୍ୟର ଲୋଭ ଦୂର ହୋଇଯାଏ, ଗର୍ବ ଏବଂ କାମନା ନଷ୍ଟ ହୋଇଯାଏ ।

 

ମନୁଷ୍ୟ ଯେତେବେଳେ ସବୁକିଛି ତ୍ୟାଗ କରେ ସେତେବେଳେ ଏହି ତ୍ୟାଗ ତାହା ନିକଟରେ ଏକ ନୂତନ ରୂପ ଧାରଣ କରେ । ତ୍ୟାଗଦ୍ଵାରା ଯେ ଖାଲି ବସ୍ତୁ ଉପରୁ ପ୍ରଭୁତ୍ଵ ଚାଲିଯାଏ ତାହା ନୁହେଁ, ସେ ପୁନର୍ବାର ସେହି ବସ୍ତୁଗୁଡ଼ିକୁ ଗ୍ରହଣ କରେ କିନ୍ତୁ ଅନ୍ତର ମଧ୍ୟରେ ତ୍ୟାଗ ଚିନ୍ତା ସଦା ବିଦ୍ୟମାନ ଥାଏ । ଏହାଦ୍ଵାର ଏହି ତ୍ୟାଗ ବସ୍ତୁମାନଙ୍କ ନିକଟରୁ ସେ ନୂତନ ଆନନ୍ଦ ଲାଭକରେ । ଏହିପରି ସାଧୁ ଯେଉଁମାନଙ୍କର ପୁନର୍ଜନ୍ମ ହୋଇଥାଏ ସେମାନେ ଶାନ୍ତଭାବ ଓ ସ୍ଵାର୍ଥକୁ ଆୟତ୍ତାଧୀନ କରି ଜଗତକୁ ଉଦ୍ଧାର କରିବାରେ ଈଶ୍ଵରଙ୍କ ସହାୟତା ପ୍ରାପ୍ତ କରନ୍ତି । ସେମାନେ ଜଗତର ବୋଝକୁ ନିଜ ଉପରେ ସ୍ୱଇଚ୍ଛାରେ ନ୍ୟସ୍ତ କରନ୍ତି ଏବଂ ନିଜକୁ କୌଣସି ନିର୍ଦ୍ଦିଷ୍ଟ ପରିବାର, ଜାତି ବା ଦେଶଭକ୍ତ କରନ୍ତି ନାହିଁ । ସେମାନେ ମନୁଷ୍ୟ; ତେଣୁ ମାନବିକତାକୁ ପ୍ରେମ କରନ୍ତି । ସେମାନଙ୍କ ମନ ଭିତରେ ଯାହା ଥାଏ ତାହାକୁ ହିଁ କାର୍ଯ୍ୟରେ ପରିଣତ କରନ୍ତି । ଜଗତର ମଙ୍ଗଳ ନିମିତ୍ତ ସେମାନେ କାର୍ଯ୍ୟ କରନ୍ତି । ମହାଯାନ ଦର୍ଶନରେ ବୋଧିସତ୍ୱ କର୍ମର ନିୟମରେ ବାନ୍ଧିହୋଇ ରହି ନ ଥିଲେ ମଧ୍ୟ ଦୁଃଖୀମାନଙ୍କୁ ସେବା କରିବା ତାଙ୍କର ବ୍ରତ ଥିଲା । ଏକ ଅଜଣା ଶକ୍ତି ସାଧୁମାନଙ୍କୁ ଏହିପରି କର୍ମରତ କରି ବାନ୍ଧି ରଖିଥାଏ ।

 

ଧ୍ୟାନ ଏବଂ କର୍ମମୟ ଜୀବନ ଯେଉଁମାନେ ଯାପନ କରନ୍ତି ସେମାନଙ୍କର କର୍ମ କରିବାପାଇଁ କୌଣସି ନିୟମ ନାହିଁ । ସାଧୁବ୍ୟକ୍ତି ଜଗତର କୋଳାହଳମୟ ପରିସ୍ଥିତିରୁ ବାହାରିଯାଇ ନିରବ ସ୍ଥାନରେ ବାସ କରିପାରେ । ଏହା ତାହାର ଦୁର୍ବଳତା ନୁହେଁ, କାରଣ ତାହାର ନୀରବ ପ୍ରାର୍ଥନା ଏବଂ ଧ୍ୟାନଦ୍ୱାରା ସମାଜ ପ୍ରଭାବିତ ହୁଏ । ଯଦି ଅନ୍ତର୍ଦୃଷ୍ଟି ସ୍ୱୀକୃତି ପ୍ରଦାନ କରେ ତେବେ ଜଗତରୁ ଅବସର ଗ୍ରହଣ କରିହେବ, କିନ୍ତୁ ଭୟ କରି କାଳେ ଜଗତର ମୋହରେ ଆମେ ଜଡ଼ିତ ହୋଇଯିବୁ ଏପରି ଭାବି ଜଗତ ପରିତ୍ୟାଗ କରିବା ବାଞ୍ଛନୀୟ ନୁହେଁ ।

 

ପ୍ରତିଦିନ କିଛିସମୟ ଏକାକୀ ରହିବାଦ୍ଵାରା ଆଧ୍ୟାତ୍ମିକ ପ୍ରଗତିରେ ସୁବିଧା ହୁଏ । ସପ୍ତାହରେ ଗୋଟିଏ ଦିନ ବିଶ୍ରାମ କରିବା ଏବଂ କିଛିସମୟ ନୀରବ ଧ୍ୟାନକରିବା ଅତି ତାତ୍ପର୍ଯ୍ୟପୂର୍ଣ୍ଣ; କିନ୍ତୁ ଏଥିପାଇଁ ସନ୍ନ୍ୟାସୀ ହେବା କୌଣସି ପ୍ରୟୋଜନ ନାହିଁ । ବୁଦ୍ଧ କହିଛନ୍ତି,’‘ନିଜ କର୍ମକ୍ଷେତ୍ରରେ ରହି ସୂଚାରୁ ରୂପେ ନିଜର ଜୀବନ ଅତିବାହିତ କର । ଧାନ, ଜୀବନ ଏବଂ ଶକ୍ତି ମନୁଷ୍ୟକୁ ଦାସ କରେନାହିଁ; କିନ୍ତୁ ଏଗୁଡ଼ିକ ପ୍ରତି ମୋହଗ୍ରସ୍ତ ହେବାଦ୍ଵାରା ସେ ଦାସ ହୋଇପଡ଼େ । ଜୀବନ ଓ ଜଗତକୁ ନାସ୍ତିବାଣି ନ ଶୁଣାଇ ଅହଂଭାବକୁ ଅସ୍ୱୀକାର କର । ଅନିତ୍ୟ ଜଗତପ୍ରତି ମନୁଷ୍ୟ ଆତ୍ମାର ସମ୍ୱନ୍ଧ ପଦ୍ମପତ୍ର ସହିତ ଶିଶିର ସମ୍ବନ୍ଧପରି ସ୍ପର୍ଶ କରିଥାଏ କିନ୍ତୁ ସଂଯୁକ୍ତ ହୋଇଯାଇ ନ ଥାଏ । ମନୁଷ୍ୟ ଯେତେବେଳେ ଅବିଦ୍ୟା ଏବଂ ମୋହରୁ ମୁକ୍ତି ଲାଭକରେ, ସେତେବେଳେ ଆନନ୍ଦ ଏବଂ ଦୟାରେ ସେ ପରିପୂର୍ଣ୍ଣ ହୋଇଯାଏ । ଶାନ୍ତମନ ହେଉଛି ଦୟାର୍ଦ୍ର ହୃଦୟର ଚିହ୍ନ । ଏହାଦ୍ଵାରା ସେ ନିଜକୁ ଉଚିତ କାମରେ ନିଯୁକ୍ତ କରେ ।

 

‘ଯୋଗଃ କର୍ମସୁ କୌଶଳମ୍’ ଅର୍ଥାତ୍, ଯୋଗ ହେଉଛି କାର୍ଯ୍ୟରେ କୁଶଳତା । ଯୋଗୀ କାର୍ଯ୍ୟ କରେ, କିନ୍ତୁ କାର୍ଯ୍ୟରେ ଯୁକ୍ତ ହୁଏ ନାହିଁ । ଉନ୍ନତ ଚିନ୍ତାଧାର ସହିତ ନିଜର କାର୍ଯ୍ୟ ସମ୍ପାଦନ କରେ । ଯେତେବେଳେ ମନୁଷ୍ୟ ସାଧୁ ହୋଇଯିବ ଏବଂ ସାଧୁମାନେ ଜଗତର କାର୍ଯ୍ୟ କରିବେ ସେତେବେଳେ ସଭ୍ୟତା ନିଜକୁ ନ୍ୟାୟସଙ୍ଗତ ବୋଲି ମନେ କରିବ । ସାଧୁ ଟେରେସା (St. Theresa’s)ଙ୍କର ଉକ୍ତି ଏହି ସଭ୍ୟ ଅର୍ଥକୁ ପ୍ରକାଶ କରେ । ଏହିଠାରେ ହିଁ ଆଧ୍ୟାତ୍ମିକ ମିଳନର ଅନ୍ତିମ ଅବସ୍ଥା । ଏହି ମିଳନରେ ଜନ୍ମଲାଭ କରେ କର୍ମ ।’’

 

ଦେବପୁରୁଷ

 

ଗୌତମ ବୁଦ୍ଧ ଏବଂ ଯୀଶୁଖ୍ରୀଷ୍ଟ ପ୍ରଭୃତି ମହାମାନବମାନଙ୍କୁ ‘ଦେବପୁରୁଷ’ କୁହାଯାଏ । ସେମାନଙ୍କର ଶରୀର ମାଧ୍ୟମରେ ଐଶ୍ଵରିକ ଶକ୍ତି ପ୍ରକାଶପାଏ । ଖ୍ରୀଷ୍ଟଙ୍କପରି ମନୁଷ୍ୟ ମଧ୍ୟରେ ସାର୍ବଜନୀନ ସତ୍ୟ ପ୍ରକାଶଲାଭ କରେ । ତେବେ ପ୍ରଶ୍ନ ହେଉଛି ମାନବ ଓ ଈଶ୍ଵର ପ୍ରକୃତି ମଧ୍ୟରେ ସମ୍ବନ୍ଧ କଣ ? ସମ୍ପୂର୍ଣ୍ଣର ପ୍ରକୃତି ଅସମ୍ପୂର୍ଣ୍ଣ ମଧ୍ୟରେ ପ୍ରତିଫଳିତ ହୁଏ । ପ୍ରତ୍ୟେକ ପ୍ରକାଶ ମଧ୍ୟରେ ମହତ୍ତ୍ଵ ରହିଛି ଏବଂ ଏହା ଆଂଶିକ ପୂର୍ଣ୍ଣ ଅଟେ । ମନୁଷ୍ୟର ପ୍ରକୃତି ପୂର୍ଣ୍ଣତା ପ୍ରାପ୍ତ ହେଲେ ତାର ଐଶ୍ଵରିକ ଶକ୍ତି ଲାଭହୁଏ । ସେ ମୁକ୍ତ ହୁଏ । ତାର ସ୍ଵାଧୀନତା ତାକୁ ଆନନ୍ଦ ଦିଏ । ଏହି ଆନନ୍ଦ ନିତ୍ୟ ଏବଂ ସତ୍ୟ । ଏହାଦ୍ଵାର ବ୍ୟକ୍ତି ଓ ସମାଜ ମଧ୍ୟରେ ଦ୍ଵନ୍ଦ କମିଯାଏ ।

 

ଦେବପୁରୁଷମାନେ ପ୍ରକୃତ ମନୁଷ୍ୟ ଗଢ଼ିବାରେ ପଥପ୍ରଦର୍ଶକ ହୁଅନ୍ତି । ଯାହା ବୁଦ୍ଧ ଏବଂ ଯୀଶୁଙ୍କ ନିକଟରେ ସମ୍ଭବ ହୋଇଛି, ତାହା ପ୍ରତ୍ୟେକ ମନୁଷ୍ୟ ନିକଟରେ ସମ୍ଭବପର । ମନୁଷ୍ୟର ପ୍ରକୃତି ଦେବପୁରୁଷଙ୍କ ମଧ୍ୟରେ ପୂର୍ଣ୍ଣତା ଲାଭ କରେ । ସେମାନେ ଆମର ବଡ଼ଭାଇ ସଦୃଶ । ମନୁଷ୍ୟ ନିକଟରେ ଯାହା ସମ୍ଭବ, ସେମାନେ ଆମକୁ ତାହା ଦେଖାଇଦିଅନ୍ତି । ଗୌତମ ଏବଂ ଯୀଶୁଙ୍କର ଐଶ୍ଵରିକ ସମ୍ବନ୍ଧ ସେମାନଙ୍କୁ ମନୁଷ୍ୟମାନଙ୍କଠାରୁ ପୃଥକ୍ କରିପାରି ନ ଥିଲା । ଯୀଶୁ ପାପରୁ ମୁକ୍ତ ହେଲେ ମଧ୍ୟ ତାଙ୍କର ମାନବିକତାରେ ପରିବର୍ତ୍ତନ ଦେଖାଯାଇ ନ ଥିଲା । ପାପ ମନୁଷ୍ୟ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ । ଏହା ପ୍ରକୃତିର ମିଳନତା ଏବଂ ଦୁର୍ବବ୍ୟହାର । ସାଧାରଣ ମନୁଷ୍ୟମାନଙ୍କ କ୍ଷେତ୍ରରେ ଐଶ୍ୱରିକ ଭାବ ପ୍ରକାଶିତ ହୋଇ ନ ଥାଏ କିମ୍ବା ଖୁବ୍ ଅଳ୍ପ ଭାବରେ ପ୍ରକାଶିତ ହେବାର ଲକ୍ଷଣ ଦେଖାଯାଏ । ଯୀଶୁଙ୍କ ନିକଟରେ ଏହି ଐଶ୍ଵରିକ ଚେତନା ଅତି ଶକ୍ତିଶାଳୀ ହୋଇ ପ୍ରକାଶିତ ହୋଇଥିଲା ।

 

ପ୍ରତ୍ୟେକ ମନୁଷ୍ୟ ଅନ୍ତରରେ ଏହି ଆଲୋକ ନିହିତ ରହିଛି । ଏହି ଐଶ୍ଵରିକ ଅଂଶ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ରୂପେ ଗଢ଼ିପାରେ । ଅନ୍ତର୍ନିହିତ ଶକ୍ତିଉପରେ ପୂର୍ଣ୍ଣ ବିଶ୍ଵାସ ରଖି ପ୍ରତ୍ୟେକ ମନୁଷ୍ୟ ଏ ପୃଥିବୀର ଜଞ୍ଜାଳରୁ ମୁକ୍ତିଲାଭ କରିପାରେ । ଈଶ୍ଵରଙ୍କ ସହିତ ଯୋଗାଯୋଗକୁ ପୃଥିବୀର କୌଣସି ଦୁଷ୍ଟ ବା ମନ୍ଦ ଶକ୍ତି ନଷ୍ଟ କରି ନ ପାରେ ।

 

ଦେବପୁରୁଷର କାର୍ଯ୍ୟ ଈଶ୍ଵରଙ୍କ କାର୍ଯ୍ୟପରି ମନେ ହୁଏ । ଯୀଶୁଖ୍ରୀଷ୍ଟଙ୍କର ଈଶ୍ଵରଙ୍କ ସହିତ ସାକ୍ଷାତ ସମ୍ପୂର୍ଣ୍ଣ ଭାବରେ ହୋଇଥିଲା ଏବଂ ଏହି ପରିବର୍ତ୍ତନକୁ ଲୁହା ନିଆଁରେ ପରିବର୍ତ୍ତନ ହେବା ସଙ୍ଗେ ତୁଳନା କରଯାଇଅଛି ।

 

କୌଣସି ବ୍ୟକ୍ତି ଯେତେ ମହତ୍ ହେଲେ ମଧ୍ୟ ଈଶ୍ଵରଙ୍କର ସମ୍ପୂର୍ଣ୍ଣ ପ୍ରକାଶ ଲାଭକରିପାରେ ନାହିଁ । ସେ ଈଶ୍ଵରଙ୍କର ଏକ ସ୍ଵତନ୍ତ୍ର ପ୍ରକାଶ ଏବଂ ଈଶ୍ଵରଙ୍କର ପ୍ରକୃତିକୁ କାର୍ଯ୍ୟରେ ପରିଣତ କରେ । ଏହା ମଧ୍ୟ କୁହାଯାଇପାରେ ଯେ ପ୍ରତ୍ୟେକ ମନୁଷ୍ୟ ମହାନ୍ ଏବଂ ଈଶ୍ଵରଙ୍କର ବିଭିନ୍ନ ପ୍ରୟୋଜନରେ ନିଜକୁ ନିଯୁକ୍ତ କରେ । ପ୍ରତ୍ୟେକ ବ୍ୟକ୍ତି ନିଜସ୍ଵ ଅଟେ । ସେ କାହାର ଅନୁକରଣୀୟ ନୁହେଁ । ପ୍ରତ୍ୟେକକୁ ନିଜ ରାସ୍ତାରେ ଯିବାକୁ ହେବ ଏବଂ ବ୍ୟକ୍ତି ଯେତେ ଉନ୍ନତ ତାହାର ପ୍ରକାଶ ସେତିକି ସ୍ଵତନ୍ତ୍ର ।

 

ପ୍ରତ୍ୟେକ ମନୁଷ୍ୟ ଈଶ୍ୱରଙ୍କ ନିକଟରୁ ଆସେ ଏବଂ ଈଶ୍ଵରଙ୍କ ନିକଟକୁ ଚାଲିଯାଏ । (୧) ଆମ୍ଭେମାନେ ସମସ୍ତେ ଈଶ୍ଵରଙ୍କ ସନ୍ତାନ । ଯୀଶୁ କହିଛନ୍ତି, ଯେ ଈଶ୍ଵରଙ୍କ ଇଚ୍ଛାକୁ କାର୍ଯ୍ୟରେ ପରିଣତ କରେ ସେ ମୋର ଭାଇ, ଭଉଣା, ଏବଂ ମା’’ ଯୌଶୁଙ୍କର ଜୀବନ ଓ ଶିକ୍ଷାର ଉଦ୍ଦେଶ୍ୟ ହେଉଛୁ ମନୁଷ୍ୟ ଯେପରି ଈଶ୍ଵର-ସନ୍ତାନ ହୋଇପାରିବ । ସେ କହିଛନ୍ତି, “ତୁମର ସ୍ଵର୍ଜୀୟ ପିତାଙ୍କ ପରି ତୁମ୍ଭଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ପଡ଼ିବ । ‘‘ଯେଉଁପର୍ଯ୍ୟନ୍ତ ଏହି ପ୍ରକ୍ରିୟାଶୀଳ ବିଶ୍ଵ କାର୍ଯ୍ୟକ୍ଷମ ଥିବ ସେ ପର୍ଯନ୍ତ ଏହି ଦେବଆତ୍ମାମାନେ ଐଶ୍ଵରିକ ଶକ୍ତି ସାହାଯ୍ୟରେ ବିଶ୍ଵର ଉନ୍ନତି କରୁଥିବେ ।

 

1. The Fourth Evangelist makes Jesus say: "I came forth from the Father and am come into the world, again I leave the world and go to the Father''

 

ଈଶ୍ଵର ଅବତାର ଗ୍ରହଣକରି ପୃଥିବୀକୁ ବିପଦରୁ ରକ୍ଷା କରନ୍ତି । ସେ ନିଜକୁ ପ୍ରକାଶିତ କରି ପୁନଃ ପ୍ରତିଷ୍ଠା କରନ୍ତି । ପ୍ରାଚ୍ୟ ଏବଂ ପ୍ରାଶ୍ଚାତ୍ୟ ଦେଶମାନଙ୍କରେ ଦେବପୁରୁଷମାନଙ୍କୁ ଈଶ୍ଵରଙ୍କର ଅବତାର ବୋଲି କହନ୍ତି । ରାମଚନ୍ଦ୍ର, ବୁଦ୍ଧ, ଯୀଶୁ ପ୍ରଭୃତି ମହାମାନବମାନଙ୍କୁ ଈଶ୍ୱରଙ୍କର ସ୍ଵତନ୍ତ୍ର ପ୍ରକାଶ ବୋଲି କୁହାଯାଏ । କବି ବାଲ୍ମୀକିଙ୍କ ବର୍ଣ୍ଣନାରେ ରାମଚନ୍ଦ୍ର ଜଣେ ମନୁଷ୍ୟ ମାତ୍ର, ଦଶରଥଙ୍କ ପୁତ୍ର, ଦୁଃଖକଷ୍ଟ ସହ୍ୟ କରି ଐଶ୍ଵରିକ ଅବସ୍ଥାପ୍ରାପ୍ତ କରି ପାରିଥିଲେ; କିନ୍ତୁ ପାରମ୍ପାରିକ ଭାବରେ ସେ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ । ରାବଣ ନିଜେ ରାମଚନ୍ଦ୍ରଙ୍କୁ ଈଶ୍ଵର ବୋଲି ସ୍ଵୀକାର କରିଥିଲେ । ପୃଥିବୀରେ ମନୁଷ୍ୟପରି ଦୁଃଖ କଷ୍ଟ ସହ୍ୟ ନ କରି କିଛି ଶିକ୍ଷା କରି ନ ପାରିଲେ ମାନବଜାତି ପ୍ରତି ଦେବପୁରୁଷମାନଙ୍କର ପ୍ରୟୋଜନ କିଛି ନୁହେଁ । ଯଦି ସେ ପ୍ରକୃତରେ ଈଶ୍ୱର ହୁଅନ୍ତି ତେବେ ତାଙ୍କୁ ଅନୁକରଣ କରିବା ମନୁଷ୍ୟ ଯୁଦ୍ଧ କରିଛନ୍ତି, ପରାସ୍ତ ହୋଇଛନ୍ତି ଏବଂ ପୁନର୍ବାର କର୍ମକ୍ଷେତ୍ରରେ ଯୋଗ ଦେଇଛନ୍ତି ।

 

ହିନ୍ଦୁ ଶାସ୍ତ୍ରରୁ ଜଣାପଡ଼େ ଯେତେବେଳେ ଅନ୍ୟାୟରେ ପୃଥିବୀ ଭରିଯାଏ ସେତେବେଳେ ପୃଥିବୀକୁ ରକ୍ଷା କରିବାପାଇଁ ଦେବପୁରୁଷମାନେ ଜନ୍ମଗ୍ରହଣ କରନ୍ତି । ପୃଥିବୀକୁ ରକ୍ଷା କରିବାପାଇଁ ଜରାଥୁଷ୍ଟ୍ର ଜନ୍ମଗ୍ରହଣ କରିଥିଲେ ବୋଲି ‘ଗାଥା’ରେ ବର୍ଣ୍ଣନା ଅଛି । ଗ୍ରୀକ୍‍ମାନେ ମଧ୍ୟ ବିଶ୍ଵାସ କରୁଥିଲେ ଯେ ଈଶ୍ଵର ପୃଥିବୀରେ ପଦାର୍ପଣ କରି ମାନବଜାତିକୁ ମନ୍ଦ ଓ ପାପକାର୍ଯ୍ୟରୁ ମୁକ୍ତ କରିବେ ।

 

କିନ୍ତୁ ଅନେକେ ଈଶ୍ଵରଙ୍କୁ ମାନବ-ଶରୀର ମଧ୍ୟରେ ପ୍ରକାଶିତ ହେବା ତଥ୍ୟକୁ ଅସ୍ଵୀକାର କରନ୍ତି । ସେମାନଙ୍କ ମତରେ ଈଶ୍ୱର କଦାପି ମନୁଷ୍ୟ-ମାଂସ ସହିତ ସଂଯୁକ୍ତ ହୋଇପାରିବେ ନାହିଁ-। ସେମାନେ ବିଶ୍ଵାସ କରିପାରନ୍ତି ନାହିଁ ଯେ ଈଶ୍ଵର ୯ ମାସ ଗର୍ଭରେ ରହି ମା'ଠାରୁ ଜନ୍ମଗ୍ରହଣ କରନ୍ତି ।

 

ଅନେକଙ୍କ ମତରେ ଯୀଶୁ ଆମ୍ଭମାନଙ୍କ ପରି ଜଣେ ମନୁଷ୍ୟ । ନିଜ ଚେଷ୍ଟାରେ ନିଜେ ମାନବଜାତି ମଧ୍ୟରେ ଉତ୍କୃଷ୍ଠ ମନୁଷ୍ୟ ହୋଇ ପାରିଥିଲେ । ତେଣୁ ଈଶ୍ଵର ଯୀଶୁଙ୍କୁ ନିଜ କାର୍ଯ୍ୟରେ ନିଯୁକ୍ତ କଲେ । ଯୀଶୁଙ୍କୁ ଯେତେବେଳେ 'ଖ୍ରୀଷ୍ଟ’ ବୋଲି ନାମକରଣ କରାଗଲା, ସେତେବେଳେ ନିଜର କାର୍ଯ୍ୟ କରିବାପାଇଁ ସ୍ୱର୍ଗରୁ ତାଙ୍କୁ ଆଦେଶ ମିଳିଥିଲା । ଯୀଶୁଙ୍କୁ ଯେତେବେଳେ ଇହୁଦୀମାନଙ୍କ ନିକଟକୁ ଅଣାଗଲା, ସେତେବେଳେ ଖ୍ରୀଷ୍ଟ ଈଶ୍ଵରଙ୍କ ଆଦେଶରେ ସ୍ଵର୍ଗକୁ ଫେରିଗଲେ ଏବଂ ଯୀଶୁ ପଡ଼ିରହି ଦୁଃଖ ଓ କଷ୍ଟ ଭୋଗ କରି ମୃତ୍ୟୁବରଣ କରିଥିଲେ ।

 

ଜୀବାତ୍ମା ଏବଂ ପରମାତ୍ମାସହିତ ସମ୍ବନ୍ଧର ପ୍ରକୃତିକୁ ବୁଝିବା ବଡ଼ କଷ୍ଟକର । ଆର୍ଯ୍ୟମାନଙ୍କ ମତରେ ଈଶ୍ଵରଙ୍କ ବାକ୍ୟ ସ୍ଵତଃ ସ୍ଫୁର୍ତ୍ତ । ଏହାର ସୃଷ୍ଟି ଶୂନ୍ୟରୁ ଏବଂ ଏହା ଈଶ୍ଵରଙ୍କ ଇଚ୍ଛା ଅଟେ । ସୃଷ୍ଟିର ଆରମ୍ଭରୁ ହିଁ ମନୁଷ୍ୟ ସୃଷ୍ଟି ହୋଇଛି ଏବଂ ଜୀବର ବିକାଶପାଇଁ ଯେପରି ଆଲୋକ ବିଦ୍ୟମାନ ଥିଲା, ଠିକ୍ ସେହିପରି ଜୀବର ଜ୍ଞାନପାଇଁ ଐଶ୍ଵରିକ ଚେତନା ମଧ୍ୟ ପ୍ରସ୍ତୁତ ଥିଲା । ଏହି ମନୁଷ୍ୟ ଦେବପୁରୁଷ ଥିଲା ଏବଂ ଈଶ୍ଵରଙ୍କ ଇଚ୍ଛାକୁ କାର୍ଯ୍ୟରେ ପରିଣତ କରି ପୃଥିବୀକୁ ଶାସନ କରୁଥିଲା ।

 

ଇତିହାସର ଯୀଶୁ ଯେପରି ଖ୍ରୀଷ୍ଟିଆନମାନଙ୍କର ଖ୍ରୀଷ୍ଟ ହେଲେ ସେହିପରି ଗୌତମ ବୁଦ୍ଧ ମନୁଷ୍ୟସ୍ତରରୁ ଉଠି ଈଶ୍ଵର ଭାବରେ ପୂଜା ପାଇବାକୁ ଲାଗିଲେ । ବୌଦ୍ଧଧର୍ମରେ ‘ତ୍ରି-କାୟ’ ବା ଜୀବନକୁ ତିନୋଟି ସ୍ତରରେ ବିଭକ୍ତ କରଯାଇଛି । ‘ଧର୍ମକାୟ’ ହେଉଛି ପ୍ରଥମ ସ୍ତର, ଯେଉଁଠାରେ ଆଧ୍ୟାତ୍ମିକ ସଭ୍ୟତା ପ୍ରକାଶ ପାଏ । ଏହା ପରମବ୍ରହ୍ମ ଅବସ୍ଥା, ଯାହାକୁ ପ୍ରତ୍ୟେକ ମନୁଷ୍ୟ ଅନୁଭବ କରିବା ଉଚିତ । ଦ୍ୱିତୀୟଟି ହେଲା ‘ସମ୍ଭୋଗ କାୟ’ ବା ଆନନ୍ଦର ସ୍ତର । ଏଠାରେ ମନୁଷ୍ୟର ଜ୍ଞାନ ଲାଭ ହୁଏ ଏବଂ ପରମବ୍ରହ୍ମଙ୍କର ବୁଦ୍ଧତ୍ୱ ପ୍ରାପ୍ତି ହୁଏ । ତୃତୀୟଟି ‘ନିର୍ମାଣକାୟ’, ଏଠାରେ ବୁଦ୍ଧ ମନୁଷ୍ୟ ହିସାବରେ କାର୍ଯ୍ୟ କରନ୍ତି । ବୁଦ୍ଧତ୍ଵପ୍ରାପ୍ତି ଏହି ତିନୋଟି ସ୍ତରରେ ହୁଏ; କିନ୍ତୁ ବୁଦ୍ଧ ସର୍ବଦା ଏକ ଏବଂ ସତ୍ୟ ।

 

ଭଗବତ ଗୀତା ପରି ବୌଦ୍ଧ-ଧର୍ମର ମହାଯାନ ପନ୍ଥାରେ ମଧ୍ୟ ବର୍ଣ୍ଣନା ଅଛି ଯେ ମାନବ ଜାତିର ରକ୍ଷାପାଇଁ ବୁଦ୍ଧମାନେ ପୃଥିବୀରେ ଜନ୍ମଗ୍ରହଣ କରନ୍ତି । ବହୁ ଲୋକମାନଙ୍କର ମୁକ୍ତି ଏବଂ ଆନନ୍ଦପାଇଁ ସେମାନଙ୍କୁ ଆର୍ଶିବାଦ ଦେବାପାଇଁ ଜଣେ ମାତ୍ର ପୁରୁଷ ଜନ୍ମଗ୍ରହଣ କରେ ।

 

ଖ୍ରୀଷ୍ଟିଆନମାନଙ୍କ ମତରେ ଯୀଶୁଙ୍କର ଐଶ୍ଵରିକ ପ୍ରକାଶ ଅନ୍ୟାନ୍ୟ ପ୍ରକାଶଠାରୁ ଭିନ୍ନ । ଯୀଶୁଙ୍କର ପ୍ରକାଶ ହିଁ ଏକମାତ୍ର ପ୍ରକୃତ ପ୍ରକାଶ । ମନୁଷ୍ୟ ଇତିହାସରେ ଏହା ଏକ ଅପୂର୍ବ ଘଟଣା ଯେ ଈଶ୍ଵର କେବଳ ଥରେ ମାତ୍ର ମନୁଷ୍ୟରୂପରେ ମାନବସମାଜକୁ ଉପଦେଶ ଦେଇଥିଲେ ।

 

ପୃଥିବୀ ଇତିହାସରେ ଈଶ୍ଵର ଅତି ଦୟାଳୁ । ଭଗବଦ୍‌ଗୀତାରେ ବର୍ଣ୍ଣନା କରାଯାଇଅଛି ଯେ ଯେତେବେଳେ ନ୍ୟାୟ ନଷ୍ଟ ହୋଇଯାଇ ଅନ୍ୟାୟ ପ୍ରସାର ଲାଭ କରେ, ସେତେବେଳେ ପୃଥିବୀରେ ମୁଁ ଜନ୍ମଗ୍ରହଣ କରେ । ଈଶ୍ଵରଙ୍କର ଏପରି କାର୍ଯ୍ୟର ଶେଷ ନାହିଁ ।

 

ଇସଲାମ କିନ୍ତୁ ଭଲ କଥା କହେ । ପ୍ରତ୍ୟେକ ମୁସଲମାନଙ୍କ ପାଇଁ ଆଲ୍ଲା ହିଁ ସବୁ କର୍ମର କେନ୍ଦ୍ର ଏବଂ ପ୍ରତ୍ୟେକ ମୁସଲମାନ ନିଜ ନିଜର ପୁରୋହିତ ଅଟନ୍ତି । ସେ ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟି ଏବଂ ନିଜେ ହିଁ ଖଲିଫା । ଦେବପୁରୁଷର ହୃଦୟ ଏବଂ ଆଧ୍ୟାତ୍ମିକ ଶକ୍ତି ଏକ ।

Image

 

ଆନ୍ତଃ ଧାର୍ମିକ ବନ୍ଧୁତ୍ଵ

 

୧. ଧର୍ମର ଏକତା

 

ଦୂରଦ୍ରଷ୍ଟାମାନଙ୍କର ଧର୍ମ ଯାହା ହେଉ ନା କାହିଁକ ଆମ୍ଭମାନଙ୍କୁ ଈଶ୍ଵରଚିନ୍ତା କରିବାପାଇଁ ସେମାନେ ଆଦେଶ ଦିଅନ୍ତି । ଈଶ୍ୱର ଆମର ସାଧାରଣ ମନର ଚିନ୍ତାଠାରୁ ବହୁ ଉଚ୍ଚରେ ବିଦ୍ୟମାନ । ତାଙ୍କୁ କଳ୍ପନା କରିବା କଠିନ । ସେ ଅଜ୍ଞାତ, ତାଙ୍କୁ କେବଳ ଅନୁଭବ କରିହେବ । ସେ ଆମର ପ୍ରଣ ଏବଂ ପୃଥିବୀରେ ଯାହା ବିଦ୍ୟମାନ ସବୁର ମୂଳ । ଧର୍ମମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଥିଲେ ମଧ୍ୟ ଏହିପରି ଏକ ଈଶ୍ଵରଙ୍କୁ ଅନୁଭବ କରିବା ହେଉଛି ସମସ୍ତଙ୍କର ଲକ୍ଷ୍ୟ । ଏହାଦ୍ଵାରା ସର୍ବ ଧର୍ମ ମଧ୍ୟରେ ଏକତା ସ୍ଥାପନ ହୁଏ ।

 

ଆମେ ଆମର ଧର୍ମର ମୂଳତତ୍ତ୍ଵ ବୁଝି ନ ଥିବା ହେତୁ ଧର୍ମ ମଧ୍ୟରେ ପ୍ରଭେଦ ସୃଷ୍ଟି କରୁ-। ସବୁ ଅନୁଭୂତରେ ସାରାଂଶ ପ୍ରତ୍ୟେକ କ୍ଷେତ୍ରରେ ସମାନ । ଏହି ସମାନ ମୂଳଭିତ୍ତି ନେଇ ସବୁ ଧର୍ମ ତିଷ୍ଠି ରହିଛି ଏବଂ ଏହାଉପରେ ନିର୍ଭର କରୁଥିବା ବିଶ୍ଵାସ ଏବଂ ଆରଧନାର ଅର୍ଥ ମଧ୍ୟ ଏକ । ତଥାପି ଏହା ମୂଳଭତ୍ତିଉପରେ ଆମେ ଯେଉଁ ଧର୍ମର ରୂପ ଦେଉଛୁ ତାହା ପ୍ରତ୍ୟେକ ବ୍ୟକ୍ତି ନିକଟରେ ପୃଥକ ଜଣାପଡୁଛି । ଈଶ୍ଵରଙ୍କ ଇଚ୍ଛାକୁ ସମାନ ରୂପ ଦେବା କଠିନ; କାରଣ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଯେପରି ପ୍ରଭେଦ ରହିଛି, ଈଶ୍ୱରଦତ୍ତ ଶକ୍ତି ମଧ୍ୟରେ ମଧ୍ୟ ଆହୁରି ବେଶୀ ପ୍ରଭେଦ ରହିଛି । ପ୍ରତ୍ୟେକ ବ୍ୟକ୍ତିର ଅନୁଭୂତିମଧ୍ୟରେ କିଛି ନା କିଛି ଅସାଧାରଣଭାବ ଦୃଷ୍ଟିଗୋଚର ହୁଏ । ନିଜ ଚେଷ୍ଟାରେ ନିଜପାଇଁ ଈଶ୍ୱରଙ୍କୁ ଆବିଷ୍କାର କରିବାକୁ ହେବ । ଏହି ଅବିଷ୍କାରପାଇଁ ପ୍ରତ୍ୟେକଙ୍କୁ କିଛି ନା କିଛି ବିଶେଷ କାର୍ଯ୍ୟ କରିବାକୁ ପଡ଼ିଥାଏ । ପ୍ରତ୍ୟେକଙ୍କ ଭିନ୍ନ ଭିନ୍ନ ଅଭିଜ୍ଞତା ଦ୍ଵାରା ଆଧ୍ୟାତ୍ମିକ ବିଷୟ ବସ୍ତୁ ମୂଲ୍ୟବାନ ଅନୁଭୂତିରେ ପୂର୍ଣ୍ଣ ହୁଏ ।

 

ଧର୍ମମାନଙ୍କ ମଧ୍ୟରେ ଏକତା କୌଣସି ବାହ୍ୟ ବସ୍ତୁ ନୁହେଁ ଯେ ଏହାକୁ ପ୍ରାପ୍ତ କରଯିବ । ଏହାକୁ ଅନ୍ତରରେ ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ଅନୁଭବ କରିବାକୁ ହୁଏ । ଏଥିରେ ବିଭିନ୍ନ ଧର୍ମ ପ୍ରତି କୌଣସି ପକ୍ଷପାତ ବିଚାର ନାହିଁ । ହିନ୍ଦୁଧର୍ମର ମୁନି-ଋଷିମାନେ ଅନ୍ୟାନ୍ୟ ଧର୍ମକୁ ସମାନ ଦୃଷ୍ଟିରେ ଦେଖନ୍ତି । ଅନ୍ୟାନ୍ୟ ଧର୍ମ ସାହାଯ୍ୟରେ ସେମାନେ ନିଜର ଐଶ୍ଵରିକ ଜ୍ଞାନକୁ ବୃଦ୍ଧି କରନ୍ତି । ସେମାନଙ୍କ ମତରେ ମୁକ୍ତି କୌଣସି ନର୍ଦ୍ଦିଷ୍ଟ ଧର୍ମର ଏକଚାଟିଆ ବ୍ୟବସାୟ ନୁହେଁ । ଈଶ୍ଵର ମନୁଷ୍ୟ ନୁହନ୍ତି ଯେ ତାଙ୍କର ସତ୍ୟ, ପ୍ରେମ ଓ ଦୟା ପାଇଁ ସେ ବାଛବିଚାର କରିବେ ।

 

ଉଇଲିୟମ୍‌ଲ (William Law) ତାଙ୍କର ‘The Spirit of Prayer’ ରେ ବର୍ଣ୍ଣନା କରିଛନ୍ତି ଧର୍ମ ମଧ୍ୟରେ ପାର୍ଥକ୍ୟ କେବଳ ଉପର ସ୍ତରରେ ଦେଖାଯାଏ । “ମୁକ୍ତିପାଇଁ କେବଳ ଗୋଟିଏ ରାସ୍ତା ଅଛି । ଏହା ହେଉଛି ଜୀବର ଆତ୍ମା ସହିତ ସଂଯୋଗ । ଇହୁଦି ହେଉ ବା ଖ୍ରୀଷ୍ଟିଆନ୍ ହେଉ ସମସ୍ତଙ୍କ ନିକଟରେ ଏହା ହିଁ କେବଳ ଏକମାତ୍ର ରାସ୍ତା । ଈଶ୍ଵର ଏକ, ମନୁଷ୍ୟ ପ୍ରକୃତି ଏକ, ମୁକ୍ତି ଏକ, ପଥ ଏକ, ଉଦ୍ଦେଶ୍ୟ ମଧ୍ୟ ଏକ.।”

 

ଯେଉଁମାନେ ସତ୍ୟ ଆହରଣ କରିପାରିଛନ୍ତି ସେମାନଙ୍କର ଈଶ୍ଵର ସିଦ୍ଧାନ୍ତ ବିଷୟରେ ଦୃଢ଼ ବିଶ୍ଵାସ ହୋଇସାରିଛି । ହିନ୍ଦୁ ଶାସ୍ତ୍ରରେ କୁହାଯାଇଅଛି ଯେ ଆମେ ଶବ୍ଦ ସାହାଯ୍ୟରେ ଶବ୍ଦରାଜ୍ୟକୁ ଅତିକ୍ରମ କରୁ ଏବଂ ଏହିପରି ଏକ ରାଜ୍ୟରେ ପହଞ୍ଚୁ ଯେଉଁଠାରେ ଶବ୍ଦ ବ୍ୟବହାର ହୁଏ ନାହିଁ । ଏହା ମହାଶୂନ୍ୟ ଅନୁଭୂତିର ଅବସ୍ଥା । ହିନ୍ଦୁ ପରମ୍ପର ଆଧ୍ୟାତ୍ମିକ ଅନୁଭୂତିଗୁଡ଼ିକୁ ସମାନ ଅବସ୍ଥା ଦିଏ ନାହିଁ । ଆଧ୍ୟାତ୍ମିକ ଜୀବନର ଅନୁଭୂତିକୁ ଯେତେବେଳେ ଏହି ପୃଥିବୀରେ କାର୍ଯ୍ୟକାରୀ କରାଯାଏ, ସେତେବେଳେ ମନୁଷ୍ୟର ଈଶ୍ଵର ଚିନ୍ତା ମଧ୍ୟରେ ପାର୍ଥକ୍ୟ ଜଣାପଡ଼େ । ଯୁକ୍ତିଦ୍ଵାରା ଯେତେବେଳେ ବୁଦ୍ଧିକୁ ସତ୍ୟ ସହିତ ସମାନ କରାହୁଏ, ସେତେବେଳେ ମନୁଷ୍ୟ ଭୁଲ କରେ । ଯୁକ୍ତି ସହିତ ସୃଷ୍ଟିର ରହସ୍ୟ କିମ୍ବା ଆଧ୍ୟାତ୍ମିକ ଅନୁଭୂତିର କୌଣସି ସମ୍ବନ୍ଧ ନାହିଁ ଯେଉଁମାନଙ୍କର ଅନୁଭୂତି ଏହିପରି ଭାବରେ ଗଢ଼ି ଉଠିଛି ସେମାନେ ନାସ୍ତିକ ନୁହଁନ୍ତି-ଏବଂ ଇଶ୍ଵରଙ୍କୁ କଦର୍ଥ କରି ଆସ୍ତିକ ବୋଲାଉଥିବା ବ୍ୟକ୍ତିମାନଙ୍କଠାରୁ ବହୁଦୂରରେ ରହନ୍ତି ।

 

ବାତ୍ସାୟନ ନ୍ୟାୟସୂତ୍ରର ବ୍ୟାଖ୍ୟା କରି ବର୍ଣ୍ଣନା କରିଛନ୍ତି ଯେ ଆର୍ଯ୍ୟ ଅନାର୍ଯ୍ୟ ସମସ୍ତଙ୍କର ବ୍ରହ୍ମପ୍ରାପ୍ତି ହୋଇପାରେ, ‘ଋଷିଆର୍ଯ୍ୟ-ମ୍ଲେଚ୍ଛାନଂ ସମାନଂ ଲକ୍ଷଣମ୍ ।’ ଭାଷା, ସଂସ୍କୃତି ଓ ପରମ୍ପରାରେ ବୈଦିକ ୠଷି ଏବଂ ଆର୍ଯ୍ୟମାନେ ନିଜକୁ ବନ୍ଧି ରଖିବାକୁ ଚାହୁଁ ନ ଥିଲେ । ଐତିହାସିକ ଘଟଣାଦ୍ଵାରା ପୃଥିବୀରେ ଯେଉଁଠି ପରିବର୍ତ୍ତନ ହେଲେ ସୁଦ୍ଧା ସମସ୍ତେ ଏହି ପରିବର୍ତ୍ତନରେ ପ୍ରଭାବିତ ହେବେ । ଧର୍ମସଂସ୍ଥାଗୁଡ଼ିକ ଏହିପରି ଭାବରେ ପରିଚାଳିତ ହେବା ଉଚିତ, ଯାହାଦ୍ଵାରା ସଂସ୍ଥାର ସଭ୍ୟମାନେ ଆଧ୍ୟାତ୍ମିକ ଜୀବନ ଯାପନ କରିବାରେ ସୁବିଧା ପାଇବେ ।

 

କବୀର (ପଞ୍ଚଦଶ ଶତାବ୍ଦୀ) ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ଏକତା ରଖିବାରେ ଅଗ୍ରଣୀ ଥିଲେ । ସେ ଲେଖିଛନ୍ତି, “ହିନ୍ଦୁର ଈଶ୍ଵର କାଶୀରେ ରହନ୍ତି ଏବଂ ମୁସଲମାନମାନଙ୍କର ମକ୍କାରେ କିନ୍ତୁ ଯେ ବିଶ୍ଵର ସୃଷ୍ଟିକର୍ତ୍ତା ସେ ମନୁଷ୍ୟ ତିଆରି ସହରମାନଙ୍କରେ ରହନ୍ତି ନାହିଁ । ହିନ୍ଦୁ ହେଉ ବା ମୁସଲମାନ ହେଉ ଈଶ୍ଵର ଏକ ।”

 

ଯେଉଁମାନଙ୍କର ଚିନ୍ତାଧାରା ବା ବିଶ୍ଵାସରେ ଅପରିବର୍ତ୍ତନୀୟ ମତାମତ ରହିଛି, ବୁଦ୍ଧ ସେମାନଙ୍କ ବିରୁଦ୍ଧରେ ମତ ପ୍ରକାଶ କରିଛନ୍ତି । ଜୀବନକୁ ଆଲୋକିତ କରିବା ଆମର କର୍ତ୍ତବ୍ୟ । ନିର୍ଦ୍ଦିଷ୍ଟ ମତଦ୍ଵାରା ଭିନ୍ନ ଭିନ୍ନ ଧର୍ମ ମଧ୍ୟରେ କଳହ ବା ଦ୍ଵନ୍ଦ ଆରମ୍ଭ ହୁଏ ଏବଂ ମନୁଷ୍ୟ ଗର୍ବୀ ହୋଇଯାଏ । ପ୍ରକୃତ ସନ୍ଥ କୌଣସି ମତାବଲମ୍ବୀ ନୁହେଁ । ତା’ର କୌଣସି ମତ ବା ପକ୍ଷପାତ ବିଚାର ନ ଥିବାରୁ ସେ ସିଦ୍ଧାନ୍ତ-ବାଦରୁ ରକ୍ଷା ପାଏ । ମହାଯାନ ଧର୍ମରେ ଈଶ୍ଵର ସିଦ୍ଧି ପାଇଁ ଭିନ୍ନ ଭିନ୍ନ ଉପାୟ ରହିଛି । ଯେ କୌଣସି ଉପାୟଦ୍ୱାରା ଯଦି ଆମେ ଅବିଦ୍ୟାରୁ ମୁକ୍ତି ଲାଭ କରିପାରିବା, ତେବେ ସେ ପନ୍ଥା ଆମର ଗ୍ରହଣ ଯୋଗ୍ୟ । ନଦୀ ପାର ହେବାପାଇଁ ଯେ କୌଣସି ଆହୁଲା ହେଲେ ନୌକା ଚାଲିବ ଏବଂ କୂଳରେ ପହଞ୍ଚିବ । କୌଣସି ଧର୍ମରେ ଜନ୍ମ ଗ୍ରହଣ କରିବା କିଛି ଭୁଲ ନୁହେଁ; କିନ୍ତୁ ସେହି ଧର୍ମରେ ସେ ମୃତ୍ୟୁ ବରଣ କରିବାକୁ ହେବ । ଏହା ବାଧ୍ୟବାଧକତାର ଲକ୍ଷଣ । ଯେକୌଣସି ପ୍ରତିଷ୍ଠିତ ବିଶ୍ୱାସକୁ ମନୁଷ୍ୟ ସହଜରେ ଗ୍ରହଣ କରିନିଏ । ନିଜର ଯେତେ ବୁଦ୍ଧି ବା ବିବେକ ଥାଉ ସେହି ପ୍ରତିଷ୍ଠିତ ପୁରୁଣା ପଦ୍ଧତିଗୁଡିକ ଅନୁସାରେ ସେ ସୁଖରେ ଜୀବନ ଯାପନ କରେ ।

 

ପ୍ରତ୍ୟେକ ନିଜର ଈଶ୍ଵରଙ୍କୁ ମାନନ୍ତି । ଆମେମାନେ ମଧ୍ୟ ଆମର ଈଶ୍ଵରଙ୍କୁ ମାନି ଚଳୁ । ତଥାପି ଅନ୍ୟର ଇଶ୍ୱରଙ୍କୁ ସମ୍ମାନ ଦେବା ଧାର୍ମିକ ବ୍ୟକ୍ତିର ଲକ୍ଷଣ ।

 

X X X

 

ଇସ୍‌ଲାମ୍‌ ସତ୍ୟର ଧର୍ମ ଅଟେ । ଏହା ତା’ର ଏକଚାଟିଆ ବୋଲି ସେ ଦାବୀ କରେ ନାହିଁ । କୋରାନ୍‌ରେ ବର୍ଣ୍ଣନା ଅଛି "ଆମେ ଈଶ୍ଵର ଏବଂ ତାଙ୍କର ପ୍ରକାଶକୁ ବିଶ୍ଵାସ କରୁ । ସେ ଆବ୍ରାହମ୍ ହୋଇ ପାରନ୍ତି ବା ଇସ୍‌ମାଇଲ୍, ଆଇଜାକ୍ ବା ଯେବକ୍ ମୋଜେସ ବା ଯୀଶୁ କିମ୍ବା ଅନ୍ୟ କେହି ଧର୍ମର ପ୍ରତୀକ ହୋଇପାରନ୍ତି, ସେଥିରେ ଆମେ ପାର୍ଥକ୍ୟ ଦେଖୁ ନାହୁଁ । ଇସ୍‌ଲାମିକ ଧର୍ମରେ କୁହାଯାଇଅଛି ଯେ ଅନ୍ୟ ଧର୍ମର ଉପଦେଷ୍ଟାମାନଙ୍କୁ ସମ୍ମାନ ଦେଖାଇବା ଉଚିତ । କୋଟି କୋଟି ମନୁଷ୍ୟ ଯେ ହଜାର ହଜାର ବର୍ଷ ଧରି ଅନ୍ଧକାର ଓ ଅବିଦ୍ୟାରେ ସଢ଼ୁଥିବେ ଏହା ଈଶ୍ଵରଙ୍କ ପ୍ରତି ପ୍ରେମ ଓ ଦୟାର ଚିହ୍ନ ନୁହେଁ । ଏପରି ଚିନ୍ତା କରିବା ମଧ୍ୟ ସମ୍ଭବପର ନୁହେଁ । ସୃଷ୍ଟିର ଆଦ୍ୟରୁ ସେ ଆଲୋକ ଏବଂ ଜ୍ଞାନ ପ୍ରଦାନ କରିଛନ୍ତି । ଏହା ପ୍ରତ୍ୟେକ ଧର୍ମ ବିଶ୍ଵାସ କରେ ।

 

ଆମର ଚାଲିଚଳନ ଏବଂ ବସବାସରୁ ଆମର ଧର୍ମବିଶ୍ଵାସର ଅର୍ଥ ଜଣା ପଡ଼ିଯାଏ, କଥା ବା ଯୁକ୍ତିତର୍କରୁ ନୁହେଁ । ଆମର କାର୍ଯ୍ୟ କଳାପରୁ ଆମର ଚରିତ୍ର ମଧ୍ୟ ବୁଝାପଡ଼େ । ଉଇଲିୟମ୍ ପେନ୍ (William penn), ଲେଖିଛନ୍ତି, “ନମ୍ର, ଦୟାଳୁ, ନ୍ୟାୟବାନ୍‌ଏକ ଧାର୍ମିକ ବ୍ୟକ୍ତିମାନେ ସବୁ ଧର୍ମରେ ଏବଂ ସବୁଠାରେ ଦେଖାଯାଆନ୍ତି । ମୃତ୍ୟୁପରେ ଯେବେବେଳେ ସେମାନେ ଶରୀରବିହୀନ ହୋଇଯାଆନ୍ତି, ସେତେବେଳେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଚିହ୍ନିପାରନ୍ତି ।’’

 

ବିଭିନ୍ନ ମତ ଓ ବିଶ୍ଵାସ ଧର୍ମର ସତ୍ୟକୁ ଅସ୍ଵୀକାର କରେ ନାହିଁ । ଧର୍ମବିଶ୍ଵାସର ସିଦ୍ଧାନ୍ତଗୁଡ଼ିକ ସମୟର ଐତିହାସିକ ଏବଂ ଭୌଗୋଳିକ ପରିସ୍ଥିତ ଅନୁଯାୟୀ ଗଢ଼ିଉଠେ । ସିଦ୍ଧାନ୍ତର ସାହାଯ୍ୟ ବ୍ୟତୀତ ଧର୍ମର ଉନ୍ନତି ହୋଇପାରେ ନାହିଁ ।

 

ମନୁଷ୍ୟର ଭାବନାଗୁଡ଼ିକ ଐଶ୍ୱରିକ ନୁହେଁ । ଭାବନାକୁ ବୁଝିବାକୁ ହେଲେ ମନମଧ୍ୟରେ ସେମାନଙ୍କୁ ପ୍ରକୃତ ରୂପ ଦେବାକୁ ହେବ, କିନ୍ତୁ ଏହା ପ୍ରକୃର ସତ୍ୟକୁ ଆହରଣ ନ କରି ମନୁଷ୍ୟର ଭ୍ରାନ୍ତିମୂଳକ ଚିନ୍ତାର ଏକ ସ୍ଥୂଳରୂପ ଧାରଣ କରିଛି, ଐତିହାସିକ ହୋଇପଡ଼ିଛି ଏବଂ ମନକୁ ଯଥେଷ୍ଟ ଖାଦ୍ୟ ଯୋଗାଇପାରୁ ନାହିଁ ।

 

ପ୍ରତ୍ୟେକ ଧର୍ମର ଦେବପୁରୁଷମାନେ ଐଶ୍ୱରିକ ଚିନ୍ତାରେ ଅନୁପ୍ରାଣିତ ହୋଇ ମନୁଷ୍ୟମାନଙ୍କୁ ଈଶ୍ଵରଙ୍କ ବାଣୀ ନିଜ ମୁଖଦ୍ଵାରା ଶୁଣାଇଥାନ୍ତି । ଧର୍ମଗୁଡ଼ିକର ଭିନ୍ନ ଭିନ୍ନ ନାମକରଣ କେବଳ ମନୁଷ୍ୟମାନଙ୍କଦ୍ଵାରା ହୋଇଥାଏ । ଏହି ନାମକରଣ ବା ବିଶ୍ଵାସରେ ଯେତେ ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତଙ୍କର ମୂଳ ତତ୍ତ୍ୱ ହେଉଛି ଈଶ୍ଵର ବିଶ୍ୱାସ ଏବଂ ମନୁଷ୍ୟ-ପ୍ରେମ । ବିଭିନ୍ନ ଧର୍ମବିଶ୍ଵାସମାନଙ୍କରେ ଯେଉଁ ପାର୍ଥକ୍ୟ ରହିଛି, ଯାହାଦ୍ଵାରା ମନୁଷ୍ୟ ନିଜ ମଧ୍ୟରେ ପ୍ରଭେଦ ସୃଷ୍ଟି କରୁଛି, ସେଗୁଡ଼ିକୁ ଦୂର କରିବାର କୌଣସି ପ୍ରୟୋଜନ ନାହିଁ । ଏହି ପାର୍ଥକ୍ୟଗୁଡ଼ିକୁ ଆମର ସହ୍ୟ କରିବା ଉଚିତ । ସହ୍ୟ କରିବାକୁ ହେଲେ ସେଗୁଡ଼ିକୁ ମନନ କରିବା ବିଧେୟ । ଆମକୁ ଏକମାତ୍ର ଈଶ୍ଵରଙ୍କ ନିକଟରେ ବିଶ୍ଵାସ ରଖିବାକୁ ହେବ ।

 

ଯେ ଧାର୍ମିକ ସେ ନମ୍ର । ତା’ର ବିଶ୍ଵାସ ଅଛି; କିନ୍ତୁ ସେ ଧର୍ମାନ୍ଧ ନୁହେଁ । ସେ ଯେଉଁ ସତ୍ୟକୁ ଅନୁଭବ କରିଛି, ତାହା ନିକଟରେ ନିଜକୁ ସମର୍ପଣ କରେ । ସେ ବେଶ୍ ସଚେତନ ଯେ ତା’ର ଅନୁଭୂତି ଯଥେଷ୍ଟ ନୁହେଁ । ତାକୁ ଆହୁରି ଚେଷ୍ଟା କରିବାକୁ ପଡ଼ିବ । ଧର୍ମାନ୍ଧର ଅଭାବ ବିଷୟରେ ପ୍ରକୃତ ଜ୍ଞାନ ନ ଥାଏ । ନମ୍ର ବ୍ୟକ୍ତିର ବିଶ୍ଵାସ କରିବା ହିଁ ଏକମାତ୍ର ପନ୍ଥା, କିନ୍ତୁ ଧର୍ମାନ୍ଧର ଗର୍ବ ଏବଂ ଅସହିଷ୍ଣୁତା ହେଉଛି ଲକ୍ଷଣ । ଈଶ୍ଵରଙ୍କ ପ୍ରକାଶକୁ ଜଣେ ଯେତେବେଳେ ଅନ୍ତିମ ବୋଲି ମନେ କରେ, ଆଉ ଜଣେ ଏହି ଈଶ୍ଵରଙ୍କର ଅତୀତରେ ଯେ ପ୍ରକାଶ ହୋଇ ନ ଥିଲା ବା ଭବିଷ୍ୟତରେ ଆଉ ହେବ ନାହିଁ ଏପରି ସ୍ଥିରୀକୃତ ମତକୁ ସ୍ଵୀକାର କରିପାରେ ନାହିଁ । ନିଜର ଦୃଷ୍ଟିରେ ଈଶ୍ଵରଙ୍କର ଯେଉଁ ପ୍ରକାଶ ଅନୁଭୂତ ହୁଏ, ତାହା ଯେ ଏକମାତ୍ର ସତ୍ୟ କିମ୍ବା ଭବିଷ୍ୟତରେ ସତ୍ୟର ଆଉ ଅଧିକ ପ୍ରକାଶ ହେବ ନାହିଁ ବା ଅତୀତରେ ଏହାଠାରୁ ଅଧିକ କିଛି ଜଣା ନ ଥିଲା ଏପରି ଭାବିବା କେବଳ ଧର୍ମାନ୍ଧ ପକ୍ଷରେ ସମ୍ଭବପର ।

 

୨. ପୁନର୍ମିଳନ

 

ପ୍ରତ୍ୟେକ ଧର୍ମରେ ଅନେକ ସମ୍ପ୍ରଦାୟ ଧୀରେ ଧୀରେ ଗଢ଼ି ଉଠୁଛି । ସେମାନେ ମନେ କରନ୍ତି ଯେ ସେମାନେ ବିଶ୍ଵାସ କରୁଥିବା ସିଦ୍ଧାନ୍ତଗୁଡ଼ିକ ସମ୍ପୂର୍ଣ୍ଣ ଠିକ୍ । ସମ୍ପ୍ରଦାୟମାନଙ୍କର ଏହି ଧର୍ମାନ୍ଧତାକୁ ଦୂର କରି ସେମାନଙ୍କର ପୁନର୍ମିଳନପାଇଁ ଚେଷ୍ଟା କରାଯାଇଅଛି ।

 

Archbishopship of Canterburyଙ୍କଦ୍ୱାରା ନିଯୁକ୍ତ ଏକ କମିଟି ୧୯୪୬ ମସିହା ଜାନୁୟାରୀ ମାସରେ ଗୋଟିଏ ରିପୋର୍ଟ ପ୍ରକାଶ କରିଥିଲେ । ଏହି କମିଟିର ଉଦ୍ଦେଶ୍ୟ ଥିଲା: ‘‘ଆଧୁନିକ ଜଗତରେ ଧର୍ମ ପ୍ରଚାର ବିଷୟରେ କି କି ସମସ୍ୟା ରହିଛି ଏବଂ ତାହର ପରୀକ୍ଷା କିପରି କରାଯିବ । ପରୀକ୍ଷା କଲାବେଳେ ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରୟୋଜନ କ’ଣ ? ଏବଂ ସମାଜରେ ଈଶ୍ଵର-ବିଶ୍ଵାସ କରୁ ନ ଥିବା ବ୍ୟକ୍ତିମାନଙ୍କର ଦୃଷ୍ଟିଭଙ୍ଗୀ ବିଷୟରେ କପରି ଏଥିରେ ଜୋର୍ ଦିଆଯିବ । ଏହି ପରୀକ୍ଷାକୁ କୃତକାର୍ଯ୍ୟ କରିବାପାଇଁ କେଉଁ ସଂସ୍ଥା ବା ଉପାୟ ପ୍ରୟୋଜନ ଯାହାଦ୍ଵାରା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ।” ରିପୋର୍ଟରେ ଲେଖାଥିଲା ଯେ ଦେଶର ଜାତୀୟ ଜୀବନରେ ଧର୍ମର ପ୍ରଭାବ ଆସ୍ତେ ଆସ୍ତେ କମିଯାଉଛି । ଉପରେ ଧର୍ମ ଧର୍ମ ବୋଲି ଚିତ୍କାର କରୁଥିଲେ ମଧ୍ୟ ଅନ୍ତରରେ ଏଥିପ୍ରତି ତିଳେ ମାତ୍ର ବିଶ୍ଵାସ ନାହିଁ । ମନୁଷ୍ୟର ନୈତିକ ଅବସ୍ଥାର ଅବନତି ହେଉଛି । ସତ୍ୟ ଏବଂ ନ୍ୟାୟର ସ୍ଥାନ ବହୁ, ଦୂରରେ । ଯୌନ କାମନା ଏବଂ ଜୁଆଖେଳ ପ୍ରାୟ ସମସ୍ତଙ୍କୁ ଘାରିଯାଇଛି । ଧର୍ମବିଶ୍ଵାସରେ ସନ୍ଦେହ କରି ଆଧୁନିକ ସଭ୍ୟ ମନୁଷ୍ୟ ଆଉ ପବିତ୍ରପୀଠ ଦର୍ଶନ କରୁ ନାହିଁ । ଦେଶର ଶାସନର ଏବଂ ନେତୃତ୍ଵ ବିଶୃଙ୍ଖଳାରେ ପୂର୍ଣ୍ଣ ହୋଇ ରହିଥିବାରୁ ଆଧ୍ୟାତ୍ମିକ ଜୀବନ ଶକ୍ତିଶାଳୀ ହୋଇପାରୁ ନାହିଁ । ଧର୍ମ ମଧ୍ୟରେ ପ୍ରଭେଦ ସୃଷ୍ଟି ହୋଇଛି ବୋଲି ଏ ରିପୋର୍ଟ ଅତି ଦୁଃଖରେ ନିଜ ମତ ପ୍ରକାଶ କରିଛି ଏବଂ ସମସ୍ତଙ୍କୁ ଏକ ହେବାପାଇଁ ଅନୁରୋଧ ଜଣାଇଛି ।” କମିଟିର ଏହି ବିଚାରକୁ ଖ୍ରୀଷ୍ଟିୟାନ୍‌ମାନଙ୍କ ମଧ୍ୟରେ ସୀମାବଦ୍ଧ କରିଦେଲେ ଚଳିବ ନାହିଁ । ଏହି ବିଚାରକୁ ଚତୁର୍ଦ୍ଦିଗ ବିସ୍ତାର କରିବାକୁ ହେବ । ନାସ୍ତିକଭାବଦ୍ଵାରା ଧର୍ମବିଶ୍ଵାସରେ ଯେ କେବଳ କ୍ଷତି ହୁଏ ତାହା ନୁହେଁ, ମନୁଷ୍ୟର ଧାର୍ମିକ ଦୃଷ୍ଟିଭଙ୍ଗୀ ମଧ୍ୟ ଲୋପ ପାଇଯାଏ । ଏମାନେ ଧର୍ମର ବିରୁଦ୍ଧାଚରଣ କରନ୍ତି ଏବଂ ଧର୍ମକୁ ନିରର୍ଥକ ବୋଲି ପ୍ରମାଣ କରନ୍ତି ।

 

ଯେଉଁ ସବୁ ନୀତି ଏବଂ ନିୟମରେ ଅନୁପ୍ରାଣୀତ ହୋଇ ଖ୍ରୀଷ୍ଟିୟାନମାନେ ସେମାନଙ୍କର ଧର୍ମକ୍ଷେତ୍ରରେ ଆନ୍ଦୋଳନ ସୃଷ୍ଟି କରୁଛନ୍ତି ଏବଂ ଗଢ଼ି ଉଠିଥିବା ପ୍ରଭେଦକୁ ପୁନର୍ବାର ମିଳାଇବାରେ ସଦା ଚେଷ୍ଟିତ, ସେହିସବୁ ଉଦାହରଣଦ୍ଵାରା ପ୍ରତିଷ୍ଠିତ ଧର୍ମମାନଙ୍କମଧ୍ୟରେ ଥିବା ପ୍ରଭେଦକୁ ଦୂର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଧର୍ମକ୍ଷେତ୍ରରେ ପ୍ରଭେଦ ରହିପାରେ; କିନ୍ତୁ ମତଭେଦ ବା କଳହର ପ୍ରଶ୍ନ କାହିଁକ ଉଠିବ ? ଯଦି ସମ୍ପ୍ରଦାୟଗୁଡ଼ିକ ନିଜ ନିଜର ଏକଚାଟିଆ ଦାବୀ ଭୁଲିଯାଇ ଏକତ୍ରିତ ହୋଇଯାଆନ୍ତି, ତେବେ ଧର୍ମ ମଧ୍ୟ ପରିସ୍ଥିତି ଅନୁଯାୟୀ ସତ୍ୟ ଉପରେ ନିଜର ଦାବୀକୁ ପରିବର୍ତ୍ତନ କରିବ । ସତ୍ୟ ଉପରେ ଯେଉଁ ଏକଚାଟିଆ ଦାବୀ ବା ଅଧିକାର ରହିଛ ତା’ଦ୍ଵାରା ଧର୍ମାନ୍ଧତା ବୁଦ୍ଧିପ୍ରାପ୍ତ ହୁଏ ଏବଂ ମନୁଷ୍ୟ ଗର୍ବୀ ହୋଇଯାଏ । ପୃଥିବୀରେ ଏକତା ସୃଷ୍ଟି କରିବାରେ ଏହା ପ୍ରଧାନ ଅନ୍ତରାୟ ।

 

ପୃଥିବୀର ଧର୍ମଗୁଡ଼ିକୁ ଗଭୀରଭାବରେ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ସେମାନଙ୍କର ବିଶ୍ଵାସରେ ପାର୍ଥକ୍ୟ ଥିଲେ ମଧ୍ୟ ଆଧ୍ୟାତ୍ମିକ କ୍ଷେତ୍ରରେ ଚେଷ୍ଟା ଏବଂ ଆକାଙ୍‍କ୍ଷା ମଧ୍ୟରେ ଏକତା ରହିଛି । ଆମେ ଆଧ୍ୟାତ୍ମିକ କ୍ଷେତ୍ରରେ ଯେତେ ଅଗ୍ରସର ହେଉ ଆମର ଜୀବନ ସେତିକି ପୂର୍ଣ୍ଣତା ପ୍ରାପ୍ତି କରେ । ଆମର ଅଧ୍ୟାତ୍ମିକ ଜୀବନ ଯେତେବେଳେ ସମ୍ପର୍ଣ୍ଣରୂପେ ପୂର୍ଣ୍ଣ ହୋଇଯାଏ, ସେତେବେଳେ ଧର୍ମମାନଙ୍କରେ ମଧ୍ୟ ପ୍ରଭେଦ ଦୂର ହୋଇଯାଏ । ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରଗତି ଭିନ୍ନ ଭିନ୍ନ ପଥ ଦେଇ ଶିଖରରେ ମିଳନ ହୁଏ । ନିମ୍ନଦେଶରେ ଏହି ବହୁମୁଖୀ, ଭାବ ଏବଂ ଶିଖରର ଏକତା ଧର୍ମରେ ନିହିତ ସତ୍ୟକୁ ପ୍ରମାଣ କରେ ଯେତେ ପ୍ରଭେଦ ଥିଲେ ମଧ୍ୟ ଐକ୍ୟ ହିଁ ମନୁଷ୍ୟର ଧର୍ମ । ଆଧ୍ୟାତ୍ମିକ ଜୀବନର ଏହି ଦୃଷ୍ଟିଭଙ୍ଗୀ ହେଉଛି ପୃଥିବୀର ଧର୍ମମାନଙ୍କର ମୂଳ ଚରିତ୍ର । ଏହିପରି ଦୃଷ୍ଟିଭଙ୍ଗୀ ପୃଥିବୀରେ ଶାନ୍ତି ଏବଂ ଐକ୍ୟ ପ୍ରତିଷ୍ଠାପାଇଁ ଅତି ପ୍ରୟୋଜନ । କେବଳ ରାଜନୈତିକ ବା ଅର୍ଥନୈତିକ ଯୋଜନାଦ୍ଵାରା ଏହା ସମ୍ଭବପର ହୋଇପାରେ ନାହିଁ । ଧର୍ମର ପ୍ରଭେଦକୁ ଉଚ୍ଚସ୍ଥାନ ଦେଇ ଆଧ୍ୟାତ୍ମିକ ଏକତାକୁ ହେଳା କରିବା କୌଣସି ନ୍ୟାୟପରାଣୟତାର କାର୍ଯ୍ୟ ନୁହେଁ । ଏହା ନୈତିକତାର ପରାସ୍ତ ଦର୍ଶନର ସଙ୍କୀର୍ଣ୍ଣତା ଏବଂ ସମାଜର ଏକ ଭୟଙ୍କର ଓ ମନ୍ଦ କାର୍ଯ୍ୟ । ଯେଉଁଠାରେ ଐଶ୍ଵରିକ ଶକ୍ତିର ଅଭାବ, ସେଠାରେ ଏକତା ଆସିବ କିପରି ?

 

ଧର୍ମଜଗତରୁ ଦ୍ଵେଷ, କଳହ ଏବଂ ବିବାଦ ଦୂର କରିବାକୁ ହେଲେ ପ୍ରକୃତ ଈଶ୍ଵର-ପ୍ରେମ ଓ ସର୍ବମଙ୍ଗଳ ଭାବଦ୍ଵାରା ଏବଂ ସମସ୍ତ ସାଧୁମାନଙ୍କର ଯୋଗାଯୋଗରେ ଏହା ସମ୍ଭବପର ହୋଇପାରେ । ଧର୍ମ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ମତ ଏବଂ ରକ୍ଷଣଶୀଳତା ପରିତ୍ୟାଗ କରିବାକୁ ପଡ଼ିବ-। ନିଃସ୍ୱାର୍ଥପର ହୋଇ ଏବଂ ସତ୍ୟ ଆହରଣପୂର୍ବକ ପ୍ରତ୍ୟେକ ମନୁଷ୍ୟକୁ ଖ୍ରୀଷ୍ଟିଆନ୍ ହେଉ ବା ଇହୁଦୀ ହେଉ, ହିନ୍ଦୁ ବା ମୁସଲମାନ୍ ହେଉ ପ୍ରେମ କରିବାକୁ ପଡ଼ିବ ।

 

ସମ୍ରାଟ ଅଶୋକଙ୍କ ଆଦେଶ ଏଠାରେ ଉଲ୍ଲେଖଯୋଗ୍ୟ “ମହାମାନ୍ୟ ସମ୍ରାଟ ଅଶୋକ ସର୍ବସମ୍ପଦାୟର ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତି । ସନ୍ନ୍ୟାସୀ ବା ଗୃହସ୍ଥ ହେଉ ସେମାନଙ୍କର ସମସ୍ତ ଅଭାବ ସମ୍ମାନ ପୂର୍ବକ ଦୂର କରାଯାଏ । ମହାମାନ୍ୟ ସମ୍ରାଟ ବିଭିନ୍ନ ଧର୍ମର ମୂଳ ତତ୍ତ୍ଵର ବିକାଶପାଇଁ ଯେତେ ଜୋର୍ ଦିଅନ୍ତି ଦାନ ବା ଦୟାପ୍ରତି ସେତେ ନଜର ଦିଅନ୍ତି ନାହିଁ । ସେ ଅନୁରକ୍ତ ହୋଇ ନିଜ ଧର୍ମର ସମ୍ମାନ ଏବଂ ଯଶ ଗାନ କରେ କିନ୍ତୁ ଅନ୍ୟ ଧର୍ମପ୍ରତି ବିରୁଦ୍ଧାଚରଣ କରେ, ସେ ପରୋକ୍ଷରେ ନିଜ ଧର୍ମର ଗଭୀର କ୍ଷତି କରେ । ତେଣୁ ଏକତା ରକ୍ଷାକରିବା ହିଁ ପ୍ରଶଂସନୀୟ ।’’ ପୃଥିବୀରେ ଏବଂ ଆଧ୍ୟାତ୍ମିକ ଜୀବନରେ ସମତା ସୃଷ୍ଟି କରିବା କର୍ତ୍ତବ୍ୟ । ଯେଉଁ ମାନବବାଦୀମାନେ କୌଣସି ଧର୍ମବିଶ୍ଵାସରେ ଆଜିପର୍ଯ୍ୟନ୍ତ ନିଜକୁ ବାନ୍ଧିପାରି ନାହାନ୍ତି, ଯେଉଁମାନେ ଅନ୍ୟର ସେବାରେ ହିଁ ନିଜର ଜୀବନ ଅତିବାହିତ କରନ୍ତି, ସେମାନେ ଧର୍ମର ଏତାଦ୍ଦୃଶ ଭାବରେ ଆକୃଷ୍ଟ ହୋଇ ନିଜର ବୁଦ୍ଧି ବା ଜ୍ଞାନକୁ ଜଳାଞ୍ଜଳି ନ ଦେଇ ନିଜକୁ ଧାର୍ମିକ ବୋଲାଇପାରିବେ ।

 

ମନୁଷ୍ୟର ଚିନ୍ତା ଯେତେବେଳେ ସ୍ଵାଧୀନ ହୁଏ, ସେତେବେଳେ ସେ ସତ୍ୟପ୍ରତି ଇଚ୍ଛା ପ୍ରକାଶ କରେ । ଅନ୍ୟମାନଙ୍କର ମତାମତକୁ ଗ୍ରହଣ କରିବାଦ୍ଵାରା ଆମ୍ଭମାନଙ୍କ ମଧ୍ୟରେ ସତ୍ୟ ଆହରଣ କରିବାର ଶକ୍ତି ବୃଦ୍ଧି ପାଏ । ଅନ୍ୟମାନଙ୍କର ମତ ଭ୍ରମପୂର୍ଣ୍ଣ ହେଲେ ମଧ୍ୟ ଏହା ସତ୍ୟପକ୍ଷରେ ମଙ୍ଗଳକର; କାରଣ ଅବିଦ୍ୟା ସହିତ ସଂଘର୍ଷ କରିବାରେ ସତ୍ୟର ଉତ୍କର୍ଷତା ବୃଦ୍ଧି ପ୍ରାପ୍ତ ହୁଏ । ଦୋଷକୁ ଜୋର କରି ଦବାଇଦେବାଦ୍ଵାରା ସତ୍ୟକୁ ହତ୍ୟା କରାଯାଏ । ଏହା ଏକ ଭୟଙ୍କର କାର୍ଯ୍ୟ । ଯଦି ସ୍ଵେଚ୍ଛାଚାରୀ ସରକାରଦ୍ଵାରା ବା ଅର୍ଥନୈତିକ ଓ ସାମାଜିକ ଅନ୍ୟାୟହେତୁ ଚିନ୍ତାର ସ୍ଵାଧୀନତାକୁ ଦବାଇ ଦିଆଯାଏ ତେବେ ଆମେ ସତ୍ୟ ନିକଟରୁ- ଘୁଞ୍ଚିଯାଇ ଆମର ଧର୍ମ ନଷ୍ଟ କରୁ ଏବଂ ଆମର ସ୍ଵାଧୀନତାର ଆଦର୍ଶ ଲୋପ ପାଇଯାଏ । ଲୋକମାନଙ୍କୁ ବାଧ୍ୟତାମୂଳକ ବା ପ୍ରଲୋଭନ ଦେଖାଇ ନିଜର ଗୋଷ୍ଠିଭୁକ୍ତ କରିବା କୌଣସି ଧର୍ମ ବା ରାଜନୀତିର ଆଦର୍ଶ ନୁହେଁ-। ଧର୍ମ ମନୁଷ୍ୟ ଅସ୍ତିତ୍ଵର ଏକ ଜୀବନ୍ତ ଅବସ୍ଥା । ଏହା କୌଣସି ନିର୍ଦ୍ଦିଷ୍ଟ ମତ ବିଶେଷ ନୁହେଁ, ଯାହାକୁ ସମଗ୍ର ବିଶ୍ଵ ଗ୍ରହଣ କରିବାପାଇଁ ବାଧ୍ୟ । ମତ, ସିଦ୍ଧାନ୍ତ ଏବଂ ଧର୍ମକାର୍ଯ୍ୟରେ ନିଜକୁ ବାଧ୍ୟ କରିବା ସବୁ କିଛି ନୁହେଁ । ଏଗୁଡ଼ିକୁ ଈଶ୍ଵରଙ୍କ କାର୍ଯ୍ୟରେ ନିଯୁକ୍ତ କରି ମାନବ ଜାତିର ମଙ୍ଗଳ କରିବା ପ୍ରକୃତ ଧାର୍ମିକର ଲକ୍ଷଣ । ଏମାନେ କୌଣସି ଶ୍ରେଣୀ, ଜାତି, ସଂସ୍କୃତି ବା ଦେଶର ଦାସ ନୁହନ୍ତି । ଲୋକମାନଙ୍କୁ ସେମାନଙ୍କର ହଜାର ହଜାର ବର୍ଷ ଧରି ଗ୍ରହଣ କରିଆସୁଥିବା ପରମ୍ପରାଠାରୁ ବିଚ୍ଛିନ୍ନ କରିବାପାଇଁ ମତାଇବା ବା ପ୍ରଲୋଭନ ଦେଖାଇବା ଅତି ଭ୍ରମପୂର୍ଣ୍ଣ-କାର୍ଯ୍ୟ । ଏହି ପରମ୍ପରାଦ୍ଵାରା ପରିପୋଷିତ ଅଗଣିତ ମନୁଷ୍ୟର ବଂଶଧରମାନେ ବହୁ ପବିତ୍ର ଆତ୍ମାଙ୍କୁ ଏ ପୃଥିବୀ ଜନ୍ମ ଦେଇଛନ୍ତି । ପରମ୍ପରାକୁ ଛାଡ଼ିବା ଭୁଲ । ଗଛ ବୃକ୍ଷ ଯେପରି ମାଟି ସହିତ ସେମାନଙ୍କର ପରମ୍ପରା ରକ୍ଷା କରି ନିଜର ଜୀବନ ଦୃଢ଼ କରନ୍ତି, ମନୁଷ୍ୟର ମଧ୍ୟ ମାନବ ଧର୍ମର ସହାୟତାରେ ନିଜର ପରମ୍ପରାକୁ ରକ୍ଷା କରିବା ଅତି ମହତ୍ କାର୍ଯ୍ୟ ।

 

ଯଦିବା କୌଣସି ଧର୍ମ ନିଜ ନିଜର ସଂସ୍ପର୍ଶରେ ଆସି ମାନବ ଜାତିର ଏକତାପାଇଁ ଗ୍ରହଣଯୋଗ୍ୟ କୌଣସି ତଥ୍ୟ ବାଢ଼ିପାରି ନାହାନ୍ତି, ତଥାପି ବିଭିନ୍ନ ଧର୍ମ ମଧ୍ୟରେ ସଂଯୋଗ ରଖିବା ଅତି ପ୍ରୟୋଜନ । ଏହାଦ୍ଵାରା ଅନେକ ଶିକ୍ଷଣୀୟ ବସ୍ତୁ ଲାଭ କରାଯାଏ; କିନ୍ତୁ ଦୁଃଖର ବିଷୟ ଯେ ପୃଥିବୀର ବଡ଼ ବଡ଼ ଧର୍ମଗୁଡ଼ିକ ସାର୍ବଜନୀନ ଐକ୍ୟ ବିଷୟରେ ଯାହା ଶିକ୍ଷା ଦିଅନ୍ତି ବା ଯେଉଁ ଆଧ୍ୟାତ୍ମିକ ଭିତ୍ତି ଉପରେ ନିଜେ ପ୍ରତିଷ୍ଠା ଲାଭ କରିଛନ୍ତି, ସେଥିରୁ ନିଜେ ଓହରିଯାଇ ବିଭକ୍ତ ହୋଇ ପଡ଼ିଛନ୍ତି । ପ୍ରତ୍ୟେକ ଧର୍ମ ମନୁଷ୍ୟକୁ ପ୍ରେରଣା ଦିଏ । ଆମର ନୂତନ ଧର୍ମର ଆଉ ପ୍ରୟୋଜନ ନାହିଁ; କିନ୍ତୁ ଆମେ ଚାହୁଁ ପୁରାତନ ସୁପ୍ରତିଷ୍ଠିତ ଧର୍ମମଧ୍ୟରେ ଯେପରି ଏକ ବୁଝାମଣା ରହେ । ଭବିଷ୍ୟତରେ ଯେ ଗୋଟିଏ ମାତ୍ର ଧର୍ମ ରହିବ ଏବଂ ସମଗ୍ର ବିଶ୍ଵ କେବଳ ଏକଧର୍ମାବଲମ୍ବୀ ହେବେ କିମ୍ବା ବିଭିନ୍ନ ଧର୍ମମଧ୍ୟରେ କଳହ ଉପୁଜି ଧର୍ମକ୍ଷେତ୍ରରେ ବିଶୃଙ୍ଖଳା ବଢ଼ିବ ବା ଅଯଥା ଅର୍ଥହୀନ ଧର୍ମ ଗୁରୁ ବାଛିବାରେ ଧର୍ମ ନିଜର କାଳାତିପାତ କରିବ, ଏହା ଧର୍ମର ଭବିଷ୍ୟତ ବା ଲକ୍ଷ୍ୟ ନୁହେଁ ।

 

ଆମର ଏକତା ହେଉଛି ହୃଦୟ ଏବଂ ଆତ୍ମାର ମିଳନ । ଆମ ଜୀବନର ବାହ୍ୟ ପ୍ରକୃତିରେ ପ୍ରଭେଦ ଦେଖାଯାଇ ପାରେ; କିନ୍ତୁ ଏହି ପ୍ରଭେଦ ଭିତରେ ଏକ ଗଭୀର ବୁଝାମଣା ଭାବ ଅନ୍ତର୍ନିହିତ ରହିଛି ଯାହାଦ୍ଵାରା ଆଧ୍ୟାତ୍ମିକ ଜୀବନର ପ୍ରକୃତ ସତ୍ୟ ବୋଧଗମ୍ୟ ହୁଏ । ଏହି ଭାବ ଯେଉଁ ଆତ୍ମାଦ୍ଵାରା ପ୍ରକାଶିତ ହୁଏ, ସେମାନେ ବହୁ ଦୂରରେ ସମୟ ଏବଂ ମହାଶୂନ୍ୟର ଅପର ପାର୍ଶ୍ଵରେ ବାସ କରନ୍ତି । ସେମାନଙ୍କ ସହିତ ଯୋଗାଯୋଗ ରଖିବାପାଇଁ ଏହି ଦୂରତ୍ଵ ଆମ୍ଭମାନଙ୍କୁ କୌଣସି ବାଧାଦିଏ ନାହିଁ । କାରଣ ଉତ୍ତରାଧିକାର ହିସାବରେ ଆମେ ଏହି ଐଶ୍ୱର୍ଯ୍ୟର ଅଧିକାରୀ ଆପେ ଆପେ ହୋଇଯାଉ । (୧)

 

୧. A mediaeval Indian mystic wrote, "There maybe different kinds of oil in different lamps, the wicks may also be different kinds, but when they burn, we have the same flame and illumination."

 

ଆମେ ନିଜ ଧର୍ମ ଛଡ଼ା ଅନ୍ୟ ଧର୍ମମାନଙ୍କ ପ୍ରତି ଯେଉଁ ଉଦାସୀନ ଭାବ ପ୍ରକାଶ କରୁ, ତାହା ଆମର ଅବିଦ୍ୟାରୁହିଁ କେବଳ ସମ୍ଭବପର ହୋଇ ପାରିଛି । ଯଦି ସେମାନଙ୍କର ଧର୍ମ ଆମ ସମ୍ମାନର ସହିତ ଅଧ୍ୟୟନ କରୁ ତେବେ ପରିଷ୍କାର ଭାବରେ ବୁଝାପଡ଼ିବ ଯେ ସେମାନଙ୍କର ଦୃଷ୍ଟିଭଙ୍ଗୀ ମଧ୍ୟ ସହାନୁଭୂତିରେ ପୁରିରହିଛି । ନିଜକୁ ସ୍ଵତନ୍ତ୍ର ବୋଲି ମନେ କରିବା ଏବଂ ଅନ୍ୟ ପ୍ରତି ବିରୁଦ୍ଧଭାବ ପୋଷଣ କରିବାଦ୍ଵାରା ଆମେ ଅନେକ ସୁବିଧା ହରାଇବସୁ । W. R. Inge ଲେଖିଛନ୍ତି, “ଭାରତୀୟ ଚିନ୍ତାଧାରା ସହିତ ସମ୍ବନ୍ଧ ରକ୍ଷା କରିବାର ଅନେକ ସୁବିଧା ଥିଲେ ମଧ୍ୟ ବଡ଼ ପରିତାପର ବିଷୟ ଯେ ଆମ୍ଭେମାନେ ଏ ବିଷୟରେ ଖୁବ୍ ଅଳ୍ପ ଚେଷ୍ଟା କରିଛୁ । ମୁଁ କହୁ ନାହିଁ ଯେ ଆମେ ହିନ୍ଦୁ ବା ବୌଦ୍ଧ ହୋଇଯିବା ତଥାପି ମୁଁ ବିଶ୍ଵାସ କରେ ଯେ ଆମେ ତାଙ୍କଠାରୁ ଯେତିକି ଶିକ୍ଷା କରିବା ସେମାନେ ମଧ୍ୟ ଆମଠାରୁ ସେତିକି ଶିକ୍ଷା କରି ପାରିବେ ।” C F. Andrews ଲେଖିଛନ୍ତି, “ଯଦି ଖ୍ରୀଷ୍ଟଧର୍ମ ଅଗ୍ରସର ହେବାକୁ ଚେଷ୍ଟା କରେ, ତେବେ ଅନ୍ୟାନ୍ୟ ଧର୍ମ ପ୍ରତି ତାହାର ବିରୁଦ୍ଧ ମନୋଭାବକୁ ପରିତ୍ୟାଗ କରିବାକୁ ପଡ଼ିବ । ଅନ୍ୟଧର୍ମକୁ ସାହାଯ୍ୟ କରି, ସେମାନଙ୍କର ଅଭାବକୁ ପୂର୍ଣ୍ଣ କରି ଏବଂ ସମସ୍ତଙ୍କ ସହିତ ବନ୍ଧୁତା ରକ୍ଷା କରି ଜଗତରେ ଶାନ୍ତି ଆଣିବାରେ ସହାୟକ ହେଉ । ହିନ୍ଦୁ ଧର୍ମରୁ ଲୋକମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ସେ ଯେପରି ଆଉ ଚେଷ୍ଟା ନ କରେ, ତା’ ର ଅସୁବିଧା ଏବଂ କାର୍ଯ୍ୟରେ ଖ୍ରୀଷ୍ଟଧର୍ମ ଯେପରି ପୂର୍ଣ୍ଣ ସହଯୋଗ କରେ ।” (୧)

 

୧. India in Transition (1910)

 

ଆଲବର୍ଟ ସ୍ଵାଇତ୍‌କର (Albert Schweitzer) ଲେଖିଛନ୍ତି, “ପାଶ୍ଚାତ୍ୟ ଏବଂ ଭାରତୀୟ ଚିନ୍ତାଧାରରେ ପରିବର୍ତ୍ତନ ଆବଶ୍ୟକ । ଯାହା କହିଲେ ଅନ୍ୟ ବିରୁଦ୍ଧରେ ଠିକ୍ ଖାପ ଖାଇବ ଏହିପରି ମନୋଭାବ ଦୁହିଁଙ୍କୁ ପରିତ୍ୟାଗ କରିବାକୁ ପଡ଼ିବ । ଦୁହିଁଙ୍କର ଚିନ୍ତା ଏପରି ହେବ ଯାହାଦ୍ୱାରା ସମଗ୍ର ମାନବଜାତି ଉପକୃତ ହେବେ ।’’ ଧର୍ମଗୁଡ଼କ ଆଧ୍ୟାତ୍ମିକ ଜୀବନର ବନ୍ଧୁ ଏବଂ ସହକର୍ମୀ । ଏମାନେ ଏକତ୍ର ବାନ୍ଧିହୋଇ ବିଶ୍ଵର ଶାନ୍ତି, ବିଚାର ଏବଂ ସ୍ଵାଧୀନତାପ୍ରାପ୍ତି ଦିଗରେ ସହାୟକ ହୁଅନ୍ତି । ଭାଇମାନଙ୍କୁ ଭଲ ପାଇବାଟା ଯେପରି ପଡ଼ୋଶୀମାନଙ୍କ ନିକଟକୁ ବିସ୍ତାର କରେ । (୨) ଧର୍ମଦ୍ଵାରା ଆଧ୍ୟାତ୍ମିକ କ୍ଷେତ୍ରରେ ଚିର ବନ୍ଧୁତା ରକ୍ଷା କରାଯାଇପାରେ ।

 

୨. God loveth the stranger in giving him food and raiment; love ye therefore the stranger, for ye were strangers in the land of Egypt." Deuteronomy 10, 18, 19

 

ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏହାର ଅର୍ଥ ଆମେ ବ୍ରହ୍ମ ବା ଆତ୍ମାର ସ୍ଥିତିକୁ ଅସ୍ଵୀକାର କରୁ ବା ଜୀବନ ପ୍ରତି ଧର୍ମର ଯଥାର୍ଥତାକୁ ଉପେକ୍ଷା କରୁ ବା ଅଧର୍ମକୁ ଉଚ୍ଚାସନ ଦେଉ, ତାହା ନୁହେଁ । ଏହାର ଅର୍ଥ ନୁହେଁ ଯେ ନିରପେକ୍ଷତା ଅନ୍ୟ ଏକ ଧର୍ମର ରୂପ ଧାରଣ କରିବ ବା ଦେଶ ଆଧ୍ୟାତ୍ମିକ ପ୍ରଭାବରେ ଶେଷ ଅଧିକାରୀ ହେବ । ଯଦିଓ ଈଶ୍ଵର ବିଶ୍ଵାସ ଭାରତୀୟ ପରମ୍ପରାର ମୂଳଭିତ୍ତି ତଥାପି ଭାରତ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଆୟତ୍ତାଧୀନ ନୁହେଁ ବା କୌଣସି ଏକ ଧର୍ମରେ ନିଜକୁ ବାନ୍ଧି ରଖେନାହିଁ । ଭାରତରେ କୌଣସି ଧର୍ମ ସ୍ଵାତନ୍ତ୍ର୍ୟ ଲାଭ କରିପାରେ ନାହିଁ ବା ନିଜକୁ ମହତ ବୋଲି ଘୋଷଣା କରିପାରେ ନାହିଁ । ଜାତୀୟ ଜୀବନରେ ବା ଆନ୍ତର୍ଜାତିକ କ୍ଷେତ୍ରରେ କୌଣସି ଧର୍ମ ଭାରତରେ ବିଶେଷ ସୁବିଧା ପ୍ରାପ୍ତ କରେ ନାହିଁ, କାରଣ ଏହାଦ୍ଵାରା ଗଣତନ୍ତ୍ର ଶାସନର ନୀତିକୁ ଲଙ୍ଘନ କରାଯାଏ ଏବଂ ଉଭୟ ଧର୍ମ ଓ ସରକାର କ୍ଷତିଗ୍ରସ୍ତ ହୁଅନ୍ତି । ଜାତୀୟ ଜୀବନ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ଏହିପରି ନିରପେକ୍ଷଭାବ ଏବଂ ସହିଷ୍ଣୁତା ତାହାର ବୁଦ୍ଧିମତ୍ତାର ପରିଚୟ ଦିଏ । କୌଣସି ଶ୍ରେଣୀ ବା ଦଳ ନିଜକୁ ବିଶେଷ ସୁବିଧାର ଅଧିକାର କରିପାରିବ ନାହିଁ ଯେଉଁ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ଏହିପର ସ୍ଵାତନ୍ତ୍ର୍ୟରୁ ପୃଥକ ରଖା ହୋଇଛି । କୌଣସି ବ୍ୟକ୍ତି ନିଜର ଧର୍ମ ବା ଭେଦଭାବ ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରିବ ନାହିଁ । ସମସ୍ତେ ମୁକ୍ତ ହୋଇ ପୂର୍ଣ୍ଣ ଜୀବନ ସମାନ ଭାବରେ ଉପଭୋଗ କରିବେ । ଏହି ମୂଳତତ୍ତ୍ଵ ହିଁ ଦେଶ ଓ ଧର୍ମସଂସ୍ଥାମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଭାରତର ଧର୍ମନିରପେକ୍ଷ ନୀତିକୁ ନାସ୍ତିକତା କହିବା ଠିକ୍ ନୁହେଁ । ଏହା ତାହାର ପୁରାକାଳର ଧର୍ମର ପରମ୍ପରା । ଏହି ନିରପେକ୍ଷର ଆଶ୍ରୟରେ ବିଭିନ୍ନ ଧର୍ମବିଶ୍ଵାସୀମାନଙ୍କର ସୌହାର୍ଦ୍ଦ୍ୟ ବୃଦ୍ଧିହୁଏ । ଏଥିରେ କେହି କାହାର ବ୍ୟକ୍ତିଗତ ମତକୁ ଦଳୀୟ ମତମଧ୍ୟରେ ହଜାଇଦିଏ ନାହିଁ । ପ୍ରତ୍ୟେକ ନିଜ ନିଜର ମତର ସଂଯୋଗରେ ଏକ ସମାନତା ସୃଷ୍ଟି କରନ୍ତି । ପାର୍ଥକ୍ୟ ରହିଲେ ମଧ୍ୟ ନିରପେକ୍ଷ ନୀତିଦ୍ଵାରା ଏକତା ଲାଭ କରାଯାଏ । ଏହି ଏକତାବଦ୍ଧ ସମାଜ ସୃଷ୍ଟି ସହିତ ଆଗେଇଚାଲେ ।

 

ଭନ୍ନ ଭିନ୍ନ ଧର୍ମକୁ ଅଧ୍ୟୟନ କଲେ ଜଣାପଡ଼େ ଯେ ପ୍ରତ୍ୟେକଙ୍କର ଦାର୍ଶନିକ ମୂଳତତ୍ତ୍ଵ, ଆଧ୍ୟାତ୍ମିକ ଗଭୀରତା, ଚିନ୍ତା କରିବାର ପ୍ରବଳ ଶକ୍ତି ଏବଂ ମାନବଜାତି ପ୍ରତି ସହାନୁଭୂତି ରହିଛି । ପବିତ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଚରିତ୍ର ନୁହେଁ ।

 

ପ୍ରତ୍ୟେକ ଧର୍ମରେ ମୁଷ୍ଟିମେୟ ବ୍ୟକ୍ତି ଦୃଷ୍ଟିଗୋଚର ହୁଅନ୍ତି, ଯେଉଁମାନଙ୍କର ଦୃଷ୍ଟି ଗଭୀର । ସେମାନେ ଧର୍ମକ୍ଷେତ୍ରରେ ସୌହାଦ୍ୟ ସ୍ଥାପନ ସମ୍ଭବପର ବୋଲି ବିଶ୍ଵାସ କରନ୍ତି । ଆମେ ସେ ସତ୍ୟର ଅନ୍ଵେଷକ ଏବଂ ଏକପଥର ପଥିକ, ଆମର ଲକ୍ଷ୍ୟ ଏକ ଏବଂ ଆମର ଆଧ୍ୟାତ୍ମିକ ଅବସ୍ଥା ଯେ ସମାନ ଏଥିରୁ ଜଣାପଡ଼େ ଯେ ଆମର ପରସ୍ପର ମଧ୍ୟରେ ସୌହାର୍ଦ୍ୟ ରହିଛି । ଏହି ସୌହାର୍ଦ୍ୟ ଜୋର କରି କାହା ଉପରେ ନ୍ୟସ୍ତ କରାଯାଇପାରେ ନାହିଁ । ଯେଉଁମାନଙ୍କର ଈଶ୍ଵର ଅନୁଭୂତ ହୋଇଥାଏ ସେମାନଙ୍କୁ ଧର୍ମର ଅଗ୍ରଣୀ ହିସାବରେ ଗ୍ରହଣ କରାଯାଏ । ଏହି ଅନୁଭୂତି ଦ୍ଵାରା ମନୁଷ୍ୟର ଯେଉଁ ସୂକ୍ଷ୍ମ ଜ୍ଞାନର ବିକାଶ ହୁଏ, ତାହା ସାହାଯ୍ୟରେ ସେ ନିଜର ଏକ ସମାଜ ପୃଥିବୀରେ ଗଠନ କରେ । ଏହି ସମାଜ ପ୍ରେମଦ୍ଵାରା ଶାସିତ ହୁଏ । ମନର ଏହି ସୂକ୍ଷ୍ମ ଅବସ୍ଥା ଏବଂ ପ୍ରେମ ପୂର୍ଣ୍ଣ ଶାସନ ଆମର ଭବିଷ୍ୟତର ଆଶା । (୧)

 

୧. Mr. Lawrence Hyde observes Amidst all the conflict and confusions, the sympathetic observer can trace the emerging out lines of a new form of religion what may prove to be the ground-plan of the temple which our spiritual descendents are destined to worship The structure which thus discloses itself is absolutely fundamental that of Wisdom Religion which by a metaphysical necessity must provide the interior Key to all exterior symbolisations and observances. The great majority of those who are finding their way back to religion, from scepticism and materialism, are not returning to the faith of their fathers, but to some form of the Wisdom Religion,"The Wisdom Religion Today.

 

ଉପସଂହାର

 

ଆଧୁନିକ ଯୁଗ ଧର୍ମର ଅର୍ଥକୁ ବୁଝିବାପାଇଁ ଆଉ ପ୍ରସ୍ତୁତ ନୁହେଁ; କିନ୍ତୁ ସେ ଜାଣେ ନାହିଁ ଯେ ସେ ଯାହା ଖୋଜୁଛି ଧର୍ମ ବ୍ୟତୀତ ଅନ୍ୟ କେହି ତାହା ଯୋଗାଇପାରିବେ ନାହିଁ । ପରମବ୍ରହ୍ମଙ୍କ ସହିତ ପରିଚୟ, ଈଶ୍ୱରପ୍ରକାଶଦ୍ଵାରା ମାନବର ସ୍ଵାଧୀନତାପ୍ରାପ୍ତି ଏବଂ ମାନବ ଜାତିର ଐକ୍ୟ ହେଉଛି ଧର୍ମର ମୂଳଭିତ୍ତି । ଏହି ମୂଳଭିତ୍ତି ଉପରେ ନିର୍ଭର କରି ଧର୍ମ ସତ୍ୟକୁ ସ୍ଵୀକାର କରେ; କିନ୍ତୁ ନିର୍ଦ୍ଦିଷ୍ଟ ମତ ଏବଂ ଧର୍ମାଡ଼ମ୍ବର କେବଳ ଧର୍ମର ପ୍ରତୀକରୂପେ ବିଦ୍ୟମାନ ରହିଛି । ଧର୍ମର ପ୍ରକୃତ ଅର୍ଥ ବୁଝାଇବାକୁ ଏମାନେ ସମ୍ପୂର୍ଣ୍ଣ ଅକ୍ଷମ ।

 

ବିଶ୍ଵାସକୁ ରକ୍ଷା କରିବା ଧାର୍ମିକମାନଙ୍କର କର୍ତ୍ତବ୍ୟ ଯଦି ଏଥିରେ ସେମାନେ ହେଳା କରନ୍ତି, ତେବେ ବିଶ୍ଵାସ କାର୍ଯ୍ୟକ୍ଷମ ହୋଇ ନ ପାରି ନୈଷ୍ଠିକତାରୂପରେ ସମାଜ ଏବଂ ଧର୍ମର ଏକ ଛାଞ୍ଚ ହୋଇ ରହିବ ସିନା ଆଉ କିଛି ନୁହେଁ । ଯେଉଁ ସବୁ ଧର୍ମ ଏ ପୁସ୍ତକରେ ସ୍ଥାନ ପାଇଛନ୍ତି, ସେମାନଙ୍କୁ ‘ସନାତନ ଧର୍ମ’ ବୋଲି ଆଖ୍ୟା ଦିଆଯାଇପାରେ । ଏହି ସନାତନ ଧର୍ମକୁ କୌଣସି ନିର୍ଦ୍ଦିଷ୍ଟ ମତମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ; କାରଣ ଏହା ମନୁଷ୍ୟର ଅନ୍ତରର ଜୀବନ୍ତ ଧର୍ମ ଅଟେ । ପ୍ରତ୍ୟେକ ଧର୍ମକୁ ଏହିପରି ଜୀବନ୍ତ କରିହେବ । (୧) ହିନ୍ଦୁ ଏବଂ ଖ୍ରୀଷ୍ଟଧର୍ମ ଏହି ଜୀବନ୍ତ ଧର୍ମର ଅଂଶବିଶେଷ ।

 

୧. Professor Louis Renou writes, "The............the pessent age, which are rightly or wrong........to Western materialism have helped to increase prestige of Hinduism. The fact remains that Hinduism provides an incomparable field of study for the historian of religion. It combines powers of constant renewal with a firm conservancy of fundamental tradition. In Bhakti and still more in Yoga, it has perfected unrivalled techniques of mystical initiation, that contrast strongly with the frequently haphazard methods of spiritual training in the West. Above all, in the interpenetration of religion and dharma in general and the reciprocal stimulus of abstract thought and religious experiment, there is an underlying principle that, given favourable conditions, may well lead to a new integration of the human personality–

 

“Religions of Ancient India (1953) P 110.

 

ଆମେ ଯେଉଁ ସମୟ ମଧ୍ୟ ଦେଇ ଗତି କରୁଛୁ, ତାହା ଅତି ଭୟାଭହ ଏବଂ ବିପଦସଙ୍କୁଳ । ଆମ୍ଭମାନଙ୍କର ବର୍ତ୍ତମାନଅବସ୍ଥା ସମ୍ପୂର୍ଣ୍ଣ ନୁହେଁ ବୋଲି ଆମେ ବେଶ୍‌ ବୁଝିପାରିଛୁ । ଆମର ଏହି ସମ୍ପୂର୍ଣ୍ଣତାକୁ ଦୂର କରିବାର ଶକ୍ତି ଆମ ନିକଟରେ ଅଛି । ଏଥିପାଇଁ ଦୃଷ୍ଟିଶକ୍ତି ଏବଂ କାର୍ଯ୍ୟ କରିବାରେ ସାହସ ପ୍ରୟୋଜନ ।

Image